ନୟାଗଡ଼ ଜିଲ୍ଲା ବିଜେପିର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ନୟାଗଡ଼,୧୫/୫(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ):ନୟାଗଡ଼ ଜିଲ୍ଲା ବିଜେପିର ୨୮ଟି ଯାକ ମଣ୍ଡଳର ମଣ୍ଡଳସ୍ତରୀୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା ମୁତାବକ ‘ମୋ ବୁଥ୍ ସବୁଠୁ ମଜ୍ଭୁତ’ ନାମରେ ପ୍ରତି ମଣ୍ଡଳରେ ବୁଥ ସ୍ତରୀୟ କମିଟି ଗଠନ କରାଯିବା ସହିତ ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ନିମନ୍ତେ ଯୋଜନାମାନ ପ୍ରସ୍ତୁତ କରାଯାଇଥିଲା। ଜିଲ୍ଲା ପ୍ରଭାରୀ ବିଭୁତି ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ୩ଟି ମଣ୍ଡଳ ଭାଟସାହି,ଇଟାମାଟି ଓ ନୟାଗଡ଼ ନଗର ମଣ୍ଡଳର ସାଂଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଓ ସଂପାଦକ ରଂଜନ ମଙ୍ଗରାଜ…

"ନୟାଗଡ଼ ଜିଲ୍ଲା ବିଜେପିର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ"

ଚାଷୀ ପାରମ୍ପରିକ ଦେଶୀଧାନ ପ୍ରତି ବିମୂଖ, ସରକାରୀ ଧାନ ପ୍ରତି ଆକୃଷ୍ଟ

ନୟାଗଡ଼ , ୧୫/୫ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ଚାଷୀମାନେ ପାରମ୍ପରିକ ଦେଶୀଧାନ ପ୍ରତି ମୁହଁ ଫେରାଇ ନେଇ ସରକାରୀ ଧାନ ପ୍ରତି ଅଧିକରୁ ଅଧିକ ଆକୃଷ୍ଟ ହୋଇପଡ଼ୁଥିବା ଲକ୍ଷ୍ୟ କରାଯାଉଛି। କେମିତି କମ୍ ପରିଶ୍ରମରେ ଅଧିକ ଫସଲ ଅମଳ ହେବ ସେହି ଉପାୟ ଏବେ ଚାଷୀଙ୍କୁ ଘାରିବାରେ ଲାଗିଛି। ନୟାଗଡ଼ ଜିଲ୍ଲାରେ ପ୍ରାୟ ୫ଦଶନ୍ଧି ପୂର୍ବେ ଦେଶୀଧାନ ଚାଷ କାରାଯାଉଥିଲା। ଏବେ ସେହି ଦେଶୀଧାନ ଗାଁ ଗହଳିରେ ଆଉ ଦେଖିବାକୁ ମିଳୁନାହିଁ। ଚାଷୀ ଅଧିକ ଅମଳ କରିବା ଆଶାରେ ସେହି ଦେଶୀଧାନକୁ ବୁଡ଼େଇ ଦେଇଥିବାବେଳେ ସରକାରୀ ଧାନରେ ବାଈ ହୋଇ ଆଉ ଦେଶୀଧାନ ଖୋଜିଲାବେଳକୁ ପାଉନାହିଁ। ବାସନା ଧାନରୂପେ ସୁନାମ ଅର୍ଜନ…

"ଚାଷୀ ପାରମ୍ପରିକ ଦେଶୀଧାନ ପ୍ରତି ବିମୂଖ, ସରକାରୀ ଧାନ ପ୍ରତି ଆକୃଷ୍ଟ"

ଡାହୁକା ଓ ବଲାଙ୍ଗୀବନ୍ଧ ପାର୍କ କାର୍ଯ୍ୟ ଅଗ୍ରଗତି ନେଇ ପରିଦର୍ଶନ

ନୟାଗଡ଼,୧୫/୫(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଅନ୍ତର୍ଗତ ଢାମଣେଇ ଆନିକଟ ଡାହୁକା ନଦୀ କୂଳରେ ନିର୍ମାଣଧୀନ ପାର୍କ ଓ ବଲାଙ୍ଗିବନ୍ଧ ଠାରେ ନିର୍ମାଣାଧୀନ ପାର୍କ କାର୍ଯ୍ୟର ଅଗ୍ରଗତି ନେଇ ବିଧାୟକ ଡ.ଅରୁଣ କୁମାର ସାହୁ ଓ ଜିଲ୍ଳାପାଳ ଅରିନ୍ଦମ ଡାକୁଆ ପରିଦର୍ଶନ କରିଥିଲେ। ବଲାଙ୍ଗିବନ୍ଧ ପାର୍କ ନିର୍ମାଣର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ମାଟି ଖନନ,ରାସ୍ତା ନିର୍ମାଣ ଓ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇଥିଲେ। ଏଠାକୁ କିପରି ଅଧିକରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଓ ଭ୍ରମଣକାରୀ ଆସିବେ ସେଥିପାଇଁ ପାର୍କର ଆନୁସଙ୍ଗୀକ ସାଜସଜ୍ଜା ଓ ଫୁଲଗଛ ଲଗାଇ ଶୋଭାବର୍ଦ୍ଧନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବଲାଙ୍ଗିବନ୍ଧ ପାର୍କର…

"ଡାହୁକା ଓ ବଲାଙ୍ଗୀବନ୍ଧ ପାର୍କ କାର୍ଯ୍ୟ ଅଗ୍ରଗତି ନେଇ ପରିଦର୍ଶନ"

ଦୀର୍ଘ ବର୍ଷର ସ୍ୱପ୍ନ ସତହେଲା, ନୟାଗଡ଼କୁ ରେଳ ଛୁଇଁଲା

ନୟାଗଡ଼, ୧୧/୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ବାସୀଙ୍କ ଦୀର୍ଘ ୭୦ ବର୍ଷର ସ୍ୱପ୍ନ ସତ ହେଲା, ନୟାଗଡ଼କୁ ରେଳ ଛୁଇଁଲା। ବୋଲଗଡ଼ରୁ ନୟାଗଡ଼ ମଧ୍ୟରେ ଗୁରୁବାର ପରୀକ୍ଷାମୂଳକ ଭାବେ ଇଞ୍ଜିନ ନଂ ୧୬୩୭୯ ରେଳ ଚଳାଚଳ ଶୁଭାରମ୍ଭ ହୋଇଛି। ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ନୟାଗଡ଼ ଜିଲ୍ଲାର ସଦରକୁ ରେଳଚଳାଚଳ ଆରମ୍ଭ କରି ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଥିବା ନେଇ ଜନସାଧାରଣ ଉତ୍ସାହିତ ହୋଇପଡ଼ିଛନ୍ତି। ଏହି ରେଳ ଖୋର୍ଦ୍ଧାରୋଡ଼ ଠାରୁ ବାହାରି ବେଗୁନିଆ, ରାଜସୁନାଖଳ, ବୋଲଗଡ଼ ଆସୁଥିଲାବେଳେ ଆଜି ପରୀକ୍ଷାମୂଳକ ଭାବେ ନୟାଗଡ଼ ଠାରେ ପହଚିଂଥିଲା। ନୟାଗଡ଼ବାସୀ ରେଳଯାତ୍ରା କରିବା ନେଇ ବହୁ ଆଶା ଓ ଆଶଙ୍କା ଭିତରେ ରହିଥିବାବେଳେ ଗୁରୁବାର ରେଳ…

"ଦୀର୍ଘ ବର୍ଷର ସ୍ୱପ୍ନ ସତହେଲା, ନୟାଗଡ଼କୁ ରେଳ ଛୁଇଁଲା"

ଚଳିତ ଖରିଫ ଋତୁରେ ୯୮ ହଜାର ହେକ୍ଟର ଜମିରେ ଧାନ ଚାଷ ଆକଳନ

  ନୟାଗଡ଼, ୨/୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ଜିଲ୍ଳାର ୮ଟି ୍ ବ୍ଳକରେ ଚଳିତ ଖରିଫ ଋତୁରେ ୯୮ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ ହେବ ବୋଲି କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଜିଲ୍ଲାରେ ୧ଲକ୍ଷ ୩୧ ହଜାର ହେକ୍ଟର ଚାଷ ଉପଯୋଗୀ ଜମି ଥିଲାବେଳେ ସେଥିମଧ୍ୟରୁ ୩୬ ହଜାର ୧୨୮ ହେକ୍ଟର ଖାଲ, ୪୯ହଜାର ୦୪୯ ହେକ୍ଟର ମଧ୍ୟମ ଓ ୪୮ ହଜାର ୩୬୩ ହେକ୍ଟର ଢିପ ଜମି ରହିଛି। ଏହିସବୁ ଜମିରେ ଜମି କିସମକୁ ଦେଖି କେଉଁଠାରେ ଧାନବୁଣା ହେବାକୁ ଥିବାବେଳେ କେଉଁଠାରେ ରୁଆ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଧାନଚାଷ ନିମନ୍ତେ ୮ହଜାର ଟନ୍ ର…

"ଚଳିତ ଖରିଫ ଋତୁରେ ୯୮ ହଜାର ହେକ୍ଟର ଜମିରେ ଧାନ ଚାଷ ଆକଳନ"

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ସରକାରଙ୍କ ବିଚିତ୍ର ନୀତି ସ୍କୁଲ ଛୁଟି ଅଙ୍ଗନବାଡ଼ି କେନ୍ଦ୍ର ଖୋଲା

ନୟାଗଡ଼, ୨/୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ପ୍ରବଳ ଖରାରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି। ସାରା ଓଡ଼ିଶା ଖରାରେ ଆଉଟୁ ପାଉଟୁ ହେଉଥିବାବେଳେ ନୟାଗଡ଼ ଜିଲ୍ଲା ବି ସେଥିରୁ ବାଦ ପଡ଼ିନି। ଲୋକମାନେ ସକାଳ ୭ଟାରୁ ବାହାରକୁ ବାହାରିପାରୁନାହାନ୍ତି। ଖରାର ପ୍ରକୋପ ଦେଖି ସରକାର ସ୍କୁଲକୁ ମେ ୩ ତାରିଖରୁ ଖରାଛୁଟି କରିବାକୁ ଥିବାବେଳେ ଆଗୁଆ ୮ଦିନ ଆଗରୁ ଖରା ଛୁଟି କରିଦେଲେ। ମାତ୍ର ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା କୋମଳମତି ଶିଶୁମାନଙ୍କ ପ୍ରତି ସରକାର ଅଣଦେଖା କର ଅଙ୍ଗନବାଡ଼ି ଖୋଲା ରଖି ଶିଶୁମାନଙ୍କ ସୁରକ୍ଷା ପ୍ରତି ଆଖି ବୁଜିଦେଇଥିବା ଗୁରୁତର ଅଭିଯୋଗ ହେଉଛି। ଖରାର ପ୍ରକୋପରେ ସାଧାରଣ ଲୋକମାନେ ବେହୋସ ହୋଇପଡ଼ୁଥିବା ଦେଖିବାକୁ ମିଳୁଥିବାବେଳେ କୋମଳ…

"ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ସରକାରଙ୍କ ବିଚିତ୍ର ନୀତି ସ୍କୁଲ ଛୁଟି ଅଙ୍ଗନବାଡ଼ି କେନ୍ଦ୍ର ଖୋଲା"

ସରକାରଙ୍କ ଅବହେଳାରୁ ନୟାଗଡ଼ ଚାଷୀ ଉପବାସ ଓ ଆଖୁ ଗବେଷଣା କେନ୍ଦ୍ର ପାଲଟିଛି ଇତିହାସ

ନୟାଗଡ଼, ୨/୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାର ଆଖୁଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବାବେଳେ ସେମାନଙ୍କ ବୃହତ୍ ସ୍ୱାର୍ଥକୁ ଆଖି ଆଗରେ ରଖି ପ୍ରତିଷ୍ଠା କରାଯାଇଥିବା ଆଖୁ ଗବେଷଣା କେନ୍ଦ୍ର ସତେ ଯେମିତି ନୟାଗଡ଼ ଆଖୁ ଚାଷୀଙ୍କୁ ଉପହାସ କରୁଛି। ନୟାଗଡ଼ ଚାଷୀମାନଙ୍କର ପ୍ରଧାନ ଅର୍ଥକାରୀ ଫସଲ ଥିଲା ଆଖୁଚାଷ। ସେମାନଙ୍କ ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ ଓ ନୟାଗଡ଼ର ମାଟି କିସମ ଓ ପାଗକୁ ପାଥେୟ କରି ନୟାଗଡ଼ ଚାଷୀମାନଙ୍କୁ ଆଖୁଚାଷରେ ଉତ୍ସାହିତ କରିବାପାଇଁ ନୟାଗଡ଼ ପାଣିପୋଇଲା ଠାରେ ଗଢି ଉଠିଥିଲା ଚିନିକଳ। ସଘନ ଓ ଉନ୍ନତମାନର ଆଖୁଚାଷ ପାଇଁ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ଏହି ଜିଲ୍ଲାର ଯଥେଷ୍ଟ ସୁନାମ…

"ସରକାରଙ୍କ ଅବହେଳାରୁ ନୟାଗଡ଼ ଚାଷୀ ଉପବାସ ଓ ଆଖୁ ଗବେଷଣା କେନ୍ଦ୍ର ପାଲଟିଛି ଇତିହାସ"