୪ଡକାୟତ ସହ ଚୋରି ସୁନା କଣିଥିବା ଜଣେ ବ୍ୟବସାୟୀ ଗିରଫ

ରାୟଗଡା ତା-୨୦/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ୪ଜଣ ଡକାୟତଙ୍କ ସହ ଚୋରି ସୁନା କଣିଥିବା ୧ବ୍ୟବବସାୟୀକୁ ରାୟଗଡ଼ା ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ରାୟଗଡା ସହ ସାଇପ୍ରିୟା ନଗର ୨ୟ ଗଳିର  ରହୁଥିବା ଚିନ୍ନାରି ଚନ୍ଦ୍ର ଶେଖର ସୁବୁଦ୍ଧିଙ୍କ  ଚଳିତ ମାସ ୧୨ ତାରିଖ ସଂନ୍ଧ୍ୟା  ସମୟରେ ସ୍ତ୍ରୀଙ୍କ ସହ ଦୈନିକ ବଜାରକୁ ଯାଇଥିଲେ । ସେ ସମୟରେ ଅନୁପସ୍ଥିତ ସୁଯୋଗ ନେଇ   ରାମକୃଷ୍ଣ ନଗରର ରବିଶଙ୍କର ମହାନନ୍ଦିଆ (୨୭), ପ୍ରକାଶ ଖୋରା(୨୧) ବୁଦ୍ରାବାଲସାର  ମୁଣ୍ତାରି ହରି(୨୧) ଏବଂ ରାମକୃଷ୍ଣ ନଗର  ସୁଇପର କଲୋନୀ, ରାୟଗଡାର ପାରମି ଶ୍ରୀକାନ୍ତ (୨୧) ଏହି ୪ଜଣ   ମିଶି  ଶ୍ରୀ ସୁବୁଦ୍ଧିଙ୍କ ଘର…

"୪ଡକାୟତ ସହ ଚୋରି ସୁନା କଣିଥିବା ଜଣେ ବ୍ୟବସାୟୀ ଗିରଫ"

ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ପିସିରେ ଚାଲିଛି ବିଭାଗ

ରାୟଗଡା ତା-୨୦/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗୁଣପୁର ଆଇଟିଡିଏ କନିଷ୍ଠ ଯନ୍ତ୍ରୀ ଗଗନ ବିହାରୀ ପତିଙ୍କ ନାମରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର କୋର୍ଟ ଅନୁମତି କ୍ରମେ ୫ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ସେ ମଧ୍ୟରୁ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଖାନ ସାହିରେ ଥିବା ସରକାରୀ ବାସଗୃହ ଏବଂ ଗୁଣପୁର ଆଇଟିଡିଏ ତାଙ୍କ କାର୍ଯ୍ୟାଳୟର ପ୍ରକୋଷ୍ଠରେ ଏବଂ ବ୍ରହ୍ମପୁର ସିଦ୍ଧାର୍ଥ ନଗର ତୃତୀୟ ଲାଇନର ତିନି ମହଲା ଘର, ବ୍ରହ୍ମପୁର କୋଅପରେଟିଭ କଲୋନୀ ତୃତୀୟ ଲାଇନ ସ୍ଥିତ ତାଙ୍କ ବାପାଙ୍କ ଘର, ରାଉତପେଟାସ୍ଥିତ ତାଙ୍କ ଶ୍ୱଶୁର ଘରଏକାସଙ୍ଗେ ଚଢ଼ାଉ କରାଯାଇଥିଲା। ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ସ୍ୱତନ୍ତ୍ର…

"ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ପିସିରେ ଚାଲିଛି ବିଭାଗ"

ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ

କଳାହାଣ୍ଡି – (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ନୂଆଖାଇ ପର୍ବ ପାଳନ କରାଯାଇଥାଏ । ଓଡିଶାର ବିଶେଷ କରି ପଶ୍ଚିମ ଓଡିଶାର ଏହା ଏକ ଗଣ ପର୍ବ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ନୂଆଖାଇ ପର୍ବର ପୂର୍ବ ଓ ପର ଦିନର ଯେଉଁ ଲୋକ ବିଶ୍ୱାସ,ବ୍ୟବସ୍ଥା ଏବଂ ଲୋକ ପ୍ରଥା ପ୍ରଚଳିତ ହୋଇ ଆସୁଛି ତାହା ହିଁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ପଶ୍ଚିମ ଓଡିଶା ବାସୀଙ୍କର ମୂଖ୍ୟ ଜୀବିକା ହେଉଛି କୃଷି । କୃଷିଜାତ ଅନ୍ନର ମହତ୍ୱକୁ ନେଇ କେଉଁ ଆବହମାନ କାଳରୁ ଏହି ନୂଆଖାଇ ପର୍ବ ପାଳିତ ହୋଇ…

"ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ"

ବାତ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ସତର୍କ ସୂଚନା ଜାରି

ବ୍ରହ୍ମପୁର ୨୦-୯ (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ) ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଗୋପାଳପୁର ନିକଟସ୍ଥ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ଆସନ୍ତା ୧୨ ରୁ ୨୪ ଘଣ୍ଟା ମଧ୍ୟରେ ଗୋପାଳପୁର ଅତିକ୍ରମ କରିବାର ସମ୍ଭାବନା ରହିଛି। ଏଣୁ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମସ୍ତ ଲାଇନ ଡିପାର୍ଟମେଣ୍ଟକୁ ସଜାଗ ରହିବା ପାଇଁ ଆଦେଶ ଦେଇଛନ୍ତି। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୬୦ ରୁ ୭୦ କିମି ବେଗରେ ପବନ ବହିବାର ଆଶଙ୍କା କରାଯାଉଅଛି। ଏହା ସହିତ ମଧ୍ୟମରୁ ପ୍ରବଳ ମାତ୍ରାରେ ବର୍ଷା ହେବାର ମଧ୍ୟ ସମ୍ଭାବନା ଅଛି। ଏଣୁ ଆପଣଙ୍କୁ ଅନୁରୋଧ କରାଯାଉଅଛିଯେ,…

"ବାତ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ସତର୍କ ସୂଚନା ଜାରି"

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ୍ୟୁ

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ପୁରିପଡ଼ା ଠାରେ ଗତ ବୁଧବାର ରାତି ପ୍ରାୟ ୨ ଟାବେଳେ ଏକ ଅଜଣା ଗାଲଡ଼ି ଧକ୍କା ଦେବାରୁ ଜଣେ ଅଚିହ୍ନା ବୃଦ୍ଧ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ମାନେ ବୃଦ୍ଧଙ୍କୁ ଭଣ୍ଡାରିପୋଖରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ସେଠାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବା ବେଳେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଥାନା ସହକାରୀ ଅଧିକାରୀ ବିକ୍ରମ ହେମ୍ରମଙ୍କ ଠାରୁ ପ୍ରକାଶ। ମୃତକଙ୍କ ବୟସ ପାଖା ପାଖି ୬୦ ବର୍ଷ ହୋଇଥିବା…

"ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ୍ୟୁ"

ଧାର୍ମିକ ଶୋଭାଯାତ୍ରା ଉପରେ ପ୍ରଶାସନର ଅଙ୍କୁଶ, ବାତିଲ ହେଲା ଧର୍ମସଭା ଓ ଶୋଭାଯାତ୍ରା, ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) -ଭଦ୍ରକ ସହରରେ ମୁସଲିମ୍ ସମ୍ପ୍ରଦାୟର ପବିତ୍ର ମହରମ ତାଜିଆ / କାଫେଲା ଦୀର୍ଘ ଦଶନ୍ଧି ଧରି ଶାନ୍ତି ଶୃଙ୍ଖଳା ସହିତ ପାଳିତ ହୋଇଆସୁଥିବାବେଳେ ଚଳିତବର୍ଷ ଉକ୍ତ ଧାର୍ମିକ ଶୋଭାଯାତ୍ରା ଉପରେ ପ୍ରଶାସନର ଅଂକୁଶ ଯୋଗୁଁ ଏହାର ଧର୍ମସଭା ଓ ଶୋଭଯାତ୍ରାକୁ ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ପାଳନ ନକରାଯିବା ନେଇ ଏକ ନିଷ୍ପତ୍ତି ନିଆଯାଇଥିବା ବିଷୟ ଆଜି ଏହାର ସଭାପତି ହାଜି ମହମ୍ମଦ ଅବଦୁଲ ବାରି ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି। ହାଜି ମହମ୍ମଦ ଅବଦୁଲ ବାରୀ ଉକ୍ତ ପ୍ରେସ୍ ବିଜ୍ଞପ୍ତିରେ ଦେଇଥିବା ବିବୃତ୍ତି ମୂଳେ ଆଜି ପର୍ଯ୍ୟନ୍ତ ମୁସଲିମ ସମ୍ପ୍ରଦାୟର କୈାଣସି…

"ଧାର୍ମିକ ଶୋଭାଯାତ୍ରା ଉପରେ ପ୍ରଶାସନର ଅଙ୍କୁଶ, ବାତିଲ ହେଲା ଧର୍ମସଭା ଓ ଶୋଭାଯାତ୍ରା, ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି"

ବିପ୍ରକବି ବଂଶୀବଲ୍ଲଭ ଗୋସ୍ୱାମୀ ଜୟନ୍ତୀ

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଓଡିଶାର ଐତିହାସିକ ଓ ସାଂସ୍କୃତିକ ପରମ୍ପରାକୁ ଆଧାର କରି ଭଦ୍ରକର ବିପ୍ରକବି ବଂଶୀବଲ୍ଲଭ ଗୋସ୍ୱାମୀଙ୍କ ଜୟନ୍ତୀ ବଂଶୀବଲ୍ଲଭ ଗିରିଧାରୀ ନାଟ୍ୟ ସଂସଦ ପୁରୁଣା ବଜାର ଓ ସାଧନା କଳା ବିକାଶ କେନ୍ଦ୍ର ମାର୍କୋଣା ସହେଯାଗରେ ସଦାବ୍ରତ ମଠ ପରିସରରେ ପାଳନ କରାଯାଇଥିଲା। ଏହି ସଭାରେ ଦାମୋଦର ସଂସ୍କୃତ ମହାବିଦ୍ୟାଳୟର +୩ ବିଭାଗର ଅଧ୍ୟକ୍ଷ ଡ. କୃପାସିଂଧୁ ନାୟକ ସଭାପତିତ୍ୱ କରିଥିଲେ। +୩ ପ୍ରଥମବର୍ଷର ଛାତ୍ରୀ କୁମାରୀ ମିତାଲୀ ଜେନା ସ୍ୱାଗତ ସଂଗୀତ ଗାନ କରିଥିଲେ। ମୁଖ୍ୟବକ୍ତା ଭାବରେ ତାମସା ସାହିତ୍ୟର ଗବେଷକ ଡ.ବାଇଧର ସାହୁ ବଂଶୀବଲ୍ଲଭଙ୍କ ସମସ୍ତ ତାମ୍ସା ବିଷୟରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ…

"ବିପ୍ରକବି ବଂଶୀବଲ୍ଲଭ ଗୋସ୍ୱାମୀ ଜୟନ୍ତୀ"

ଭଦ୍ରକରେ ଗଠନ ହେଲା ଯୁବ ସଂଗଠନ ବିଜେପି

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲ୍ଲାରେ ଏକ ନୂତନ ଯୁବ ସଂଗଠନର ଗଠନ ହୋଇଛି। ଯାହାର ନାମ କରଣ କରାଯାଇଛି ଭଦ୍ରକ ଯୁବ ପ୍ରଗତି ଅର୍ଥାତ ବିଜେପି। ଏହି ସଂଗଠନର ଗଠନକୁ ନେଇ ଭଦ୍ରକରେ ଏବେ ଚର୍ଚ୍ଚା ଜୋର ଧରିଛି। ଭଦ୍ରକ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜନୈତିକ ନେତାମାନେ ସବୁ ସମୟରେ ଅବହେଳା ପ୍ରଦର୍ଶନ କରି ଆସିଛନ୍ତି। ବିଗତ ୩୦ ବର୍ଷ ମଧ୍ୟରେ ଭଦ୍ରକରେ ସେଭଳି ଆଖିଦୃଶିଆ ଉନ୍ନୟନ ହୋଇ ନାହିଁ, ଯାହା ଅନ୍ୟ ଜିଲ୍ଲାମାନଙ୍କରେ ହୋଇଛି। ବିଶେଷ କରି ଏହି ଜିଲ୍ଲା ଯୁବକମାନେ ସବୁଠାରୁ ଅଧିକ ଅବହେଳିତ…

"ଭଦ୍ରକରେ ଗଠନ ହେଲା ଯୁବ ସଂଗଠନ ବିଜେପି"

ମହରମ ଓ ଗଣେଶ ଭସାଣି ଶୋଭାଯାତ୍ରା ପାଇଁ ଦାବିକଲା କଂଗ୍ରେସ

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକର ମହରମ ଓ ଗଣେଶ ଭସାଣି ଶୋଭଯାତ୍ରାକୁ ନେଇ ହିନ୍ଦୁ, ମୁସ୍ଲିମ ଉଭୟ ସଂପ୍ରଦାୟର ହିତାକାଙ୍କ୍ଷୀ, ଦାୟିତ୍ୱବାନ ନାଗରିକମାନେ ଏବଂ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ମୁସ୍ଲିମ ଜମାତ୍ର କର୍ମକର୍ତ୍ତାମାନଙ୍କ ବାରମ୍ବାର ନିବେଦନ ଓ ଆଲୋଚନା ସତ୍ତ୍ୱେ ପ୍ରଶାସନ ପୂର୍ବ ନିଷ୍ପତ୍ତିରୁ ଓହରିଲା ନାହିଁ। ଶେଷରେ ମହରମ ପର୍ବର ତାଜିଆ / କାଫଲା ଏବଂ ଓ ଗଣେଶ ଭସାଣିର ଶୋଭାଯାତ୍ରା ପାରମ୍ପରିକ ରାସ୍ତାରେ ବାହାର ନ କରିବାକୁ ଅଙ୍କୁଶ ଲଗାଇଲା। ଗଣତାନ୍ତ୍ରିକ ବ୍ୟବସା୍ଥ ଅନୁଯାୟୀ, ମହରମ ପର୍ବ ଗଣେଶ ଭସାଣୀର ଶୋଭାଯାତ୍ରାକୁ ଜିଲ୍ଳା ପ୍ରଶାସନ ଅନୁମତି ନ ଦେବାରୁ ଭଦ୍ରକ କଂଗ୍ରେସ ଏହାର ଦୃଢ…

"ମହରମ ଓ ଗଣେଶ ଭସାଣି ଶୋଭାଯାତ୍ରା ପାଇଁ ଦାବିକଲା କଂଗ୍ରେସ"

ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନ୍ ସ୍ତରୀୟ ସାଂସଦ କମିଟି ବୈଠକ, ଭଦ୍ରକ ଜିଲାର ପୂର୍ବତଟ ରେଳପଥ ଅଧୀନରେ ଥିବା ସମସ୍ତ ଷ୍ଟେସନ ସମସ୍ୟା ନେଇ ସାଂସଦ ଅର୍ଜୁନ ସେଠୀଙ୍କ କ୍ଷୋଭ

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନ୍ ସ୍ତରୀୟ ସାଂସଦ କମିଟି ବୈଠକରେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଏହି ଜିଲାର ପୂର୍ବତଟ ରେଳପଥ ଅଧୀନରେ ଥିବା ସମସ୍ତ ଷ୍ଟେସନର ସମସ୍ୟା ନେଇ ରେଳ କର୍ତ୍ତୃପକ୍ଷଙ୍କ ଠାରେ ଗଭୀର କ୍ଷୋଭପ୍ରକାଶ କରିଛନ୍ତି। ଏହି ବୈଠକରେ ଖୋର୍ଦ୍ଧା ଜଟଣୀସ୍ଥିତ ରେଳ ଡିଭିଜନ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ସେଠୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ସେ ମୁଖ୍ୟତଃ ଭଦ୍ରକ ରେଳଷ୍ଟେସନ, ବାଉଦପୁର, କେନ୍ଦୁଆପଦା, ମଂଜୁରୀରୋଡ୍ ଓ କପାଳୀ ରୋଡ୍ ଷ୍ଟେସନ ଗୁଡିକରେ ପ୍ଲାଟ୍ଫର୍ମର ଉଚ୍ଚତା ବୃଦ୍ଧି, ଆଲୋକୀକରଣ, ନୂତନ ସେଡ୍ ନିର୍ମାଣ ସହିତ ଅନ୍ୟାନ୍ୟ ମୁଖ୍ୟ…

"ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନ୍ ସ୍ତରୀୟ ସାଂସଦ କମିଟି ବୈଠକ, ଭଦ୍ରକ ଜିଲାର ପୂର୍ବତଟ ରେଳପଥ ଅଧୀନରେ ଥିବା ସମସ୍ତ ଷ୍ଟେସନ ସମସ୍ୟା ନେଇ ସାଂସଦ ଅର୍ଜୁନ ସେଠୀଙ୍କ କ୍ଷୋଭ"