ପିଇଓଙ୍କ ଅନୁପସ୍ଥିତରେ ଭତା ଟଙ୍କା ବଣ୍ଟନଙ୍କୁ ଗ୍ରାମବାସୀଙ୍କ ବିରୋଧ, ଭତା ଟଙ୍କା ବଣ୍ଟନରେ ଅନିୟମିତତାର ଅଭିଯୋଗ

ହରିଚନ୍ଦନପୁର,ତା୧୫.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡପଳାଶପାଳ ଗ୍ରାମପଞ୍ଚାୟତରେ ପିଇଓଙ୍କ ଅନୁପସ୍ଥିତରେ ଭତା ବଣ୍ଟନକୁ ନେଇ ଗ୍ରାମବାସୀଙ୍କ ବିରୋଧ ସହ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମ ପଞ୍ଚାୟତରେ ଥିବା ପିଇଓ ଦିଲ୍ଲୀପ କୁମାର ସାହୁ ପଞ୍ଚାୟତ କାର୍ଯ୍ୟାଳୟକୁ ପ୍ରତ୍ୟେକ ଦିନ ନ ଆସିବାକୁ ନେଇ ଅଞ୍ଚଳର ଅନେକ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଧାରଣତଃ ଭତା ଟଙ୍କା, ମୋକୁଡିଆ, ଇନ୍ଦିରା ଆବାସର ବିଲ, ପିଡିଏସ ସାମଗ୍ରୀ ଭଳି ଯୋଜନା ଗୁଡିକରୁ ବଞ୍ଚିତ ରହୁଥିବାର ଅଭିଯୋଗ ହୋଇଛି । ଉକ୍ତ ଗ୍ରାମପଞ୍ଚାୟତର ଦୁର୍ଗମ ପାହାଡ଼ ଉପରେ ବସବାସ କରୁଥିବା…

"ପିଇଓଙ୍କ ଅନୁପସ୍ଥିତରେ ଭତା ଟଙ୍କା ବଣ୍ଟନଙ୍କୁ ଗ୍ରାମବାସୀଙ୍କ ବିରୋଧ, ଭତା ଟଙ୍କା ବଣ୍ଟନରେ ଅନିୟମିତତାର ଅଭିଯୋଗ"

ସ୍କ୍ରାପ ବୋଝେଇ ଟ୍ରକ ଜବତ, ୩ ଗିରଫ

ଯୋଡା- ତା ୧୫/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ରବିବାର ପ୍ରାୟ ୪.୩୦ ମି. ସମୟରେ କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ସହିଦ ନଗରରୁ ଏକ ଚୋରା ସ୍କ୍ରାପ ବୋଝେଇ ଟ୍ରକ ଯାଉଥିବା ସମୟରେ ଜଜାଙ୍ଗ ରାସ୍ତାରୁ ପୁଲିସ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ୩ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଆସାମୀ ମାନେ ହେଲେ ଗିଡୁ ରାଜ ଓ ତାଙ୍କ ପୁଅ ସାଗର ରାଜଙ୍କ ସହିତ ଟ୍ରକ ଡ୍ରାଇଭର ବିଜୟ ପାତ୍ର । ଘଟଣାରୁ ପ୍ରକାଶ ଯେ, ରବିବାର ଭୋର ପ୍ରାୟ ୪.୩୦ ମି. ସମୟରେ ସହିଦ ନଗର ଠାରେ…

"ସ୍କ୍ରାପ ବୋଝେଇ ଟ୍ରକ ଜବତ, ୩ ଗିରଫ"

ଅନୁଗୋଳ ଫଟୋଗ୍ରାଫର ଆସୋସିଏସନ ପକ୍ଷରୁ ଭିଡିଓଗ୍ରାଫି କର୍ମଶାଳା

ଅନୁଗୋଳ ଫଟୋଗ୍ରାଫର ଆସୋସିଏସନ ପକ୍ଷରୁ ଏକ ଭିଡିଓଗ୍ରାଫି କର୍ମଶାଳା ଆୟୋଜିତ ହୋଇଯାଇଛି । ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଏହି କର୍ମଶାଳାର ଆୟୋଜନ କରାଯାଇ ଥିବାବେଳେ ଏଥିରେ ଜିଲ୍ଲାର ସମସ୍ତ ଫଟୋ ଓ ଭିଡିଓଗ୍ରାଫରମାନେ ଯୋଗ ଦେଇଥିଲେ । କର୍ମଶାଳାରେ ବିଶିଷ୍ଠ ଭିଡିଓଗ୍ରାଫର ଚନ୍ଦନ ମଜୁମଦାର ଯୋଗଦେଇ ଭିଡିଓଗ୍ରାଫର ମାନଙ୍କୁ ନୂତନ ଭିଡିଓଗ୍ରାଫିର କୌଶଳ ସମ୍ପର୍କରେ ବୁଝାଇଥିଲେ । ବର୍ତ୍ତମାନ ଆସୁଥିବା ନୂଆ ମଡେଲ କ୍ୟାମେରାଗୁଡିକରେ କିଭଳି ଅତ୍ୟାଧୁନିକ ଓ ସିନେମାଟିକ ଭିଡିଓ ଶୁଟିଙ୍ଗ କରଯାଇପାରିବ ତାହାର ବିଭିନ୍ନ କୌଶଳ ସମ୍ପର୍କରେ ଶ୍ରୀ ମଜୁମଦାର ବୁଝାଇଥିଲେ । କାର୍ମଶାଳା ରେ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ ଯୋଗଦେଇ କର୍ମଶାଳାକୁ ଉଦଦ୍ଘାଟନ…

"ଅନୁଗୋଳ ଫଟୋଗ୍ରାଫର ଆସୋସିଏସନ ପକ୍ଷରୁ ଭିଡିଓଗ୍ରାଫି କର୍ମଶାଳା"

ଏମ୍.ସି.ଏଲ ଜଗନ୍ନାଥ କ୍ଷେତ୍ର ତରଫରୁ ୨ ଦିନିଆ କର୍ମଶାଳା

ତାଳଚେର,୧୫/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍.ସି.ଏଲ ଜଗନ୍ନାଥ କ୍ଷେତ୍ର ତରଫରୁ ସ୍ଥାନୀୟ ଗ୍ରୀନ ଭ୍ୟାଲି କ୍ଲବଠାରେ ଏପ୍ରିଲ ୧୨ ଏବଂ ୧୩ ତାରିଖ ଦୁଇ ଦିନ ଧରି ବିଭାଗୀୟ ଯାଂଚ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ନିମନ୍ତେ ଭାରତ ସରକାରଙ୍କର କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗର ପୂର୍ବ ନିଦେ୍ର୍ଦଶକ ମୁକେଶ ଚତୁର୍ବେଦୀ ଏହି କର୍ମଶାଳାରେ ଆମନ୍ତ୍ରିତ ଅତିଥିଭାବେ ଯୋଗଦାନ କରିଥିଲେ । ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଏମ୍.ଜି.ବ୍ରହ୍ମପୁରକର ଶ୍ରୀ ଚତୁର୍ବେଦୀଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଶ୍ରୀ ଚତୁର୍ବେଦୀ ଉପସ୍ଥିତ ଅଧିକାରୀଙ୍କୁ ବିଭାଗୀୟ ଯାଂଚ ସମ୍ପର୍କରେ ବିସ୍ତୃତ ଭାବେ ସୂଚିତ କରିଥିଲେ । ଏହି କର୍ମଶାଳାରେ ତାଳଚେର…

"ଏମ୍.ସି.ଏଲ ଜଗନ୍ନାଥ କ୍ଷେତ୍ର ତରଫରୁ ୨ ଦିନିଆ କର୍ମଶାଳା"

ସାଉଥ ବଲଣ୍ଡାରେ ବିଷୁବ ମିଳନ ଉତ୍ସବ

ତାଳଚେର,୧୫/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ତାଳଚେର ବ୍ଲକ “ସାଉଥବଲଣ୍ଡା ସାହିତ୍ୟ ଘର” ଓ ଅଗ୍ରଣୀ ନାଟ୍ୟ ସଂସ୍ଥା “ଆମେ ବଂଚିଛୁ” ପକ୍ଷରୁ ମହାବିଷୁବ ମିଳନ ଉତ୍ସବ ସାଉଥବଲଣ୍ଡାସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ପରିସରରେ ଶନିବାର ଦିନ ପାଳିତ ହୋଇଯାଇଛି । ସାହିତ୍ୟଘର ସଂଯୋଜକ ରଙ୍ଗାଧର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ ବିଶିଷ୍ଟ ନାଟ୍ୟକାର ମୁକୁନ୍ଦ ଶତପଥୀ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ‘ସାମାଜିକ ଜୀବନରେ ବିଷୁବ ସଂକ୍ରାନ୍ତିର ମହତ୍ୱ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରକୃତି ଓ ସଂସ୍କୃତି ସହ ଜଡିତ ଏହି ବିଷୁବ ମିଳନର ଗୁରୁତ୍ୱକୁ ସମସ୍ତ ଓଡ଼ିଆ ଜାତି ଅନୁଭବ କରି ଓଡ଼ିଆ…

"ସାଉଥ ବଲଣ୍ଡାରେ ବିଷୁବ ମିଳନ ଉତ୍ସବ"

ମା’ହିଙ୍ଗୁଳାଙ୍କ ଦାନହୁଣ୍ଡିରୁ ଅର୍ଥ ସଂଗ୍ରହ

ତାଳଚେର,୧୫/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଗୋପାଳପ୍ରସାଦସ୍ଥିତ ମା’ହିଙ୍ଗୁଳାଙ୍କ ପୀଠରେ ଥିବା ସମସ୍ତ ହୁଣ୍ଡିଗୁଡିକ ସହ ଉଭାସ୍ଥଳୀ ନିକଟରେ ଥିବା ହୁଣ୍ଡିଗୁଡିକୁ ଗତ ଗୁରୁବାର ଦିନ ଖୋଲାଯାଇଥିଲା । ତାଳଚେର ତହସିଲଦାର ସାଫଲ୍ୟ ମଣ୍ଡିତ ପ୍ରଧାନ,ଡଅଁରା ରାଜସ୍ୱ ନିରୀକ୍ଷକ ସୋନାଲିକା ମାଡାମ,ମା’ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡ ସଦସ୍ୟ ଗଗନବିହାରୀ ସାହୁ,ଶ୍ରୀ ସନ୍ତୋଷ କୁମାର ପ୍ରଧାନ,ମୂରଲୀଧର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇ ମୋଟ ଚାରିି ଲକ୍ଷ ସତସ୍ତରୀ ହଜାର ଛଅ ଶହ ଉଣେଇଶ ଟଙ୍କା (୪,୭୭, ୬୧୯.୦୦ଟଙ୍କା ମାତ୍ର) ସଂଗୃହୀତ ହୋଇଥିଲା । ଏତଦ୍ ବ୍ୟତୀତ ମା’ଙ୍କ ଯାତ୍ରା ଅବସରରେ ଷ୍ଟଲ,ଭୋଗ ଷ୍ଟଲ୍ ଓ ବାଇକ ଷ୍ଟାଣ୍ଡରୁ ମୋଟ ୮,୩୦,୫୨୪ ଟଙ୍କା(ଆଠ ଲକ୍ଷ ତିରିଶ…

"ମା’ହିଙ୍ଗୁଳାଙ୍କ ଦାନହୁଣ୍ଡିରୁ ଅର୍ଥ ସଂଗ୍ରହ"

ବାହାରିଲା ପଲ୍ସ-ପୋଲିଓ ସଚେତନତା ରଥ

ପାରଳାଖେମୁଣ୍ଡି,୧୫ା୪(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରୁ ଏକ ପଲସ-ପୋଲିଓ ଟୀକାକରଣ ପାଇଁ ସଚେତନତା ରଥ ବାହାରିଛି । ଏହାକୁ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଭିଏଲଏନ ରାଜୁ ଉଦ୍ଘାଟନ କରିଥିଲେ । ଏହି ସଚେତନତା ରଥ ସହରର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଲୋକମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାପାଇଁ ସଚେତନତା କରାଇବ । ଆଗମୀ ୧୫,୧୬ ଏବଂ ୧୭ତାରିଖ ୩ଦିନ ଧରି ଏହି ପଲସ-ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଜିଲା ମୁଖ୍ୟ ଚିକିତ୍ସାଳୟ, ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର, ବିଦ୍ୟାଳୟ,ଅଙ୍ଗନୱାଡି କେନ୍ଦ୍ର ଇତ୍ୟାଦି ମୋଟ ୪୦ଗୋଟି…

"ବାହାରିଲା ପଲ୍ସ-ପୋଲିଓ ସଚେତନତା ରଥ"

ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତୀ ପାଳିତ

ପାରଳାଖେମୁଣ୍ଡି,୧୫ା୪(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଭଗବାନ ହନୁମାନଙ୍କ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି ସହରରେ ଅତ୍ୟନ୍ତ ଧୁମଧାମରେ ପାଳିତ ହୋଇଛି । ହନୁମାନ ଜୟନ୍ତୀ ସାଙ୍ଗକୁ ପଣା ସଂକ୍ରାନ୍ତି ଦିନ ହୋଇଥିବା ଯୋଗୁଁ ସହରରେ ଥିବା ରେଳ ଷ୍ଟେସନ ସ୍ଥିତ ସିଦ୍ଧି ହନୁମାନ ମନ୍ଦିର, ଗୁଣ୍ଡିଚା ବାଡିର ହନୁମାନ ମନ୍ଦିର ଏବଂ ତୋଟା ହନୁମାନ ମନ୍ଦିର ସମେତ ସହର ସମସ୍ତ ହନୁମାନ ଏବଂ ମହାଦେବ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଶତାଧିକ ସଂଖ୍ୟାରେ ଭାଗବାନଙ୍କୁ ଦର୍ଶନ କରି ପୂଜର୍ଚ୍ଚନା କରିବା ସହ ହନୁମାନ ଚାଳିଶା ପାଠ କରିଥିଲେ । ଅନ୍ୟପକ୍ଷରେ ଆଜିର ଦିନଟି ମଧ୍ୟ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ…

"ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତୀ ପାଳିତ"

ଜାତିଭିତ୍ତିକ ସଂରକ୍ଷଣ ଉଛେଦ ଦାବିରେ ଦେବଗଡଠାରେ ବୈଠକ ଅନୁଷ୍ଠିତ

ଦେବଗଡ ୧୫/୪/୧୮(ଓଡ଼ିଆ ପୁଅ/ପ୍ରଶାନ୍ତି ଭୁକ୍ତା):-ଦେବଗଡ ଜିଲା ସଦର ମହକୁମା ଠାରେ ଜେନେରାଲ୍ ଓଡ଼ିଆ ଏବଂ ଓବିସି ବର୍ଗର ଲୋକଙ୍କ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେବଗଡ ଜିଲାର ବହୁ ସଂଖ୍ଯକ ବରିଷ୍ଠ ନାଗରିକ ଓ ଯୁବକ ଯୋଗଦାନ କରିଥିଲେ। ଏହି ବୈଠକରେ ସମସ୍ତେ ସରକାରଙ୍କ ବୈମାତୃକ ମନୋଭାବ ପୋଷଣକୁ ବିରୋଧ କରି ଏହା ବିରୋଧରେ ସ୍ଵର ଉତ୍ତୋଳନ କରିଥିଲେ। ଏହି ବୈଠକରେ ଦେବଗଡ ସହରର ବୟସ୍କ ବ୍ୟକ୍ତି ମାର୍କଣ୍ଡେଶ୍ଵର ଶତପଥୀ, ପ୍ରଫୁଲ୍ଲ ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ସୁଦର୍ଶନ ଦାସ, ବିଷ୍ଣୁ ସାହୁ, ମିତ୍ରଭାନୁ ମହାପାତ୍ର ଉପସ୍ଥିତ ଥିଲେ।

"ଜାତିଭିତ୍ତିକ ସଂରକ୍ଷଣ ଉଛେଦ ଦାବିରେ ଦେବଗଡଠାରେ ବୈଠକ ଅନୁଷ୍ଠିତ"

ଅନ୍ତର୍ଜାତୀୟ ମହାକାଶ ବିକାଶ ସମ୍ମିଳନୀରେ ଯୋଗଦେବାକୁ ଉମରକୋଟର ଅନୁରାଗ ଆମେରିକା ଯିବେ

କୋରାପୁଟ; ତା୧୫-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟର ନଳିନୀ ମିଶ୍ରଙ୍କ ପୁତ୍ର ଅନୁରାଗ ମିଶ୍ର ଆସନ୍ତାମାସ ମେ ମାସରେ ଆମେରିକାର କାର୍ଲିଫର୍ଣ୍ଣିଆରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ମହାକାଶ ବିକାଶ ସମ୍ମିଳନୀରେ ଯୋଗଦେବାକୁ ନାସାର ଚିଠି ଆସିଥିବା ଜଣାପଡିଛି ।ବିଶାଖାପାଟଣାର ଶ୍ରୀ ଚୈତନ୍ୟ ବିଦ୍ୟାଳୟରେ ଅନୁରାଗ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ।ଯଦି ପୃଥିବୀରେ ମଣିଷ ବଂଚିବା ସକ୍ଷମ ହେବ ନାହିଁ ତେବେ ପୃଥିବୀରେ ଯେଉଁ ଅନୁକୂଳ ପରିବେଶ ରହିଛି ତାହାକୁ ନେଇ ବିକଳ୍ପ ପୃଥିବୀ ନିର୍ମାଣ ସଂପର୍କିତ ସନ୍ଦର୍ଭକୁ ଅନୁରାଗଙ୍କ ସହ ୫ ଜଣ ସାଥି ପ୍ରକଳ୍ପ ପ୍ରସ୍ତୁତ କରି ନାସାକୁ ପ୍ରେରଣ କରିଥିଲେ ।ନାସା ପାଇବା ପରେ ମେ…

"ଅନ୍ତର୍ଜାତୀୟ ମହାକାଶ ବିକାଶ ସମ୍ମିଳନୀରେ ଯୋଗଦେବାକୁ ଉମରକୋଟର ଅନୁରାଗ ଆମେରିକା ଯିବେ"