କରତ କଳରେ ଚଢଉ, ବିପୁଳ କାଠ ସହ ଯନ୍ତ୍ରାଂଶ ଜବତ

ରାଉରକେଲା ୨୧-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ବନ ବିଭାଗ ପକ୍ଷରୁ ଏକ ୪୦ ଜଣିଆ ଟିମ୍ ବେଦବ୍ୟାସ ଠାରେ ଥିବା ଆଖଣ୍ଡଳମଣି କରତ କଳ ଉପରେ ଚଢାଉ କରି ବିପୁଳ ପରିମାଣର କାଠ ଓ ଯନ୍ତ୍ରାଂଶ ଜବତ କରିଥିଲେ। ଜବତ କାଠ ଓ ଯନ୍ତ୍ରାଂଶର ଆନୁମାନିକ ମୂଲ୍ୟ ପ୍ରାୟ ୧୫ଲକ୍ଷ ହେବ ବୋଲି କୁହାଯାଉଛି। ୬ ଜଣ ସ ମିଲ କର୍ମଚାରୀଙ୍କୁ ଗିରଫ କରିଛି ଟିମ୍। ଚଢଉ ବେଳେ କରତକଳ ମାଲିକ ରମାକାନ୍ତ ବିଶ୍ୱାଳ ଫେରାର ହୋଇଯାଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି। ଗତକାଲି ସକାଳ ୧୧ରୁ ଏହି ମିଲରେ ବ୍ୟାପକ ଚଢାଉ କରାଯାଇଥିଲା। ରାଉରକେଲା ବନଖଣ୍ଡ ଅଧିକାରୀ ସଂଜୟ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚଢଉରେ…

"କରତ କଳରେ ଚଢଉ, ବିପୁଳ କାଠ ସହ ଯନ୍ତ୍ରାଂଶ ଜବତ"

ପୋଲସରା ବ୍ଲକର ୧୯ଟି ଖେଳପଡିଆର ପତ୍ତା ମିଳୁନି : ଭିଜିଲାନ୍ସ ବିଭାଗ କୋମାରେ !

ପୋଲସରା : ୨୧/୦୯ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଛି। ମନରେଗା ଯୋଜନାରେ ୨୦୧୩ – ୧୪ ଓ ୨୦୧୫-୧୬ ଆର୍ଥିକ ବର୍ଷରେ ୧୯ଟି ଖେଳପଡିଆ ନିର୍ମାଣ ହୋଇଥିବା କଥା କାଗଜପତ୍ର ମାଧ୍ୟମରେ ଦର୍ଶାଯାଇଛି ସତ, କିନ୍ତୁ କୌଣସି ଖେଳପଡିଆର ପତ୍ତା ମିଳୁନି। ସାମାଜିକ କର୍ମୀ ସମରଜିତ ମହାନ୍ତି ସୂଚନା ତଥ୍ଯ ଆଧାରରେ ଏହି ଘଟଣାକୁ ଲୋକଲୋଚନକୁ ଆଣିବା ସହ ପ୍ରଶାସନିକ ତଦନ୍ତ ତଥା ଭିଜିଲାନ୍ସକୁ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତଦନ୍ତରେ ବିଲମ୍ବ ହେବାରୁ ହାଇକୋର୍ଟରେ ଏ ନେଇ ଏକ ରିଟ୍ ପିଟିସନ୍ ୨୨୬, ୨୨୭ – ୨୧୬୮୩ / ୨୦୧୬ ପ୍ରକାରେ ମାମଲା ରୁଜୁ…

"ପୋଲସରା ବ୍ଲକର ୧୯ଟି ଖେଳପଡିଆର ପତ୍ତା ମିଳୁନି : ଭିଜିଲାନ୍ସ ବିଭାଗ କୋମାରେ !"

ଝିଅର ଟ୍ୟୁମର ଚିକିତ୍ସା ପାଇଁ ସହାୟତା ଲୋଡିଲେ ପରିବାରଲୋକେ

ଖଇରା, ୨୦/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ତୁଟ ଗ୍ରାମର ଖଟିଖିଆ ଦୀନମଜୁରୀଆ ବଳରାମ ଯେନାଙ୍କ ପରିବାର ଉପରେ ଦୁଃଖର ପାହାଡ ଅଜାଡି ପଡିଥିବାରୁ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। ଘଟଣାରୁ ଯାହା ଜଣାପଡିଛି ଶ୍ରୀ ଯେନା ଜଣେ ଜମିବାଡି ବିହୀନ ଖଟିଖିଆ ଦୀନମଜୁରୀଆ ସାଧାରଣ ବ୍ୟକ୍ତି। ପରଘରେ କାମକରି ନିଜର ପରିବାର ପ୍ରତି ପୋଷଣ କରୁଥିବାବେଳେ ଝିଅ ଚାନ୍ଦିନୀ ଯେନା(୫)ର ଚିକିତ୍ସାପାଇଁ ମୁଣ୍ଡରେ ହାତଦେଇ ବସିଛନ୍ତି। କିଛିଦିନ ଧରି ଅସୁସ୍ଥଥିବା ଝିଅକୁ ସ୍ଥାନିୟ ଡାକ୍ତରଙ୍କ ପାଖରେ ଚିକିତ୍ସା କରିବାପରେ ଚିକିତ୍ସାରେ କୌଣସି ଉନ୍ନତି ପରିଲକ୍ଷିତ ନହେବାରୁ ଏଠାରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶକ୍ରମେ କଟକ ଡାକ୍ତରଙ୍କ ପାଖକୁ ଯାଇଥିଲେ।…

"ଝିଅର ଟ୍ୟୁମର ଚିକିତ୍ସା ପାଇଁ ସହାୟତା ଲୋଡିଲେ ପରିବାରଲୋକେ"

ଜମିବାଡ଼ି ବିବାଦକୁ ନେଇ କୁରାଢ଼ୀରେ ଆକ୍ରମଣ ଜଣେ ଗୁରୁତର

ତୁରୁମୁଙ୍ଗା ୨୧-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ସନ୍ତୋଷ ପତି ସାହାରପଡା ବ୍ଲକ ରାଇଡିହା ପଞ୍ଚାୟତ ସିଆଳୀ ଯୋଡା ଗାଁ ରେ ଘଟିଛି ଅଘଟଣ। ଆଜି ସକାଳେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି କୁରାଢ଼ୀ ଚୋଟରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ନବକିଶୋର (୪୦) ମହାନ୍ତଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

"ଜମିବାଡ଼ି ବିବାଦକୁ ନେଇ କୁରାଢ଼ୀରେ ଆକ୍ରମଣ ଜଣେ ଗୁରୁତର"

୪ଡକାୟତ ସହ ଚୋରି ସୁନା କଣିଥିବା ଜଣେ ବ୍ୟବସାୟୀ ଗିରଫ

ରାୟଗଡା ତା-୨୦/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ୪ଜଣ ଡକାୟତଙ୍କ ସହ ଚୋରି ସୁନା କଣିଥିବା ୧ବ୍ୟବବସାୟୀକୁ ରାୟଗଡ଼ା ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ରାୟଗଡା ସହ ସାଇପ୍ରିୟା ନଗର ୨ୟ ଗଳିର  ରହୁଥିବା ଚିନ୍ନାରି ଚନ୍ଦ୍ର ଶେଖର ସୁବୁଦ୍ଧିଙ୍କ  ଚଳିତ ମାସ ୧୨ ତାରିଖ ସଂନ୍ଧ୍ୟା  ସମୟରେ ସ୍ତ୍ରୀଙ୍କ ସହ ଦୈନିକ ବଜାରକୁ ଯାଇଥିଲେ । ସେ ସମୟରେ ଅନୁପସ୍ଥିତ ସୁଯୋଗ ନେଇ   ରାମକୃଷ୍ଣ ନଗରର ରବିଶଙ୍କର ମହାନନ୍ଦିଆ (୨୭), ପ୍ରକାଶ ଖୋରା(୨୧) ବୁଦ୍ରାବାଲସାର  ମୁଣ୍ତାରି ହରି(୨୧) ଏବଂ ରାମକୃଷ୍ଣ ନଗର  ସୁଇପର କଲୋନୀ, ରାୟଗଡାର ପାରମି ଶ୍ରୀକାନ୍ତ (୨୧) ଏହି ୪ଜଣ   ମିଶି  ଶ୍ରୀ ସୁବୁଦ୍ଧିଙ୍କ ଘର…

"୪ଡକାୟତ ସହ ଚୋରି ସୁନା କଣିଥିବା ଜଣେ ବ୍ୟବସାୟୀ ଗିରଫ"

ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ପିସିରେ ଚାଲିଛି ବିଭାଗ

ରାୟଗଡା ତା-୨୦/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗୁଣପୁର ଆଇଟିଡିଏ କନିଷ୍ଠ ଯନ୍ତ୍ରୀ ଗଗନ ବିହାରୀ ପତିଙ୍କ ନାମରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର କୋର୍ଟ ଅନୁମତି କ୍ରମେ ୫ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ସେ ମଧ୍ୟରୁ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଖାନ ସାହିରେ ଥିବା ସରକାରୀ ବାସଗୃହ ଏବଂ ଗୁଣପୁର ଆଇଟିଡିଏ ତାଙ୍କ କାର୍ଯ୍ୟାଳୟର ପ୍ରକୋଷ୍ଠରେ ଏବଂ ବ୍ରହ୍ମପୁର ସିଦ୍ଧାର୍ଥ ନଗର ତୃତୀୟ ଲାଇନର ତିନି ମହଲା ଘର, ବ୍ରହ୍ମପୁର କୋଅପରେଟିଭ କଲୋନୀ ତୃତୀୟ ଲାଇନ ସ୍ଥିତ ତାଙ୍କ ବାପାଙ୍କ ଘର, ରାଉତପେଟାସ୍ଥିତ ତାଙ୍କ ଶ୍ୱଶୁର ଘରଏକାସଙ୍ଗେ ଚଢ଼ାଉ କରାଯାଇଥିଲା। ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ସ୍ୱତନ୍ତ୍ର…

"ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ପିସିରେ ଚାଲିଛି ବିଭାଗ"

ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ

କଳାହାଣ୍ଡି – (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ନୂଆଖାଇ ପର୍ବ ପାଳନ କରାଯାଇଥାଏ । ଓଡିଶାର ବିଶେଷ କରି ପଶ୍ଚିମ ଓଡିଶାର ଏହା ଏକ ଗଣ ପର୍ବ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ନୂଆଖାଇ ପର୍ବର ପୂର୍ବ ଓ ପର ଦିନର ଯେଉଁ ଲୋକ ବିଶ୍ୱାସ,ବ୍ୟବସ୍ଥା ଏବଂ ଲୋକ ପ୍ରଥା ପ୍ରଚଳିତ ହୋଇ ଆସୁଛି ତାହା ହିଁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ପଶ୍ଚିମ ଓଡିଶା ବାସୀଙ୍କର ମୂଖ୍ୟ ଜୀବିକା ହେଉଛି କୃଷି । କୃଷିଜାତ ଅନ୍ନର ମହତ୍ୱକୁ ନେଇ କେଉଁ ଆବହମାନ କାଳରୁ ଏହି ନୂଆଖାଇ ପର୍ବ ପାଳିତ ହୋଇ…

"ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ"

ବାତ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ସତର୍କ ସୂଚନା ଜାରି

ବ୍ରହ୍ମପୁର ୨୦-୯ (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ) ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଗୋପାଳପୁର ନିକଟସ୍ଥ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ଆସନ୍ତା ୧୨ ରୁ ୨୪ ଘଣ୍ଟା ମଧ୍ୟରେ ଗୋପାଳପୁର ଅତିକ୍ରମ କରିବାର ସମ୍ଭାବନା ରହିଛି। ଏଣୁ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମସ୍ତ ଲାଇନ ଡିପାର୍ଟମେଣ୍ଟକୁ ସଜାଗ ରହିବା ପାଇଁ ଆଦେଶ ଦେଇଛନ୍ତି। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୬୦ ରୁ ୭୦ କିମି ବେଗରେ ପବନ ବହିବାର ଆଶଙ୍କା କରାଯାଉଅଛି। ଏହା ସହିତ ମଧ୍ୟମରୁ ପ୍ରବଳ ମାତ୍ରାରେ ବର୍ଷା ହେବାର ମଧ୍ୟ ସମ୍ଭାବନା ଅଛି। ଏଣୁ ଆପଣଙ୍କୁ ଅନୁରୋଧ କରାଯାଉଅଛିଯେ,…

"ବାତ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ସତର୍କ ସୂଚନା ଜାରି"

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ୍ୟୁ

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ପୁରିପଡ଼ା ଠାରେ ଗତ ବୁଧବାର ରାତି ପ୍ରାୟ ୨ ଟାବେଳେ ଏକ ଅଜଣା ଗାଲଡ଼ି ଧକ୍କା ଦେବାରୁ ଜଣେ ଅଚିହ୍ନା ବୃଦ୍ଧ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ମାନେ ବୃଦ୍ଧଙ୍କୁ ଭଣ୍ଡାରିପୋଖରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ସେଠାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବା ବେଳେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଥାନା ସହକାରୀ ଅଧିକାରୀ ବିକ୍ରମ ହେମ୍ରମଙ୍କ ଠାରୁ ପ୍ରକାଶ। ମୃତକଙ୍କ ବୟସ ପାଖା ପାଖି ୬୦ ବର୍ଷ ହୋଇଥିବା…

"ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ୍ୟୁ"

ଧାର୍ମିକ ଶୋଭାଯାତ୍ରା ଉପରେ ପ୍ରଶାସନର ଅଙ୍କୁଶ, ବାତିଲ ହେଲା ଧର୍ମସଭା ଓ ଶୋଭାଯାତ୍ରା, ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) -ଭଦ୍ରକ ସହରରେ ମୁସଲିମ୍ ସମ୍ପ୍ରଦାୟର ପବିତ୍ର ମହରମ ତାଜିଆ / କାଫେଲା ଦୀର୍ଘ ଦଶନ୍ଧି ଧରି ଶାନ୍ତି ଶୃଙ୍ଖଳା ସହିତ ପାଳିତ ହୋଇଆସୁଥିବାବେଳେ ଚଳିତବର୍ଷ ଉକ୍ତ ଧାର୍ମିକ ଶୋଭାଯାତ୍ରା ଉପରେ ପ୍ରଶାସନର ଅଂକୁଶ ଯୋଗୁଁ ଏହାର ଧର୍ମସଭା ଓ ଶୋଭଯାତ୍ରାକୁ ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ପାଳନ ନକରାଯିବା ନେଇ ଏକ ନିଷ୍ପତ୍ତି ନିଆଯାଇଥିବା ବିଷୟ ଆଜି ଏହାର ସଭାପତି ହାଜି ମହମ୍ମଦ ଅବଦୁଲ ବାରି ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି। ହାଜି ମହମ୍ମଦ ଅବଦୁଲ ବାରୀ ଉକ୍ତ ପ୍ରେସ୍ ବିଜ୍ଞପ୍ତିରେ ଦେଇଥିବା ବିବୃତ୍ତି ମୂଳେ ଆଜି ପର୍ଯ୍ୟନ୍ତ ମୁସଲିମ ସମ୍ପ୍ରଦାୟର କୈାଣସି…

"ଧାର୍ମିକ ଶୋଭାଯାତ୍ରା ଉପରେ ପ୍ରଶାସନର ଅଙ୍କୁଶ, ବାତିଲ ହେଲା ଧର୍ମସଭା ଓ ଶୋଭାଯାତ୍ରା, ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି"