ମଧୁ ଜୟନ୍ତୀରେ ନାରୀ ସଂଘର ଉତ୍କଳୀୟ ସମାବେଶ

ବାଲେଶ୍ୱର,୨୮/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଉତ୍କଳ ସମ୍ମିଳନୀ ଓ ଜିଲ୍ଲା ନାରୀ ସଂଘ ପକ୍ଷରୁ ସ୍ୱତନ୍ତ୍ର ଉତ୍କଳ ନିର୍ମାଣର ଅନ୍ୟତମ ବିନ୍ଧାଣୀ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୬୯ତମ ଜୟନ୍ତୀ ଆଜି ଦିବସବ୍ୟାପୀ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି। ନାରୀ ସଂଘ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ପଷ୍ପଅର୍ପଣ ପୂର୍ବକ ଉତ୍କଳୀୟ ସମାବେଶକୁ ଉଦ୍ ଘାଟନ କରିଥିଲେ। ଦୁଇ ସଂଗଠନର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହ ନବ ଉତ୍କଳର ନିର୍ମାତାଙ୍କ ସ୍ମୃତି ଉଜ୍ଜୀବିତ ରଖିବାରେ ସ୍ୱତନ୍ତ୍ର ଉତ୍କଳୀୟ ସମାବେଶ ଆୟୋଜନ ବେଶ ସହାୟକ ହୋଇଛି ବୋଲି ଶ୍ରୀ ଦାସ କହିଥିଲେ। ବିଶିଷ୍ଟ ସାହିତ୍ୟିକ ତଥା…

"ମଧୁ ଜୟନ୍ତୀରେ ନାରୀ ସଂଘର ଉତ୍କଳୀୟ ସମାବେଶ"

ସଦର ହସପିଟାଲରେ ଅଗ୍ନିନିର୍ବାପକ ମକଡ୍ରିଲ

ବାଲେଶ୍ୱର,୨୮/୪  (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ସମ୍ ହସପିଟାଲ ଅଗ୍ନିକାଣ୍ଡ ପରେ ସଂପ୍ରତି ରାଜ୍ୟ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଅଗ୍ନିନିର୍ବାପକ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ଡାକ୍ତରଖାନାମାନଙ୍କରେ ନିୟମିତ ମକ୍ ଡ୍ରିଲ ଆୟୋଜିତ ହେଉଥିବା ବେଳେ ଆଜି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଅନୁରୂପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଅଗ୍ନଶମ ବିଭାଗ ସହ-ଅଧିକାରୀ ପ୍ରଭାତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ମକ୍ ଡ୍ରିଲ୍ ରେ ବିଭାଗୀୟ କର୍ମଚାରୀଙ୍କ ସମେତ ଡାକ୍ତରଖାନା କର୍ମଚାରୀମାନେ ସାମିଲ ହୋଇଥିଲେ। ଭାରପ୍ରାପ୍ତ ସିଡିଏମଓ ଡାକ୍ତର ନୀଳମାଧବ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜରୁରୀକାଳୀନ ସ୍ଥିତିରେ ଅଗ୍ନିଶମ ବିଭାଗ…

"ସଦର ହସପିଟାଲରେ ଅଗ୍ନିନିର୍ବାପକ ମକଡ୍ରିଲ"

ମେଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର,୨୮/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ପ୍ରଜ୍ଞାଭାରତୀ ଶିକ୍ଷାକେନ୍ଦ୍ର ପକ୍ଷରୁ ଚଳିତ ମେଟ୍ରିକ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଉତ୍ସବରେ ଡିମ୍ ଏକାଡେମୀର ନିର୍ଦ୍ଦେଶକ ଡକ୍ଟର ବିଜୁନି ଚରଣ ସୂତାର ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ପ୍ରଜ୍ଞାଭାରତୀ ଶିକ୍ଷାକେନ୍ଦ୍ରର ଗୁଣାତ୍ମକ ଶିକ୍ଷାଦାନ ପଦ୍ଧତିକୁ ଭୂୟସୀ ପ୍ରଶଂସା କରିଥିଲେ। ଡିମ ଏକାଡେମୀର ଅଧ୍ୟକ୍ଷ ଡକ୍ଟର ଚିତ୍ତରଂଜନ ଭୋଇ ଏଥିରେ ମୁଖ୍ୟବକ୍ତା ଭାବେ ଯୋଦେଇ ଛାତ୍ରଛାତ୍ରୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ସଫଳତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟର ସଭାପତି ଉଷା ମିଶ୍ର ଏଥିରେ ସଭାପତିତ୍ୱ କରିଥିଲେ। ଉପ-ସଭାପତି…

"ମେଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା"

ଶିକ୍ଷକଙ୍କୁ ଆରଏସିପି ପ୍ରଦାନ ପ୍ରସଙ୍ଗ-ବାଲେଶ୍ୱର ସାଂସଦଙ୍କ ହସ୍ତକ୍ଷେପ

ବାଲେଶ୍ୱର,୨୮/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଅନୁଦାନପ୍ରାପ୍ତ ବିଦ୍ୟାଳୟ ଶିକ୍ଷକଙ୍କୁ ଆରଏସିପି ପ୍ରଦାନରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାଳକ୍ଷେପଣ ନୀତକୁ ନେଇ ଶିକ୍ଷକ ସଂଘମାନେ ଅତିଷ୍ଠ ହୋଇପଡ଼ିଥିବା ବେଳେ ଏହାର ଆଶୁ ସମାଧାନ ପାଇଁ ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ହସ୍ତକ୍ଷେପ କରିଛନ୍ତି। ଆଜି ପୂର୍ବାହ୍ନରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆରଏସିପି ପ୍ରଦାନରେ ବିଳମ୍ବକୁ ନେଇ ଆଲୋଚନା କରିଥିଲେ। ପଦୋନ୍ନତି ବନ୍ଦ ହୋଇଥିବା ବେଳେ ଶିକ୍ଷକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସରକାର ସ୍ୱତନ୍ତ୍ର ରିଭାଇଜଡ୍ ଆସିଓଡ଼ କ୍ୟାରିୟର ପ୍ରୋଗ୍ରେସନ (ଆରଏସିପି) ବ୍ୟବସ୍ଥା କରିଛନ୍ତି। ନିୟମିତ ବ୍ୟବଧାରେ ଏହି ସନ୍ତୋଷଜକନ ଇନ୍ କ୍ରିମେଣ୍ଟ ସେମାନଙ୍କର ହକ୍ ହୋଇଥିବା ବେଳେ ଏଥିରୁ ଶିକ୍ଷକଙ୍କୁ ବଞ୍ଚିତ କରିବା ଆଦୌ ଉଚିତ…

"ଶିକ୍ଷକଙ୍କୁ ଆରଏସିପି ପ୍ରଦାନ ପ୍ରସଙ୍ଗ-ବାଲେଶ୍ୱର ସାଂସଦଙ୍କ ହସ୍ତକ୍ଷେପ"

ସ୍ୱାଭିମାନ ଦିବସ

ପୁରୀ ୨୮/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ଉତ୍ସବ ସ୍ୱାଭିମାନ ଦିବସ ଜେ.ଏମ୍ . ଆଇନ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏସ୍ .ସି.ଏସ୍ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଭଗବାନ ଜୟ ସିଂ ଓ ଲ କଲେଜର ଅଧ୍ୟକ୍ଷ ଡକ୍ଟର ଶେଷଦେବ ମହାରଣା ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ପ୍ରତ୍ୟେକ ଜଣେ ଜଣେ ସ୍ୱାଭିମାନୀ ଓଡ଼ିଆ ହେବାକୁ ପରାମର୍ଶ ଦେବା ସହ ଭାଷାପ୍ରତି ପ୍ରତ୍ୟକଙ୍କର ମମତା ରହିବା ଉଚିତ୍ ବୋଲି କହିଥିଲେ। ସମ୍ବାଦର ଜିଲ୍ଲା ସଭାପତି ବିଧୁ ରଂଜନ ମହାନ୍ତି ଉତ୍ସବରେ ଅଧ୍ୟକ୍ଷତା କରିବା ସହ ମଧୁବାବୁଙ୍କ ଜୀବନୀ ପଂଜିକା…

"ସ୍ୱାଭିମାନ ଦିବସ"

ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ ରାଧାକୃଷ୍ଣ ମହାପାତ୍ରଙ୍କ ପରଲୋକ

ପୁରୀ ୨୮/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବରିଷ୍ଠ ମଞ୍ଚ ଅଭିନେତା ନିର୍ଦ୍ଦେଶକ ଚଳଚିତ୍ର ଅଭିନେତ, ଆଇନଜୀବୀ ରାଧାକୃଷ୍ଣ ମହାପାତ୍ରଙ୍କ ଆଜି ପରଲୋକ ହୋଇଯାଇଛି। ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ବେଳେକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ କଳାକାର, ଅଭିନେତା ଓ।ଇନ ଜୀବୀ ତାଙ୍କର ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ଓଡ଼ିଆ ଚଳଚିତ୍ର “ଚିଲିକା ତୀର”ରେ ତାଙ୍କର ବଳିଷ୍ଠ ଅଭିନୟ ସବୁ ଦିନ ପାଇଁ ତାଙ୍କୁ ଅମର କରିରଖିବ। ସେ ଶତାଧିକ ମଞ୍ଚ ନାଟକରେ ଅଭିୟନ କରିବା ସହିତ ବହୁ ନାଟକର…

"ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ ରାଧାକୃଷ୍ଣ ମହାପାତ୍ରଙ୍କ ପରଲୋକ"

ଇନର ହୁଇଲ ଅଧ୍ୟକ୍ଷାଙ୍କ ପରିଦର୍ଶନ ଉତ୍ସବ

ପୁରୀ ୨୮/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରୋଟାରୀ ଶ୍ରୀକ୍ଷେତ୍ର ଇନରହୁଇଲ କ୍ଳବର ଅଧ୍ୟକ୍ଷା ମଧୁସ୍ମିତା ମହାନ୍ତିଙ୍କ ବାର୍ଷିକ ପରିଦର୍ଶନ କାର୍ଯ୍ୟକ୍ରମ ହୋଟେଲ ହାନ୍ସ କୋକୋପାମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇନରହୁଇଲ କ୍ଳବ ଶ୍ରୀକ୍ଷେତ୍ରର ସଭାନେତ୍ରୀ ମଧୁସ୍ମିତା ମହାପାତ୍ର ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ସଂପାଦିକା ହେମାଙ୍ଗୀନୀ ମିଶ୍ର ବାର୍ଷିକ ବିବରଣୀ ପାଠକରି କ୍ଲବ ପକ୍ଷରୁ କରାଯାଇଥିବା ବିଭିନ୍ନ ସ୍ୱାସ୍ଥ୍ୟସେବା , ବୃକ୍ଷରୋପଣ ଓ ସାମାଜିକ ସେବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଭାତୀ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଶାନ୍ତି ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ବେଥ୍ ଏବର୍ଣ୍ଣେଟ୍ ଏବଂ ଆନ୍ତର୍ଜାତୀୟ ଚେସ୍ ତାରକା ଅପରାଜିତା…

"ଇନର ହୁଇଲ ଅଧ୍ୟକ୍ଷାଙ୍କ ପରିଦର୍ଶନ ଉତ୍ସବ"

ବାର୍ ଆସୋସିଏସନ ମଧୁ ଜୟନ୍ତୀ

ପୁରୀ ୨୮/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ବାର୍ ଆସୋସିଏସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ୧୬୯ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବାର୍ ଆସୋସିଏସନ ସମ୍ମୁଖସ୍ଥ ମଧୁବାବୁ ଓ ଉତ୍କଳ ମଣି ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଭାରପ୍ରାପ୍ତ ଜିଲ୍ଲା ଜଜ୍ ରାଜ୍ କିଶୋର ନାୟକ, ଫ୍ୟାମିଲି ଜଜ୍ ପି. ସୂର୍ଯ୍ୟରାଓ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ପ୍ରତ୍ତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ବାର୍ ଆସୋସିଏସନର ସଭାପତି ବିଜୟ କୁମାର ମିଶ୍ର, ସାଧାରଣ ସଂପାଦକ ଜୟ ନାରାୟଣ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ବାର୍ ଆସୋସିଏସନ ହଲରେ ଏକ ରକ୍ତଦାନ ଶିବିର ଆୟୋଜିତ…

"ବାର୍ ଆସୋସିଏସନ ମଧୁ ଜୟନ୍ତୀ"

ଭାଷା ସୁରକ୍ଷା ସମ୍ମିଳନୀ ଧାରଣା

ପୁରୀ ୨୮/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ଉତ୍କଳ ଗୌରବ ମଧୁ ସୁଦନ ଦାଶଙ୍କ ୧୬୯ ତମ ଜୟନ୍ତୀ ପାଳନ ସହ ଉପବାସ ଧାରଣା ଅନୁଷ୍ଠିତ ହୋଇଯାଇଛି। ପୁର୍ବାହ୍ନରେ ଏଥିପାଇଁ ପୌର ସଦନ ପରିସରସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ସମ୍ମିଳନୀରେ ସଭାପତି କୃଷ୍ଣ ଜଗଦେବ, ସମାଜସେବୀ ଚକ୍ରଧର ମହାପାତ୍ର, ଉମାବଲ୍ଲଭ ମହାପାତ୍ର, ଶିବପ୍ରସାଦ ମିଶ୍ର, ଶିକ୍ଷାବିତ ରଘୁନାଥ ମହାପାତ୍ର ଦିଗମ୍ବର ବେହେରା, ସୁକାନ୍ତ ପଣ୍ଡା, ବିଜୟ କୁମାର ନନ୍ଦ, ବିପିନ ଦଳାଇ, ଲକ୍ଷ୍ମୀଧର ମହାପାତ୍ର, ଉମେଶଚନ୍ଦ୍ର ଦାଶ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତୀ ସ୍ଥାନାନ୍ତରକୁ ସମ୍ମିଳନୀ ପକ୍ଷରୁ ବିରୋଧ କରାଯିବ ସହ ସଦସ୍ୟ ମାନେ…

"ଭାଷା ସୁରକ୍ଷା ସମ୍ମିଳନୀ ଧାରଣା"

ପଟାବାରି ଜୁଆଁଙ୍ଗ ପିଢିରେ ଅଜଣା ରୋଗର ଆତଙ୍କ, ଏକ ସପ୍ତାହ ମଧ୍ୟରେ ୩ ମୃତ, ୨ ଆକ୍ରାନ୍ତ

ଘଟଗାଁ ୨୮/୪ (ଓଡ଼ିଆ ପୁଅ/ଭବାନୀ ପ୍ରସାଦ) -କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପୁରୁମୁଣ୍ଡା ପଂଚାୟତର ପଟାବାରି ଗାଁରେ ଜୁଆଁଙ୍ଗ ବସ୍ତିରେ ମୃତ୍ୟୁର ଛାୟା। ଗ୍ରାମରେ ଅଜଣା ରୋଗରେ ଏକ ସପ୍ତାହ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଏବେ ଆକ୍ରାନ୍ତ ଅଛନ୍ତି। ଗୋଡ ହାତ ସରୁ ହେବା ପରେ କିଛି ଦିନ ଶଯ୍ୟାଶାୟୀ ହେଇ ମୃତ୍ୟୁ ମୁହଁକୁ ଚାଲି ଯାଉଥିବା ଫଳରେ ଗ୍ରାମରେ ଏବେ ଆତଙ୍କ ଖେଳି ଯାଇଛି। ଗୋଡ ହାତ ସରୁ ହେଇଯିବା ପରେ ଚଳ ପ୍ରଚଳ କରିବାରେ ଅକ୍ଷମ ହେବା ପରେ ଶଯ୍ୟା ଶାୟୀ ହେଇ କିଛି ଦିନ ମଧ୍ୟରେ ରୋଗୀ ମରି ଯାଉଥିବା ଗ୍ରାମବାସି କହିଛନ୍ତି। ଏକ…

"ପଟାବାରି ଜୁଆଁଙ୍ଗ ପିଢିରେ ଅଜଣା ରୋଗର ଆତଙ୍କ, ଏକ ସପ୍ତାହ ମଧ୍ୟରେ ୩ ମୃତ, ୨ ଆକ୍ରାନ୍ତ"