ଶୀତଳଷଷ୍ଠୀ ପାଇଁ ଥାଳ ଚଢ଼ିଲା : ପାର୍ବତୀଙ୍କ ପିତାମାତା ସ୍ଥିରୀକୃତ

ସମ୍ବଲପୁର, ୨୯/୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)ଗତ ଶୁକ୍ରବାର ଦିନ ଅକ୍ଷୟ ତୃତୀୟା ଅବସରରେ ମୁଠି ମରାଯାଇ ଚାଷ କାର୍ଯ୍ୟ ପାଇଁ ଅନୁକୂଳ କରାଯାଇଥିବା ବେଳେ ସମ୍ବଲପୁରରେ ପବିତ୍ର ଶୀତଳଷଷ୍ଠୀ ଯାତ୍ରା ନିମନ୍ତେ ଥାଳ ଚଢ଼ିଛି। ସହରର ବିଭିନ୍ନ ଶିବାଳୟରେ ବିଶେଷ ପୂଜାର୍ଚ୍ଚନା ପରେ ଶୀତଳ ଷଷ୍ଠୀ ଯାତ୍ରା ନିମନ୍ତେ ଚାନ୍ଦା ଆଦାୟର ଶୁଭାରମ୍ଭ କରାଯାଇଛି। ଶିବାଳୟ ସନ୍ନିକଟ ଅଞ୍ଚଳରେ ଥାଳ ବୁଲାଯିବା ସମୟରେ ନିକଟ ଅଞ୍ଚଳ ବାସିନ୍ଦା ପୂଣ୍ୟ ସକାଶେ ଖୁସିରେ ସେଇ ଥାଳରେ ଅର୍ଥ ପ୍ରଦାନ କରିଥାନ୍ତି। ଆଜି ଦିନରେ ଷଷ୍ଠୀର ଶିବ-ପାର୍ବତୀ ବିବାହ ପାଇଁ କନ୍ୟା ପିତାମାତା ନିର୍ଣ୍ଣୟ ମଧ୍ୟ କରାଯାଏ। ମାନବ ଦମ୍ପତି ଦେବୀ ପାର୍ବତୀଙ୍କ ପିତାମାତା ସାଜି ଦେବଦେବ ମହାଦେବଙ୍କ…

"ଶୀତଳଷଷ୍ଠୀ ପାଇଁ ଥାଳ ଚଢ଼ିଲା : ପାର୍ବତୀଙ୍କ ପିତାମାତା ସ୍ଥିରୀକୃତ"

ଡିଆଇଜି ପ୍ରତୀକ୍ ମହାନ୍ତି କେନ୍ଦ୍ରକୁ ଗଲେ

ସମ୍ବଲପୁର, ୩୦/୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ସମ୍ବଲପୁରରେ ଅବସ୍ଥାପିତ ଉତରାଂଚଳ ଡିଆଇଜି ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ପ୍ରତୀକ୍ ମହାନ୍ତି କେନ୍ଦ୍ରକୁ ଡେପୁଟେସନ୍ ରେ ଯାଇଛନ୍ତି। ସେ ଆଜି ଏଠାରୁ ରିଲିଫ୍ ହେବା ଉତାରୁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପରେ ତାଲ୍ ଚେର୍ ଠାରେ ଅବସ୍ଥାପିତ ଉତର କେନ୍ଦ୍ରାଂଚଳ ଡିଆଇଜି ଜତୀନ୍ଦ୍ର କୋୟଲ୍ ଉତରାଂଚଳ ଡିଆଇଜି ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ। ଶ୍ରୀ ମହାନ୍ତି ପୋଲିସ୍ ସେବାରେ ଦକ୍ଷତା ପାଇଁ ୨ ଥର କେନ୍ଦ୍ରୀୟ ଡିସ୍କ ଓ ଅନ୍ୟାନ୍ୟ ପୁରସ୍କାର ପାଇଛନ୍ତି। ଗଞ୍ଜାମ, ଝାର୍ ସୁଗୁଡ଼ା, ସମ୍ବଲ୍ ପୁର ପ୍ରଭୃତି ଜିଲ୍ଲାରେ ଏସ୍ ପି ଭାବରେ କାର୍ଯ୍ୟ କରିଥିଲେ। ହୀରାକୁଦ୍ ନଦୀବନ୍ଧର ଇଲେକ୍ଟ୍ରୋନିକ୍ସ ସର୍ଭିଲେନ୍ସ ଓ…

"ଡିଆଇଜି ପ୍ରତୀକ୍ ମହାନ୍ତି କେନ୍ଦ୍ରକୁ ଗଲେ"

ଗାଡ଼ି ଚୋରି ରେକେଟ୍ ର ପର୍ଦ୍ଧାଫାଶ୍ – ୩୦ ଚୋରା ଗାଡ଼ି ଜବତ

ସମ୍ବଲପୁର, ୩୦/୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ସମ୍ବଲ୍ ପୁର୍ ପୋଲିସ ଆଜି ଗୋଟେ ଗାଡ଼ି ଚୋରି ରେକେଟ୍ ର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିବା ସଙ୍ଗେ ସଙ୍ଗେ ଏମାନଙ୍କ ଠାରୁ ୧୯ଟି ଗାଡ଼ିମୋଟର୍ ଜବତ୍ କରିଛି। ଏଗୁଡ଼ିକ ମଧ୍ୟରେ ଗୋଟିଏ ଟ୍ରକ୍, ୨ଟି ପାୱାର୍ ଟିଲର୍, ୬ଟା ବାଇକ୍, ଗୋଟିଏ ପିକ୍ ଅପ୍ ଭେନ୍, ଗୋଟିଏ କାର୍ ଓ ୮ଟି ବୋଲେରୋ ରହିଛି। ଏଗୁଡ଼ିକ ବିଭିନ୍ନ ସମୟରେ ସମ୍ବଲପୁର, ମୟୁରଭଞ୍ଜ ପ୍ରଭୃତି ବିଭିନ୍ନ ଜିଲ୍ଲାର ଭିନ୍ନ ଭିନ୍ନ ଥାନା ଅଂଚଳରୁ ଚୋରି ହୋଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲ୍ ପୁର୍ ଅଇଁଠାପାଲି ଥାନା ମଖନାପଡ଼ାର ରଣ୍ ଜିତ ପ୍ରସାଦ୍ (୨୮), କୋରାପୁଟ୍ ସୁନାବେଡ଼ାର ପ୍ରଦୀପ୍…

"ଗାଡ଼ି ଚୋରି ରେକେଟ୍ ର ପର୍ଦ୍ଧାଫାଶ୍ – ୩୦ ଚୋରା ଗାଡ଼ି ଜବତ"

ଉତ୍କଳ ଗୌରବ ସାସ୍କୃତିକ ପରିଷଦ ପକ୍ଷରୁ ମଧୁଜୟନ୍ତୀ

ବାଲେଶ୍ୱର,୨୮/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଉତ୍କଳ ଗୌରବ ଧୁସୂଦନ ସାଂସ୍କୃତିକ ପରିଷଦ ପକ୍ଷରୁ ୧୭୦ତମ ମଧୁବାବୁଙ୍କ ଜୟନ୍ତୀ ସ୍ଥାନୀୟ ଜେଆରସି ଭବନରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ବୈଷ୍ଣବ ଚରଣ ସାମଲ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍କଳ ଗୌରବଙ୍କ ଜୀବନାଦର୍ଶ ଓ ସ୍ୱତନ୍ତ୍ର ରାଜ୍ୟ ଗଠନରେ ତାଙ୍କର ଉଦ୍ୟମ ସମ୍ପର୍କରେ ଆଲୋଚନା କରିଥିଲେ। ରବିନାରାୟଣ ଦାଶ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କ୍ରାଳୀନ ଉତ୍କଳର ସାମଗ୍ରୀକ ବିକାଶରେ ମଧୁବାବୁଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ। ଅନୁଷ୍ଠାନର ସଭାପତି ଇଂଜିନିୟର ଧରଣୀଧର ମିଶୟ ସଭାପତିତ୍ୱ କରିଥିଲେ। ସମ୍ପାଦକ ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ବିଶ୍ୱାଳ ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଡକ୍ଟର ହରିଶ୍ଚନ୍ଦ୍ର ବେହେରା ଅତିଥିଙ୍କ…

"ଉତ୍କଳ ଗୌରବ ସାସ୍କୃତିକ ପରିଷଦ ପକ୍ଷରୁ ମଧୁଜୟନ୍ତୀ"

ସମଲେଇଗୁଡ଼ି ହୁଣ୍ଡିରୁ ୨.୨୨ଲକ୍ଷ ସଂଗୃହୀତ

ସମ୍ବଲପୁର,୨୮।୪(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ସମ୍ବଲପୁର ସମଲେଇଗୁଡ଼ିର ହୁଣ୍ଡି ଶୁକ୍ରବାର ମାସେ ଅନ୍ତରାଳରେ ଖେ।ଲାଯାଇ ୨ଲକ୍ଷ ୨୨ହଜାର ୯୦୧ଟଙ୍କା ସଂଗ୍ରହ କରାଯାଇଛି। ଶ୍ରୀ ଶ୍ରୀ ସମଲେଶ୍ୱରୀ ଟ୍ରଷ୍ଟବେ।ର୍ଡ ସଭାପତି ସଞ୍ଜୟ ବାବୁ, ସଭ୍ୟବୃନ୍ଦ ପ୍ରଫୁଲ୍ଲ ହେ।ତା, ହେମନ୍ତ ମିଶ୍ର, ବୀରେନ୍ଦ୍ର ରାୟ, ଅନିନ୍ଦିତ ଦାଶ, ଦେଓକୁମାର ଆଜମେରିଆ, ଦେବେ।ତ୍ତର ନିରୀକ୍ଷକ ପ୍ରଦୀପ ଗୁରୁ, ଟ୍ରଷ୍ଟବେ।ର୍ଡ ନିର୍ବାହୀ ଅଧିକାରୀ ଅମରେନ୍ଦ୍ର ଦାଶ, କାଯର୍ ୟାଳୟ ସହାୟକ ନୀଳାମ୍ବର ପଣ୍ଡା, ପୂର୍ବତନ କାଉନସିଲର ରାମନାରାୟଣ ପ୍ରଧାନ, ବରିଷ୍ଠ ନାଗରିକ ସୂଯର୍ ୟନାରାୟଣ ପଟ୍ଟନାୟକ, ସୁରେନ୍ଦ୍ର ନାୟକ, ପୂଜକ ଦେବେନ୍ଦ୍ର ରାୟ ଓ ପେ।ଲିସ କର୍ମଚାରୀ ସୁନନ୍ଦା ପୁରେ।ହିତଙ୍କ ଉପସ୍ଥିତିରେ ହୁଣ୍ଡି ଖେ।ଲାଯାଇଥିଲା।

"ସମଲେଇଗୁଡ଼ି ହୁଣ୍ଡିରୁ ୨.୨୨ଲକ୍ଷ ସଂଗୃହୀତ"

ମହିଳାଙ୍କ ଆତ୍ମହତ୍ୟା

ସମ୍ବଲପୁର, ୨୮/୪(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) ସ୍ଥାନୀୟ ମୁଦିପଡ଼ା ଦେଉଲବନ୍ଧରେ ବାସ କରୁଥିବା ଜଣେ ବିବାହିତା ମହିଳା ବେକରେ ଫାସ ପକାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ପାରିବାରିକ ଅଶାନ୍ତି ଯୋଗୁଁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ସକାଶେ ପଠାଇଛି।

"ମହିଳାଙ୍କ ଆତ୍ମହତ୍ୟା"

ଗୋଲବଜାର କ୍ଷତିଗ୍ରସ୍ତଙ୍କୁ ଶୀଘ୍ର ମିଳିବ ସାହାଯ୍ୟ ରାଶି

ସମ୍ବଲପୁର, ୨୮/୪(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) ଗୋଲବଜାର ଅଗ୍ନିକାଣ୍ଡରେ ହୋଇଥିବା କ୍ଷତି ବାବଦରେ ବ୍ୟବସାୟୀମାନଙ୍କୁ ଅନୁକମ୍ପାମୂଳକ ସାହାଯ୍ୟ ସ୍ୱରୂପ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୧ ଲକ୍ଷ ୩୦ ହଜାର ଟଙ୍କା ତୁରନ୍ତ ସମ୍ବଲପୁର ଜିଲ୍ଲାପାଳଙ୍କୁ ପ୍ରଦାନ ନିମନ୍ତେ ଆଜି ନିର୍ଦ୍ଦେଶ ଦିଆଯାଇଛି।

"ଗୋଲବଜାର କ୍ଷତିଗ୍ରସ୍ତଙ୍କୁ ଶୀଘ୍ର ମିଳିବ ସାହାଯ୍ୟ ରାଶି"

ଶୀତଳଷଷ୍ଠୀ ସମନ୍ୱୟ ସମିତି ଭେଟିଲା ଆଇନ ଓ ପର୍ଯ୍ୟଟନ ତଥା ସଂସ୍କୃତି ମନ୍ତ୍ରୀଙ୍କୁ

ସମ୍ବଲପୁର, ୨୮/୪(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ ସମିତିର ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ୱରରେ ଆଇନ ମନ୍ତ୍ରୀ ଅରୁଣ ସାହୁ ଏବଂ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ସମ୍ବଲପୁର ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଏବଂ ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ମଧ୍ୟ ଥିଲେ। ଶୀତଳଷଷ୍ଠୀ ଯାତ୍ରା ସକାଶେ ରାଜ୍ୟ ଦେବୋତ୍ତର ବିଭାଗ ଅର୍ଥ ସାହାଯ୍ୟ ପ୍ରଦାନ କରୁଥିବାରୁ ସମନ୍ୱୟ ସମିତି ପକ୍ଷରୁ ସରକାରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯିବା ସହିତ ଚଳିତ ବର୍ଷ ଗତ ବର୍ଷ ତୁଳନାରେ ବର୍ଦ୍ଧିତ ହାରରେ ଅନୁଦାନ ରାଶି ପ୍ରଦାନ…

"ଶୀତଳଷଷ୍ଠୀ ସମନ୍ୱୟ ସମିତି ଭେଟିଲା ଆଇନ ଓ ପର୍ଯ୍ୟଟନ ତଥା ସଂସ୍କୃତି ମନ୍ତ୍ରୀଙ୍କୁ"

ନିଖୋଜ ବାଳକର ଶବ ମିଳିଲା ଉତ୍ତେଜନାରେ ରାସ୍ତାରୋକ

ସମ୍ବଲପୁର, ୨୮/୪(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସ୍ଥାନୀୟ ପଣ୍ଡିତ ଲକ୍ଷ୍ମୀନାରାୟଣ ଲେନ୍ ପଛପଟ ନର୍ଦ୍ଧମାରୁ ଆଜି ଏକ ନିଖୋଜ ବାଳକର ଶବ ମିଳିଛି। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ସହ ଲୋକେ ଲକ୍ଷ୍ମୀନାରାୟଣ ମିଶ୍ର ପ୍ରତିମୂର୍ତ୍ତି ନିକଟରେ ରାସ୍ତାରୋକ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଯାତାୟତରେ ଗୁରୁତର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ବାହାଲପଡ଼ା ଅଞ୍ଚଳର ଛଅ ବର୍ଷ ବୟସ୍କ ବାଳକ କାଦିର ଖାନ୍ ଗତ ମଙ୍ଗଳବାର ଦିନଠାରୁ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ଖୋଜି ପାଉନଥିଲେ। ଆଜି ସକାଳେ ନଗର ନିଗମର ସଫେଇ କର୍ମଚାରୀ ନର୍ଦ୍ଧମା ସଫା କରୁଥିବା ସମୟରେ ଏକ ବସ୍ତାରେ ଗୁଡ଼ା ହୋଇଥିବା ଅବସ୍ଥାରେ ବାଳକର ଶବକୁ ଠାବ…

"ନିଖୋଜ ବାଳକର ଶବ ମିଳିଲା ଉତ୍ତେଜନାରେ ରାସ୍ତାରୋକ"

ଓଡ଼ିଶା ସାଂସ୍କୃତିକ ସମାଜ ନୂତନ କର୍ମକର୍ତ୍ତା ଶଙ୍କର ପତି ସଭାପତି, ବେ।ଧରାମ ଦାଶ ସମ୍ପାଦକ

ସମ୍ବଲପୁର,୨୭/୪(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ସାଂସ୍କୃତିକ ସମାଜ ସଭାପତି ପଣ୍ଡିତ ବିରଞ୍ଚି ନାରାୟଣ ପତିଙ୍କ ଅଧ୍ୟକ୍ଷତାରେ ସାଧାରଣ ପରିଷଦ ବୈଠକ ଓ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହେ।ଇଯାଇଛି। ପ୍ରାରମ୍ଭରେ ସମ୍ପାଦକ ସରେ।ଜ ଦାଶ ଦ୍ୱିବାର୍ଷିକ ବିବରଣୀ ଉପସ୍ଥାପନ କରି ସଭାସମିତି ବ୍ୟତୀତ ନୂତନ କାଯର୍ ୟକ୍ରମ ସହ ସର୍ବମେ।ଟ ୭୯ଟି କାଯର୍ ୟକ୍ରମ ହେ।ଇଥିବା ସୂଚନା ଦେଇଥିଲେ। ସାଧାରଣ ପରିଷଦ ବୈଠକରେ ସଭ୍ୟମାନଙ୍କ ମତାମତ ପରେ ସଭ୍ୟ ଡ଼. ବିଜୟ କୁମାର ପ୍ରଧାନ ଓ ସଞ୍ଜୟ ମିଶ୍ର ନିର୍ବାଚନ ପରିଚାଳନା କରିଥିଲେ। ସର୍ବସମ୍ମତିକ୍ରମେ ୨୦୧୭-୧୯ ପାଇଁ ପ୍ରଫେସର ଶଙ୍କର ପ୍ରସାଦ ପତି ସଭାପତି ମନେ।ନୀତ ହେ।ଇଥିବାବେଳେ ଡ଼. ମୀନକେତନ ପାଠୀ ଓ ନରେନ୍ଦ୍ର…

"ଓଡ଼ିଶା ସାଂସ୍କୃତିକ ସମାଜ ନୂତନ କର୍ମକର୍ତ୍ତା ଶଙ୍କର ପତି ସଭାପତି, ବେ।ଧରାମ ଦାଶ ସମ୍ପାଦକ"