ଆଖି ପିଛୁଳାକେ ବ୍ୟାଙ୍କରୁ ଲୁଟିନେଲେ ଅଧା କୋଟି ପୁଲିସ ତଦନ୍ତ ଜାରି, ପିଏଲଏଫଆଇ ସମ୍ପୃକ୍ତ ସନ୍ଦେହ

ରାଉରକେଲା ୨୦/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଉରକେଲାରେ ଦିନ ଦ୍ୱିପହରରେ ସହର ମୁଖ୍ୟମାର୍ଗ ସ୍ଥିତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ଅଜଣା ଦୁବୃର୍ତ ମାନେ ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ପାଖପାଖି ଅଧାକୋଟି ଟଙ୍କା ଅର୍ଥାତ ୪୫ ଲକ୍ଷ ଟଙ୍କା। ଡକାୟତ ମାନଙ୍କର ଅଧାଘଂଟାର ଅପରେସନ ଚାଲିଥିଲା ବ୍ୟାଙ୍କ ଭିତରେ। ଉଭୟ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ମାନଙ୍କୁ ଭୟଭୀତ କରି ଡକାୟତ ମାନେ ୪୫ ଲକ୍ଷ ଧରି ଆଖି ପିଛୁଳାକେ ଛୁ ମାରିଛନ୍ତି। ଯାହାକି ସହରରେ ପୁଲିସ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ବେଳେ ସାଧାରଣରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି। ଘଟଣାସ୍ଥଳରେ ଡିଆଜି କବିତା ଜଲାନ ଓ ରାଉରକେଲା ଏସପି…

"ଆଖି ପିଛୁଳାକେ ବ୍ୟାଙ୍କରୁ ଲୁଟିନେଲେ ଅଧା କୋଟି ପୁଲିସ ତଦନ୍ତ ଜାରି, ପିଏଲଏଫଆଇ ସମ୍ପୃକ୍ତ ସନ୍ଦେହ"

ସେଦିନ ସଞ୍ଜ

– ମାନସ ରଂଜନ ପଣ୍ଡା ସେଦିନ ସଞ୍ଜ ସରିଗଲା ସିନା ସଜେଇଲା ରାତି ସପନ, ସୁଅହୀନ ମୋର ଜୀବନ ଯମୁନା ପାଇଲା ଜିଇଁବା କାରଣ। ରିକ୍ତ ରାତିର ଶୂନ୍ଯ ଶେଯକୁ ଚଂପକ ବାସ ଛୁଇଁଲା, କାହା ଆଖିପତା କଜଳରେ ପୁଣି ଏ ହାତ କବିତା ଲେଖିଲା । ହେଲା ମତୁଆଲା ମନ ମଧୁଶାଳା ସେ ହେଲା ରାଧା ମୁଁ ମୋହନ । ସୁଅହୀନ ମୋର       ଜୀବନ ଯମୁନା ପାଇଲା ଜିଇଁବା କାରଣ । ପୁଣି ସେଇ ସଞ୍ଜ ଫେରିବନି କେବେ ଏଇ ଜୀବନେ ମୁଁ ଜାଣେ, ହଜାରେ ହେନାର ଓଠ ପାଖୁଡାରେ ଫୁଟିବନି ହସ ଜାଣେ, ତଥାପି ସେଦିନ ସଞ୍ଜକୁ ନେଇ ଭୁଲିଯିବି ଯେତେ ଦହନ । ସେଦିନ ସଞ୍ଜ.          ସରିଗଲା…

"ସେଦିନ ସଞ୍ଜ"

ସୃଜନୀ ସାହିତ୍ୟ ସଂସଦର ଆଲୋଚନା ଚକ୍ର ଓ କବିତା ପାଠ

ରାଉରକେଲା ୧୯-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ସାରନଗରୀର ପୁରାତନ ତଥା ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ସୃଜନୀ ସାହିତ୍ୟ ସଂସଦ ପକ୍ଷରୁ ଏହାର କାର୍ଯ୍ୟାଳୟ ଠାରେ ଏକ ଆଲୋଚନାଚକ୍ର ଓ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଆଲୋଚନାଚକ୍ରରେ ଗାଳ୍ପିକା ଲିଳାବତୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଓ ସମ୍ମାନୀୟ ଅତିଥି ଭାବେ ଡା. ରାହାସ ବିହାରୀ ମହାପାତ୍ର, ଶଚୀନ୍ଦ୍ର ସ୍ୱାଇଁ, ରମେଶ ଚନ୍ଦ୍ର ରଥ ଓ କବି ବିଚିତ୍ରାନନ୍ଦ ଦାସ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସାଧାରଣ ସଂପାଦକ ରବୀନ୍ଦ୍ର ବେହୁରିଆ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ ଆଲୋଚନାର ବିଷୟ ବସ୍ତୁ ଉଥାପନ କରିଥିଲେ। ସ୍ୱର୍ଗତଃ ମୂରଲୀଧର…

"ସୃଜନୀ ସାହିତ୍ୟ ସଂସଦର ଆଲୋଚନା ଚକ୍ର ଓ କବିତା ପାଠ"

ମୁକ୍ତିକାନ୍ତଙ୍କ ଦୁଃସାହାସିକ ଯାତ୍ରା ନିକଟତର… ୧୨ ଦିନ ମଧ୍ୟରେ ଭେଟିବେ ପ୍ରଧାନମନ୍ତ୍ରୀଙ୍କୁ!

ରାଉରକେଲା ୧୯-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଉରକେଲାର ସେକ୍ଟର-୨ ଏକ ବସ୍ତିର ଯୁବକ ମୁକ୍ତିକାନ୍ତ ବିଶ୍ୱାଳ। ବିନା ସ୍ୱାର୍ଥରେ ମନରେ ଏକ ନୂତନ ଚିନ୍ତାଧାରା, ଉନ୍ମାଦନା ଭରି ଗତ ଏପ୍ରିଲ ୧୬ ତାରିଖରେ ରାଉରକେଲାରୁ ନୂଆଦିଲ୍ଲୀ ଆରମ୍ଭ କରିଥିଲେ ଦୁଃସାହାସିକ ପଦଯାତ୍ରା। ଲକ୍ଷ୍ୟ କେବଳ ଗୋଟିଏ। ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ରାଉରକେଲାରେ ମେଡ଼ିକାଲ କଲେଜ ହେବା ନେଇ ପ୍ରଧାନମନ୍ତ୍ରଙ୍କୁ ସାକ୍ଷାତ କରି ଅବଗତ କରାଇବେ। ରାସ୍ତାରେ ଅନେକ ବାଧାବିଘ୍ନ ଅତିକ୍ରମ କରି ସେ ରାଜଧାନୀ ଦିଲ୍ଲୀର ନିକଟତର ହେଲେଣି। ଆଉ ପ୍ରାୟ ୧୨ ଦିନ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ଆଗକୁ ନିର୍ବାଚନ…

"ମୁକ୍ତିକାନ୍ତଙ୍କ ଦୁଃସାହାସିକ ଯାତ୍ରା ନିକଟତର… ୧୨ ଦିନ ମଧ୍ୟରେ ଭେଟିବେ ପ୍ରଧାନମନ୍ତ୍ରୀଙ୍କୁ!"

ତେଜୁଛି ମହିଳାଙ୍କ ମଦବିରୋଧି ଅଭିଯାନ

ରାଉରକେଲା ୧୯-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଦେଶର କିଛି ରାଜ୍ୟ ଯେପରି ବିହାର, ଗୁଜୁରାଟ, ମଣିପୁର, କେରଳରେ ମଦ ବିକ୍ରି ସଂପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଥିବା ବେଳେ, ଓଡ଼ିଶାରେ ତାହା ବର୍ତମାନ ସୁଦ୍ଧା ସମ୍ଭବପର ହୋଇ ପାରିନାହିଁ। ଚୋରା ଓ ଅବାଧ ମଦ ବିକ୍ରି ଯୋଗୁ ପରିବାର ମଧ୍ୟରେ ଅଶାନ୍ତି, ସ୍ୱାସ୍ଥ୍ୟହାନି, ସାମାଜିକ ପ୍ରତିଷ୍ଠା ନଷ୍ଟ ହେବା ସହ ସମୟ ସମୟରେ କଥା ଥାନା ପର୍ଯ୍ୟନ୍ତ ଯାଉଛି। ମଦ ମାଫିଆ ମାନେ ଗୋଟିଏ ପଟେ ମଦ ବିକି ମାଲାମାଲ ହେଉଥିବା ବେଳେ, ମଦ ପିଉଥିବା ବ୍ୟକ୍ତି ସ୍ୱର୍ବସ୍ୱାନ୍ତ ହେଉଥିବା ସାର ହୋଇଛି। ମଦ ପ୍ରଚଳନକୁ ବନ୍ଦ କରିବା ସହ ସୁସ୍ଥ ଓ ଶୃଖଂଳିତ…

"ତେଜୁଛି ମହିଳାଙ୍କ ମଦବିରୋଧି ଅଭିଯାନ"

ବନ୍ଦୁକ ମୁନରେ ରାଉରକେଲାରେ ବ୍ୟାଙ୍କ ଡକାୟତି

ରାଉରକେଲା ୧୯/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲାର ବ୍ୟସ୍ତବହୁଳ ମୁଖ୍ୟମାର୍ଗରୁ ଆଜି ସକାଳ ୧୦ଟା ରେ ବନ୍ଦୁକ ମୁନରେ ବ୍ୟାଙ୍କ ଡକାୟତି ସ୍ଥାନିୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି। ରାଉରକେଲା ଷ୍ଟେସନ ଠାରୁ ମାତ୍ର ୫୦ ମିଟର ବ୍ୟବଧାନରେ ମଧୁସୁଦନ ମାର୍ଗ ଠାରେ ଥିବା ଇଣ୍ଡିଆନ ଓଭରସିସ୍ ବ୍ୟାଙ୍କ ଖୋଲିବାର ୫ ମିନିଟ ପରେ ପ୍ରାୟ ୮ରୁ ୧୦ ଜଣ ଲୋକ ବିଭିନ୍ନ ପ୍ରକାର ବନ୍ଦୁକ ସହିତ ବ୍ୟାଙ୍କ ମଧ୍ୟକୁ ପଶି ଆସିବା ସହିତ ଉପସ୍ଥିତ ଗ୍ରାହକ ଓ କର୍ମଚାରୀଙ୍କୁ ବନ୍ଦୁକ ମୁନରେ ଭୟଭିତ କରାଇ ମୋବାଇଲ ନେଇ ଯାଇଥିଲେ। ଏଭଳିକି ପୁରୁଷ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀଙ୍କୁ ନିସ୍ତୁକ ପିଟିଥିଲେ ଓ ଜଣେ…

"ବନ୍ଦୁକ ମୁନରେ ରାଉରକେଲାରେ ବ୍ୟାଙ୍କ ଡକାୟତି"

ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କର୍ମଶାଳା

ରାଉରକେଲା ୧୮-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ(ଏନଆଇଓଏସ) ପକ୍ଷରୁ ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କେନ୍ଦ୍ର ଶିକ୍ଷକ ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ୱାରା କର୍ମଶାଳାର ଶେଷ ଦିନରେ ଶିକ୍ଷାଦାନ ସମ୍ପର୍କୀତ ସାମଗ୍ରୀ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଶ୍ରେଣୀ ଗୃହରେ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଶୈକ୍ଷିକ ପ୍ରକ୍ରୀୟାକୁ ସମୃଦ୍ଧ ଓ ଶକ୍ତିଶାଳୀ କରିବା ପାଇଁ ଶିକ୍ଷଣ ସାମଗ୍ରୀର ଆବଶ୍ୟକତା ଏକାନ୍ତ ଅପରିହାର୍ଯ୍ୟ। ଏହାଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ବୋଧଶକ୍ତିର ଅଭିବୃଦ୍ଧି ଘଟିବା ସହିତ ଚିନ୍ତନ ଓ ଚେତନାର କ୍ରୀୟାଶୀଳତା ସୃଷ୍ଟି ହେବା ସହ ସୃଜନଶୀଳତାର ବିକାଶ ଘଟେ। ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କେନ୍ଦ୍ରର ସଂଯୋଜିକା ତଥା ପ୍ରିୟଦର୍ଶିନୀ…

"ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କର୍ମଶାଳା"

ଶ୍ରଦ୍ଧାଳୁ ବରଯାତ୍ରୀଙ୍କ ସହ ଶିବବିବାହ ସମ୍ପନ୍ନ

ରାଉରକେଲା ୧୮-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ପବିତ୍ର ଶୀତଳଷଷ୍ଠୀରେ ଉତ୍ସବମୁଖର ହୋଇ ଉଠିଛି ଦକ୍ଷିଣ ରାଉରକେଲା ଅଂଚଳ। ଦକ୍ଷିଣ ରାଉରକେଲା ଓ ସାରନଗରୀର ବିଭିନ୍ନ ମନ୍ଦିରରେ ପାରମ୍ପାରିକ ରୀତିନିତୀ ଅନୁଯାୟୀ ଶିବ ପାର୍ବତୀଙ୍କ ବିବାହ ଓ ଶୀତଳଷଷ୍ଠୀ ଉତ୍ସବ ନିମନ୍ତେ ବିଭିନ୍ନ ଅଂଚଳରେ ମହାଦେବଙ୍କ ବିବାହ ଲାଗ ଆଜିି ସଂଧ୍ୟାରେ ଶ୍ରଦ୍ଧାଳୁ ମାନେ ବରଯାତ୍ରୀ ହୋଇ ନାଚ ଗୀତର ତାଳେ ତାଳେ ବିଭିନ୍ନ ମନ୍ଦିରକୁ ଯାତ୍ରା କରିଥିଲେ। ମନ୍ଦର ଗୁଡିÿକରେ ରାତ୍ରିରେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ। ଏହି ବିବାହ ଉତ୍ସବରେ ବିଭିନ୍ନ ମନ୍ଦିର ଓ ଶୈବପୀଠ ଗୁଡିକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ପାଗ ଅନୁକୂଳ ଯୋଗୁ ବାଜା, ନାଚ,…

"ଶ୍ରଦ୍ଧାଳୁ ବରଯାତ୍ରୀଙ୍କ ସହ ଶିବବିବାହ ସମ୍ପନ୍ନ"

ଗଠନ ହେଲା ମିଶନ ରାଉରକେଲା

ରାଉରକେଲା ୧୮-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଯୁବ ସମାଜସେବୀ ବାବୁ ଖାନଙ୍କ ଉଦ୍ୟମରେ ଗଠନ ହୋଇଛି ମିଶନ ରାଉରକେଲା। ଛେଣ୍ଡ କଲୋନୀ ଓ କଳିଙ୍ଗ ବିହାର ସମେତ ଏହାର ଆଖପାଖ ଅଂଚଳରେ ରହୁଥିବା ଯୁବପିଢୀଙ୍କୁ ନେଇ ଏହି ସଙ୍ଗଠନ ଗଠନ କରାଯାଇଛି। ମିଶନ ରାଉରକେଲା ଗଠନ ହେବାର ପ୍ରଥମ ଦିନରେ କଳିଙ୍ଗ ବିହାର ସ୍ଥିତ ସେଂଟ୍ରାଲ ପାର୍କର ସଫେଇ କାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା। ପୂର୍ବତନ କାଉନସିଲର ଜର୍ଜ ଆନନ୍ଦ, ଅକ୍ଷୟ ନାୟକ, ସୋମେନ ରାଏଙ୍କ ଉପସ୍ଥିତିରେ ମିଶନ ରାଉରକେଲାର ସଦସ୍ୟ ମାନେ ସଫେଇ କାର୍ଯ୍ୟ ତଦାରଖ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଦିତ୍ୟ ବେହେରା, ସଂଗ୍ରାମ ନାୟକ, ଦ୍ୱାରିକା ନାୟକ, ପଂଟୁ ପଣ୍ଡା, ସତ୍ୟଜିତ ଷଡଙ୍ଗୀଙ୍କ ସମେତ…

"ଗଠନ ହେଲା ମିଶନ ରାଉରକେଲା"

ରାଉରକେଲା ବଣିକ ସଂଘ ନିର୍ବାଚନ ସମ୍ପନ୍ନ ଶୁଭ ସଭାପତି, ପ୍ରବୀଣ ଉପସଭାପତି

ରାଉରକେଲା ୧୮-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ବଣିକ ସଂଘର ନିର୍ବାଚନ ଶେଷ ହୋଇଛି। ଏହି ନିର୍ବାଚନ ନେଇ ପ୍ରବୀଣ ଗର୍ଗ ଓ ନରେଶ ଆର୍ୟା ନାମାଙ୍କନ ପତ୍ର ଦାଖଲ କରିଥିଲେ। ସକାଳୁ ଏହି ଦୁଇଟି ପଦବୀ ନିମନ୍ତେ ମୋଟ ୫୩୩ ଜଣ ସଦସ୍ୟ ମତଦାନ କରିଥିଲେ। ସେଥିରୁ ଚାରୋଟି ନାକଚ ହୋଇ ଯାଇଥିଲା। ମୋଟ ୫୨୯ଟି ଭୋଟରୁ ନରେଶ ଆର୍ୟା ୨୪୩ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରବୀଣ ଗର୍ଗ ୨୮୬ଟି ଭୋଟ ପାଇ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ସଭାପତି ପଦବୀରେ ଶୁଭ ପଟ୍ଟନାୟକ ନିଦ୍ଦନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଆଲୋକ ଏମ ଲୋସାଲୋକା ନିର୍ବାଚିତ…

"ରାଉରକେଲା ବଣିକ ସଂଘ ନିର୍ବାଚନ ସମ୍ପନ୍ନ ଶୁଭ ସଭାପତି, ପ୍ରବୀଣ ଉପସଭାପତି"