ସମାଜସେବୀ ବେଣୁଧର ପ୍ରଧାନଙ୍କ ଶ୍ରାଦ୍ଧ ବାର୍ଷିକ

ପୁରୀ, ୨୮/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବେଦାନ୍ତ ବିରୋଧୀ ଆନ୍ଦୋଳନର ମୁଖ୍ୟ ପୁରୋଧା ତଥା ଚାଷୀନେତା ବେଣୁଧର ପ୍ରଧାନଙ୍କ ପଅଥମ ଶ୍ରାଦ୍ଧବାର୍ଷିକ ମଙ୍ଗଳବାର ସଂଧ୍ୟାରେ ବେଲଦଳ ଠାରେ ପାଳିତ ହୋଇଛି। ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କ ପୂର୍ଣ୍ଣାଦୟକ ପ୍ରତିମୂର୍ତି ଉନ୍ମୋଚିତ ହୋଇଥିଲା। କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଜଂନ ପଟ୍ଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ପ୍ରତିମୂର୍ତି ଅନାବରଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବେଣୁଧର ପ୍ରଧାନ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସ୍ମୃତିସଭାରେ ଶ୍ରୀପଟ୍ଟନାୟକ କହିଲେ ଯେ ସଡିଶାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ କୃଷିର ବିକାଶ ନହେଲେ ଉନ୍ନତିର ଅସମ୍ଭବ। ବଣେୁଧର ଜଣେ ଚାଷୀର ଦୁଃଖ ବୁଝିବା ଲୋକ।ତ୍ୟାଗ…

"ସମାଜସେବୀ ବେଣୁଧର ପ୍ରଧାନଙ୍କ ଶ୍ରାଦ୍ଧ ବାର୍ଷିକ"

ଜାତୀୟ ବିଜ୍ଞାନ ଦିବସ

ପୁରୀ, ୨୮/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ହରଚଣ୍ଡି ସାହି ସରସ୍ୱତୀ ଶିଶୁ ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ଆଜି ପାଳିତ ହୋଇଯାଇଛି। ଗୈାଡବାଡ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଆରତୀ ପରିଡା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟା ଚିନ୍ମୟୀ ଦେବୀ ଅତିଥୀଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଛାତ୍ରଛାତ୍ରୀ ମାନେ ବୈଜ୍ଞାନିକ ସିଭିରମଣ ବ୍ୟକ୍ତିତ୍ୱରେ ଅନୁପ୍ରାଣିତ ହୋଇ ନିଜକୁ ଗଢିତୋଳିବା ସହ ସକ୍ଳ୍ ନେବାକୁ ମୁଖ୍ୟ ଅତିଥୀ ଶ୍ରୀମତି ପରିଡା ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଜିଜ୍ଞାସା ମନୋଭାବ ପୋଷଣ କରି ପ୍ରତ୍ୟେକ ନୂତନ ଉଦଭାବନ ଦିଗରେ ଆଗେଇ ଯିବାକୁ ସେ ପରାମର୍ଶ…

"ଜାତୀୟ ବିଜ୍ଞାନ ଦିବସ"

ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତି ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେବେ

ପୁରୀ, ୨୮/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଗତ କାଲି ସଂଧ୍ୟାରେ ଛତିଶାନିଯୋଗ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ମେଣ୍ଡାପୋଡୀ ଓ ଦୋଳପର୍ଣ୍ଣିମା ନୀତି ଚୂଡାନ୍ତ କରାଯାଇଛି। ଆଜି ସଂଧ୍ୟାରେ ମେଣ୍ଡା ପୋଡୀ ଓ ଗୁରୁବାର ଦୋଳ ନୀତି ପାଳନ ପାଇଁ ନିଷ୍ପତି ହୋଇଥିଲା। ଏହି ନୀତି ନିର୍ଘଟଂକୁ ଛତିଶାନିଯୋଗ ବୈଠକରେ ଅନୁମୋଦନ ହୋଇଥିଲା। ଆଜି ଭୋର ୫ଟାରେ ଦୁଆର ଫିଟାଯାଇଥିବା ବେଳେ ରାତି ୧ଟା ବେଳେ ମହାପ୍ରଭୁ ଙ୍କର ପୈାଢ କରାଯାଇଥିଲା। ଦୋଳପୂର୍ଣ୍ଣିମା ପାଇଁ ବୁଧବାର ଭୋର ୩ ଟାରେ ଦୁଆର ଫିଟା ୪ ଟାରେ ମଙ୍ଗଳା ଆଳତୀ, ୫.୧୫ ରେ ଅବକାଶ, ୮ ଟାରୁ ୯.୩୦…

"ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତି ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେବେ"

ମୂଲ୍ୟବୋଧ ଭିତିକ ଶିକ୍ଷା ଗୋଟିଏ ଜାତିକୁ ନିର୍ମାଣ କରିଥାଏ

ପୁରୀ, ୨୮/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଶିକ୍ଷା ହେଉଛି ଗୋଟିଏ ଜାତିର ମାନଦଣ୍ଡ। ଉଚିତ ଶିକ୍ଷା ପ୍ରାପ୍ତ ଯୁବଗୋଷ୍ଠୀ ଗୋଟିଏ, ଜାତିର ବିକାଶ ଧାରାକୁ ତ୍ୱରାନିତ୍ୱ କରିଥାନ୍ତି ବୋଲି ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମତବ୍ୟକ୍ତ କରିଛନ୍ତି। ମହାବିଦ୍ୟାଳୟ ଛାତ୍ର ସଂସଦ ସଂପାଦକ ରୋଶନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ଯୋଗ ଦେଇ ସାମନ୍ତ ଚନ୍ଦ୍ରଶେକର ସ୍ୱଂୟ ଶାସିତ ମହାବିଦ୍ୟାଳୟର ଅତୀତ ଗୈାରବ ସଂପର୍କରେ ଆଲୋକପାତ କରି କହିଲେ ଛାତ୍ରଛାତ୍ରୀ ମାନେ ନିର୍ଭିକ ଭାବରେ ନିଜକୁ ଉପସ୍ଥାପିତ କରିବାକୁ ସେ ମତ ଦେଇଥିଲେ। ଏହି ଉତ୍ସବରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର…

"ମୂଲ୍ୟବୋଧ ଭିତିକ ଶିକ୍ଷା ଗୋଟିଏ ଜାତିକୁ ନିର୍ମାଣ କରିଥାଏ"

୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ବୈଠକ

ପୁରୀ, ୨୭/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ନୀଖିଳ ଉତ୍କଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ପୁରୀ ଜିଲ୍ଲା ଶାଖାର ନବ ନିର୍ବାଚିତ କର୍ମକର୍ତା ବୃନ୍ଦକୁ ନେଇ ଜିଲ୍ଲାର ପ୍ରଥମ ବୈଠକ ସଂଘ କାର୍ଯ୍ୟାଳୟ ଦତୋତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ସୁବାଷ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରାରମ୍ଭରେ ସଂଘର ପୂର୍ବତନ କର୍ମକର୍ତା ବୈକୁଣ୍ଠ ଚନ୍ଦ୍ର ମହାପାତ୍ର, ଉମାର ଚନ୍ଦ୍ର ନାୟକ, ନିରଜଂନ ନନ୍ଦ, ସରକାରୀ କାର୍ଯ୍ୟରୁ ଗତମାସ ୩୧ ତାରିଖରୁ ଅବସର ଗ୍ରହଣ କରିଥିବାରୁ ଗିଲ୍ଲା ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକରେ ସଂଘର ମୁଖ୍ୟ କର୍ମକର୍ତା ଶଙ୍କର ଚରଣ ଦାସ, ପରାମର୍ଶ ଦାତା ରାଧାଗୋବିନ୍ଦ ପଣ୍ଡା, ଉପସଭାପତି ସୁବ୍ରତ…

"୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ବୈଠକ"

ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ପୁରୀ, ୨୭/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ୨ ଦିନିଆ ବାର୍ଷିକ ଉତ୍ସବ ରାଜ୍ୟ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଉଦଘାଟନ କରି କହିଲେ ଯେ ଏହା ଓଡିଶାର ଏକ ଅନନ୍ୟ ମହାବିଦ୍ୟାଳୟ। ଏହାର ଛାତ୍ରଛାତୀ୍ର ମାନେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ। ଛାତ୍ରଛାତ୍ରୀ ମାନେ ପରିଶ୍ରମ ଓ ନିଷ୍ଠାର ସହ ଅଧ୍ୟୟନ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି ମତ ବ୍ୟକ୍ତ କରିଥିଲେ। ଛାତ୍ର ସଂସଦର ସଭାପତି ରବିନାରାୟଣ ଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବରେ ସଂପାଦକ ରୋସନ ମହାନ୍ତି ବିବରଣୀ ପାଠ କରି କଲେଜକୁ କ୍ଲଷ୍ଟ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ସହ ଖାଲି ପଡିଥିବା ପଦବୀ ପୂରଣ ପାଇଁ ମନପ୍ତ୍ୀଙ୍କ…

"ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ"

ରଙ୍ଗର ପର୍ବ ହୋଲି ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର

ପୁରୀ, ୨୭/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଆଉ ମାତ୍ର ୪୮ଘଟାଂ ପରେ ଆସିଯିବ ରଙ୍ଗର ପର୍ବ ହୋଲି। ଆଲୁଅରେ ଚିକମିକ କରୁଛି ପିଚକାଳି ଆଉ ଉଦଭାଷିତ ହେଉଛି ରଙ୍ଗ ବେରବେରଙ୍ଗର ଅବୀର। ଭିଡ ବି ଆରମ୍ଭ ହୋଇ ଗଲାଣି, ରଙ୍ଗିନ୍ ହୋଇ ଉଠିବ ଶ୍ରୀ କ୍ଷେତ୍ର ପରିବେଶ। ସମସ୍ତ ଭେଦଭାବ ଓ ବୟସ ବର୍ଗକୁ ଭୁଲି ପ୍ରତ୍ୟେକ ଏହି ପର୍ବରେ ନିଜକୁ ହଜାଇ ଦେବେ। ପରସ୍ପରକୁ ରଙ୍ଗ ବୋଳି ହୋଲିର ମଜା ଉଠାଇବା ସହ ରଙ୍ଗ ପର୍ବର ଅଭିନନ୍ଦନ ଜ୍ଞାପନ କରିବେ। ହୋଲି ପାଇଁ ବଡଦାଣ୍ଡ ସମେତ ଅନ୍ୟାନ୍ୟ ସାହି ବସ୍ତିରେ ଖୋଲି ଗଲାଣି ଏବେ ରଙ୍ଗ ପସରା। ରଙ୍ଗ କିଣିବା ପାଇଁ ମଧ୍ୟ ଗ୍ରାହକ…

"ରଙ୍ଗର ପର୍ବ ହୋଲି ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର"

ଜି.ଏମ୍ . ଲ କଲେଜର ଜାତୀୟ ଆଲୋଚନା ଚକ୍ର: ମହେଶ୍ୱର ମହାନ୍ତିଙ୍କ ବିବାଦୀୟ ମନ୍ତବ୍ୟ

ପୁରୀ, ୨୬/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ନିର୍ବାଚନ ଜିତିବାକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ମହାତ୍ମାଗାନ୍ଧୀ ଯଦି ବଂଚି ଥନ୍ତେ ଟଙ୍କା ବାଂଟି ନପାରି ନିର୍ବାଚନ ହାରି ନଥାନ୍ତେ। ରବିବାର ଅନୁଷ୍ଠିତ ଜାତୀୟ ଆଲୋଚନା ଚକ୍ରରେ ଏପରି ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। ସେ କହିଲେ ନିର୍ବାଚନରେ ଏବେ ଯେତିକି ପୋଷ୍ଟର ବ୍ୟାନର ଏବଂ ଟଙ୍କା ଖର୍ଚ୍ଚ ହେଉଛି ଗାନ୍ଧିୀଜୀ ବଂଚିଥିଲେ ସେ ସବୁ କରି ନଥାନ୍ତେ। ତାଙ୍କୁ ହାରିବାକୁ ପଡିଥାନ୍ତା। ନିର୍ବାଚନ ଦୁର୍ନିତୀ ରୋକିବାକୁ ସମ୍ବିଧାନରେ ସଂଶୋଧନ ଆବଶ୍ୟକ। ସରକାରୀ ଖର୍ଚ୍ଚରେ ନିର୍ବାଚନ ପ୍ରଚାର କରାଗଲେ ଟଙ୍କା ନେଇ ଭୋଟ କିଣିବା ରୋକାଯାଇପାରିବ। ଦୁର୍ନିତି ବନ୍ଦ ପାଇଁ…

"ଜି.ଏମ୍ . ଲ କଲେଜର ଜାତୀୟ ଆଲୋଚନା ଚକ୍ର: ମହେଶ୍ୱର ମହାନ୍ତିଙ୍କ ବିବାଦୀୟ ମନ୍ତବ୍ୟ"

ରାଜ୍ୟସ୍ତରୀୟ ଯାଦବ ସମ୍ମିଳନୀ

ପୁରୀ, ୨୬/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସଭାଗୃହରେ ରାଜ୍ୟସ୍ତରୀୟ ଯାଦବ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ସମ୍ମଳନୀକୁ ଚଳଚିତ୍ର ଅଭିନେତା ବିହୀର ଦାସ ଉଦଘାଟନ କରି ଯାଦବଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶରେ ସରକାର ଅବହେଳା କରୁଥିବା ଅଭିଯୋଗ କରିଥିଲେ। ଯାଦବ ମହାସଭାର ଜିଲ୍ଲା ସଭାପତି ଗୋପାଳ ବେହରାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ସମ୍ମିଳନୀରେ ସମାଜ ବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇ ଦୁଗ୍ଧର ସର୍ବନିନ୍ମ ସହାୟକ ମୁଲ୍ୟ ବୃଦ୍ଧି ପାଇଁ ଦାବି କରିଥିଲେ। ଯାଦବ ଙ୍କ ନ୍ୟାର୍ଯ୍ୟ ଓ ସାମ୍ବିଧାନିକ ଅଧିକାର ପାଇଁ ମିଳିତ ଭାବେ ଲଢେଇ କରିବାକୁ ସେ…

"ରାଜ୍ୟସ୍ତରୀୟ ଯାଦବ ସମ୍ମିଳନୀ"

ବିଦ୍ୟୁତ ଠିକା କର୍ମଚାରୀ ସଂଘ କନଭେନସନ

ପୁରୀ, ୨୬/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ସ୍ୱାସ୍ଥ୍ୟ ପରିବର୍ତେ ପୁଜିଂ ପତିଙ୍କ ସ୍ୱାସ୍ଥକୁ ଗୁରୁତ୍ୱ ଦେଉଛନ୍ତି। ଆର୍ଥୀକ ବିକାଶ ନାମରେ ସରକାରୀ ସଂସ୍ଥାର ଘରୋଇ କରୋଣ କରାଯାଉଛି। ଏଥିଯୋଗୁଁ ଶ୍ରମିକ ଶୋଷଣ ବୃଦ୍ଧି ପାଉଛି। ବିଦ୍ୟୁତ ଠିକା କର୍ମଚାରୀ ସଂଘ ପକ୍ଷରୁ ଶରଧା ମଣ୍ଡପ ଠାରେ ଆୟୋଜିତ କର୍ମଶାଳାରେ ଶ୍ରମିକ ନେତା ମାନେ ଏହି ଅଭିଯୋଗ ଆଣିଛନ୍ତି। କର୍ମଶାଳାରେ ଶ୍ରମିକ ନେତା ନବ କିଶୋର ମହାନ୍ତି କହିଲେ ଯେ ବିଦ୍ୟୁତ ବିତରଣ କଂପାନୀ ଗୁଡିକ ଉପରେ ୫୦୦ କୋଟିରୁ ଉର୍ଦ୍ଧ୍ୱ ବାକି ପଡିଛି। ସରକାର ସେମାନଙ୍କ ପ୍ରତି ଅହେତୁକ ଅନୁକଂପା ଦେଖାଉଥିବା ବେଳେ ଏହାର ପ୍ରଭାପ ସାଧାରଣ…

"ବିଦ୍ୟୁତ ଠିକା କର୍ମଚାରୀ ସଂଘ କନଭେନସନ"