ବାଟେଘାଟେ : ନାଚ୍ ଗାନା, ଖାନାପିନା ସମଲପୁରୀ ପିନ୍ଧନ୍ ର ଠାଟେ

ସମ୍ବଲପୁର, ୨୪/୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ନାଚଗୀତ, ଖାଦ୍ୟପେୟ, ସାମାଜିକ-ସାଂସ୍କୃତିକ ବାର୍ତ୍ତାର ଉତ୍ସବ ‘ବାଟେଘାଟେ- ୨’ ଗତକାଲି ବିପୁଳ ଜନ ସମାଗମ ମଧ୍ୟରେ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି। ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରୁ ଶୁଭଦୀପ ଆସିବା ପରେ ପଣ୍ଡିତ ବିରଞ୍ଚି ନାରାୟଣ ପତି, ପଣ୍ଡିତ ମହେନ୍ଦ୍ର ପୁରୋହିତ ଏବଂ ପଣ୍ଡିତ ଗୋପୀନାଥ ପଣ୍ଡାଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଦେବୀ ଆବାହନ ଏବଂ ବିଧିମତେ ପୂଜା କରାଯିବା ପରେ ସମଲେଶ୍ୱରୀ ମନ୍ଦିରର ପୂଜକଗଣ ଅମ୍ବିକା ପ୍ରସାଦ ରାୟ, ପ୍ରକାଶ ରାୟ, ଯୋଗେନ୍ଦ୍ର ରାୟ, ମସ୍ତରାମ ରାୟ, ମନୋଜ ରାୟ, ସଗନ ରାୟ ଏବଂ ନିର୍ଭର ରାୟ ପ୍ରମୁଖ ୧୦୮ ଆଳତୀର ସାତୋଟି ଦୀପ…

"ବାଟେଘାଟେ : ନାଚ୍ ଗାନା, ଖାନାପିନା ସମଲପୁରୀ ପିନ୍ଧନ୍ ର ଠାଟେ"

ପ୍ରଚଣ୍ଡ ଖରା ସାଙ୍ଗକୁ ସହରର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସଙ୍କଟ

ସମ୍ବଲପୁର, ୨୪/୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) ସମ୍ବଲପୁର ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବିଭିନ୍ନ ଅଞ୍ଚଳରେ ଜଳକଷ୍ଟ ବଢ଼ିବାରେ ଲାଗିଛି। ବାରମ୍ବାର ବିଦ୍ୟୁତ ବିଭ୍ରାଟ ସାଙ୍ଗକୁ ପ୍ରଚଣ୍ଡ ରୌଦ୍ର ତାପରେ ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ପୁରାତନ ବନ୍ଧ, କଟା, ଜଳାଶୟ ପ୍ରଭୃତି ଉପେକ୍ଷିତ ଥିବାରୁ ଗାଧୋଇବା ପାଇଁ ମଧ୍ୟ ଲୋକେ ଅସୁବିଧା ଭୋଗ କରୁଛନ୍ତି। ସହରର ଦୁର୍ଗାପାଲି, ଚେରୁଆପଡ଼ା, ଷ୍ଟେସନପଡ଼ା, ତାଲଭଟ୍ଟାପଡ଼ା, ଚାରଭାଟୀ, ଚନ୍ଦନନଗର, ସାରସ୍ୱତ କଲୋନୀ, ଭତରା, କାନିଜୋରୀ ପ୍ରଭୃତି ଅଞ୍ଚଳରେ ପାନୀୟ ଜଳର ଅଭାବ ଦେଖାଦେଇଛି। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ବିତରଣ ବ୍ୟବସ୍ଥା…

"ପ୍ରଚଣ୍ଡ ଖରା ସାଙ୍ଗକୁ ସହରର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସଙ୍କଟ"

ଟ୍ରକ୍ ଓଲଟି ପଡ଼ିବାରୁ ଚାପିହୋଇ ଭାଇ-ଭଉଣୀ ମୃତ

ସମ୍ବଲପୁର, ୨୪/୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଢ଼ାଖୋଲ ସହରରେ ଥିବା ଏକ ଘରୋଇ ସ୍କୁଲରେ ପାଠ ପଢ଼ୁଥିବା ଦୁଇ କୋମଳମତି ଭାଇ-ଭଉଣୀଙ୍କୁ ଏକ ଟ୍ରକ୍ ଚାପିଦେବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଛି। ପୋଲିସ ସଂପୃକ୍ତ ଟ୍ରକ୍ କୁ ଜବତ କରି ତଦନ୍ତ ଚଳାଇଛି। ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ଉଭୟ ଶିଶୁଙ୍କ ମରଶରୀରକୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ରେଢ଼ାଖୋଲର ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ୧୦ମ ଶ୍ରେଣୀରେ ପଢ଼ୁଥିବା ଆଦ୍ୟାଶା ବେହେରା (୧୫) ଏବଂ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଭାଇ ଚିନ୍ମୟ ବେହେରା(୮)ଙ୍କ ସହ ସ୍କୁଲ ଛୁଟି ହେବାପରେ ଫରେଷ୍ଟ କଲୋନୀ ଘରକୁ ଫେରୁଥିଲେ। ହେଲେ…

"ଟ୍ରକ୍ ଓଲଟି ପଡ଼ିବାରୁ ଚାପିହୋଇ ଭାଇ-ଭଉଣୀ ମୃତ"

ଜାତୀୟ ଆଇନ ଆୟୋଗ ଏଡଭୋକେଟ ଏକ୍ଟ କୁ ସଂଶୋଧନ ପ୍ରସ୍ତାବ ଦେଇଥିବା ବିରୋଧରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ

ସମ୍ୱଲପୁର ୨୪-୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) ଜାତୀୟ ଆଇନ ଆୟୋଗ ଏଡଭୋକେଟ ଏକ୍ଟ କୁ ସଂଶୋଧନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିବା ବିରୋଧରେ ସାରା ଦେଶରେ ଆଇନଜିବୀମାନଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ମର୍ମରେ ଶୁକ୍ରବାରଦିନ ଓଡିଶା ବାର କାଉନ୍ ସିଲ ଡାକରାରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଶତାଧିକ ଓକିଲ ଏକ ବିରାଟ ରେଲିରେ ବାହାରି ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଏହି ସଂଶୋଧନ ପ୍ରସ୍ତାବକୁ ଖାରଜ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଏହି ଦାବିପତ୍ରକୁ ଗ୍ରହଣକରି କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ପାଖକୁ ପଠାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ବୋଲି ବୋଲି…

"ଜାତୀୟ ଆଇନ ଆୟୋଗ ଏଡଭୋକେଟ ଏକ୍ଟ କୁ ସଂଶୋଧନ ପ୍ରସ୍ତାବ ଦେଇଥିବା ବିରୋଧରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ"

ପ୍ରେସକ୍ଳବ ଆନୁକୂଲ୍ୟରେ ‘ବାଟେଘାଟେ-୨’

ସମ୍ବଲପୁର, ୨୧/୪ (ଓଡ଼ିଆ ପୁଅ) – ସମ୍ବଲପୁର ପ୍ରେସକ୍ଲବ ଆନୁକୂଲ୍ୟରେ ଶନିବାର ଦିନ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ଠାରେ ରିଙ୍ଗରୋଡ଼ ଉପରେ ‘ବାଟେଘାଟେ-୨’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାନଦୀ ଆଳତୀ ସାଙ୍ଗକୁ ସମ୍ବଲପୁରୀ ନୃତ୍ୟ, ଗୀତ, କବିତା, କୁଇଜ୍, ବେଶଭୂଷାର ଫେସନ ଶୋ’, ଖାଦ୍ୟପେୟ, ରଙ୍ଗୋଲି, ଚିତ୍ରାଙ୍କନ, ଫଟୋଗ୍ରାଫି, ଅନ୍ୟାନ୍ୟ ଭାଷାର ନୃତ୍ୟ, ବିଭିନ୍ନ ବାର୍ତ୍ତା ବହନ କରୁଥିବା ପ୍ରଜ୍ଞାପନ ପ୍ରଦର୍ଶନୀ କରାଯାଇଥିଲା। ବାଟେଘାଟେ -୨କୁ ବିଶିଷ୍ଟ ଗାୟକ ସ୍ୱର୍ଗତ ଫକୀର ପଟ୍ଟନାୟକଙ୍କ ନାମରେ ଉତ୍ସର୍ଗୀକୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସୁପରିଚିତ ସଂଗଠକ ଏବଂ କଳାକାର ଭାଗ ନେବେ। ଏହାର ଅବ୍ୟବହିତ ପୂର୍ବରୁ ଗୁରୁବାର ଏବଂ ଶୁକ୍ରବାର…

"ପ୍ରେସକ୍ଳବ ଆନୁକୂଲ୍ୟରେ ‘ବାଟେଘାଟେ-୨’"

ସମ୍ବଲପୁର ମହାନଗର ନିଗମର ରେକର୍ଡ଼ ସାଢେ଼ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପରିମାଣର ରାଜସ୍ୱ ଆଦାୟ

ସମ୍ବଲପୁର, ୨୪/୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର ମହାନଗର ନିଗମ ୨୦୧୬-୧୭ ଆର୍ଥିକ ବର୍ଷରେ ହୋଲଡ଼ିଂ ଟିକସ, ଟେଡ଼୍ ଲାଇସେନ୍ସ ଫି ପ୍ରଭୃତି ରାଜସ୍ୱ ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ବର୍ଷ ମହାନଗର ନିଗମ ୫ କୋଟି ୫୩ ଲକ୍ଷ ୬୮ ହଜାର ୨୭୭ ଟଙ୍କା ଆଦାୟ କରିଥିବା ବେଳେ ପୂର୍ବବର୍ଷ ଅର୍ଥାତ୍ ୨୦୧୫-୧୬ ମସିହାରେ ୩ କୋଟି ୯୯ ଲକ୍ଷ ୪୦୭୫ ଟଙ୍କା ଆଦାୟ କରିଥିଲା। ୨୦୧୬-୧୭ ଆର୍ଥିକ ବର୍ଷରେ ହୋଲିଡ଼ିଂ ଟିକସ ବାବଦକୁ ୩ କୋଟି ୪୨ ଲକ୍ଷ ୮୧ ହଜାର ୧୬ ଟଙ୍କା ୮୪ ପଇସା, ଟ୍ରେଡ଼ ଲାଇସେନ୍ସ ଫି ଆକାରରେ ୨୪ ଲକ୍ଷ ୭୮…

"ସମ୍ବଲପୁର ମହାନଗର ନିଗମର ରେକର୍ଡ଼ ସାଢେ଼ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପରିମାଣର ରାଜସ୍ୱ ଆଦାୟ"

ଟ୍ରାଫିକ୍ ଚିନ୍ତା : ନେଲସନ ମଣ୍ଡେଲା ଛକରେ ହେବ ଅତ୍ୟାଧୁନିକ ସବ-ୱେ

ସମ୍ବଲପୁର, ୨୪/୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର ସହରର ପ୍ରମୁଖ ରାସ୍ତା ଓ ଛକମାନଙ୍କ ମଧ୍ୟରୁ ଅନ୍ୟତମ କଚେରୀ ବା ଡ. ନେଲସନ ମଣ୍ଡେଲା ଛକ ଠାରେ ଏକ ଅତ୍ୟାଧୁନିକ ସବ୍ -ୱେ ନିର୍ମାଣ କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୂର୍ତ୍ତ ବିଭାଗ ଡିଜାଇନ୍ କୁ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆର ମଞ୍ଜୁର ପରେ ପ୍ରକଳ୍ପର ଟେଣ୍ଡର ସହିତ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ନିକଟରେ ପୂର୍ତ୍ତ ବିଭାଗ ସଚିବ ଭରତ ଚନ୍ଦ୍ର ପ୍ରଧାନ ସହରକୁ ଗସ୍ତରେ ଆସିଥିବା ବେଳେ ଏହି ପ୍ରକଳ୍ପ ପାଇଁ ଖସଡ଼ା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ, ଏହି ଛକର…

"ଟ୍ରାଫିକ୍ ଚିନ୍ତା : ନେଲସନ ମଣ୍ଡେଲା ଛକରେ ହେବ ଅତ୍ୟାଧୁନିକ ସବ-ୱେ"

ଅଜଣା ବାଇକ୍ ଧକ୍କାରେ ବରିଷ୍ଠ ନାଗରିକ ମୃତ

ସମ୍ବଲପୁର, ୨୪/୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସ୍ଥାନୀୟ ଅଇଁଠାପାଲି ଥାନା ଅନ୍ତର୍ଗତ ପଧାନପଡ଼ା ମୁଖ୍ୟ ଛକରେ ଗତ ରାତି ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ବରିଷ୍ଠ ନାଗରିକ ରମେଶ ଚନ୍ଦ୍ର ପଣ୍ଡାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସେ ଏକ ସାମାଜିକ ଅନୁଷ୍ଠାନରେ ଯୋଗ ଦେବା ପରେ ଏକ୍ ଜିକ୍ୟୁଟିଭ କଲୋନୀରେ ରହୁଥିବା ନିଜ ବଡ଼ଭାଇଙ୍କ ଘରକୁ ବିଶ୍ରାମ ନେବାପାଇଁ ଚାଲି ଚାଲି ଆସୁଥିଲେ। ଏହି ସମୟରେ ଏକ ବାଇକ୍ ତାଙ୍କୁ ଧକ୍କା ଦେବାରୁ ସେ ପଡ଼ିଯାଇଥିଲେ। ଆଖପାଖର ଲୋକେ ତାଙ୍କୁ ସଦର ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଆଜି ବୁର୍ଲା ମେଡ଼ିକାଲରେ ବ୍ୟବଚ୍ଛେଦ ପରେ ସ୍ଥାନୀୟ…

"ଅଜଣା ବାଇକ୍ ଧକ୍କାରେ ବରିଷ୍ଠ ନାଗରିକ ମୃତ"