ସୁନାଫୁଲ ସାହିତ୍ୟ ସଂସଦ ପକ୍ଷର ତ୍ସ୍ୱାଭିମାନ ଦିବସ ପାଳିତ

ରାଉରକେଲା ୨୮-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର): ପ୍ରବାଦ ପୁରୁଷ କୁଳବୃଦ୍ଧ ମଧୁସୂଦନ ଦାଶ ତଥା ଉତ୍କଳଗୌରବ ମଧୁବାବୁଙ୍କ ୧୭୦ତମ ଜୟନ୍ତୀ ଅବସରରେ ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ତଥା ମୁନିସପାଲ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଗୋଲଖ ବିହାରୀ ଦଳବେହେରା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ଶୀର୍ଷକ ଆଲୋଚନାରେ ଅଂଶ ଗ୍ରହଣ କରି କହିଲେ ଯେ ମଧୁବାବୁ ପ୍ରକୃତିକ ଉତ୍କଳର ଏକତା ଏବଂ ଉତ୍କଳର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ। ତାଙ୍କର ନୀତି ଓ ଆଦର୍ଶ ପ୍ରତି ଆମ୍ଭେମାନେ ଅନୁପ୍ରାଣୀତ ହୋଇ ଓଡ଼ିଶାର ଗର୍ବ ଗୌରବ…

"ସୁନାଫୁଲ ସାହିତ୍ୟ ସଂସଦ ପକ୍ଷର ତ୍ସ୍ୱାଭିମାନ ଦିବସ ପାଳିତ"

ଜଳ ବିତରଣ କେନ୍ଦ୍ର ଉଦ୍ ଘାଟିତ

ରାଉରକେଲା ୨୮-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଛେଣ୍ଡ କଲୋନୀ ବାଗବୁଡ଼ି ବସ୍ତି ନିକଟସ୍ଥ ପ୍ଲୁଟୋପ୍ଲାଜା ଛକରେ ଏକ ଜଳ ବିତରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ମଧୁବାବୁଙ୍କ ୧୭୦ତମ ଜୟନ୍ତୀ ଉପଲକ୍ଷେ ମୁନିସପାଲ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଗୋଲଖ ବିହାରୀ ଦଳବେହେରାଙ୍କ ଦ୍ୱାରା ଏହି ପାନୀୟଜଳ ବିତରଣ କେନ୍ଦ୍ର ଲୋକାର୍ପିତ ହୋଇଥିଲା। ସାମାଜିକ ଅନୁଷ୍ଠାନ “ସହାୟତା”, ସୁନାଫୁଲ ସାହିତ୍ୟ ସଂସଦ ଓ ବାଗବୁଡ଼ି ନୂଆ ବ୍ୟାଙ୍କ କଲୋନୀର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଯୋଗଦେଇ ପଣା, ସରବତ ଆଦି ବଣ୍ଟନ କରିଥିଲେ। ବିଶେଷ କରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ବାଟୋଇମାନଙ୍କୁ ଶୀତଳ ପାନୀୟଜଳ ଯୋଗାଣ ନିମନ୍ତେ ଏହି କେନ୍ଦ୍ର…

"ଜଳ ବିତରଣ କେନ୍ଦ୍ର ଉଦ୍ ଘାଟିତ"

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି ଅସମ୍ମାନ

ରାଉରକେଲା ୨୮-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଓଡିଶାର ବରପୁତ୍ର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କର ଜନ୍ମ ଜୟନ୍ତୀ ପୂଜ୍ୟପୂଜା ସମିତି ପକ୍ଷରୁ ଭଞ୍ଜ ଭବନଠାରେ ପାଳନ କରାଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ରାଉରକେଲାର ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଓଡିଆ ଜାତି, ଓଡିଶା ପ୍ରଦେଶ, ଭାଷା ଭିତ୍ତିରେ ଦେଶର ପ୍ରଥମ ରାଜ୍ୟ ଓଡିଶା ଗଠନ ହେବା ସହିତ, ଏହି ରାଜ୍ୟର ପ୍ରଥମ ପ୍ରଧାନମନ୍ତ୍ରୀ ରୂପେ ସେ ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରଥମ ଥର ପାଇଁ ଏହାକୁ ମହା ଆଡମ୍ବର ସହକାରେ ପାଳନ କରାଯାଇଥିଲା। ମାତ୍ର ଦୁଃଖର ବିଷୟ ଯେ ଏହି ଅବସରରେ ପୂଜ୍ୟପୂଜା ସମିତି ପକ୍ଷରୁ ତିରୁପତି ପାଣିଗ୍ରାହୀଙ୍କୁ ‘ମହାରାଜା କୃଷ୍ଣଚନ୍ଦ୍ର ଗଜପତି’ ସମ୍ମାନରେ ସମ୍ମାନୀତ କରାଯାଇଥିଲା।…

"ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି ଅସମ୍ମାନ"

ଦିଲ୍ଲୀ ଚାଲାଣ ପାଇଁ ଅଟକ ନାବାଳିକା ଉଦ୍ଧାର

ରାଉରକେଲା ୨୮-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର): ହରିୟଣା ଦିଲ୍ଲୀରେ ବିକ୍ରି ହୋଇଥିବା କୁଲ୍ ବା କନିକାର ଯୁବତୀ ଅତି ଲ୍ ଜ୍ଜାଜନକ ସ୍ଥିତିରେ ଉଦ୍ଧାର ହେବା ପରେ ବି ପ୍ରଶାସନ କି ସରକାର ଚେତିଲେ ନାହିଁ। ସ୍ଥାନୀୟ ଜନ ପ୍ରତିନିଧି ମଧ୍ୟ ଯୁବତୀ ଚାଲାଣ ଭଳି ସମ୍ବେଦନଶୀଳ, ଅମାନବିକ ଘଟଣାକୁ ଗମ୍ଭୀରତାର ସହିତ ନେଲେ ନାହିଁ। ଯାହା ଯୁବତୀ ଚାଲାଣ ର୍ୟାକେଟ ପାଇଁ ପୁଣି ବାଟ ଖୋଲି ଦେଇଛି। ଉତ୍ସାହିତ ହୋଇ ଦଲାଲ ନିରୀହ, ଗରିବ, ଅସହାୟକଙ୍କୁ ଟାର୍ଗେଟ କରୁଛନ୍ତି। କେବଳ ଗାଁ ନୁହେଁ, ଦଲାଲଙ୍କ ଆଖି ଏବେ ସହର ଉପରେ ମଧ୍ୟ ପଡ଼ିଛି। ଏଭଳି କୁତ୍ସିତ ଟାର୍ଗେଟର ଶିକାର ହୋଇ ଦିଲ୍ଲୀ ଚାଲାଣ ହେବାକୁ…

"ଦିଲ୍ଲୀ ଚାଲାଣ ପାଇଁ ଅଟକ ନାବାଳିକା ଉଦ୍ଧାର"

ଚଳନ୍ତା ଟ୍ରେନ୍ ରେ ଟିଟିଙ୍କର ଦାଦାଗିରି

ରାଉରକେଲା ୨୮-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର): ପୁଣି ଥରେ ଚଳନ୍ତା ଟ୍ରେନ୍ ରେ ଟିଟିଙ୍କର ଦାଦାଗିରି ରେଳବିଭାଗର ସୁନାମରେ କଳାଛିଟା ପକାଇଛି। ରୋଟି ନ ଦେବାରୁ ଟ୍ରେନ୍ ଭିତରେ କାର୍ଯ୍ୟରତ ଜଣେ ଟିଟିଇ ପେଣ୍ଟ୍ରିକାର ମ୍ୟାନେଜରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଯେଉଁଥିରେ ମ୍ୟାନେଜର ପ୍ରକାଶ ସାହୁ(୪୦)ଙ୍କ ମୁଣ୍ଡ ଏବଂ ମୁହଁରେ ଗଭୀର ଆଘାତ ଲାଗିଛି। ମିଳିଥିବା ସୂଚନାରୁ ପ୍ରକାଶ, ରାତି ପ୍ରାୟ ୮ଟା ସମୟରେ ହାୱଡ଼ାରୁ ମୁମ୍ବାଇ ଯାଉଥିବା ଗୀତାଞ୍ଜଳି ଏକ୍ସପ୍ରେସ ଟ୍ରେନ୍ ରେ କାର୍ଯ୍ୟରତ ରାଉରକେଲାର ଟିଟିଇ ରାଜକୁମାର କଥା କଥାରେ ଟ୍ରେନ୍ ର ପେଣ୍ଟ୍ରିକାର୍ ମ୍ୟାନେଜର ପ୍ରକାଶ ସାହୁଙ୍କୁ ମାଡ଼ ମାରିଥିଲେ। ଟ୍ରେନ୍ ର ଏ-୨ କୋଚ୍ ର ୨୮ନଂ ସିଟ୍ ରେ…

"ଚଳନ୍ତା ଟ୍ରେନ୍ ରେ ଟିଟିଙ୍କର ଦାଦାଗିରି"

ଚିନ୍ ରୁ ଆସୁଥିବା ନକଲି ଅଣ୍ଡାର ଯାଞ୍ଚ ଜୋରଦାର

ରାଉରକେଲା ୨୮-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଓଡ଼ିଶା ବଜାରରେ ବିଷ ଅଣ୍ଡା। ଚୀନରୁ ଆସୁଥିବା ନକଲି ଅଣ୍ଡାକୁ ନେଇ ପଡେ଼ାଶୀ ରାଜ୍ୟ ପଶ୍ଚିମବଙ୍ଗ ପରେ ଏବେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବ୍ୟାପକ ଚର୍ଚ୍ଚା ଚାଲିଛି। ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳରେ ଏହି ଅଣ୍ଡା ବିକ୍ରି ହେଉଥିବା କଥା ଜଣାପଡ଼ିଥିବା ପରେ ରାଜ୍ୟ ଖାଦ୍ୟ କମିଶନର ବିଭିନ୍ନ ଜିଲ୍ଲାରେ ଥିବା ଅଣ୍ଡା ବ୍ୟବସାୟୀଙ୍କ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢ଼ଉ ପାଇଁ ସମସ୍ତ ଜିଲ୍ଲା ଖାଦ୍ୟ ନିରୀକ୍ଷକଙ୍କୁ ନିଦ୍ଦେର୍ଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ରାଉରକେଲାର ଡେଲିମାର୍କେଟ ଅଞ୍ଚଳରେ ଥିବା ବିଭିନ୍ନ ଅଣ୍ଡା ଦୋକାନରେ ରାଉରକେଲା ଖାଦ୍ୟ ନିରୀକ୍ଷକ ରଶ୍ମୀ ଚୌଧୁରୀ ଓ ତାଙ୍କ କର୍ମଚାରୀମାନେ ଚଢ଼ଉ କରିଥିଲେ। ଡେଲିମାର୍କେଟ ପରିବାଗଦି…

"ଚିନ୍ ରୁ ଆସୁଥିବା ନକଲି ଅଣ୍ଡାର ଯାଞ୍ଚ ଜୋରଦାର"

ଇଏସଆଇ ମଡେଲ ହସ୍ପିଟାଲରୁ ସିରିଜ ଚୋରି

ରାଉରକେଲା ୨୮/୪ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଜେଲ ରୋଡସ୍ଥିତ ଇଏସ୍ ଆଇସି ମଡେଲ ହସ୍ପିଟାଲରୁ ୩ ଜଣ ଲୁଟିଆ ଅଭିନବ ଉପାୟରେ ୮ ଜଣ ରୋଗୀଙ୍କୁ ଲୁଟ କରିଛନ୍ତି। ଆଟେଣ୍ଡାଣ୍ଟ କହି ୩ ଜଣ ଯୁବକ ହସ୍ପିଟାଲ ଭିତରେ ପଶି ୨/୩ ଘଣ୍ଟା କାଳ ରୋଗୀଙ୍କୁ ଲୁଟିନେଇ ଫେରାର ହୋଇଯିବା ଘଟଣା ହସ୍ପିଟାଲ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାତି ୧୨ଟାରୁ ୨ ମଧ୍ୟରେ ଏହି ଘଟଣା ଘଟିଛି। ରାତିରେ ସିକ୍ୟୁରିଟି ଗାର୍ଡ ଏ.କେ.ସ୍ୱାଇଁ ଡ୍ୟୁଟି କରୁଥିଲେ। ୩ ଜଣ ଯୁବକ ଆଟେଣ୍ଡାଣ୍ଟ ବୋଲି ପରିଚୟ…

"ଇଏସଆଇ ମଡେଲ ହସ୍ପିଟାଲରୁ ସିରିଜ ଚୋରି"

ଅଗଷ୍ଟ ଖଣ୍ଡାଧାର ମହୋତ୍ସବ ଉଦ୍ ଯାପିତ

ରାଉରକେଲା ୨୮/୪(ଓଡ଼ିଆ ପୁଅ/ଶିବରାମ ପାତ୍ର): କଳା ଓ ସ୍ମୃତି ଅନ୍ୟନ୍ୟ ପରିଚାୟକ ଖଣ୍ଡାଧାର ମହୋତ୍ସବ ଗତ ୨୬ ତାରିଖଠାରୁ ଆରମ୍ଭ ହୋଇ ୩ ଦିନ ଧରି ଚାଲିବା ସହିତ ମହାସମାରୋହରେ ଉଦ୍ ଯାପିତ ହୋଇଯାଇଛି। ଖଣ୍ଡାଧାର ମହୋତ୍ସବର ଉଦ୍ ଯାପନୀ ଉତ୍ସବରେ ବଣେଇ ରାଜା ସାହେବ ତଥା ମହୋତ୍ସବ କମିଟିର ବୀର କିଶୋର ଇନ୍ଦ୍ର ଦେଓଦେବଙ୍କର ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲା ପରିଷଦର ସଭାପତି ଏମା ଏକ୍କା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ବଣେଇ ବନଖଣ୍ଡର ଅଧିକାରୀ ସୁଧାଂଶୁ ଶେଖର ଖୋରା ଯୋଗଦେଇ ଖଣ୍ଡାଧାର ମହୋତ୍ସବ ଆୟୋଜିତ ହୋଇଥିବାରୁ ସେ ବେଶ୍ ଖୁସି ପ୍ରକଟ କରି…

"ଅଗଷ୍ଟ ଖଣ୍ଡାଧାର ମହୋତ୍ସବ ଉଦ୍ ଯାପିତ"

ବାଣ୍ଟିଲେ ପରିବେଶ ସୁରକ୍ଷାର ବାର୍ତ୍ତା! ସୁନ୍ଦରଗଡ଼ ଅଭିଯାତ୍ରୀଙ୍କୁ ବାଲେଶ୍ୱରରେ ସମ୍ବର୍ଦ୍ଧନା

ବାଲେଶ୍ୱର, ୨୨/୪  (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ସଡ଼କ ସୁରକ୍ଷା ଓ ପରିବେଶ ରକ୍ଷା ସମ୍ପର୍କିତ ସଚେତନତାର ବାର୍ତ୍ତା ନେଇ ବାଲେଶ୍ୱର ପହଞ୍ଚିଥିବା ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ଆଇ.ଟି.ଆଇ.ର ଏକ ସାଇକେଲ ଅଭିଯାତ୍ରୀ ଦଳଙ୍କୁ ଆଜି ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମାର୍ଚ୍ଚ ୧୦ ତାରିଖରୁ ବାହାରିଥିବା ଏହି ୭୬ଜଣିଆ ସାଇକେଲ ଅଭିଯାତ୍ରୀ ଦଳ ରାଜ୍ୟର ୨୬ଟି ଜିଲ୍ଲା ଗସ୍ତ କରି ଆଜି ବାଲେଶ୍ୱରରେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱାଗତ ସହ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରମୋଦ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ମନ୍ମଥ କୁମାର ପାଣି, ଜିଲ୍ଲା…

"ବାଣ୍ଟିଲେ ପରିବେଶ ସୁରକ୍ଷାର ବାର୍ତ୍ତା! ସୁନ୍ଦରଗଡ଼ ଅଭିଯାତ୍ରୀଙ୍କୁ ବାଲେଶ୍ୱରରେ ସମ୍ବର୍ଦ୍ଧନା"

‘ସାମାଜିକ ପରିବର୍ତ୍ତନରେ ସମସ୍ତଙ୍କ ସହଯୋଗ ଆବଶ୍ୟକ’

ରାଉରକେଲା୨୪/୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) ‘ଓଡ଼ିଶା ଷ୍ଟେଟ ଡିଜାବିଲିଟି ନେଟୱାର୍କ’ (ଓଏସଡିଏନ) ସୁନ୍ଦରଗଡ଼ ଶାଖା, ଶ୍ରଦ୍ଧା ଏବଂ ‘ଅନ୍ନଦା’ ସଂଗଠନର ମିଳିତ ଆନୁକୂଲ୍ୟରେ ବସ୍ତିଆ ଭବନଠାରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ରାଉରକେଲା ସ୍ୱାର୍ଟସିଟି ଯୋଜନାରେ ବିଭିନ୍ନ ଖୋଠାବାଡ଼ିରେ ବାଧାଶୂନ୍ୟ, ନିରାପଧ ଏବଂ ଆତ୍ମସମ୍ମାନ ରକ୍ଷା ସହ କିପରି ଭିନ୍ନକ୍ଷମ ଯା’ ଆସ ଏବଂ କାର୍ଯ୍ୟ କରିବେ ଏହାର ଅନୁଧ୍ୟାନ ପ୍ରକ୍ରିୟା ସକାଶେ (ଆକ୍ସେସେବିଲିଟି ଅଡ଼ିଟ) ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସୁଗମ୍ୟ ଭାରତ ମିଶନ ଲକ୍ଷପୂରଣ ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ ଘାଟନ ରୂପେ ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ପ୍ରଭାବ ମଲ୍ଲିକ ଯୋଗ ଦେଇଥିଲେ। ସେ କହିଲେ ସ୍ମାର୍ଟସିଟିର ଯୋଜନା ତୃଣମୂଳ…

"‘ସାମାଜିକ ପରିବର୍ତ୍ତନରେ ସମସ୍ତଙ୍କ ସହଯୋଗ ଆବଶ୍ୟକ’"