ଜଳସମ୍ପଦ ବିଶେଷଜ୍ଞ ଜପାମାଳୀ ପୂଜାରୀ ଆଉ ନାହାନ୍ତି

ସମ୍ବଲପୁର, ୧୫ା୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ବିଶିଷ୍ଟ ଜଳସମ୍ପଦ ବିଶେଷଜ୍ଞ ତଥା ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ଜପାମାଳୀ ପୂଜାରୀଙ୍କ ଗତ ୧୦ ତାରିଖ ଦିନ ଭୁବନେଶ୍ୱର ଏକ ହସପିଟାଲରେ ପରଲେ।କ ହେ।ଇଯାଇଛି। ମୃତ୍ୟୁ ବେଲକୁ ତାଙ୍କୁ ୮୩ ବର୍ଷ ବୟସ ହେ।ଇଥିଲା। ସ୍ଥାନୀୟ ରାଜଘାଟରେ ତାଙ୍କ ଅନ୍ତେଷ୍ଟି ସମ୍ପର୍ଣ୍ଣ ହେ।ଇଥିଲା। ତାଙ୍କ ପୁତ୍ର ଇଂ. ସୁଶାନ୍ତ କୁମାର ପୂଜାରୀଙ୍କ ସହିତ ଇଂ ମାନଭଞ୍ଜନ ବେହେରା, ଡା. କାଞ୍ଚନ ରାୟ, ବରିଷ୍ଠ ଆଇନଜୀବୀ ମାଧବଚନ୍ଦ୍ର ପଣ୍ଡା, ଡା. ବିଶ୍ୱଜିତ ମିଶ୍ର, ମହେନ୍ଦ୍ର କୁମାର ପୂଜାରୀ, ବୀରଜାକାନ୍ତ ପାଣିଗ୍ରାହୀ, ଇଂ. ଶ୍ରୀକୃଷ୍ଣ ମାଝୀଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସ୍ୱର୍ଗତ ପୂଜାରୀ ରେଭେନ୍ସା କଲେଜିଏଟ୍…

"ଜଳସମ୍ପଦ ବିଶେଷଜ୍ଞ ଜପାମାଳୀ ପୂଜାରୀ ଆଉ ନାହାନ୍ତି"

ଦୀପକ ପଣ୍ଡାଙ୍କ ରଚିତ ସମ୍ବଲପୁର ଇତିହାସ ଏମସିଏଲ ସିଏମଡ଼ିଙ୍କ ଦ୍ୱାରା ଉନ୍ମୋଚିତ

ସମ୍ବଲପୁର, ୧୫/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ଶନିବାରଦିନ ଅପରାହ୍ନରେ ବୁର୍ଲା ସ୍ଥିତ ମହାନଦୀ କୋଇଲା କମ୍ପାନୀ ମୁଖ୍ୟାଳୟର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅନୀଲ କୁମାର ଝାଙ୍କ ପ୍ରକୋଷ୍ଠରେ ଏମସିଏଲର ସମସ୍ତ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ସମ୍ବଲପୁର ପ୍ରେସ କ୍ଲବର ସଭାପତି ଦୀପକ କୁମାର ପଣ୍ଡାଙ୍କ ଦ୍ୱାରା ରଚିତ ‘ସମ୍ବଲପୁର ଇତିହାସ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଯେଉଁଥିରେ ଦ୍ୱିତୀୟ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ସମ୍ବଲପୁରର ଇତିହାସ ଧାରାବାହିକ ଭାବରେ ବର୍ଣ୍ଣନା କରାଯାଇଛି। ଏହି ଅବସରରେ ବୈଷୟିକ ପରିଚାଳନା ନିର୍ଦ୍ଦେଶକ ଜେ.ପି.ସିଂହ, କାର୍ମିକ ନିର୍ଦ୍ଦେଶକ ଲୀଳାନନ୍ଦ ମିଶ୍ର, ମୁଖ୍ୟ ସତର୍କତା ଅଧିକାରୀ (ଆଇଆରପିଏଫ) ମୁନାବର ଖୁର୍ସିଦ, ଯୋଜନା ଓ ପରିଯୋଜନା ବୈଷୟି୍କ ନିର୍ଦ୍ଦେଶକ ଓ.ପି.ସିଂ, ଏହି ପୁସ୍ତକର ଲେଖକ…

"ଦୀପକ ପଣ୍ଡାଙ୍କ ରଚିତ ସମ୍ବଲପୁର ଇତିହାସ ଏମସିଏଲ ସିଏମଡ଼ିଙ୍କ ଦ୍ୱାରା ଉନ୍ମୋଚିତ"

ସଫଲ ଆଉଟଲେଟ ସମ୍ବଲପୁରରେ ଉଦ୍ଘାଟିତ

ସମ୍ବଲପୁର, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ମଦର ଡ଼େରୀ ଫ୍ରୁଟ ଏଣ୍ଡ ଭେଜିଟେବଲ୍ ଲିମିଟେଡ଼ର ପୂର୍ଣ୍ଣ ସହଯୋଗୀ ଏନଡ଼ିଡ଼ିବିର ଫ୍ରୁଟ ଏଣ୍ଡ ଭେଜିଟେବଲ ଉପକ୍ରମ ‘ସଫଲ’ ପକ୍ଷରୁ ସମ୍ବଲପୁରରେ ଏହାର ରିଟେଲ ଆଉଟଲେଟ ଖୋଲାଯାଇଛି। ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ସଫଲର ଆଉଟଲେଟକୁ ସମ୍ବଲପୁର ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଆଜି ଉଦ୍ଘାଟନ କରିଛନ୍ତି। ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ସଞ୍ଜୀବ ଆରୋରା, ମଦର ଡ଼େରୀ ଫ୍ରୁଟ ଏଣ୍ଡ ଭେଜିଟେବଲ ପ୍ରାଇଭେଟ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ଖାନା, ଏନ୍ଡ଼ିଡ଼ିବିର ଚେୟାରମେନ ଦିଲ୍ଲୀପ ରଥ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ସତେଜ ଫଳ, ପନିପରିବା, ଧାରା ଖାଇବା ତେଲ ଏବଂ ବିଭିନ୍ନ ଦୁଗ୍ଧଜାତ ଉତ୍ପାଦନ…

"ସଫଲ ଆଉଟଲେଟ ସମ୍ବଲପୁରରେ ଉଦ୍ଘାଟିତ"

ଶ୍ରେୟସ ମୃତ୍ୟୁ ଘଟଣାର ତଦନ୍ତ କରି ପୋଲିସ ବିଶାଖାପାଟଣା ଫେରିଲା

ବାମରା, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡ଼ପୋଷର ଶୈଳେସ କେଶରୱାନୀଙ୍କ ପୁଅ ଶ୍ରେୟସ (୧୬) ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଶ୍ରୀଚୈତନ୍ୟ କଲେଜରେ ପଢ଼ୁଥିବା ବେଳେ ସହପାଠୀମାନଙ୍କ ର୍ୟାଗିଂରେ ମୃତ୍ୟୁ ଘଟିଛି। ଶନିବାର ଏହି ଘଟଣାରେ ବିଶାଖାପାଟଣା ପୋଲିସ ଗଡ଼ପୋଷ ପହଞ୍ଚି ତଦନ୍ତ କରି ଫେରିଯାଇଛି। ଆନ୍ଧ୍ର ପୋଲିସର ଏହି ଟିମ୍ ଶନିବାର ରାଉରକେଲାରୁ ଅପରାହ୍ନ ୧ଟାରେ ଗୋବିନ୍ଦପୁର ଥାନାରେ ପହଞ୍ଚି ଥିଲା। ସେଠାରୁ ସ୍ଥାନୀୟ ପୋଲିସ ସହ ଯାଇ ସାଢ଼େ ୩ଟାରେ ଶ୍ରେୟସଙ୍କ ଘର ଗଡ଼ପୋଷରେ ପହଞ୍ଚିଥିଲା। ପ୍ରାୟ ୩ ଘଣ୍ଟା ଧରି ପିଏମ ପାଲାମ ଥାନା ଆଇଆଇସି କେ. ଲକ୍ଷ୍ମଣ ମୂର୍ତ୍ତିଙ୍କ ସମେତ ୫ ଜଣିଆ ତଦନ୍ତକାରୀ ଟିମ୍…

"ଶ୍ରେୟସ ମୃତ୍ୟୁ ଘଟଣାର ତଦନ୍ତ କରି ପୋଲିସ ବିଶାଖାପାଟଣା ଫେରିଲା"

ନ୍ୟାୟ ପାଇଁ ଭିକ୍ଷାଥାଳ ଧରିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ସମ୍ବଲପୁର, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା):  – ବିଭିନ୍ନ ଦାବି ନେଇ ଆନ୍ଦୋଳନରତ ୧୦୮ ଆମ୍ବୁଲାନ୍ସ ସାର୍ଭିସ କର୍ମଚାରୀ ୟୁନିୟନ ଆଜି ଏଠାରେ ଦାବିପ୍ରତି ଦୃଷ୍ଟି ଆକର୍ଷଣ ସକାଶେ ଭିକ୍ଷା ଅଭିଯାନ କରିଛି। ୟୁନିୟନର ସଦସ୍ୟମାନେ ଗତ ମାସ ୨୦ ତାରିଖ ଠାରୁ ସ୍ଥାନୀୟ ଆରଡ଼ିସି ଅଫିସ ସମ୍ମୁଖରେ ଧାରଣା ଆରମ୍ଭ କରିଥିଲେ। ଓଭରଟାଇମ୍ ପ୍ରାପ୍ୟ, ଖାଦ୍ୟ ଭତ୍ତା, ଆମ୍ବୁଲାନ୍ସ ସେବାର ଆଉଟସୋର୍ସ କମ୍ପାନୀକୁ ଅନ୍ତର କରିବା, ଏହି ଆମ୍ବୁଲାନ୍ସ ସେବାକୁ ଓଡ଼ିଶାରୁ ସଂଚାଳନ କରାଯିବା ପ୍ରଭୃତି ବିଷୟ ଏହି ଦାବି ତାଲିକାରେ ଅନ୍ତର୍ଭୁକ୍ତ ରହିଛି। ଗତ ଜାନୁଆରୀ ୪ ତାରିଖ ରାତି ଏହି ଆନ୍ଦୋଳନକୁ ବେଆଇନ ଘୋଷଣା କରାଯାଇଥିଲା ଏବଂ ପୋଲିସ ଏସ୍ମା ବଳରେ ଧାରଣାସ୍ଥଳରୁ…

"ନ୍ୟାୟ ପାଇଁ ଭିକ୍ଷାଥାଳ ଧରିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ"

ପୁଚି ଖେଳିବା ବେଳେ ୧୦ ଛାତ୍ରୀ ଅଚେତ

ସମ୍ବଲପୁର, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ବଡ଼ସାହିର ଉନ୍ନୀତ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଚାଲିଥିବା ବେଳେ ଶନିବାର ଅପରାହ୍ନ ୨ଟାରେ ଅଘଟଣ ଘଟିଛି। ପୁଚି ଖେଳରେ ଭାଗ ନେଇଥିବା ୧୦ ଜଣ ଛାତ୍ରୀ ଅଚେତ ହୋଇ ଯାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ, ଅଭିଭାବକ ପାଣି ଛିଞ୍ଚିବା ପରେ ୭ ଜଣଙ୍କ ଚେତା ଫେରିଥିଲା। ତେବେ ଜ୍ୟୋତି ମିର୍ଦ୍ଧା (୧୩), ଅଭିଯାତ୍ରୀ ମିର୍ଦ୍ଧା (୧୨) ଓ ପ୍ରିୟଙ୍କା କିଷାନ (୧୧)ଙ୍କୁ ଜିଲ୍ଲା ସଦର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ସେମାନଙ୍କୁ ଶିଶୁ ୱାର୍ଡ଼ରେ ଭର୍ତ୍ତି କରାଯାଇଛି। ପ୍ରିୟଙ୍କାଙ୍କ ଅବସ୍ଥାରେ ସୁଧାର ଆସିଥିବା ବେଳେ ଅନ୍ୟ ୨ ଜଣଙ୍କୁ କ୍ୟାବିନରେ ଚିକିତ୍ସା…

"ପୁଚି ଖେଳିବା ବେଳେ ୧୦ ଛାତ୍ରୀ ଅଚେତ"

ସମ୍ବଲପୁର ପୁସ୍ତକମେଳାରେ ଏଥର ୧୬୦ ଷ୍ଟଲ : ପ୍ର. ମୀନକେତନ ପୁରୋହିତ ପାଇବେ ସେତୁ ସମ୍ମାନ

ସମ୍ବଲପୁର, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ସମ୍ବଲପୁରର ବୌଦ୍ଧିକ ଅନୁଷ୍ଠାନ ‘ସେତୁ’ ପକ୍ଷରୁ ‘ବିଂଶତିତମ ସମ୍ବଲପୁର ପୁସ୍ତକ ମେଳା’ ଆସନ୍ତା ଜାନୁଆରୀ ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ଅଇଁଠାପାଲିସ୍ଥିତ ବିର୍ସା ମଇଦାନରେ ଆୟୋଜିତ ହେବ। ଏ ବର୍ଷ ୧୬୦ଟି ଷ୍ଟଲରେ ରାଜ୍ୟ ତଥା ରାଜ୍ୟ ବାହାରର ଅନୁଷ୍ଠାନ – ପୁସ୍ତକ ବିକ୍ରେତା, ବିତରକ, ପ୍ରକାଶକ, ଆଧ୍ୟାତ୍ମିକ ସଂସ୍ଥା, ଶିକ୍ଷା ପ୍ରତିଷ୍ଠାନ, ବ୍ୟାଙ୍କ ଆଦି ଆଂଶଗ୍ରହଣ କରିବେ ବୋଲି ‘ସେତୁ’ ସଭାପତି ଡା. ରମାବଲ୍ଲଭ ମିଶ୍ର ଶନିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଉଦ୍ଘାଟନୀ ଓ ଉଦ୍ୟାପନୀ ଦିବସ ବ୍ୟତିରେକ ପ୍ରତ୍ୟହ ସଂଧ୍ୟାରେ ସାଂପ୍ରତିକ ବିଷୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ପୁସ୍ତକମେଳାର ‘ମୁଖ୍ୟ ତୋରଣ’ ଓ ‘ସଭାମଞ୍ଚ’…

"ସମ୍ବଲପୁର ପୁସ୍ତକମେଳାରେ ଏଥର ୧୬୦ ଷ୍ଟଲ : ପ୍ର. ମୀନକେତନ ପୁରୋହିତ ପାଇବେ ସେତୁ ସମ୍ମାନ"

ହୀରାକୁଦ ବନ୍ଧର ପ୍ରତିଷ୍ଠା ଦିବସ

ବୁର୍ଲା, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ହୀରାକୁଦ ବନ୍ଧର ପ୍ରତିଷ୍ଠା ଦିବସ ଔପଚାରିକ ଭାବେ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟ ବନ୍ଧ କର୍ତ୍ତୃପକ୍ଷ ବନ୍ଧ ନିର୍ମାଣ ସମୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ନିର୍ମତ ଶହୀଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ଅଧୀକ୍ଷଣ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ପୂର୍ବରୁ ବନ୍ଧ ବିଭାଗରେ ୧୧୭୫ ଜଣ କର୍ମଚାରୀ ଥିଲେ। କିନ୍ତୁ ଏବେ ମାତ୍ର ୨୫୦ କର୍ମଚାରୀ ଅଛନ୍ତି।

"ହୀରାକୁଦ ବନ୍ଧର ପ୍ରତିଷ୍ଠା ଦିବସ"

ଷ୍ଟୁଡ଼େଣ୍ଡ ଟ୍ରାଫିକ୍ ଭଲେଣ୍ଟିୟର ସ୍କଲାରସିପ ସ୍କିମ୍ ଉଦ୍ଘାଟିତ

ସମ୍ବଲପୁର, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ସମ୍ବଲପୁରରେ ଶନିବାର ଉଦଘାଟିତ ହୋଇଛି ବିଦ୍ୟାର୍ଥୀ ଟ୍ରାଫିକ ସ୍ୱେଚ୍ଛାସେବୀ ବୃତ୍ତି ଯୋଜନା (ଏସ୍‌ଟିଭିଏସ୍‌ଏସ୍‌)। ରିଜର୍ଭ ପୁଲିସ ଲାଇନର ପୁଲିସ କମ୍ୟୁନିଟି ସେଣ୍ଟରରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡି. ଭେଙ୍କଟ ସ୍ୱାମୀ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଆଇଜି ସୁଶାନ୍ତ କୁମାର ନାଥ, ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳସଚିବ ଏସ୍‌. ଥାଙ୍କପାନ, ଏସ୍‌ପି ସଂଜୀବ ଆରୋରା, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ମାଝି, ଅତିରିକ୍ତ ଏସ୍‌ପି ଅମରେନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁର, ବୁର୍ଲା ଓ ହୀରାକୁଦର ବିଭିନ୍ନ କଲେଜର ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ପଞ୍ଜିକୃତ କରି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ତନ୍ମଧ୍ୟରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ନେତାଜୀ ସୁଭାଷ…

"ଷ୍ଟୁଡ଼େଣ୍ଡ ଟ୍ରାଫିକ୍ ଭଲେଣ୍ଟିୟର ସ୍କଲାରସିପ ସ୍କିମ୍ ଉଦ୍ଘାଟିତ"

ଏଲ୍ଇଡି ଲାଇଟ୍ ପ୍ରକଳ୍ପର ଶୁଭାରମ୍ଭ

ସମ୍ବଲପୁର, ୧୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ଏଣୁ ଏଣିକି ସମ୍ବଲପୁର ମହାନଗର ଏଲ୍ଇଡିର ସ୍ୱଚ୍ଛ ଆଲୋକରେ ଝଲସିବ। ଏଥିପାଇଁ ଆଜି ଶାନ୍ତିନଗରରେ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରହୀ, ଏସ୍ଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି, ଜିଲ୍ଲାପାଳ ସମର୍ଥ ବର୍ମା, ନିଗମ କମିଶନର ବିମଳେନ୍ଦୁ ରାୟଙ୍କ ସହ ବହୁ ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତିରେ ଶାନ୍ତିନଗରରେ ଏହି ପ୍ରକଳ୍ପକୁ ଉଦ୍ଘାଟନ କରାଯାଇଥିଲା। କମିଶନର ଶ୍ରୀ ରାୟଙ୍କ ସୂଚନା ଅନୁଯାୟୀ ପ୍ରଥମ ଦଫାରେ ନିଗମରେ ପ୍ରାୟ ୫ ହଜାର ଏଲ୍ଇଡି ଲାଇଟ ଲଗାଯିବ। ଏଥିପାଇଁ ପ୍ରାୟ ୩.୬ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି। ପର୍ଯ୍ୟାୟକ୍ରମେ ବୁର୍ଲା, ହୀରାକୁଦ ସହ ନିଗମରେ ସାମିଲ ହୋଇଥିବା ୧୨ଟି…

"ଏଲ୍ଇଡି ଲାଇଟ୍ ପ୍ରକଳ୍ପର ଶୁଭାରମ୍ଭ"