ଜିଏମୟୁ ‘ମିଟ୍ ଦ ଭାଇସ୍ ଚାନ୍ସେଲର୍’ କାର୍ଯ୍ୟକ୍ରମ

ସମ୍ବଲପୁର, ୨୫/୮ (ଓଡ଼ିଆ ପୁଅ)- ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍ୟୁ)ରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ବିବିଧ ସମସ୍ୟା ଓ ଆପତ୍ତି ଅଭିଯୋଗର ସିଧାସଳଖ ସମାଧାନ ପାଇଁ ‘ମିଟ୍ ଦ ଭାଇସ୍ଚାନ୍ସେଲର’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଗତକାଲି ଆୟୋଜିତ ସଂକ୍ଷିପ୍ତ ସମାରୋହରେ କୁଳପତି (ଭାଇସ୍ ଚାନ୍ସେଲର) ପ୍ରଫେସର ଅତନୁ କୁମାର ପତି କାର୍ଯ୍ୟକ୍ରମର ଉଦ୍ଘାଟନ କରି ଏହା ତାଙ୍କ ଏବଂ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ଦୂରତାକୁ ହ୍ରାସ କରିପାରିବ। ଛୋଟବଡ଼ ସମସ୍ୟା ଆଶୁ ସମାଧାନ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ କୁଳସଚିବ ଗିରିଶ୍ଚନ୍ଦ୍ର ସିଂ, ଉପକୁଳସଚିବ ଉମାଚରଣ ପତି, ପରୀକ୍ଷା ନିୟନ୍ତ୍ରକ ଡ. ହେମ କୁମାର ନାୟକ, ସିଣ୍ଡିକେଟ ସଭ୍ୟ…

"ଜିଏମୟୁ ‘ମିଟ୍ ଦ ଭାଇସ୍ ଚାନ୍ସେଲର୍’ କାର୍ଯ୍ୟକ୍ରମ"

ବେଆଇନ ଚାନ୍ଦା ମାଗୁଥିବା ବେଳେ ୨ ଗିରଫ

ସମ୍ବଲପୁର, ୨୫/୮ (ଓଡ଼ିଆ ପୁଅ)- ସମ୍ବଲପୁର ଜିଲ୍ଲାରେ ବୁର୍ଲା ଥାନା ପୋଲିସ ବିଭିନ୍ନ ବାହାନା ଦେଖାଇ ଚାନ୍ଦା ମାଗୁଥିବା ଏକ ଗ୍ୟାଙ୍ଗର ଦୁଇଜଣ ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରିଛନ୍ତି। ଥାନାର କେସ ସଂଖ୍ୟା ୩୧୫/୨୦୧୮ ଉପରେ ଏ ନେଇ ଆଇପିସିର ଧାରା ୩୮୪/୩୪ ବଳରେ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବୁର୍ଲା ମହତାବନଗରର ଅମିତ କୁମ୍ଭାର (୨୩) ଏବଂ ୍ରଅର୍ଜୁନ ଛତ୍ରିଆ (୨୩)। ଥାନାର ପିଏସଆଇ ଏସ. ବାରିକ, ଏଲ. ପାତ୍ର, ଏଏସଆଇ ପି.କେ.ଓରାମ ଏବଂ କନେଷ୍ଟବଲ କେ. କେର୍କେଟା ଗତ ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ କିଛି ଯୁବକ ପ୍ଲାନେଟୋରିୟମ ରାସ୍ତାରେ ପୂଜା ପାଇଁ ସେହି ରାସ୍ତା ଦେଇ…

"ବେଆଇନ ଚାନ୍ଦା ମାଗୁଥିବା ବେଳେ ୨ ଗିରଫ"

ସ୍ୱଭାବକବିଙ୍କ ୧୫୭ତମ ଜୟନ୍ତୀ

ସମ୍ବଲପୁର, ୨୫/୮ (ଓଡ଼ିଆ ପୁଅ)- ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୫୭ତମ ଜୟନ୍ତୀ ପାଳନ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତା ୨୭ ତାରିଖ ଅପରାହ୍ନ ୨ଟା ସମୟରେ ଜ୍ୟୋତିବିହାରର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ସ୍ୱଭାବ କବିଙ୍କ ଜୟନ୍ତୀ ପାଳନ କରାଯିବ। କୁଳପତି ତଥା ବିଶ୍ୱବିଦ୍ୟାଳୟର ସାହିତ୍ୟ ପତ୍ରିକା ‘ସପ୍ତର୍ଷି’ର ମୁଖ୍ୟ ସମ୍ପାଦକ ଡ. ଦୀପକ କୁମାର ବେହେରା ଏଥିରେ ଅଧ୍ୟକ୍ଷତା କରିବେ। ଉଚ୍ଚଶିକ୍ଷା ବିଭାଗର ସଚିବ ତଥା କମିଶନର ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥି, ଡା. ବାଉରୀବନ୍ଧୁ ସାହୁ ସମ୍ମାନୀତ ଅତିଥି, ଶ୍ରୀମତୀ ବିଜୟିନୀ ଶତପଥୀ ମୁଖ୍ୟବକ୍ତା…

"ସ୍ୱଭାବକବିଙ୍କ ୧୫୭ତମ ଜୟନ୍ତୀ"

ଜିଏମ୍ୟୁରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଭୂମିକା ଶୀର୍ଷକ ବକ୍ତୃତା

ସମ୍ବଲପୁର, ୨୫/୮ (ଓଡ଼ିଆ ପୁଅ)- ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍ୟୁ) ପ୍ଲାଟିନମ୍ ଜୁବୁଲି ବକ୍ତୃତାମାଳା କ୍ରମରେ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ର ଭୂମିକା ଏବଂ ଭାରତର ନିରାପତ୍ତା ପ୍ରତି ଆହ୍ୱାନ ଶୀର୍ଷକ ପୃଥକ୍ ପୃଥକ୍ ବକ୍ତୃତା ଅନୁଷ୍ଠିତ ହୋଇଛି। ସମ୍ବଲପୁର ପବ୍ଲିକ୍ ଲାଇବ୍ରେରୀ ସହଯୋଗରେ ଆୟୋଜିତ ଏହି ବକ୍ତୃତା ସଭାରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଆର ଆର୍ ଝା ଏବଂ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ଆର୍ଏସ ଯାଦବ ବକ୍ତବ୍ୟ ରଖିଥିଲେ। ପ୍ରସାର ଭାରତୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ଅଭୟ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଏମ୍ୟୁ କୁଳପତି ପ୍ରଫେସର ଅତନୁ କୁମାର ପତି ମୁଖ୍ୟଅତିଥି ଥିଲେ। ସମ୍ବଲପୁର ପବ୍ଲି୍କ୍ ଲାଇବ୍ରେରୀର ସଭାପତି ପ୍ରଫେସର…

"ଜିଏମ୍ୟୁରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଭୂମିକା ଶୀର୍ଷକ ବକ୍ତୃତା"

ହୀରାକୁଦ ନଦୀବନ୍ଧର ନିୟମିତ ନିରୀକ୍ଷଣ ଏବଂ ଫାଟକର ରକ୍ଷଣାବେକ୍ଷଣ ଦରକାର

ସମ୍ବଲପୁର, ୨୫/୮ (ଓଡ଼ିଆ ପୁଅ) – ଏକ ଉଚ୍ଚସ୍ତରୀୟ ଗବେଷକ ଦଳ ଆଜି ହୀରାକୁଦ ନଦୀବନ୍ଧର ସ୍ଥିତି ନିରୀକ୍ଷଣ କରିଛନ୍ତି। ନଦୀବନ୍ଧର ସୁରକ୍ଷା ସମୀକ୍ଷା ପ୍ୟାନେଲର ୯ ଜଣିଆ ଗବେଷକ ଦଳ ଏହାର ବରିଷ୍ଠ ସଦସ୍ୟ ତଥା ନଦୀବନ୍ଧର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ସୁଧାକର ପତ୍ରୀ ଏବଂ ମୁଖ୍ୟଯନ୍ତ୍ରୀ (ନଦୀବନ୍ଧ ସୁରକ୍ଷା) ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏହି ନିରୀକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ନିରୀକ୍ଷଣ ଏବଂ ଡ୍ୟାମର ବିଭିନ୍ନ କଂକ୍ରିଟ ଅଂଶ, ଫାଟକ ପ୍ରଭୃତି ସ୍ଥାନ ଯାଞ୍ଚ କଲା ଉତ୍ତାରୁ ଶ୍ରୀ ପତ୍ରୀ କହିଛନ୍ତି ଯେ, ଏହି ନଦୀବନ୍ଧର ସ୍ଥିତି ନେଇ ବର୍ତ୍ତମାନ ଚିନ୍ତା କରିବାର କୌଣସି କାରଣ ନାହିଁ। ପୂର୍ବରୁ ଥିବା ଫାଟ…

"ହୀରାକୁଦ ନଦୀବନ୍ଧର ନିୟମିତ ନିରୀକ୍ଷଣ ଏବଂ ଫାଟକର ରକ୍ଷଣାବେକ୍ଷଣ ଦରକାର"

ପ୍ରଫେସର ଦାଶରଥି ଦାଶଙ୍କୁ ଭାରତ ଚନ୍ଦ୍ର ନାୟକ ସ୍ମୃତି ସମ୍ମାନ ଓ ପ୍ରଜ୍ଞା ପଟ୍ଟନାୟକଙ୍କୁ ନୀଳମାଧବ ପାଣିଗ୍ରାହୀ ସ୍ମୃତି ପୁରସ୍କାର

ବୁର୍ଲା, ୨୪/୮ (ଓଡ଼ିଆ ପୁଅ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତା ୨୭ ତାରିଖରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ ଅବସରରେ ବିଶିଷ୍ଟ ସମାଲୋଚକ ପ୍ରଫେସର ଦାଶରଥୀ ଦାଶଙ୍କୁ ‘ଭାରତ ଚନ୍ଦ୍ର ନାୟକ ସ୍ମୃତି ସମ୍ମାନ’ ପ୍ରଦାନ କରାଯିବ। ପ୍ରଫେସର ଦାସ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି। ସେହିପରି ସମ୍ବଲପୁରୀ/କୋଶଲୀ ଭଷାରେ ଏକ ଗଳ୍ପଗ୍ରନ୍ଥ ରଚନା କରିଥିବା ଯୋଗୁଁ ପ୍ରଜ୍ଞା ପଟ୍ଟନାୟକଙ୍କୁ ‘ଡ. ନୀଳମାଧବ ପାଣିଗ୍ରାହୀ ସ୍ମୃତି ପୁରସ୍କାର ପ୍ରଦାନ କରାଯିବ ବୋଲି ‘ସପ୍ତର୍ଷ’ିର ପରିଚାଳନା ସମ୍ପାଦକ ଅଧ୍ୟାପକ ଡ. ଶୁକମୁନି ମେହେର ସୂଚନା ଦେଇଛନ୍ତି। ଏହି ସାରସ୍ୱତ ସମାରୋହରେ ପୌରହିତ୍ୟ…

"ପ୍ରଫେସର ଦାଶରଥି ଦାଶଙ୍କୁ ଭାରତ ଚନ୍ଦ୍ର ନାୟକ ସ୍ମୃତି ସମ୍ମାନ ଓ ପ୍ରଜ୍ଞା ପଟ୍ଟନାୟକଙ୍କୁ ନୀଳମାଧବ ପାଣିଗ୍ରାହୀ ସ୍ମୃତି ପୁରସ୍କାର"

ଭିସୁଟ ଆଇଡିଆ ସେଲରେ କର୍ମଶାଳା

ବୁର୍ଲା, ୨୪/୮ (ଓଡ଼ିଆ ପୁଅ): ଭିସୁଟ ଆଇଡିଆ ଇନୋଭେସନ ସେଲ(ଆଇଆଇସି) ତରଫରୁ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ର କଲ୍ୟାଣ ଡିନ ପ୍ରଫେସର ଦେବଦତ୍ତ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ। ଟେକ୍ନିକାଲ ସୋସାଇଟିର ଉପସଭାପତି ଡ. ଜ୍ଞାନରଞ୍ଜନ ବିଶ୍ୱାଲ, ଫାକଲ୍‌ଟି ଉପଦେଷ୍ଟା ବନ୍ଦନ ଭୋଇ ସମ୍ମାନୀତ ଅତିଥି ଓ ମେଘାଳୟ ନିଟ୍‌ ନିର୍ଦ୍ଦେଶକ ପ୍ରଫେସର ବିଭୁତି ଭୂଷଣ ବିଶ୍ୱାଳ ମୁଖ୍ୟ ଅତିଥି ଥିଲେ। ସେଲର ବରିଷ୍ଠ ସଦସ୍ୟମାନେ ନବାଗତ ମାନଙ୍କୁ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ ସେଲର ଗବେଷଣା, ବିଭିନ୍ନ ଉପଲବ୍ଧି ଓ ସଫଳତା ବାବଦରେ ବରିଷ୍ଠ ଛାତ୍ରଛାତ୍ରୀମାନେ ସୂଚନା ଦେଇଥିଲେ। ବିଶେଷ କରି ସେଲ ପକ୍ଷରୁ ରକେଟ୍ ନିର୍ମାଣ ଓ…

"ଭିସୁଟ ଆଇଡିଆ ସେଲରେ କର୍ମଶାଳା"

ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ନଥିବାରୁ ଫେରୋ ଏଲୟ ଫର୍ଣ୍ଣେସ ସିଲ

ସମ୍ବଲପୁର, ୨୪/୮ (ଓଡ଼ିଆ ପୁଅ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲର ପଣ୍ଡଲୋଇ ଠାରେ ଥିବା ଶ୍ୟାମ ମେଟାଲିକ୍ସ କମ୍ପାନୀର ଫେରୋ ଏଲୟ ଫର୍ଣ୍ଣେସ ପ୍ଲାଣ୍ଟକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ କାର୍ଯ୍ୟକ୍ଷମ ଅନୁମତି ଦେବାକୁ ମନା କରିଦେଇଛି। ଏଠାରେ ସ୍ପଞ୍ଜ ଆଇରନ ଆଧାରିତ ଷ୍ଟିଲପ୍ଲାଣ୍ଟ ରହିଛି। ଏହାର ଉତ୍ପାଦନ ଓ ପରିଚାଳନା ପାଇଁ ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବୋର୍ଡ଼ର ଅନୁମତି ରହିଥିଲା। କିନ୍ତୁ ଏଥିପାଇଁ ବୋର୍ଡ଼ କର୍ତ୍ତୃପକ୍ଷ କେତୋଟି ସର୍ତ୍ତ ଆରୋପ କରିଥିଲେ। ହେଲେ ଏହାର ଏସଏମଏସ୍-୧, ୨, ୩ ଏବଂ ଏଫଏପିକୁ ୨୦୧୮-୧୯ ଅବଧି ପାଇଁ ବୋର୍ଡ଼ କର୍ତ୍ତୃପକ୍ଷ ମନା କରିଦେଇ୍ଥିଲେ। ସର୍ତ୍ତଗୁଡ଼ିକର କାର୍ଯ୍ୟକାରୀ ବାବଦରେ ଗତ ମଇ ୩ ତାରିଖରେ…

"ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ନଥିବାରୁ ଫେରୋ ଏଲୟ ଫର୍ଣ୍ଣେସ ସିଲ"

ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ରାୟ ଐତିହାସିକ: କୃଷକ ସୁରକ୍ଷା ସଂଗଠନ

ସମ୍ବଲପୁର, ୨୪/୮ (ଓଡ଼ିଆ ପୁଅ): ସମ୍ବଲପୁର ଜିଲ୍ଳା ହୀରକୁଦ ସ୍ଥିତ ହିଣ୍ଡାଲକୋର ପ୍ରଦୂଷଣଜନିତ ଚାଷର କ୍ଷୟକ୍ଷତି ନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି)ଙ୍କ ରାୟ ଐତିହାସିକ ବୋଲି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ କହିଛି। ଗତ ୧୬ ତାରିଖ ପ୍ରକାଶ ପାଇଥିବା ଏନ୍ଜିଟିର ରାୟ ହିଣ୍ଡାଲକୋର ଫ୍ଲୋରାଇଡ଼୍ ପ୍ରଦୂଷଣ କାରଣରୁ କାରଖାନା ପାଶ୍ୱର୍ବର୍ତ୍ତୀ ନୂଆଜାମଡ଼ା, ମହମ୍ମଦପୁର, ଗୁନ୍ଦୁରୁପଡ଼ା, ସିଲିପଥର, ଡେଂଗିମଚା ପ୍ରଭୃତି ଗ୍ରାମରେ ଲଗାତର ଭାବେ ପ୍ରତି ବର୍ଷ ଚାଷ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗକୁ ଏହା ପ୍ରାମାଣିକତା ଦେଇଥିବା ସଂଗଠନ କହିଛି। ବୁଧବାର ଓଡ଼ିଶା ସାଂସ୍କୃତିକ ଭବନ ସମାଜରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଅଶୋକ…

"ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ରାୟ ଐତିହାସିକ: କୃଷକ ସୁରକ୍ଷା ସଂଗଠନ"

ଦ୍ୱିତୀୟ ମହାନଦୀ ସେତୁ ସେପ୍ଟେମ୍ବର ୧୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ

ସମ୍ବଲପୁର, ୨୪/୮ (ଓଡ଼ିଆ ପୁଅ) – ସମ୍ବଲପୁର ସହରର ନେଲସନ ମଣ୍ଡେଲା କଚେରୀ ଛକଠାରୁ ମହାନଦୀ ଉପରେ ଅପର ପାଶ୍ୱର୍ର ଚାଉଁରପୁର ପର୍ଯ୍ୟନ୍ତ ନିର୍ମାଣାଧୀନ ଏଠାର ଦ୍ୱିତୀୟ ମହାନଦୀ ସେତୁର ନିର୍ମାଣ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଏବେ ଏହାର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ବର୍ତ୍ତମାନ ଏହାର ଉଭୟ ପାର୍ଶ୍ୱର ସଂଯୋଗକାରୀ ରାସ୍ତା ନିର୍ମାଣ କରାଯାଉଛି। ଏଥି ସହିତ ସେତୁର ଷ୍ଟ୍ରିଟ ଲାଇଟ ପାଇଁ ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇ ଯୋଗ୍ୟ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି। ଉଭୟ ପାର୍ଶ୍ୱରେ ସଦୃଶ ଷ୍ଟ୍ରିଟ ଲାଇଟ ସହିତ ସେତୁର ଦୁଇ ନଦୀ ପାର୍ଶ୍ୱ ଘେରାରେ ରଙ୍ଗୀନ ଲାଇଟ ଲାଗିବ। ସମ୍ବଲପୁର ପୂର୍ତ୍ତ…

"ଦ୍ୱିତୀୟ ମହାନଦୀ ସେତୁ ସେପ୍ଟେମ୍ବର ୧୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ"