ମେଣ୍ଢାଟାଲ ହାଇସ୍କୁଲରେ ବାଳିକା  କ୍ୟାରିୟର କାଉନସେଲିଂ

ନୂଆପଡା- ୩/୨-( ଓଡିଆ ପୂଅ/ନନ୍ଦିଘୋଷ ଖମାରୀ)-କୋମନା ବ୍ଲକ ମେଣ୍ଢାଟାଲ ସରକାରୀ  ହାଇସ୍କୁଲରେ ଏକ  କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଖେମ ଦାସଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଲଖନା ଥାନାଧିକାରୀ ଦିଲିପ କୁମାର ଧଳ, ସମ୍ମାନୀତ ଅତିଥି ଭାବେ ପଙ୍କଜିନି ରାଉତ ଚିକିତ୍ସାଧିକାରୀ ଲଖନା,ଚିତରଞ୍ଜନ ଦଣ୍ଡସେନା ସିଆରସିସି ଠିକପାଲି,ମାୟାଧର ସରାଫ ଓଟିଭି ପ୍ରତିନିଧି ନୂଆପଡା,ପଞ୍ଚମୀ ଶବର  ଲଖନା ଥାନା କର୍ମଚାରୀ,ଯଶୋବନ୍ତୀ ନାଗ ଏସଏମସି ଭାଇସ ଚେୟାରମ୍ୟାନ, ପ୍ରମୁଖ ଯୋଗ ଦେଇଥିଲେ ।ଛାତ୍ରୀ ମାନଙ୍କ ଦୃଢ ମନୋବଳ ହେଲେ ସଫଳତା ମଧ୍ୟ ଅତି ସହଜ ହୋଇଥାଏ ବୋଲି ଅତିଥି ମାନେ କହିଥିଲେ ।ଏହି ଅବସରରେ ଶିକ୍ଷକ  ଜଗବନ୍ଧୁ ବଡଗୁଛିଆ ମଞ୍ଚ ପରିଚାଳନା…

"ମେଣ୍ଢାଟାଲ ହାଇସ୍କୁଲରେ ବାଳିକା  କ୍ୟାରିୟର କାଉନସେଲିଂ"

ଖୁୁଦପେଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଘଟଣ

ଖଡିଆଳ/ନୂଆପଡା-୩୧.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ବ୍ଳକ ଅନ୍ତର୍ଗତ ଖୁଦପେଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ ହୋଇଛି । ଏହି ଅଘଟଣରେ ଶହ ଶହ ଛାତ୍ର ଛାତ୍ରୀ ଅଳ୍ପକେ ବର୍ତି ଯାଇଥିବା ବେଳେ ତାଙ୍କ ଜୀବନରୁ ଏକ ବଡଧରଣର ବିପଦ ଟଲିଯାଇଅଛି । ଖୁଦପେଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ୍ୟାର୍ଣ୍ଣ ଭୋଜନ ପ୍ରସ୍ତୁତ ପାଇଁ ଗ୍ୟାସ ଟାଙ୍କିରେ ରନ୍ଧା ଯାଇଥିଲା । ରନ୍ଧା ହେଉ ଥିବା ଗ୍ୟାସ ଟାଙ୍କିରେ ଅଗ୍ନି ଲାଗିବା କାରଣରୁ ପାଚକ ପାଚିକା ମାନେ ଜୀବନ ବ୍ୟାକୁଳରେ ସ୍କୁଳ ପରିସର ମଧ୍ୟରୁ ବାହାରି ପଡିଥିଲେ । ସେହିପରି ଏହି ଘଟଣା ଦେଖି ସ୍କୁଳ ପରିସର ମଧ୍ୟରୁ ଛାତ୍ର ଛାତ୍ରୀମାନେ ମଧ୍ୟ…

"ଖୁୁଦପେଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଘଟଣ"

ଅଭୟ ଚରଣ ଚଲାନଙ୍କ ଜୟନ୍ତୀ ସମାରୋହ ପାଳିତ

ଖଡିଆଳ/ନୂଆପଡା-୨୯.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ସ୍ଥିତ ଅଗ୍ରେସନ ଭବନ ଠାରେ ଅଭୟ ଚଲାନ ସାହିତ୍ୟ ସଂସ୍କୃତି ପରିଷଦ, ଓଡିଶା ସଂସ୍କୃତି ବିଭାଗ ଏବଂ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସାରସ୍ୱତ ସାଧକ, ସଂଗଠକ ତଥା ସମାଜସେବୀ ଅଭୟ ଚରଣ ଚଳାନଙ୍କ ଜୟନ୍ତୀ ସମାରୋହ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସମାରୋହରେ ପରିଷଦ ର ସଭାପତି ତଥା ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବଳଭଦ୍ର ମହାଉତି ଅଧ୍ୟକ୍ଷତା କରିଥିବା ବେଲେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଇନକମଟ୍ୟାକ୍ସ କମିଶନର ଶ୍ରୀକାନ୍ତ ଚଟର୍ଜୀ, ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ…

"ଅଭୟ ଚରଣ ଚଲାନଙ୍କ ଜୟନ୍ତୀ ସମାରୋହ ପାଳିତ"

ଖଡିଆଳର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ

ଖଡିଆଳ/ନୂଆପଡା-୨୭.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲା ଖଡିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳ ପଡିଆଠାରେ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଖଡିଆଳ ବିଡିଓ ଅନିଲ କୁମାର ପଟ୍ଟନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଲନ କରି ଉଦ୍ବୋଧନ ଦେଇଥିଲେ । ଏଥିରେ ଖଡିଆଳ ସହରର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମିଳିତ ପ୍ୟାରେଡରେ ଯୋଗଦେଇଥିଲେ ସଂଧ୍ୟାରେ ସ୍କୁଲର କୁନି କୁନି ଛୁଆମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ ସଂଧ୍ୟାର କାର୍ଯ୍ୟକ୍ରମରେ ସମ୍ମାନିୟ ଅତିଥି ଭାବରେ ଖଡିଆଳ ପଞ୍ଚାୟତ ସମିତର ଅଧ୍ୟକ୍ଷ ବଲକୃଷ୍ଣ ଶବର କୃତି ଛାତ୍ର ଛାତ୍ରୀ ଙ୍କୁ ପୁରଷ୍କାର ବିତରଣ କରିଥିଲେ । ଖଡିଆଳ…

"ଖଡିଆଳର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ"

ପୋଲିସ ଓ ଅବକାରୀର ବିଭାଗର ଗୁଟକା,ପାନ ମସଲା ଦୋକାନୀ ଉପରେ ମିଳିତ ଚଢାଉ

ଖଡିଆଳ/ନୂଆପଡା-୨୦.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ସହରରେ ଥିବା ୧୬ ଗୋଟି ପାନଦୋକାନ ମାନଙ୍କରେ ବିକ୍ରୀ ହେଉଥିବା ଗୁଟକା,ପାନ ମସଲା ବିକ୍ରୀ ବନ୍ଦ କରିବା ଉଦେ୍ଧଶ୍ୟରେ ଖଡିଆଳ ପୋଲିସ ଓ ଅବକାରୀ ବିଭାଗ ଏବଂ ଡ୍ରଗ ଇନିସ୍ପେକ୍ଟର ପକ୍ଷରୁ ଅତର୍କିତ ଭାବରେ ଚଢାଉ କରାଯାଇଥିବା ସୂଚନା ମିଳିଛି । ଏହି ଚଢାଉରେ ବିଭିନ୍ନ ବ୍ରାଣ୍ଡର ଗୁଟକା ବିକ୍ରୟକୁ ଜବତ କରିବା ସହିତ ଦୋକାନୀ ମାନଙ୍କୁ ଗୁଟକା ବିକ୍ରୟ ନକରିବାକୁ ଚେତାବନୀ ଦିଆଯାଇଥିଲା । ଆଗାମି ଦିନରେ ଦୋକାନୀ ମନେ ଗୁଟକା ବିକ୍ରୟ କଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହି ଚଢାଉରେ ଖଡିଆଳ ଆଇଅଇସି ସଦାନନ୍ଦ…

"ପୋଲିସ ଓ ଅବକାରୀର ବିଭାଗର ଗୁଟକା,ପାନ ମସଲା ଦୋକାନୀ ଉପରେ ମିଳିତ ଚଢାଉ"

୧୮ ମାସର ମାସିକ ଭତ୍ତା ପାଇନାହାନ୍ତି ପୂର୍ବ ୱାର୍ଡସଭ୍ୟ

ଖଡିଆଳ/ନୂଆପଡା-୨୦.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ବ୍ଲକ ଅଭିଭକ୍ତ ଲାଞ୍ଜି ପଞ୍ଚାୟତର ୧୭ ଜଣ ୱାର୍ଡ ସଭ୍ୟସଭ୍ୟା ସେମାନଙ୍କ ମାସିକ ଭତ୍ତା ପାଇନଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ ୱାର୍ଡ ସଭ୍ୟସଭ୍ୟା ଲାଞ୍ଜି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ଅଗସ୍ତିଙ୍କୁ ବାରମ୍ବାର ଏହି ବିଷୟରେ ଅବଗତ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନଥିବା ଜଣାପଡିଛି । ଗତ ୨୦୧୨ ପଞ୍ଚାୟତ ନିର୍ବାଚନରେ ଅଭିଭକ୍ତ ଲାଞ୍ଜି ପଞ୍ଚାୟତ ବର୍ତ୍ତମାନର କେନ୍ଦୁପାଟି ପଞ୍ଚାୟତକୁ ମିଶାଇ ୧୭ ଜଣ ୱାର୍ଡ ସଭ୍ୟସଭ୍ୟା ନିର୍ବାଚିତ ହୋଇଥିଲେ । ସରକାରଙ୍କ ପଞ୍ଚାୟତିରାଜ ନିୟମ ଅନୁସାରେ ୱାର୍ଡ ସଭ୍ୟସଭ୍ୟାଙ୍କୁ ମାସିକ ବୈଠକ ବାବଦରେ ଭତ୍ତା ପ୍ରଦାନ କରାଯାଇଥାଏ ।…

"୧୮ ମାସର ମାସିକ ଭତ୍ତା ପାଇନାହାନ୍ତି ପୂର୍ବ ୱାର୍ଡସଭ୍ୟ"

ସମବାୟ ବ୍ୟାଙ୍କ ଚାଷୀ ଙ୍କୁ ରୁଣ ନ ଦେଇ କରୁଛି ହଇରାଣ,ଆନେ୍ଦାଳନ ପାଇଁ ଚେତାବନୀ ଦେଲା କୃଷକ ଶକ୍ତି ସଂଗଠନ

ଖଡିଆଳ/ନୂଆପଡା-୨୦.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ୨୦୧୭/୧୮ ମରୁଡି ପରିପ୍ରେକ୍ଷୀରେ ସରକାର ଜାରୀ କରିଥିବା ବିଜ୍ଞପ୍ତି ର ନୁଆପଡା ଜିଲା ଖଡିଆଳ ସମବାୟ ବ୍ୟାଙ୍କ ଖୋଲା ଉଲଘଂନ କରୁଥିବା ଦେଖିବାକୁ ମିଲିଛି । ସରକାର ଙ୍କ ବିଜ୍ଞପ୍ତି ନମ୍ବର ୧୮୧୧୫ ତାରିଖ ୮.୧୧.୧୭ ଅନୁସାରେ ୨୦୧୭/୧୮ ବର୍ଷ ପାଇଁ ଚାଷୀ ମାନଙ୍କୁ ରିହାତି ଦେଇଥିବା କମ ଅବଧି ଖରିଫ ରୁଣ କୁ ମଧ୍ୟମ ଅବଧି ରୁଣ ରେ ପରିବର୍ତ୍ତନ କରି ଚାଷୀ ମାନଙ୍କୁ ନୁତନ ଭାବେ ୨୦୧୭/୧୮ ବର୍ଷ ର ରବି ଚାଷ ପାଇଁ ରୁଣ ଦେବା ପାଇଁ ସରକାର ନିଦେ୍ର୍ଦଶ ଜାରୀ କରିଥିଲେ । ଏହା ଦ୍ୱାରା ସେହି ସମାନ ସୁଧ ହାରରେ ଚାଷୀ ମାନେ…

"ସମବାୟ ବ୍ୟାଙ୍କ ଚାଷୀ ଙ୍କୁ ରୁଣ ନ ଦେଇ କରୁଛି ହଇରାଣ,ଆନେ୍ଦାଳନ ପାଇଁ ଚେତାବନୀ ଦେଲା କୃଷକ ଶକ୍ତି ସଂଗଠନ"

ଖଡିଆଳ ସହରରେ ଛତୁ ଫୁଟିଲା ଭଳି ମଦକୋଠୀ, ଅବକାରୀ ବିଭାଗ ନିରବ

ଖଡିଆଳ/ନୂଆପଡା-୧୯.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲାର ଖଡିଆଳ ସହରରେ ଛତୁ ଫୁଟିଲା ଭଳି ମଦକୋଠି ରହିଥିବା ବେଳେ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ସହରର ୧୩ ଗୋଟି ୱାର୍ଡର ବିଭିନ୍ନ ସ୍ଥାନରେ ବେଆଇନ ମଦକୋଠୀ ରହିଥିବା ଜଣାପଡିଛି। କିନ୍ତୁ ଏହି ମଦକୋଠୀ ଉପରେ ପ୍ରଶାସନର ନଜର ପଡୁନଥିବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାରଙ୍କ ନିୟମ ମୁତାବକ ବିଭିନ୍ନ ସ୍କୁଲ, ଶିକ୍ଷାନୁଷ୍ଠାନ ଓ ସର୍ବସାଧାରଣ ସ୍ଥାନ ମାନଙ୍କଠାରୁ ୧ରୁ୨ କି.ମି ଦୂରତାରେ ଏହି ମଦ କୋଠୀମାନ ରହିବାର ନିୟମ ରହିଥିବା ବେଳେ ଏହି ନିୟମ ସବୁ ଏଠାରେ ପାଳନ ହୋଇ ପାରୁନାହିଁ। ସହରର ବିଭିନ୍ନ ସ୍କୁଲ, ଅନୁଷ୍ଠାନ ପାଖରେ ଲାଗି ବିଭିନ୍ନ…

"ଖଡିଆଳ ସହରରେ ଛତୁ ଫୁଟିଲା ଭଳି ମଦକୋଠୀ, ଅବକାରୀ ବିଭାଗ ନିରବ"

୪୦ତମ ମିଳିତ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ଖଡିଆଳ/ନୂଆପଡା-୧୯.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ୪୦ ତମ ମିଳିତ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଗୁରୁବାର ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନକୁଳ ଶବର ଅଧ୍ୟକ୍ଷତା କରିଥିବା ବେଲେ ମୁଖ୍ୟଅତିଥି ଭାବରେ ପ୍ରାକ୍ତନ ଶିକ୍ଷକ ଜିତେନ୍ଦ୍ର ନାଥ ପାଢୀ, ବିଶିଷ୍ଟ ଅତିଥି ଭାବରେ ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭୂନନ୍ଦିନୀ ପୁରୋହିତ ଏବଂ ସାଙ୍ଗଠନିକ ସମ୍ପାଦକ ଗୌରୀଶଙ୍କର ଦୁବେ ପ୍ରମୁଖ ମଞ୍ଚାସୀନ ଥିଲେ। ଶିକ୍ଷକ ଗୌରାଙ୍ଗ କୁମାର ସାହୁ ଅତିଥି ପରିଚୟ ଏବଂ କାର୍ଯ୍ୟକ୍ରମ…

"୪୦ତମ ମିଳିତ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ"

ପୋଲିସ, ଅବକାରୀର ଚଢାଉ, ଦୋକାନୀଙ୍କୁ ଚେତାବନୀ

ଖଡିଆଳ/ନୂଆପଡା-୧୯.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ସହରରେ ଥିବା ବିଭିନ୍ନ ଦୋକାନ, ପାନଦୋକାନ ମାନଙ୍କରେ ବିକ୍ରୀ ହେଉଥିବା ଗୁଟକା, ପାନ ମସଲା ବିକ୍ରୀ ବନ୍ଦ କରିବା ଉଦ୍ଦେଶ୍ୟରେ ଖଡିଆଳ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଭାବରେ ଚଢାଉ କରାଯାଇଥିବା ସୂଚନା ମିଳିଛି। ଏହି ଚଢାଉରେ ବିଭିନ୍ନ ବ୍ରାଣ୍ଡର ଗୁଟକା ବିକ୍ରୟକୁ ଜବତ କରିବା ସହିତ ଦୋକାନୀ ମାନଙ୍କୁ ଗୁଟକା ବିକ୍ରୟ ନକରିବାକୁ ଚେତାବନୀ ଦିଆଯାଇଥିଲା। ଆଗାମି ଦିନରେ ଦୋକାନୀ ମନେ ଗୁଟକା ବିକ୍ରୟ କଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହି ଚଢାଉରେ ଖଡିଆଳ ପୋଲିସ ସବ ଇନିସ୍ପେକ୍ଟର ଆଦିତ୍ୟ ମହାକୁର ଏବଂ ଦଳ…

"ପୋଲିସ, ଅବକାରୀର ଚଢାଉ, ଦୋକାନୀଙ୍କୁ ଚେତାବନୀ"