ଆଜି ଆଡ଼ପ ମଣ୍ଡପ ଦର୍ଶନ:ଭକ୍ତ ପାଇବେ ଆଡ଼ପ ଅବଢା

ପୁରୀ:୧୬/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆଜି ରଥାରୁଢ ମହାପ୍ରଭୁଙ୍କ ପରମ୍ପରା ଅନୁଯାଇ ସମସ୍ତ ନୀତି ବଢିବା ପରେ ମଧ୍ୟାହ୍ନ ଧୂପ ପରେ ରଥରେ ଲାଗିଥିବା ଘୋଡ଼ା ଫିଟାଯିବା ସହ ରଥରେ ଚାରମାଳ ବନ୍ଧାଯାଇଥିଲା। ଅପରାହ୍ନ ୫ଟା ୩୦ ସମୟରେ ଶ୍ରୀଜୀଉମାନଙ୍କର ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ଆଡ଼ପ ମଣ୍ଡପକୁ ବିଜେ କରାଯାଇଥିଲା। ଜଣଙ୍କ ପରେ ଜଣକୁ ଦଇତାପତି ସେବାୟତମାନେ ପହଣ୍ଡି କରି ମନ୍ଦିର ଭିତରକୁ ନେଇ ରୁନ୍ଦା କରିଥିଲେ। ଆସନ୍ତାକାଲି ଶ୍ରଦ୍ଧାଳୁ ଭକ୍ତମାନେ ଆଡ଼ପ ମଣ୍ଡପରେ ଶ୍ରୀଜୀଉମାନଙ୍କର ଦର୍ଶନ ଲାଭ କରିବେ। ଏଥି ସହ ଭକ୍ତମାନେ ସହ ଆଡ଼ପ ଅବଢା ପାଇଁ…

"ଆଜି ଆଡ଼ପ ମଣ୍ଡପ ଦର୍ଶନ:ଭକ୍ତ ପାଇବେ ଆଡ଼ପ ଅବଢା"

ଲଗାଣ ବର୍ଷାରେ ମାର୍କଣ୍ଡର ପାଚେରୀ ଭୁଶୁଡ଼ିଲା

ପୁରୀ:୧୬/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ତିନି ଦିନି ବ୍ୟାପି ଲଗାଣ ବର୍ଷାରେ ପଂଚତିର୍ଥର ଅନ୍ୟତମ ତୀର୍ଥ ପୁଷ୍କରୀଣି ମାର୍କଣ୍ଡର ୫୦ଫୁଟ ଲମ୍ବ ପାଚେରୀ ଭୁଶୁଡ଼ି ପଡ଼ିବା ସହ ରାସ୍ତା ମଧ୍ୟ ଭାଙ୍ଗିଯାଇଛି। ଗତ ରାତିରେ ପ୍ରବଳ ବର୍ଷାରେ ରାସ୍ତା ଧୋଇଯାଇ ପାଚେରୀର ବାମ ପଯରୁ ୫୦ଫୁଟ ଓଲଟି ପଡ଼ିଥିବା ବେଳେ ନିକଟରେ ଥିବା ବିଦ୍ୟୁତ୍ ଖୁଣ୍ଟ ମଦ୍ୟ ଭୁଷୁଡ଼ି ଯାଇଛି। ପଂଚତୀର୍ଥ ପୁଷ୍କରିଣୀ ମଧ୍ୟରୁ ମାର୍କଣ୍ଡ ପୁଷ୍କରିଣୀ ପୁଷ୍କରିଣୀ ଅନ୍ୟତମ। ଅନ୍ୟପଟେ ଏହି ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ହୋଇଥିବା ବେଳେ ନିକଟରେ ଥିବା ଗୋଶାଳାରର ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏତେ ଦୈର୍ଘ୍ୟର ପାଚେରୀ ଭୁଷୁଡ଼ି ପଡ଼ିଥିଲେ ମଧ୍ୟ କୌଣସି ବ୍ୟକ୍ତି ଆହତ ହୋଇନଥିବା…

"ଲଗାଣ ବର୍ଷାରେ ମାର୍କଣ୍ଡର ପାଚେରୀ ଭୁଶୁଡ଼ିଲା"

ଲଗାଣ ବର୍ଷା:ବଡ଼ଦାଣ୍ଡରେ ବନ୍ୟା ପରିସ୍ଥିତି

ପୁରୀ:୧୬/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): କ୍ରମାଗତ ୨ଦିନ ଧରି ସହରରେ ଲାଗି ରହିଛି ଲଗାଣ ବର୍ଷା। ଅବିଶ୍ରାନ୍ତ ବର୍ଷାରେ ବଡ଼ଦାଣ୍ଡ ଉବୁଟୁବୁ ହୋଇଥିବା ବେଳେ କୃତ୍ରିମ ବନ୍ୟା ପରିସ୍ଥିତି ଲୋକଙ୍କୁ ନଳାପାଣିରେ ଲହଡ଼ା ଭାଙ୍ଗୁଥିବା ବେଳେ ରାସ୍ତାକଡ଼ ଦୋକାନ ଓ ଘରେ ପାଣି ପଶିଛି। ସହର ତଳ ଅଂଚଳ ମଧ୍ୟ ଜଳବନ୍ଦୀ ହୋଇପଡ଼ିଛି। ରଥ ଯାତ୍ରା ପାଇଁ ପୌରସଂସ୍ଥା, ପୂର୍ତ୍ତ ଓ ଜାତୀୟ ରାଜପଥ ବିଭାଗ ପ୍ରସ୍ତୁତି ଥିବା ନେଇ ଯେତେ ବାହାସ୍ପୋଟ ମାରୁଥିଲେ ସେମାନଙ୍କ ଅସଲ ଚିତ୍ର ଏବେ ବଡ଼ଦାଣ୍ଡକୁ ଦେଖିଲେ ସ୍ପଷ୍ଟ ହେଉଛି। ରଥଯାତ୍ରା ପାଇଁ ନାଳ ସଫେଇ ସ୍ଲାବ୍ ପକା, ମରାମତି ନାଁରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଦୁଇ ଦିନର ଏହି…

"ଲଗାଣ ବର୍ଷା:ବଡ଼ଦାଣ୍ଡରେ ବନ୍ୟା ପରିସ୍ଥିତି"

ବର୍ଷାରେ ଭିଜି ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ:୧୬/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଦୁଇଦିନ ଧରି ଲାଗିରହିଛି ଲଗାଣ ବର୍ଷା। ତେବେ ବର୍ଷାକୁ ଖାତିର ନାହିଁ ଭକ୍ତ ଜନଙ୍କର। ବର୍ଷାରେ ଭିଜି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୁଢ ଶ୍ରୀବିଗ୍ରହ ନିଜେ ଭିଜି ଭକ୍ତି ସରରେ ଭଜାଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସୋମବାର ବର୍ଷା ଲାଗିରହିଥିଲେ ଭକ୍ତ ଓ ଭଗବାନଙ୍କ ମିଳନରେ ଏହା ବାଧା ଉପୁଜାଇ ପାରିନାହିଁ।ରଥ ସମ୍ମୁଖରେ ହଜାର ହଜାର ଶ୍ରଦ୍ଧାଳୁ ଭିଜି ମହାପ୍ରଭୁଙ୍କୁ ଅପଲକ ନୟନରେ ଦର୍ଶନ କରୁଛନ୍ତି। ଝିପି୍ଝିପ୍ ଅଥବା ଲଗାଣ ବର୍ଷାକୁ ଖାତିରି ନ କରି ରଥ ସମ୍ମୁଖରେ ରୁଣ୍ଡ ହୋଇଛନ୍ତି ଶ୍ରଦ୍ଧାଳୁ।କେଇ ପ୍ରଦୀପ ଜାଳି ଓ ଆଉ କେହି ରଥ ସମ୍ମୁଖରେ ମୁଣ୍ଡିଆ…

"ବର୍ଷାରେ ଭିଜି ଦର୍ଶନ ଦେଉଛନ୍ତି ମହାପ୍ରଭୁ"

ଚତୁର୍ଦ୍ଧାମୂର୍ତ୍ତି ଆଜି ଆଡପ ମଣ୍ଡପକୁ ବିଜେ କରିବେ

ପୁରୀ:୧୬/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରକୁ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରିବେ। ଆଜି ୩ଟି ଯାକ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଯାଇଥିଲା। ରଥରେ ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପ୍ରବଳ ଭିଡ ଲାଗି ରହିଥିଲା। ଆସନ୍ତାକାଲି ଅପରାହ୍ନରେ ଶ୍ରୀଜିଉମାନଙ୍କୁ କୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରାଯିବ। ମଙ୍ଗଳବାର ଠାରୁ ଆଡପ ମଣ୍ଡପରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ ଓ ମଙ୍ଗଳବାର ଠାରୁ ଆଡପ ମଣ୍ଡପ ଅଭଡା ଭକ୍ତମାନେ ପାଇପାରିବେ।

"ଚତୁର୍ଦ୍ଧାମୂର୍ତ୍ତି ଆଜି ଆଡପ ମଣ୍ଡପକୁ ବିଜେ କରିବେ"

ପ୍ରବଳ ବର୍ଷା ଯୋଗୁ ସହରରେ ବର୍ଷା ପାଣି ଲହଡି ଭାଙ୍ଗୁଛି

ପୁରୀ:୧୫/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଗତକାଲି ଠାରୁ ଲଘୁଚାପ ଜନିତ ବର୍ଷା ସହରରେ ଲାଗି ରହିଛି। ତୁହାକୁତୁହା ବର୍ଷା ହେବା ଦ୍ୱାରା ସହରର ବିଭିନ୍ନ ଖାଲୁଆ ଅଞ୍ଚଳ ଓ ସାହି ବସ୍ତିରେ ବର୍ଷା ପାଣିର ସୁଅ ଛୁଟୁଥିଲା। ବଡଦାଣ୍ଡରେ ବର୍ଷା ପାଣିର ସୁଅ ଛୁଟିବା ଦ୍ୱାରା ସାଧାରଣ ଚଳପ୍ରଚଳରେ ବାଧା ସୃଷ୍ଟି ହେବା ସହ ଯାନବାହନ ଚଳାଚଳରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ସଦର ମହକୁମା ଚିକିତ୍ସାଳୟ ସମ୍ମୁଖର ଥିବା ରାସ୍ତାରେ ବର୍ଷା ଜଳରେ ସମ୍ପୂର୍ଣ୍ଣ ରାସ୍ତା ଜଳମଗ୍ନ ହେବା ସହ ନିକଟରେ ଥିବା ବିଭିନ୍ନ ଘର ଓ ଡାକ୍ତରଖାନା ଭିତରକୁ ବର୍ଷା ଜଳ ପ୍ରବେଶ କରିବା ଦ୍ୱାରା ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ…

"ପ୍ରବଳ ବର୍ଷା ଯୋଗୁ ସହରରେ ବର୍ଷା ପାଣି ଲହଡି ଭାଙ୍ଗୁଛି"

ଶରଧାବାଲିରେ ତିନି ରଥ

ପୁରୀ:୧୫/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଗତକାଲି ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଶରଧାବାଲିରେ ପହଞ୍ଚିଥିବା ବେଳେ ବଳଗଣ୍ଡି ଛକରେ ଅଟକିଥିବା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଜି ପୂର୍ବାହ୍ନରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ଆଜି ମହାପ୍ରଭୁ ଜଗନ୍ନାଥଙ୍କ ରଥରେ ମଙ୍ଗଳଆଳତୀ ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ପରେ ସକାଳ ୮ଟାରେ ରଥ ଟଣା ଆରମ୍ଭ ହୋଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷାରେ ଭିଜି ରଥକୁ ଟାଣି ନେଇଥିଲେ ଗୁଣ୍ଡିଚା ମନ୍ଦିର ନିକଟକୁ। ଗତକାଲି ସନ୍ଧ୍ୟାରେ ପବ୍ରଳ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁ ଭକ୍ତମାନେ ରଥ ନିକଟକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ତିନି ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ…

"ଶରଧାବାଲିରେ ତିନି ରଥ"

ଦୁଇ ବିଶିଷ୍ଟ ଓଡିଆଙ୍କ ରାଜ୍ୟସଭାକୁ ମନୋନୟନ ଓଡିଆ ଲୋକ, ସାହିତ୍ୟ ମନ୍ଦିର କଳା, ମୂର୍ତ୍ତି କଳା ଓ ନୃତ୍ୟ କଳାକୁ ସ୍ୱୀକୃତି -ଧର୍ମେନ୍ଦ୍ର ପ୍ରଧାନ

ସ୍ଥପତି ରଘୁନାଥ ମହାପାତ୍ରଙ୍କ ଘରକୁ ଯାଇ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୁଇଜଣ ମିଶି ମହାପ୍ରଭୁ ଲିଙ୍ଗରାଜଙ୍କୁ କଲେ ଦର୍ଶନ – ଦ୍ୱିତୀୟ କୋଣାର୍କ ଉଦ୍ୟମକୁ ସମର୍ଥନ କରିବେ ସାରା ଭାରତବାସୀ ଭୁବନେଶ୍ୱର, ୧୫ ଜୁଲାଇ (ଓଡ଼ିଆ ପୁଅ) -ରାଜ୍ୟର ଦୁଇ ମହାନ ବ୍ୟକ୍ତିତ୍ୱ, ସ୍ଥପତି ରଘୁନାଥ ମହାପାତ୍ର ଓ ନୃତ୍ୟଶିଳ୍ପୀ ସୋନାଲ ମାନସିଂଙ୍କୁ ରାଜ୍ୟସଭାକୁ ମନୋନୀତ କରି ଓଡିଶାର ପରମ୍ପରାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସ୍ୱୀକୃତି ଦେଇଥିବାରୁ ଆଜି ସାରା ରାଜ୍ୟବାସୀ ତାଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। କେବଳ ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ ନୁହେଁ ରାଷ୍ଟ୍ରପତି ଓ…

"ଦୁଇ ବିଶିଷ୍ଟ ଓଡିଆଙ୍କ ରାଜ୍ୟସଭାକୁ ମନୋନୟନ ଓଡିଆ ଲୋକ, ସାହିତ୍ୟ ମନ୍ଦିର କଳା, ମୂର୍ତ୍ତି କଳା ଓ ନୃତ୍ୟ କଳାକୁ ସ୍ୱୀକୃତି -ଧର୍ମେନ୍ଦ୍ର ପ୍ରଧାନ"

ରଥଯାତ୍ରା ପାଇଁ ୧୩୨ ଟି ସିସିଟିଭି କ୍ୟାମେରାରେ ପୁରୀ ସହର

ପୁରୀ:୧୪/୭ (ଓଡ଼ିଆ ପୁଅ) : ରଥଯାତ୍ରା ପାଇଁ ୧୩୨ଟି ସିସିଟିଭି କ୍ୟାମେରା ନଜରରେ ରଖାଯାଇଛି ପୁରୀ ସହର। ଏଥିମଧ୍ୟରୁ ୧୨୦ଟି ପୁରୀ ସହରରେ ଏବଂ ସହର ବାହାରେ ୧୨ଟି କ୍ୟାମେରା ଲଗା ଯାଇଥିବା ଟ୍ରାଫିକ ଦାୟିତ୍ୱରେ ଥିବା ଆଇଜି ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି।

"ରଥଯାତ୍ରା ପାଇଁ ୧୩୨ ଟି ସିସିଟିଭି କ୍ୟାମେରାରେ ପୁରୀ ସହର"

ରଥଯାତ୍ରା ପୂର୍ବରୁ ବାବନା ଭୂତକୁ ଘଉଡେଇବା ପରଂମ୍ପରା ବା ଗୁଣ୍ଡିଚା ମାର୍ଜନା

– ବିଜୟ ପଟ୍ଟନାୟକ ବଡଦାଣ୍ଡ ହୁଏ ବୈଷ୍ଣବ ଭକ୍ତମୟ। ହାତରେ ଧରିଥାନ୍ତି କଳସ ଓ ଝାଡୁ ମୁଠା। ହରିନାମ ସଂକୀର୍ତ୍ତନ କରି ଆଗେଇ ଚାଲିଥାନ୍ତି ଗୁଣ୍ଡିଚା ମନ୍ଦିର ଆଡକୁ। ହଜାର ହଜାର ସଂଖ୍ୟାରେ ଗୌଡିୟ ସମ୍ପ୍ରଦାୟର ବୈଷ୍ଣବ ଭକ୍ତଙ୍କ ନାମ ସଂକୀର୍ତ୍ତନରେ ମୁଖରିତ ହୋଇ ଉଠିଥାଏ ବଡଦାଣ୍ଡ। ଅବସର ଥାଏ ଗୁଣ୍ଡିଚା ମାର୍ଜନାର। ପ୍ରତ୍ୟୁଷରୁ ହିଁ ଗୁଣ୍ଡିଚା ମାର୍ଜନା ପାଇଁ ବୈଷ୍ଣବ ଓ ସାଧୁସନ୍ଥମାନେ ଛୁଟି ଚାଲିଥାନ୍ତି ଗୁଣ୍ଡିଚା ମନ୍ଦିର ଆଡକୁ। ଦଳ ଦଳ ହୋଇ ସଂକୀର୍ତ୍ତନ ମଧ୍ୟରେ ଶ୍ରଦ୍ଧାଳୁମାନେ ଗୁଣ୍ଡିଚା ମାର୍ଜନା ପାଇଁ ବଡଦାଣ୍ଡରେ ଯାଉଥିବା ବେଳେ ଗୁଣ୍ଡିଚା ମାର୍ଜନା କରି ସେମାନେ ପାଇଥାନ୍ତି ଅଶେଷ ଆନନ୍ଦ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏଥିପାଇଁ ଅନେକ…

"ରଥଯାତ୍ରା ପୂର୍ବରୁ ବାବନା ଭୂତକୁ ଘଉଡେଇବା ପରଂମ୍ପରା ବା ଗୁଣ୍ଡିଚା ମାର୍ଜନା"