ବାସଗୃହ, ଶ୍ରମିକ କାର୍ଡ, ସ୍ୱାସ୍ଥ୍ୟବୀମା ଦାବି ନେଇ ପୌରପାଳିକା କାର୍ଯ୍ୟାଳୟ ଘେରିଲେ ଉତ୍ତ୍ୟକ୍ତ ଜନତା

ରାଉରକେଲା ୨୪/୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) ସୁନ୍ଦରଗଡ଼ ପୌରପାଳିକା ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଠିକ୍ କାର୍ଯ୍ୟକାରିତା, ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ, ପୌରପାଳିକାରେ କାର୍ଯ୍ୟରତ ଏନ୍ ଏମ୍ ଆର ଓ ଡିଏଲ୍ ଆର କର୍ମଚାରୀଙ୍କ ଦରମା ବୃଦ୍ଧି, ବାସଗୃହ, ଶ୍ରମିକ କାର୍ଡ ଓ ସ୍ୱାସ୍ଥ୍ୟସେବା ସହ ଆନୁସଙ୍ଗକି ସୁବିଧା ସୁଯୋଗ ଯୋଗାଇ ଦେବା ଦାବିରେ ଉତ୍ତ୍ୟକ୍ତ ଜନତା ବୁଧବାର ପୌରପାଳିକା କାର୍ଯ୍ୟାଳୟ ଘେରାଉ କରିଛନ୍ତି। କାଉନ୍ ସିଲ ହିମାଂଶୁ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସହରର ବିଭିନ୍ନ ୱାର୍ଡରୁ ଶତାଧିକ ମହିଳା ଓ ପୁରୁଷ ଏଥିରେ ସାମିଲ ହୋଇଥିଲେ। ଦାବିଗୁଡ଼ିକ ସମ୍ପର୍କରେ ବାରମ୍ବାର ପୌରପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ଏହି ଘେରାଉ…

"ବାସଗୃହ, ଶ୍ରମିକ କାର୍ଡ, ସ୍ୱାସ୍ଥ୍ୟବୀମା ଦାବି ନେଇ ପୌରପାଳିକା କାର୍ଯ୍ୟାଳୟ ଘେରିଲେ ଉତ୍ତ୍ୟକ୍ତ ଜନତା"

ଜାନକୀ ବାବୁ ଥିଲେ ଆଧୁନିକ ଓଡ଼ିଶାର ପ୍ରକୃତ ବିନ୍ଧାଣୀ : ଜିଲ୍ଲା କଂଗ୍ରେସ

ରାଉରକେଲା ୨୪/୪ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ ଆସାମ ରାଜ୍ୟପାଳ ଓ ବିଶିଷ୍ଟ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ତରଫରୁ ପାଳିତ ହୋଇଯାଇଛି। ଏହି ଅବସରରେ କଂଗ୍ରେସ ନେତୃବୃନ୍ଦ ଓ କର୍ମକର୍ତ୍ତାମାନେ ସକାଳ ୯ ଘଟିକା ସମୟରେ କଂଗ୍ରେସ କାର୍ଯ୍ୟାଳୟରେ ସମବେତ ହୋଇ ଜାନକୀବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧା-ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ ସଭାପତି ବିରେନ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ପିସିସି ସମ୍ପାଦକ ଗଣେଶ ପ୍ରଧାନ ଓ ସବିର ହୁସେନ…

"ଜାନକୀ ବାବୁ ଥିଲେ ଆଧୁନିକ ଓଡ଼ିଶାର ପ୍ରକୃତ ବିନ୍ଧାଣୀ : ଜିଲ୍ଲା କଂଗ୍ରେସ"

ପଥର ଖାଦାନ ଟେଣ୍ଡରକୁ ନେଇ ଗଣ୍ଡଗୋଳରେ ୬ ଗିରଫ, ୩ ଫେରାର

ରାଉରକେଲା ୨୪/୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଲାଠିକଟା ତହସିଲ କାର୍ଯ୍ୟାଳୟରେ ପଥର ଖାଦାନ ଠିକା ପ୍ରସ୍ତାବ (ଟେଣ୍ଡର)କୁ ନେଇ ଗଣ୍ଡଗୋଳ ଘଟିଛି। ଏହି ଗଣ୍ଡଗୋଳରେ ଜଣେ ଆହତ ହୋଇଥିବା ସୂଚନା ରହିଛି। ଲାଠିକଟା ଥାନା ପୁଲିସ ଏହି ଗଣ୍ଡଗୋଳ ଘଟାଇଥିବା ୬ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି କାର୍ କୁ ଜବତ କରିଛି ୩ଜଣ ଫେରାର ଅଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଲାଠିକଟା ତହସିଲ ଅନ୍ତର୍ଗତ ୩ଟି ପଥର ଖାଦାନ ଯଥା ବଲଣ୍ଡାର ଦୁଇଟି ଓ ଅସୁରଛାପଲର ଗୋଟିଏ ପଥରଖଣି ପାଇଁ ଟେଣ୍ଡର ଡାକରା ହୋଇଥିଲା। ତେବେ ଠିକା ନେବା ଆଶାୟୀମାନେ ନିର୍ଦ୍ଧାରିତ ସମୟରେ ଟେଣ୍ଡର ପେପର ସ୍ଥାନୀୟ ତହସିଲ କାର୍ଯ୍ୟାଳୟର ଜମା…

"ପଥର ଖାଦାନ ଟେଣ୍ଡରକୁ ନେଇ ଗଣ୍ଡଗୋଳରେ ୬ ଗିରଫ, ୩ ଫେରାର"

ସୀମାନ୍ତ ଅଞ୍ଚଳରେ ବଢ଼ୁଛି ଲୁଟ୍

ରାଉରକେଲା ୨୪/୪ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଅଞ୍ଜଳ ନୂଆଗାଁ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ପୁଲିସ ବିଭାଗର ନିଷ୍କ୍ରିୟତା ଯୋଗୁଁ ଉକ୍ତ ଅଞ୍ଚଳରେ ଚୋରି, ଡକାୟତି, ଲୁଟ୍ ଘଟଣା ବୃଦ୍ଧି ପାଉଛି। ଗତ ୧୨ ତାରିଖ ସନ୍ଧ୍ୟା ୭ଟାରେ ନୂଆଗାଁ ଫାଣ୍ଡିଠାରୁ ମାତ୍ର ୨୦୦ ମିଟର ଦୂର ବ୍ଲକ ରାସ୍ତାରେ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ଦୁଇଜଣ ଯୁବକ ବନ୍ଧୁକ ମୁନରେ ୨୦ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଘଟଣା ସାଧାରଣରେ ଯେତିକି ଆତଙ୍କ ସୃଷ୍ଟି କରିଛି, ତା’ଠାରୁ ଅଧବକ ପୁଲିସ ନିଷ୍କ୍ରିୟତା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଉଦ୍ ବେଗ ପ୍ରକାଶ…

"ସୀମାନ୍ତ ଅଞ୍ଚଳରେ ବଢ଼ୁଛି ଲୁଟ୍"