ଭାରତ ବନ୍ଦର ଫାଇଦା ଉଠାଇଲେ ତେଲ କଳାବଜାରୀ

ରାଉରକେଲା ୧୨-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଭାରତ ବନ୍ଦର ପ୍ରଭାବ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଦେଖିବାକୁ ମିଳିଥିଲା। ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଥିଲା ଭାରତ ବନ୍ଦର ଡାକରା। ମଙ୍ଗଳବାରଦିନ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଥିବା ପେଟ୍ରୋଲପମ୍ପ ଗୁଡ଼ିକ ବନ୍ଦ ରହିଥିଲା। ଫଳରେ ଜନସାଧାରଣ ତୈଳ ପାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅପରପକ୍ଷରେ ଭାରତ ବନ୍ଦର ଖୋଲାଖୋଲି ଫାଇଦା ଉଠାଇଥିଲେ ତେଲ କଳାବଜାରୀ କରୁଥିବା ବ୍ୟବସାୟୀ ମାନେ। ଏକ ଲିଟର ତେଲ ୧୫୦ ଟଙ୍କାରେ ବିକ୍ରି ହୋଇଥିବା ଦେଖିବାକୁ ମିଳିଥିଲା। ସହରର କିଛି ଖାକି ପୋଷାକଧାରୀ ବାବୁ ତେଲ ବିକିବାରେ ଅସାଧୁ…

"ଭାରତ ବନ୍ଦର ଫାଇଦା ଉଠାଇଲେ ତେଲ କଳାବଜାରୀ"

ରାଜ୍ୟର ସବୁ ଜାଗାରେ ପ୍ରାର୍ଥୀ ଦେବ କେଜେଡ଼ି

ରାଉରକେଲା ୧୨-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଗାମୀ ନିର୍ବାଚନରେ କୋସଲ ଜନତା ଦଳ ପ୍ରାର୍ଥୀ ଦେବ। ଉପକୂଳ ଓ ପଶ୍ଚିମାଚଂଳ ମଧ୍ୟରେ କିଛି ପ୍ରଭେଦ ରହିବ ନାହିଁ। ନଭେମ୍ବର ମାସ ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଦଳର ରାଜ୍ୟ ସଭାପତି ବୈଦନାଥ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସ୍ଥାନୀୟ ହୋଟେଲ ସୋଲାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଲେଯେ, ଲୋକ ପ୍ରତିନିଧିଙ୍କ ଉପେକ୍ଷା ନେଇ ପଶ୍ଚିମ ଓଡ଼ିଶାର ବିକାଶ ମନ୍ଥର ହୋଇଛି। ଏଥିରେ କୌଣସି ଅଂଚଳର ଲୋକଙ୍କୁ ଦୋଷ ନଦେଇ ବରଂ ସରକାରୀ ବ୍ୟବସ୍ଥାର ଅବହେଳାକୁ ଦଳ ତର୍ଜମା କରିଛି। ଏହାକୁ…

"ରାଜ୍ୟର ସବୁ ଜାଗାରେ ପ୍ରାର୍ଥୀ ଦେବ କେଜେଡ଼ି"

ଦିନ ଦିପହରେ ଓକିଲଙ୍କୁ ଛୁରା ମାଡ଼, ଅଭିଯୁକ୍ତ କୋର୍ଟ ଚାଲାଣ

ରାଉରକେଲା ୧୨-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଦିନ ଦିପହରରେ ଆକ୍ରମଣ ହୋଇଛି ଜଣେ ଆଇନଜିବୀଙ୍କୁ। ଏଥିରୁ ରାଉରକେଲାରେ ପୁଲିସ ବ୍ୟବସ୍ଥା କେତେ ସୁଦୃଢ ଏହା ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି। ଧର୍ମେନ୍ଦ୍ର ରାୟ ନାମକ ଜଣେ ଓକିଲଙ୍କୁ ଜଣେ ଯୁବକ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ପୁଲିସ ସଂପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶଯେ, ସେକ୍ଟର-୨ ବସଷ୍ଟାଣ୍ଡ ନିକଟରେ ଏହିଭଳି ଘଟଣା ଘଟିଥିଲା। ଡେଲିମାର୍କେଟ ଅଂଚଳରେ ରହୁଥିବା ଶ୍ରୀ ରାୟ ଟିକେଟ କିଣିବାକୁ ବସଷ୍ଟାଣ୍ଡ କାଉଟଂରକୁ ଯାଇଥିଲେ। ସେକ୍ଟର-୪ ଏ ବ୍ଲକରେ ରହୁଥିବା ସୋମନାଥ ମିଶ୍ର ନାମକ ଜଣେ ଯୁବକ ସେହି କାଉଂଟର ନିକଟରେ ଠିଆ…

"ଦିନ ଦିପହରେ ଓକିଲଙ୍କୁ ଛୁରା ମାଡ଼, ଅଭିଯୁକ୍ତ କୋର୍ଟ ଚାଲାଣ"

ରାଉରକେଲା ସ୍ମାର୍ଟସିଟି ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଘେନି ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଧାୟକ ଦିଲିପ ରାୟ

ଭୁବନେଶ୍ୱର, ୧୨ା୯(ଓଡ଼ିଆ ପୁଅ) : ସ୍ମାର୍ଟସିଟି ରାଉରକେଲା ଠାରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ବିଳମ୍ବ ଘେନି ବିଧାୟକ ଦିଲିପ ରାୟ କ୍ଷୋଭ ପ୍ରକାଶ କରିବା ସହିତ ରାଜ୍ୟ ସରକାର ଏ ବ୍ୟାପାରରେ ହସ୍ତକ୍ଷେପ କରି ବର୍ଷକ ମଧ୍ୟରେ ଯେପରି ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ହୁଏ ସେ ଦିଗରେ ଦୃଷ୍ଟି ଦେବାକୁ କହିଛନ୍ତି। ପ୍ରାୟ ୭ କୋଟି ଟଙ୍କା ବ୍ୟୟ ଅଟକଳରେ ରାଉରକେଲା ସିଭିଲ୍ ଟାଉନ୍ସିପ୍, ଉଦିତ୍ନଗର ଓ ପୌର ନିଗମ ନିକଟରେ ନିର୍ମିତ ହେବାକୁ ଥିବା ୬ଟି ସିଟିଜେନ୍ ଫ୍ରେଣ୍ଡଲୀ ପାର୍କ କାମକୁ ତ୍ୱରାନ୍ୱିତ କରିବା ଲାଗି ସେ କହିଛନ୍ତି। ଏହାଛଡ଼ା ୮୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ…

"ରାଉରକେଲା ସ୍ମାର୍ଟସିଟି ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଘେନି ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଧାୟକ ଦିଲିପ ରାୟ"

ବାଲିଯୋଡ଼ି ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା

ରାଉରକେଲା ୧୦-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଆସନ୍ତା ଦୁର୍ଗାପୂଜା ପାଇଁ ବାଲିଯୋଡ଼ି ଦୁର୍ଗା ପୂଜାର ପ୍ରସ୍ତୁତି ବୈଠକ ସ୍ୱପ୍ନେଶ୍ୱର କ୍ଲବ ପରିସରରେ ଡ଼ାକ୍ତର ଫକୀର ଚରଣ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ସର୍ବସମ୍ମତି କ୍ରମେ ଚଳିତ ବର୍ଷ ପାଇଁ ସଭାପତି ଭାବେ ଡ଼ାକ୍ତର ଫକୀର ଚରଣ ହୋତା ମନୋନୀତ ହୋଇଛନ୍ତି।କାର୍ଯ୍ୟକାରୀ ସଭାପତି କାହ୍ନୁ ଚରଣ ସୂତାର, ଉପସଭାପତି ଭାବେ ବିଶ୍ୱନାଥ ଦାସ, ପ୍ରଫୁଲ୍ଲ କୁମାର ସାହୁ, ସତ୍ୟେନ୍ଦ୍ର କୁମାର ଚାନ୍ଦ, ସାଧାରଣ ସମ୍ପାଦକ ଭାବେ ସୁଶାନ୍ତ କୁମାର ମହାପାତ୍ର, ସମ୍ପାଦକ ରବିନ୍ଦ୍ର କୁମାର ନାୟକ, କୋଷାଧ୍ୟକ୍ଷ ବିଦ୍ୟାଧର ରାଉତ, ସହସମ୍ପାଦକ ମୂର୍ତି ଗୈରବ ଥାପ୍ପା, ସହ-ସମ୍ପାଦକ ପୂଜା କିଶୋର ଖଟୁଆ, ସହ ସମ୍ପାଦକ ପ୍ରସାଦ ପିଟୁଂ ନନ୍ଦ,…

"ବାଲିଯୋଡ଼ି ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା"

ମଦ ସହ ବାଇକ ଜବତ: ୫ ଗିରଫ

ରାଉରକେଲା ୧୦-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଅବକାରୀ ପୁଲିସ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖରିଆବାହାଲର ଭୀମ କୁମ୍ଭାର, ସେକ୍ଟର-୧୪ର ମଙ୍ଗଳ ଭୂମିଜ, ସମ୍ଭାରୀ ଭୂମିଜ, ତୁମକେଲାର ପିଙ୍କି ଭୂମିଜ, ତୁମକେଲାର ପିଙ୍କି ଭୂମିଜ, ସେକ୍ଟର-୧୮ର ସନ୍ଦୀପ ଆନନ୍ଦ ଟପ୍ପୋ। ସେମାନଙ୍କ ଠାରୁ ୧୪୫ ଲିଟର ଦେଶୀ ମଦ, ବାଇକ ପୁଲିସ ଜବତ କରିଛି। ଇନ୍ଦପେକ୍ଟର ଏସକେ ଧଳସାମନ୍ତ, ଇନ୍ସପେକ୍ଟର ଏମକେ ସେଠୀ, ସବଇନ୍ସପେକ୍ଟର ଏସକେ ରାଉତ, ପିପି ଚୌଧୁରୀ ପ୍ରମୁଖ ଚଢାଉର ନେତୃତ୍ୱ ନେଇଥିଲେ।

"ମଦ ସହ ବାଇକ ଜବତ: ୫ ଗିରଫ"

ତେଲ ପାଇଁ ବନ୍ଦ ହେଲା ଭାରତ: ରାଉରକେଲାରେ ବନ୍ଦ ଶାନ୍ତିପୂର୍ଣ୍ଣ

ରାଉରକେଲା ୧୦-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଆଜି ତେଲ ପାଇଁ ବନ୍ଦ ରହିଥିଲା ପୁରା ଭାରତ। ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ଏହା ଏବେ ଓଡ଼ିଶା ସମେତ ସାରା ଦେଶରେ ଏକ ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟିଛି। ଆଜି କଂଗ୍ରେସ, ବାମପନ୍ଥୀ ଦଳ ସମେତ ୧୭ଟି ରାଜନେତିକ ଦଳ ଏହାକୁ ସମର୍ଥନ ଦେଇଥିଲେ। ଭାରତ ବନ୍ଦର ପ୍ରଭାବ ରାଉରକେଲାରେ ମଧ୍ୟ ଦେଖିବାକୁ ମିଳିଥିଲା। ସକାଳ ୬ଟାରୁ ଆନ୍ଦୋଳନକାରୀ ମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଥିଲେ। ସେହିପରି ସହରର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ, ସିନେମା ହଲ ବନ୍ଦ ରହିବା ସହିତ…

"ତେଲ ପାଇଁ ବନ୍ଦ ହେଲା ଭାରତ: ରାଉରକେଲାରେ ବନ୍ଦ ଶାନ୍ତିପୂର୍ଣ୍ଣ"

ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ କାର୍ଯ୍ୟ ବର୍ଷକ ଭିତରେ ସାରିବାକୁ ଦିଲିପ ରାୟଙ୍କ ଦାବି

ଭୁବନେଶ୍ୱର, ୧୦ା୯ (ଓଡ଼ିଆ ପୁଅ): ରାଉରକେଲା ନିକଟରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ କାର୍ଯ୍ୟ କେବେ ସୁଦ୍ଧା ଶେଷ ହେବ ସେଥିଘେନି ଆକଳନ କରାଯାଇପାରୁନଥିବା ବେଳେ ଏହି ସେତୁକୁ ସଂଯୋଗ କରୁଥିବା ବୀରମିତ୍ରପୁର-ରାଜାମୁଣ୍ଡା-ବାରକୋଟ୍ ରାସ୍ତାର କାର୍ଯ୍ୟ ଅଢ଼େଇ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି। ରାଉରକେଲା ନିକଟବର୍ତ୍ତୀ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁର ନିର୍ମାଣ ସହିତ ଏହାକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ସମ୍ପର୍କରେ ରାଉରକେଲା ବିଧାୟକ ଦିଲିପ ରାୟ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଉପରୋକ୍ତ ସୂଚନା ଦେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଉରକେଲା ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ବ୍ରାହ୍ମଣୀ…

"ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ କାର୍ଯ୍ୟ ବର୍ଷକ ଭିତରେ ସାରିବାକୁ ଦିଲିପ ରାୟଙ୍କ ଦାବି"

ଡମ୍ପର ଧକ୍କାରେ ଶ୍ରମିକ ମୃତ, ଚାଳକ ଫେରାର

ରାଉରକେଲା ୧୦-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) : କୋଇଡ଼ା ସ୍ଥିତ ଏରିୟନ ଲୁହା ଖଣିର ୧ ନଂ ଗେଟ ନିକଟରେ ଡମ୍ପର ଧକ୍କାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଶିବାଜୀ ଚରଣ ପାତ୍ର। ଦୁର୍ଘଟଣା ପରେ ଡମ୍ପର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ, କୋଇଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ମିଳିଥିବା ସୂଚନାଅନୁଯାୟୀ, କୋଇଡ଼ା ସ୍ଥିତ ଏରିୟନ ମାଇନିଂ ଆଣ୍ଡ ଟ୍ରେଡ଼ିଂ କମ୍ପାନୀରେ ମେକାନିକ ଭାବେ କାର୍ଯ୍ୟରତ ଶିବାଜୀ ଚରଣ ପାତ୍ର ଗତକାଲି ନିଜର ଡ୍ୟୁଟି ସାରି ସଂଧ୍ୟାରେ ଘରକୁ ଫେରୁଥିବା ବେଳେ, ଖଣିର ୧ ନଂ…

"ଡମ୍ପର ଧକ୍କାରେ ଶ୍ରମିକ ମୃତ, ଚାଳକ ଫେରାର"

ସାରନଗରୀ ଦୁର୍ଗା ପୂଜା କମିଟି ଗଠିତ

ରାଉରକେଲା ୯-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) :ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜାକୁ ମହାସମାରୋହରେ ପାଳନ କରିବା ପାଇଁ ସାରନଗରୀ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ବୈଠକ। ଅନୁଷ୍ଠିତ ସଭାରେ ନୂତନ କର୍ମକର୍ତା ଚୟନ କରାଯାଇଥିଲାା ସର୍ବସମ୍ମତି କ୍ରମେ ଚଳିତ ବର୍ଷ ନୂତନ କମିଟିର ସଭାପତି ଭାବେ ଶ୍ରୀଚରଣ ସାମଲ ମନୋନୀତ ହୋଇଥିବାବେଳେ କାର୍ଯ୍ୟକାରୀ ସଭାପତି ଭାବେ ଗୋକୁଳା ନନ୍ଦ ବେହେରା, ଉପସଭାପତି ସଂଜୟ ଦାସ (ଲାଲା), ନୀଳାଚଂଳ ନାୟକ, ଅଜୟ ପରିଡ଼ା, ଗଙ୍ଗାରାମ ଗୋପ, ଅଜୟ ମହାନ୍ତି ପ୍ରମୁଖଙ୍କୁ ଚୟନ କରାଯାଇଛି।ସାଧାରଣ ସମ୍ପାଦକ ଭାବେ ଦୀଲିପ କୁମାର ମଲ୍ଲିକ, ସମ୍ପାଦକ ଭାବେ ଗଣପତି ଦାସ ଓ ରମ୍ୟ ରଂଜନ ବିଶୋଇ, କୋଷାଧ୍ୟକ୍ଷ ଭାବେ…

"ସାରନଗରୀ ଦୁର୍ଗା ପୂଜା କମିଟି ଗଠିତ"