ଗୁଣିଆ ସନ୍ଦେହରେ ହତ୍ୟା – ୪ ଗିରଫ

ରାୟଗଡା ୧୫/୨ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )  – ରାୟଗଡା ଜିଲ୍ଲାରେ ପୁଣି ଏକ ଗୁଣିଗାରେଡି ଜନିତ ହତ୍ୟାକାଣ୍ଡ ଘଟିଛି। ଜିଲ୍ଲା ସଦରମହକୁମା ଠାରୁ ପ୍ରାୟ ୧୫ କିଲୋମିଟର ସ୍ଥିତ ଶେଷଖାଲ ଥାନା, ମିରାବାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ରାଚାପାକା ଗ୍ରାମରେ ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ଦେଲେ ଦାସନା ମାଣ୍ଡାଙ୍ଗି (୬୫ )। ଏହି ଘଟଣାଟି ଚଳିତ ମାସ ଘଟିଥିଲା ବେଳେ ବୁଧବାର ଦିନ ଘଟଣାଟି ପ୍ରଘଟ ହୋଇଛି। ଏ ନେଇ ପୋଲିସ ପକ୍ଷରୁ ୪ ଜଣଙ୍କୁ ରାଚାପାକା ଗ୍ରାମରୁ ଗିରଫ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ ସୁରେଶ ମାଣ୍ଡାଙ୍ଗି, ରମେଶ…

"ଗୁଣିଆ ସନ୍ଦେହରେ ହତ୍ୟା – ୪ ଗିରଫ"

୧୨ ସୂତ୍ରୀ ସମୀକ୍ଷାର ଯୋଜନା କଲେ କମିଶନର

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୭/୦୨ – ରାଜ୍ୟ ପରିବହନ ସଚିବ ତଥା ରାୟଗଡା ଜିଲ୍ଲା ନୋଡାଲ ଅଧିକାରୀ ଜି.ଶ୍ରୀନିବାସ ଦୁଇ ଦିନିଆ ରାୟଗଡା ଗ୍ରସ୍ତରେ ଆସିଛନ୍ତି । ଏବଂ ଗ୍ରସ୍ତ ସମୟରେ ଜିଲ୍ଲାରେ ଥିବା ସମସ୍ତ ବ୍ଲକ ଗୁଡିକ ବୁଲି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡିଛି । ଜିଲ୍ଲାରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ୧୨ ଟି ଯୋଜନା ପାନୀୟଜଳ,ସାଧାରଣ ବଂଟନ, ମମତା, ନିରାମୟ, ସର୍ବଶିକ୍ଷା ଅଭିଯାନ, ସାଧାରଣ ବଂଟନ ବ୍ୟବସ୍ଥା, ଗ୍ରାମ୍ୟ ଗୃହ ନିର୍ମାଣ, ଭତା, ଗ୍ରାମ୍ୟ ଗୃହ ନିର୍ମାଣ, ନିର୍ମାଣ ଶ୍ରମିକ କଲ୍ୟାଣ ଓ ମିଶନ ଶକ୍ତିର ସମୀକ୍ଷା ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହ…

"୧୨ ସୂତ୍ରୀ ସମୀକ୍ଷାର ଯୋଜନା କଲେ କମିଶନର"

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳ ଏବଂ ଏସ.ପି ଙ୍କୁ ଭେଟିଲେ ସାମ୍ବାଦିକ

ରାୟଗଡା ୦୫/୦୨ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )– ଗତ କାଲି ସମାଜ ଖବରକାଗଜର ପ୍ରତିନିଧି ସୁରେଶ ଚନ୍ଦ୍ର ପାଢୀଙ୍କୁ ଜଣେ କନେଷ୍ଟବଲ ପୂର୍ଣ୍ଣଚନ୍ଦ୍ର ସାହୁ ମରାଣନ୍ତକ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ଶ୍ରୀ ପାଢୀ କାର୍ଯ୍ୟରତ ଥିବା ଏବଂ ଫୋଟ ଉତୋଳନ କରୁଥିବା ସମୟରେ ଏବଂ ଉକ୍ତ ଫୋଟ ଉତୋଳନ କୁ ବିରୋଦ୍ଧ କରି କନେଷ୍ଟବଲ ସାହୁ ସାମ୍ବାଦିକ ଶ୍ରୀ ପାଢୀଙ୍କ ଉପରକୁ ଲୁହା ରଡ ଏବଂ ହାତ ଦ୍ୱାରା ଆକ୍ରମଣ କରିଥିଲେ। ଏପରିକି ପୋଲିସ ର ଉପସ୍ଥିତିରେ ମଧ୍ୟ ଆକ୍ରମଣ କରିବାକୁ କନେଷ୍ଟବଲ ଜଣକ ଆକ୍ରମଣ କରିବାକୁ ପଛେଇ ନଥିଲା। ଏ ନେଇ ଜିଲ୍ଲାରେ ଥିବା କାର୍ଯ୍ୟରତ ସାମ୍ବାଦିକ ଥାନାରେ…

"ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳ ଏବଂ ଏସ.ପି ଙ୍କୁ ଭେଟିଲେ ସାମ୍ବାଦିକ"

ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବରିଷ୍ଟ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ ।

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୨/୦୨– ଆଜି ଗାୟତ୍ରୀ ନଗର ସ୍ଥିତ ଜିଲ୍ଲା ବରିଷ୍ଟ ନାଗରିକ ମଙ୍ଗଳ ସଂଘର କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପୋଲିକ ପ୍ରଶାସନ ପକ୍ଷରୁ ବରିଷ୍ଟ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ପୂର୍ବାହ୍ନ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାୟଗଡା ଜିଲ୍ଲା ଆରକ୍ଷୀ ଅଧି କ୍ଷକ ଶ୍ରୀ ରାହୁଲ ପି.ଆର, ଅଧ୍ୟକ୍ଷତା କରିଥିଲେ ଅତିରିକ୍ତ ଜିଲ୍ଲା ଏସ.ପି ଶ୍ରୀ ଜଗନ୍ନାଥ ରାଓ । ମଂଚାସୀନ ଥିଲେ ବରିଷ୍ଟ ନାଗରିକ ମଙ୍ଗଳ ସଂଘର ସଭାପତି ଶ୍ରୀ ବିନୋଦ ଚନ୍ଦ୍ର ପଣ୍ଡା, ଉପଦେଷ୍ଟା ନରସିଂହ ନାଥ ପାଢୀ,…

"ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବରିଷ୍ଟ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ ।"

ଅଙ୍କୁଶ ଲାଗିଲା ଭାରିଯାନ ଉପରେ ।

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୨/୦୨– ରାୟଗଡା ଦେଇ ଆନ୍ଧ୍ରପ୍ରଦେଶ କୁ ଯୋଗେଯାଗ କରୁଥିବା ଏକ ମାତ୍ର ପୋଲ ଉପରେ ଏବେ ଏକମାସ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅଙ୍କୁଶ ଲଗାଯାଇଛି । ଏ ନେଇ ପ୍ଲେକ୍ସ ବ୍ୟାନର ମାଧ୍ୟମରେ ସଚେତନତା କରାଯାଇଛି । ରାୟଗଡ ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ପାଖ ଝଂଜାବତୀ ପୋଲି ବହୁତ ପୁରୁଣା ହୋଇଥିବା ଏବଂ ବିପଦ ର ଆଶଙ୍କା ଥିବାରୁ ଏହି ଭଳି ନିଷ୍ପତି ନିଆଯାଇଛି । ୩୧ ଟନରୁ ଉଦ୍ଧ୍ୱର୍ ମାଲ ପରିବହନ କରୁଥିବା ଭାରିଯାନ ଗୁଡିକୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ନିଶିଦ୍ଧ ଘୋଷଣା କରାଯାଇଛି । ଏବଂ…

"ଅଙ୍କୁଶ ଲାଗିଲା ଭାରିଯାନ ଉପରେ ।"

ଜିଲ୍ଲାସ୍ତରୀୟ ୬୯ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ।

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୨୭.୦୧– ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ( ଜି.ସି.ଡି ) ପଡିଆ ଠାରେ ଜିଲ୍ଲାସ୍ତରୀୟ ୬୯ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ସମବେତ ଜନତାଙ୍କୁ ଅଭିନନ୍ଦନ ଜଣାଇ ନିଜର ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀ ଜେନା ରଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଅଗଣିତ ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ଦେଶ ସ୍ୱାଧୀନ…

"ଜିଲ୍ଲାସ୍ତରୀୟ ୬୯ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ।"

ବାଇକ ମୁହାଁ ମୁହିଁ ଧକ୍କା – ଜଣେ ମୃତ, ଜଣେ ଗୁରୁତର ।

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )୨୭.୦୧– ରାୟଗଡା ଜିଲ୍ଲା ସଦର ମହକୁମା ଠାରୁ ବିଷମ କଟକ ଯାଉଥିବା ୩୨୬ ନଂ ଜାତୀୟ ରାଜପଥର ବିଷମ କଟକ ଥାନା ଅନ୍ତର୍ଗତ ନୂଆଁ ଗାଁ ନିକଟରେ ଗତକାଲି ଅପରାହ୍ନ ୩ ଟା ସମୟରେ ଦୁଇ ଗୋଟି ବାଇକ ମୁହାଁ ମୁହିଁ ଦୁର୍ଘଟଣା ଘଟିବାରୁ ଜଣେ ଆରୋହୀ ବିଶ୍ୱନାଥ ହିକକା ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ବାଇକ୍ ଚାଳକ ଖଗେଶ୍ୱର ମାଝୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାରୁ ଜଣାପଡିଛି ଯେ ବିଷମକଟକ ବ୍ଲକ ଅନ୍ତର୍ଗତ ସାନବୁରୁଜା ବାଡି ଗ୍ରାମର ବିଶ୍ୱନାଥ ହିକକା ବାଇକ ଯୋଗେ ରାୟଗଡା ଅଭିମୁଖେ ଯାଉଥିବା…

"ବାଇକ ମୁହାଁ ମୁହିଁ ଧକ୍କା – ଜଣେ ମୃତ, ଜଣେ ଗୁରୁତର ।"

ସେଲଫି ହେଲା କାଳ – ମାଆ, ପୁଅ ମୃତ ଝିଅ ଗୁରୁତର

ରାୟଗଡା ୧୭.୦୧ ( ଓଡିଆ ପୁଅ / ସଂଗ୍ରାମ ପଟ୍ଟନାୟକ )– ରାୟଗଡା ଝୁଲା ବ୍ରିଜରେ ଦୁଇ ମାସ ନ ପୁରୁଣୁ ପୁଣି ଏକ ଅଘଟଣ ଘଟିଛି। ପୋଙ୍ଗଲ ଉପଲକ୍ଷେ କୁମୁଟଲପେଟା ଏକ ପରିବାର ରାୟଗଡା ମା ମଝିଘରିଆଣୀ ମନ୍ଦିର ଦର୍ଶନ ପରେ ଦିନ ଦ୍ୱିପହରେ ଝୁଲା ପୋଲ ଦେଖିବାକୁ ଯାଇଥିଲେ। ସେଲଫି ନିଶା ଏବଂ ପାଣିର ମଜା ନେବା ପାଇଁ ଜେ.ଶାନ୍ତି ନାମ୍ନି ମହିଳା ନିଜ ଝିଅ ଜେ.ଇନ୍ଦୁ ଏବଂ ପୁଅ ଜେ.ଅଖିଳ ଙ୍କ ସେଲଫି ର ମଜା ନେଉଥିବା ବେଳେ ପାଣିର ପ୍ରଖର ସ୍ରୋତରେ ୩ ଜଣ ଯାକ ଭାସି ଯାଇଥିଲେ। ଖବର ପାଇ ଅଗ୍ନଶମ ବିଭାଗ ଟିମ ପହଂଚି ୩ ଜଣଙ୍କୁ…

"ସେଲଫି ହେଲା କାଳ – ମାଆ, ପୁଅ ମୃତ ଝିଅ ଗୁରୁତର"

ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ଏବଂ ଆଶ୍ୱାସନା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ରାୟଗଡା ୧୪.୦୧ (ଓଡ଼ିଆ ପୁଅ) – ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଆଚଂଳିକ ଶିକ୍ଷା ନିର୍ଦେଶାଳୟ ଆନୁକୁଲ୍ୟରେ ନାକ୍ ପ୍ରାୟୋଜିତ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଏହି ଆଲୋଚନା ଚକ୍ର ଦୁଇ ଦିନ ଧରି ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ ଯୋଗ ଦେଇ ଆଲୋଚନା ଚକ୍ରର ଶୁଭଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଚଂଳିକ ଶିକ୍ଷା ନିର୍ଦେଶାଳୟ ବ୍ରହ୍ମପୁର ର ନିର୍ଦେଶକ ଡଃ ଲକ୍ଷିମକାନ୍ତ ତ୍ରିପାଠୀ, ଅବସର ପ୍ରାପ୍ତ ପ୍ରଫେସର ଡଃ ସାମସନ ମହାରଣା,…

"ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ଏବଂ ଆଶ୍ୱାସନା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ"

ବିଜେପି ପରିତ୍ୟାଗ କରି କଂଗ୍ରେସରେ ମିଶିଲେ ମୁନିଗୁଡା ବ୍ଲକ ଚେୟାରମ୍ୟାନଙ୍କ ସହ ୭ ସମିତି ସଭ୍ୟ ଓ ୮ ସରପଞ୍ଚ

ଭୁବନେଶ୍ୱର ତା ୧୦.୧ (ଓଡ଼ିଆ ପୁଅ) – ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଚେୟାରମ୍ୟାନ ଶ୍ରୀଧର କରଡାଙ୍କ ନେତୃତ୍ୱରେ ୭ ଜଣ ସମିତିସଭ୍ୟ ଏବଂ ୮ ଜଣ ସରପଞ୍ଚ ବିଜେପି ପରିତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଉପରୋକ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରି ଭାରତୀୟ ଜାତୀୟ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଏହି ଅବସରରେ ଶ୍ରୀ କରଡା କଂଗ୍ରେସ ଦଳର ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ ଓ ପ୍ରଦେଶ କଂଗ୍ରେସ…

"ବିଜେପି ପରିତ୍ୟାଗ କରି କଂଗ୍ରେସରେ ମିଶିଲେ ମୁନିଗୁଡା ବ୍ଲକ ଚେୟାରମ୍ୟାନଙ୍କ ସହ ୭ ସମିତି ସଭ୍ୟ ଓ ୮ ସରପଞ୍ଚ"