ରାୟଗଡ ପୋଲିସ ଦ୍ୱାରା ୨ ଚୋର ଗିରଫ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )୨୩.୧୧ – ରାୟଗଡ ପୋଲିସ ଦ୍ୱାରା ୨ ଜଣ ଚୋର ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଆଜି ଏହି ଚୋର ଗିରଫ ସଂପର୍କରେ ରାୟଗଡା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଥାନା ଅଧିକାରୀ ରବିନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଦୁଇ ଡକାୟତ ଶଙ୍କର ମହାନନ୍ଦିଆ ( ୨୫ ), ପ୍ରେମୀ ଶ୍ରୀକାନ୍ତ ( ୨୫ ) ରାୟଗଡା ସହରର ଆର.କେ. ନଗର ବାସିନ୍ଦା ହୋଇଥିବା ଜଣାପଡିଛି । ଏବଂ ଏମାନଙ୍କ ଠାରୁ ଚୋରୀ ସାମଗ୍ରୀ କିଣିବା ଅଭିଯୋଗରେ ଟେଲିଫୋନ ଏକ୍ସଚେଞ୍ଜ ଲାଇନରେ ରହୁଥିବା ସନ୍ୟାସୀ…

"ରାୟଗଡ ପୋଲିସ ଦ୍ୱାରା ୨ ଚୋର ଗିରଫ"

ବିଜେପୁର ଉପ-ନିର୍ବାଚନ : ତୃଣମୂଳ ସ୍ତରରେ ସମଦଶାରେ ବିଜେଡ଼ ଓ ବିଜେପି ଦଳର କର୍ମିଙ୍କ ମନୋବଳ : କଂଗ୍ରେସ ଦଳର ପ୍ରାର୍ଥିତ୍ୱ ଘୋଷଣାକୁ ନେଇ ଦ୍ୱନ୍ଦରେ କଂଗ୍ରେସ କର୍ମି

ବରଗଡ, ତା.୨୪/୧୧, (ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର): ବିଜେପୁର ଉପନିର୍ବାଚନ ପାଇଁ ଜିଲ୍ଲା ସ୍ତରରେ ଲାଗି ରହିଛି ଏକ ରକମ ଅପ୍ରିତିକର ପରିସ୍ଥିତ । ଗୋଟିଏ ପଟେ ବିଜେପି କର୍ମକର୍ତ୍ତା କ୍ୟାମ୍ପ ଛାଡ଼ି ବିଜେଡ଼ିରେ ଯୋଗଦାନ କରି ଚାଲିଥିବା ବେଳେ ଅନ୍ୟପଟରେ ଦଳ ଗୁଡ଼ିକର ଆଭ୍ୟନ୍ତରୀଣ କନ୍ଦଳ ଦିନକୁ ଦିନ ବଢ଼ିବାକୁ ଲାଗିଛି । ଯେଉଁଦିନ ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ୰ସୁବଳ ସାହୁଙ୍କ ଅକାଳ ମୃତୁ୍ୟ ହୋଇଥିଲା ତାର କିଛିଦିନ ପରଠାରୁ ଆରମ୍ଭ ହୋଇଯାଇଛି ଏହି ପ୍ରକ୍ରୀୟା । ସ୍ୱର୍ାର୍ଥପର ନେତାଏ ନିଜକୁ ସୁହାଇଲା ଭଳି ଦଳ ପରିବର୍ତ୍ତନ କରୁଥିବାବେଳେ ପ୍ରତ୍ୟେକ ଦଳର ମୂଖ୍ୟତଃ ବିଜେପି ଓ ବିଜେଡ଼ି ଦଳର ପ୍ରକୃତ କର୍ମକର୍ତ୍ତାଙ୍କ ଭିତରେ…

"ବିଜେପୁର ଉପ-ନିର୍ବାଚନ : ତୃଣମୂଳ ସ୍ତରରେ ସମଦଶାରେ ବିଜେଡ଼ ଓ ବିଜେପି ଦଳର କର୍ମିଙ୍କ ମନୋବଳ : କଂଗ୍ରେସ ଦଳର ପ୍ରାର୍ଥିତ୍ୱ ଘୋଷଣାକୁ ନେଇ ଦ୍ୱନ୍ଦରେ କଂଗ୍ରେସ କର୍ମି"

ତୁ ଏକା ମୋ ସାହା ଭରସା

ଯାଜପୁର-୨୪/୧୧(ଓଡିଆ ପୁଅ/ଏ.ରାଉତ) -ମୁଁ କୀର୍ତନ ମଲ୍ଲିକ ବୟସ-୭୭ ଓ ମୋ ସ୍ତ୍ରୀ ବୟସ ୭୦, ମୋର ୨ପୁଅ ଥିଲେ । ବଡ ପୁଅ ୨୧ ବର୍ଷ ବେଳକୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମରିଗଲା । ମୋର ଆଉ ଏକ ମାତ୍ର ପୁଅ ପରୀକ୍ଷିତ ମଲ୍ଲିକ ୨୪ ବର୍ଷ ବୟସରେ ଖାଦ୍ୟ ପଏଜନ ହେବା କାରଣରୁ ସେ ମଧ୍ୟ ମରିଗଲା । ତାର ଦୁଇ ଛୋଟ ଝିଅକୁ ନେଇ ଅଭାବ ଅନଟନରେ ମୋର ପୁଅର ବୋହୁ ଆମକୁ ବୃଦ୍ଧ ଅବସ୍ତାରେ ଛାଡି ତାର ସାନ ଝିଅ(୨) ବର୍ଷ କୁ ନେଇ ତା ବାପ ଘରକୁ ଚାଲିଗଲା । ଏ ଘଟଣା ଘଟିଛି ଧର୍ମଶାଳା ବ୍ଳକ ଅଞ୍ଜିରା…

"ତୁ ଏକା ମୋ ସାହା ଭରସା"

ଯାଜପୁରରୁ ୯୨ ଜଣ ତୀର୍ଥ ଯାତ୍ରାରେ ଆଜମେର ଓ ପୁଷ୍କର ଗଲେ

ଯାଜପୁର-୨୩/୧୧(ଓଡିଆ ପୁଅ/ଏ.ରାଉତ): ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ଜିଲ୍ଳ୍ାରୁ ୯୨ ଜଣ ଯାତ୍ରୀ ରାଜସ୍ଥାନର ଆଜମେର ଓ ପୁଷ୍କର ଅଭିମୁଖେ ଯାତ୍ରା କରିଚ୍ଥନ୍ତିô । ଜିଲ୍ଳ୍ାପାଳ ରଂଜନ କୁମାର ଦାସ ସମସ୍ତ ତୀର୍ଥ ଯାତ୍ରୀଙ୍କୁ ପୁଷ୍ପଗୁଚ୍ଚ୍ଥ ପ୍ରଦାନ କରି ଶୁଭେଚ୍ଚ୍ଥା ଓ ଯାତ୍ରାର ଶୁଭ କାମନା କରିଥିଲେ । ମଣିଷ ଗୋଟିଏ ସାମାଜିକ ପ୍ରାଣୀ । ମଣିଷର ମନ ଭ୍ରମଣପ୍ରିୟ । ତେଣୁ କୈାଣସି ନିର୍ଦ୍ଧିର୍ଷ୍ଟ ସ୍ଥାନରେ ଦୀର୍ଘ ଦିନ ରହୁଥିବା ମନ ଓ ଶରୀର ଟିକେ ପରିବର୍ତ୍ତନ ଚାହେଁ । ଏହି ପରିବର୍ତ୍ତନ ଯଦି ତୀର୍ଥ ସ୍ଥାନକୁ ହୋଇଥାଏ ତେବେ ତାହା ମନକୁ ଅଧିକ ଆନନ୍ଦିତ କରେ ।…

"ଯାଜପୁରରୁ ୯୨ ଜଣ ତୀର୍ଥ ଯାତ୍ରାରେ ଆଜମେର ଓ ପୁଷ୍କର ଗଲେ"

ଅଶୋକ ଦାସଙ୍କ ସ୍ମୃତି ଉଦେ୍ଦଶ୍ୟରେ ; ଏକତା ପାଇଁ ଦୌଡ଼

  ଯାଜପୁର-୨୩/୧୧(ଓଡିଆ ପୁଅ/ଏ.ରାଉତ) ନିଜ ସ୍ୱାଭିମାନ ଓ ବିଜୁ ବାବୁଙ୍କ ନୀତି ଆଦର୍ଶକୁ ଅନୁପ୍ରାଣୀତ ହୋଇ ଓଡ଼ିଶାର ବିଶିଷ୍ଟ ଜନନାୟକ ତଥା ଯାଜପୁରର ମୁକୁଟବିହୀନ ସମ୍ରାଟ ସ୍ୱାଭିମାନୀ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ସ୍ମୃତି ଉଦେ୍ଦଶ୍ୟରେ ଚଳିତବର୍ଷ ଡିସେମ୍ବର ୨୯ ତାରିଖ ଦିନ ଏକତା ପାଇଁ ଦୌଡ଼ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେବ । ଦ୍ୱିତୀୟଥର ପାଇଁ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଯାଜପୁରର ଯୁବଶକ୍ତିକୁ ସୃଜନଶୀଳ ମାର୍ଗରେ ପରିଚାଳିତ ହେବାପାଇଁ ଓ ପ୍ରତିଯୋଗିତା ସୃଷ୍ଟି ଉଦେ୍ଦଶ୍ୟରେ ଏକତା ପାଇଁ ଦୌଡ଼ ମାଧ୍ୟମରେ ମିନି ମାରାଥନ୍ ଅଶୋକ ଦାସଙ୍କ ମହାପ୍ରୟାଣ ଦିବସରେ ଅନୁଷ୍ଠିତ ହେବ । ଏକତା ପାଇଁ ଦୌଡ଼ରେ ରାଜ୍ୟର ୩୦୦୦ ରୁ ଉଦ୍ଧ୍ୱର୍…

"ଅଶୋକ ଦାସଙ୍କ ସ୍ମୃତି ଉଦେ୍ଦଶ୍ୟରେ ; ଏକତା ପାଇଁ ଦୌଡ଼"

୨୭ରୁ ଜାପାନୀ ଟିକାକରଣ କାର୍ଯ୍ୟକ୍ରମ

ପୁରୀ, ୨୩/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆସନ୍ତା ୨୭ତାରିଖରୁ ପୁରୀ ଜିଲ୍ଲାରେ ଜାପାନୀ ଟିକାକରଣ କାର୍ଯ୍ୟକ୍ରମ କରାଯିବ। ୨୦ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ବର୍ଷକରୁ ୧୫ବର୍ଷ ମଧ୍ୟରେ ଥିବା ୪ଲକ୍ଷ ୬୦ହଜାର ୪୬୯ଜଣଙ୍କୁ ଟିକା ଦିଆଯିବ। ଏଥିଲାଗି ୫ଲକ୍ଷ ୬ହଜାର ୪୨୭ଟି ଡୋଜ୍ ଇଞ୍ଜେକ୍ସନ୍ ବ୍ୟବସ୍ଥା କରାଯାଇଛି। ଏଥିରେ ୩୫୬ଜଣ କର୍ମଚାରୀ ଓ ୩୬୮ଜଣ ସୁଇପର ସୁପରଭାଇଜରଙ୍କୁ ନିଯୁକ୍ତି କରାଯିବାକୁ ସ୍ଥିର ହୋଇଛି। ଏନେଇଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଡିଆରଡିଏ ସମ୍ମେଳନ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରୁ ସୂଚନା ମିଳିଥିଲା ଯେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଏହି…

"୨୭ରୁ ଜାପାନୀ ଟିକାକରଣ କାର୍ଯ୍ୟକ୍ରମ"

ଆରମ୍ଭ ହେଲା କୁରାଳ ପଞ୍ଚମୀ, ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କୁ ପୂଜା କଲେ କୁମ୍ଭକାର

ପୁରୀ, ୨୩/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ମାର୍ଗଶୀର ଶୁକ୍ଳ ପଞ୍ଚମୀ ତିଥିରେ ପାଳିତ ହୋଇଛି କୁମ୍ଭକାରମାନଙ୍କ ପବିତ୍ରୟ ର୍ପ କୁରାଳ ପଞ୍ଚମୀ। କୁମ୍ଭାରପଡା ବାଳାସାହି, ଟିକରପଡା, ଜେନା ସାହି ଓ ଚାରିନଳା ଅଞ୍ଚଳରେ ବସବାସ କରୁଥିବା କୁମ୍ଭକାରମାନେ ଅତ୍ୟନ୍ତ ସୁଦ୍ଧପୁତ ଭାବେ ପାରମ୍ପାରିକ ରୀତିନୀତି ଅନୁଯାୟୀ ଏହି କୁରାଳ ପଞ୍ଚମୀ ପର୍ବ ପାଳନ କରିଛନ୍ତି। ଏଥିପାଇଁ କୁମ୍ଭକାର ପରିବାରରେ ଦେଖାଦେଇଛି ଆନନ୍ଦ ଉତ୍ସାହ। ପୂଜା ପାଇଁ ସମଗ୍ର କୁମ୍ଭକାର ବସ୍ତି ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ପ୍ରଭୁ ରୁଦ୍ରକଳ ଓ ରତ୍ନେଶ୍ୱରୀଙ୍କୁ ଆଦ୍ୟ କୁମ୍ଭକାର ଭାବେ ପୂଜାର୍ଚ୍ଚନା କରାଯାଉଛି। କେହି ନିଜର ଶାରଳା ମଧ୍ୟରେ ପ୍ରଭୁ ଋଦ୍ରେଶ୍ୱର ଓ ମା’ ରତ୍ନେଶ୍ୱରୀଙ୍କୁ…

"ଆରମ୍ଭ ହେଲା କୁରାଳ ପଞ୍ଚମୀ, ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କୁ ପୂଜା କଲେ କୁମ୍ଭକାର"

ଶ୍ରୀମନ୍ଦିର ଚାରିପାଖେ ଡିଜେ ବାଜିବା ମନା

ପୁରୀ, ୨୩/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀମନ୍ଦିର ଚାରିପାଖରେ ଡିଜେ ବାଜିବା ଉପରେ କଟକଣା ଜାରି କରିଛି ପ୍ରଶାସନ। ଏନେଇ ଉପଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ପଦକ୍ଷେପ ନିଆଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ବୈଠକରେ ଡିଜେ ମାଲିକମାନେ ଯୋଗ ଦେଇଥିଲେ। ସୂଚନା ମୁତାବକ ଶ୍ରୀମନ୍ଦିର ଚାରିପାଖରେ ଡିଜେ ବାଜିଲେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ୍ ପହଡରେ ବ୍ୟାଘତ ହେଉଛି। ଜନ ବହୁଳ ଅଞ୍ଚଳ ହେଉଥିବାରୁ ଅଧିକ ଶବ୍ଦ ପ୍ରଦୂଷଣ ହୋଇଛି। ପର୍ଯ୍ୟଟକମାନେ ବିରକ୍ତି ହେଉଛନ୍ତି। ଟ୍ରାଫିକ ଜାମ୍ ହେଉଛି। ଏନେଇ ଶ୍ରୀମନ୍ଦିର ଚାରିପାଖରେ ବସବାସ କରୁଥିବା ଲୋକେ ଅଭିଯୋଗ କରୁଛନ୍ତି। ତେଣୁ ଏଭଳି ଡିଜେ ବାଜିବା ବ୍ୟବସ୍ଥାକୁ ନିଷିଦ୍ଧ କରାଯାଇଛି। ଆସନ୍ତା ୨୨ପରେ ନିର୍ଦ୍ଦେଶକୁ କଡାକଡି…

"ଶ୍ରୀମନ୍ଦିର ଚାରିପାଖେ ଡିଜେ ବାଜିବା ମନା"

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଅଭିଯାନ

ପୁରୀ, ୨୩/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ୱିତୀୟ ବର୍ଷ ପାଇର୍ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୨୩ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ରାଜସ୍ଥାନର ଆଜମିର ଓ ପୁଷ୍କର ଯାତ୍ରା କରିଛନ୍ତି। ଏଥିପାଇଁ ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ସମ୍ମୁଖରେ ବରିଷ୍ଠ ନାଗରିକମାନଙ୍କର ଭିଡ ଜମିଥିଲା। ତୀର୍ଥଯାତ୍ରାରେ ଯାଉଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ସ୍ପଷ୍ଟ ବାରି ହୋଇ ପଡୁଥିଲା। ଏଭଳି ଏକ ମହତ୍ କାର୍ଯ୍ୟ ପାଇଁ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ଦୁଇଟି ବସ ଯୋଗେ ପୁରୀରୁ ୧୨୩ଜଣ ବରିଷ୍ଠ ପୁରୁଷ ଓ ମହିଳା ଭୁବନେଶ୍ୱର ଯାତ୍ରା କରିଥିଲେ। ଜିଲ୍ଲାପାଳ ଅରବିନ୍ଦ…

"ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଅଭିଯାନ"

ଗ୍ରାମ ବିକାଶ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ପାଳିତ

ଦାରିଙ୍ଗବାଡ଼ି,୨୩ା୧୧(ଓଡ଼ିଆ ପୁଅ/ଅଶୋକ ମହାନ୍ତି), ଆର୍ନ୍ତାଜାତୀୟ ସ୍ୱେତ୍ସାସେବୀ ଅନୁଷ୍ଠାନ ଗ୍ରାମ ବିକାଶ ପକ୍ଷରୁ ଦାରିଙ୍ଗବାଡି ବ୍ଲକର ପତ୍ରମାହା ପଂଚୟାତର କର୍କେବାଡି ଗ୍ରାମରେ ବିଶ୍ୱ ଶୌଚାଳୟ ଦିବସ ପାଳୀତ ହୋଇଯାଇଛି। ପାଳିତ ହୋଇଥିବା ଏହି ବିଶ୍ୱ ଶୌଚାଳୟ ଦିବସ ଅବସରରେ ଏକ ସଚେତନତା ସଭାର ଆୟୋଜନ କରାଯାଇ ସ୍ଥାନୀୟ ଲୋକଙ୍କୁ ଶୌଚାଳୟର ଆବଶ୍ୟକତା ଓ ବ୍ୟବହାର ଉପରେ ସଚେତନ କରାଯାଇଥିଲା। ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କାର୍ଯ୍ୟକ୍ରମ ପରିଚାଳକ ପ୍ରଶାନ୍ତ କୁମାର ସାହୁ, ବିଭାଗୀୟ ଯନ୍ତ୍ରୀ, ମେଡିକାଲ ଅଫିସର ଜୟପାଳ ସେନାପତି, ଗ୍ରାମ ବିକାଶର ପ୍ରକଳ୍ପ ସଂଯୋଜକ ଦିନବନ୍ଧୁ ସ୍ୱାଇଁ, ବଟକୃଷ୍ନ ନାୟକ, ଛବିରାଣୀ ମହାନ୍ତି ପ୍ରମୂଖ ଏହି ଆଲୋଚନାରେ ଭାଗ ନେଇ ଯୋଜନାର ଆଭିମୁଖ୍ୟ ସଂପର୍କରେ…

"ଗ୍ରାମ ବିକାଶ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ପାଳିତ"