ବିପଦ ସଙ୍କୁଳ ଅବସ୍ଥାରେ ଲାଞ୍ଜି ଏଏନଏମ ସେଣ୍ଟର

ଖଡିଆଳ/ନୂଆପଡା-୧୮.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ବ୍ଲକ ଲାଞ୍ଜି ଗ୍ରାମ ଠାରେ ଥିବା ଏଏନଏମ ସେଣ୍ଟର ବିପଦ ସଙ୍କୁଳ ଅବସ୍ଥାରେ ପଡିରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଏଏନଏମ ଗୃହ ଦୀର୍ଘ ବର୍ଷରୁ ମରାମତୀ କରାଯାଇନଥିବା ବେଲେ ଛାତରୁ ସିମେଣ୍ଟ ଖଣ୍ଡ ଗୁଡିକ ପଡୁଥିବା ଦେଖିବାକୁ ମିଳୁଛି। ବର୍ଷା ମାସରେ ବର୍ଷା ପାଣି ଗଳୁଥିବା ବେଲେ ଏହି ସେଣ୍ଟରର ସନ୍ତସନ୍ତିଆ ଅବସ୍ଥାରେ ରହିଛି। ମରାମତୀ ନେଇ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳି ପାରୁନଥିବା ଅଭିଯୋଗ ହେଉଛି। ଦୀର୍ଘ ବର୍ଷରୁ ଏହି ସେଣ୍ଟର ନିର୍ମାଣ ହୋଇଥିବା ବେଲେ ଗୃହଟି ଦୁର୍ବଳ ଅବସ୍ଥାରେ ରହିଛି। ଫଳରେ ଏହି ଘରେ…

"ବିପଦ ସଙ୍କୁଳ ଅବସ୍ଥାରେ ଲାଞ୍ଜି ଏଏନଏମ ସେଣ୍ଟର"

ଜିଲାସ୍ତରୀୟ ଭଲିବଲ ଓ ବେଡମିଣ୍ଟନ ଚମ୍ପିୟାନ ଟୁର୍ଣାମେଣ୍ଟ ଉଦଘାଟିତ

ଖଡିଆଳ/ନୂଆପଡା-୧୬.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ରାଜାପଡା ଠାରେ ସ୍ଥାନୀୟ ଯୁବମୋର୍ଚ୍ଚା ଆନୁକୂଲ୍ୟରେ ଜିଲାସ୍ତରୀୟ ଭଲିବଲ ଓ ବେଡମିଣ୍ଟନ ଚମ୍ପିୟାନ ଟୁର୍ଣାମେଣ୍ଟ ମଙ୍ଗଲବାର ଉଦଘାଟିତ ହୋଇଛି। ଆଜିର ଉଦଘାଟନୀ ଭଳିବଲ ଲିଗ ମ୍ୟାଚରେ ମହୁଲପଡା ଦଳକୁ ହରାଇ ଖଡିଆଳ ଅଗ୍ନିଶମ ବିଭାଗ ଦଳ ବିଜୟୀ ହୋଇଛି। ଉଦଘାଟନୀ ଉତ୍ସବରେ ଖଡିଆଳ ରାଜାସାହେବ ଜିତାମିତ୍ର ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲାସ୍ତରୀୟ ଭଲିବଲ ଟୁର୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସେହିଭଳି ଜିଲାସ୍ତରୀୟ ବେଡମିଣ୍ଟନ ଚମ୍ପିଅନସିପ ମଧ୍ୟ ଆରମ୍ଭ ହୋଇଛି। ଉଦଘାଟନୀ ଉତ୍ସବରେ ଖଡିଆଳ ମହୋତ୍ସବ କମିଟିର ଅଧ୍ୟକ୍ଷ ଜିତେନ୍ଦ୍ରନାଥ ପଟନାୟକ ଏବଂ ଖଡିଆଳ ଯୁବରାଜ ଦେବଦେବ ପ୍ରସାଦ ସିଂଦେ ଅତିଥି ଭାବେ…

"ଜିଲାସ୍ତରୀୟ ଭଲିବଲ ଓ ବେଡମିଣ୍ଟନ ଚମ୍ପିୟାନ ଟୁର୍ଣାମେଣ୍ଟ ଉଦଘାଟିତ"

ଖଡିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ପ୍ରତିବାଦ

ଖଡିଆଳ/ନୂଆପଡା-୧୬.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦାବିକୁ କୃଷକଙ୍କ ସ୍ୱାର୍ଥ ବିରୋଧି କେଡର ପ୍ରତ୍ୟାଖ୍ୟାନ ବିରୁଦ୍ଧରେ ନୁଆପଡା ଜିଲା ବିଜୁ ଜନତା ଦଳ ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ମଙ୍ଗଲବାର କରାଯାଇଛି। ବର୍ତ୍ତମାନ ଧାନର ସହାୟକ ମୁଲ୍ୟ ୧୫୭୦ ଟଙ୍କା ଥିବା ବେଲେ ଏହା ଚାଷିକୂଳକୁ ଉପହାସ ବୋଲି ପ୍ରକାଶ କରିବା ସହିତ ସହାୟକ ମୁଲ୍ୟକୁ ବୃଦ୍ଧି କରାଯାଇ ତାହା ୨୯୩୦ ଟଙ୍କା କରିବାକୁ ଦାବି କରାଯାଇଥିଲା ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ଅଧ୍ୟକ୍ଷତା କରିଥିବା ବେଲେ କେନ୍ଦ୍ର ସରକାରଙ୍କ ଚାଷି ମାରଣ ନୀତିକୁ ବିରୋଧ…

"ଖଡିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ପ୍ରତିବାଦ"

୬ ମାସ ଧରି ସୋଲାର ପମ୍ପ ଅଚଳ ପାଣି ପାଇଁ ଲୋକେ ହନ୍ତସନ୍ତ

ଖଡିଆଳ/ନୂଆପଡା-୧୬.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବାଦୀ ଗ୍ରାମପଞ୍ଚାୟତ ର ମାଳପଡା ଠାରେ ନୂଆପଡା ଜିଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଏକ ବର୍ଷ ତଳେ ନଳକୂପ ମାଧ୍ୟମରେ ସୋଲାର ଲାଇଟ ସାହାର୍ଯ୍ୟରେ ଏକ ଟ୍ୟାଙ୍କ ବସାଇ ଜଳ ଯୋଗାଣ କରିବାର ବ୍ୟବସ୍ଥା କରାଯାଇଥିଲା। ଏହି ନଳ କୂପ ୬ ମାସ କାମ କଲାପରେ ଏହି ନଳକୂପଟି ସଂମ୍ପୁର୍ଣ୍ଣ ଖରାପ ହୋଇଯାଇଛି। ମଳପଡା ଗ୍ରାମରେ ଥିବା ଜନସାଧାରଣ ଏହି ନଲକୂପ ର ପାଣି ପିଉଥିଲେ। କିନ୍ତୁ ୬ ମାସ ହେଳା ନଳକୂପ ଖରାପ ହୋଇଯିବା ଫଳରେ ଲୋକେ ଗ୍ରାମରେ ଥିବା ପ୍ରଥମିକ ବିଦ୍ୟାଳୟ ନଳକୂପରୁ ପାଣି ସେବନ କରୁଛନ୍ତି। ପାଣି…

"୬ ମାସ ଧରି ସୋଲାର ପମ୍ପ ଅଚଳ ପାଣି ପାଇଁ ଲୋକେ ହନ୍ତସନ୍ତ"

ଗଜେଂଇ ଜବତ ମାମାଲା,୩ ଅଭିଯୁକ୍ତ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଖଡିଆଳ/ନୂଆପଡା-୧୨.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ୨୦୧୩ ମସିହା ରେ ଗଜେଂଇ ଚୋରା ଚାଳଣ କରିଥିବା ଅଭିଯୋଗରେ ଗୁରୁବାର ନୂଆପଡା ଜିଲା ଦୈାରା ଜର୍ଜ ଅଶ୍ୱନୀ କୁମାର ଦଳ ବେହେରା ଖଡିଆଳ ସାରକିଟ କୋର୍ଟ ରେ ମାମାଲା ର ଶୁଣାଣୀ କରି ୩ ଜଣ ଅଭିଯୁକ୍ତ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୧ ଲକ୍ଷ ଟଙ୍କା ଅର୍ଥ ଦଣ୍ଡ ଦେଇ ନପାରିଲେ ପୁଣି ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେବେ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଏହି ୩ ଜଣ ଅଭିଯୁକ୍ତ…

"ଗଜେଂଇ ଜବତ ମାମାଲା,୩ ଅଭିଯୁକ୍ତ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ"

ଆସନ୍ତା କାଲି ୩ୟ ଜିଲ୍ଲା ସ୍ତରୀୟ ମିନି ମାରାଥନ

ନୂଆପଡା- ୧୧/ ୧-( ଓଡିଆ ପୂଅ/ନନ୍ଦିଘୋଷ ଖମାରୀ)- ନୂଆପଡା ଜିଲ୍ଲା କୋମନା ଯୁବ କଂଗ୍ରେସ କମିଟୀ ପକ୍ଷରୁ ଆସନ୍ତା କାଲି ୩ୟ  ଜିଲ୍ଲାସ୍ତରୀୟ ମିନି ମାରାଥନ ୨୦୧୭-୧୮ ଆୟୋଜନ ହେବାକୁ ଯାଉଛି । ଉକ୍ତ ମିନି ମାରାଥନରେ ୮ କିଲୋମିଟରର ଦୌଡ ପ୍ରତିଯୋଗୀତା ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ ବହୁ ପ୍ରତିଯୋଗୀ ନିଜ ନାମ ପଞ୍ଜୀକୃତ କରିଥିବା ଆୟୋଜକ ଶାହାରୁଖ ଖାନ,ସାଧାରଣ ସମ୍ପାଦକ ଏସେମ୍ବ୍ଲି ୟୋଥ କଂଗ୍ରେସ ନୂଆପଡା ସୂଚନା  ଦେଇଛନ୍ତି ।

"ଆସନ୍ତା କାଲି ୩ୟ ଜିଲ୍ଲା ସ୍ତରୀୟ ମିନି ମାରାଥନ"

ପ୍ରଧାନମନ୍ତ୍ରୀ ସହରୀଗୃହ ଆବାସ ଯୋଜନା ଗୃହ ହିତାଧିକାରୀଙ୍କୁ ଗୃହ ବଣ୍ଟନ

ଖଡିଆଳ/ନୂଆପଡା-୧୧.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଧାନମନ୍ତ୍ରୀ ସହରୀ ଗୃହ ଆବାସ ଯୋଜନାରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଗୃହକୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବୃଷଭ ଚରଣ ନାୟକ ପରିଦର୍ଶନ କରି ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି। ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୬୦୦ ଜଣ ହୀତାଧ ଗୃହ ନିର୍ମାଣ ନେଇ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ହିତାଧିକାରୀ ମାନେ ଉତ୍ସାହର ସହ ଗୃହ ନିର୍ମାଣ କରୁଥିବା ଦେଖାଯାଇଛି। ଖଡିଆଳ ସହରର ୱାଡ ନଂ ୭ର ହିରାମୁଣ୍ଡା ପୋଖରୀ ନିକଟରେ ଏହି ଯୋଜନାରେ ଏକ ପଡା ସହର ସୃଷ୍ଟି ନେଇ ଜିଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ…

"ପ୍ରଧାନମନ୍ତ୍ରୀ ସହରୀଗୃହ ଆବାସ ଯୋଜନା ଗୃହ ହିତାଧିକାରୀଙ୍କୁ ଗୃହ ବଣ୍ଟନ"

ବିଭିନ୍ନ ସରକାରୀ କର୍ମଚାରୀଙ୍କ ଠାରୁ ପରମିଶନ ନେଇ ନିୟମିତ ଶିକ୍ଷକ ମାନ୍ୟତାରୁ ବାଦ ପଡିଲେ

ଖଡିଆଳ/ନୂଆପଡା-୧୧.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-କେନ୍ଦ୍ର ସରକାର ଗୁଣାତ୍ମକ ଶିକ୍ଷା ଓ ଅଧାରୁ ବାଦ ପଡିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟଶ୍ରୋତରେ ସାମିଲ କରିବା ପାଇଁ ଗତ ୨୦୦୨ ମସିହାରେ ଡିପିଇପି ମାଧ୍ୟମରେ ଆମ ରାଜ୍ୟରେ ଡିପିଇପି ଓ ସର୍ବଶିକ୍ଷା ଅଭିଯାନ ଯୋଜନା ମାଧ୍ୟମରେ ନିଶ୍ଚିତ ଶିକ୍ଷା ଯୋଜନା ଓ ଅଭିନବ ବିକଳ୍ପ ବିଦ୍ୟାଳୟ ଆରମ୍ଭ କରିଥିଲେ। ପରେ ନିର୍ଦ୍ଧାରୀତ ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଫଣ୍ଡ ନଆସିବାରୁ ରାଜ୍ୟ ସରକାର ୨୦୦୮ ମସିହାରେ ଏହି ଯୋଜନାକୁ ବନ୍ଦ କରି ଦେଇଥିଲେ। ଏହି ଯୋଜନାରେ ରାଜ୍ୟରେ ନିଯୁକ୍ତି ପାଇଥିବା ୨୩ ହଜାର ଛଟେଇ ଶିକ୍ଷକ ରାଜରାସ୍ତାକୁ ଓଲ୍ଲାଇବା ଦ୍ୱାରା ଗତ ୨୦୦୮ ମସିହା ଜୁଲାଇ ୧ ତାରିଖରେ ଛଟେଇ…

"ବିଭିନ୍ନ ସରକାରୀ କର୍ମଚାରୀଙ୍କ ଠାରୁ ପରମିଶନ ନେଇ ନିୟମିତ ଶିକ୍ଷକ ମାନ୍ୟତାରୁ ବାଦ ପଡିଲେ"

ଡୁଆଝର ଗ୍ରାମରେ ଫୁଙ୍କାଝଡା ମାଧ୍ୟମରେ କାମଲ ରୋଗର ଚିକିତ୍ସା, ରୋଗୀଙ୍କ ଲମ୍ବା ଲାଇନ

ଖଡିଆଳ/ନୂଆପଡା-୧୦.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ବର୍ତ୍ତମାନ କାମଳରୋଗର ଭୟ ସାରା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରହିଅଛି। କାମଳରୋଗରେ ଆକ୍ରାନ୍ତ ହୋଇ ଅନେକ ଲୋକ ମୃତ୍ୟୁମୁଖରେ ପଡୁଥିବା ବେଳେ ଏହା ପାଣି ଦ୍ୱାରା ହେଉଥିବା ନେଇ ଅନେକ ଡାକ୍ତର ଓ ଗବେଷକ ମାନେ ମତ ଦେଇ ଆସିଛନ୍ତି। ଅପରପକ୍ଷେ ଏହି ରୋଗର ନିରାକରଣ ପାଇଁ କାମଳରୋଗୀଙ୍କ ସୁଅ ଛୁଟିଛି ଜିଲାର ଖଡିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମକୁ। ଏକ ଭିନ୍ନ ନିଆରା ରୂପରେ ଦେଖିବାକୁ ମିଳେ ଏହି ରୋଗର ନିରାକରଣ। ନୂଆପଡା ଜିଲାର ଖଡିଆଳ ସହର ଠାରୁ ମାତ୍ର ୮ କିଲୋମିଟର ଦୂରତାରେ ରହିଛି ଡୁଆଝର ଗ୍ରାମ। ଏହି ଗାଁ କାମଲ ରୋଗର ଝଡାଫୁଙ୍କା ଚିକିତ୍ସା ପାଇଁ…

"ଡୁଆଝର ଗ୍ରାମରେ ଫୁଙ୍କାଝଡା ମାଧ୍ୟମରେ କାମଲ ରୋଗର ଚିକିତ୍ସା, ରୋଗୀଙ୍କ ଲମ୍ବା ଲାଇନ"

ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ କୀଡନି ଡାକ୍ତର ନିଯୁକ୍ତ କରିବାକୁ ଦାବି

ଖଡିଆଳ/ନୂଆପଡା-୧୦.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲାର ପ୍ରମୁଖ ସହର ଖଡିଆଳ ସହର। ଖଡିଆଳ ନୂଆପଡା ଜିଲାର ମଧ୍ୟସ୍ଥଳରେ ରହିଥିବା ବେଳେ ଏଠାକାର ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ପାଇବା ସକାଶେ ଶତାଧିକ ଲୋକେ ନିର୍ଭର କରିଥାନ୍ତି। ଏପରିକି ନୂଆପଡା ଜିଲାର ଖଡିଆଳ, ବୋଡେନ, ସିନାପାଲି, ପଡୋଶୀ ବଲାଙ୍ଗୀର ଜିଲାର ବଙ୍ଗୋମୁଣ୍ଡା, ତୁରେକେଲା, କଲାହାଣ୍ଡି ଜିଲାର ବୋର୍ଡା ଅଞ୍ଚଳ ଏବଂ ପଡୋଶୀ ଛତିଶଗଡର ରାଜ୍ୟର ଦେଓଭୋଗ ଅଞ୍ଚଳର ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ପ୍ରତିଦିନ ଏହି ଡାକ୍ତରଖାନାରେ ୩୦୦ରୁ ୪୦୦ ରୋଗୀ ଚିକିତ୍ସିତ ହୋଇଥାନ୍ତି। ହେଲେ ଏଠାରେ ଡାକ୍ତର ସମସ୍ୟାା ନିତିଦିନିଆରେ ପରିଣତ ହୋଇଥିବାରୁ ସ୍ୱାସ୍ଥ୍ୟସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉନ୍ନିତ…

"ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ କୀଡନି ଡାକ୍ତର ନିଯୁକ୍ତ କରିବାକୁ ଦାବି"