ଜିଲ୍ଲାସ୍ତରୀୟ ଆଖଡା ପ୍ରତିଯୋଗୀତା

ପୁରୀ:୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଓଡିଶା ଆଖଡା ସଂଘର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆଖଡା ପ୍ରତିଯୋଗୀତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ୭୩ଜଣ ବାଳକ ଓ ୫୧ବାଳିକା ୧୭ବର୍ଷ କମ୍ ବର୍ଗରେ ଅଂଶଗ୍ରହଣ କରିଥିଲେ। ୨୪ଜଣ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ କ୍ରୀଡା ପାଇଁ ମନୋନୀତ କରାଯାଇଛି। ସାଧାରଣ ସମ୍ପାଦକ ସବ୍ୟସାଚୀ ମହାପାତ୍ର ସେଥିରେ ଅଧ୍ୟକ୍ଷତା କରିଥିଲେ। ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଖଡା ସଂଘର ସାଧାରଣ ସମ୍ପାଦକ ସବ୍ୟସାଚୀ ରଥ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପ୍ରାକ୍ତନ ଜିଲ୍ଲା କ୍ରୀଡା ଅଧିକାରୀ ରବିନ୍ଦ୍ରନାଥ ସେନାପତି ମୁଖ୍ୟବକ୍ତା ଭାବେ ଯୋଗ…

"ଜିଲ୍ଲାସ୍ତରୀୟ ଆଖଡା ପ୍ରତିଯୋଗୀତା"

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ବୈଠକ

ପୁରୀ:୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ବୈଠକ ସଦର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଛି। ସଂଘ ସଭାପତି କାଳୁଚରଣ ନାୟକ ସେଥିରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂଘର ବିଭିନ୍ନ ଦାବି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଶିକ୍ଷାଗତ ଯୋଗ୍ୟତା +୨ ପରିବର୍ତ୍ତେ +୩ କରାଯିବାକୁ ସଂଘ ଦାବି କରିଛି। ଗ୍ରାମାଞ୍ଚଳରେ ସେମାନଙ୍କ ପ୍ରତି କରାଯାଉଥିବା ର୍ଦୁବ୍ୟବହାର କରାଯାଉଥିବା କେତେକ ସଭ୍ୟ ଅଭିଯୋଗ କରିଛନ୍ତି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଏବଂ ଖାଉଟି କାର୍ଡ ସର୍ଭେ କାର୍ଯ୍ୟରେ ନିୟୋଜିତ…

"ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ବୈଠକ"

୨୪ରେ ଶାହା ଆସିବେ ପୁରୀ! : ବିଜେପି ଶିବିର ଚଳଚଞ୍ଚଳ

ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀରେ ପରିବର୍ତ୍ତନ ଭୁବନେଶ୍ୱର;୧୦, ସେପ୍ଟେମ୍ବର (ଓଡ଼ିଆ ପୁଅ) :ଚଳିତ ମାସ ୨୪ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସିବେ।ପୁରୀରେ ଆୟୋଜିତ ହେବାକୁ ଥିବା ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଶକ୍ତିକେନ୍ଦ୍ର ସମ୍ମିଳନୀରେ ଶାହା ଯୋଗଦେବେ।ସୂଚନାଯୋଗ୍ୟ ଯେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ସେପ୍ଟେମ୍ବର ୨୯/୩୦ରେ ହେବାର ଥିଲା।କିନ୍ତୁ ଏବେ ଏହାକୁ ପରିବର୍ତ୍ତନ କରାଯାଇ ୨୩, ୨୪ ଏବଂ ୨୫ରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରଶୁଗୁଡା ଏବଂ ତାଳଚେର ଆସିବାକୁ ଥିବା ବେଳେ ୨୪ରେ ଅମିତ ଶାହାଙ୍କ ଗସ୍ତ ଓଡ଼ିଶା ବିଜେପି ଶିବିରକୁ ଚଳଚଞ୍ଚଳ କରିଦେଇଛି।

"୨୪ରେ ଶାହା ଆସିବେ ପୁରୀ! : ବିଜେପି ଶିବିର ଚଳଚଞ୍ଚଳ"

ମଦ ମୁକ୍ତ ଓଡିଶା କରିବ ଯିଏ: ମହିଳା ଭୋଟ ପାଇବ ସିଏ

ପୁରୀ:୯/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ମା ଘର ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଆଜି ୟୁଥ୍ ହଷ୍ଟେଲ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ମା ଘର ଫାଉଣ୍ଡେସନ ରାଜ୍ୟ ଅଧ୍ୟକ୍ଷା ସମାଜସେବୀ ତଥା ଆଇନଜୀବୀ ରୁତୁପର୍ଣ୍ଣା ମହାନ୍ତି କହିଲେ ଯେ ଓଡିଶାକୁ ମଦ ମୁକ୍ତ କରିବା ପାଇଁ ମା ଘର ଟ୍ରଷ୍ଟ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ଏହି କାର୍ଯ୍ୟକ୍ରମ ୭ଟି ଜିଲ୍ଲାରେ କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ଜିଲ୍ଲାରେ ସଂଗଠନ ପକ୍ଷରୁ ସଚେତନତା କରାଯିବ ବୋଲି ସେ କହିଥିଲେ। ରାଜ୍ୟରେ ବଢ଼ି ଚାଲିଥିବା ନିଶା କାରବାର ଯୋଗୁ କିଭଳି ମହିଳା ଓ ଶିଶୁଙ୍କ ପ୍ରତି ହିଂସା ବଢ଼ୁଛି। ସେ ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟରେ…

"ମଦ ମୁକ୍ତ ଓଡିଶା କରିବ ଯିଏ: ମହିଳା ଭୋଟ ପାଇବ ସିଏ"

ଜାତୀୟ ସଫ୍ଟ ବେସବଲ ଟ୍ରଫି ଉନ୍ମୋଚିତ

ପୁରୀ:୯/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସଫ୍ଟବେସବଲ ଆସୋସିଏସନ୍ ଓଡିଶା ଆନୁକୂଲ୍ୟରେ ତଥା ସଫ୍ଟବେସ୍ବଲ୍ ଫେଡେରେସନ ଅଫ୍ ଇଣ୍ଡିଆ ସହଯୋଗରେ ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସ, ତାଳବଣିଆ, ପୁରୀ ଠାରେ ଚଳିତ ମାସ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ଚତୁର୍ଥ ଜାତୀୟ ଜୁନିୟର ବାଳିକା ଓ ବାଳକ ସଫ୍ଟବେସବଲ୍ ପ୍ରତିଯୋଗୀତାର ଟ୍ରଫି ଉନ୍ମୋଚିତ ହୋଇଯାଇଅଛି। ଏହି ଉପଲକ୍ଷେ ଅଦ୍ୟ ୧୨.୩୦ ଘଣ୍ଟା ସମୟରେ ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପ୍ରାଙ୍ଗଣରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୃତୀ ଦଳଗୁଡିକୁ ପ୍ରଦାନ କରାଯିବା୍କୁ ଥିବା ୬ଟି ଟ୍ରଫି ବିଧିବଦ୍ଧ ଭାବେ ଉନ୍ମୋଚନ ହୋଇଥିଲା। ସଂଘ ସଭାପତି ପ୍ରେମାନନ୍ଦ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ନିରାଡମ୍ବର ଉତ୍ସବରେ ପୂର୍ବତନ…

"ଜାତୀୟ ସଫ୍ଟ ବେସବଲ ଟ୍ରଫି ଉନ୍ମୋଚିତ"

ଅନିଶ୍ଚିତତାରେ ୪୬ ଅସ୍ଥାୟୀ କର୍ମଚାରୀଙ୍କ ଭାଗ୍ୟ

ପୁରୀ:୯/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ ଚିକିତ୍ସାଳୟରେ ୟୁଜର୍ସ ଫି’ ଆଦାୟ ବନ୍ଦ ଆଦେଶ ରୋଗୀଙ୍କ ପାଇଁ ଲାଭପ୍ରଦ ହୋଇଥିବା ବେଳେ କାର୍ଯ୍ୟରତ କିଛି କର୍ମଚାରୀଙ୍କ ପାଇଁ ନୂଆ ଅଡୁଆ ସୃଷ୍ଟି କରିଛି। ଯେଉଁ କର୍ମଚାରୀମାନେ ଏହି ୟୁଜସର୍ସ ଫି’ରୁ ଦରମା ପାଉଥିଲେ ସେମାନଙ୍କ ଭାଗ୍ୟ ଅନିଶ୍ଚିତତା ଭିିତରକୁ ଠେଲି ହୋଇଯାଇଛି। ସରକାର କୌଣସି ବିକଳ୍ପ ବ୍ୟବସ୍ଥା କରିନଥିବାରୁ ଏହି କର୍ମଚାରୀମାନେ ୬ମାସ ହେବ ବିନା ଦରମାରେ କାର୍ଯ୍ୟ କରୁଛନ୍ତି। ଫଳରେ ଯେଉଁ କର୍ମଚାରୀମାନେ ଏହି ଦରମାରୁ ସେମାନଙ୍କ ଗୁଜୁରାଣ ମେଣ୍ଟାଉଥିଲେ, ସେମାନଙ୍କ ପରିବାରରେ ଏବେ ଭାଳେଣି ପଡିଛି। ମିଳିଥିବା ସୂଚନା ମୁତାବକ, ୨୦୦୫ରୁ ୨୦୦୮ ମସିହା ମଧ୍ୟରେ ୪୬ଜଣ…

"ଅନିଶ୍ଚିତତାରେ ୪୬ ଅସ୍ଥାୟୀ କର୍ମଚାରୀଙ୍କ ଭାଗ୍ୟ"

ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପୁରୀ:୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅତିରିକ୍ତ ଶ୍ରେଣୀଗୃହ ଓ ବହୁମୁଖୀ ସାଧନ କେନ୍ଦ୍ର ଆଜି ପ୍ରତିଷ୍ଠାନ ପରିସରରେ ଉଦ୍ଘାଟିତ ହୋଇଯାଇଛି। ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ଏହାକୁ ଉଦ୍ଘାଟନ କରିଛନ୍ତି। ଏଥିସହ ପ୍ରତିଷ୍ଠାନ ପରିସରରେ ୧୦ଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଏହି ନବନିର୍ମିତ ଅତିରିକ୍ତ ଶ୍ରେଣୀଗୃହ ଓ ବହୁମୁଖୀ ସାଧନ କେନ୍ଦ୍ର ପାଇଁ ୯୦ଲକ୍ଷ ଟଙ୍କାା ଖର୍ଚ୍ଚ କରାଯାଇଛି। ଦାନ ସୂତ୍ରରେ ପ୍ରତିଷ୍ଠାନ ପରିସରରେ ମହାପୁରୁଷ ସର୍ବପଲ୍ଲୀ ରାଧାକ୍ରି୍େଣନ୍, ନେତାଜୀ ସୁବାଷ ବୋଷ, ମହାତ୍ମା ଗାନ୍ଧୀ, ବ୍ୟାସକବି ଫକୀରମୋହନ…

"ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ"

ରାଷ୍ଟ୍ରୀୟ ଲୋକ ଅଦାଲତ

ପୁରୀ, ୮/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ଜିଲ୍ଲା କୋର୍ଟ ପରିସରରେ ଶନିବାର ଅନୁଷ୍ଠିତ ହୋଇଛି ରାଷ୍ଟ୍ରୀୟ ଲୋକ ଅଦାଲତ। ଜିଲ୍ଲା ଓ ଦୌରା ଜଜ୍ ଅମ୍ବୁଜ ମୋହନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳିତ ହୋଇଥିଲା। ଅଦାଲତରେ ସମୁଦାୟ ୧୧୦୬ଟି ମାମଲା ବିଚାର ପାଇଁ ଗ୍ରହଣ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସେଥିମଧ୍ୟରୁ ୧୩ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ବିଚାର କରାଯାଇ କ୍ଷତିପୂରଣ ଦେବାକୁ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅଦାଲତରେ ୫୬୪ଟି ସିଭିଲ ମାମଲା, ୧୬୮ଟି ଫୌଜଦାରୀ ମାମଲା, ୧୮୬ଟି ମୋଟରଯାନ ଦୁର୍ଘଟଣା ମାମଲା ବିଚାର ପାଇଁ ଗ୍ରହଣ କରାଯାଇଥିଲା। ସେହିପରି ନିମାପଡା କୋର୍ଟରେ ୫୭ଟି ମାମଲା ଓ…

"ରାଷ୍ଟ୍ରୀୟ ଲୋକ ଅଦାଲତ"

ଉତ୍ଥାନ ଫାଉଣ୍ଡେସନ ରାଷ୍ଟ୍ରୀୟ ଅଧିବେଶନ ଉଦ୍ଘାଟିତ

ପୁରୀ, ୮/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଉତ୍ଥାନ ଫାଉଣ୍ଡେସନ ରାଷ୍ଟ୍ରୀୟ ଅଧିବେଶନ ନିଳାଦ୍ରୀ ଭକ୍ତ ନିବାସ ପରିସରରେ ଉଦ୍ଘାଟିତ ହୋଇଯାଇଛି। ଫାଉଣ୍ଡେସନର ରାଜ୍ୟ ଶାଖା ସଭାପତି ଆଲେକଜାଣ୍ଡର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନକୁ ବିଶିଷ୍ଟ କୃଷି ବୈଜ୍ଞାନିକ ଡଃ. ବିଏନ୍ ବିଶ୍ୱନାଥ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ଉତ୍ସବରେ ଶ୍ରୀଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ଫାଉଣ୍ଡେଶନର ରାଷ୍ଟ୍ରୀୟ ମୁଖ୍ୟ ବିଏନ୍ ଝା ଉଦବୋଧନ ଦେଇ ଉତ୍ଥାନର ଭିନ୍ନ ଓ ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ। ନିଜର ଖାଦ୍ୟ ପ୍ରସ୍ତୁତି ଓ ଜୈବିକ କୃଷି ଉପରେ କର୍ମଶାଳାରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ। କର୍ମଶାଳାରେ କୃଷି ନିର୍ଦ୍ଦେଶକ ପୂର୍ଣ୍ଣିମା ସଉପାଉଁକର କାଶୀ ମୂର୍ତ୍ତି, ବିଜୟନରେଶ ଜୈବିକ କୃଷି…

"ଉତ୍ଥାନ ଫାଉଣ୍ଡେସନ ରାଷ୍ଟ୍ରୀୟ ଅଧିବେଶନ ଉଦ୍ଘାଟିତ"

ଅବସରପ୍ରାପ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ସଂଘର ଚାରାରୋପଣ

ପୁରୀ, ୮/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଅବସରପ୍ରାପ୍ତ ଓଡିଶା ସେବା ଅଧିକାରୀ ସଂଘ ଓ ଗ୍ରାମବାସୀଙ୍କ ସହଭାଗିତାରେ ସାତପଡା ବଳଭଦ୍ରପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ ହୋଇଛି। ସଂଘ ସଭାପତି ଉଲ୍ଲାସ ବେହେରାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ଉପସଭାପତି ଲୋକନାଥ ମହାନ୍ତି, ସାଧାରଣ ସମ୍ପାଦକ ଲମ୍ବୋଦର ସାହୁ, ସଭ୍ୟ ଗୋକୁଳନନ୍ଦ ମହାନ୍ତି, ପ୍ରସନ୍ନ କୁମାର ହୋତା, ଶୁଭ୍ରାଂଶୁ କୁମାର ପଟ୍ନଟନାୟକ, ଯୁଗଳ କିଶୋର କାନୁନ୍ଗୋ, ଜିଲ୍ଲା ପ୍ରକଳ୍ପ ସୌନ୍ଦର୍ଯ୍ୟମଞ୍ଜରୀ ଦାଶ, କୃଷ୍ଣପ୍ରସାଦ ବ୍ଲକ ଶିକ୍ଷାଧିକାରୀ ଓ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସେନ୍, ଶିକ୍ଷା ବିକାଶ ସମିତି ସଭାପତି, ସଭ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ସମସ୍ତେ…

"ଅବସରପ୍ରାପ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ସଂଘର ଚାରାରୋପଣ"