ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜରହେଲେ ଉଲିବୁରୁ ଖଣି ମହାଦୁର୍ନୀତିର କିଙ୍ଗପିନ ଦୀପକ ଗୁପ୍ତା

କେନ୍ଦୁଝର ୨/୬ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ବହୁ ଚର୍ଚ୍ଚିତ କେନ୍ଦୁଝରର ୧୮ ଶହ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଉଲିବୁରୁ ଖଣି ମହା ଦୂର୍ନିତୀର କିଙ୍ଗପିନ କୁହାଯାଉଥିବା ଦୀପକ ଗୁପ୍ତା ୨୦୧୩ ମସିହା ସେପ୍ଟେମ୍ବର ମାସରେ ଗିରଫ ହୋଇ କେନ୍ଦୁଝର ଜେଲରେ ଥିବା ବେଳେ ଶୁକ୍ରବାର ଦିନ ତାଙ୍କୁ ନିୟମିତ ୧୪ ଦିନିକିଆ ରିମାଣ୍ଡରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି। ସେପ୍ଟେମ୍ବର ୨୦୧୩ରୁ ଗିରଫ ହୋଇ କେନ୍ଦୁଝର ଜେଲରେ ଥିବା ଉଲିବୁର ଖଣି ଦୁର୍ନିତିର କିଙ୍ଗପିନ କୁହାଯାଉଥିବା ଦିପକ ଗୁପ୍ତାଙ୍କ ରିମାଣ୍ଡ ଅବଧି ଶେଷ ହୋଇଥିବାରୁ ତାଙ୍କୁ ଶୁକ୍ରବାର ଦିନ କୋର୍ଟରେ ହାଜର କରାଯାଇଛି। ଓକିଲଙ୍କର ସୂଚନା ଅନୁସାରେ ଏହି ଖଣି ଦୁର୍ନିତିର ଅନ୍ୟ…

"ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜରହେଲେ ଉଲିବୁରୁ ଖଣି ମହାଦୁର୍ନୀତିର କିଙ୍ଗପିନ ଦୀପକ ଗୁପ୍ତା"

କଳାହାଣ୍ଡିରେ ଆମ୍ବର ଅଭାବୀ ବିକ୍ରୀ ଅଭିଯୋଗ,ସରକାରୀ ପ୍ରୋତ୍ସାହନ ଯୋଗାଇବାକୁ ଦାବୀ

କଳାହାଣ୍ଡି-୨/୬ (ଓଡ଼ିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଏକଦା ଭୋକର ଭୂଗୋଳର ପରିଚୟ ନେଇ ଆନ୍ତର୍ଜାତୀୟ ସ୍ତରରେ ପରିଚିତ ହୋଇଯାଇଥିଲା। ଆଜି ଏହି ଜିଲ୍ଲାରେ କୃଷିଜାତ ଦ୍ରବ୍ୟର ଆୟ କ୍ରମଶଃ ଆଶାନୁରୂପ ଭାବେ ବିକାଶ ହେବାରେ ଲାଗିଛି। ଦୀର୍ଘ ବର୍ଷ ହେବ ଧାନର ଉତ୍ପାଦନ ପରିମାଣ ଏତେ ବଢି ଯାଇଛି ଯେ ଚାଷୀ ଧାନ ବିକିବାକୁ ନେଇ ହଇରାଣ ହରକତ ହେବା ସହିତ ରାଜରାସ୍ତାକୁ ଓହ୍ଲାଇବାକୁ ପଡୁଛି। ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ପିଆଜ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଥିବା ବେଳେ ଅନେକ ଚାଷୀ ଉପଯୁକ୍ତ ବଜାର ସୁବିଧା ନପାଇ ଅଭାବୀ ବିକ୍ରୀର ଶୀକାର ହୋଇଛନ୍ତି। ଏବେ ଆମ୍ବ ଏତେ ପରିମାଣରେ ଉତ୍ପାଦନ ହୋଇଛି…

"କଳାହାଣ୍ଡିରେ ଆମ୍ବର ଅଭାବୀ ବିକ୍ରୀ ଅଭିଯୋଗ,ସରକାରୀ ପ୍ରୋତ୍ସାହନ ଯୋଗାଇବାକୁ ଦାବୀ"

ଚମ୍ପା ଓ ଦୀପା ନିଖୋଜ ନୁହେଁ ସ୍ୱାବଲମ୍ବୀ ହୋଇଛନ୍ତି

ରାୟଗଡା,୨/୬(ଓଡ଼ିଆ ପୁଅ/ସୌମ୍ୟାଶ୍ରୀ)- କ୍ୟାଡର ଯୁକ୍ତ ମାଓବାଦୀ ଚମ୍ପା ମାଣ୍ଡଙ୍ଗି ଓ ତାଙ୍କ ସମ୍ପକୀୟା ଭଉଣୀ ଦିପା ମାଣ୍ଡାଙ୍ଗି ନିଖୋଜ ନୁହନ୍ତି। ସେମାନେ ପ୍ରଶାସନର ସହାୟତାରେ ସ୍ୱାବଲମ୍ବୀ ହୋଇଛନ୍ତି। ଅତି କମ ଦିନରେ ସେମାନେ ନିଜନିଜ ଇଲାକାରେ କାର୍ଯ୍ୟରେ ଯୋଗଦେବେ ବୋଲି ଏକ ଖବରଦାତା ସମ୍ମିଳନୀରେ ରାୟଗଡା ଏସପି ସୂଚନା ଦେଇଛନ୍ତି। ରାୟଗଡା ଜିଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଗୋଟିଏ ଗଣମାଧ୍ୟମର ଖବରକୁ ନେଇ ସେ ପ୍ରକାଶ କରିଛନ୍ତିଯେ, ଚମ୍ପା ଓ ତାଙ୍କର ଦାଦାଙ୍କ ଝିଅ ଦୀପା ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଇଲାକା ଏସୱାଇଏସ ଗ୍ରାମରେ ରହିଛନ୍ତି। ରାୟଗଡା ଜିଲା ବାସଙ୍ଗମାଳୀରେ ୨୦୧୧ ମସିହା ଜାନୁୟାରୀ ମାସର ୮ତାରିଖରେ ପୁଲିସ ଓ ମାଓବାଦୀଙ୍କ…

"ଚମ୍ପା ଓ ଦୀପା ନିଖୋଜ ନୁହେଁ ସ୍ୱାବଲମ୍ବୀ ହୋଇଛନ୍ତି"

ଆରମ୍ଭରୁ ଝୁଣ୍ଟିଲେ ସଭାପତି ଲାଲବିହାରି ପ୍ରଥମ କର୍ମୀ ସମ୍ମିଳନୀରେ ତୁମ୍ବି ତେଫାନ – କର୍ମୀଙ୍କ ମଧ୍ୟରେ ଠେଲାପେଲା ଓ ହାତାହାତି

ରାୟଗଡା,୨/୬ (ଓଡ଼ିଆ ପୁଅ/ସୌମ୍ୟାଶ୍ରୀ) – ରାୟଗଡା ଜିଲା ବିଜେଡି ସଭାପତି ଲାଲବିହାରୀ ହିମିରିକା ପ୍ରଥମରୁ ଝୁଣ୍ଟିବା ଆରମ୍ଭ କରିଛନ୍ତି। ମନ୍ତ୍ରୀପଦରୁ ଇସ୍ତଫା ପରେ ସଭାପତି ପଦରେ ବସି ପ୍ରଥମକରି ୪ବ୍ଲକର ବିଜେଡି କର୍ମୀଙ୍କୁ ନେଇ ପୂଜାରୀଗୁଡା ତୋଟାରେ କରିଥିବା ବୌଠକରେ ତୁମ୍ବି ତେଫାନ ହୋଇଯାଇଛି। ରାୟଗଡା ଜିଲାର କର୍ମୀଙ୍କ ମଧ୍ୟରେ ରହିଥିବା ସମସ୍ୟା ଓ ତାହାର ସମାଧାନ ବଦଳରେ ୧୭ ବର୍ଷର ଶାସନରେ ନବୀନ ସରକାରଙ୍କ ଯୋଜନା ସମ୍ପର୍କରେ ସାଂସଦ ଝିନ୍ନ ହିକକାଙ୍କ ଭାଷଣକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଏପରିକି କେଉଁ ପରିସ୍ଥିତିରେ ଜିଲାର ସଭାପତି ପଦକୁ ପରିବର୍ତ୍ତନ କରିଦିଆଗଲା ଭଳି ପ୍ରଶ୍ନ ବୈଠକରେ ବାରମ୍ବାର ପଚରା ଯାଇଥିଲା ବୋଲି ଏକ ବିଶ୍ୱସ୍ଥ…

"ଆରମ୍ଭରୁ ଝୁଣ୍ଟିଲେ ସଭାପତି ଲାଲବିହାରି ପ୍ରଥମ କର୍ମୀ ସମ୍ମିଳନୀରେ ତୁମ୍ବି ତେଫାନ – କର୍ମୀଙ୍କ ମଧ୍ୟରେ ଠେଲାପେଲା ଓ ହାତାହାତି"

ବିଜେଡିର ପ୍ରେସମିଟ: ଦାରିଦ୍ର୍ୟ ଦୁରିକରଣ ଯୋଜନାର ପ୍ରତ୍ୟାହର କରିଛି କେନ୍ଦ୍ର

ରାୟଗଡା,୨/୬(ଓଡ଼ିଆ ପୁଅ/ସୌମ୍ୟାଶ୍ରୀ)- ସମସ୍ତ ଦାରିଦ୍ର୍ୟ ଦୂରିକରଣ ଯୋଜନାକୁ କେନ୍ଦ୍ର ସରାକାର ବନ୍ଦ କରିଦେଇଛନ୍ତି। କେବିକେ ଅଞ୍ଚଳର ବିକାଶ ପାଇଁ କରାଯାଇଥିବା ଯୋଜନା ବନ୍ଦକରି ଆଦିବାସୀ ଅଧ୍ୟୁସିତ ଜିଲାର ବିକାଶରେ ବାଧକ ସାଜିଛନ୍ତି ବୋଲି ପର୍ଯ୍ୟବେକ୍ଷକ ଦାୟୀତ୍ୱ ତୁଲାଇବାକୁ ଆସିଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୟଦାସ ବର୍ମା ଏକ ଖବରଦାତା ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି। ସେ ସମ୍ମିଳନୀକୁ ଗଣମାଧ୍ୟମକୁ ସ୍ୱଗତ କରି ଆହୁରି କହିଛନ୍ତିଯେ, ୧୭ବର୍ଷର ଶାସନ କାଳରେ ଲୋକଙ୍କ ଆଶା ବଢ଼ିଛି। ପୂରଣ କରିବାର ଉଦ୍ୟମ ଚାଲିଛି। ତେବେ ସମସ୍ୟା ସମାଧାନ କରିବା ରାସ୍ତାରେ ବାଧା ମଧ୍ୟ ଉପୁଜୁଛି। ବାରମ୍ବାର ଓଡିଶାକୁ ଅଣଦେଖା କରାଯାଉଛି। ଜାତୀୟ ଶିଳ୍ପ କରିଡର ମଧ୍ୟରେ ଓଡିଶାର ୪୬୦ଏକର ବେଳାଭୂମିକୁ ସାମିଲ ନକରିବା…

"ବିଜେଡିର ପ୍ରେସମିଟ: ଦାରିଦ୍ର୍ୟ ଦୁରିକରଣ ଯୋଜନାର ପ୍ରତ୍ୟାହର କରିଛି କେନ୍ଦ୍ର"

ବଜ୍ରପାତରେ ଛାତ୍ର ଗୁରୁତର

ଘଟଗାଁ,୦୨/୧୭(ଓଡିଆ ପୁଅ/ଭବାନୀ ପ୍ରସାଦ)-କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଖୁଂଟା ଗ୍ରାମରେ ବଜ୍ରପାତରେ ଜଣ ୬ଷ୍ଟ ଶ୍ରେଣୀର ଛାତ୍ର ଗୁରୁତର ଆହତ ହୋଇଛି। ଗୁରୁତର ଛାତ୍ର ଜଣକ ଖୁଂଟା ଗ୍ରାମର ନିରଞ୍ଜନ ନାଏକ ପୁଅ ଅର୍ଜୁନ ନାଏକ। ଅର୍ଜୁନ ଘର ନିକଟରେ ଏକ ନିର୍ମାଣଧିନ ଘର ନିକଟରେ ଖେଳୁ ଥିବା ବେଳେ ଘର ଉପରକୁ ବଜ୍ରପାତ ହୋଇଥିଲା ଏହି ବଜ୍ରପାତରେ ଅର୍ଜୁନର ପିନ୍ଧିଥିବା ପୋଷାକ ସଂପୂର୍ଣ୍ଣ ପୋଡି ଯାଇଥିବା ସହ ପଠି ପାଖ ୮୦ ପ୍ରତିଶତ ପୋଡି ଯାଇଛି। ଘଟଗାଁ ଅଗ୍ନିଶମ ବିଭାଗ ଦ୍ୱାରା ପରିବାର ଲୋକେ ଅର୍ଜୁନକୁ ଗୁରୁତର ଅବସ୍ଥାରେ ଘଟଗାଁ ସ୍ୱାସ୍ଥୂକେନ୍ଦ୍ରରେ ଭର୍ତି କରିଛନ୍ତି।

"ବଜ୍ରପାତରେ ଛାତ୍ର ଗୁରୁତର"

ଭଦ୍ରକ : ଘୂର୍ଣ୍ଣିଝଡ ‘ମୋରା’ ପ୍ରଭାବରେ ସମୁଦ୍ର ଅଶାନ୍ତ, ଶହଶହ ଏକର ବୁଣା କ୍ଷେତକୁ ମାଡିଗଲା ଲୁଣା ଜୁଆର

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ): ଘୂର୍ଣ୍ଣିଝଡ ‘ମୋରା’ ପ୍ରଭାବରେ କିଛିଦିନ ହେବ ଅଶାନ୍ତ ହୋଇପଡିଛି ସମୁଦ୍ର। ସମୁଦ୍ରରୁ ଉଠୁଥିବା ଉଚ୍ଚ ଲୁଣା ଜୁଆର ଢେଉ ଏହି ଜିଲାର ଚାନ୍ଦବାଲି ବ୍ଲକ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀରେ ପ୍ରବେଶ କରିବା ଫଳରେ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ପଞ୍ଚାୟତ ସମେତ ପାଖାପାଖି ୫/ ୬ଟି ପଞ୍ଚାୟତରେ ନଦୀକୂଳିଆ ଅଞ୍ଚଳରେ ଥିବା ଶହଶହ ଏକର ସାରଦ ବୁଣା କ୍ଷେତକୁ ମାଡିଯାଇଛି। ଏପରି ସମସ୍ୟା ଦେଖା ଦେବାରୁ ଶତାଧିକ ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଫଳରେ ଚାଷ କାର୍ଯ୍ୟରେ ବିଳମ୍ବ ଘଟିବ ବୋଲି ମଧ୍ୟ କେତେକ ଚାଷୀ ପ୍ରକାଶ କରିଛନ୍ତି।…

"ଭଦ୍ରକ : ଘୂର୍ଣ୍ଣିଝଡ ‘ମୋରା’ ପ୍ରଭାବରେ ସମୁଦ୍ର ଅଶାନ୍ତ, ଶହଶହ ଏକର ବୁଣା କ୍ଷେତକୁ ମାଡିଗଲା ଲୁଣା ଜୁଆର"

ଭଦ୍ରକ : ବାତ୍ୟା ଆଶ୍ରୟସ୍ଥଳୀ ଭଙ୍ଗାରୁଜା ମାମଲାରେ ୨ଗିରଫ

ଭଦ୍ରକ, ୨/୬ (ଓଡ଼ିଆ ପୁଅ/ପ୍ରମୋଦ ରାୟ): ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ନିର୍ମାଣାଧୀନ ବିରୋଳି ବାତ୍ୟା ଆଶ୍ରୟସ୍ଥଳୀକୁ  ଭଙ୍ଗାଋଜା କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ସ୍ଥାନୀୟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ପ୍ରକଳ୍ପର ଠିକାଦାର ଲକ୍ଷ୍ମୀକାନ୍ତ ସାହୁଙ୍କ ଏତାଲା କ୍ରମେ ଥାନାରେ ୪୦ଜଣଙ୍କ ନାମରେ ମାମଲା ହୋଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବିରୋଳି ଗ୍ରାମର ସୁଦାମ ଜେନା ଓ ସୁଶାନ୍ତ ଜେନା। ବିରୋଳି ଗ୍ରାମରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଚିହ୍ନଟ ହୋଇ ଅନୁମୋଦିତ ହୋଇଥିବା ଜମି ପରିବର୍ତ୍ତେ ଭିନ୍ନ ଏକ ସ୍ଥାନରେ ଠିକାଦାର ତାହା ନିର୍ମାଣ କରୁଥିବା ନେଇ ଆରମ୍ଭରୁ ଗ୍ରାମର ୫୦ରୁ ଅଧିକ…

"ଭଦ୍ରକ : ବାତ୍ୟା ଆଶ୍ରୟସ୍ଥଳୀ ଭଙ୍ଗାରୁଜା ମାମଲାରେ ୨ଗିରଫ"

ଭଦ୍ରକ ଜିଲା ସାମ୍ବାଦିକ ୟୁନିଅନ୍ ର ବାର୍ଷିକ ଉତ୍ସବ, ସୋସିଆଲ ମିଡିଆର ଅପବ୍ୟବହାରକୁ ନେଇ ଚିନ୍ତା

ଭଦ୍ରକ, ୨ା୬  (ଓଡ଼ିଆପୁଅ / ପ୍ରମୋଦ ରାୟ): ଭଦ୍ରକ ଜିଲା ସାମ୍ବାଦିକ ୟୁନିଅନର ବାର୍ଷିକ ଉତ୍ସବ ଓ ଆଲୋଚନାଚକ୍ର ଗେଲପୁରସ୍ଥିତ ରୟାଲ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ଭଦ୍ରକର ଡେପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା ଉଦ୍ଘାଟନ କରି ସୋସିଆଲ ମିଡିଆର ଅପବ୍ୟବହାରର କୁରିଣାମ ସହଂପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲା ସାମ୍ବାଦିକ ୟୁନିଅନର ସଭାପତି ଡ. ହରିହର ନାୟକଙ୍କ ଅଧକ୍ଷତ୍ୱାରେ ଅନୁଷ୍ଠିତ ଉତ୍ସବରେ ଓଡିଶା ସାମ୍ବାଦିକ ୟୁନିଅନର  ରାଜ୍ୟ ସଭାପତି ତଥା ପ୍ରାକ୍ତନ ଜାତୀୟ ସାମ୍ବାଦିକ ୟୁନିଅନର ମହାସଚିବ ପ୍ରସନ୍ନ ମହାନ୍ତି ମୁଖ୍ୟଅତିଥିଭାବେ ଯୋଗଦେଇ ରାଜ୍ୟର ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଆଲୋଚ୍ୟ ବିଷୟ ‘ସୀମା ଲଘୁଛି ସାମାଜିକ ଗଣମାଧମ’ ଉପରେ…

"ଭଦ୍ରକ ଜିଲା ସାମ୍ବାଦିକ ୟୁନିଅନ୍ ର ବାର୍ଷିକ ଉତ୍ସବ, ସୋସିଆଲ ମିଡିଆର ଅପବ୍ୟବହାରକୁ ନେଇ ଚିନ୍ତା"

ଭଦ୍ରକ ହିଂସା କ୍ଷତିପୂରଣ ରାଶିକୁ ନେଇ ବ୍ୟବସାୟୀ-ଗୃହକର୍ତ୍ତା ସାମ୍ନାସାମ୍ନୀ ପ୍ରଶାସନ ପକ୍ଷରୁ ପୁନଃ ତଦନ୍ତ ଦାବି

ଭଦ୍ରକ, ୨/୬  (ଓଡ଼ିଆ ପୁଅ/ପ୍ରମୋଦ ରାୟ): ଭଦ୍ରକ ହିଂସା ପରବର୍ତ୍ତୀ କ୍ଷତିପୂରଣ ପ୍ରଦାନକୁ ପ୍ରାୟ ମାସେ ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହି ଅର୍ଥରାଶିକୁ ନେଇ ବହୁ ଗରିବ ବ୍ୟବସାୟୀ ଭଡାସୂତ୍ରେ ନେଇଥିବା ଗୃହକର୍ତ୍ତାଙ୍କ ଦ୍ୱାରା ଯେଉଁ ଶୋଷଣର ସମ୍ମୁଖୀନ ହୋଇଛନ୍ତି, ତାହା ସେମାନଙ୍କର ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଇଛି। ଅନେକ କ୍ଷେତ୍ରରେ  ସରକାରୀ କାଗଜପତ୍ରରେ ଘର ମାଲିକାନା ଥିବା ଅଣବ୍ୟବସାୟୀମାନେ ସ୍ଥାନୀୟ ପୁଲିସକୁ ହାତବାରିସ କରି ଲୁଟି ନେଇଛନ୍ତି ସରକାରୀ ସହାୟତାକୁ। ତେବେ ବହୁକ୍ଷେତ୍ରରେ  ଘରମାଲିକ ଓ  ବ୍ୟବସାୟୀଙ୍କ ମଧ୍ୟରେ ହୋଇଥିବା ଗୁପ୍ତ ବୁଝାମଣା ଉପରୋକ୍ତ ବାସ୍ତବ ସତ୍ୟକୁ ଘୋଡାଇ ଚାଲିଥିଲେ ବି ଏହି କ୍ଷତିପୂରଣ ଅର୍ଥକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅନେକ କ୍ଷେତ୍ରରେ…

"ଭଦ୍ରକ ହିଂସା କ୍ଷତିପୂରଣ ରାଶିକୁ ନେଇ ବ୍ୟବସାୟୀ-ଗୃହକର୍ତ୍ତା ସାମ୍ନାସାମ୍ନୀ ପ୍ରଶାସନ ପକ୍ଷରୁ ପୁନଃ ତଦନ୍ତ ଦାବି"