କଳାହାଣ୍ଡି ; ଲାଞ୍ଜିଗଡ ଅଂଚଳରେ ମାଓ ତାଣ୍ଡବ, ଠିକାଦାର କେମ୍ପ ପୋଡି ଉପସ୍ଥିତି ଜାହିର କଲେ

କଳାହାଣ୍ଡି- ୧୧-୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ପୁଣି ଲାଲ ବାହିନୀ ତାଙ୍କ ଉପସ୍ଥିତି ଜାହିର କରିଥିବା ଜଣାପଡିଛି। ଭବାନୀପାଟଣା ସଦରଥାନା ଅନ୍ତର୍ଗତ ଲାଞ୍ଜିଗଡ ବ୍ଲକ ର ଜାମକନା ଗାଁରେ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କରୁଥିବା ଠିକାଦାର କେମ୍ପରେ ଗତ ମଙ୍ଗଳବାର ରାତିରେ ରାସ୍ତା ନିର୍ମାଣକୁ ବିରୋଧ କରି ୭ଟି ଗାଡିକୁ ପୋଡି ଦେଇଛନ୍ତି। ଭବାନୀପାଟଣା ସହର ଠାରୁ ମାତ୍ର ୧୬ କି.ମି. ଦୂର ଏବଂ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୀ ଠାରୁ କାଡମ ୧୩.୨୦ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ୬ କୋଟି ୫୦ଲକ୍ଷ ୮୦ ହଜାର ଟଙ୍କା ଭବାନୀପାଟଣାସ୍ଥିତ ଠାକୁର…

"କଳାହାଣ୍ଡି ; ଲାଞ୍ଜିଗଡ ଅଂଚଳରେ ମାଓ ତାଣ୍ଡବ, ଠିକାଦାର କେମ୍ପ ପୋଡି ଉପସ୍ଥିତି ଜାହିର କଲେ"

ଆସନ୍ତା କାଲି ୩ୟ ଜିଲ୍ଲା ସ୍ତରୀୟ ମିନି ମାରାଥନ

ନୂଆପଡା- ୧୧/ ୧-( ଓଡିଆ ପୂଅ/ନନ୍ଦିଘୋଷ ଖମାରୀ)- ନୂଆପଡା ଜିଲ୍ଲା କୋମନା ଯୁବ କଂଗ୍ରେସ କମିଟୀ ପକ୍ଷରୁ ଆସନ୍ତା କାଲି ୩ୟ  ଜିଲ୍ଲାସ୍ତରୀୟ ମିନି ମାରାଥନ ୨୦୧୭-୧୮ ଆୟୋଜନ ହେବାକୁ ଯାଉଛି । ଉକ୍ତ ମିନି ମାରାଥନରେ ୮ କିଲୋମିଟରର ଦୌଡ ପ୍ରତିଯୋଗୀତା ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ ବହୁ ପ୍ରତିଯୋଗୀ ନିଜ ନାମ ପଞ୍ଜୀକୃତ କରିଥିବା ଆୟୋଜକ ଶାହାରୁଖ ଖାନ,ସାଧାରଣ ସମ୍ପାଦକ ଏସେମ୍ବ୍ଲି ୟୋଥ କଂଗ୍ରେସ ନୂଆପଡା ସୂଚନା  ଦେଇଛନ୍ତି ।

"ଆସନ୍ତା କାଲି ୩ୟ ଜିଲ୍ଲା ସ୍ତରୀୟ ମିନି ମାରାଥନ"

ଏଲ୍ଇଡି ଲାଇଟ୍ ପ୍ରକଳ୍ପର ଶୁଭାରମ୍ଭ

ସମ୍ବଲପୁର, ୧୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ଏଣୁ ଏଣିକି ସମ୍ବଲପୁର ମହାନଗର ଏଲ୍ଇଡିର ସ୍ୱଚ୍ଛ ଆଲୋକରେ ଝଲସିବ। ଏଥିପାଇଁ ଆଜି ଶାନ୍ତିନଗରରେ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରହୀ, ଏସ୍ଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି, ଜିଲ୍ଲାପାଳ ସମର୍ଥ ବର୍ମା, ନିଗମ କମିଶନର ବିମଳେନ୍ଦୁ ରାୟଙ୍କ ସହ ବହୁ ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତିରେ ଶାନ୍ତିନଗରରେ ଏହି ପ୍ରକଳ୍ପକୁ ଉଦ୍ଘାଟନ କରାଯାଇଥିଲା। କମିଶନର ଶ୍ରୀ ରାୟଙ୍କ ସୂଚନା ଅନୁଯାୟୀ ପ୍ରଥମ ଦଫାରେ ନିଗମରେ ପ୍ରାୟ ୫ ହଜାର ଏଲ୍ଇଡି ଲାଇଟ ଲଗାଯିବ। ଏଥିପାଇଁ ପ୍ରାୟ ୩.୬ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି। ପର୍ଯ୍ୟାୟକ୍ରମେ ବୁର୍ଲା, ହୀରାକୁଦ ସହ ନିଗମରେ ସାମିଲ ହୋଇଥିବା ୧୨ଟି…

"ଏଲ୍ଇଡି ଲାଇଟ୍ ପ୍ରକଳ୍ପର ଶୁଭାରମ୍ଭ"

ବନାଞ୍ଚଳ ବିକାଶ ପାଇଁ ହଜାରେ କୋଟିର ପ୍ରକଳ୍ପ

ସମ୍ବଲପୁର, ୧୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ରାଜ୍ୟର ବନାଞ୍ଚଳମାନଙ୍କ ଉନ୍ନତି ପାଇଁ ଜାପାନ ସରକାରଙ୍କ ସହାୟତାରେ ଏକ ହଜାର କୋଟି ଟଙ୍କାର ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (ବନାୟନ) ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଆଜି ସମ୍ବଲପୁର ଆଞ୍ଚଳିକ ବନ ସଂରକ୍ଷଣ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ବନାୟନ’ର ଉଦଘାଟନୀ ଉତ୍ସବରେ ଜିଲାପାଳ ସମର୍ଥ ବର୍ମା, ଆରସିସିଏଫ ଓମପ୍ରକାଶ ସିଂ, ସିସିଏଫ(କେନ୍ଦୁତ୍ର) ଆର.ସି ସେଠୀ, ଡିଏଫଓ ତଥା ଡ. ସଂଜିତ କୁମାର, ଏସିଏଫ ପଙ୍କଜ କୁମାର ପଣ୍ଡା ଉପସ୍ଥିତ ଥିଲେ। ୨୦୦୬ – ୦୭ରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟର ସଫଳତା ପରେ ‘ବନାୟନ’ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜାପାନ ସରକାର ୮୫୦ କୋଟି…

"ବନାଞ୍ଚଳ ବିକାଶ ପାଇଁ ହଜାରେ କୋଟିର ପ୍ରକଳ୍ପ"

ଭିଜିଲାନ୍ସ ଜାଲରେ ବିନିକା ଇଲେକ୍ଟ୍ରିକାଲ ଜେଇ

ସମ୍ବଲପୁର, ୧୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସୁବର୍ଣ୍ଣପୁର ଜିଲ୍ଲା ବିନିକା ଇଲେକ୍ଟ୍ରିକାଲ ଜେଇ ଇଂ. ଚିତ୍ତରଞ୍ଜନ ବେଉରା ବୁଧବାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବିନିକା ଥାନା ଗୁଲୁଣ୍ଡା ଅଞ୍ଚଳର ଚାଷୀ ଭ୍ରମରବର କର୍ଣ୍ଣଙ୍କ ଠାରୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ବେଉରା ୮ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଅଭିଯୁକ୍ତଙ୍କୁ ବଲାଙ୍ଗିର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗୁଲୁଣ୍ଡା ଗ୍ରାମର ଶ୍ରୀପତି କର୍ଣ୍ଣ ଜଣେ ଚାଷୀ। ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ନାଳରୁ ମୋଟର ଯୋଗେ ଜଳ ଉତ୍ତୋଳନ କରି ୫ ଏକର ଜମିରେ ପନିପରିବା ଚାଷ କରନ୍ତି। ଚାଷ କାର୍ଯ୍ୟ…

"ଭିଜିଲାନ୍ସ ଜାଲରେ ବିନିକା ଇଲେକ୍ଟ୍ରିକାଲ ଜେଇ"

କାର୍ ସହିତ ବିପୁଳ ପରିମାଣର କୋରେକ୍ସ ସିରପ ଏବଂ ନିଶା ଟାବ୍ଲେଟ ଜବତ

ସମ୍ବଲପୁର, ୧୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସ୍ଥାନୀୟ କ୍ଷେତରାଜପୁର ଥାନା ପୋଲିସ ମହାନଦୀ ରିଙ୍ଗରୋଡ଼ରେ ଗତକାଲି ନାକାବନ୍ଦୀ ସମୟରେ ଏକ କାର୍ ଖାନ୍ତଲାସ କରି ଏଥିରୁ ବିପୁଳ ପରିମାଣର କୋରେକ୍ସ ଏବଂ ନିଶା ବଟିକା ଜବତ କରିଛନ୍ତି। କାର୍ରେ ଯାଉଥିବା ୫ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ସଙ୍ଗେ ସଙ୍ଗେ ଅଧିକ ତଦନ୍ତ ଜାରି ରଖିଛନ୍ତି। ଗତ ରାତି ଥାନାର ଏଏସ୍ଆଇ ଏ.କେ.ପ୍ରଧାନ ଏବଂ ଏସ୍.କେ.ମହାଖୁଡ଼, ହାବିଲଦାର ଏସ. ପାତ୍ର, ଏ. ସେଠୀ, କେ.ସି.ସାହୁ ପେଟ୍ରୋଲିଂ କରୁଥିବା ବେଳେ ମହାନଦୀ ରିଙ୍ଗରୋଡ଼ରେ ଏକ ୱାଗନର କାର୍ (ଓଆର-୦୫ଏନ-୯୮୯୧) ବୁର୍ଲା ପଟରୁ ସହର ଆଡ଼କୁ ଆସୁଥିବା ବେଳେ ସନ୍ଦେହରେ ଏହାକୁ ଅଟକାଇ ଖାନତଲାସ…

"କାର୍ ସହିତ ବିପୁଳ ପରିମାଣର କୋରେକ୍ସ ସିରପ ଏବଂ ନିଶା ଟାବ୍ଲେଟ ଜବତ"

ଓଡିଆ ଭାଷା ସୂରକ୍ଷା ଅଭିଯାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ପୁରୀ, ୧୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଓଡିଆ ଭାଷା ସରକ୍ଷା ଅଭିଯାନ ପକ୍ଷରୁ ଆଜି ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ଆୟୋଜିତ ଏକ ସୋମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ତଥା ଓଡିଆ ଭାଷା ସୂରକ୍ଷା ଅଭିଯାନର ସଭାପତି ବ୍ରଜକିଶୋର ତ୍ରୀପାଠୀ କହିଲେ ଯେ ଓଡିଶାର ଭୌଗଳିକ ମାନଚିତ୍ର ବଦଳି ଗଲାଣି। କିନ୍ତୁ ସରକାର ତଥ୍ୟ ସଂଗ୍ରହ କରିବାରେ ବ୍ୟସ୍ତ। ଭାଷା ଭିତିକ ରାଜ୍ୟ ପୂନଃ ଗଠନ ୧୯୫୬ ମସିହାରେ ଦେଶରେ କାର୍ଯ୍ୟକାରୀ ହେଲା। କିନ୍ତୁ ଭାରତ ସରକାରଙ୍କ ଅଭିଚାର ଫଳରେ ବହୁ ଓଡିଆ ଭାଷାଭାଷି ଅଂଚଳ ଓଡିଶାରେ ନ ମିଶି ଅନ୍ୟ ରାଜ୍ୟରେ ମିଶିଲା। ବିଚ୍ଚିନ୍ନ ଅଂଚଳର ଓଡିଆ ମାନଙ୍କର ଦଃୁଖ ଓ ଅନୁରୋଧ…

"ଓଡିଆ ଭାଷା ସୂରକ୍ଷା ଅଭିଯାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ"

ଶ୍ରୀକ୍ଷେତ୍ର ଶିକ୍ଷାମନ୍ଦିର ବାର୍ଷିକ କ୍ରୀଡା

ପୁରୀ, ୧୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଶ୍ରୀମନ୍ଦି ଶିକ୍ଷା ମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିର ଅଧ୍ୟକ୍ଷ ବିମଳ ପ୍ରଭାତ ଦାସ ଗୁରୁବାର ପୂର୍ବାହ୍ନରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରି ଉଦଘଘାଟନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଦୌଡ, ସଟଫୁଟ, ଡିସକସ, ଲଙ୍ଗ ଜମ୍ପ, ହାଇ ଜମ୍ପ ଆଦି ପ୍ରତିଯୋଗିତା କରାଯାଇଥିଲା। ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ରାଜଲକ୍ଷ୍ମୀ ମହାନ୍ତି, ତିଳୋତମା ମହାନ୍ତି, ପୂର୍ଣ୍ଣମାସୀ ମହାପାତ୍ର, ଭକ୍ତ ଚରଣ ମହାନ୍ତି, ଶଙ୍କର ରାଜଗୁରୁ, ତିଳୋତମା ସାହୁ, ପ୍ରଜ୍ଞା ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଗଣ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

"ଶ୍ରୀକ୍ଷେତ୍ର ଶିକ୍ଷାମନ୍ଦିର ବାର୍ଷିକ କ୍ରୀଡା"

ପୁସ୍ତକ ମେଳାରେ ହାସ୍ୟବ୍ୟଙ୍ଗ ସମ୍ମେଳନ

ପୁରୀ, ୧୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ହାସ୍ୟ ଓ ବ୍ୟଙ୍ଗ ମଣିଷ ଜୀବନର ପରମ ବନ୍ଧୁ। ହାସ୍ୟବିନା କେହି ବଂଚି ପାରିବେ ନାହିଁ। ନିୟମିତ ହସୁଥିବା ଏବଂ ଅନ୍ୟକୁ ହସଉଥିବା ବ୍ୟକ୍ତି ସବୁଠାରୁ ଅଧିକ ସୁଖି। ହାସ୍ୟ ବ୍ୟଙ୍ଗ ଜୀବନରେ ମଧୁରତା ଆଣେ। ଓଡିଶ ସାହିତ୍ୟ ଏକାଡେମୀ ପକ୍ଷରୁ ବୁଧବାର ଶ୍ରୀକ୍ଷେତ୍ର ପୁସ୍ତକମେଳା ମଂଚରେ ଅନୁଷ୍ଠିତ ହାସ୍ୟବେଙ୍ଗ ସମିଳନୀରେ ବକ୍ତାମାନେ ଏପରି ମତ ଦେଇଛନ୍ତି। ଓଡିଶା ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡଃ କୈଳାସ ଚନ୍ଦ୍ର ଟିକାୟତରାୟ ସେଥିରେ ସଭାପତିତ୍ୱ କରିଥିଲେ। ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରି ପ୍ରାଚୀନ ସାହିତ୍ୟରେ ହାସ୍ୟ ବ୍ୟଙ୍ଗର ଧାରା ପ୍ରସଙ୍ଗ ଉପରେ ମତାମତ ରଖିଥିଲେ।ସାମନ୍ତ ଚନ୍ଦ୍ରଶେଖର…

"ପୁସ୍ତକ ମେଳାରେ ହାସ୍ୟବ୍ୟଙ୍ଗ ସମ୍ମେଳନ"

ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ

ପୁରୀ, ୧୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଜିଲ୍ଲା କ୍ରୀଡାସଂସଦ ଓ ଜଙ୍ଗଲି ମିଳିତ ସହଯୋଗରେ ଆୟୋଜିତ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି। ବୁଧବାର ଅନୁଷ୍ଠିତ ଫାଇନାଲ ମ୍ୟାଚର କେନ୍ଦ୍ରୀୟ ବିଦ୍ୟାଳୟ ଓ ବିଶ୍ୱମ୍ବର ବିଦ୍ୟାପୀଠ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ବିଶ୍ୱମ୍ବର ବିଦ୍ୟାପୀଠ ବିଜୟ ଲାଭ କରିଥିଲା। ଚିତ୍ରଙ୍ଗଦା ପାତ୍ର, ଶରତ ମହାନ୍ତି, ମକ୍ରା ମାଝି, ରାମ ନାଏକ, ପ୍ରକାଶ ବେହୋରା, ପ୍ରମୁଖ ପ୍ରତିଯୋଗିତାକୁ ପରିଚଳାନା କରିଥିଲେ। ପୁରସ୍କାର ବିବତଣ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ସହ ୫ ହଜାର ଏବଂ ରନର୍ସ ଅପ ଦଳକୁ ଟ୍ରଫି ସହ ୩ ହଜାରଟଙ୍କା ଆର୍ଥିକପୁରସ୍କାର ପ୍ରଦାନ…

"ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ"