ଗଜେଂଇ ଜବତ ମାମାଲା,୩ ଅଭିଯୁକ୍ତ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଖଡିଆଳ/ନୂଆପଡା-୧୨.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ୨୦୧୩ ମସିହା ରେ ଗଜେଂଇ ଚୋରା ଚାଳଣ କରିଥିବା ଅଭିଯୋଗରେ ଗୁରୁବାର ନୂଆପଡା ଜିଲା ଦୈାରା ଜର୍ଜ ଅଶ୍ୱନୀ କୁମାର ଦଳ ବେହେରା ଖଡିଆଳ ସାରକିଟ କୋର୍ଟ ରେ ମାମାଲା ର ଶୁଣାଣୀ କରି ୩ ଜଣ ଅଭିଯୁକ୍ତ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୧ ଲକ୍ଷ ଟଙ୍କା ଅର୍ଥ ଦଣ୍ଡ ଦେଇ ନପାରିଲେ ପୁଣି ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେବେ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଏହି ୩ ଜଣ ଅଭିଯୁକ୍ତ…

"ଗଜେଂଇ ଜବତ ମାମାଲା,୩ ଅଭିଯୁକ୍ତ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ"

ଗୋଡିପୋଖରୀ ଫୁଟବଲ ପ୍ରତିଯୋଗୀତାରେ ସାତକୋଶିଆ ଚମ୍ପିଆନ୍

ପାଟଣା,ତା୧୧/୦୧(ଓଡିଆ ପୁଅ/ଅଭିମନ୍ୟୁ)ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ପଞ୍ଚାୟତ ଗୋଡିପୋଖରୀ ଗ୍ରାମର ମହାବୀରା ଠାକୁରାଣୀ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଫୁଟବଲ ପ୍ରତିଯୋଗୀତାରେ କେନ୍ଦୁଝର ଏକାଦଶକୁ ୧-୦ ଗୋଲରେ ପରାସ୍ତ କରି ସାତକୋଶିଆ ଆନନ୍ଦପୁର ସାତକୋଶିଆ ହୋଇଛି । ପୁରସ୍କାର ବିତରଣ ଉସôବରେ ଯମୁନାପଶି ପଞ୍ଚାୟତ ସରପଞ୍ଚ ମମତାମୟୀ ନାଏକ ମୁଖ୍ୟ ଅତିଥି,ସମିତିସଭ୍ୟ ଗୌରହରୀ ନାଏକ, ନାଏବ ସରପଞ୍ଚ ରଙ୍ଗଲତା ମହାନ୍ତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଚମ୍ପିଆନ୍ ଆନନ୍ଦପୁରର ସାତକୋଶିଆ ଦଳକୁ ନଗଦ ୨୦ହଜାର ଟଙ୍କାର ପୁରସ୍କାର ସହ ରନର୍ସଅପ୍ କେନ୍ଦୁଝର ଏକାଦଶକୁ ନଗଦ ୧୫ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ରେଫରୀ ଉକôଳମଣୀ ବେହେରା ଓ ବୁଲବୁଲ ଆପଟ୍ଟ ଧାରାବିବରଣୀ ପ୍ରଦାନ…

"ଗୋଡିପୋଖରୀ ଫୁଟବଲ ପ୍ରତିଯୋଗୀତାରେ ସାତକୋଶିଆ ଚମ୍ପିଆନ୍"

ହରିଚନ୍ଦନପୁର ବ୍ଲକ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ

ହରିଚନ୍ଦନପୁର,ତା୧୨.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଏବେ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ନେବାରୁ ଜଣାପଡିଛିକି ପ୍ରତ୍ୟେକ ଦିନ ହରିଚନ୍ଦନପୁର ବ୍ଲକ ନିକଟରେ ମଦୁଆମାନଙ୍କ ଆଡ୍ଡା ଜମିଥାଏ । ବ୍ଲକ ମଧ୍ୟରେ ଥିବା ପମ୍ଫ ହାଉସରେ ମଦୁଆମାନେ ମଦ ପିଉଥିବାର ଦୃଶ୍ୟମାନ ହେଉଥାଏ କିନ୍ତୁ ବ୍ଲକ ଅଧିକାରୀଙ୍କର ନଜର ପଡୁନଥିବାକୁ ନେଇ ଜନସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ସରକାରଙ୍କ ନିୟମ ଅନୁଶାରେ ମଦ ପିଇ ସରକାରୀ କାର୍ଯ୍ୟାଳୟ ନିକଟକୁ ଯିବା ନିଷେଦ୍ଧ ଥିବା ବେଳେ କେମିତି ଏପରି ନିୟମ ଉଲ୍ଲଘ୍ନ କାର୍ଯ୍ୟ ଚାଲିଛି । ଓ ବ୍ଲକ ପରିସର ମଧ୍ୟରେ ଥିବା ପମ୍ଫ ହାଉସର କବାଟ…

"ହରିଚନ୍ଦନପୁର ବ୍ଲକ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ"

୧୯୯୪ ମସିହା ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ

ତିର୍ତ୍ତୋଲ୧୧/୦୧(ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତରେ ଥିବା ପୁରାତନ ଶିକ୍ଷାନୁଷ୍ଠାନ ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟର ୧୯୯୪ ମସିହା ବ୍ୟାଚ ଛାତ୍ରଙ୍କ ମଧ୍ୟରେ ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ମହାନଦୀ ପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଚୌଧୂରୀ ଶୈଳେଶ୍ୱର ରାୟ, ରତ୍ନାକର ମହାରଣା, ଶୁଶାନ୍ତ ଦାସ, ଭଜହରି ଖୁଣ୍ଟିଆ, ରଞ୍ଜନ ଖୁଣ୍ଟିଆ, ରାଜକିଶୋର ବାରିକ୍, ଦିପ୍ତି ରଞ୍ଜନ ମହାପାତ୍ର, ସନ୍ତୋଷ ଦାସ, ସନ୍ତୋଷ ସାହୁ, ବଟକୃଷ୍ଣ ସାହୁ, ପବିତ୍ର ମୋହନ ରାଉତ, ପ୍ରମୋଦ କୁମାର ବେହେରା, ମଳୟ ମହାପାତ୍ର, ଶିଶିର ମିଶ୍ର, ସୁବାଷ ସ୍ୱାଇଁ, ଆଶିଷ ରାଉତ, ଆଶୁତୋଷ ଦାସ, ପ୍ରଦ୍ୟୁମ୍ନ ମଲ୍ଲିକ, ତପନ ସାହୁ, ରବିନ୍ଦ୍ର ଦାଶ, ବିଶ୍ୱନାଥ…

"୧୯୯୪ ମସିହା ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ"

ନାଟ୍ୟ ସଂସଦର ବାର୍ଷିକ ଉତ୍ସବ

ତିର୍ତ୍ତୋଲ୧୧/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟ ପରିସରରେ ଆଜି ନାଟ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ନାଟ୍ୟ ସଂସଦର ସଭାପତି ତଥା ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ର.ରାଧାକାନ୍ତ ସାହୁ ସଭାପତିତ୍ୱ କରିଥିବାବେଳେ ଉପସଭାପତି ସୁରଞ୍ଜନ ଲେଙ୍କା ସ୍ୱାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିଥିଲେ। ନାଟ୍ୟ ସଂସଦର ସମ୍ପାଦିକା ଅର୍ପିତା ପ୍ରିୟ ଦଶିନୀ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରାରମ୍ଭରେ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ବାଦଲ ଲେଙ୍କାଙ୍କ ନେତୃତ୍ୱରେ ଛାତ୍ର୍ରୀମାନଙ୍କଦ୍ୱାରା ସ୍ୱାଗତ ଗାନ କରାଯାଇଥିଲା। ଏହି ଉସବରେ ମୁଖ୍ୟ ଅତିଥିଭାବେ ପ୍ରଯୋଜକ, ପ୍ରାଧ୍ୟପିକ, ନିର୍ଦ୍ଦେଶକ ବରିଷ୍ଠ କଳାକାର ପ୍ରଫେସର ପ୍ରଦ୍ୟୁମ୍ନ ଲେଙ୍କା ଯୋଗଦେଇ ଛାତ୍ରଛାତ୍ରୀମାନେ ତାଙ୍କର ଅଧବସାୟ…

"ନାଟ୍ୟ ସଂସଦର ବାର୍ଷିକ ଉତ୍ସବ"

କଳାହାଣ୍ଡି ; ଲାଞ୍ଜିଗଡ ଅଂଚଳରେ ମାଓ ତାଣ୍ଡବ, ଠିକାଦାର କେମ୍ପ ପୋଡି ଉପସ୍ଥିତି ଜାହିର କଲେ

କଳାହାଣ୍ଡି- ୧୧-୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ପୁଣି ଲାଲ ବାହିନୀ ତାଙ୍କ ଉପସ୍ଥିତି ଜାହିର କରିଥିବା ଜଣାପଡିଛି। ଭବାନୀପାଟଣା ସଦରଥାନା ଅନ୍ତର୍ଗତ ଲାଞ୍ଜିଗଡ ବ୍ଲକ ର ଜାମକନା ଗାଁରେ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କରୁଥିବା ଠିକାଦାର କେମ୍ପରେ ଗତ ମଙ୍ଗଳବାର ରାତିରେ ରାସ୍ତା ନିର୍ମାଣକୁ ବିରୋଧ କରି ୭ଟି ଗାଡିକୁ ପୋଡି ଦେଇଛନ୍ତି। ଭବାନୀପାଟଣା ସହର ଠାରୁ ମାତ୍ର ୧୬ କି.ମି. ଦୂର ଏବଂ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୀ ଠାରୁ କାଡମ ୧୩.୨୦ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ୬ କୋଟି ୫୦ଲକ୍ଷ ୮୦ ହଜାର ଟଙ୍କା ଭବାନୀପାଟଣାସ୍ଥିତ ଠାକୁର…

"କଳାହାଣ୍ଡି ; ଲାଞ୍ଜିଗଡ ଅଂଚଳରେ ମାଓ ତାଣ୍ଡବ, ଠିକାଦାର କେମ୍ପ ପୋଡି ଉପସ୍ଥିତି ଜାହିର କଲେ"

ଆସନ୍ତା କାଲି ୩ୟ ଜିଲ୍ଲା ସ୍ତରୀୟ ମିନି ମାରାଥନ

ନୂଆପଡା- ୧୧/ ୧-( ଓଡିଆ ପୂଅ/ନନ୍ଦିଘୋଷ ଖମାରୀ)- ନୂଆପଡା ଜିଲ୍ଲା କୋମନା ଯୁବ କଂଗ୍ରେସ କମିଟୀ ପକ୍ଷରୁ ଆସନ୍ତା କାଲି ୩ୟ  ଜିଲ୍ଲାସ୍ତରୀୟ ମିନି ମାରାଥନ ୨୦୧୭-୧୮ ଆୟୋଜନ ହେବାକୁ ଯାଉଛି । ଉକ୍ତ ମିନି ମାରାଥନରେ ୮ କିଲୋମିଟରର ଦୌଡ ପ୍ରତିଯୋଗୀତା ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ ବହୁ ପ୍ରତିଯୋଗୀ ନିଜ ନାମ ପଞ୍ଜୀକୃତ କରିଥିବା ଆୟୋଜକ ଶାହାରୁଖ ଖାନ,ସାଧାରଣ ସମ୍ପାଦକ ଏସେମ୍ବ୍ଲି ୟୋଥ କଂଗ୍ରେସ ନୂଆପଡା ସୂଚନା  ଦେଇଛନ୍ତି ।

"ଆସନ୍ତା କାଲି ୩ୟ ଜିଲ୍ଲା ସ୍ତରୀୟ ମିନି ମାରାଥନ"

ଏଲ୍ଇଡି ଲାଇଟ୍ ପ୍ରକଳ୍ପର ଶୁଭାରମ୍ଭ

ସମ୍ବଲପୁର, ୧୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ଏଣୁ ଏଣିକି ସମ୍ବଲପୁର ମହାନଗର ଏଲ୍ଇଡିର ସ୍ୱଚ୍ଛ ଆଲୋକରେ ଝଲସିବ। ଏଥିପାଇଁ ଆଜି ଶାନ୍ତିନଗରରେ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରହୀ, ଏସ୍ଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି, ଜିଲ୍ଲାପାଳ ସମର୍ଥ ବର୍ମା, ନିଗମ କମିଶନର ବିମଳେନ୍ଦୁ ରାୟଙ୍କ ସହ ବହୁ ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତିରେ ଶାନ୍ତିନଗରରେ ଏହି ପ୍ରକଳ୍ପକୁ ଉଦ୍ଘାଟନ କରାଯାଇଥିଲା। କମିଶନର ଶ୍ରୀ ରାୟଙ୍କ ସୂଚନା ଅନୁଯାୟୀ ପ୍ରଥମ ଦଫାରେ ନିଗମରେ ପ୍ରାୟ ୫ ହଜାର ଏଲ୍ଇଡି ଲାଇଟ ଲଗାଯିବ। ଏଥିପାଇଁ ପ୍ରାୟ ୩.୬ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି। ପର୍ଯ୍ୟାୟକ୍ରମେ ବୁର୍ଲା, ହୀରାକୁଦ ସହ ନିଗମରେ ସାମିଲ ହୋଇଥିବା ୧୨ଟି…

"ଏଲ୍ଇଡି ଲାଇଟ୍ ପ୍ରକଳ୍ପର ଶୁଭାରମ୍ଭ"

ବନାଞ୍ଚଳ ବିକାଶ ପାଇଁ ହଜାରେ କୋଟିର ପ୍ରକଳ୍ପ

ସମ୍ବଲପୁର, ୧୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ରାଜ୍ୟର ବନାଞ୍ଚଳମାନଙ୍କ ଉନ୍ନତି ପାଇଁ ଜାପାନ ସରକାରଙ୍କ ସହାୟତାରେ ଏକ ହଜାର କୋଟି ଟଙ୍କାର ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (ବନାୟନ) ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଆଜି ସମ୍ବଲପୁର ଆଞ୍ଚଳିକ ବନ ସଂରକ୍ଷଣ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ବନାୟନ’ର ଉଦଘାଟନୀ ଉତ୍ସବରେ ଜିଲାପାଳ ସମର୍ଥ ବର୍ମା, ଆରସିସିଏଫ ଓମପ୍ରକାଶ ସିଂ, ସିସିଏଫ(କେନ୍ଦୁତ୍ର) ଆର.ସି ସେଠୀ, ଡିଏଫଓ ତଥା ଡ. ସଂଜିତ କୁମାର, ଏସିଏଫ ପଙ୍କଜ କୁମାର ପଣ୍ଡା ଉପସ୍ଥିତ ଥିଲେ। ୨୦୦୬ – ୦୭ରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟର ସଫଳତା ପରେ ‘ବନାୟନ’ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜାପାନ ସରକାର ୮୫୦ କୋଟି…

"ବନାଞ୍ଚଳ ବିକାଶ ପାଇଁ ହଜାରେ କୋଟିର ପ୍ରକଳ୍ପ"

ଭିଜିଲାନ୍ସ ଜାଲରେ ବିନିକା ଇଲେକ୍ଟ୍ରିକାଲ ଜେଇ

ସମ୍ବଲପୁର, ୧୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସୁବର୍ଣ୍ଣପୁର ଜିଲ୍ଲା ବିନିକା ଇଲେକ୍ଟ୍ରିକାଲ ଜେଇ ଇଂ. ଚିତ୍ତରଞ୍ଜନ ବେଉରା ବୁଧବାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବିନିକା ଥାନା ଗୁଲୁଣ୍ଡା ଅଞ୍ଚଳର ଚାଷୀ ଭ୍ରମରବର କର୍ଣ୍ଣଙ୍କ ଠାରୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ବେଉରା ୮ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଅଭିଯୁକ୍ତଙ୍କୁ ବଲାଙ୍ଗିର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗୁଲୁଣ୍ଡା ଗ୍ରାମର ଶ୍ରୀପତି କର୍ଣ୍ଣ ଜଣେ ଚାଷୀ। ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ନାଳରୁ ମୋଟର ଯୋଗେ ଜଳ ଉତ୍ତୋଳନ କରି ୫ ଏକର ଜମିରେ ପନିପରିବା ଚାଷ କରନ୍ତି। ଚାଷ କାର୍ଯ୍ୟ…

"ଭିଜିଲାନ୍ସ ଜାଲରେ ବିନିକା ଇଲେକ୍ଟ୍ରିକାଲ ଜେଇ"