ନବରଙ୍ଗପୁର: ମୁନିସିପାଲିଟି ନିଜ ଦାୟୀତ୍ୱ ତୁଲାଉ ନାହିଁ: ଜିଲ୍ଲାପାଳ

ନବରଙ୍ଗପୁର ୭-୨ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ସ୍ଥାନୀୟ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଡଃ ଅଜିତ ମିଶ୍ର ମୁନିସିପାଲିଟିର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନବରଙ୍ଗପୁର ସହରର ଅବସ୍ଥା ସଂମ୍ପର୍କରେ ଗଣମାଧ୍ୟମକୁ ଅବଗତ କରିବା ସହ ଏହାର ସମାଧାନ ପାଇଁ ସେ ଜନ ସାଧାରଣଙ୍କ ସହଯୋଗ କାମନା କରିଥିଲେ। ନୂତନ ଭାବେ ସେ କାର୍ଯ୍ୟରେ ଯୋଗ ଦେବାପରେ ନବରଙ୍ଗପୁର ସହର ବୁଲି ଯାହା ଅନୁଭବ କଲେ ସେ ସଂମ୍ପର୍କରେ ଡଃ ମିଶ୍ର ଗଣମାଧ୍ୟମକୁ ଅବଗତ କରିଥିଲେ। ତାଙ୍କ କହିବାନୁଯାୟୀ, ନବରଙ୍ଗପୁର ପୌରାଞ୍ଚଳରେ ବହୁ ସମସ୍ୟା ରହିଛି। ସହରଟି ଅଳିଆ ଆବର୍ଜନାରେ ଭରପୂର ରହିଛି। ପର୍ଯ୍ୟାପ୍ତ ପରିମାଣରେ ଡଷ୍ଟବିନ…

"ନବରଙ୍ଗପୁର: ମୁନିସିପାଲିଟି ନିଜ ଦାୟୀତ୍ୱ ତୁଲାଉ ନାହିଁ: ଜିଲ୍ଲାପାଳ"

ଶିକ୍ଷୟତ୍ରୀଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ପାଇଖାନାକୁ ସଫା କଲେ ଛାତ୍ର

ନବରଙ୍ଗପୁର ୭-୨ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ବିଦ୍ୟାଳୟର ପାଇଖାନାକୁ ଛାତ୍ରମାନଙ୍କ ଦ୍ୱାରା ଶିକ୍ଷୟତ୍ରୀ ସଫା କରେଇବା ଘଟଣା ସାମନ୍ନାକୁ ଆସିଛି। ଏପରି ଘଟଣା ଘଟିଛି ସଦର ମହକୁମାସ୍ଥିତ ଫରେଷ୍ଟ କଲୋନୀ ପ୍ରାଥମିକ ବିଦ୍ୟାଳୟରେ। ଏହି ଘଟଣା ସଂମ୍ପର୍କରେ ସହରରେ ଏକ ଭିଡିଓ ଭାଇରାଲ ହେବା ପରେ ଗଣମାଧ୍ୟମ ଦୃଷ୍ଟିଗୋଚର ହୋଇଥିଲା। ଉକ୍ତ ଭିଡିଓରେ ୪ ଜଣ ଛାତ୍ରମାନେ ବିଦ୍ୟାଳୟ ପରିସରରେ ଥିବା ଏକ ପାଇଖାନାକୁ ୟୁନିଫର୍ମ ପରିଧାନ କରି ସଫା କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣାର ସତ୍ୟା ସତ୍ୟ ସଂମ୍ପର୍କରେ ସଂପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରେମଲତା ଆଶାଙ୍କୁ ଯୋଗାଯୋଗ କରାଯାଇଥିଲା। ଶିକ୍ଷୟତ୍ରୀ ଘଟଣାଟି ସତ୍ୟ ବୋଲି ସ୍ୱୀକାର କରିବା…

"ଶିକ୍ଷୟତ୍ରୀଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ପାଇଖାନାକୁ ସଫା କଲେ ଛାତ୍ର"

ହତ୍ୟା ଉଦ୍ୟମ କାରୀଙ୍କୁ ୪ ବର୍ଷ ଜେଲ୍

ନବରଙ୍ଗପୁର ୪-୨ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ନବରଙ୍ଗପୁର ସି ଜେ ଏମ ଶୁକ୍ରବାର ଏକ ହତ୍ୟା ଉଦ୍ୟମ ଘଟଣାର ବିଚାରଣ କରି ଅଭିଯୁକ୍ତକୁ ୪ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସିଜେଏମ ସିଟି କେସ ନମ୍ବର ୨୨୪/୧୭ର ବିଚାରଣ କରି ଅଭିଯୁକ୍ତ ରଘୁନାଥ କୁମ୍ଭାରକୁ ଏହି ଦଣ୍ଡ ଶୁଣାଇଛନ୍ତି। ଏହି ମାମଲା ଅନୁଯାୟୀ, ୧୪/୮/୨୦୧୭ ଦିନ ଭୋର ସାଢେ ପାଞ୍ଚଟା ସମୟରେ ସାଗରମୁଣ୍ଡା ଗ୍ରାମର ଚିତ୍ରସେନ ମାଝୀ ଓ ରମେଶ ନାୟକ ଗାଧୂଆ ସାରି ଫେରୁଥିଲେ। ଏହି ସମୟରେ ଗ୍ରାମର ସ୍କୁଲ ନିକଟରେ ଉକ୍ତ ଗ୍ରାମର ରଘୁନାଥ କୁମ୍ଭାର ଛପି ରହି ଚିତ୍ରସେନ ମାଝୀ ଉପରେ ମାରାଣନ୍ତକ ଆକ୍ରମଣ କରିଥିଲା। ନିକଟରେ ଥିବା ରମେଶ ନାୟକଙ୍କ…

"ହତ୍ୟା ଉଦ୍ୟମ କାରୀଙ୍କୁ ୪ ବର୍ଷ ଜେଲ୍"

ହତ୍ୟା ଉଦ୍ୟମ କାରୀଙ୍କୁ ୪ ବର୍ଷ ଜେଲ୍

ନବରଙ୍ଗପୁର ୨-୨ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ନବରଙ୍ଗପୁର ସି ଜେ ଏମ ଶୁକ୍ରବାର ଏକ ହତ୍ୟା ଉଦ୍ୟମ ଘଟଣାର ବିଚାରଣ କରି ଅଭିଯୁକ୍ତକୁ ୪ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସିଜେଏମ ସିଟି କେସ ନମ୍ବର ୨୨୪/୧୭ର ବିଚାରଣ କରି ଅଭିଯୁକ୍ତ ରଘୁନାଥ କୁମ୍ଭାରକୁ ଏହି ଦଣ୍ଡ ଶୁଣାଇଛନ୍ତି। ଏହି ମାମଲା ଅନୁଯାୟୀ, ୧୪/୮/୨୦୧୭ ଦିନ ଭୋର ସାଢେ ପାଞ୍ଚଟା ସମୟରେ ସାଗରମୁଣ୍ଡା ଗ୍ରାମର ଚିତ୍ରସେନ ମାଝୀ ଓ ରମେଶ ନାୟକ ଗାଧୂଆ ସାରି ଫେରୁଥିଲେ। ଏହି ସମୟରେ ଗ୍ରାମର ସ୍କୁଲ ନିକଟରେ ଉକ୍ତ ଗ୍ରାମର ରଘୁନାଥ କୁମ୍ଭାର ଛପି ରହି ଚିତ୍ରସେନ ମାଝୀ ଉପରେ ମାରାଣନ୍ତକ ଆକ୍ରମଣ କରିଥିଲା। ନିକଟରେ ଥିବା ରମେଶ ନାୟକଙ୍କ…

"ହତ୍ୟା ଉଦ୍ୟମ କାରୀଙ୍କୁ ୪ ବର୍ଷ ଜେଲ୍"

ନୀଳଗିରି ବାଡ଼ରେ ଯୁବକଙ୍କ ମୃତଦେହ

ନବରଙ୍ଗପୁର ୧-୨ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ସ୍ଥାନୀୟ ଚାମୁରିଆଗୁଡା ନିକଟସ୍ଥ ପ୍ରକୃତି ରିସୋର୍ଟ ସମ୍ମୁଖସ୍ଥ ଏକ ନିଳଗିରୀ ବାଡରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ଚାମୁରିଆଗୁଡା ଅଞ୍ଚଳର ସତ୍ ପାଲ ଚୌଧୁରୀଙ୍କ ପୁଅ ଈଶ୍ୱର ଚୌଧୂରୀ ବୋଲି ଜଣା ପଡିଛି। ଘଟଣା ଅନୁଯାୟୀ, ଗୁରୁବାର ଦିନ ଈଶ୍ୱରଙ୍କ ମୃତ ଦେହ ନିଳଗିରୀ ବାଡରେ ପଡିଥିବା ଦେଖି ଅଞ୍ଚଳବାସୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଚରା ଉଚରା କରିବା ସମୟରେ ମୃତକଙ୍କ ଅଜା ମନ୍ମଥ ପଟ୍ଟନାୟକ ଈଶ୍ୱରଙ୍କୁ ପୂର୍ବରୁ ମୂର୍ଛା ରୋଗ ରହିଥିଲା ବୋଲି ସୂଚନା ଦେଇଥିଲେ। ତେବେ ଗତକାଲି ପୂର୍ଣ୍ଣମୀ…

"ନୀଳଗିରି ବାଡ଼ରେ ଯୁବକଙ୍କ ମୃତଦେହ"

ବ୍ରହ୍ନକୁମାର ଈଶ୍ୱରୀୟ ବିଶ୍ୱବିଦ୍ୟାଳୟଠାରେ ମାନସିକ ଚାପର କାରଣ ଓ ନିରାକରଣ କର୍ମଶାଳା ଅନୁଷ୍ଠିତ

ନବରଙ୍ଗପୁର ୩୦-୧ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ସ୍ଥାନୀୟ ବ୍ରହ୍ନକୁମାର ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟଠାରେ ମାନସିକ ଚାପର କାରଣ ଓ ନିରାକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ନକୁମାର ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ମାଉଣ୍ଟାବୁ ମେଡିଆସେଲ କୋଡିନେଟର ବି କେ ସୁସାନ୍ତ ଭାଇ ଓ ବି କେ ପ୍ରୀୟଙ୍କାଜୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସଦର ମହକୁମାରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ପରିଚାଳିକା ନିଲମ ଜୀ ସ୍ୱାଗତ ଭାଷଣ ଦେବାସହ କର୍ମଶାଳା ସଂମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ହରି ନଗର ଦିଲ୍ଲୀରେ ରହି ବିଭିନ୍ନ ଅନୁଷ୍ଠାନରେ ଷ୍ଟ୍ରେସ୍ ମେନେଜମେଣ୍ଟ ୱାର୍କସପ୍ ରେ…

"ବ୍ରହ୍ନକୁମାର ଈଶ୍ୱରୀୟ ବିଶ୍ୱବିଦ୍ୟାଳୟଠାରେ ମାନସିକ ଚାପର କାରଣ ଓ ନିରାକରଣ କର୍ମଶାଳା ଅନୁଷ୍ଠିତ"

ଆଦିତ୍ୟ ବାହିନୀର ଜିଲ୍ଲା ସ୍ତରୀୟ ବୈଠକ

ନବରଙ୍ଗପୁର ୨୯-୧ (କିଶୋର କୁମାର ପଟ୍ଟନାୟକ): ଡାବୁଗାଁ ଶିବ ମନ୍ଦିରଠାରେ ଆଦିତ୍ୟ ବାହିନୀର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠୀତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ଦଶଗୋଟି ବ୍ଲକର କର୍ମକର୍ତ୍ତାଙ୍କୁ ନେଇ ଏହି ବୈଠକ ଅନୁଷ୍ଠୀତ ହୋଇଛି। ଏଥିରେ ଆଦିତ୍ୟ ବାହିନୀର ନବରଙ୍ଗପୁର ଜିଲ୍ଲା କ୍ଷେତ୍ରୀୟ ସଂମ୍ପାଦକ କୁନା ପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ରାଜ ପୁରୋହୀତ ନରସିଂହ ତ୍ରୀପାଠୀ ଯୋଗ ଦେଇ ଆଦିତ୍ୟ ବାହିନୀର ମୂଳ ଉଦ୍ଦେଶ୍ୟ ଓ ଲକ୍ଷ ସଂମ୍ପର୍କରେ ବିସୃତ ସୂଚନା ଦେଇଥିଲେ। ଏହି ଅବସରରେ ଡାବୁଗାଁ ଆଦିତ୍ୟ ବାହିନୀ ଶାଖା ଗଠନ କରାଯାଇଥିଲା। ଆଗାମି ୧୫ ଦିନ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ଅନ୍ୟାନ୍ୟ ବ୍ଲକରେ ଏହାର ଶାଖା…

"ଆଦିତ୍ୟ ବାହିନୀର ଜିଲ୍ଲା ସ୍ତରୀୟ ବୈଠକ"

ବ୍ରହ୍ମାକୁମାରୀଜ୍ ର ମୁଖ୍ୟ ସେବାକେନ୍ଦ୍ର ଓମ୍ ନିବାସର ୪୨ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର, ତା ୨୬ା୧ା୨୦୧୮ରିଖ (ଓଡ଼ିଆ ପୁଅ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଓମ୍ ନିବାସ, ୟୁନିଟ୍-୯, ଭୁବନେଶ୍ୱର ଆନୁକୂଲ୍ୟରେ ମୁଖ୍ୟ ସେବାକେନ୍ଦ୍ରର ୪୨ତମ ବାର୍ଷିକ ଉତ୍ସବ ପାଳିତ ବହୁ ଧୁମ୍ଧାମରେ ପାଳନ କରାଯାଇଛି। ଦ୍ୱୀପ ପ୍ରଜ୍ୱଳନ କରି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା। ସକାଳ ୭ଟାରେ ପ୍ରଥମେ ଜାତୀୟ ପତାକା ଓ ଶିବ ବାବାଙ୍କ ପତାକା ଉତ୍ତୋଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ରୀଯୁକ୍ତ ଅଜୟ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ପିପିଲି ମହାବିଦ୍ୟାଳୟର ଅଧ୍ୟାପିକା ଡଃ ପ୍ରତିଭା ମହାରଥି, ସମ୍ମାନୀୟ ଅତିଥି ରୂପେ ବରିଷ୍ଠ ଆଇନ୍ଜୀବୀ କୈଳାସ ଚନ୍ଦ୍ର କାନୁନ୍ଗୋ, ପ୍ରକାଶ ମହାପାତ୍ର ପ୍ରମୁଖ ଯୋଗଦାନ…

"ବ୍ରହ୍ମାକୁମାରୀଜ୍ ର ମୁଖ୍ୟ ସେବାକେନ୍ଦ୍ର ଓମ୍ ନିବାସର ୪୨ତମ ବାର୍ଷିକ ଉତ୍ସବ ପାଳିତ"

ନବରଙ୍ଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ବଦଳି

ନବରଙ୍ଗପୁର ୧୭-୧ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ନବରଙ୍ଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ବଦଳି ହୋଇଛି। ତାଙ୍କ ବଦଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚ୍ଚିବ ଡଃ ଅଜିତ କୁମାର ମିଶ୍ରଙ୍କୁ ବଦଳି କରାଯାଇଛି। ସୂଚନା ଯୋଗ୍ୟ ଯେ, ୨୦୧୦ ବ୍ୟାଚର ଆଇଏଏସ ରଶ୍ମୀତା ପଣ୍ଡା ନବରଙ୍ଗପୁରରେ ୧ ମେ ୨୦୧୫ରେ ଜିଲ୍ଲାପାଳ ରୂପେ ଦାୟୀତ୍ୱ ଗ୍ରହଣ କରି ଜିଲ୍ଲାକୁ “ଜିରୋ ଡିଷ୍ଟ୍ରିଟ”ରୁ ପରିବର୍ତ୍ତନ କରି ଜିଲ୍ଲାକୁ ବିକାଶ ପଥରେ ଆଗେଇ ନେଇପାରିଥିଲେ। ସେ ଏଥିପାଇଁ ରାଜ୍ୟ ସରକାରଙ୍କଠାରୁ ଚାରି ଚାରି ଥର ପୁରଷ୍କୃତ ହୋଇଥିଲେ। ଜିଲ୍ଲାରେ କମଳମତି ଶିଶୁମାନଙ୍କ ପେଟରେ ଚେଙ୍କ ଦେବା ଘଟଣାକୁ ସେ ଦୃଢ ବିରୋଧକରି “ଜ୍ୟୋତି”ନାମକ କାର୍ଯ୍ୟକ୍ରମ…

"ନବରଙ୍ଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ବଦଳି"

ଫେସବୁକ ପୋଷ୍ଟକୁ ନେଇ ଡାବୁଗାଁ ବନ୍ଦ

ନବରଙ୍ଗପୁର ୧୮-୧ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ହିନ୍ଦୁ ଧର୍ମ ଓ ବ୍ରାହ୍ନଣ ଜାତି ବିରୁଦ୍ଧରେ ଫେସବୁକରେ ପୋଷ୍ଟ କରିଥିବା ଯୁବକଙ୍କ ଗିରଫ ଦାବିରେ ମଙ୍ଗଳବାର ଡାବୁଗାଁ ବନ୍ଦ ପାଳନ କରାଯାଇଛି। ରାଜେଶ ଜାନି ଓରଫ ରାଜେଶ ବାଘ ନାମକ ଯୁବକ ଗତ ୧୦ ଓ ୧୧ତାରିଖରେ ଏଭଳି ପୋଷ୍ଟ ନିଜ ଫେସବୁକ ଆକାଉଣ୍ଟ ମାଧ୍ୟମରେ ପଠାଇଥିଲେ। ଏଥିରେ ଡାବୁଗାଁ ଗ୍ରାମବାସୀଙ୍କ ସମେତ ବ୍ରାହ୍ନଣ ସମାଜ ତୀବ୍ର ପ୍ରତିକ୍ରୀୟା ସୃଷ୍ଟିକରି ରାଜେଶଙ୍କ ବିରୁଦ୍ଧରେ ପୃଥକ ପୃଥକ ଏତଲା ଦାୟର କରିଥିଲେ। ଏହାଛଡା ରାଜେଶଙ୍କ ଗିରଫ ଦାବିରେ ଗତ ରବିବାର ଦିନ ଧାରଣା ଓ ରାସ୍ତାରୋକ ପରେ ମଙ୍ଗଳବାର ଡାବୁଗାଁ ବନ୍ଦ ପାଳନ କରାଯାଇଥିଲା। (ପ୍ରତିକାତ୍ମକ ଫଟୋ)

"ଫେସବୁକ ପୋଷ୍ଟକୁ ନେଇ ଡାବୁଗାଁ ବନ୍ଦ"