୪ର୍ଥ ଭଦ୍ରକ ମହୋତ୍ସବର ୪ର୍ଥ ସଂଧ୍ୟା କର୍ମଜୀବୀ ମହିଳାଙ୍କ ଯୋଗୁଁ ପ୍ରଶାସନିକ ବ୍ୟବସ୍ଥା କ୍ରିୟାଶୀଳ

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ୪ର୍ଥ ଜିଲ୍ଲାସ୍ତରୀୟ ସାଂସ୍କୃତିକ ସମାରୋହ ‘ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର’ର ୪ର୍ଥ ସଂଧ୍ୟା। ନେହେରୁ ଷ୍ଟାଡ଼ିୟମ ଠାରେ ଶାନ୍ତିଲତା ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସାରସ୍ୱତ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼ର ଅଧ୍ୟକ୍ଷା ଲତିକା ପ୍ରଧାନ ଯୋଗଦେଇ ‘ସମାଜ ସ୍ରୋତରେ କର୍ମଜୀବୀ ମହିଳା’ ଶୀର୍ଷକ ଆଲୋଚନାଚକ୍ରରେ କର୍ମଜୀବୀ ମହିଳାଙ୍କ ଦକ୍ଷତା ଉପରେ ସକାରାତ୍ମକ ଟିପ୍ପଣୀ ରଖିଥିଲେ। ମୁଖ୍ୟବକ୍ତା ଭାବରେ ସମାଜସେବିକା ଲିଙ୍କନ ସୁବୁଦ୍ଧି, ସମ୍ମାନିତ ଅତିଥି ଭାବେ ରୋାଜି ପଟ୍ଟନାୟକ, ଜ୍ୟୋସ୍ନାରାଣୀ ରାଉତରାୟ, ମାନବ ଅଧିକାଂ ସଂଗଠନର ଭଦ୍ରକ ଶାଖା ସଭାନେତ୍ରୀ ରାଜଲକ୍ଷ୍ମୀ ମହାପାତ୍ର, ବିଜୁ ସ୍ମୃତି କମିଟିର…

"୪ର୍ଥ ଭଦ୍ରକ ମହୋତ୍ସବର ୪ର୍ଥ ସଂଧ୍ୟା କର୍ମଜୀବୀ ମହିଳାଙ୍କ ଯୋଗୁଁ ପ୍ରଶାସନିକ ବ୍ୟବସ୍ଥା କ୍ରିୟାଶୀଳ"

ଭେଣ୍ଡିଂ ଜୋନ୍ ନିର୍ମାଣ ଓ ଥଇଥାନ ପୂର୍ବରୁ ପୁଲିସ୍ ଛାଉଣି ମଧ୍ୟରେ ଉଚ୍ଛେଦ ହେଲା ଉଠାଦୋକାନ ଜିଲାପାଳଙ୍କ ପ୍ରତିଶ୍ରୁତି ପାଲଟିଲା ପାଣିର ଗାର

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଦୁଇପାଶ୍ୱର୍ରେ ଥିବା ଉଠାଦୋକାନ ଗୁଡିକୁ ମାଜିଷ୍ଟ୍ରେଟ୍ ଓ ପୁଲିସ୍ଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି। ତେବେ ଦୀର୍ଘବର୍ଷ ହେବ ଉଠାଦୋକାନ କରି ନିଜର ଜୀବିକା ନିର୍ବାହ କରିଆସୁଥିବା ଏହି ଶତାଧିକ ସାଧାରଣ ଗରିବ ବ୍ୟବସାୟୀମାନେ ଉଚ୍ଛେଦ ପୂର୍ବରୁ ଭେଣ୍ଡିଂ ଜୋନ୍ ନିର୍ମାଣ କରି ଥଇଥାନ କରିବା ଦାବିନେଇ ଗତକାଲି ଜିଲା ପ୍ରଶାସନ ନିକଟରୁ ଯେଉଁ ପ୍ରତିଶ୍ରୁତି ପାଇଥିଲେ, ତାହା ଆଜି ପାଣିର ଗାର ହୋଇଛି। ଏହି ବ୍ୟବସାୟୀମାନଙ୍କୁ ଗତ ଦୁଇଦିନ ଧରି ତରବରିଆ ଭାବେ ଉଚ୍ଛେଦ ନୋଟିସ୍ ତହସିଲଦାରଙ୍କ ପକ୍ଷରୁ ଜାରି କରାଯାଇଥିଲା। ମାତ୍ର ସେମାନଙ୍କୁ…

"ଭେଣ୍ଡିଂ ଜୋନ୍ ନିର୍ମାଣ ଓ ଥଇଥାନ ପୂର୍ବରୁ ପୁଲିସ୍ ଛାଉଣି ମଧ୍ୟରେ ଉଚ୍ଛେଦ ହେଲା ଉଠାଦୋକାନ ଜିଲାପାଳଙ୍କ ପ୍ରତିଶ୍ରୁତି ପାଲଟିଲା ପାଣିର ଗାର"

ମାଲକାନଗିରି ଜିଲ୍ଲାରେ ଜାପାନୀ ରୋଗ ଥମିବାପରେ ଜର୍ମାନ ରୋଗ ଆଶଙ୍କାରେ ଟିକାକରଣ ପାଇଁ କର୍ମଶାଳା ଆରମ୍ଭ

ମାଲକାନଗିରି, ୮ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଜାପାନୀ ରୋଗ ଥମିବା ପରେ ଏବେ ଜର୍ମାନ ରୋଗର ଆଶଙ୍କାକୁ ଆଖିଆଗରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ନିରାକରଣ ନିମନ୍ତେ ଟିକାରଣ ପାଇଁ କର୍ମଶାଳା ଆରମ୍ଭ ହୋଇଯାଇଛି। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରେ ଗତ ବର୍ଷ ଭୟାବହ ଜାପାନୀ ଏନ୍ ସେଫାଲାଇଟ ଜ୍ୱରରେ ଶତାଧିକ ଶିଶୁଙ୍କର ମୃତ୍ୟୁ ଘଟିଥିଲା, ଏହି ଜାପାନୀ ଜ୍ୱରକୁ ରୋକିବା ପାଇଁ କେନ୍ଦ୍ର ସରକାର ଠାରୁ ଆରମ୍ଭକରି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ନାକେଦମ ହୋଇପଡିଥିଲେ। ଦୀର୍ଘ ୪ ମାସ ସଂଘର୍ଷ କରିବା ଓ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗର ଅକ୍ଲାନ୍ତ ପରିଶ୍ରମପରେ ଜାପାନୀ…

"ମାଲକାନଗିରି ଜିଲ୍ଲାରେ ଜାପାନୀ ରୋଗ ଥମିବାପରେ ଜର୍ମାନ ରୋଗ ଆଶଙ୍କାରେ ଟିକାକରଣ ପାଇଁ କର୍ମଶାଳା ଆରମ୍ଭ"

ଛାତ୍ରଛାତ୍ରୀ ଓ ବନବିଭାଗ କର୍ମଚାରୀଙ୍କୁ ଜଙ୍ଗଲ ଆଇନ, ପରିବେଶ ସମ୍ବନ୍ଧୀୟ ତାଲିମ

ମାଲକାନଗିରି, ୮ା୧ (ଓଡିଆ ପୁଅ) ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବନବିଭାଗ କର୍ମଚାରୀମାନଙ୍କୁ ନେଇ ମାଲକାନଗିରି ଜିଲ୍ଲାବନ ବିଭାଗ ପକ୍ଷରୁ ଜଙ୍ଗଲ ଆଇନ, ପରିବେଶ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ସ୍ଥାନୀୟ ସତୀଗୁଡା ସବୁଜଉଦ୍ୟାନ ପରିସରରେ ଡିଏଫଓ ସମ୍ରାଟ ଗୌଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ତାଲିମ ଶିବୀରରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଦୌରାଜଜ ମାନସମିଶ୍ର, ସମ୍ମାନିତ ଅତିଥି ଭାବେ ସିଜେଏମ ଅନିଲ କୁମାର ଦତ, ସିନିୟର ସିଭିଲ ଜଜ ଜିବନନାନ୍ଦ ପାଢୀ, ଏସଡିଜେଏମ ଅରୁଣ କୁମାର ପଟ୍ଟନାୟକ, ଜେଏମସି ସନ୍ତୋଷ କୁମାର ପାଣିଗ୍ରାହୀ, ପିପି ଗୁପ୍ତେଶ୍ୱର ମହାପାତ୍ର ଯୋଗଦେଇ ଜଙ୍ଗଲ ସୁରକ୍ଷା ଆଇନ ଓ ପରିବେଶ ସୁରକ୍ଷା ଆଇନ ସଂପର୍କରେ ବିଷଦ ବିବରଣୀ ସହିତ ବିଭିନ୍ନ…

"ଛାତ୍ରଛାତ୍ରୀ ଓ ବନବିଭାଗ କର୍ମଚାରୀଙ୍କୁ ଜଙ୍ଗଲ ଆଇନ, ପରିବେଶ ସମ୍ବନ୍ଧୀୟ ତାଲିମ"

ବାଲେଶ୍ୱର: ବ୍ରାଉନ୍ ଜବତ ଜଣେ ଗିରଫ

ବାଲେଶ୍ୱର ୯-୧ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି) ବାଲେଶୱର ଜିଲ୍ଲା ଜଳେଶ୍ୱର ନିକଟରେ ଅବକାରୀ ବିଭାଗ ଚଢ଼ାଉ କରି 20 ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏହି ମାମଲାରେ ସେକ୍ ଆଜବାହକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୋଲିସ୍। ଜବତ କରାଯାଇଥିବା ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ହେବ ବୋଲି ତଦନ୍ତ ଅଧିକାରୀ କରୁଣାକର ତିୱାରୀ କହିଛନ୍ତି।

"ବାଲେଶ୍ୱର: ବ୍ରାଉନ୍ ଜବତ ଜଣେ ଗିରଫ"

ଖଡିଆଳ ବନ ବିଭାଗ ଓ ସୁନାବେଡା ବନ୍ୟଜନ୍ତୁ ବିଭାଗ ପକ୍ଷରୁ ପକ୍ଷୀଗଣନା ଆରମ୍ଭ

ଖଡିଆଳ/ନୂଆପଡା-୦୯.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବନଖଣ୍ଡ ବିଭାଗ ଏବଂ ସୁନାବେଡା ବନ୍ୟଜନ୍ତୁ ବିଭାଗ ପକ୍ଷରୁ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି । ଏହି ପକ୍ଷୀଗଣନା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଳିବ । ଖଡିଆଳ ବନଖଣ୍ଡ ବିଭାଗ ତରଫରୁ ୧୦ ଗୋଟି ଟିମ ମାଧ୍ୟମରେ ବନକର୍ମଚାରୀ ମାନେ ମୁଖ୍ୟତଃ ତିଖାଲି ଡ୍ୟାମ,ଜଡାମୁଣ୍ଡା ସହ ଅନ୍ୟାନ୍ୟ ଡ୍ୟାମରେ ନିୟୋଜିତ ହୋଇ ପକ୍ଷୀ ଗଣନା କରୁଛନ୍ତି । ଅନ୍ୟବର୍ଷ ତୁଲନାରେ ଚଳିତ ବର୍ଷ ଅଧିକ ସଂଖ୍ୟକ ବିଭିନ୍ନ ପ୍ରଜାତୀର ସ୍ୱଦେଶୀ ଓ ବିଦେଶୀ ପକ୍ଷୀମାନେ ଆସିଥିବା ପକ୍ଷୀଗଣନାରୁ ଜଣାପଡିଛି । ଅଧିକ ପକ୍ଷୀକୁ ଦୃଷ୍ଟିରେ ରଖି ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ବନକର୍ମଚାରୀ…

"ଖଡିଆଳ ବନ ବିଭାଗ ଓ ସୁନାବେଡା ବନ୍ୟଜନ୍ତୁ ବିଭାଗ ପକ୍ଷରୁ ପକ୍ଷୀଗଣନା ଆରମ୍ଭ"

ପୋଖରୀକୁ ପୋତି କ୍ୟାବିନ ନିର୍ମାଣ-ସନସାଧାରଣରେ ଅସନ୍ତୋଷ

ଖଡିଆଳ/ନୂଆପଡା-୦୯.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ବ୍ଲକ ଡୁଆଝର ପଞ୍ଚାୟତର ଏକ ପୋଖରୀକୁ ପୋତି କ୍ୟାବିନ ନିର୍ମାଣ ହେଉଥିବା ଅଭିଯୋଗ ହେଉଛି। ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସୂଚନା ମତେ ଡୁଆଝର ଗ୍ରାମନିକଟରେ ଥିବା ୨୦୦ ବର୍ଷ ସର୍ବପୁରାତନ ପୋଖରୀ ଭୂଲିଆବନ୍ଦ ୫୦ ଫୁଟ ଓସାର ସାଙ୍ଗକୁ ୧୦୦ ଫୁଟରୁ ଅଧିକ ଲମ୍ବ ରହିଥିବା ବେଲେ ଏହି ପୋଖରୀକୁ ଡୁଆଝର ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ପୋଖରୀର କିଛି ଅଂଶକୁ ପୋତି ୪ ଗୋଟି କ୍ୟାବିନ ନିର୍ମାଣ କରାଯାଉଥିବା ଜଣାପଡିଛି। ଫଳରେ ଏକ ପୁରୁଣା ପୋଖରୀକୁ ସର୍ବ ସାଧାରଣ ବ୍ୟବହାର କରୁଥିବା ବେଲେ ଏହି ପୋଖରୀକୁ ପୋତି କ୍ୟାବିନ ନିର୍ମାଣ କରାଯାଉଥିବାରୁ ଜନ ସାଧାରଣ…

"ପୋଖରୀକୁ ପୋତି କ୍ୟାବିନ ନିର୍ମାଣ-ସନସାଧାରଣରେ ଅସନ୍ତୋଷ"

୮ ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବର୍ତ୍ତମାନ ସୁଦ୍ଧା ଇଂରାଜୀ, ଗଣିତ, ହିନ୍ଦୀ, ସାଂସ୍କୃିତ ବହି ମିଳିନାହିଁ ପାଠପଢି ପରିକ୍ଷା ଦେବେ କେମିତି

ଖଡିଆଳ/ନୂଆପଡା-୦୯.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ରାଜ୍ୟ ସରକାର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ଗତ ଏକ ବର୍ଷ ହେଲା ମିଶାଇ ଦେବା ଫଳରେ ଏବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇ ଅଧ୍ୟୟନ କରୁଛନ୍ତି। ପ୍ରଥମ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ସରକାର ସମସ୍ତ ପଢା ବହି ସହିତ ଡ୍ରେସ ଯୋଗାଇ ଦେଇ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରିଛନ୍ତି। ସେମିତି ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଡ୍ରେସ ସହିତ ପଢା ବହି ଯୋଗଇ ଦେଇଛନ୍ତି। କିନ୍ତୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ବର୍ଷ ସରିଆସୁଥିଲେ ମଧ୍ୟ ଇଂରାଜୀ, ଗଣିତ,…

"୮ ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବର୍ତ୍ତମାନ ସୁଦ୍ଧା ଇଂରାଜୀ, ଗଣିତ, ହିନ୍ଦୀ, ସାଂସ୍କୃିତ ବହି ମିଳିନାହିଁ ପାଠପଢି ପରିକ୍ଷା ଦେବେ କେମିତି"

ପ୍ରବଳ ଶୀତ: ଥରୁଛି ଓଡ଼ିଶା – ଫୁଲବାଣିରେ ୪ ଡିଗ୍ରୀ

ଭୁବନେଶ୍ୱର ୯-୧ (ଓଡ଼ିଆ ପୁଅ) ଶୀତରେ ଥରୁଛି ଓଡ଼ିଶା। ଶୀତ ସାଙ୍ଗକୁ କେଉଁ କେଉଁ ସ୍ଥାନରେ କୋହଲା ପବନ। ଶୀତକୁ ବଢାଇ ଦେଇଛି ଏହି କୋହଲା ପବନ। ସୂଚନାରୁ ଜଣାପଡ଼ିଛିଯେ, ରାଜ୍ୟର ଅର୍ଦ୍ଧାଧିକ ଜିଲା ଅର୍ଥାତ୍ ପ୍ରାୟ ୧୫ଟି ଡିଲାରେ ୧୦ ଡଗ୍ରୀ ତଳକୁ ପାରଦ ଖସି ଆସିଥିବା ଜଣାପଡ଼ିଛି। ଏପରିକି ଫୁଲବାଣିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିଅସ୍ ଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱର ଏବମଂ କଟକରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ଭୁବନେଶ୍ୱରରେ ସର୍ନିମ୍ନ ତାପମାତ୍ର ୧୧.୫ ଡିଗ୍ରୀ ସେଲସିଅସ୍ ଧିବା ବେଳେ କଟକର ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ୍ ଥିଲା। ସେହିପରି ପଶ୍ଚିମ ଓଡ଼ିଶାରେ ଶୀତର ପ୍ରକୋପରେ ଲୋକମାନେ ନାହିଁ ନ…

"ପ୍ରବଳ ଶୀତ: ଥରୁଛି ଓଡ଼ିଶା – ଫୁଲବାଣିରେ ୪ ଡିଗ୍ରୀ"

ବ୍ରହ୍ମଗିରି ନୃସିଂହ ନାଥ ମନ୍ଦିରରୁ ଚୋରି

ବ୍ରହ୍ମଗିରି ୯-୧ (ଓଡ଼ିଆ ପୁଅ) ବ୍ରହ୍ମଗିରିର ନୃସିଂହନାଥ ମନ୍ଦିରରୁ ରାତିରେ ମନ୍ଦିର କବାଟ ଭାଂଗି ଲକ୍ଷ୍ମୀ -ନୃସିଂହଙ୍କ ମୂର୍ତ୍ତି, ଏବଂ ଦାନ ବାକ୍ସ ଚୋରି ହୋଇଥିବା ଖବର ମିଳିଛି। ଚୋରି ଖବର ଶୁଣିବା ପରେ ସ୍ଥାନୀୟ ପୋଲିସ୍ ସେଠାରେ ପହଁଚି ଅନୁସନ୍ଧାନ ଆରମ୍ଭ କରିଦେଇଛି।

"ବ୍ରହ୍ମଗିରି ନୃସିଂହ ନାଥ ମନ୍ଦିରରୁ ଚୋରି"