ଜିଏମୟୁ କ୍ୟାମ୍ପସରେ ବହୁମୁଖୀ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ରାଜ୍ୟ ସରକାରଙ୍କୁ ଦିଆଗଲା ପ୍ରସ୍ତାବ

ସମ୍ବଲପୁର, ୨୦/୮ (ଓଡ଼ିଆ ପୁଅ) – ୧୯୪୪ ମସିହାରେ ସମ୍ବଲପୁର କଲେଜ ଭାବେ ସ୍ଥାପିତ ଏବର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୬ ହଜାରରେ ପହଞ୍ଚିଛି। ଆଗକୁ ନୂଆ ନୂଆ ବିଷୟରେ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ଯୋଗାଇଦେବା ସକାଶେ ଏକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପ ପାଇଁ ଇତିମଧ୍ୟରେ ଡିଜାଇନ ଓ ବ୍ୟୟ ଅଟକଳ ଚୂଡ଼ାନ୍ତ ହେବା ସହିତ ଏହା ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ଏହି କ୍ରୀଡ଼ା କମ୍ପ୍ଲେକ୍ସ ପ୍ରକଳ୍ପ ପାଇଁ ବିଶ୍ୱବିଦ୍ୟାଳୟ…

"ଜିଏମୟୁ କ୍ୟାମ୍ପସରେ ବହୁମୁଖୀ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ରାଜ୍ୟ ସରକାରଙ୍କୁ ଦିଆଗଲା ପ୍ରସ୍ତାବ"

ସମ୍ବଲପୁରୀ ହସ୍ତତନ୍ତ ପିନ୍ଧି ରାମ୍ପ୍ ରେ ଚାଲିଲେ ବିଭିନ୍ନ ରାଜ୍ୟର ମଡେଲ୍

ସମ୍ବଲପୁର, ୨୦/୮(ଓଡ଼ିଆ ପୁଅ) : ସର୍ବଭାରତୀୟ ସ୍ତରରେ ସମ୍ବଲପୁରୀ ପୋଷାକର ପ୍ରଚାର ପ୍ରସାର ପାଇଁ ଏକ ଫେସନ୍ ଶୋ’ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏକ ହୋଟେଲ୍ଠାରେ ନେକ୍ସଜେନ୍ ଅନୁଷ୍ଠାନ ଦ୍ୱାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଓରିସିସ ଅନୁଷ୍ଠାନ ପରିଚାଳନା କରିଥିଲା। କାର୍ଯ୍ୟକ୍ରମରେ ଝାରଖଣ୍ଡ, ହାୱଡା, ରାୟପୁରରୁ ଆସିଥିବା ମଡେଲଙ୍କ ସହ ସମ୍ବଲପୁରର ମଡେଲ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମଡେଲମାନେ ବୁନକାରୀ ଇଣ୍ଡିଆ, ସାକ୍ଷୀ, ପ୍ଲାନେଟ୍ ହର୍ଜିତ୍ ଓ ରିଙ୍କୁ କୁମାର ସାହୁଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ର ପରିଧାନ କରି ର୍ୟାମ୍ପରେ ଚାଲିଥିଲେ। କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଆହ୍ୱାନ ଫାଉଣ୍ଡେସନ୍ର ସଭାପତି ମୋହିତ ସାମଲ, ନେକ୍ସଜେନ୍ ରେ ନିର୍ଦ୍ଦେଶକ ହିତେନ୍ଦ୍ର ମାହୀ ପ୍ରମୁଖ ଉଦ୍ଘାଟନ କରିଥିଲେ।…

"ସମ୍ବଲପୁରୀ ହସ୍ତତନ୍ତ ପିନ୍ଧି ରାମ୍ପ୍ ରେ ଚାଲିଲେ ବିଭିନ୍ନ ରାଜ୍ୟର ମଡେଲ୍"

ପୋଲିସ ମାନ୍ୟତା ଦାବିକଲେ ଗ୍ରାମରକ୍ଷୀ

ସମ୍ବଲପୁର, ୨୦/୮ (ଓଡ଼ିଆ ପୁଅ) – ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘ, ଓଡ଼ିଶାର ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଆଜି ସ୍ଥାନୀୟ ନେଲସନ ମଣ୍ଡେଲା କଚେରୀ ଛକ ଠାରେ ଏକ ସମାବେଶର ଆୟୋଜନ କରାଯାଇଥିଲା। ସଂଘର ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରେ ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ୬ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗ୍ରାମରକ୍ଷୀମାନଙ୍କ ମାସିକ ବେତନ ୯୩୦୦ ଟଙ୍କା ସହିତ ଡିଏ, ଏଡ଼ିଏ, ଗ୍ରେଡ଼ପେ, ପିଏସଆଇ ଭଳି ସରକାରୀ ଚାକିରୀର ସୁବିଧା ପ୍ରଦାନ, ଗ୍ରାମରକ୍ଷୀମାନଙ୍କୁ ଗ୍ରାମ୍ୟ ପୋଲିସର ମାନ୍ୟତା, ରାଜ୍ୟରେ ଖାଲି ପଡ଼ିଥିବା…

"ପୋଲିସ ମାନ୍ୟତା ଦାବିକଲେ ଗ୍ରାମରକ୍ଷୀ"

ଚାକିରି ଦେବା ନାଁରେ ନିର୍ଯାତନା, ୭ ଗିରଫ

ସମ୍ବଲପୁର, ୨୦/୮ (ଓଡ଼ିଆ ପୁଅ) – ବର୍ତ୍ତମାନ ବେକାରୀ ସମସ୍ୟା ଗୁରୁତର ହୋଇଛି। ଏଭଳି ସ୍ଥିତିରେ କିଛି ବ୍ୟକ୍ତି ଠକ ନିଯୁକ୍ତି ସଂସ୍ଥା ନାମରେ ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦେବା ବାହାନାରେ ଅର୍ଥ ହଡ଼ପ କରିବା ଘଟଣା ସାଧାରଣ କଥାରେ ପରିଣତ ହୋଇଛି। ସମ୍ବଲପୁର ଜିଲ୍ଲାରେ ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଘଟିଥିବା ବେଳେ ସଦ୍ୟ ନିଯୁକ୍ତି ନାମରେ ଠକେଇ ଓ ନିର୍ଯାତନା ଦେଉଥିବା ଅଭିଯୋଗରେ ଧନୁପାଲି ପୁଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକଙ୍କ ମଧ୍ୟରେ ଯାଜପୁର ଆବଦଲପୁରର ହରମୋହନ ସାହୁ, ରାମବାଗର ଶୁଭ୍ରଜିତ ଜେନା, ସିଦ୍ଦେଶ୍ୱରର ବନ୍ଧନ ପାଣିଗ୍ରାହୀ, ଭଦ୍ରକ ଜିଲ୍ଲା…

"ଚାକିରି ଦେବା ନାଁରେ ନିର୍ଯାତନା, ୭ ଗିରଫ"

ନିର୍ବାଚନ ବ୍ୟବସ୍ଥାକୁ କଳୁଷିତ କରୁଛି ଭୋଟବ୍ୟାଙ୍କ ରାଜନୀତି : ରେଢ଼ାଖୋଲରେ ଓୟୁଜେର ଆଲୋଚନାଚକ୍ର

ରେଢ଼ାଖୋଲ, ୨୦/୮ (ଓଡ଼ିଆ ପୁଅ) ଭୋଟବ୍ୟାଙ୍କ ରାଜନୀତି ନିର୍ବାଚନୀ ବ୍ୟବସ୍ଥାକୁ କଳୁଷିତ କରିବା ସହ ଭୋଟରମାନଙ୍କୁ ଅନେକ ସମୟରେ ପ୍ରତାରିତ କରୁଛି। ସାମୟିକ ଫାଇଦା ପାଇଁ ଉଦ୍ଦିଷ୍ଟ ଏହି ଧରଣର ରାଜନୀତି ଦେଶ ଓ ରାଜ୍ୟର ସାମଗ୍ରିକ ବିକାଶରେ ବାଧକ ସାଜିଛି ବୋଲି ରବିବାର ରେଢ଼ାଖୋଲଠାରେ ଓଡ଼ିଶା ସାମ୍ବାଦିକ ୟୁନିଅନ(ଓୟୁଜେ) ତରଫରୁ ଅନୁଷ୍ଠିତ ‘ଭୋଟ ବ୍ୟାଙ୍କ ରାଜନୀତି ଓ ଗଣମାଧ୍ୟମ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଆଲୋଚଚକ ମାନେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଏଭଳି ରାଜନୀତିରୁ ରାଜନୀତିକ ଦଳମାନେ ବିରତ ରହିବା ପାଇଁ ସେମାନେ ଆହ୍ୱାନ ଦେଇଛନ୍ତି। ରେଢ଼ାଖୋଲ ମହିଳା କଲେଜର ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିଅନର ସହଯୋଗ ଓ ରେଢ଼ାଖୋଲ ଓୟୁଜେ ଶାଖାର…

"ନିର୍ବାଚନ ବ୍ୟବସ୍ଥାକୁ କଳୁଷିତ କରୁଛି ଭୋଟବ୍ୟାଙ୍କ ରାଜନୀତି : ରେଢ଼ାଖୋଲରେ ଓୟୁଜେର ଆଲୋଚନାଚକ୍ର"

ପୂର୍ବ ହତ୍ୟାକାଣ୍ଡର ପ୍ରତିଶୋଧରେ ନୃଶଂସ ହତ୍ୟାକାଣ୍ଡ

ସମ୍ବଲପୁର, ୧୭/୮ (ଓଡ଼ିଆ ପୁଅ)-ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତକାଲି ବିଳମ୍ବିତ ରାତ୍ରରେ ବଡ଼ମାଳ ଥାନା ଅନ୍ତର୍ଗତ ମୁଣ୍ଡାପଡ଼ାରେ ବିଜୟ ଭୋଇ (୪୦) ନାମକ ଜଣେ ବ୍ୟକ୍ତିଙ୍କୁ ନୃଶଂସ ଭାବରେ ହତ୍ୟା କରାଯାଇଛି। ତାଙ୍କୁ ଠେଙ୍ଗାରେ ବାଡ଼େଇବା ପରେ ପାଣିରେ ବୁଡ଼ାଇ ହତ୍ୟା କରାଯାଇ ରାସ୍ତାକଡ଼ରେ ଫିଙ୍ଗି ଦିଆଯାଇଛି। ପୋଲିସ ଏ ସଂକ୍ରାନ୍ତରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛନ୍ତି। ବିବରଣୀରୁ ପ୍ରକାଶ ଯେ, ବଡ଼ମାଳ ଥାନା ହରେକୃଷ୍ଣପୁର ଗ୍ରାମର ବିଜୟ ଭୋଇ ପ୍ରାୟ ଦେଢ଼ ବର୍ଷ ତଳେ ମଲ୍ଦା ଜଙ୍ଗଲରେ ଘଟିଥିବା ଏକ ହତ୍ୟା ଘଟଣାରେ ଗିରଫ ହୋଇ ଜେଲ ହାଜତରେ ଥିଲେ। ପ୍ରାୟ ୬ ମାସ ତଳେ ସେ ଜାମିନରେ ଜେଲରୁ ବାହାରିଛନ୍ତି।…

"ପୂର୍ବ ହତ୍ୟାକାଣ୍ଡର ପ୍ରତିଶୋଧରେ ନୃଶଂସ ହତ୍ୟାକାଣ୍ଡ"

ଏମସିଏଲରେ ଶୋକସଭା

ସମ୍ବଲପୁର, ୧୮/୮ (ଓଡ଼ିଆ ପୁଅ)- ମହାନଦୀ କୋଇଲା କମ୍ପାନୀ ମୁଖ୍ୟାଳୟରେ ବୈଷୟିକ ନିର୍ଦ୍ଦେଶକ (ସଂଚାଳନ) ଜେ.ପି.ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଶୋକସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏ ଅବସରରେ ଶ୍ରୀ ସିଂହ କହିଲେ ଯେ, ଅଟଳ ବିହାରୀ ବାଜପେୟୀଙ୍କ ଠାରେ ବହୁମୁଖୀ ପ୍ରତିଭାର ସମାବେଶ ଥିଲା। ସେ ଜଣେ ସମ୍ବେଦନଶୀଳ, କର୍ମଠ ରାଜନେତା ହେବା ସହିତ ସର୍ବପ୍ରିୟ କବି ଏବଂ ସୁବକ୍ତ ମଧ୍ୟ ଥିଲେ। ତାଙ୍କ ଭଳି ଜଣେ ରାଜନୈିତିଜ୍ଞ ବିରଳ। ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ଓ.ପି.ସିଂହ ଏବଂ ବିତ୍ତ ନିର୍ଦ୍ଦେଶକ କେ.ଆର. ବାସୁଦେବନ ମଧ୍ୟ ସେମାନଙ୍କର ବକ୍ତବ୍ୟରେ ଅଟଳ ବିହାରୀ ବାଜପେୟୀଙ୍କ…

"ଏମସିଏଲରେ ଶୋକସଭା"

ଜଗନ୍ନାଥ କଲୋନୀ ସହିତ ୪ ପାର୍କର ନିର୍ମାଣ ଡ଼ିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ

ସମ୍ବଲପୁର, ୧୮/୮ (ଓଡ଼ିଆ ପୁଅ)- ସମ୍ବଲପୁର ମହାନଗର ଅଞ୍ଚଳରେ ନିର୍ମାଣାଧୀନ ୪ଟି ପାର୍କର ନିର୍ମାଣ କାର୍ଯ୍ୟ ଆଗାମୀ ଡିସେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଧାର୍ଯ୍ୟ କରାଯାଇଛି। ସମ୍ବଲପୁରର ଜଗନ୍ନାଥ ମନ୍ଦିର କଲୋନୀ, ମୁଦିପଡ଼ାର ପଦ୍ମକେଶରୀ ପାର୍କ, ବୁର୍ଲାର ଶ୍ରୀରାମ ବିହାର ଏବଂ ହୀରାକୁଦର ଶିଶୁ ଉଦ୍ୟାନକୁ ଏହି କ୍ରମରେ ବିକଶିତ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବ। ଏହି ପାର୍କଗୁଡ଼ିକରେ ପାଦଚଲା ରାସ୍ତା, ଆସନ ବ୍ୟବସ୍ଥା, ଲେଣ୍ଡ ସ୍କେପିଂ, ଶିଶୁମାନଙ୍କ ପାଇଁ କ୍ରୀଡ଼ା ଉପକରଣ ଏବଂ ମୁକ୍ତାକାଶ ବ୍ୟାୟାମଶାଳା ରହିବ। ପାର୍କମାନଙ୍କରେ କଂକ୍ରିଟ ବେଞ୍ଚ ଏବଂ ପାନୀୟ ଜଳ ବ୍ୟବସ୍ଥା ସହିତ ସୌଖୀନ ବିଦ୍ୟୁତ ଲାଇଟର ବ୍ୟବସ୍ଥା କରାଯିବ। ନୂଆକରି ଗଢ଼ି ଉଠିଥିବା ଜଗନ୍ନାଥ ମନ୍ଦିର…

"ଜଗନ୍ନାଥ କଲୋନୀ ସହିତ ୪ ପାର୍କର ନିର୍ମାଣ ଡ଼ିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ"

ବସନ୍ତପୁର ଠାରେ ନୂତନ ଶିଳ୍ପାଞ୍ଚଳ ପାଇଁ ପ୍ରକ୍ରିୟା ଆରମ୍ଭ

ସମ୍ବଲପୁର, ୧୮/୮ (ଓଡ଼ିଆ ପୁଅ)- ସମ୍ବଲପୁର ସହରର ମହାନଦୀ ଅପର ପାଶ୍ୱର୍ରେ ଥିବା ବସନ୍ତପୁର ମୌଜାରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଇନ୍ଫ୍ରାଷ୍ଟ୍ରକଚର ଡେଭେଲପମେଣ୍ଟ କର୍ପୋରେସନ (ଇଡ଼୍କୋ) ପକ୍ଷରୁ ଏକ ଇଣ୍ଡଷ୍ଟ୍ରି୍ରଆଲ ଇଷ୍ଟେଟ ବା ଶିଳ୍ପାଞ୍ଚଳ ସ୍ଥାପନ କରାଯିବ। ଏଥିପାଇଁ ବସନ୍ତପୁର ଠାରେ ୧୦୦ ଏକଡ଼ ଜମି ଚିହ୍ନଟ କରାଯିବା ସହିତ ମାପଚୁପ କରାଯାଇଛି। ସେହିଭଳି ପ୍ରସ୍ତାବିତ ଶିଳ୍ପାଞ୍ଚଳକୁ ମୁଖ୍ୟ ରାସ୍ତା ସହିତ ଜୋଡ଼ିବା ପାଇଁ ସଡ଼କ ନିର୍ମାଣ ସକାଶେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ରାସ୍ତା ନିର୍ମାଣ ହେବା ଉତ୍ତାରୁ ଶିଳ୍ପାଞ୍ଚଳର ଅଭ୍ୟନ୍ତରୀଣ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହି ନୂଆ ଶିଳ୍ପାଞ୍ଚଳରେ ଅନ୍ୟୁନ୍ୟ ୧୦୦ଟି ଶିଳ୍ପ ୟୁନିଟ ରହିପାରିବ। ୧୦ ଜଣ ଉଦ୍ୟୋଗୀ…

"ବସନ୍ତପୁର ଠାରେ ନୂତନ ଶିଳ୍ପାଞ୍ଚଳ ପାଇଁ ପ୍ରକ୍ରିୟା ଆରମ୍ଭ"

ସମ୍ବଲପୁର ସହିତ ଦୀର୍ଘଦିନର ସମ୍ପର୍କ ଥିଲା ଅଟଳ ବିହାରୀ ବାଜପେୟୀଙ୍କର

ସମ୍ବଲପୁର, ୧୭/୮ (ଓଡ଼ିଆ ପୁଅ)- ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ଭାବରେ ସମ୍ବଲପୁର ସହିତ ଅଟଳ ବିହାରୀ ବାଜପେୟୀଙ୍କ ଯେଉଁ ସମ୍ପର୍କ ରହିଥିଲା ତାହା ଭାରତୀୟ ଜନତା ପାର୍ଟିର ଉତ୍ଥାନ କାଳ ଯାଏଁ ବଳବତ୍ତର ରହିଥିଲା। ଅଟଳ ବିହାରୀ ବାଜପେୟୀ ୧୯୩୯ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଯୋଗ ଦେଇଥିଲେ। ତେବେ ୧୯୪୭ରେ ଆରଏସଏସର ପୂର୍ଣ୍ଣକାଳୀନ ପ୍ରଚାରକ ହେବାପରେ ଦେଶର ବିଭିନ୍ନ ସ୍ଥାନକୁ ତାଙ୍କର ଗସ୍ତ କ୍ରମ ବଢ଼ି ଯାଇଥିଲା। ୧୯୫୦ ମଧ୍ୟରେ ସେ ଏକାଧିକବାର ସମ୍ବଲପୁର ଆସିଥିଲେ। ପୁନଶ୍ଚ ୧୯୫୧ରେ ଭାରତୀୟ ଜନସଂଘ ରାଜନୈତିକ ଦଳ ଗଠନ ହେବାପରେ ଏହାର ଜାତୀୟ ସମ୍ପାଦକ ହେବାରୁ ତାଙ୍କର ଦାୟିତ୍ୱ ବଢ଼ି ଯାଇଥିଲା। ଓଡ଼ିଶାର ରାଜନୈିତିକ…

"ସମ୍ବଲପୁର ସହିତ ଦୀର୍ଘଦିନର ସମ୍ପର୍କ ଥିଲା ଅଟଳ ବିହାରୀ ବାଜପେୟୀଙ୍କର"