ତମାଖୁର ଚକ୍ରବ୍ୟୁହରେ ଯୁବପିଢୀ, ସଚେତନତା ଜରୁରୀ

ରାଉରକେଲା ୭ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ତମାଖୁ ସେବନର ଭୟାବହତା ସମ୍ବନ୍ଧରେ ସଚେତନତା ବାର୍ତ୍ତା ମଧ୍ୟ ପ୍ରେରଣ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ମାତ୍ର, ତମାଖୁର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି। ତମାଖୁର ଚକ୍ରବ୍ୟୁହରେ ପଡ଼ି ଯାଇଛନ୍ତି ଯୁବପିଢୀ। ଏଥିପାଇଁ ସତେଚତନତା ଜରୁରୀ ବୋଲି ମତପ୍ରକାଶ ପାଇଛି। ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଂଚଳରେ ତମାଖୁ ବର୍ଜନ ଦିବସ ପାଳନ ପ୍ରହସନରେ ପରିଣତ ହେଲାଭଳି ସ୍ପଷ୍ଟ ବାରି ହୋଇ ପଡୁଛି। ୨୦୧୨ ମସିହା ଜାନୁଆରୀ ୧ ତାରିଖରୁ ରାଜ୍ୟରେ ଗୁଟଖା ବନ୍ଦ କରାଯିବ ବୋଲି ନିୟମକୁ ୫ ବର୍ଷ ପୁରି ସାରିଥିଲେ ସୁଦ୍ଧା, ଏହି ନିୟମ କେବଳ କାଗଜ କଲମରେ ଚାଲୁଛି…

"ତମାଖୁର ଚକ୍ରବ୍ୟୁହରେ ଯୁବପିଢୀ, ସଚେତନତା ଜରୁରୀ"

ବିଶ୍ୱ ପରିବେଶ ଦିବସ ପାଳନ ପ୍ରହସନ! ଧ୍ୱନୀ ପ୍ରଦୂଷଣରୁ ନିସ୍ତାର ନାହିଁ

ରାଉରକେଲା ୭ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ପ୍ରତିବର୍ଷ ପରି ଚଳିତ ବର୍ଷ ଜୁନ ୫ ତାରିଖରେ ସାରା ବିଶ୍ୱରେ ପାଳିତ ହୋଇଯାଇଛି ବିଶ୍ୱ ପରିବେଶ ଦିବସ। ଓଡ଼ିଶାର ଶିଳ୍ପ ରାଜଧାନୀ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ମଧ୍ୟ ଏହି ଦିବସ ବିଭିନ୍ନ ସାମାଜିକ ସଂସ୍ଥା ପକ୍ଷରୁ ଯାକଯମକରେ ପାଳନ କରାଯିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ମାତ୍ର ଏହି ଦିବସ ପାଳନ କେବଳ କାଗଜ କଲମରେ ପାଳନ ହେଉଥିବା ସ୍ପଷ୍ଟ ବାରି ହୋଇ ପଡୁଛି। ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ରହିଛି ବିଭିନ୍ନ ଛୋଟ ବଡ କଳ କାରଖାନା। ଏହି ସବୁ କାରଖାନାରୁ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ ଦ୍ୱାରା ପରିବେଶ…

"ବିଶ୍ୱ ପରିବେଶ ଦିବସ ପାଳନ ପ୍ରହସନ! ଧ୍ୱନୀ ପ୍ରଦୂଷଣରୁ ନିସ୍ତାର ନାହିଁ"

କର୍ମଜିବୀ ମହିଳା ମାନଙ୍କ ସଚେତନତା କର୍ମଶାଳା

ରାଉରକେଲା ୭ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଏବଂ ଭାରତ ସରକାରଙ୍କ ଶ୍ରମ ବିଭାଗ ଦ୍ୱାରା ପରିଚାଳିତ ଜାତୀୟ ଶ୍ରମିକ ଶିକ୍ଷା ପ୍ରତିଷ୍ଠାନ ମିଳିତ ସହଯୋଗରେ କର୍ମଜିବୀ ମହିଳା ମାନଙ୍କ ପାଇଁ ଏକ ଦୁଇ ଦିବସୀୟ ସଚେନତା କର୍ମଶାଳା ସ୍ଥାନୀୟ ଲେବର କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ôଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ସମ୍ପାଦକ ଅରୁଣ କୁମାର ପରିଡ଼ା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରମିକ ଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷାଧିକାରୀ ନାଗାର୍ଜୁନ ରେଡ଼ି ଏହି କର୍ମଶାଳାକୁ ଉଦଘାଟନ କରି କହିଲେ ଆମ ଦେଶରେ ମହିଳା ଶ୍ରମିକ ମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଆଇନ ପ୍ରଣୟନ କରଯାଇଛି…

"କର୍ମଜିବୀ ମହିଳା ମାନଙ୍କ ସଚେତନତା କର୍ମଶାଳା"

ରାଉରକେଲାରେ ମେଡ଼ିକାଲ କଲେଜ ପ୍ରସଙ୍ଗ : ବିଜେପି, ବିଜେଡ଼ି ମଧ୍ୟରେ ରାଜନୈତିକ ଛାୟାଯୁଦ୍ଧ

ରାଉରକେଲା ୭ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ମେଡ଼ିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ପ୍ରସଙ୍ଗକୁ ନେଇ ବିଜେଡ଼ି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇ ଯାଇଛି ଛାୟାଯୁଦ୍ଧ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓରାମଙ୍କ ଏକ ବିବୃତ୍ତି ପରେ ବିଜେଡ଼ି ନେତା ପ୍ରଶାନ୍ତ ନନ୍ଦ ଏହି ପ୍ରକଳ୍ପରେ ପୁଣି ଏକ ଧୂଆଁବାଣ ଛଡ଼ା ଯାଇଥିବା ଅଭିଯୋଗ କରିଛନ୍ତି। ଆଇଜିଏଚକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ପ୍ରକଳ୍ପ ସକାଶେ ଆଉ ୧୦ କୋଟି ଟଙ୍କା ମଂଜୁର ହୋଇଛି। ଏଥିସହିତ ସେଲ ଅଧୀନସ୍ଥ ଆଇଜିଏଚ ଓ ଅନ୍ୟାନ୍ୟ ଡାକ୍ତରଖାନାରେ ଖାଲିଥିବା ପଦ ପୂରଣ ପାଇଁ ଚୁକ୍ତିଭିତ୍ତିକ ଡାକ୍ତର ନେବାକୁ ନିର୍ଦ୍ଦେଶନାମା ଇସ୍ପାତ ମନ୍ତ୍ରଣାଳୟ ଜାରି କରିଛି। ଫଳରେ ଆଇଜିଏଚକୁ…

"ରାଉରକେଲାରେ ମେଡ଼ିକାଲ କଲେଜ ପ୍ରସଙ୍ଗ : ବିଜେପି, ବିଜେଡ଼ି ମଧ୍ୟରେ ରାଜନୈତିକ ଛାୟାଯୁଦ୍ଧ"

ଫଳରେ ମିଠା ଜହର! ପଚିବା ପାଇଁ ବ୍ୟବହାର ହେଉଛି ବିଷାକ୍ତ ରାସାନିୟକ

ରାଉରକେଲା ୭ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଉରକେଲା ସମେତ ଦକ୍ଷିଣ ରାଉରକେଲାର କିଛି ଫଳ ଦୋକାନରେ ଫଳକୁ ପାଚିଲା କରିବା ପାଇଁ ରାସାନିୟକ ବ୍ୟବହାର କରୁଥିବା ଜଣାପଡ଼ିଛି। ଏହି ସବୁ ରାସାନିୟକ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ଅଟେ ବୋଲି ସାରନଗରୀ ଅଂଚଳର କିଛି ଡାକ୍ତର ମତ ଦିଅନ୍ତି। ବଜାରରେ ଯେଉଁ ଫଳ ବିକ୍ରି ହେଉଛି ତାହା କେତେ ନିରାପଦ ସେ ସଂପର୍କରେ ଖାଉଟିଙ୍କୁ ସଠିକ ସୂଚନା ଦେବାକୁ କିଛି ବ୍ୟବସ୍ଥା ନାହିଁ। କ୍ଷୀର, ଛେନା ପାଖରୁ ଆରମ୍ଭ କରି ମାଛ ଶୁଖୁଆ ପର୍ଯ୍ୟନ୍ତ ସବୁଥିରେ ମାରାତ୍ମକ ରାସାୟନିକ ଦ୍ରବ୍ୟ ମିଶା ଯାଉଥିବାବେଳେ ଆମ୍ବ, କଦଳୀ ଆଦି ଫଳ ପଚାଇ ତୁରନ୍ତ ଗ୍ରାହକଙ୍କ ଚାହିଦା…

"ଫଳରେ ମିଠା ଜହର! ପଚିବା ପାଇଁ ବ୍ୟବହାର ହେଉଛି ବିଷାକ୍ତ ରାସାନିୟକ"

ଭାବାଦର୍ଶ ସପକ୍ଷବାଦୀ ସାହିତ୍ୟ ମାନବ ସମାଜର କ୍ଷତିକାରକ

ରାଉରକେଲା ୭/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଷ୍ଟ୍ରକୁ ସୁହାଇଲା ପରି ସୃଜନକର୍ମ ଭାବାଦର୍ଶର ଶିକାର ହୋଇଥାଏ। ଏହି ଭାବାଦର୍ଶର ଏକ ଅଂଶ ହେଉଛି ବ୍ୟକ୍ତିବାଦ। ବ୍ୟକ୍ତିବାଦର ଶିକାର ହୋଇଥିବା କବି/ଲେଖକଙ୍କ ସାହିତ୍ୟ ସର୍ଜନା ଅବୈଜ୍ଞାନିକ ଓ ମାନବ ସମାଜର ଉତ୍ତରଣରେ ପ୍ରତିବନ୍ଧକ। କଲଚରାଲ ଏକାଡ଼େମୀର ମାସିକ ସାହିତ୍ୟ ଆସରରେ ‘ବ୍ୟକ୍ତିବାଦ, ଭାବାଦର୍ଶ ଓ ସାହିତ୍ୟ ସଂରଚନା’ ଶୀର୍ଷକ ଆଲୋଚନା ଚକ୍ରରେ ସୂଚନା ପ୍ରଦାନ କରିଥିଲେ ସାଧାରଣ ସମ୍ପାଦକ ଶ୍ରୀ ଅକ୍ଷୟ ସାମଲ। କଲଚରାଲ ଏକାଡ଼େମୀର ସଭାପତି ଡ. ପ୍ରଭାତ ମଲ୍ଲିକ ନିଜ ଅଭିଭାଷଣରେ ବ୍ୟକ୍ତିବାଦ ଉପରେ ଆଲୋଚନା କରି କହିଲେ ଯେ, ବିଜ୍ଞାନ ଭିତ୍ତିକ ସମାଜବାଦ ଗଠନରେ ଯେଉଁ ସାଂସ୍କୃତିକ ଭିତ୍ତିଭୂମିଟିର ଆବଶ୍ୟକତା ରହିଛି ତାହା…

"ଭାବାଦର୍ଶ ସପକ୍ଷବାଦୀ ସାହିତ୍ୟ ମାନବ ସମାଜର କ୍ଷତିକାରକ"

ବିଧବା ମହିଳାଙ୍କ ଶୌଚାଳୟ ଭାଙ୍ଗିଲେ ଲ୍ୟାଣ୍ଡଗାର୍ଡ କର୍ମଚାରୀ

ରାଉରକେଲା ୭/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଲାଲଟାଙ୍କି ବସ୍ତିରେ ରହୁଥିବା ଜଣେ ଗରିବ ବିଧବା ମହିଳା ନିଜ ଘର ନିକଟରେ ଏକ ଶୌଚାଳୟ ନିର୍ମାଣ କରିଥିଲେ। ଆରଏସପି ଲ୍ୟାଣ୍ଡଗାର୍ଡ କର୍ମଚାରୀ ମାନେ ସେଠାରେ ପହଂଚି ଶୌଚାଳୟ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ବିଧବା ମହିଳାଙ୍କ ସମେତ ସ୍ଥାନୀୟ କର୍ମଚାରୀ ମାନଙ୍କୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇ ଯାଇଥିଲା। ଶେଷରେ ଜୋର ଜବରଦସ୍ତ ଲ୍ୟାଣ୍ଡଗାର୍ଡ କର୍ମଚାରୀ ମାନେ ଶୌଚାଳୟକୁ ଭାଙ୍ଗି ଦେଇଥିଲେ। କର୍ମଚାରୀ ମାନେ ସେଠାରେ ଥିବା ମହିଳା ମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାର ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଧବା ମହିଳା ଜଣଙ୍କ ସ୍ଥାନୀୟ ପୁଲିସ ପାଖକୁ…

"ବିଧବା ମହିଳାଙ୍କ ଶୌଚାଳୟ ଭାଙ୍ଗିଲେ ଲ୍ୟାଣ୍ଡଗାର୍ଡ କର୍ମଚାରୀ"

ଆରଜିଏଚରେ ମିଳୁ ମାଗଣା ଡାଏଲିସିସ ସୁବିଧା

ରାଉରକେଲା ୭/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ସରକାରୀ ହସ୍ପିଟାଲ, ଆରଜିଏଚରେ ମାଗଣା ଡାଏଲିସିସ ସେବା ଯୋଗାଇ ଦେବାକୁ ହୋପ ଅଫ ଲାଇଫ ସଙ୍ଗଠନ ଦାବି କରିଛି। ଏହି ଅବସରରେ ସଙ୍ଗଠନର କର୍ମକର୍ତ୍ତା ଉପ ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ଶଶାଙ୍କ କବି ଶତପଥିଙ୍କୁ ଭେଟି ଦାବିପତ୍ର କରିଛି। ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ ରୋଗୀ ମାନଙ୍କୁ ମାଗଣା ଡାଏଲିସିସ ସେବା ମିଳୁଛି। ମାତ୍ର ରାଉରକେଲା ସରକାରୀ ହସ୍ପିଟାଲରେ ଏହି ସେବା ରୋଗୀ ମାନେ ନପାଇବା ଅଭିଯୋଗ ହୋଇଛି। ରାଜ୍ୟର ରାଉରକେଲା ଦ୍ୱିତୀୟ ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ପାଇଥିବା ବେଳେ, ଗରିବ ରୋଗୀମାନେ ଡାଏଲିସିସ ପାଇଁ ଘରୋଇ ହସ୍ପିଟାଲ ଉପରେ ନିଭ;ର କରୁଛନ୍ତି। ଘରୋଇ ହସ୍ପିଟାଲ…

"ଆରଜିଏଚରେ ମିଳୁ ମାଗଣା ଡାଏଲିସିସ ସୁବିଧା"

ଇସ୍ପାତ ଶ୍ରମିକଙ୍କ ମଜୁରୀ ଓ ନେସନ ଦାବିରେ ସିଆଇଟିୟୁର ବିକ୍ଷୋଭ

ରାଉରକେଲା ୬/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଇସ୍ପାତ ଶ୍ରମିକଙ୍କ ନୂତନ ମଜୁରୀ ଚୁକ୍ତିନାମା ଓ ସେଲ ପେନସନ ଦାବିରେ ବିଶ୍ରା ଛକ ଠାରେ ସିଆଟିୟୁର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ସେଲ କର୍ତ୍ତୃପକ୍ଷଙ୍କୁ ସିଆଇଟିୟୁ ପକ୍ଷରୁ ତ୍ରୀବ ବିରୋଧ କରାଯାଇଛି। ଇସ୍ପାତ ଶ୍ରମିକଙ୍କ ମଜୁରୀ ସଂକ୍ରାନ୍ତରେ ପୁରୁଣା ଚୁକ୍ତିନାମା ସରିବାର ପ୍ରାୟ ଦେଢ ବର୍ଷ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ସେଲ କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ନୂତନ ମଜୁରୀ ଚୁକ୍ତି ପାଇଁ ଗୋଟିଏ ହେଲେ ବୈଠକ ନଥିବା ସିଆଇଟିୟୁ ପକ୍ଷରୁ ଅଭିଯୋଗ କରାଯାଇଛି। ସରକାରୀ ଗାଇଡ଼ ଲାଇନ ନାଁରେ ଶ୍ରମିକ କର୍ମଚାରୀଙ୍କ ନୂତନ ମଜୁରୀ ଚୁକ୍ତିନାମାକୁ କର୍ତ୍ତୃପକ୍ଷ ଏଡାଇ ଚାଲିଛନ୍ତି। ତୁରନ୍ତ ଏ ଏନଜେସିଏସ ବୈଠକ…

"ଇସ୍ପାତ ଶ୍ରମିକଙ୍କ ମଜୁରୀ ଓ ନେସନ ଦାବିରେ ସିଆଇଟିୟୁର ବିକ୍ଷୋଭ"

ବିଭିନ୍ନ ସ୍କୁଲରେ ମୋ ସ୍କୁଲ ଅଭିଯାନ’

ରାଉରକେଲା:ମଡ଼ର୍ଣ୍ଣଇଣ୍ଡିଆସ୍ଥିତ ଶ୍ରୀ ଗାନ୍ଧି ଉଚ୍ଚ ବିଦ୍ୟାଳୟର ନେହୁରୁ କକ୍ଷରେ ଦିବା ୧୦ଘଟିକା ସମୟରେ ପ୍ରଧାନଶିକ୍ଷୟିତ୍ରୀ ଖୁଲଣା ସୁନ୍ଦରୀ ପଟେଲଙ୍କ ଅଧ୍ୟକ୍ଷତାରେ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗଗନ ବିହାରୀ ରାଉତ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଗୁରୁତ୍ୱ ଆରୋପ କରି ସମସ୍ତ ପୁରାତନ ଛାତ୍ରଚାତ୍ରୀଙ୍କୁ ଶ୍ରମ, ଅର୍ଥ ଓ ସେବା ଦାନ କରିବାକୁ ଅନୁରେଧ କରିଥିଲେ। ବିଦ୍ୟାଳୟର କମିଟି ସଦସ୍ୟ ରମେଶ ଚନ୍ଦ୍ର ଦାସ୍ ଯୋଗ ଦେଇ, ବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏଥିରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, କମିଟି ସଦସ୍ୟ ଯୋଗ ଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ…

"ବିଭିନ୍ନ ସ୍କୁଲରେ ମୋ ସ୍କୁଲ ଅଭିଯାନ’"