୫୦୦ ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସୁନ୍ଦରାକାଣ୍ଡ ପାଠ

ପୁରୀ, ୪/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ବିଶ୍ୱ କଲ୍ୟାଣ ଓ ଗୋ ସୁରକ୍ଷା ନିମନ୍ତେ ଶ୍ରୀରାମ ସୁନ୍ଦରାକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ହୋଟେଲ ରୂମାନି ଠାରେ ସୁନ୍ଦରାକାଣ୍ଡ ପାଠ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରାକାଣ୍ଡ ବ୍ୟାସ ପଣ୍ଡିତ ବିଷ୍ଣୁଚରଣ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ତାମିଲନାଡୁ ଅର୍ଥାତ ବିଭିନ୍ନ ରାଜ୍ୟରୁ ୫୦୦ ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଉପସ୍ଥିତ ରହି ସୁନ୍ଦରାକାଣ୍ଡ ପାଠ କରିବା ସହିତ ସମାପନ ପରେ ମହୋଦଧୀ ସ୍ନାନ ଶ୍ରୀମନ୍ଦିରରେ ଦର୍ଶନ ଓ ପ୍ରସାଦ ସେବନ କରିଥିଲେ। ଏଥିରେ ନାଗପୁରର ହରିଭକ୍ତ କଥାକାର ଅନିଲ ମହାରାଜ ଅହେର, ବିଳାସ ରାଓ କାୱେଡେ, ଚନ୍ଦ୍ରକାଣ୍ଡ କୁଣ୍ଡରିକ, ମନୋହର ପୁଟେ, ସୁରେଶ ରାଓ, ଶେଡେ ରାଓ,…

"୫୦୦ ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସୁନ୍ଦରାକାଣ୍ଡ ପାଠ"

ଆତ୍ମରକ୍ଷା କୌଶଳ ତାଲିମ

ପୁରୀ, ୪/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୁରୀ ମହିଳା ମହାବିଦ୍ୟାଳୟରେ ସରକାରଙ୍କ ଆତ୍ମରକ୍ଷା କୌଶଳ ଶିକ୍ଷା କାର୍ଯ୍ୟକ୍ରମ ଶନିବାର ଠାରୁ ଆରମ୍ଭ ହୋଇଛି। ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ବିଜ୍ଞାନ ଓ କଳା ଛାତ୍ରୀ ମାନଙ୍କୁ ଏହି ଆତ୍ମରକ୍ଷା କୌଶଳ ଶିକ୍ଷା ଦେବା ଆରମ୍ଭ ହୋଇଛି। ଦୀର୍ଘ ୧୨ ଦିନ ଧରି ଚାଲିବାକୁ ଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ସାମନ୍ତ ଚନ୍ଦ୍ରଶେଖର ଜୁନିୟର କଲେଜର ତତ୍ୱାବଧାନରେ ପରିଚାଳିତ ହୋଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱନାଥ ବଳିୟାର ସିଂ, ଅଧ୍ୟକ୍ଷ କମଳ ଲୋଚନ ପ୍ରଧାନ, ଖେଳ ଶିକ୍ଷକ ସୁରଥ ରଣସିଂହ, ମାଷ୍ଟର ଟ୍ରେନରହର୍ଷିତା ପ୍ରଧାନ, ଓ ନୂତନ ବିଶୋଇ ପ୍ରମୁଖ ଉପସ୍ଥିତି ରହି ଛାତ୍ରୀ ମାନଙ୍କୁ…

"ଆତ୍ମରକ୍ଷା କୌଶଳ ତାଲିମ"

ମନରେଗା ହିତାଧିକରୀଙ୍କୁ ତୁରନ୍ତ ପ୍ରାପ୍ୟ ଦିଅ

ପୁରୀ, ୪/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମଯୋଜନାର ହିତାଧିକାରୀଙ୍କୁ ପ୍ରାପ୍ତ୍ୟ ନ ମିଳିବା ଏବଂ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ୨୦୦୯ ମସିହାରୁ କାର୍ଯ୍ୟାଦେଶ ପଡିରହିଥିଲେ ମଧ୍ୟ ଗୃହ ନିର୍ମାଣ ହୋଇପାରି ନଥିବାରୁ ପଂଚାୟତରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଦେଓରଂଜନ କୁମାର ସିଂ ଅସନ୍ତୋଷ ପ୍ରକାଶ କରିଛନ୍ତି। ହିତାଧିକାରଙ୍କ ପ୍ରାପ୍ତ୍ୟ ମିଳିବା କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ଓ ଗୃହ ନିର୍ମାଣ କାର୍ଯ୍ୟ ତ୍ୱରାନିତ୍ୱ କରିବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏମଜିଏନଆରଜିଏସ, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ଇନ୍ଦିରା ଆବାସ, ବିଜୁ ପକାଘର, ପଂଚାୟତ ସଶକ୍ତି କରଣ ଅଭିଯାନ, ଗ୍ରାମ୍ୟ ଜଳ ଯୋଗାଣ, ଜାତୀୟ…

"ମନରେଗା ହିତାଧିକରୀଙ୍କୁ ତୁରନ୍ତ ପ୍ରାପ୍ୟ ଦିଅ"

ନିର୍ବନ୍ଧ ପରେ ବିବାହକୁ ମନା କରିବା ଯୋଗୁଁ ଏସପିଙ୍କୁ ଅଭିଯୋଗ

ପୁରୀ, ୧/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଦୀର୍ଘ ୭ ବର୍ଷ ଧରି ଭଲ ପାଇବା ପରେ ପରିବାର ଲୋକେ ବିବାାହ ପାଇଁ ମନା କରିଦେଇଥିଲେ।କନ୍ୟାପକ୍ଷ ପ୍ରସ୍ତାବ ନେଇ ବରପକ୍ଷଙ୍କୁ ଯୋତୁକ ବାବଦରେ ୧ଲକ୍ଷ ଟଙ୍କା ମଧ୍ୟ ଦେଲେ। ମହାପ୍ରସାଦ ଦିଆନିଆ ହୋଇ ନିର୍ବନ୍ଧ ମଧ୍ୟ କରିଥିଲେ। କିନ୍ତୁ ବର ଏବେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ଜିଦ ଧରିଛି। ଆଉ ସବରେଷ୍ଟର ଅଫିସରେ ଏନେଇ ଆବେଦନ ମଧ୍ୟ କରିଛି। ତେବେ ଏହାକୁ ବିରୋଧ କରି ସଦରଥାନା ଅଧୀନ କପିଳେଶ୍ୱର ପୁର ‘ଦ୍ୱିତୀୟ ସ’ ଗ୍ରାମର ମାମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ବୁଧବାର ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବୁଧବାର ଦିନ ଗୋଷ୍ଠୀର ସଦସ୍ୟମାନେ…

"ନିର୍ବନ୍ଧ ପରେ ବିବାହକୁ ମନା କରିବା ଯୋଗୁଁ ଏସପିଙ୍କୁ ଅଭିଯୋଗ"

ଯୁବ ଓ ଛାତ୍ର ସମାଜର ପ୍ରେରଣାର ଉତ୍ସ ଥିଲେ ..ଡଃ ରାଧାନାଥ ରଥ

ପୁରୀ, ୧/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଶ୍ରୀକ୍ଷେତ୍ର ନାଗରିକ ମଂଚ ତରଫରୁ ବର୍ଷିଆନ ରାଜନେତା, ସମାଜସେବୀ, ସାମ୍ବାଦିକ ତଥା ବାଗ୍ମୀଭୂଷଣ, ଉତ୍କଳରତ୍ନ ରାଧାନାଥ ରଥଙ୍କ ଶ୍ରାଦ୍ଧବାର୍ଷିକ ମଂଚରେ ସଭାପତି ତଥା ସାମ୍ବାଦିକ ଲଳାଟେନ୍ଦୁ ମିଶ୍ରଙ୍କ ସଭାପତିତ୍ୱରେ ବଡଦାଣ୍ଡସ୍ଥ ଗୋଏଙ୍କା ଧର୍ମଶାଳା ପରିସରରେ ଆୟୋଜିତ ହୋଇଯାଇଛି। ଉକ୍ତ ବୈଂକରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବରିଷ୍ଠ ଶିକ୍ଷାବିତ ପ୍ରଭାତ ଚନ୍ଦ୍ର ମହୋଦୟ, ସ୍ୱର୍ଗତଃ ରଥଙ୍କର ସ୍ମୃତିଚାରଣ କରି କହିଲେ,  ଦୈନିକ ଖବର କାଗଜରୁ ପ୍ରକାଶ ପାଇଁ ସେ ମହୋଦୟ ତାଙ୍କର ଜୀବନକୁ ସ୍ୱେଚ୍ଚାକୃତ ଭାବେ ସମର୍ପି ଦେଇଥିଲେ। ଆଜିର ଯୁବସମାଜ ତଥା ଛାତ୍ରସମାଜର ସେ ଥିଲେ ପ୍ରେରଣାର ଉତ୍ସ। କବି ଯୋଗେଶ୍ୱର ମହାରାଜ ସେ ଜଣେ ସତ୍ୟ,…

"ଯୁବ ଓ ଛାତ୍ର ସମାଜର ପ୍ରେରଣାର ଉତ୍ସ ଥିଲେ ..ଡଃ ରାଧାନାଥ ରଥ"

ପ୍ରଣବନନ୍ଦଜିଙ୍କ ଜୟନ୍ତୀ ପାଳିତ

ପୁରୀ, ୧/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ସ୍ୱର୍ଗଦ୍ୱାରସ୍ଥିତ ଭାରତ ସେବାଶ୍ରମ ସଂଘ ପ୍ରଣବାନନ୍ଦ ବିଦ୍ୟାମନ୍ଦିର ପ୍ରାର୍ଥନା କକ୍ଷରେ ଭାରତ ସେବାଶ୍ରମ ସଂଘର ପ୍ରତିଷ୍ଠାତା ଯୁଗାଚାର୍ଯ୍ୟ ଶ୍ରୀମଦ୍ ସ୍ୱାମୀ ପ୍ରଣବନନ୍ଦ ଜୀ ମହାରାଜଙ୍କ ୧୨୩ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଛି। ଭାରତ ସେବାଶ୍ରମର ସନ୍ୟାସୀ ସ୍ୱାମୀ ନିଗମାନନ୍ଦଜୀ ମହାରାଜ ଯୋଗଦେଇ ଆଧ୍ୟାତ୍ମିକ ଚିନ୍ତା ଚେତନା ହିଁ ବିଦ୍ୟାର୍ଥିମାନଙ୍କୁ ବିଶୃଙ୍ଖଳିତ କରିବା ସହ ସଫଳତାର ଶିର୍ଷରେ ପହଁଚିବାରେ ସାହାଯ୍ୟ କରିଥାଏ ବୋଲି କହିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମହାପାତ୍ର କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିବା ବେଳେ ଶିଶୁ ସମାଚାର ସଂପାଦକ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଗୀତା କଣ୍ଠପାଠ ପ୍ରତିଯୋଗୀତାରେ ପ୍ରିୟଦର୍ଶନୀ ଆପଟ,…

"ପ୍ରଣବନନ୍ଦଜିଙ୍କ ଜୟନ୍ତୀ ପାଳିତ"

ଜମିପଟା ବଂଟନ କମିଟି ବୈଠକ

ପୁରୀ, ୧/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଓଡିଶା ସରକାର ତରଫରୁ ପେଣ୍ଠକଟା ଓ ଚକ୍ରତିର୍ଥ ନୂଆସାହିର ଚମ୍ପୁଡି ବସ୍ତିବାସିନ୍ଦାଙ୍କୁ ସରକାର ନିୟମ ଅନୁଯାୟୀ ପଟା ବଣ୍ଟନ ନିମନ୍ତେ କମିଟି ବୈଠକ କରାଯାଇଛି। କମିଟିର ସଭାପତି ଭାବେ ଏକ ତାତାରାଓଙ୍କୁ ରଖାଯାଇଥିବା ବେଳେ କେ ପ୍ରସାଦ କମିଟିର ଉପଦେଷ୍ଟା ରହିଛନ୍ତି। ଗୁରୁବାର ଦିନ ଏନେଇ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଭାପତି ଓ ଉପଦେଷ୍ଟାଙ୍କ ସମେତ ପୌରସଦସ୍ୟ ବଳରାମ ରେଡୀ, ଚାପେଲା ଚିରଂଜୀବି, ମିନାକ୍ଷୀ ପ୍ରସାଦ, ସତ୍ୟଭାମା ସାହୁ, ଏନଜିସ ପ୍ରତିନିଧିଭାବେ କାବୁଲା ପ୍ରଦାନ ଓ ଜୋନ କୋର୍ଡର ପ୍ରଶାନ୍ତ ପଟ୍ଟନାୟକ ପୌରସଂସ୍ଥାର କମ୍ୟୁନିଟି ଅର୍ଗାନାଇଜର ଓ ଅଙ୍ଗନବାଡୀ କର୍ମୀ ସମେତ ୩୫ ଟି ବରଫର…

"ଜମିପଟା ବଂଟନ କମିଟି ବୈଠକ"

ଶ୍ରୀ ଜିଉଙ୍କ ବନକ ଲାଗି

ପୁରୀ, ୧/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଗୁରୁବାର ଶ୍ରୀମନ୍ଦିରରେ ବନକଲାଗି ରୀତି ନୀତି ମତେ ସଂପନ୍ନ ହୋଇଛି। ଅପରାହ୍ନରେ ମହାପ୍ରଭୁଙ୍କୁ ଏହି ବନˆଲାଗି କରାଯାଇଥିଲା। ଏଥିପାଇଁ ପ୍ରାୟ କ୍ଷ ଘଂଟା ଧରି ଶ୍ରୀଜିଉ ମାନଙ୍କର ଦର୍ଶନ ବନ୍ଦ ରହିଥଇଲେ। ଦ୍ୱିତୀୟ ଭୋଗ ମଣ୍ଡପ ନୀତି ବଢିବା ପରେ ଦତ୍ତ ମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ବନକ ଲାଗି ନୀତି ସଂପାଦନ କରିଥିଲେ। ଦତ୍ତ ମହାପାତ୍ର ସେବକମାନେହରିତାଳ, ହିଙ୍ଗୁଳ, ସମେତ ଅନ୍ୟାନ୍ୟ ପ୍ରାକୃତିକ ରଂଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶ୍ରାଙ୍ଗାର କରିଥିଲେ। ଏଥିପାଇଁ ଅପରାହ୍ନ ସାଢେ ୩ ଟାରୁ ରାତ୍ରୀ ପ୍ରାୟ ୮ ପର୍ଯ୍ୟନ୍ତ ଶଅ୍ରୀମନ୍ଦିରରେ ଶ୍ରୀଜିୁଙ୍କ ଦର୍ଶନ ଲାଗି ବନ୍ଦ ରହିଥିଲା। ପାଳିଆ ଖୁଟିଂଆ, ଗରାବଡୁ, ପାଳିଆ…

"ଶ୍ରୀ ଜିଉଙ୍କ ବନକ ଲାଗି"

ଭରତମୁନୀ ଉତ୍ସବ

ପୁରୀ, ୧/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ସଂସ୍କାର ଭାରତୀ ପୁରଶାଖା ପକ୍ଷରୁ ଅନ୍ନପୂର୍ଣ୍ଣା ରଂଗମଚଂରେ ଭାରତୀ ମୁନି ଉତ୍ସବ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ସଂସ୍କାର ଭାରତର ଶାଖା ସଭପତି କୁନାଲ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଉତ୍ସବରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର କାର୍ଯ୍ୟକାରୀଣୀ ସଦସ୍ୟ ସୁନିଲ ପଦ ଗୋସ୍ୱାମୀ ମୁଖ୍ୟ ଅତିଥି, କ୍ରୀଡାଭାରତି ଉତ୍କଳ ପ୍ରାନ୍ତ ସଭାପତି ଦାମୋଦର ପ୍ରଧାନୀ, ଆଦିତ୍ୟ ବାହିନୀ ରାଜ୍ୟ ସଭାପତି ଜିତେନ୍ଦ୍ର ମହାପାତ୍ର ସଂଗଠକ ଇଂ ବଳରାଜ ତ୍ରିପାଠୀ, ଲଲାଟେନ୍ଦୁ ବଡୁ ପ୍ରମୁଖ ସମ୍ମାନୀତ ଅତିଥି ଏବଂ ନିରଜନ ପଣ୍ଡା ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ଭରତମୁନୀ ଭାରତୀୟ ନାଟ୍ୟକଳାର ଜନକ ଥିଲେ ବୋଲି କହିଥିଲେ। ସେ…

"ଭରତମୁନୀ ଉତ୍ସବ"

ଅଗ୍ନିଉତ୍ସବ ପୂର୍ଣ୍ଣିମା..ଅଗ୍ନି ଜଳାଇ ଶୀତକୁ ବିଦାୟ ହେଲେ

ପୁରୀ, ୩୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପରମ୍ପରା ଅନୁଯାୟୀ ପବିତ୍ର ମାଘ ପୂର୍ଣ୍ଣମା ଅବସରରେ ଅଗ୍ନିଉତ୍ସବ ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ତେବେ ଚନ୍ଦ୍ରଗ୍ରହଣ ଯୋଗୁଁ ଅଗ୍ନିଉତ୍ସବ ଲାଗି ଲୋକମାନଙ୍କ ମନରେ ରହିଥିବା ଉତ୍ସାହରେ ଫିକା ପଡିଯାଇଥିବା ପରିଲିକ୍ଷିତ ହୋଇଛି। ରାତ୍ର ୮ ଟା ୪୧ ମିନିଟ ପରେ ଚନ୍ଦ୍ର ଗ୍ରହଣ ସର୍ବମୋକ୍ଷ ହେବା ପରେ ଲୋକମାନେ ସ୍ନାନ ସାରି କାଠ ଓ ନଡା ଧରି ବିଭିନ୍ନ ସ୍ଥାନରେ ହେଉଥିବା ଅଗ୍ନି ଉତ୍ସବ ସ୍ଥଳକୁ ଯାଇଥିଲେ। ସେଠାରେ ପାରମ୍ପରିକ ଭାବେ ପୂଜା ପାଠ ପରେ .କାଠରେ ଅଗ୍ନି ସଂଯୋଗ କରାଯାଇଥିଲା। ଶ୍ରଦ୍ଧାଳୁଙ୍କ ହରିବୋଲ ଧ୍ୱନି ମଧ୍ୟରେ ଉତ୍ସବ ପର୍ବ ସମ୍ପନ୍ନ ହୋଇଥିଲା। କେତେକ ଶ୍ରଦ୍ଧାଳୁ…

"ଅଗ୍ନିଉତ୍ସବ ପୂର୍ଣ୍ଣିମା..ଅଗ୍ନି ଜଳାଇ ଶୀତକୁ ବିଦାୟ ହେଲେ"