ଆଦିତ୍ୟ ବାହିନୀର ଜିଲ୍ଲା ସ୍ତରୀୟ ବୈଠକ

ନବରଙ୍ଗପୁର ୨୯-୧ (କିଶୋର କୁମାର ପଟ୍ଟନାୟକ): ଡାବୁଗାଁ ଶିବ ମନ୍ଦିରଠାରେ ଆଦିତ୍ୟ ବାହିନୀର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠୀତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ଦଶଗୋଟି ବ୍ଲକର କର୍ମକର୍ତ୍ତାଙ୍କୁ ନେଇ ଏହି ବୈଠକ ଅନୁଷ୍ଠୀତ ହୋଇଛି। ଏଥିରେ ଆଦିତ୍ୟ ବାହିନୀର ନବରଙ୍ଗପୁର ଜିଲ୍ଲା କ୍ଷେତ୍ରୀୟ ସଂମ୍ପାଦକ କୁନା ପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ରାଜ ପୁରୋହୀତ ନରସିଂହ ତ୍ରୀପାଠୀ ଯୋଗ ଦେଇ ଆଦିତ୍ୟ ବାହିନୀର ମୂଳ ଉଦ୍ଦେଶ୍ୟ ଓ ଲକ୍ଷ ସଂମ୍ପର୍କରେ ବିସୃତ ସୂଚନା ଦେଇଥିଲେ। ଏହି ଅବସରରେ ଡାବୁଗାଁ ଆଦିତ୍ୟ ବାହିନୀ ଶାଖା ଗଠନ କରାଯାଇଥିଲା। ଆଗାମି ୧୫ ଦିନ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ଅନ୍ୟାନ୍ୟ ବ୍ଲକରେ ଏହାର ଶାଖା…

"ଆଦିତ୍ୟ ବାହିନୀର ଜିଲ୍ଲା ସ୍ତରୀୟ ବୈଠକ"

ବ୍ରହ୍ମାକୁମାରୀଜ୍ ର ମୁଖ୍ୟ ସେବାକେନ୍ଦ୍ର ଓମ୍ ନିବାସର ୪୨ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର, ତା ୨୬ା୧ା୨୦୧୮ରିଖ (ଓଡ଼ିଆ ପୁଅ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଓମ୍ ନିବାସ, ୟୁନିଟ୍-୯, ଭୁବନେଶ୍ୱର ଆନୁକୂଲ୍ୟରେ ମୁଖ୍ୟ ସେବାକେନ୍ଦ୍ରର ୪୨ତମ ବାର୍ଷିକ ଉତ୍ସବ ପାଳିତ ବହୁ ଧୁମ୍ଧାମରେ ପାଳନ କରାଯାଇଛି। ଦ୍ୱୀପ ପ୍ରଜ୍ୱଳନ କରି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା। ସକାଳ ୭ଟାରେ ପ୍ରଥମେ ଜାତୀୟ ପତାକା ଓ ଶିବ ବାବାଙ୍କ ପତାକା ଉତ୍ତୋଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ରୀଯୁକ୍ତ ଅଜୟ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ପିପିଲି ମହାବିଦ୍ୟାଳୟର ଅଧ୍ୟାପିକା ଡଃ ପ୍ରତିଭା ମହାରଥି, ସମ୍ମାନୀୟ ଅତିଥି ରୂପେ ବରିଷ୍ଠ ଆଇନ୍ଜୀବୀ କୈଳାସ ଚନ୍ଦ୍ର କାନୁନ୍ଗୋ, ପ୍ରକାଶ ମହାପାତ୍ର ପ୍ରମୁଖ ଯୋଗଦାନ…

"ବ୍ରହ୍ମାକୁମାରୀଜ୍ ର ମୁଖ୍ୟ ସେବାକେନ୍ଦ୍ର ଓମ୍ ନିବାସର ୪୨ତମ ବାର୍ଷିକ ଉତ୍ସବ ପାଳିତ"

ନବରଙ୍ଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ବଦଳି

ନବରଙ୍ଗପୁର ୧୭-୧ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ନବରଙ୍ଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ବଦଳି ହୋଇଛି। ତାଙ୍କ ବଦଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚ୍ଚିବ ଡଃ ଅଜିତ କୁମାର ମିଶ୍ରଙ୍କୁ ବଦଳି କରାଯାଇଛି। ସୂଚନା ଯୋଗ୍ୟ ଯେ, ୨୦୧୦ ବ୍ୟାଚର ଆଇଏଏସ ରଶ୍ମୀତା ପଣ୍ଡା ନବରଙ୍ଗପୁରରେ ୧ ମେ ୨୦୧୫ରେ ଜିଲ୍ଲାପାଳ ରୂପେ ଦାୟୀତ୍ୱ ଗ୍ରହଣ କରି ଜିଲ୍ଲାକୁ “ଜିରୋ ଡିଷ୍ଟ୍ରିଟ”ରୁ ପରିବର୍ତ୍ତନ କରି ଜିଲ୍ଲାକୁ ବିକାଶ ପଥରେ ଆଗେଇ ନେଇପାରିଥିଲେ। ସେ ଏଥିପାଇଁ ରାଜ୍ୟ ସରକାରଙ୍କଠାରୁ ଚାରି ଚାରି ଥର ପୁରଷ୍କୃତ ହୋଇଥିଲେ। ଜିଲ୍ଲାରେ କମଳମତି ଶିଶୁମାନଙ୍କ ପେଟରେ ଚେଙ୍କ ଦେବା ଘଟଣାକୁ ସେ ଦୃଢ ବିରୋଧକରି “ଜ୍ୟୋତି”ନାମକ କାର୍ଯ୍ୟକ୍ରମ…

"ନବରଙ୍ଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ବଦଳି"

ଫେସବୁକ ପୋଷ୍ଟକୁ ନେଇ ଡାବୁଗାଁ ବନ୍ଦ

ନବରଙ୍ଗପୁର ୧୮-୧ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ହିନ୍ଦୁ ଧର୍ମ ଓ ବ୍ରାହ୍ନଣ ଜାତି ବିରୁଦ୍ଧରେ ଫେସବୁକରେ ପୋଷ୍ଟ କରିଥିବା ଯୁବକଙ୍କ ଗିରଫ ଦାବିରେ ମଙ୍ଗଳବାର ଡାବୁଗାଁ ବନ୍ଦ ପାଳନ କରାଯାଇଛି। ରାଜେଶ ଜାନି ଓରଫ ରାଜେଶ ବାଘ ନାମକ ଯୁବକ ଗତ ୧୦ ଓ ୧୧ତାରିଖରେ ଏଭଳି ପୋଷ୍ଟ ନିଜ ଫେସବୁକ ଆକାଉଣ୍ଟ ମାଧ୍ୟମରେ ପଠାଇଥିଲେ। ଏଥିରେ ଡାବୁଗାଁ ଗ୍ରାମବାସୀଙ୍କ ସମେତ ବ୍ରାହ୍ନଣ ସମାଜ ତୀବ୍ର ପ୍ରତିକ୍ରୀୟା ସୃଷ୍ଟିକରି ରାଜେଶଙ୍କ ବିରୁଦ୍ଧରେ ପୃଥକ ପୃଥକ ଏତଲା ଦାୟର କରିଥିଲେ। ଏହାଛଡା ରାଜେଶଙ୍କ ଗିରଫ ଦାବିରେ ଗତ ରବିବାର ଦିନ ଧାରଣା ଓ ରାସ୍ତାରୋକ ପରେ ମଙ୍ଗଳବାର ଡାବୁଗାଁ ବନ୍ଦ ପାଳନ କରାଯାଇଥିଲା। (ପ୍ରତିକାତ୍ମକ ଫଟୋ)

"ଫେସବୁକ ପୋଷ୍ଟକୁ ନେଇ ଡାବୁଗାଁ ବନ୍ଦ"

ତେନ୍ତୁଳିଖୁଣ୍ଟି ବ୍ଲକର ବାରିଗୁଡା ଗ୍ରାମରେ ଧାନ ଗଦାରେ ନିଆଁ ଲାଗି ବହୁ କ୍ଷତି

ନବରଙ୍ଗପୁର ୧୮-୧ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ବାରିଗୁଡା ଗ୍ରାମରେ ଧାନ ଗଦାରେ ନିଆଁ ଲାଗି ବହୁ କ୍ଷତି ହୋଇଛି। ମଙ୍ଗଳବାର ଦିନ ସଂପୃକ୍ତ ଗ୍ରାମର ଏକ ଧାନ ଖଳାରେ ନିଆଁ ଲାଗିଯିବାରୁ ଖଳାରେ ଥିବା ବିଭିନ୍ନ ଚାଷୀଙ୍କ ଧାନଗଦାରେ ନିଆଁ ଲାଗିଯାଇଛି। ୧୭ଜଣ ଚାଷୀ ଧାନ କାଟିବାପରେ ଅମଳ ପାଇଁ ଖଳାରେ କଟାଧାନକୁ ଗଛିତ ରଖିଥିଲେ। ଗ୍ରାମବାସୀମାନଙ୍କ ସମେତ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗର ଦମକଳ ଉଦ୍ୟମରେ ନିଆଁକୁ ଆୟତ କରାଯାଇଥିଲା। (ପ୍ରତିକାତ୍ମକ ଫଟୋ)

"ତେନ୍ତୁଳିଖୁଣ୍ଟି ବ୍ଲକର ବାରିଗୁଡା ଗ୍ରାମରେ ଧାନ ଗଦାରେ ନିଆଁ ଲାଗି ବହୁ କ୍ଷତି"

ସ୍ୱାମୀର ଅମାନବୀୟ କାଣ୍ଡ: ସ୍ତ୍ରୀ ଓ ଶିଶୁ କନ୍ୟାକୁ ଜିଅନ୍ତା ଜାଳି ହତ୍ୟା କଲା

ନବରଙ୍ଗପୁର ୧୮-୧ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ଜିଲ୍ଲାର କୋଡିଙ୍ଗା ଥାନା ଅର୍ନ୍ତଗତ ଚିରିମା ଗ୍ରାମରେ ଘଟିଯାଇଛି ଏକ ଅମାନବୀୟ ନୃଶଂସ କାଣ୍ଡ। ନିଜ ସ୍ତ୍ରୀ ଓ ୬ ମାସର ଶିଶୁ କନ୍ୟାକୁ ଜିଅନ୍ତା ଜାଳି ହତ୍ୟା କରିଛି ସ୍ୱାମୀ। ଘଟଣା ଅନୁଯାୟୀ ଗୁରୁବାର ସକାଳେ ଚିରିମା ଗ୍ରାମର ଟଙ୍କଧର ଭତ୍ରା କୋଡିଙ୍ଗା ଥାନାରେ ନିଜ ସ୍ତ୍ରୀ ଓ ଶିଶୁ କନ୍ୟାକୁ ହତ୍ୟା କରିଥିବା ବୟାନ ଦେଇ ଆତ୍ମ ସମର୍ପଣ କରିଥିଲା। ଅପରପକ୍ଷେ, ଚିରିମା ଗ୍ରାମରେ ଟଙ୍କଧର ଭତ୍ରାଙ୍କ ଘରୁ ଧୁଆଁ ବାହାରୁଥିବା ଗ୍ରାମବାସୀ ଦେଖିଥିଲେ। ଘଟଣା ସ୍ଥଳରେ ଗ୍ରାମବାସୀମାନେ ପହଞ୍ଚି ଟଙ୍କଧର ଭତ୍ରାଙ୍କ ପତ୍ନୀ ଲୀଳା ଭତ୍ରା ଓ ତାଙ୍କ ୬ ମାସର ଶିଶୁ…

"ସ୍ୱାମୀର ଅମାନବୀୟ କାଣ୍ଡ: ସ୍ତ୍ରୀ ଓ ଶିଶୁ କନ୍ୟାକୁ ଜିଅନ୍ତା ଜାଳି ହତ୍ୟା କଲା"

ଲାଖ ଶିଳ୍ପ ପ୍ରଶିକ୍ଷଣ ଓ ଉତ୍ପାଦନ କେନ୍ଦ୍ରର ଶୁଭାରମ୍ଭ

ନବରଙ୍ଗପୁର ୧୫-୧(ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ଲାଖ ଶିଳ୍ପ ପାଇଁ ନବରଙ୍ଗପୁର ସହର ଅନାଦି କାଳରୁ ପ୍ରସିଦ୍ଧ ଲାଭ କରିଥିବାବେଳେ ଏହି ଶିଳ୍ପର ଅଧିକ ଉନ୍ନତି ପାଇଁ ବର୍ତ୍ତମାନ ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ସୋମବାର ସ୍ଥାନୀୟ ଶଙ୍ଖାରୀ ସାହି ଠାରେ “ଲାଖ ଶିଳ୍ପ ପ୍ରଶିକ୍ଷଣ ଓ ଉତ୍ପାଦନ କେନ୍ଦ୍ରର” ଶୁଭାରମ୍ଭ ହୋଇଯାଇଛି। ଏହି କେନ୍ଦ୍ରକୁ ଜିଲ୍ଲା ଶିଲ୍ପକେନ୍ଦ୍ରର ଜି ଏମ୍ ମହେଶ ଦାଶ ଉଦ୍ଘାଟନ କରିଥିଲେ। ଏହି କେନ୍ଦ୍ରରେ ମାଷ୍ଟର କ୍ରାଫ୍ଟ ମେନେଜର ଶିକ୍ଷକ କୁନ୍ତଳ କୁମାରୀ ପାତ୍ର ୧୫ଜଣ ତାଲିମ ଗ୍ରହଣକାରୀଙ୍କୁ ପ୍ରଶିକ୍ଷିତ କରିବେ। ସଂପୃକ୍ତ ତାଲିମ ଗ୍ରହଣକାରୀଙ୍କୁ ମାସିକ ୧୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲି ଜଣାପଡିଛି। ସୂଚନା…

"ଲାଖ ଶିଳ୍ପ ପ୍ରଶିକ୍ଷଣ ଓ ଉତ୍ପାଦନ କେନ୍ଦ୍ରର ଶୁଭାରମ୍ଭ"