ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନପତିଙ୍କ ଶ୍ରଦ୍ଧାଞ୍ଜଳୀ ସଭା

କେନ୍ଦ୍ରାପଡା ୧୨/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ବିଦ୍ୱାନ ଏଜୁକେଶନାଲ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ଆଜି ସ୍ଥାନିୟ ପବ୍ଲିକ ରିଡିଂ ରୁମ ପରିସରରେ କେନ୍ଦ୍ରାପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ହରମୋହନ ପତିଙ୍କ ବିୟୋଗରେ ଏକ ସର୍ବ ଦଳିୟ ଶ୍ରଦ୍ଧାଞ୍ଜଳୀ ସଭା ଜନଶକ୍ତି ପାର୍ଟି ଓଡିଶାର ରାଜ୍ୟ ସଭାପତି ଆଇନଜିବୀ ପ୍ରଦିପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଜିଲ୍ଲା କଂଗ୍ରେସର ଉପସଭାପତି ଧରଣୀଧର ସୂଆର, ସି.ପି.ଆଇ.ର ଜିଲ୍ଲା ସମ୍ପାଦକ ଆଇନଜିବୀ ରମଣୀରଞ୍ଜନ ରାଉତରାୟ, ବିଜେଡି ଲିଗାଲ ଫ୍ରଂଟ ସେଲର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ସି.ପି.ଆଇ.(ଏମ.)ର ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଜିଲ୍ଲା ଓକିଲ…

"ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନପତିଙ୍କ ଶ୍ରଦ୍ଧାଞ୍ଜଳୀ ସଭା"

କେନ୍ଦ୍ରାପଡା ପୁସ୍ତକମେଳା ୪ଜଣଙ୍କୁ କେନ୍ଦ୍ରାପଡା ଗୈାରବ ସମ୍ମାନ ପ୍ରଦାନ

କେନ୍ଦ୍ରାପଡା ୧୨/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ରାଜ୍ୟସ୍ତରୀୟ ସପ୍ତଦଶ କେନ୍ଦ୍ରାପଡା ପୁସ୍ତକମେଳାର ଷଷ୍ଠ ସଂନ୍ଧ୍ୟାରେ ୪ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ କେନ୍ଦ୍ରାପଡା ଜିଲ୍ଲା ଗୈାରବ ସମ୍ମାନ ପ୍ରଦାନ କରାଯାଇଛି। ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ କବିତା ପାଠୋତ୍ସବ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମର ଏହି ସମ୍ବର୍ନ୍ଧନା ସଭା ସଭାପତି ଡଃ. ବାସୁଦେବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରାକ୍ତନ ସାଂସଦ ବୈଷ୍ଣବ ଚରଣ ପରିଡା ମୁଖ୍ୟ ଅତିଥିଭାବେ, ପୂର୍ବତଟ ରେଳ ବିଭାଗର ସୂଚନା ଅଧିକାରୀ ନିରାକାର ଦାସ ମୁଖ୍ୟବକ୍ତା ଭାବେ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ “ଓଡିଆ ସାହିତ୍ୟର ଅତୀତ ଓ ବର୍ତ୍ତମାନ” ଶୀର୍ଷକ ଆଲୋଚନା ଚକ୍ରରେ…

"କେନ୍ଦ୍ରାପଡା ପୁସ୍ତକମେଳା ୪ଜଣଙ୍କୁ କେନ୍ଦ୍ରାପଡା ଗୈାରବ ସମ୍ମାନ ପ୍ରଦାନ"

ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ

କେନ୍ଦ୍ରାପଡା ୧୨/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )– ରାଷ୍ଟିୟ ଯୁବ ଦିବସ ଅବସରରେ ସ୍ୱାମୀ ବିବେକାନନ୍ଦ ସେବା ସଂସ୍ଥା ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳନ ହୋଇ ଯାଇଛି। ଏ ନେଇ ଗତ ଶୁକ୍ରବାର କେନ୍ଦ୍ରାପଡା ସହର ଅଯୋଧ୍ୟାନଗରସ୍ଥିତ ପୈାରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱପ୍ନାଂଶୁ ଦାସ ଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲିପ କୂମାର ନାୟକ, ମୁଖ୍ୟ ବକ୍ତାଭାବେ ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରା ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁୁ ଯୁବ ସମାଜକୁ ଆହ୍ୱାନ…

"ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ"

ତୁଳସୀ ମହିଳା କଲେଜର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

କେନ୍ଦ୍ରାପଡା ୧୨/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )– କେନ୍ଦ୍ରାପଡା ସହରର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟର ୨୬ତମ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇ ଯାଇଛି। ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ହାରାମଣୀ ବେହୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱେଛାକୃତ ରକ୍ତଦାନ ପାଇଁ ପ୍ରେରଣା ଦେବା ସହିତ ସୃଜନଶୀଳ ତଥା ସମାଜର ହିତସାଧନ ପାଇଁ ରଚନାତ୍ମକ ଗଳ୍ପ ଓ କବିତା ଲେଖିବାକୁ ପରାମର୍ଶ ଦେଇଥିଲେ। ହୃଦୟର ସହିତ ଲୋକଙ୍କୁ ଭଲପାଇବା ସହ ଜଣେ ସୁନାଗରିକ ହୋଇ ସମାଜର ସେବା କରି ମହାବିଦ୍ୟାଳୟରେ ଗୈାରବମୟ ଇତିହାସ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ଅଧ୍ୟାପକ…

"ତୁଳସୀ ମହିଳା କଲେଜର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ"

ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ଆସ୍ପାୟାର ପକ୍ଷରୁ ଯୁବ କର୍ମଶାଳା

ହରିଚନ୍ଦନପୁର, ତା୧୨.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଠାରେ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ବ୍ଲକ ସ୍ତରୀୟ ଯୁବ କର୍ମଶାଳା ଦିବସ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ସଭା ଗୃହରେ ଠାରେ ଅନୁଷ୍ଟିତ ହୋଇଯାଇଛି। ହରିଚନ୍ଦନପୁର ବ୍ଲକର ଯୁବକ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଟିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତିର ଅଧକ୍ଷ ସୁରେଶ କୁମାର ଦେହୁରୀଙ୍କ ଦ୍ୱାରା ବିବେକାନନ୍ଦଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ସ୍ୱର୍ଣ୍ଣଲତା ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଯୁବ କର୍ମଶାଳାର ବିଜୟ କୁମାର ସାହୁଙ୍କ ଦ୍ୱାରା କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା। ଏଥିରେ ଫକିର ଚରଣଙ୍କ ଦ୍ୱାରା ଶିଶୁ…

"ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ଆସ୍ପାୟାର ପକ୍ଷରୁ ଯୁବ କର୍ମଶାଳା"

ବୃଦ୍ଧଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ

ହରିଚନ୍ଦନପୁର, ତା୧୨.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୋରଡିଆମ୍ବ ଗ୍ରାମପଞ୍ଚାୟତର କମଳାବାହାଳୀ ଗ୍ରାମର ୰ପତି କିଶାନଙ୍କ ପୁଅ ମାର୍କଣ୍ଡ କିଶାନ(୬୨)ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ବିଶେଷ ଖବର ନେବାରୁ ଜଣାପଡିଛି ଯେ ୰ପତି କିଶାନଙ୍କର ଦୁଇଟି ଝିଅ ଓ ଗୋଟିଏ ସାନ ପୁଅ ମାର୍କଣ୍ଡ କିଶାନ ଅଟନ୍ତି। ବଡ ଝିଅ ବୌଦେହୀ କିଶାନ ଓ ତାଙ୍କ ସ୍ୱାମୀ ନନ୍ଦ କିଶାନ ଶଶୁରଙ୍କ ସମ୍ଫତି ପାଇବାକୁ ନେଇ ଗତ ୨୦୦୬ମସିହାରେ କେନ୍ଦୁଝର ଜିଲ୍ଲା କୋର୍ଟରେ ଏକ ମାମଲା ରୁଜୁ କରିଥିଲେ। କେଶଟିକୁ ଭିର୍ତିକରି ଅମିନ ଓ ଓକିଲକୁ ହାତଗୁଞ୍ଜା ଦେଇ ଜମୀର ଭାଗ ନିମନ୍ତେ ଫର୍ଜରୀ କରି ଗତ ୨୯/୧୨/୧୭ରିଖ ଏକ…

"ବୃଦ୍ଧଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ"

କଳମଛୁଇଁ ଉପ୍ରା ସ୍କୁଲରେ ଚକ୍ଷୁ ପରୀକ୍ଷା ଶିବିର

ତାଳଚେର,୧୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚକ୍ଷୁ ପରୀକ୍ଷା ଓ ଚଷମା ବିତରଣ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ନେତ୍ରଜ୍ୟୋତି ଅଭିଯାନ ଯୋଜନାରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଏହି ଶିବିର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଅର୍ନ୍ତନିବେଶି ଶିକ୍ଷା ସଂଯୋଜକ ବିଜୟ କୁମାର ସାହୁ,ସମ୍ମାନୀତ ଅତିଥିଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଭା ବାରିକ,ସହ ଗୋଷ୍ଠୀ ଅଧିକାରୀ ଶ୍ରୀଧର ଉପାଧାୟ,ଗୋଷ୍ଠୀ ସାଧନ କର୍ମୀ ରଘୁନାଥ ବାରିକ ଓ ରେଣୁବାଳା ସାହୁ ପ୍ରମୁଖ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ,…

"କଳମଛୁଇଁ ଉପ୍ରା ସ୍କୁଲରେ ଚକ୍ଷୁ ପରୀକ୍ଷା ଶିବିର"

ବଡ଼ଯୋରଡାରେ ଶ୍ରୀରାମ ଚରିତ ମାନସ ପାରାୟଣ

ତାଳଚେର, ୧୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ବଡ଼ଯୋରଡା ଗ୍ରାମରେ ୨୨ତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୀତାରାମ ସେବାସଂଘର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇ ୯ଦିନ ଧରି ଅନୁଷ୍ଠିତ ହୋଇଥିଲା। ପ୍ରତି ଦିନ ନିତ୍ୟ ପୂଜା ବିଧି, ମଙ୍ଗଳ ଆରତୀ, ଗୀତ ଗୋବିନ୍ଦ ପାଠ, ନାମ ସଂକୀର୍ତନ, ଯଜ୍ଞ କର୍ମ, ହନୁମାନ ଚାଳିଶା ପାଠ, ଶ୍ରୀରାମ ଚରିତ ମାନସ ପାରାୟଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଧୀରେନ୍ଦ୍ର କୁମାର ପତି ବ୍ୟାସ ରୂପେ ଅଧିଷ୍ଠିତ ହୋଇଥିବା ବେଳେ ନବଘନ ସାମନ୍ତ ପୂଜା ପାଠ ଓ ଆଚାର୍ଯ୍ୟ…

"ବଡ଼ଯୋରଡାରେ ଶ୍ରୀରାମ ଚରିତ ମାନସ ପାରାୟଣ"

ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

ତାଳଚେର, ୧୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ତାଳଚେର ପ୍ରେସ କ୍ଲବଠାରେ ଜାତୀୟ ଯୁବ ଦିବସ ପାଳନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତାଳଚେର କଲେଜର ପୂର୍ବତନ ଅଧ୍ୟାପକ ତୁଷାର ରଞ୍ଜନ ପାଲଟାସିଂ ଏବଂ ସଙ୍ଗଠନର ସଭାପତି ସ୍ୱାଧୀନ ଥମ୍ବ, ସଙ୍ଗଠନର ଆଇନ ପରାମର୍ଶଦାତା ତଥା ତାଳଚେର ଓକିଲ ସଂଘର ପୂର୍ବତନ ସଭାପତି ଦୟାସାଗର ମିଶ୍ର, ସଙ୍ଗଠନର ମୁଖ୍ୟ ଆବାହକ ଯଯାତୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ନ ଜୟନ୍ତୀକୁ ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉ ଥିବାବେଳେ ଯୁବ ସମାଜସେବୀ ସଙ୍ଗଠନ, ତାଳଚେର ପକ୍ଷରୁ ଏହି ଦିବସକୁ ପାଳନ କରାଯିବା…

"ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ"

ମାଲକାନଗିରି ବନଖଣ୍ଡ ଅଧିକାରୀ ହୃଦଘାତରେ ଆକ୍ରାନ୍ତ, ଏୟାର ଆମ୍ବୁଲାନ୍ସ ଯୋଗେ ବିଶାଖାପାଟଣା ହସପିଟାଲକୁ ସ୍ଥାନାନ୍ତରିତ

ମାଲକାନଗିରି, ୧୨ା୧ (ଓଡିଆ ପୁଅ )ମାଲାକନଗିରି ବନଖଣ୍ଡଅଧିକାରୀ ସମ୍ରାଟଗୌଡା ହଟାତ ହୃଦଘାତ ରେ ଆକ୍ରାନ୍ତ ହେବାରୁ ତାଙ୍କୁ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ବିଶାଖାପାଟଣା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଗତ ତନିଦିନହେଲା ମାଲକାନଗିରି ଜିଲ୍ଲାକୁ ନୋଡାଲ ଅଫିସର ମତ୍ସ୍ୟ ପଶୁସମ୍ପଦ ସଚିବ ବିସାଲ ଗଗନ ଗସ୍ତରେ ଆସିଥିଲେ, ତାଙ୍କ ସାଥିରେ ବିଭିନ୍ନ ସ୍ଥାନକୁ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଡିଏଫଓ ଗସ୍ତରେ ଯାଇଥିଲେ। ତନିଦିନ ବୁଲିବାପରେ ସେ ଟିକିଏ ଅସୁସ୍ଥତା ଅନୁଭବ କରୁଥିଲେ, ଆଜି ସକାଳେ ସଚିବ ଫେରିଗଲାପରେ ପ୍ରତିଦିନ ପରି ଆଜି ସକାଳେ ଡିଏଫଓ ଷ୍ଟାଡିୟମରେ ଯାଇ ବ୍ୟାଡମିଟଂନ ଖେଳିଥିଲେ। ସେ ଖେଳି ସାରି ନିଜବାସଭବନକୁ ଫେରି ଗାଧୋଇ ଅଫିସ ଯିବା ପାଇଁ…

"ମାଲକାନଗିରି ବନଖଣ୍ଡ ଅଧିକାରୀ ହୃଦଘାତରେ ଆକ୍ରାନ୍ତ, ଏୟାର ଆମ୍ବୁଲାନ୍ସ ଯୋଗେ ବିଶାଖାପାଟଣା ହସପିଟାଲକୁ ସ୍ଥାନାନ୍ତରିତ"