ଶ୍ରୀମନ୍ଦିରରୁ ମୂର୍ତ୍ତି ଚୋରୀ ଅଭିଯୋଗ : ଥାନାରେ ଏତଲା ଦେଲା ଜଗନ୍ନାଥ ସେନା

ପୁରୀ ୨୨/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିରରୁ କେତେକ ଅଷ୍ଟଧାତୁ ମୂର୍ତ୍ତୀ ସମେତ ମୂଲ୍ୟବାନ ଜିନିଷପତ୍ର ଚୋରି ହୋଇଥିବା ଶ୍ରୀ ଜଗନ୍ନାଥ ସେନା ଅଭିଯୋଗ କରିଛି। ଏହାର ତଦନ୍ତ ପାଇଁ ଶୁକ୍ରବାର ଦିନ ସିଂହଦ୍ୱାର ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା। ସେନାର ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ସଦସ୍ୟ ମାନେ ଥାନାକୁ ଯାଇ ଏହି ଏତଲା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ୪୫ ବର୍ଷଧରି ଚାଲିଥିବା ମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ନାମରେ ଦୂର୍ମୂଲ୍ୟ ମୂର୍ତ୍ତୀ, ସ୍ଥାପତ୍ୟ ଆଦି ଚୋରୀ ହୋଇଛି। ଭୋଗମଣ୍ଡପ ରାସ୍ତାରେ ଥିବା ନାଟଗଣେଶ, ଲକ୍ଷ୍ମୀଙ୍କ ମନ୍ଦିରର ରଙ୍ଗ ବଦଳୁଥିବା ପଦ୍ମକଢ଼ି ପଥର, ଉପର ବେଢ଼ା ନୀଳଚକ୍ର…

"ଶ୍ରୀମନ୍ଦିରରୁ ମୂର୍ତ୍ତି ଚୋରୀ ଅଭିଯୋଗ : ଥାନାରେ ଏତଲା ଦେଲା ଜଗନ୍ନାଥ ସେନା"

ରୋଟାରୀ କ୍ଲବ ଉତ୍ସବ

ପୁରୀ ୨୨/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରୋଟାରୀ ଜିଲ୍ଲା ଗଭର୍ଣ୍ଣର ବ୍ରିଗେଡ଼ିୟର ନାରାୟଣ ନାୟକ ଶୁକ୍ରବାର ଶ୍ରୀକ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ହୋଟେଲ ହଲିଡେ଼ ରିସର୍ଟ ସଭାଗୃହରେ ଆୟୋଜିତ ଉତ୍ସବରେ ଶ୍ରୀ ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ। କ୍ଳବର ସଭାପତି ଅଜିତ୍ କୁମାର ପଣ୍ଡା ଉତ୍ସବରେ ଅଧ୍ୟକ୍ଷତା କରିବାସହ ସ୍ୱାଗତ ଭାଷଣ ଦେଇ କ୍ଳବର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇଥିଲେ। ସଂପାଦକ ପ୍ରତାପ କୁମାର ପଣ୍ଡା କ୍ଲବର ଚଳିତବର୍ଷର ବିଭିନ୍ନ ସାମାଜିକ ଓ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ଏଦିଗରେ ସଦସ୍ୟ ମାନଙ୍କର ସହଯୋଗକୁ ସାଧୁବାଦ ଜଣାଇଥିଲେ। କ୍ଲବର ଆସିଷ୍ଟାଣ୍ଡ ଗର୍ଭର୍ଣ୍ଣର ଜୟଦାଶ…

"ରୋଟାରୀ କ୍ଲବ ଉତ୍ସବ"

ସାମ୍ବାଦିକ କେଶବ ସେନାପତିଙ୍କ ଅକାଳ ବିୟୋଗ

ପୁରୀ ୨୨/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଅନୁପମ ଭାରତ, ଓଡ଼ିଶା ଭାସ୍କରର ପୁରୀ ଜିଲ୍ଲା ପ୍ରତିନିଧି କେଶବ ସେନାପତିଙ୍କର ଗତକାଲି ବିଳମ୍ବିତ ରାତିରେ ଅକାଳ ବିୟୋଗ ହୋଇଯାଇଛି। ସ୍ୱର୍ଗତ ସେନାପତି ଗତ କିଛିଦିନ ଧରି କିଡନ୍ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସେ ସୁସ୍ଥ ହେବାପରେ ସାମ୍ବାଦିକ କାର୍ଯ୍ୟ କରୁଥିଲେ। ଗତକାଲି ସଂଧ୍ୟାରେ ସେ ସାମାନ୍ୟ ଅସୁସ୍ଥ ହେବା ପରେ ତାଙ୍କୁ ସଦର ମହକୁମା ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଘରକୁ ପଠାଇଦେଇଥିଲେ। ଘରେ ପହଞ୍ଚି ରାତ୍ରି କାଳୀନ ଭୋଜନ ଖାଇସାରିବା ପରେ ହଠାତ୍ ଅସୁସ୍ଥତା ଅନୁଭବ କରୁଥିବା ପରିବାର ଲୋକଙ୍କୁ କହିଥିଲେ। କିଛି ସମୟ…

"ସାମ୍ବାଦିକ କେଶବ ସେନାପତିଙ୍କ ଅକାଳ ବିୟୋଗ"

ଜାନକୀ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ

ପୁରୀ ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ଆସାମର ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଜିଲ୍ଲା କଂଗ୍ରେସ କର୍ଯ୍ୟାଳୟ ଇନ୍ଦିରା ଭବନରେ ଶୁକ୍ରବାର ପାଳିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏହି ସ୍ମୃତି ସଭାରେ ଆଇନଜୀବୀ ପୁଷ୍କର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୁର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ଭଗବାନ ମିଶ୍ର, ପ୍ରାକ୍ତନ ପୌର ସଦସ୍ୟ ଉଦୟ ଶଙ୍କର ପ୍ରତିହାର, ଜବାନୀ ଶଙ୍କର ରଥ, ବିରଞ୍ଚ ନାରାୟଣ ଦାସ, ପିସିସି ଆସୋସିଏସନ ସଂପାଦକ ଜୟ ନାରାୟଣ ପଟ୍ଟନାୟକ, ସଂପାଦକ ସୁଚିତ୍ ମହାପାତ୍ର ପ୍ରମୁଖ…

"ଜାନକୀ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ"

ଜଗମୋହନ କାର୍ଯ୍ୟ ପରଖିଲେ କୋର୍ କମିଟି

ପୁରୀ ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଗୁରୁବାର ଅପରାହ୍ନରେ ଜଗମୋହନର ମରାମତି କାର୍ଯ୍ୟ ତଦାରଖ କରିଛନ୍ତି କୋର୍ କମିଟି ସଦସ୍ୟ। କମିଟିର ଅଧ୍ୟକ୍ଷ ତଥା ଆଇଆଇଟି ଖଡ଼ଗପୁରର ଅବସର ପ୍ରାପ୍ତ ପ୍ରଫେସର ଆନନ୍ଦ ପ୍ରାଣ ଗୁପ୍ତାଙ୍କ ନେତୃତ୍ୱରେ ସଦସ୍ୟ ଏନ୍ .ସି ପାଲ, ଧର୍ମପଦ ମିଶ୍ର, ଇଂ ପଦ୍ମଲୋଚନ ମହାପାତ୍ର, ଏଏସ୍ ଆଇ ଅଧିକ୍ଷକ ହେମ ସାଗର ଅଭୟ ନାୟକ, ଡେପୁଟି ସୁପରିଟେଣ୍ଡଣ୍ଟ ରାଜୀବ ଦ୍ୱିଦେବୀ, ତପନ ଭଟ୍ଟାଚାର୍ଯ୍ୟ ଶ୍ରୀମନ୍ଦିରକୁ ଯାଇ ଜଗମୋହନର ମରାମତି କାର୍ଯ୍ୟ ତଦାରଖ କରିଥିଲେ। ଜୁନ୍ ୨ ସୁଦ୍ଧା ଜଗମୋହନର କାର୍ଯ୍ୟ ଶେଷ କରାଯିବା ପାଇଁ ସମୟ ଧାର୍ଯ୍ୟ ରହିଛି। ଏହି ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟଶେଷ ହୋବାର ଆଶା ରହିଛି…

"ଜଗମୋହନ କାର୍ଯ୍ୟ ପରଖିଲେ କୋର୍ କମିଟି"

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ

ପୁରୀ ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଜ୍ୟ ବାର୍ କାଉନସିଲର ଡାକରାରେ ପୁରୀ ବାର୍ ଆସୋସିଏସନ ପକ୍ଷରୁ ଶୁକ୍ରବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ସହ ଆଇନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଓକିଲ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ବସ୍ତୁତଃ ଶୁକ୍ରବାର କୋର୍ଟ କାର୍ଯ୍ୟ ଅଚଳ ହୋଇପଡ଼ିଥିଲା। ଦୂର ଦୂରାନ୍ତାରୁ କଚେରୀ କାର୍ଯ୍ୟରେ ଆସିଥିବା ଲୋକମାନେ ହଇରାଣ ହରକତ ହୋଇଥିଲେ। ପୁରୀ ବାର୍ ଆସୋସିଏସନର ସଭାପତି ବିଜୟ ମିଶ୍ର ଓ ସାଧାରଣ ସଂପାଦକ ଜୟ ନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ଆଇନ ଜୀବୀ ମାନେ ପ୍ରତିବାଦ କରି ବିଭିନ୍ନ ସ୍ଲୋଗାନ ଦେବାସହ ବୋର୍ଡ ପରିସରରେ ପ୍ରସ୍ତାବିତ୍ ଆଡ୍ ଭୋକେଟ୍ ବିଲ୍ ର କପିକୁ ପୋଡ଼ିଥିଲେ। ପ୍ରସ୍ତାବିତ୍ ଆଡ୍…

"ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ"

ରକ୍ତଦାନ ଶିବିର

ପୁରୀ ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ ରେଲୱ କଲ୍ୟାଣ ମଣ୍ଡପ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୬୦ରୁ ଉର୍ଦ୍ଧ୍ୱ ଯୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରେଡ଼କ୍ରସ ରକ୍ତ ଭଣ୍ଡାରର ପ୍ରସନ୍ନ ଦାସ, ଶ୍ରୀ ନିବାସ ମହାନ୍ତି, ସାରଥୀ ନାୟକ, ଅର୍ଚ୍ଚନା ଖଣ୍ଡାୟତରାୟ, ନୃସିଂହ ବରାଳ ପ୍ରମୁଖ ରକ୍ତଦାତା ମାନଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ। ସଂଘର ସଭାପତି ଶ୍ରୀ ନିବାସ ରେଡ୍ଡୀ, ସଂପାଦକ ଗୋପବନ୍ଧୁ ପ୍ରଧାନ, ଉପଦେଷ୍ଟା ପ୍ରଦୀପ୍ତ କିଶୋର ମହାପାତ୍ର, ଉପସଭାପତି ସନ୍ତୋଷ ପ୍ରଧାନ, ସହସଂପାଦକ ରାଜା ଗୌଧୁରୀ, କୋଶାଧ୍ୟକ୍ଷ ଶ୍ୟମ ସୁନ୍ଦର ପ୍ରଧାନ, ସଂଗ୍ରାମ ସାହୁ, ଜୟରାମ…

"ରକ୍ତଦାନ ଶିବିର"

ପୋଲିସ ଏନ୍ କାଉଣ୍ଟରରେ ଅପରାଧୀ ଗୁରୁତର

ପୁରୀ ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ପୋଲିସ ସ୍ପେସାଲ ସ୍କ୍ୱାର୍ଡ଼ ଏନ୍ କାଉଣ୍ଟରରେ ଅପରାଧୀ ଅବ ଓରଫ୍ ରବି ପ୍ରଧାନ ଗୁରୁତର ହୋଇଛି। ଗତକିଛିଦିନ ତଳେ ସଂଧ୍ୟାରେ ବାଲିଘାଟ ଛକରେ ଠିକାଦାର ଭାଗୁ ପ୍ରଦାନଙ୍କୁ ଗୁଳିକରି ଅବ ଫେରାର ହୋଇଯାଇଥିଲା। ଅବ ଚାରୋଟି ଗୁଳି ମାରିଥିବା ବେଳେ ଭାଗୁ ଦେହରେ ଗୋଟିଏ ଗୁଳି ବାଜିଥିବା ବେଳେ ତିନୋଟି ଗୁଳି କାନ୍ଥରେ ବାଜିଥିଲା। ଏହି ଘଟଣା ପରେ ଅବ ଓ ତାର ସହଯୋଗୀ ମାନେ ଫେରାର ହୋଇଯାଇଥିଲେ। ଗୁରୁବାର ରାତ୍ରୀରେ ଏକ ବାଇକ୍ ଯୋଗେ ଜଗତସିଂ ପୁରରୁ ଫେରୁଥିବା ବେଳେ କାଦୁଆ ବ୍ରିଜ୍ ନିକଟରେ ପୋଲିସକୁ ଦେଖି ଫାଇରିଙ୍ଗ କରିଥିଲା। ତେବେ ପୋଲିସ ଏନ୍ କାଉଣ୍ଟରରେ…

"ପୋଲିସ ଏନ୍ କାଉଣ୍ଟରରେ ଅପରାଧୀ ଗୁରୁତର"

ଶ୍ରୀଜିଉଙ୍କୁ ଦର୍ଶନ କଲେ ନେପାଳ ରାଷ୍ଟ୍ରପତି

ପୁରୀ ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶୁକ୍ରବାର ପୁରୀ ଗସ୍ତରେ ଆସି ରତ୍ନସିଂହାସନ ବିଜେ ଚତୃର୍ଦ୍ଧା ମୂର୍ତ୍ତୀଙ୍କୁ ଦର୍ଶନ କରିଛନ୍ତି ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ। ନେପାଳ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶୁକ୍ରବାର ଶ୍ରୀମନ୍ଦିରରେ ପୁର୍ବାହ୍ନରୁ ନୀତି ତ୍ୱରାନୀତ କରାଯାଇଥିଲା। ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିରକୁ ଶୋଧ କରାଯାଇଥିଲା। ପୁର୍ବାହ୍ନ ୧୦ଟା ଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ପୁର୍ବାହ୍ନ ୧୦ଟା ୪୦ ମିନିଟ୍ ସମୟରେ ଶ୍ରୀମତୀ ଭଣ୍ଡାରି ସ୍ୱତନ୍ତ୍ର କ୍ୟାର୍ ଗେଟ୍ ଯୋଗେ ସୂଚନା କେନ୍ଦ୍ର ସମ୍ମୁଖରେ ପହଞ୍ଚିଥିଲେ। ଗାଡ଼ିରୁ ଓହ୍ଲାଇବା ପରେ ଶ୍ରୀମତୀ ଭଣ୍ଡାରିଙ୍କୁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍ ପି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, ଶ୍ରୀମନ୍ଦିର ନୀତି ପ୍ରଶାସକ…

"ଶ୍ରୀଜିଉଙ୍କୁ ଦର୍ଶନ କଲେ ନେପାଳ ରାଷ୍ଟ୍ରପତି"

ରାଜସ୍ୱ ସମୀକ୍ଷା ବୈଠକ

ପୁରୀ ୨୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସଦ୍ ଭାବନା ସଭା ଗୃହରେ ଗୁରୁବାର ଦିନ ଜିଲ୍ଲାର ତ୍ରୈମାସିକ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ରାଜସ୍ୱ କାର୍ଯ୍ୟର ସମୀକ୍ଷା କରାଯିବା ସହ ରାଜସ୍ୱ ଆଦାୟ କ୍ଷେତ୍ରରେ ତହସିଲଦାର ମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ, ଉପଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ। କେତେକ ବ୍ଳକରେ ରାଜସ୍ୱ ଆଦାୟ କ୍ଷେତ୍ରରେ ମନ୍ଥରତା ଦେଖାଦେଇଥିବା ବେଳେ ତହସିଲଦାର ଓ କ୍ଷେତ୍ରୀୟ ଅଧିକାରୀ ମାନେ ଏଦିଗରେ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

"ରାଜସ୍ୱ ସମୀକ୍ଷା ବୈଠକ"