ଭଦ୍ରକ : ଆଗରପଡା ମହୋତ୍ସବର ପଞ୍ଚମ ସନ୍ଧ୍ୟା କିନ୍ନରଙ୍କ ନୃତ୍ୟରେ କମ୍ପିଲା ମହୋତ୍ସବ ମଞ୍ଚ

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡାଠାରେ ·ଲିଥିବା ତୃତୀୟ ବାର୍ଷିକ ଆଗରପଡା ମହୋତ୍ସବ – ୨୦୧୮ ପଞ୍ଚମ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ହାଇକୋର୍ଟର ଆଇନଜୀବୀ ମନୋଜ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭୁବନେଶ୍ୱରରୁ ଆସିଥିବା କିନ୍ନର ଗୁଡି ଏବଂ ଜାତୀୟସ୍ତରର ମଡେଲ ସ୍ନେହାଙ୍କ ଆଧୁନିକ ନୃତ୍ୟ ପରିବେଷଣ ଥିଲା ମୁଖ୍ୟ ଆକର୍ଷଣ। ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକ ଏହାକୁ ଉପଭୋଗ କରିଥିଲେ। ସଭାରେ ମୁଖ୍ୟ ଆକର୍ଷଣ କଳିଙ୍ଗ ଷ୍ଟୁଡିଓ କିନ୍ନର ମହାସଂଘ ରାଜ୍ୟ ସଭାନେତ୍ରୀ ରାନୀ ଯୋଗଦେଇ ରାଜଧାନୀ ରାଜରାସ୍ତାରେ ଅଟୋ ଚଳାଇବା, ପୁରୀ ବଡଦାଣ୍ଡରେ ଆମ୍ବୁଲାନ୍ସ…

"ଭଦ୍ରକ : ଆଗରପଡା ମହୋତ୍ସବର ପଞ୍ଚମ ସନ୍ଧ୍ୟା କିନ୍ନରଙ୍କ ନୃତ୍ୟରେ କମ୍ପିଲା ମହୋତ୍ସବ ମଞ୍ଚ"

କଳାବ୍ୟାଜ୍ ପିନ୍ଧି ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା

ନୟାଗଡ଼, ୨୨ା୩:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲ୍ଳାର ୬୬୨ବର୍ଗର ପ୍ରାୟ ୧୪ଟି ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧି ପରୀକ୍ଷା ପରିଚାଳନା କରିଥିବା ଜଣାପଡ଼ିଛି। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ଡାକରାରେ ସରକାରୀ ପ୍ରବଚଂନା ଓ ପ୍ରତାରଣାର ପ୍ରତିବାଦରେ ମାଟ୍ରିକ ଖାତା ମୂଲ୍ୟାୟନ ବର୍ଜନ ନିଷ୍ପତି ହୋଇଛି। ଯାହାକି ବ୍ଳକଗ୍ରାଂଟ ସ୍କୁଲ ଓ ୬୬୨ ଏବଂ ୪୪୮ ବର୍ଗର କଲେଜର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର ବ୍ରଜେନ୍ଦ୍ର ହାଇସ୍କୁଲ ଫାଟକ ଆଗରେ ଖାତାଦେଖା ବର୍ଜନ ସହ ଧାରଣା ଜାରି ରଖିଛନ୍ତି। ମିଳିତ ମଂଚ ପୂର୍ଣ୍ଣ ଅନୁଦାନ ସହ ଚାକିରୀ ସର୍ତ୍ତାବଳୀ…

"କଳାବ୍ୟାଜ୍ ପିନ୍ଧି ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା"

ଭଦ୍ରକ : ଦିବ୍ୟାଙ୍ଗ ସାମର୍ଥ୍ୟ ଶିବିରରେ ୩୨୮ରୋଗୀ ଚିହ୍ନଟ

ଭଦ୍ରକ, ୨୨ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମରା ନିକଟସ୍ଥ ଶଶିକାଦେଇପୁରଠାରେ ଥିବା ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରେ ଭୀମଭୋଇ ଦିବ୍ୟାଙ୍ଗ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।   ଚାନ୍ଦବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ମାନସୀ ସାହୁ ଶିବିରକୁ ଉଦ୍ଘାଟନ କରିଥିଲେ । ପରେ ଏହି ଶିବିରରେ ଧାମରା ଅଞ୍ଚଳରେ ଥିବା ସମସ୍ତ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯିବା ସହ ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ବକ୍ତବ୍ୟ ରଖିଥିଲେ ।  ଏହି ଶିବିରରେ ଶାରିରୀକ ଅନ୍ଗ୍ରସର ବିଭାଗର ୧୩୯ଜଣ, ମାନସିକ ଅନଗ୍ରସର ୮୬ଜଣ, ସ୍ୱଳ୍ପ ଦୃଷ୍ଟି ଶକ୍ତି ରୋଗୀ ୪୬ଜଣ…

"ଭଦ୍ରକ : ଦିବ୍ୟାଙ୍ଗ ସାମର୍ଥ୍ୟ ଶିବିରରେ ୩୨୮ରୋଗୀ ଚିହ୍ନଟ"

ଭଦ୍ରକ : ନାଆମୀରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ୩୫ଲକ୍ଷଟଙ୍କାର ୭ପ୍ରକଳ୍ପ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନାଆମୀ ପଞ୍ଚାୟତର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଯୋଗେ ନାଆମୀ ପଞ୍ଚାୟତର ସରପଞ୍ଚ ସଦାଶିବ ଦାସଙ୍କଠାରୁ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଦଶଗୋଟି ପ୍ରକଳ୍ପର ସୂଚନା ଶୁଣିଥିଲେ। ପ୍ରତ୍ୟକ ପ୍ରକଳ୍ପର ମୂଲ୍ୟ ୫ଲକ୍ଷ ଟଙ୍କା ରହିଥିବାବେଳେ ମୁଖ୍ୟମନ୍ତ୍ରୀ ୧୦ଟି ପ୍ରକଳ୍ପ ମଧ୍ୟରୁ ୭ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଅନୁମୋଦିତ ପ୍ରକଳ୍ପଗୁଡିକ ହେଉଛି ନାଆମୀ ମଠ ପୋଖରୀରେ ଗାଧୁଆ ତୁଠ ଓ ଗାର୍ଡ ୱାଲ ତିଆରି, ଗାୟତ୍ରୀ ପୀଠ ଛକଠାରେ ମିଶନ ଶକ୍ତି ଗୃହ ନିର୍ମାଣ, ତୋଟାସାହିଠାରେ ମିଶନ…

"ଭଦ୍ରକ : ନାଆମୀରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ୩୫ଲକ୍ଷଟଙ୍କାର ୭ପ୍ରକଳ୍ପ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ"

ଶ୍ରୀରାମ ମହାଯଜ୍ଞ ସମିତିର ସାଂସ୍କୃତିକ କାର୍ଯ୍ୟକ୍ରମ

ଭଦ୍ରକ, ୨୨ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଗାନ୍ଧୀ ପଡିଆ ପରିସରରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସମିତିର ସଂପାଦକ ମାନସ ରଞ୍ଜନ ମହାନ୍ତି ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି କଣ୍ଠଶିଳ୍ପୀ ଗୁଦ୍ରମାଧବ ବାରିକ ଉପସ୍ଥିତ ଥିଲେ । କୁନି ପ୍ରତିଯୋଗୀଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମରେ ଅଭିନେତ୍ରୀ ମିନତୀ ନାୟକ ଓ ଗୀତିକାର ଭୀମଚରଣ ପରିଡା ବିଚାରକ ଦାୟିତ୍ୱ ନିଭାଇଥିଲେ । ଅକ୍ଷୟ ପାତ୍ର ଉକ୍ତ କାର୍ଯ୍ୟକ୍ରମକୁ ପରିଚଳନା କରିଥିବା ବେଳେ ଗୋବିନ୍ଦ ରାଉତ, ନିରଞ୍ଜନ ସାହୁ, ତପନ ମହାନ୍ତି, ସୀତାଂଶୁ ସେଠୀ, ପ୍ରିୟନାଥ ଧଳ, ବିଜୟ ସିହ୍ନା,…

"ଶ୍ରୀରାମ ମହାଯଜ୍ଞ ସମିତିର ସାଂସ୍କୃତିକ କାର୍ଯ୍ୟକ୍ରମ"

ବକ୍ରପାଦ ଛାତ୍ରଛାତ୍ରୀଙ୍କ ଅସ୍ତ୍ରୋପଚାର

ଭଦ୍ରକ, ୨୨ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ପୂର୍ବ ପ୍ରସ୍ତୁତି କ୍ରମେ  ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ୩୨ଜଣ ବକ୍ରପାଦ ଛାତ୍ରଛାତ୍ରୀଙ୍କ ମାଗଣା ଅସ୍ତ୍ରୋପ୍ର·ର ଆରମ୍ଭ ହୋଇଛି ।  ଜିଲାପାଳ ଜ୍ଞାନରଞ୍ଜନ ଦାସ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ଉପଜିଲାପାଳ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ପ୍ରମୁଖ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସର୍ବଶିକ୍ଷା ଅଭିଯାନ, ଜିଲା ସାମାଜିକ ସୁରକ୍ଷା ବିଭାଗ, ଜିଲା ସ୍ୱାସ୍ଥ୍ୟ ସମିତି, ସିଆରଏସଆର, ଏସଭିନିରତାର- ଓଲଟପୁରର ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ‘ନିରତାର’ର ଡାକ୍ତର କିଶୋର ମହାପାତ୍ର, ଡାକ୍ତର ପବିତ୍ର ସାହୁ, ଡାକ୍ତର ନିବେଦିତା ଛାତ୍ରଛାତ୍ରୀଙ୍କ ଅସ୍ତ୍ରୋପଚାର କରାଉଛନ୍ତି ।  କନ୍ଧମାଳ…

"ବକ୍ରପାଦ ଛାତ୍ରଛାତ୍ରୀଙ୍କ ଅସ୍ତ୍ରୋପଚାର"

ଜିଳ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କ ଗାନ୍ଧୀବାଳାଶ୍ରମ ପରିଦର୍ଶନ

ଭଦ୍ରକ, ୨୨ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ନବନିଯୁକ୍ତ ଅଧ୍ୟକ୍ଷ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ସୂଦର୍ଶନ ବାରିକ ସଦସ୍ୟ ପ୍ରଦୀପ କୁମାର କର ଓ ସତ୍ୟ ସୂନ୍ଦର ପୁହାଣ ଆଜି ସର୍ବ ପୁରାତନ ଐତିହାସିକ ଗାନ୍ଧିବାଳାଶ୍ରମ ପରିଦର୍ଶନ କରିଛନ୍ତି । ସର୍ବ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ରହଣୀ ଗୃହକୁ ବୁଲି ଦେଖିବା ପରେ ବାଳାଶ୍ରମ ପରିସରରେ ରହୁଥିବା  ପିଲାମାନଙ୍କ ଛାତ୍ରାବାସ ୍କମ୍ପୁଟର ଶିକ୍ଷା ଗୃହ, ସଙ୍ଗୀତ ଗୃହ, ପାଠାଗାର ମେସ, ରୋଷେଇ ଘର ଓ ବଗିଚା ଇତ୍ୟାଦି ବୁଲି ଦେଖିବା ପରେ ଅନ୍ତୋବାସୀ ଶିଶୁ ମାନଙ୍କ ସହ ବାର୍ତ୍ତା ଆଳାପ କରିଥିଲେ । ବାଳାଶ୍ରମ ତରଫରୁ ଯୋଗାଇଦିଆଯାଇଥିବା…

"ଜିଳ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କ ଗାନ୍ଧୀବାଳାଶ୍ରମ ପରିଦର୍ଶନ"

ଭଦ୍ରକ ସହରର ଐତିହାସିକ ଶ୍ରୀରାମ ନବମୀ ଶୋଭାଯାତ୍ରା ଉପରେ ଅଂକୁଶ ନେଇ ପ୍ରତିକ୍ରିୟା ସହର ପରେ ଆଖପାଖ ଗ୍ରାମାଞ୍ଚଳରେ ଲାଗିଲା ୧୪୪ ଧାରା, ସମଗ୍ର ସହରରେ ପୁଲିସ୍ ଛାଉଣି

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସହରରେ ଅନୁଷ୍ଠିତ ହୋଇଆସୁଥିବା ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ପାଳନ ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଅଂକୁଶ ପରେ ଗତକାଲି ମହାଯଜ୍ଞ ସମିତି ପକ୍ଷରୁ ଭଦ୍ରକ ବ୍ଲକ୍କୁ ଛାଡି ଅନ୍ୟ ୬ଟି ବ୍ଲକ୍ର ଥାନା ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ତେବେ ଏହି ଉତ୍ସବ ପାଳନ ନିମନ୍ତେ ଆସନ୍ତାକାଲିର କଳସ ଶୋଭାଯାତ୍ରାରୁ ଆରମ୍ଭ କରି ୨୫ ତାରିଖର ନଗର ସଂକୀର୍ତ୍ତନକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନାହିଁ। ଏହାକୁ କେନ୍ଦ୍ର କରି ଶ୍ରୀରାମ ମହାଯଜ୍ଞ ସମିତି ଓ ପ୍ରଶାସନ ମୁହାଁମୁହିଁ ହୋଇଥିବାବେଳେ ସମ୍ଭାବ୍ୟ ଆଇନ୍ ଶୃଙ୍ଖଳା…

"ଭଦ୍ରକ ସହରର ଐତିହାସିକ ଶ୍ରୀରାମ ନବମୀ ଶୋଭାଯାତ୍ରା ଉପରେ ଅଂକୁଶ ନେଇ ପ୍ରତିକ୍ରିୟା ସହର ପରେ ଆଖପାଖ ଗ୍ରାମାଞ୍ଚଳରେ ଲାଗିଲା ୧୪୪ ଧାରା, ସମଗ୍ର ସହରରେ ପୁଲିସ୍ ଛାଉଣି"

ବାଇକ୍ ଚାଳକକୁ ଚାପିଦେଲା ଅଏଲ୍ ଟ୍ୟାଙ୍କର

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଦିନ ପ୍ରାୟ ୧୧ଟା ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଇଚ୍ଛାପୁର-ବାରିକଛକ ନିକଟରେ ନିଜ ଗ୍ରାମ ଭବାନିବିନ୍ଧାକୁ ଭଦ୍ରକରୁ ଫେରୁଥିବା ଜଣେ ବାଇକ୍ ଚାଳକ ଉପରେ ଅଏଲ୍ ଟ୍ୟାଙ୍କର ପଛରୁ ମାଡିଯିବା ଫଳରେ ତାର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକର ଶବକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଟ୍ୟାଙ୍କରଟିକୁ ଜବତ କରିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭବାନିବିନ୍ଧା ଗ୍ରାମର ସୁରେନ୍ଦ୍ର ମହାନ୍ତି (୪୨)…

"ବାଇକ୍ ଚାଳକକୁ ଚାପିଦେଲା ଅଏଲ୍ ଟ୍ୟାଙ୍କର"

ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲା ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଭଦ୍ରକ, ୨୨ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଅତିରିକ୍ତ ଜିଲା ତଥା ସ୍ୱତନ୍ତ୍ର ଜଜ୍ ଅନୁପ କୁମାର ଚନ୍ଦନ ଏକ ଅପହରଣ ଓ ବଳାକ୍ରାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ବାଂଶଡା ଥାନା ଅନ୍ତର୍ଗତ କରଣପୋଖରୀ ଗ୍ରାମର ଜଣେ ନାବାଳିକାଙ୍କୁ ବାସୁଦେବପୁର ଥାନା ଅନ୍ତର୍ଗତ ଅଲବଗା ଗ୍ରାମର ସେକ ରାଜୁ ଓରଫ ରହିମ ବକ୍ସ ୨୦୧୩ ଜୁନ ମାସରେ ଅପହରଣ କରିନେଇ ଚେନ୍ନାଇରେ ରହୁଥିଲେ। ନାବାଳିକାକୁ ସେଠାରେ ଏକାଧିକବାର ବଳାକ୍ରାର କରିବା ପରେ ରାଜୁ ପରେ ନିଜ…

"ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲା ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ"