ପୋଲିସ ଏନ୍ କାଉଣ୍ଟରରେ ଅପରାଧୀ ଗୁରୁତର

ପୁରୀ ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ପୋଲିସ ସ୍ପେସାଲ ସ୍କ୍ୱାର୍ଡ଼ ଏନ୍ କାଉଣ୍ଟରରେ ଅପରାଧୀ ଅବ ଓରଫ୍ ରବି ପ୍ରଧାନ ଗୁରୁତର ହୋଇଛି। ଗତକିଛିଦିନ ତଳେ ସଂଧ୍ୟାରେ ବାଲିଘାଟ ଛକରେ ଠିକାଦାର ଭାଗୁ ପ୍ରଦାନଙ୍କୁ ଗୁଳିକରି ଅବ ଫେରାର ହୋଇଯାଇଥିଲା। ଅବ ଚାରୋଟି ଗୁଳି ମାରିଥିବା ବେଳେ ଭାଗୁ ଦେହରେ ଗୋଟିଏ ଗୁଳି ବାଜିଥିବା ବେଳେ ତିନୋଟି ଗୁଳି କାନ୍ଥରେ ବାଜିଥିଲା। ଏହି ଘଟଣା ପରେ ଅବ ଓ ତାର ସହଯୋଗୀ ମାନେ ଫେରାର ହୋଇଯାଇଥିଲେ। ଗୁରୁବାର ରାତ୍ରୀରେ ଏକ ବାଇକ୍ ଯୋଗେ ଜଗତସିଂ ପୁରରୁ ଫେରୁଥିବା ବେଳେ କାଦୁଆ ବ୍ରିଜ୍ ନିକଟରେ ପୋଲିସକୁ ଦେଖି ଫାଇରିଙ୍ଗ କରିଥିଲା। ତେବେ ପୋଲିସ ଏନ୍ କାଉଣ୍ଟରରେ…

"ପୋଲିସ ଏନ୍ କାଉଣ୍ଟରରେ ଅପରାଧୀ ଗୁରୁତର"

ଶ୍ରୀଜିଉଙ୍କୁ ଦର୍ଶନ କଲେ ନେପାଳ ରାଷ୍ଟ୍ରପତି

ପୁରୀ ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶୁକ୍ରବାର ପୁରୀ ଗସ୍ତରେ ଆସି ରତ୍ନସିଂହାସନ ବିଜେ ଚତୃର୍ଦ୍ଧା ମୂର୍ତ୍ତୀଙ୍କୁ ଦର୍ଶନ କରିଛନ୍ତି ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ। ନେପାଳ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶୁକ୍ରବାର ଶ୍ରୀମନ୍ଦିରରେ ପୁର୍ବାହ୍ନରୁ ନୀତି ତ୍ୱରାନୀତ କରାଯାଇଥିଲା। ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିରକୁ ଶୋଧ କରାଯାଇଥିଲା। ପୁର୍ବାହ୍ନ ୧୦ଟା ଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ପୁର୍ବାହ୍ନ ୧୦ଟା ୪୦ ମିନିଟ୍ ସମୟରେ ଶ୍ରୀମତୀ ଭଣ୍ଡାରି ସ୍ୱତନ୍ତ୍ର କ୍ୟାର୍ ଗେଟ୍ ଯୋଗେ ସୂଚନା କେନ୍ଦ୍ର ସମ୍ମୁଖରେ ପହଞ୍ଚିଥିଲେ। ଗାଡ଼ିରୁ ଓହ୍ଲାଇବା ପରେ ଶ୍ରୀମତୀ ଭଣ୍ଡାରିଙ୍କୁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍ ପି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, ଶ୍ରୀମନ୍ଦିର ନୀତି ପ୍ରଶାସକ…

"ଶ୍ରୀଜିଉଙ୍କୁ ଦର୍ଶନ କଲେ ନେପାଳ ରାଷ୍ଟ୍ରପତି"

ରାଜସ୍ୱ ସମୀକ୍ଷା ବୈଠକ

ପୁରୀ ୨୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସଦ୍ ଭାବନା ସଭା ଗୃହରେ ଗୁରୁବାର ଦିନ ଜିଲ୍ଲାର ତ୍ରୈମାସିକ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ରାଜସ୍ୱ କାର୍ଯ୍ୟର ସମୀକ୍ଷା କରାଯିବା ସହ ରାଜସ୍ୱ ଆଦାୟ କ୍ଷେତ୍ରରେ ତହସିଲଦାର ମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ, ଉପଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ। କେତେକ ବ୍ଳକରେ ରାଜସ୍ୱ ଆଦାୟ କ୍ଷେତ୍ରରେ ମନ୍ଥରତା ଦେଖାଦେଇଥିବା ବେଳେ ତହସିଲଦାର ଓ କ୍ଷେତ୍ରୀୟ ଅଧିକାରୀ ମାନେ ଏଦିଗରେ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

"ରାଜସ୍ୱ ସମୀକ୍ଷା ବୈଠକ"

ସ୍ୱର୍ଗଦ୍ୱାର ସମ୍ମୁଖ ଉଚ୍ଛେଦ୍ଧ ପ୍ରକିୟା ଆରମ୍ଭ

ପୁରୀ ୨୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୌରସଂସ୍ଥା ପକ୍ଷରୁ ସ୍ୱର୍ଗଦ୍ୱାର ଉଚ୍ଛେଦ୍ଧ ଅଭିଯାନ କରାଯାଇଛି। ସ୍ୱର୍ଗଦ୍ୱାରରେ ଥିବା ପୌର ସଂସ୍ଥାର ଟିକେଟଘର ଏବଂ ରାଜ୍ୟ ବନନିଗମର କାଠ ଗୋଲାକୁ ଗୁରୁବାର ଦିନ ଭାଙ୍ଗି ଦିଆଯାଇଛି। ଜେସିବି ମେସିନ ସାହାର୍ଯ୍ୟରେ ପ୍ରାୟ ୪୦ ଫୁଟ ଲମ୍ବର ଏହି ଦୁଇଟି ଗୃହକୁ ଭଙ୍ଗାଯାଇଥିଲା। ପୌରସଂସ୍ଥା ଏନ୍ ଫୋର୍ସମେଣ୍ଟ ଅଫିସର ଅଭିମନ୍ୟୁ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଉଚ୍ଚେଦ ଅଭିଯାନ କରାଯାଇଥିଲା। ପୋଲିସ ଫୋର୍ସ ସହାୟତାରେ ଏହି ଉଚ୍ଛେଦ୍ଧ ଅଭିଯାନ କରାଯାଥିବା ବେଳେ ଏବେ ସ୍ୱର୍ଗଦ୍ୱାର ସମ୍ମୁଖ ସଂପୂର୍ଣ୍ଣ ମୁକୁଳା ହୋଇଛି। ସୂଚନାଯୋଗ୍ୟ ଗତ ରଥାଯାତ୍ରା ସମୟରେ ବୈଠକରେ ଏ ସମ୍ପର୍କରେ ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତଦ୍ ଅନୁଯାୟୀ…

"ସ୍ୱର୍ଗଦ୍ୱାର ସମ୍ମୁଖ ଉଚ୍ଛେଦ୍ଧ ପ୍ରକିୟା ଆରମ୍ଭ"

ସିର୍ନଜୀ ଟ୍ରଷ୍ଟର ବାର୍ଷିକ ଉତ୍ସବ

ପୁରୀ ୨୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସିନର୍ଜୀ ଟ୍ରଷ୍ଟର ବିଷୁବ ମିଳନ ଓ ୫ମ ବାର୍ଷିକ ଉତ୍ସବ ନାୟକ ପ୍ଲାଜା ସଭାଗୃହରେ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟା ଜୟଶ୍ରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ସମାଜକୁ ସମୟ ଉପଯୋଗୀ ହୋଇ ସମାଜର ହିତ ଦୃଷ୍ଟିରୁ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ। ସମାଜସେବୀ ଗିରିଶ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଭାରତ ହେଉଛି ଯୁଗ ଶକ୍ତିର ଦେଶ। ସୁନିୟନ୍ତ୍ରୀତ ଯୁବ ସମାଜର ଉତ୍ ଥାନରେ ମହତପୂର୍ଣ୍ଣ ସ୍ଥାନ ଅଧିକାର କରିପାରିବ ବୋଲି ସେ ମତଦେଇଥିଲେ। ଟ୍ରଷ୍ଟର ସଂପାଦକ ସଚିଦାନନ୍ଦ ଦାଶ ଟ୍ରଷ୍ଟର ୫…

"ସିର୍ନଜୀ ଟ୍ରଷ୍ଟର ବାର୍ଷିକ ଉତ୍ସବ"

ଶ୍ରମଅଧିକାରୀଙ୍କ କାର୍ଯ୍ୟାଳୟ ନିଟକରେ ନିର୍ମାଣ ଶ୍ରମିକଙ୍କ ବିକ୍ଷୋଭ

ପୁରୀ ୨୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବିଭିନ୍ନ ଦାବି ନେଇ ଓଡ଼ିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଂଘ ପକ୍ଷରୁ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ରାଜ୍ୟ ସାଧାରଣ ସଂପାଦକ ଦୀନବନ୍ଧୁ ସାହୁ, ପୁରୀ ଜିଲ୍ଲା ସଂପାଦକ ଲକ୍ଷ୍ମୀ ନାରାୟଣ ପ୍ରଧାନ, ସଭାପତି ପ୍ରସନ୍ନ କୁମାର ସ୍ୱାଇଁ, ନିରଂଜନ ସ୍ୱାଇଁ, ଓଡ଼ିଶା କୃଷି ଓ ଗ୍ରାମୀଣ ମଜଦୁର ସଂଘର ସାଧାରଣ ସଂପାଦକ ବସନ୍ତ କୁମାର ସାହୁ, ପୁରୀ ଜିଲ୍ଲା ସଭାପତି କମଳ ନାରାୟଣ ରଥ, ଉପସଭାପତି ବଟକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଗୁଣ୍ଡିଚା ମନ୍ଦିର…

"ଶ୍ରମଅଧିକାରୀଙ୍କ କାର୍ଯ୍ୟାଳୟ ନିଟକରେ ନିର୍ମାଣ ଶ୍ରମିକଙ୍କ ବିକ୍ଷୋଭ"

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚନ୍ଦନ ପ୍ରସ୍ତୁତି

ପୁରୀ ୨୬/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଗାମୀ ୨୯ ତାରିଖରେ ରଥ ଅନୁକୂଳ ସହ ଆରମ୍ଭ ହେବ ଶ୍ରୀଜୀଉଙ୍କ ୨୧ ଦିନିଆ ଚନ୍ଦନ ଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡ଼ାନ୍ତ ହୋଇଛି ପ୍ରସ୍ତୁତି। ଚନ୍ଦନ ଯାତ୍ରା ପାଇଁ ଇତି ମଧ୍ୟରେ ନରେନ୍ଦ୍ର ପୁଷ୍କରିଣୀର ଚତୃଃପାର୍ଶ୍ୱ ସଫେଇ କାର୍ଯ୍ୟ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ ଚୈତ୍ର ପୂର୍ଣ୍ଣମୀ ଦିନ ପୁଷ୍କରିଣୀର ଚାପ ଡଙ୍ଗା କଢ଼ାଯାଇ ଏହାର ରଙ୍ଗ ଦେବା କାର୍ଯ୍ୟ ଚାଲିଛି। ତତ୍ ସହିତ ଡଙ୍ଗାର ବିଭିନ୍ନ ମରାମତି କାର୍ଯ୍ୟ ଚାଲୁ ରହିଛି। ନନ୍ଦ ଯାତ୍ରାପାଇଁ ପୁଷ୍କରିଣୀ ଚତୁଃପାଶ୍ୱର୍କୁ ଆକର୍ଷଣୀୟ ଭାବେ ସଜିତ କରାଯିବ। ଏବେ ପୁଷ୍କରିଣୀ ମଧ୍ୟରେ ଥିବା ଚନ୍ଦନ ମଣ୍ଡପ ଓ ମନ୍ଦିରର…

"ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚନ୍ଦନ ପ୍ରସ୍ତୁତି"

କେବେ ସୁଧୁରିବ ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା!

ପୁରୀ ୨୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହର ଆନ୍ତାର୍ଜାତୀକ ଖାତି ସମ୍ପନ୍ନ ପର୍ଯ୍ୟଟନ କେନ୍ଦ୍ର ତଥା ପ୍ରମୁଖ ତୀର୍ଥ ସ୍ଥଳ ହୋଇଥିଲେ ମଧ୍ୟ ଏହି ସହରରେ ଟ୍ରାଫିକ୍ ବ୍ୟବସ୍ଥା ନଥିବା ଭଳି ଜଣାପଡେ଼। ଏଠାରେ ସବୁ ପ୍ରକାର ସୁବିଧା ରହିଥିବା ବେଳେ ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡ଼ୁଛି। କେତେକ ସ୍ଥାନରେ ଟ୍ରାଫିକ୍ ବ୍ୟବସ୍ଥା ରହିଛି କିନ୍ତୁ ଟ୍ରାଫିକ୍ ପୋଷ୍ଟରେ କୌଣସି ଟ୍ରାଫିକ୍ ପୋଲିସ ନଥିବା ଦେଖାଯାଏ। ସେଗୁଡ଼ିକ ମଧ୍ୟରେ ରେଡ଼କ୍ରସ ରୋଡ଼ ଛକ, ପୋଲିସ ଲାଇନ୍ ଛକ, ଦରଜି ପୋଖରୀ ଛକ, ହରିହର ଛକ ଆଦି ପ୍ରମୁଖ ସ୍ଥାନରେ ବିନା ଟ୍ରାଫିକ୍ ପୋଲିସରେ ଏଠାରେ ଟ୍ରାଫିକ୍ ନିୟନ୍ତ୍ରଣ ଚାଲିଛି। ସହରରେ ପ୍ରାୟ…

"କେବେ ସୁଧୁରିବ ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା!"

ପୁରୀରେ କାଳବୈଶାଖୀ ବର୍ଷା

ପୁରୀ ୧୯/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପ୍ରାୟ ୫ଟା ୩୦ ସମୟରେ ପ୍ରବଳ ପବନ ହେବା ସହିତ ବର୍ଷା ହୋଇଥିଲା। ଘଡ଼ଘଡ଼ି ଚଡ଼ଚଡ଼ି ମାରିବା ସହ ସହରକୁ ବର୍ଷା ଲାଗି ରହିଥିଲା। ବର୍ଷା ସମୟରେ କିଛି ସମୟ ପାଇଁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ଏହି ବର୍ଷାରେ କଣ କ୍ଷେୟ କ୍ଷତି ହୋଇଛି ତାହା ଜଣାପଡ଼ିନାହିଁ।

"ପୁରୀରେ କାଳବୈଶାଖୀ ବର୍ଷା"

ଶ୍ରୀମନ୍ଦିରରେ ଚତୃର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା

ପୁରୀ ୧୯/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବୁଧବାର ସଂଧ୍ୟାରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ମଙ୍ଗଳବାର ରାତ୍ରୀ ପ୍ରାୟ ୧୦ଟା ସମୟରେ ମମତା ପୁରୀ ଆସି ସ୍ୱତନ୍ତ୍ର ସର୍କିଟ ହାଉସଠାରେ ଅବସ୍ଥାନ କରିଥିଲେ। ଏଥିପାଇଁ ସର୍କିଟ୍ ହାଉସ ସଂପୂର୍ଣ୍ଣ ସୁରକ୍ଷା ଛାଉଣୀରେ ପରିଣତ ହୋଇଥିଲା। ବୁଧବାର ସଂଧ୍ୟା ପ୍ରାୟ ୫ଟା ୫୦ ମିନିଟ୍ ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ସିଂହଦ୍ୱାରରେ ପହଞ୍ଚିଥିଲେ। ସିଂହଦ୍ୱାରର ପ୍ରାୟ ଦେଢ଼ଶହ ମିଟର ପୁର୍ବରୁ ସେ ଗାଡ଼ିରୁ ଓହ୍ଲାଇ ଚାଲିଚାଲି ଆସିଥିଲେ। ସିଂହଦ୍ୱାର ଅରୁଣସ୍ତମ୍ଭ ନିକଟରେ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ତଥା ମମତାଙ୍କ କୂଳପଣ୍ଡା ଜଗନ୍ନାଥ ସ୍ୱାଇଁ ମହାପାତ୍ର,…

"ଶ୍ରୀମନ୍ଦିରରେ ଚତୃର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା"