ଫସଲ ହାନୀ ଯୋଗୁଁ ଚାଷୀଙ୍କ ଆତ୍ମହତ୍ୟା

ରାୟଗଡା ୦୩.୧୨( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ଜିଲ୍ଲା ବିଷମକଟକ ବ୍ଲକରେ ଫସଲହାନୀ ଯୋଗୁଁ କୀଟନାଶକ ଔଷଧ ପିଇ ଚିକିତ୍ସାଧିନ ଥିବା ଜଣେ ଚାଷୀଙ୍କ ରବିବାର ଖ୍ରୀଷ୍ଟିୟାନ ହସ୍ପିଟାଲଠାରେ ମୃତ୍ୟୁ ଘଟିଛି। ଘଟଣାରୁ ଜଣାପଡିଛି ଯେ ବିଷମକଟକ ବ୍ଲକ ହାଟମୁନିଗୁଡା ପଂଚାୟତ ମାଳିଶ୍ରୀପୁର ଗ୍ରାମର ନରେନ୍ଦ୍ର ହିକକା (୩୭ ) ଚଳିତ ବର୍ଷ ସରାକରୀ ଓ ବେସରକାରୀ ସଂସ୍ଥାରୁ ଋଣ ଆଣି ୨ ଏକର ଧାନଚାଷ, ୨ ଏକର କପା ଚାଷ, ଦେଢ ଏକର ଫୁଲକୋବି ଛାଷ କରିଥିଲେ। ଅଦିନିଆ ବର୍ଷା ଓ ଚକଡା ପୋକ ଯୋଗୁଁ ଫସଲ ହାନୀ ଘଟିଥିଲା। ଦୁଶ୍ଚିନ୍ତାରେ ଗତ ନଭେମ୍ବର ୨୬ ତାରିଖ ଦିନ…

"ଫସଲ ହାନୀ ଯୋଗୁଁ ଚାଷୀଙ୍କ ଆତ୍ମହତ୍ୟା"

ଭୂମିକା ଏବେ କେଉଁଠି ? ମାନବ ଚାଲାଣର ଶିକାର ହୋଇନି ତ ଭୂମିକା – ଜିଲ୍ଲାସଭାପତି ବିଜେପି

ଭୂମିକା ଏବେ କେଉଁଠି ? ମାନବ ଚାଲାଣର ଶିକାର ହୋଇନି ତ ଭୂମିକା – ଜିଲ୍ଲାସଭାପତି ବିଜେପି ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୨.୧୨ – ନାବାଳିକା ଭୂମିକା କୁ ନେଇ ଉଠିଥିବା ବିବାଦ ଥମିବାର ନାଁ ଧରୁନାହିଁ । ଜିଲ୍ଲାପାଳ ଙ୍କ ଠାରୁ ଥାନାଅଧିକାରୀ ପାଳିତା ମା ଭୂମିକା ନିଖୋଜ ଥିବା ଲେଖି ଜଣାଇଥିଲେ ମଧ୍ୟ ଭୂମିକାର କୌଣସି ଖୋଜ ଖବର ମିଳିପାରୁନାହିଁ । ପରିବାରବର୍ଗ ଙ୍କ ମନରେ ଗୋଟିଏ ପ୍ରଶ୍ନ ଭୂମିକା ଏବେ କେଉଁଠି । ଏ ନେଇ ବି.ଜେ.ପି ଜିଲ୍ଲା ସଭାପତି ଶିବ ଶଙ୍କର ଉଲାକା ଭୂମିକା ର ପାଳିତା ମା ଏବଂ ଭାଇଙ୍କ ଉପସ୍ଥିତିରେ…

"ଭୂମିକା ଏବେ କେଉଁଠି ? ମାନବ ଚାଲାଣର ଶିକାର ହୋଇନି ତ ଭୂମିକା – ଜିଲ୍ଲାସଭାପତି ବିଜେପି"

ବିଶ୍ୱ ଏଡ୍୍ସ ଦିବସ ପାଳିତ । ସଚେତନତା ଦ୍ୱାରା ଏଡ୍୍ସ କୁ ରୋକାଯାଇପାରିବ – ଜିଲ୍ଲାପାଳ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୧.୧୨ – ରାୟଗଡା ମୁଖ୍ୟ ଚିକିତ୍ସାଳୟ ଠାରେ ବିଶ୍ୱ ଏଡ୍୍ସ ଦିବସ ପାଳିତ ହୋଇଯାଇଅଛି । ବିଶ୍ୱ ଏଡ୍୍ସ ଦିବସ ଉପଲକ୍ଷେ ରାୟଗଡା ମୁଖ୍ୟ ଚିକିତ୍ସାଳୟ ଠାରୁ ଗଜପତି ଛକ ପର୍ଯ୍ୟନ୍ତ ଏକ ର୍ୟାଲି ର ଆୟୋଜନ କରାଯାଇଥିଲା ଏହି ର୍ୟାଲିରେ ରାୟଗଡା ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଏବଂ ଏନଜିଓ ମାନଙ୍କ ଦ୍ୱାରା ହୋଇଥିଲା । ବିଶ୍ୱ ଏଡ୍୍ସ ଦିବସ ଉପଲକ୍ଷେ ରାୟଗଡ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଏକ ସଚେତନତା ବାର୍ତା ନେଇ ହସ୍ତାକ୍ଷର ଅଭିଯାନ ଏବଂ ରକ୍ତଦାନ କ୍ୟାମ୍ପ ର ଶୁଭରାମ୍ଭ କରିଥିଲେ । ବାରିଝୋଲା ସ୍ଥିତ ସରକାରୀ ନର୍ସିଂ…

"ବିଶ୍ୱ ଏଡ୍୍ସ ଦିବସ ପାଳିତ । ସଚେତନତା ଦ୍ୱାରା ଏଡ୍୍ସ କୁ ରୋକାଯାଇପାରିବ – ଜିଲ୍ଲାପାଳ"

ରାୟଗଡା ପୋଲିସ ହାତରେ ୩ ଡକାୟତ ଏବଂ ଜଣେ ସହଯୋଗୀ ଗିରଫ ।

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୨୭.୧୧ – ଗତ ତା ୧୬.୧୧.୧୭ ରିଖରେ କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କୁସୁମଘାଟୀ ଗ୍ରାମରେ ଘଟିଥିବା ଡକାୟତି ଘଟଣାରେ ରାୟଗଡା ପୋଲିସ ୩ ଡକାୟତ ଙ୍କ ସହ ଜଣେ ସହେଯାଗୀ କୁ ଗରିଫ କରି କୋର୍ଟ ଚାଲାଣ କରିଛି । ଆଜି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗନ୍ନାଥ ରାଓ ଏହି ଡକାୟତ ସଂପର୍କରେ ସୂଚନା ଦେଇଛନ୍ତି । ଏହି ଡକାୟତ ଦଳରେ ୧୧ ଜଣ ସଦସ୍ୟ ଥିବା ବେଳେ ୩ ଜଣକୁ ପୋଲିସ ଗିରଫ କରିଥିବା ବେଳେ ସନେ୍ଦହରେ ୪ ଜଣଙ୍କୁ ଅଟକ ରଖିଛି ଏବଂ…

"ରାୟଗଡା ପୋଲିସ ହାତରେ ୩ ଡକାୟତ ଏବଂ ଜଣେ ସହଯୋଗୀ ଗିରଫ ।"

ରାୟଗଡ ପୋଲିସ ଦ୍ୱାରା ୨ ଚୋର ଗିରଫ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )୨୩.୧୧ – ରାୟଗଡ ପୋଲିସ ଦ୍ୱାରା ୨ ଜଣ ଚୋର ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଆଜି ଏହି ଚୋର ଗିରଫ ସଂପର୍କରେ ରାୟଗଡା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଥାନା ଅଧିକାରୀ ରବିନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଦୁଇ ଡକାୟତ ଶଙ୍କର ମହାନନ୍ଦିଆ ( ୨୫ ), ପ୍ରେମୀ ଶ୍ରୀକାନ୍ତ ( ୨୫ ) ରାୟଗଡା ସହରର ଆର.କେ. ନଗର ବାସିନ୍ଦା ହୋଇଥିବା ଜଣାପଡିଛି । ଏବଂ ଏମାନଙ୍କ ଠାରୁ ଚୋରୀ ସାମଗ୍ରୀ କିଣିବା ଅଭିଯୋଗରେ ଟେଲିଫୋନ ଏକ୍ସଚେଞ୍ଜ ଲାଇନରେ ରହୁଥିବା ସନ୍ୟାସୀ…

"ରାୟଗଡ ପୋଲିସ ଦ୍ୱାରା ୨ ଚୋର ଗିରଫ"

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଓ ବିଜ୍ଞାନ ମେଳା ଉଦ୍ଘାଟିତ ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭା କୁ ଲୋକଲୋଚନକୁ ଆଣିବା ମୁଖ୍ୟ ଉଦ୍ଦେଶ୍ୟ – ଜିଲ୍ଲାପାଳ

ରାୟଗଡା ୧୯.୧୧ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )  – ସିରିଗୁଡା ସ୍ଥିତ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଓ ବିଜ୍ଞାନ ମେଳା ଉଦ୍ଘାଟିତ ହୋଇଯାଇଅଛି। ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଏବଂ ସେମାନଙ୍କୁ ସହେଯାଗ କରିଥିଲେ ଆଜାଦ ହିନ୍ଦ ୟୁଥ ଆସୋସିଏସନର କଳାକାର ମାନେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସଂସାଦ, ରାଜ୍ୟ ସଭା ଏନ.ଭାସ୍କର ରାଓ, ରାୟଗଡା ବିଧାୟକ ଲାଲବିହାରୀ ହିମିରିକା, ବିଷମକଟକ ବିଧାୟକ ଜଗନ୍ନାଥ ସାରକା, ରାୟଗଡ ଜିଲ୍ଲାପାଳ…

"ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଓ ବିଜ୍ଞାନ ମେଳା ଉଦ୍ଘାଟିତ ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭା କୁ ଲୋକଲୋଚନକୁ ଆଣିବା ମୁଖ୍ୟ ଉଦ୍ଦେଶ୍ୟ – ଜିଲ୍ଲାପାଳ"

ମା ମଝିଘରିଆଣୀ ମନ୍ଦିରର ହୁଣ୍ଡି ଖୋଲାଗଲା ପୁଣି ବାହାରିଲା ଅଚଳ ନୋଟ ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୧୮.୧୧ – ଭକ୍ତ ଅଚଳ ନୋଟ କୁ ଦାନ କରିବାକୁ ମଧ୍ୟ ପଛେଇଲେ ନାହିଁ । ଗତ ଅଗଷ୍ଟ ମାସରେ ପ୍ରାୟ ୧୧ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଅଚଳ ନୋଟ ବାହାରି ଥିଲା । ଗତକାଲି ଟଙ୍କା ଗଣତି ସମୟରେ ଅଚଳ ନୋଟ ୫ ଲକ୍ଷ ୭ ହଜାର ଟଙ୍କା ବାହାରି ଥିବା ବେଳେ ଚଳନ୍ତି ନୋଟ ସଂଖ୍ୟା ଥିଲା ୪୨ ଲ କ୍ଷ ୪୦ ହଜାର ଟଙ୍କା । ସେହିପରି ସୁନା ୩୩ ଗ୍ରାମ ଏବଂ ରୂପା ୧ କିଲୋ ୭୨୪…

ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେସ ଦିବସ ପାଳିତ ।

ରାୟଗଡା ୧୬.୧୧ – ପ୍ରେସ ଦିବସ ଜିଲ୍ଲା ପ୍ରସାସନ ପକ୍ଷରୁ ସ୍ଥାନୀୟ କୃଷ୍ଣ ଚନ୍ଦ୍ର ନଗର ଭବନ ଠାରେ ଆୟୋଜିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡା ଉପ-ଜିଲ୍ଲାପାଳ ପ୍ରବୀର କୁମାର ନାୟକ ଏବଂ ସମ୍ମାନୀତ ଅତିଥି ଭାବେ ସାହିତ୍ୟକାର ନରେନ୍ଦ୍ର ମିଶ୍ର ଯୋଗଦେଇଥିଲେ । ମଂଚାସୀନ ଥିଲେ ସାମ୍ବାଦିକ ବାଦଲ କୁମାର ତା ଏବଂ ବାସୁଦେବ ପାତ୍ର । ଉପ-ଜିଲ୍ଲାପାଳ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ବର୍ତମାନ ଯୁଗରେ ସାମ୍ବାଦିକଙ୍କ ଲେଖ ଯୋଗୁଁ ସମାଜରେ ବିରାଟ ପରିବର୍ତନ ଆସିଛି । ସାମ୍ବାଦିକ ମାନେ ନିଜ ଜୀବନ କୁ ବାଜି ଲଗାଇ ଯେଉଁ ତଥ୍ୟ ଲୋକଲଚନକୁ ଆଣୁଛନ୍ତି ତାହାରି ଯୋଗୁଁ ଦୁର୍ନିତୀ ଏବଂ…

"ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେସ ଦିବସ ପାଳିତ ।"

ଜଗନ୍ନାଥ ସଂସ୍କୃତି ର ପ୍ରବକ୍ତା ପଣ୍ଡିତ ଚାରଣ ରାମଦାସଙ୍କ ରାୟଗଡ ଗ୍ରସ୍ତ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୧୧.୧୧ – ଜଗନ୍ନାଥ ସଂସ୍କୃତି ର ପ୍ରବକ୍ତା ପଣ୍ଡିତ ଚାରଣ ରାମଦାସ ଗତକାଲି ରାଣିଗୁଡା ଫାର୍ମ ସ୍ଥିତ ସ୍ୱର୍ଗତ ରାମଚନ୍ଦ୍ର ବକ୍ସିପାତ୍ରଙ୍କ ବାସଭବନ ନିକଟରେ ଏକ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଆଜି ବ୍ରାହ୍ମଣ ସାହି ସ୍ଥିତ ଶ୍ରୀ ରାଧାକାନ୍ତ ମନ୍ଦିର କୁ ଆସି ଠାକୁରଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ମନ୍ଦିର ଉନ୍ନୟନ କମିଟିର ସଭାପତି ଡଃ ନିରଂଜନ ପ୍ରସାଦ ବକ୍ସିପାତ୍ର ଓ ମନ୍ଦିର ଉନ୍ନୟନ କମିଟିର ଅନ୍ୟ ସଦସ୍ୟ ବୃନ୍ଦ ସର୍ବଶ୍ରୀ ଗୋପିନାଥ ସାହୁ, ରାମଚନ୍ଦ୍ର ପାଢୀ, ନରିସଂହ ନାଥ ପାଢୀ ଙ୍କ ସହ ଆଜାଦା ହିନ୍ଦ ସଂଗଠନର ସଭାପତି…

"ଜଗନ୍ନାଥ ସଂସ୍କୃତି ର ପ୍ରବକ୍ତା ପଣ୍ଡିତ ଚାରଣ ରାମଦାସଙ୍କ ରାୟଗଡ ଗ୍ରସ୍ତ"

ଦୁଇ ନାବାଳିକ ଅପହରଣ ଉଦ୍ୟମ – ୪ ଯୁବକ ଗିରଫ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୧୧.୧୧ – ରାୟଗଡା ଜିଲ୍ଲା କାଶିପୁର ବ୍ଲକର ଅଂଚଳରେ ଦୁଇଜଣ ନାବାଳିକାକୁ ଅପହରଣ ଉଦ୍ୟମ ଅଭିଯୋଗରେ ପୁଲିସ ଛତିଶଗଡର ୪ ଜଣ ଯୁବକଙ୍କୁ ସ୍ଥାନୀୟ ପୋଡାବନ୍ଧ ଜଙ୍ଗଳ ନିକଟରୁ ଗିରଫ କରିଛି । ଗିରଫ ୪ ଜଣ ହେଲେ ଛତିଶଗଡ କୋରବା ଜିଲ୍ଲାର ପବନ ସିଂହ, ଛୋଟୁ ରାମ, ବିରେନ ଲାଲ, ସୁମେନ କୁମାର । ଘଟଣାରୁ ଜଣାପଡିଛି ଏହି ଯୁବକ ମାନେ ନାବାଳିକାଙ୍କର ଗାଁରେ ରହି ଜଣେ ଠିକାଦାରଙ୍କ ଅଧିନରେ ଗ୍ରାମଣୀ ବିଦ୍ୟୁତ ଯୋଜନାରେ ବିଦ୍ୟୁତ ତାର ଟଣା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଗୁରୁବାର ଏହି ଚାର ଜଣ ଯୁବକ ଦୁଇ…

"ଦୁଇ ନାବାଳିକ ଅପହରଣ ଉଦ୍ୟମ – ୪ ଯୁବକ ଗିରଫ"