ନୂଆପଡା-କୋମନା ବ୍ଲକର ବିଭିନ୍ନ ଗାଁରେ ଦିନଦୟ।ଲ ଜ୍ୟୋତି ଯୋଜନା ଉଦଘାଟିତ

ନୂଆପଡା-୬/୩-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)- ନୂଆପଡା ଜିଲ୍ଲା କୋମନା ବ୍ଲକର ରେଙ୍ଗ,ଜେଠୁପାଲି ଓ ଠୋଙ୍ଗୋ ଗାଁରେ ଦିନଦୟାଲ ଉପାଧ୍ୟ୍ୟାୟ ଜ୍ୟୋତି ଯୋଜନାକୁ ନୂଆପଡା ବିଧାୟକ ତଥା ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଦ୍ବାରା ଶୁଭ ଉଦଘାଟିତ ହୋଇଯାଇଛି ।ଏହି ଅବସରରେ ମଣ୍ଡଲ ସଭାପତି ପିତାମ୍ବର ନାଗ,ରାଜ୍ୟ ଏସ.ସି ମୋର୍ଚ୍ଚା ଉପ ସଭାପତି ମନିଜର ଆର୍ଯ୍ୟ,ବରିଷ୍ଠ କାଯ୍ୟକର୍ତ୍ତା ଓମ ରଣା,ଚନ୍ଦନ ଠାକୁର,ବିମଲ ଯୋଶୀ,ବରୁଣ ସୁନାନୀ ଓ ଛବାଲୋଚନ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।

"ନୂଆପଡା-କୋମନା ବ୍ଲକର ବିଭିନ୍ନ ଗାଁରେ ଦିନଦୟ।ଲ ଜ୍ୟୋତି ଯୋଜନା ଉଦଘାଟିତ"

ତାଜାଖବର ନୂଆପଡା- ସିନାପାଲି ବ୍ଲକ ଭରୁଆମୁଣ୍ଡା ଠାରେ  ବସ ଦୁର୍ଘଟଣା,୫ ଆହତ

ନୂଆପଡା- ୬/୩-( ଓଡିଆ ପୁଅ /ନନ୍ଦିଘୋଶ ଖମାରୀ)- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ଠାରେ ଏକ ଯାତ୍ରୀବାହୀ ଭୋଇବସ ଓଲଟି ଯିବାରୁ ୫ ଜଣ ଆହତ ହୋଇଥିବା ଜଣା ପଡିଛି ।ଆହତଙ୍କୁ ଧର୍ମଗଡ  ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ସୂଚନା ମିଲିଛି ।

"ତାଜାଖବର ନୂଆପଡା- ସିନାପାଲି ବ୍ଲକ ଭରୁଆମୁଣ୍ଡା ଠାରେ  ବସ ଦୁର୍ଘଟଣା,୫ ଆହତ"

ପଞ୍ଚାୟତରାଜ ଦିବସ ପାଳିତ

ଖଡିଆଳ/ନୂଆପଡା-୦୬.୦୩.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୁଆପଡା ଜିଲା ଖଡିଆଳ ପଞ୍ଚାୟତ ସମିତି ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ପ୍ରବାଦ ପୂରୁଷ ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ରରେ ପୁଷ୍ପ ଦୀପ ପ୍ରଜ୍ଜଳନ କରାଯାଇଥିଲା । ଭୂଲିଆ ସିକୁଅାଁ ସେବାଶ୍ରମର ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗିତ ଗାନ କରିଥିଲେ । ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ କ୍ଷଣପ୍ରଭା ପାଣୀଗ୍ରହୀ ସଂଯୋଜନା କରିଥିବା ବେଲେ ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ହିତାଧିକାରୀ ରତ୍ନାଞ୍ଜଳୀ ପାଣିଗ୍ରାହୀ , ଆଲ୍ଲାସ ଉଲ୍ଲା ଖାନ , ମୁଚୁରାମ ଭୋଇ, ମିରା ବାଗ ସରକାର କରିଥିବା ବିଭିନ୍ନ ହିତାକାଙ୍ଖୀ ଯୋଜନା ଉପରେ ନିଜ ନିଜ ମତ ରଖିଥିଲେ । ମୁଖ୍ୟ…

"ପଞ୍ଚାୟତରାଜ ଦିବସ ପାଳିତ"

ରକ୍ତଦାନ ଶିବିର

ଖଡିଆଳ/ନୂଆପଡା-୦୬.୦୩.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୪ ଜଣ ରକ୍ତଦାନ କରିଥିଲେ । ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସୁପ୍ରିୟ ଚର୍ଟ୍ଟଜି ମୁଖ୍ୟ ଅତିଥି , ଯୁକ୍ତ ୨ ଅଧ୍ୟକ୍ଷ ଗଙ୍ଗାଧର ପାଣିଗ୍ରାହୀ, ଡିନ୍ ଡଃ. ହରେନ୍ଦ୍ର ପଣ୍ଡା, ଯୁବ ରେଡକ୍ରସ କାଉନ୍ସିଲର ଡଃ. ତରୁଣ କୁମାର ପ୍ରଧାନ,ସାମ୍ବାଦିକ ସୁଜିତ କୁମାର ପ୍ରଧାନ ପ୍ରମୁଖ ସମ୍ମନୀତ ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ଏକ ମହତ ଦାନ ହୋଇଥିବାରୁ ସମସ୍ତେ ସ୍ୱେଛାକୃତ ଭାବରେ ରକ୍ତଦାନ କରି ଲୋକଙ୍କୁ ମରଣ…

"ରକ୍ତଦାନ ଶିବିର"

ନୂଆପଡା-ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ରେଟ୍ରୋ ସ୍କୁଟି ପ୍ରଦାନ

ନୂଆପଡା- ୩/୩-(ଓଡ଼ିଆ ପୁଅ/ନନ୍ଦିଘୋଷ ଖମାରୀ)- ରାଜ୍ୟସଭା ସାଂସଦ ଏ ଭି ସ୍ୱାମୀ ଙ୍କ ପାଣ୍ଠିରୁ ନୂଆପଡା ଜିଲ୍ଲାରେ ଥିବା ଦିବ୍ୟାଙ୍ଗ ଭାଈ ଭଉଣୀ ମାନଙ୍କୁ ଆଜି ରେଟ୍ରୋ ସ୍କୁଟି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମ୍ମାନୀତି ଅତିଥି ଭାବେ ଏଡିଏମ ତ୍ରିଲୋଚନ ମିଞ୍ଜ, ଡିଏଲସି ଡ଼ ଶିବପ୍ରସାଦ ବେହେରା ପ୍ରମୁଖ ଯୋଗ ଦେଇ ସ୍ବାମୀ ଙ୍କ ଏଭଳି ପଦକ୍ଷେପ କୁ ଭୁୟସୀ ପ୍ରଶଂସା କରିଥିଲେ । ଏବଂ ଆଗାମୀ ଦିନରେ ସାମାଜିକ ସସ୍କାର ଲାଗି ସମସ୍ତଙ୍କ ପାଇଁ ଏହା ଏକ ଉଦାହରଣ ହୋଇ ରହିବ ବୋଲି ରାଜ୍ୟ ସଭାପତି ବସନ୍ତ…

"ନୂଆପଡା-ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ରେଟ୍ରୋ ସ୍କୁଟି ପ୍ରଦାନ"

ଫୁଟପାଥର ବ୍ୟବସାୟୀ,୪୦ ବର୍ଷଧରି ବହି ବିକୁଛନ୍ତି କ୍ଷୀରୋଦ

ଖଡିଆଳ/ନୂଆପଡା-୨୫.୦୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚନାବେଡା ପଞ୍ଚାୟତର ବରପଦର ଗାଁ ନିବାସୀ କ୍ଷୀରୋଦ ବେହେରା,ବୟସ ୬୯ ବର୍ଷ ଛୁଇଲାଣୀ, ଏ ବୟସରେ ମଧ୍ୟ ହସ ହସ ମୁହଁ, ତାଙ୍କୁ ଅନେକ ଲୋକ ଭକ୍ତି କରନ୍ତି, ପ୍ରଶଂସା ମଧ୍ୟ କରନ୍ତି । ତାଙ୍କୁ ଯେତେବେଳେ ୨୫ ବର୍ଷ ବୟସ ହୋଇଥିଲା ସେତେବେଳେ ଜୀବନ ଜୀବିକା ନିର୍ବାହ ପାଇଁ ଆରମ୍ଭ କରିଥିଲେ ବହି ବ୍ୟବସାୟ । ପ୍ରଥମ ବର୍ଷ ସାଇକେଲରେ ଖଡିଆଳ ଅଞ୍ଚଳର ବଜାର ବଜାର ବୁଲି ବହି ବିକୁଥିଲେ, କିନ୍ତୁ ତାଙ୍କୁ ହଇରାଣ ସହ ଅସୁବିଧା ଦେଖାଦେଇଥିଲା । ଫଳରେ ସେହି ଦିନ ଠାରୁ ଜିଲାର ମୁଖ୍ୟ ସହର ଖଡ଼ିଆଳ ସହରର…

"ଫୁଟପାଥର ବ୍ୟବସାୟୀ,୪୦ ବର୍ଷଧରି ବହି ବିକୁଛନ୍ତି କ୍ଷୀରୋଦ"

ତାଜାଖବର: ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ପୋଲିସ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଦୁଇ ଏସଓଜି ଜବାନ ଆହତ

ନୂଆପଡ଼ା ୨୫-୨ (ଓଡ଼ିଆ ପୁଅ/ନନ୍ଦୀଘୋଷ ଖମାରୀ) ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଖୋଲିଭିତର ଜଙ୍ଗଲରେ ବିଷ୍ପୋରଣରେ ଦୁଇ ଏସଓଜି ଜବାନ ଆହତ ହୋଇ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆଜି ନୂଆପଡାର ଏସଓଜି ଜବାନମାନେ କୁମ୍ବି ଅପରେଶନରେ ସୁନାବେଡା ଅଭୟାରଣ୍ୟକୁ ଯାଇଥିଲେ। ସୁନାବେଡାର ଖୋଲିଭିତର ଜଙ୍ଗଲରେ କୁମି ଅପରେସନ ବେଳେ ହଠାତ ବିଷ୍ପୋରଣ ହୋଇଥିଲା ।ଏଥିରେ ଦୁଇ ଜଣ ଏସଓଜି ଜବାନ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ସେମାନଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ବିଷ୍ପୋରଣରେ ମାଓବାଦୀ ପୁର୍ବରୁ ବୋମା ଖଞ୍ଜି ଥିବା କୁହାଯାଉଛି ନୂଆପଡ଼ା ପୋଲିସର ପାଲଟା ଆକ୍ରମଣରେ ମାଓବାଦୀମାନେ ମଧ୍ୟ ଲହୁଲୁହାଣ ହୋଇଥିବା…

"ତାଜାଖବର: ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ପୋଲିସ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଦୁଇ ଏସଓଜି ଜବାନ ଆହତ"

ନୂଆପଡା-ଜୁଆ ଆଡ୍ଡା ଉପରେ ପୋଲିସର ଚଢଉ,୨ ଲକ୍ଷରୁ ଅଧିକ ଟଙ୍କା ସମେତ ବହୁ ସାମଗ୍ରୀ ଜବତ

ନୂଆପଡା-୨୪/୨-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ- ନୂଆପଡା ଜିଲ୍ଲା ସ୍ଥିତ ଜୁନାନୀ ଜଙ୍ଗଳରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ  ନୂଆପଡା ପୁଲିସ ଅତର୍କିତ ଭାବରେ ଚଢଉ କରି ୧୪ ଜଣ ଜୁଆଡିକୁ ଗିରଫ କରିବାରେ ସଫଳ ହୋଇଛି । ଏହା ସମେତ ସେମାନଙ୍କ ଠାରୁ ନଗଦ ୨ ଲକ୍ଷ ୧୦ ହଜାର ୭୨୬ ଟଙ୍କା,୧୪ ଗୋଟି ମୋବାଈଲ ଫୋନ,୧୪ ଗୋଟି ମୋଟର ସାଇକଲ,୨୦୮ ଟି ତାସପତି ସହ ଗୋଟିଏ ଲେଖାଁ ଏଟିଏମ ଓ ଭୋଟର କାର୍ଡ  ଜବତ କରିଛି । ୨୦୧୮ର ଆରମ୍ଭରେ ଏତେ ପରିମାଣର ଟଙ୍କା ଜୁଆ ଆଡ୍ଡାରୁ ଜବତ ହେବା ଏହା ପ୍ରଥମ ବୋଲି ନୂଆପଡା ଡିଏସପି ବିଦ୍ୟୁତ ପଣ୍ଡା ଏକ ସମ୍ବାଦିକ ସମ୍ବିଲନୀରେ…

"ନୂଆପଡା-ଜୁଆ ଆଡ୍ଡା ଉପରେ ପୋଲିସର ଚଢଉ,୨ ଲକ୍ଷରୁ ଅଧିକ ଟଙ୍କା ସମେତ ବହୁ ସାମଗ୍ରୀ ଜବତ"

ନୂଆପଡା-ଭିଜିଲାନ୍ସ ହାତରେ ଲାଞ୍ଚୁଆ ବୋଡେନ ଥାନା ଏସ.ଆଇ ଗିରଫ

ନୂଆପଡା-୨୩/୨-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ- ନୂଆପଡା ଜିଲ୍ଲା ଅନ୍ତର୍ଗତ ବୋଡେନ ଥାନାର  କାର୍ଯ୍ୟରତ ଏସ. ଆଇ ପ୍ରଭାତ କୁମାର ପଣ୍ଡା ମାତ୍ର ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଗିରଫ ହୋଇଛନ୍ତି । ହସ୍ତଗତ ହୋଇଥିବା ସୂଚନା ଅନୁସାରେ ବୋଡେନ ବ୍ଲକ କ୍ଷୀରମାଲ ଗାଁର ଜଗଦୀଶ ଅଦାଙ୍କ ଭାଇ ମଧ୍ୟରେ ହୋଇଥିବା କଳହକୁ ସମାଧାନ ଓ ମାମଲାର ଧାରାକୁ କମ କରେଇଦେବା ନାଁରେ ଆଜି ଜଗଦୀଶଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।ଏହା ପୂର୍ବରୁ ଖବର ପାଇ ନୂଆପଡା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ସମେତ କଲାହାଣ୍ଡି ଓ ନବରଙ୍ଗପୁର ଭିଜିଲାନ୍ସ ବିଭାଗର କର୍ମକର୍ତ୍ତା ମାନେ ଏସ.ଆଇ ପ୍ରଭାତ ପଣ୍ଡାଙ୍କୁ…

"ନୂଆପଡା-ଭିଜିଲାନ୍ସ ହାତରେ ଲାଞ୍ଚୁଆ ବୋଡେନ ଥାନା ଏସ.ଆଇ ଗିରଫ"

ଆସନ୍ତାପୌର ନିର୍ବାଚନ ପାଇଁ ପ୍ରସ୍ତୁତିଜୋରଦାର ଖଡ଼ିଆଳବିଜ୍ଞାପିତ ଅଂଚଳ ୧୩ ୱାର୍ଡରୁ ୧୫ କୁବର୍ଦ୍ଧିତ

ଖଡିଆଳ/ନୂଆପଡା-୨୩.୦୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡାଜିଲ୍ଲାରେ ୩ ଗୋଟିବିଜ୍ଞାପିତ ଅଂଚଳ ପରିଷଦ ଥିବାବେଳେ ୫ ଗୋଟି ପଂଚାୟତସମିତି ଅବସ୍ଥିତ । ନୂଆପଡ଼ାଜିଲ୍ଲା ଆଦିବାସୀ ଓ ପଛୁଆଶ୍ରେଣୀଲୋକ ଅଧିକବସବାସକରନ୍ତି । ବର୍ତ୍ତମାନ ଜିଲ୍ଲାରହାରାହାରି ୬ ଲକ୍ଷରୁ ଅଧିକଲୋକସଂଖ୍ୟାରହିଛି । ସେହିପରିଜିଲ୍ଲାରେ ୩ ଗୋଟିବିଜ୍ଞାପିତ ଅଂଚଳ ପରିଷଦ ନୂଆପଡ଼ା, ଖରିଆରରୋଡ଼ ଓ ଖଡ଼ିଆଳରହିଛି । ୩ ଗୋଟିମଧ୍ୟରୁ ଅଗ୍ରଣୀବିଜ୍ଞାପିତ ଅଂଚଳଭାବରେଖଡ଼ିଆଳବିଜ୍ଞାପିତ ଅଂଚଳକୁକୁହାଯାଏ । ଖଡ଼ିଆଳବିଜ୍ଞାପିତ ଅଂଚଳ ୨୦୧୫ ଜନଗଣନାହିସାବରେ ୧୫୦୬୬ ଲୋକସଂଖ୍ୟା ଥିବାବେଳେଏବେହାରାହାରି ୨୦୦୦୦ ରୁଉଦ୍ଧ୍ୱର୍ଲୋକସଂଖ୍ୟା ଥିବାଜଣାପଡ଼େ । ଆଗକୁପୌର ନିର୍ବାଚନ ପାଖକୁ ଆସୁଥିବାଯୋଗୁଁଖଡ଼ିଆଳବିଜ୍ଞାପିତକାର୍ଯ୍ୟାଳୟରେକାଗଜ ପତ୍ରସଜାଡ଼ିବାନେଇଚଳଚଂଚଳ ଦେଖା ଦେଇଛି । ପୌର ପରିଷଦକୁବିଭିନ୍ନୱାର୍ଡରେ ଓ ଆସନ ସଂରକ୍ଷଣଚିଠା ଅଧିସୂଚନା ପ୍ରକାଶ ପାଇବା ପରେଖଡ଼ିଆଳସହରରେ ଆଶାୟୀ ପ୍ରାର୍ଥୀ ପ୍ରାର୍ଥୀନି ଓ ସମର୍ଥକଙ୍କମଧ୍ୟରେଉତ୍ସାହ…

"ଆସନ୍ତାପୌର ନିର୍ବାଚନ ପାଇଁ ପ୍ରସ୍ତୁତିଜୋରଦାର ଖଡ଼ିଆଳବିଜ୍ଞାପିତ ଅଂଚଳ ୧୩ ୱାର୍ଡରୁ ୧୫ କୁବର୍ଦ୍ଧିତ"