ଭାରତର ଶ୍ରେଷ୍ଠ କାଗଜକଳ ଫାଟକ ବନ୍ଦ

ରାୟଗଡା ତା-୨୪/୦୮/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ଜିଲ୍ଲା ଚାନ୍ଦିଲି ଠାରେ ଅବସ୍ଥିତ ଭାରତର ଶ୍ରେଷ୍ଠ କାଗଜକଳ ଜେକେ କାଗଜକଳର ଶ୍ରମିକ ଆନ୍ଦୋଳନ ଉଗ୍ରରୂପ ନେଲା। କାଗଜକଳର ଶ୍ରମିକମାନେ ଚାରିମାସ ହେଲା ୧୪ ଦଫା ଦାବୀଧରି ବାରମ୍ବାର ଜିଲ୍ଲା ପ୍ରଶାସନ ଓ କମ୍ପାନୀ କତ୍ତୃପକ୍ଷଙ୍କୁ ଅଭିଯୋଗ କଲା ପରେ ମଧ୍ୟ କୌଣସି ସମାଧାନ ବାଟ ମିଳିଲା ନାହିଁ। ପୂର୍ବରୁ ଦେଇଥିବା ସୁଚନା ପ୍ରକାରେ ତାଙ୍କ ନ୍ଯାର୍ଯ୍ଯ ଦାବୀକୁ ନେଇ ଆଜି ସକାଳୁ ୬ଘଣ୍ଟା ଠାରୁ କମ୍ପାନୀ ଆଗରେ ଶାନ୍ତି ପୂର୍ଣ୍ଣ ଭାବରେ ଆନ୍ଦୋଳନ ବା ଧର୍ମଘଟ କରିଛନ୍ତି। ଗତକାଲି ତ୍ରିପାକ୍ଷିକ ଆଲୋଚନା ବିଫଳ ହେବା ପରେ ପୂର୍ବ ଲିଖିତ ଅନୁଯାୟୀ ଶ୍ରମିକ ଆନ୍ଦୋଳନ କରିଛନ୍ତି। ଏହି ସମସ୍ୟାର ସମାଧାନ…

"ଭାରତର ଶ୍ରେଷ୍ଠ କାଗଜକଳ ଫାଟକ ବନ୍ଦ"

ଜେକେ କାଗଜ କଳ ସହ ତ୍ରିପାକ୍ଷିକ ଆଲୋଚନା ବିଫଳ: ଶ୍ରମିକ ସଂଗଠନ ପକ୍ଷରୁ କରାଯିବ ଶାନ୍ତିପୂର୍ଣ୍ଣ ଧର୍ମଘଟ

ରାୟଗଡା/୨୩/୮/୧୮(ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ): ବିଫଳ ହେଲା ତ୍ରିପାକ୍ଷିକ ଆଲୋଚନା। ଆସନ୍ତାକାଲି ୨୪ତାରିଖ ସକାଳୁ ଆରମ୍ଭ ହେବ ଶ୍ରମିକ ସଂଗଠନର ଧର୍ମଘଟ। କାରଖାନାକୁ ଅଚଳ କରାଗଲେ ପ୍ରଭାବିତ ହୋଇପାରେ କୋଟି କୋଟି ଟଙ୍କାର ଉତ୍ପାଦନ। ପୂର୍ବ ନିର୍ଦ୍ଧାରିତ ନିଷ୍ପତିନୁଯାୟୀ ଗୁରୁବାର ଅପରାହ୍ନରେ ଜେକେ କାଗଜ କଳ କର୍ତୁପକ୍ଷ, ଜେକେ ପେପର ମିଲ୍ ଏମ୍ପ୍ଳୋଇଜ ସଂଘ ଓ କଂଟ୍ରାକ୍ଟ ଶ୍ରମିକ ସଂଘ ଏବଂ ଜିଲ୍ଳା ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ତ୍ରିପାକ୍ଷିକ ଆଲୋଚନାରେ ଶ୍ରମିକଙ୍କ ଦାବିକୁ କମ୍ପାନୀ କର୍ତୁପକ୍ଷ ପୂରଣ କରି ନ ପାରିବା ପାଇଁ କହିଥିବା ବେଳେ ଏହି ସମ୍ବନ୍ଧୀୟ ଏକ ସିଭିଲ ସୁଟ୍ କେସ ଅଦାଲତରେ ବିଚାରଧୀନ ରହିଥିବା ଯୋଗୁଁ ରାଏ ପ୍ରକାଶ ପାଇବା ପରେ ପରବର୍ତ୍ତୀ…

"ଜେକେ କାଗଜ କଳ ସହ ତ୍ରିପାକ୍ଷିକ ଆଲୋଚନା ବିଫଳ: ଶ୍ରମିକ ସଂଗଠନ ପକ୍ଷରୁ କରାଯିବ ଶାନ୍ତିପୂର୍ଣ୍ଣ ଧର୍ମଘଟ"

ଲଗାମ ଛଡ଼ା ଶାସନ ଚାଲିଛି ରାୟଗଡା ଜିଲ୍ଲାରେ

ରାୟଗଡା ତା-୨୩/୦୮/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ଜିଲ୍ଲାରେ ବାରମ୍ବାର ଅଧିକାରୀମାନେ ଲଗାମଛଡା ହେବା ପରିଲକ୍ଷିତ ହେଉଛି। ଏଠାରେ କେଉଁ ପ୍ରକାଶ ଶାସନ ଚାଲିଛି ସାଧାରଣ ଜନତା ଆଶ୍ଚର୍ଯ୍ୟ ହେଉଛନ୍ତି। ଗତ ଚଳିତ ମାସ ୧୭ତାରିଖରେ ଦେଶର ଗର୍ବ ଓ ଗୌରବ ଆଣିଥିବା ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ଦେଶରେ ଶୋକ ପାଳନ କରିବା ପାଇଁ ଆଦେଶ ଦିଆଯାଇଥିଲା। ତେବେ ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ଗୋଟିଏ ଦିନ ଶୋକ ନିମନ୍ତେ ଛୁଟି ଘୋଷଣା କରିଥିଲେ। ସେହି ଦିନ ଓପିଇଏଲପି ତରଫରୁ ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟରେ ହୋଇଥିଲା। ଯେଉଁ ଅଧିକାରୀ ମାନେ ଏମିତି ଦେଶ ଓ ରାଜ୍ୟ ସରକାରଙ୍କ ଆଦେଶକୁ…

"ଲଗାମ ଛଡ଼ା ଶାସନ ଚାଲିଛି ରାୟଗଡା ଜିଲ୍ଲାରେ"

ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ରାୟଗଡା ତା-୧୭/୦୮/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ଜିଲ୍ଲା ବିଜେପି କର୍ମକର୍ତ୍ତାଙ୍କୁ ନେଇ ସକାଳୁ ୧୧ଘଣ୍ଟା ସମୟରେ ପୁର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ସେଠାରେ ବାଜପେୟୀଙ୍କ ବିଭିନ୍ନ ସାହାସିକତା କାର୍ଯ୍ଯକୁ ମନେପକାଇ ଥିଲେ। ଏବଂ ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଳା ଦେଇ ନିରବ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶିବସୁନ୍ଦର ଉଲ୍ଲାକା, ବସନ୍ତ ଉଲ୍ଲାକା, କାଳୀରାମ ମାଝୀ ଏବଂ ତପନ ତପାଦାରଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ। ସେହିପରି ମୁନିଗୁଡା ଠାରେ ମଧ୍ୟ ବିଜେପି ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା ଅଧକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା। ଏହିପରି…

"ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି"

ସରକାରଙ୍କ ଆଦେଶକୁ ଫୁ ! ଶୋକ କଲେ ନାହିଁ; କଲେ ତାଲିମ ଶିବିର

ରାୟଗଡା ୧୭/୦୮/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ଜିଲ୍ଲା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟର ବୈଠକ ଗୃହରେ ଆଜି ଏକ ତାଲିମ ଶିବିର ଆୟୋଜନ କରାଯାଇଥିଲା। ଏପଟେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ଯେ ଆମ ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ କେନ୍ଦ୍ର ଓ ଦେଶର ସମସ୍ତ ରାଜ୍ୟ ଶୋକ ପ୍ରକାଶ କରିଥିବା ବେଳେ ଆମ ରାଜ୍ୟ ସରକାର ମଧ୍ୟ ଗୋଟିଏ ଦିନ ସରକାରୀ ଓ ବେସରକାରୀ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବା ସହ ଛୁଟି ଘୋଷଣା କରାଯାଇଛି। ଏବଂ ୭ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବିଡମ୍ବନା ବିଷୟ ଏହିକି ଯେ ଓପିଇଏଲପିର ଏକ…

"ସରକାରଙ୍କ ଆଦେଶକୁ ଫୁ ! ଶୋକ କଲେ ନାହିଁ; କଲେ ତାଲିମ ଶିବିର"

ପାହାଡ ଶିଖର ଗାଁ ‘ଡଙ୍ଗର ବଲାଙ୍ଗିର’ : ଗ୍ରାମବାସୀ ଜାଣି ନାହାଁନ୍ତି ସ୍ୱାଧିନତା ଦିବସ କ’ଣ! ବିକାଶ କ’ଣ! ଗ୍ରାମବାସୀଙ୍କର ପରାଧିନ ଜୀବନ ଜାପନ

ରାୟଗଡା, ୧୫।୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ଗାଁଟିକୁ ବିକାଶ ଛୁଇଁପାରିନାହିଁ। ଅପହଞ୍ଚ ହୋଇ ରହିଛି ସମସ୍ତ ସରକାରୀ ଯୋଜନା। ମୌଳିକ ସୁବିଧା ଟିକକ ନପାଇ ଏହି ଗ୍ରାମବାସୀ ପରାଧୀନ ଜୀବନ ଜାପନ କରୁଛନ୍ତି। ସ୍ୱାଧୀନାତାର ୭୨ତମ ବର୍ଷର ଖୁସିକୁ ପାଳନ କରିବା ପାଇଁ ସାରା ଦେଶର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି। ସବୁଠି ତ୍ରୀରଙ୍ଗା ଉଡାଇବା ପାଇଁ ସଜବାଜ ଚାଲିଛି। କିନ୍ତୁ ସ୍ୱାଧୀନତା ଦିବସ ବିଷୟରେ ଅଜ୍ଞ ପାହାଡିଆ ପରିବେଷ୍ଟନି ଭିତରେ ଥିବା ଏକ ଗାଁ ‘ଡଙ୍ଗର ବଲାଙ୍ଗିର’ର କଥା……। ଏମାନଙ୍କୁ ସ୍ୱାଧୀନ ଦେଶର ନାଗରିକ ରୂପେ ଗଣତି କରାଯାଉଛି। ମତଦାନର ଅଧିକାର ଦେଇ ଭରତୀୟ କୁହାଯାଉଛି। କିନ୍ତୁ ସ୍ୱାଧୀନତା ଦିବସ କଣ ଗାଁ ଲୋକେ ଜାଣିନାହାନ୍ତି।…

"ପାହାଡ ଶିଖର ଗାଁ ‘ଡଙ୍ଗର ବଲାଙ୍ଗିର’ : ଗ୍ରାମବାସୀ ଜାଣି ନାହାଁନ୍ତି ସ୍ୱାଧିନତା ଦିବସ କ’ଣ! ବିକାଶ କ’ଣ! ଗ୍ରାମବାସୀଙ୍କର ପରାଧିନ ଜୀବନ ଜାପନ"

ପ୍ରେସ ୟୁନିୟନ ରାୟଗଡ ତରଫରୁ ତାଡ଼ମା ସରକାରୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାୟଗଡା-୧୧.୦୮.୨୦୧୮( ଓଡିଆ ପୁଅ / ରବିନ୍ଦ୍ର ପାଟଖଣ୍ତାଳ)ପ୍ରେସ ୟୁନିୟନ ରାୟଗଡ, ଉତ୍କଳ ସାମ୍ବାଦିକ ସଂଘ ଓ ବନବିଭାଗର ସହଭାଗିତାରେ ରାୟଗଡ ବ୍ଲକର ତାଡ଼ମା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ପରିସର ଓ ବିଦ୍ୟାଳୟ ସମ୍ମୁଖ ରାସ୍ତାର ଉଭୟ ପାର୍ଶରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ବୃକ୍ଷରୋପଣ କରାଗଲା ଉକ୍ତ କାର୍ଯ୍ୟକ୍ରମରେ ପ୍ରେସ ୟୁନିୟନ ରାୟଗଡ଼ର ସଭାପତି ଦୟାନନ୍ଦ ଖାଡାଙ୍ଗାଙ୍କ ସଭାପତିତ୍ୱରେ ନିମନ୍ତ୍ରିତ ଅତିଥି ଭାବେ ରାୟଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ୱାଇ. ଜଗନ୍ନାଥ ରାଓ ବୃକ୍ଷରୋପଣ କରିବା ସହ ଆୟୋଜିତ ସଭାରେ ବୃକ୍ଷ ହିଁ ଜୀବନ ଉପରେ ଆଲୋକପାତ କରି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ଲଗାଇବା ଦ୍ଵାରା ତାର ଉପକାରିତା ଉପରେ ବିସ୍ତୃତ…

"ପ୍ରେସ ୟୁନିୟନ ରାୟଗଡ ତରଫରୁ ତାଡ଼ମା ସରକାରୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ"

ଅମାନୁଷିକ ରାୟଗଡା ସ୍ବାସ୍ଥ୍ୟ ବିଭାଗର ନିର୍ମମତା! ପଢ଼ନ୍ତୁ ପୂରା ରିପୋର୍ଟ

ରାୟଗଡା ତା-୦୮/୦୮/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମାନବିକତା ହଜିଯାଇଛି। ଅଙ୍ଗେ ନିଭେଇବା ବ୍ୟକ୍ତି ବିଶେଷ ଜାଣନ୍ତି ଓ ହୃଦୟଙ୍ଗମ କରିପାରନ୍ତି ଏହି ନିର୍ମମତା କେତେ ଦାରୁଣ ! ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ରୋଗୀ ଯେଉଁ ଆଶା ନେଇ ଡାକ୍ତରଖାନାକୁ ଆସିଥାଏ ସେ ଆଶା ଆଶାରେ ହିଁ ରହିଯାଏ। ଜଣେ ଅତ୍ୟନ୍ତ ଗରିବ ଓ ମାନସିକ ରୋଗୀର ଜରୁରୀ ଚିକିତ୍ସାକୁ ଅଣ ଦେଖାକରି ତିନି ଘଣ୍ଟା କାଳ ସେମିତି ପକାଇ ରଖିବାର ଯୌକ୍ତିକତା ନେଇ ଏବେ ଉଠିଛି ପ୍ରଶ୍ନବାଚୀ। ଶେଷରେ କିଛି ସାମ୍ବାଦିକ ଯାଇ ଖବର ପରିବେଷଣ ପାଇଁ ଉଦ୍ୟମ କରୁଥିବା…

"ଅମାନୁଷିକ ରାୟଗଡା ସ୍ବାସ୍ଥ୍ୟ ବିଭାଗର ନିର୍ମମତା! ପଢ଼ନ୍ତୁ ପୂରା ରିପୋର୍ଟ"

ବନ୍ଧୁତ୍ବ ଦିବସରେ ସୂନ୍ଦର ପରିବେଶ ପାଇଁ ସଚେତନତାର ବାର୍ତ୍ତା ଦେଇଛନ୍ତି ଜିସିଡିର ୧୯୯୮ ଛାତ୍ର

ରାୟଗଡା ୬-୮ (ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ) ସହର ପୌରପରିଷଦ ଅଞ୍ଚଳରେ ପରିମଳ ବ୍ୟବସ୍ଥା ଭୁଶୁଡି ପଡିଥିବା ସହ ଡେଙ୍ଗୁଜ୍ବର ଭୟଙ୍କର ରୂପ ନେଇଛି। ଜଣକ ପରେ ଜଣକ ଚିକିତ୍ସିତ ହେବା ପାଇଁ ଆନ୍ଧ୍ର ପ୍ରଦେଶ ଯିବା ସହ ଅଧିକ ଖର୍ଚ୍ଚାନ୍ତ ହୋଇଥାନ୍ତି। ସହରରେ ସଚେତନତା ଅଭାବ ରହିଛି ଏବଂ ପୌରପରିଷଦ ଆବର୍ଜନା ସଠିକ ଭାବରେ ସଫେଇ କରାନଯିବାରୁ ଯେଉଁଠି ଦେଖିବା କୁଡ଼ କୁଡ଼ ପଡିରହିଛି। ଏହିସବୁ ଦୃଷ୍ଟିରେ ରଖି ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲର ୧୯୯୮ ମସିହାର ୧୫ଜଣ ଛାତ୍ର ଏକତ୍ରିତ ହୋଇଥିଲେ। ବନ୍ଧୁତ୍ବ ଦିବସରେ ସହର ଉମାଶଙ୍କର ସିନେମା ହଲ ଓ ଶିବମନ୍ଦିର ଆଖପାଖ ଅଞ୍ଚଳ ସଫେଇ କରିବା ସହ କିଛି ସୂଚନାଫଳକ ଧରି…

"ବନ୍ଧୁତ୍ବ ଦିବସରେ ସୂନ୍ଦର ପରିବେଶ ପାଇଁ ସଚେତନତାର ବାର୍ତ୍ତା ଦେଇଛନ୍ତି ଜିସିଡିର ୧୯୯୮ ଛାତ୍ର"

ବଚପନ ସ୍କୁଲର କମ୍ପ୍ୟୁଟର ଶିକ୍ଷକଙ୍କୁ ଯୌନ ଶୋଷଣ ଅଭିଯୋଗରେ ଆଜୀବନ କାରାଦଣ୍ଡ

ରାୟଗଡା ତା-୦୬/୦୮/୨୦୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ଯୌନ ଶୋଷଣ ଅଭିଯୋଗ ରେ ରାୟଗଡା ସହରରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ବଚପନ ସ୍କୁଲର କମ୍ପ୍ୟୁଟର ଶିକ୍ଷକ ଏମ ଉଦୟ କୁମାରଙ୍କୁ ଆଜୀବନ କାରାଦଣ୍ଡ ସହ ୩ଲକ୍ଷ ଟଙ୍କା ଜରିମାନା। କାରାଦଣ୍ଡ ଶୁଣାଇଛନ୍ତି ରାୟଗଡା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଦେବଦତ୍ତ ଦାସ ମହାପାତ୍ର। ଘରୋଇ ବିଦ୍ୟାଳୟର କମ୍ପ୍ୟୁଟର ଶିକ୍ଷକ ଏମ ଉଦୟ କୁମାର ଜଣେ ୩ୟ ଶ୍ରେଣୀରେ ପଢୁଥିବା ୮ ବର୍ଷର ଛାତ୍ରକୁ ଦିର୍ଘ ୬ମାସ ଧରି ଶିକ୍ଷକ ଜଣକ ଛାତ୍ରକୁ ଯୌନ ଶୋଷଣ କରିଆସୁଥିଲା। ପରେ ଛାତ୍ରର ଦେହ ଅସୁସ୍ଥ ହେବାରୁ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଉକ୍ତ ଘରୋଇ ଚିକିତ୍ସାଳୟ ଯୌନ…

"ବଚପନ ସ୍କୁଲର କମ୍ପ୍ୟୁଟର ଶିକ୍ଷକଙ୍କୁ ଯୌନ ଶୋଷଣ ଅଭିଯୋଗରେ ଆଜୀବନ କାରାଦଣ୍ଡ"