ଗୁରୁପ୍ରୀୟା ସେତୁ ଗାର୍ଡ ଭୁଶୁଡିବା ଘଟଣା ତଦନ୍ତ କଲେ ନିର୍ବାହି ଯନ୍ତ୍ରୀ, ଅବଧି ସମୟ ମଧ୍ୟରେ ସେତୁ ନିର୍ମାଣ ସରିବା ନେଇ ସନ୍ଦେହ

ମାଲକାନଗିରି,୨୬/୭ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ଚିତ୍ରକୋଣ୍ଡା ବିଛିନ୍ନାଚଂଳର ୧୫୧ ଟି ଗ୍ରାମକୁ ସ୍ଥଳପଥରେ ସଂଯୋଗ ନିମନ୍ତେ ଜାନବାଇ ଠାରେ ଗୁରପ୍ରୀୟା ନଦୀରେ ସେତୁ ନିର୍ମାଣ କାମ ଚାଲିଥିଲା, ମଙ୍ଗଳବାର ଦିନ ଉକ୍ତ ସେତୁରେ ଛାତପଡୁଥିବା ସମୟରେ ଦୁଇଟି ପାଇଲ ସ୍ପାନର ତିନୋଟି ଗାର୍ଡ ହଟାତ ଭୁଶୁଡି ପଡିଥିଲା।ଗାର୍ଡ ଭାଙ୍ଗିବା ପରେ ସେଠାରେ କାର୍ଯ୍ୟରତ ଶ୍ରମିକ ମାନେ ଭୟଭିତ ହୋଇ କାମ ଛାଡି ପଳାଇଥିଲେ। କେଉଁ ପରିସ୍ଥିତିରେ ଉକ୍ତ ସେତୁର ଗାର୍ଡ ଭାଙ୍ଗିଲା ସେନେଇ ଆଜି ସେଠାକୁ ପୁର୍ତ ଓ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଅରୁଣକୁମାର ସାହୁ ସେତୁ ସ୍ଥଳ ଗସ୍ତକରି ତଦନ୍ତ ଆରମ୍ଭ କରିଦେଇଛନ୍ତି। ଗତ କାଲି କାମ ଚାଲିଥିବା ବେଳେ…

"ଗୁରୁପ୍ରୀୟା ସେତୁ ଗାର୍ଡ ଭୁଶୁଡିବା ଘଟଣା ତଦନ୍ତ କଲେ ନିର୍ବାହି ଯନ୍ତ୍ରୀ, ଅବଧି ସମୟ ମଧ୍ୟରେ ସେତୁ ନିର୍ମାଣ ସରିବା ନେଇ ସନ୍ଦେହ"

ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟରେ ଆଧାରମେଳା

କୋରାପୁଟ ୨୬/୦୭ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) ଆଧାର କାର୍ଡ ସଂପର୍କିତ ଯେ କୌଣସି ସମସ୍ୟା ଥିଲେ ନିଜ ନିଜ ବ୍ଲକକୁ ଯାଇ ଆଧାର ମେଳାରେ ପରାମର୍ଶ ନେଇପାରିବେ ବୋଲି ଜିଲ୍ଲା ସୁଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ଏକ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବ୍ଲକ କାର୍ଯ୍ୟାଳୟରେ ଆଧାରମେଳା ଆୟୋଜନ କରାଯାଉଥିବା ଉଲ୍ଲେଖ କରାଯାଇଛି। ଯଦି କୌଣସି ସମସ୍ୟା ଥାଏ ତେବେ ଜିଲ୍ଲାର ନୋଡାଲ ଅଫିସର ତଥା ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆଙ୍କ ମୋବାଇଲ ନମ୍ବର ୮୦୧୮୪୪୬୨୨୪ରେ ଯୋଗାଯୋଗ କରପାରିବେ ବୋଲି ପ୍ରେସ ଇସ୍ତାହାରରେ ଉଲ୍ଲେଖ କରାଯାଇଛି।

"ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟରେ ଆଧାରମେଳା"

ବଣ୍ଡାଘାଟିରେ ନଗଡା ପରିସ୍ଥିତି ଯେପରି ସୃଷ୍ଟି ନହୁଏ ସେଥିପ୍ରତି ସଜାଗ ରହିବାଲାଗି ରାଜ୍ୟ ଖାଦ୍ୟ ସୁରକ୍ଷା ଅଧ୍ୟକ୍ଷଙ୍କ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ତାଗିଦ

ମାଲକାନଗିରି,୨୬/୭ (ଓଡିଆ ପୁଅ/ସୁଚିତ୍ରା ଦାଶ) ଜାତୀୟ ଖାଦ୍ୟସୁରକ୍ଷା ଆଇନ ଅନୁଯାଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ଅପହଞ୍ଚ ବଣ୍ଡାଘାଟି ଅଚଂଳକୁ ରାଜ୍ୟ ଖାଦ୍ୟସୁରକ୍ଷା ଆୟୋଗ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡାଙ୍କ ସହିତ ଏକ ଟିମ ଗସ୍ତ କରିଛନ୍ତି। ମୁଦୁଲିପଡା ବଣ୍ଡାଘାଟି ଅଚଂଳ ଗସ୍ତକରି ଏହି ଟିମ ଆଦିମ ବଣ୍ଡା ସଂପ୍ରଦାୟର ଲୋକମାନଙ୍କୁ କିପରି ସରକାରି ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି, ଘାଟି ଅଚଂଳରେ ଖାଦ୍ୟସୁରକ୍ଷା ଆଇନ କେତେଦୂର କାର୍ଯ୍ୟକରୁଛି, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ବିଦ୍ୟାଳୟ ଛାତ୍ରାବାସ ଓ ଅଙ୍ଗନୱାର୍ଡିରେ ରେ କେମିତି ପୃଷ୍ଟିକର ଖାଦ୍ୟ ଦିଆ ଯାଉଛି, ବଣ୍ଡା ଘାଟିରେ ସରକାରଙ୍କ ପକ୍ଷରୁ କେମିତି ଉନ୍ନୟନ କାମ ଚାଲିଛି ସବୁ ବୁଲି ଦେଖିଥିଲେ। ବିଭିନ୍ନ…

"ବଣ୍ଡାଘାଟିରେ ନଗଡା ପରିସ୍ଥିତି ଯେପରି ସୃଷ୍ଟି ନହୁଏ ସେଥିପ୍ରତି ସଜାଗ ରହିବାଲାଗି ରାଜ୍ୟ ଖାଦ୍ୟ ସୁରକ୍ଷା ଅଧ୍ୟକ୍ଷଙ୍କ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ତାଗିଦ"

ଭଦ୍ରକ : ଦୋଳସାହି ପଞ୍ଚାୟତରେ ବିଜେପିର ଦୁର୍ନୀତି ଅଭିଯୋଗକୁ ବିଜେଡିର ଖଣ୍ଡନ

ଭଦ୍ରକ, ୨୬ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ବ୍ଲକ୍ ଦୋଳସାହି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅଭିଯାନ ଅଧୀନରେ ପାଇଖାନା ନିର୍ମାଣ ଦୁଇ ଯୋଜନାରେ ଅର୍ଥ ଆଦାୟ କରାଯାଉଥିବା ନେଇ ବିଜେପିର ଅଭିଯୋଗକୁ ପଞ୍ଚାୟତର ବିଜେଡି ସମର୍ଥôତ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡସଭ୍ୟମାନେ ଖଣ୍ଡନ କରିଥିବା ଜଣାଯାଇଛି। ବିଜେପିର ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି କୁହାଯାଇଛି। ଦୋଳସାହି ପଞ୍ଚାୟତ ସରପଞ୍ଚ ମିନତି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ସମିତି ସଭ୍ୟ ଦାଶରଥି ମହାପାତ୍ର, ନାଏବ ସରପଞ୍ଚ ସୁଶାନ୍ତ ବାରିକଙ୍କ ସମେତ ସଞ୍ଜୟ ସେନାପତି, ସରସ୍ୱତୀ ଗିରି, ଅଜୟ ଭୂୟାଁ, ବିଜୟ…

"ଭଦ୍ରକ : ଦୋଳସାହି ପଞ୍ଚାୟତରେ ବିଜେପିର ଦୁର୍ନୀତି ଅଭିଯୋଗକୁ ବିଜେଡିର ଖଣ୍ଡନ"

ଭଦ୍ରକ : ବନ୍ତ ବ୍ଲକ ସମ୍ମୁଖରେ ସିପିଆଇ ତରଫରୁ ବିକ୍ଷୋଭ ଓ ଦାବିପତ୍ର

ଭଦ୍ରକ, ୨୬ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ) : କୃଷି ଓ କୃଷକମାନଙ୍କର ନାନାବିଧ ସମସ୍ୟା ସମଧାନ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଭାରତୀୟ କମ୍ୟୁନିଷ୍ଟ ପାଟି ତରଫରୁ ବ୍ଲକ ଅଫିସ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶିତ ହେବାସହ ଛଅଦଫା ସମ୍ବଳିତ ଏକ ଦାବି ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବନ୍ତ ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ,ସିପିଆଇ ଅଫିସ କାର୍ଯ୍ୟାଳୟ ଠାରୁ ପୁରୁଷ ଓ ମହିଳା କର୍ମୀ ସାଥି ସମର୍ଥକ ମାନେ ହାତରେ ବ୍ୟାନର, ପ୍ଲାଏ କାର୍ଡ ଧରି ସରକାରଙ୍କ ଜନମାରଣା ନୀତିକୁ ତୀବ୍ର ସମାଲୋଚନା କରିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଆନନ୍ଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

"ଭଦ୍ରକ : ବନ୍ତ ବ୍ଲକ ସମ୍ମୁଖରେ ସିପିଆଇ ତରଫରୁ ବିକ୍ଷୋଭ ଓ ଦାବିପତ୍ର"

ଅର୍ଣ୍ଣପାଳ ପଞ୍ଚାୟତ : ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି, ତଦନ୍ତ ଦାବି

ଭଦ୍ରକ, ୨୬/୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ବ୍ଳକ ଅନ୍ତର୍ଗତ ଅର୍ଣ୍ଣପାଳ ପଞ୍ଚାୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି କେତେକ ପଂଚାୟତବାସୀ ସୋମବାର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ସ୍ମାରକପତ୍ର ଦେଇଛନ୍ତି। ପଞ୍ଚାୟତରେ ଦୀର୍ଘ ୬ ବର୍ଷ ଧରି ଗ୍ରାମସଭା/ପଲ୍ଲୀସଭା ହେଉନଥିବା ସେମାନେ ଆରୋପ କରିଛନ୍ତି। କାଗଜପତ୍ରରେ ଜାଲ ଦସ୍ତଖତ ଜରିଆରେ ସବୁକିଛି କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏଥିସହ ପଂଚାୟତର ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିନଥିବା ବେଳେ କୋଠାଘର, ସରକାରୀ ଚାକିରିଆଙ୍କୁ ମିଳିଛି। ଏପରିକି ନିର୍ବାଚିତ ଲୋକ ପ୍ରତିନିଧି ବେଆଇନ ଭାବେ ଏହି କାର୍ଡ ହାତେଇଛନ୍ତି। ସ୍ୱଚ୍ଛ ଭାରତ ମିଶନ ଓ ପରିମଳ ଯୋଜନାରେ ସରକାରୀ ପାଇଖାନା ବଣ୍ଟନରେ କେବେଳ…

"ଅର୍ଣ୍ଣପାଳ ପଞ୍ଚାୟତ : ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି, ତଦନ୍ତ ଦାବି"

ପ୍ରଫେସର ଶଶଧର ଦାସ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ

ଭଦ୍ରକ, ୨୬ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅବସରପ୍ରାପ୍ତ ପ୍ରଫେସର ତଥା ସାହିତ୍ୟିକ ଡ. ଶଶଧର ଦାସଙ୍କୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏଥିପାଇଁ ଭଦ୍ରକ ଜିଲାର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ୱାଗତ ଜଣାଯାଇଛି। ସେ ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ଓଡ଼ିଆ ଅଧ୍ୟାପକ ଭାବେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଛନ୍ତି। ଜଣେ କବି, ସମାଲୋଚନ ତତା ଗବେଷକ ଭାବେ ସେ ବେଶ୍ ପରିଚିତ। ତାଙ୍କ ଅଧୀନରେ ଗବେଷଣା କରି ଅନେକ ଗବେଷକ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି…

"ପ୍ରଫେସର ଶଶଧର ଦାସ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ"

ଭଦ୍ରକ : ରେବ ନଦୀରେ ମହିଳା ନିଖୋଜ

ଭଦ୍ରକ, ୨୬ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ବ୍ଲକ୍ ଅସୁରାଳି-କାଶିମପୁର ଉଆସସାହିର ଜନୈକା ମହିଳା ରେବ ନଦୀକୁ ବାସନ ଧୋଇବାକୁ ଯାଇ ନିଖୋଜ ଥିବାର ଜଣାଯାଇଛି। ଏହି ଘଟଣା ଘଟିବାର ଦୁଇଦିନ ହୋଇଯାଇଥିଲେ ବି ସ୍ଥାନୀୟ ତହସିଲଦାର ଓଡ୍ରାଫ ଟିମ୍ ଜରିଆରେ ଆଜି ନଦୀର ବିଭିନ୍ନ ସ୍ଥାନରେ ଦୀର୍ଘ ୪ ଘଣ୍ଟା ଅକ୍ଲାନ୍ତ ଉଦ୍ୟମ କରିଥିଲେ ବି ଏପର୍ଯ୍ୟନ୍ତ ଶବ ଉଦ୍ଧାର ହୋଇନାହିଁ। ପ୍ରାପ୍ତ ଖବରରୁ ଯାହା ଜଣାଯାଏ କାଶିମପୁର ଉଆସ ସାହିର ହୃଷିକେଶ ଖୁଣ୍ଟିଆଙ୍କ ସ୍ତ୍ରୀ ଅମିତା ଗତକାଲି ଅପରାହ୍ନରେ ଘରପାଖ ରେବ ନଦୀ କୂଳକୁ ବାସନ ଧୋଇବା ପାଇଁ ଯାଇଥିଲେ। ଦୀର୍ଘ ସମୟ ପରେ ଅମିତା ନ…

"ଭଦ୍ରକ : ରେବ ନଦୀରେ ମହିଳା ନିଖୋଜ"

ପେପର ପୋଡ଼ି ଘଟଣା ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର କାର୍ଯ୍ୟାନୁଷ୍ଟାନ ଦାବି

ଭଦ୍ରକ, ୨୬ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ) : ‘ପ୍ରମେୟ’ ଭଳି ଏକ ପ୍ରତିଷ୍ଠିତ ଖବର କାଗଜକୁ ଭୁବନେଶ୍ୱର ରାଜ ରାସ୍ତାରେ ପୋଡ଼ିବା ଘଟଣାକୁ ନେଇ ଆଜି ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୁତି ଭୁଷଣ କର ଘୋର ନିନ୍ଦା କରିବା ସହ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ଗ୍ରହଣକରିବା ପାଇଁ ଦାବି କରିଛନ୍ତି। ଭଦ୍ରକ ଜିଲ୍ଲାରେ ଅନୁଷ୍ଟିତ ଏହି ପ୍ରତିବାଦ ସଭାରେ ଶ୍ରୀ କର ଗଣମାଧ୍ୟମ ଉପରେ ହେଉଥିବା ଅବହେଳା, ଅତ୍ୟାଚାର ଏବଂ ଆକ୍ରମଣକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ। କେବଳ ସେତିକି ନୁହଁ ଚତୁର୍ଥସ୍ତମ୍ବ କୁହାଯାଉଥିବା ଗଣମାଧ୍ୟମ ଆଜି ବିପଦରେ ରହିଥିଲା ବେଳେ ରାଜ୍ୟ ସରକାର ଏଥିପ୍ରତି ଆଖିବୁଜି ଦେଇଛନ୍ତି…

"ପେପର ପୋଡ଼ି ଘଟଣା ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର କାର୍ଯ୍ୟାନୁଷ୍ଟାନ ଦାବି"

ଭଦ୍ରକରେ ରାଜ୍ୟସ୍ତରୀୟ ଦକ୍ଷତା ରଥ: ରୋଲ ମଡ଼େଲଙ୍କ ଦ୍ୱାରା ସଚେତନା କାର୍ଯ୍ୟକ୍ରମ

ଭଦ୍ରକ, ୨୬ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୁଲ୍ୟରେ ସମଗ୍ର ରାଜ୍ୟରେ ପରିକ୍ରମା କରୁଥିବା ଦକ୍ଷତା ରଥକୁ ଭଦ୍ରକ ଠାରେ ଭବ୍ୟସମ୍ବର୍ଦ୍ଧନା ଦିଆଯାଇଥିଲା। ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକର ଜିଲ୍ଲାପରିଷଦ ଅଧ୍ୟକ୍ଷ ଦିଜ୍ୱବର ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟସରକାରଙ୍କର ଏହିଭଳି ସଚେତନତା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଯୁବ ଶକ୍ତି ବିକାଶରେ ଦକ୍ଷତା ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବଳବନ୍ତ ସିଂହ କାର୍ଯ୍ୟକ୍ରମରେ ଯୋଗଦେଇ ଦକ୍ଷତା ବୃଦ୍ଧିରେ ଯୁବଗୋଷ୍ଠୀ କିପରି ସ୍ୱାବଲମ୍ବୀ ହେବା ସହ ସେମାନଙ୍କର ଆର୍ଥୀକ…

"ଭଦ୍ରକରେ ରାଜ୍ୟସ୍ତରୀୟ ଦକ୍ଷତା ରଥ: ରୋଲ ମଡ଼େଲଙ୍କ ଦ୍ୱାରା ସଚେତନା କାର୍ଯ୍ୟକ୍ରମ"