ଏସିଆନ ଆଥ୍ଲେଟିକ ଚମ୍ପିଆନ୍ସିପ୍ ମାସ୍କଟକୁ ୧୪ରେ ନୟାଗଡ଼ରେ ସ୍ୱାଗତ କରାଯିବ

ନୟାଗଡ,୧୨/୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ଭୁବନେଶ୍ୱରଠାରେ ହେବାକୁ ଯାଉଥିବା ୨୨ତମ ଏସିଆନ୍ ଆଥ୍ଲେଟିକ ଚମ୍ପିଆନସିପ୍ ଓଲିର ମାସ୍କଟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ରେ ବିପୁଳ ସ୍ୱାଗତ କରାଯିବ ବୋଲି ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ନୟାଗଡ଼ର ପ୍ରବେଶ ଦ୍ୱାର ବିଜିପୁର ଗେଟ୍ ଠାରେ ବିଡିଓ, ଅତିରିକ୍ତ ବିଡିଓ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଖେଳାଳିମାନେ ସ୍ୱାଗତ କରିବାକୁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିବାବେଳେ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ସମ୍ମୁଖରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଉପ ଜିଲ୍ଲାପାଳ, ତହସିଲଦାର ଓ ନୟାଗଡ଼ର ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ପ୍ରମୁଖ ସ୍ୱାଗତ କରିବେ। ସେହିପରି ୧୫ ତାରିଖରେ ପୁଲିସ ଟ୍ରେନିଂ ସ୍କୁଲ…

"ଏସିଆନ ଆଥ୍ଲେଟିକ ଚମ୍ପିଆନ୍ସିପ୍ ମାସ୍କଟକୁ ୧୪ରେ ନୟାଗଡ଼ରେ ସ୍ୱାଗତ କରାଯିବ"

ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ

ନୟାଗଡ଼,୧୨/୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ନୟାଗଡ଼-ଦଶପଲ୍ଲା ରାସ୍ତାର ଭୋଗରା ଗ୍ରାମ ନିକଟରେ ଏକ ଗ୍ୟାସ ବୋଝେଇ ଟ୍ରକ (ଓଡି୦୨ଟି-୫୮୨୮) ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ରକଟି ଜଟଣୀରୁ ଗ୍ୟାସ ନେଇ ବଲାଙ୍ଗୀର ଯାଉଥିବାବେଳେ ଟ୍ରକଟି ଭାରସାମ୍ୟ ହରାଇ ଭୋଗରା ଗ୍ରାମର ବୁଲାଣି ରାସ୍ତାରେ ବିଲକୁ ଓଲଟି ପଡ଼ିଥିଲା। ଗାଡ଼ି ଚାଳକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

"ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ"

ନୟାଗଡ଼ରେ କିଡ୍ନି ରୋଗର ପ୍ରାଦୁର୍ଭାବ ନେଇ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ

ନୟାଗଡ଼,୧୨ା୬(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ କିଡ୍ନି ରୋଗର ପ୍ରାଦୁର୍ଭାବ ନେଇ  ସ୍ୱାସ୍ଥ୍ୟ ବିଭାଗ  ରାଜ୍ୟ ମାନବାଧିର କମିଶନଙ୍କୁ ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି । କେଉଁ କାରଣ ନେଇ ଜିଲ୍ଲାରେ କେତେକ ଗ୍ରାମରେ କିଡ୍ନି ରୋଗର ବଢୁଥିବା ଓ ଏହାର ସଠିକ୍ ଭାବେ ସ୍ୱାସ୍ଥ୍ୟ ବିଭାଗ ନିରୁପଣ କରି ପାରୁନଥିବା ନେଇ  ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ।  ଏହି ରୋଗରେ ଏବେ ମାଧପୁର,ତଳମାରଡ଼ା,ଢିପିସାହି,ଦୁର୍ଗାପ୍ରସାଦ,ମୁଣ୍ଡୁଳି,ଡିହଗାଁ, ଶିମିଳିସାହି,ମଧ୍ୟଖଣ୍ଡ,ପରଥକୁଞ୍ଜ,ଦଲକସାହି,କିଆପଦର,ତେନ୍ତୁଳିପଲି ଆଦି ଗ୍ରାମରେ କିଡ୍ନି ରୋଗର ଭୟାଭହତା ଦେଖାଦେଇଛି । ଜଣଙ୍କ ପରେ ଜଣେ ପ୍ରାୟ ୨୫ରୁ ଉଦ୍ଧ୍ୱର୍ ଏହି ସବୁ ଗାଁରେ  କିଡ୍ନି ରୋଗରେ ମୃତ୍ୟୁ ବରଣ କରୁଥିବାବେଳେ ବହୁଲୋକ ଏଥିରେ ଆକ୍ରାନ୍ତ ହୋଇଥିବା  ସ୍ୱାସ୍ୟ୍ଥ୍ର ବିଭାଗର ନଜରକୁ…

"ନୟାଗଡ଼ରେ କିଡ୍ନି ରୋଗର ପ୍ରାଦୁର୍ଭାବ ନେଇ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ"

ଦଶପଲ୍ଳାରେ ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ୟାପକ ବ୍ୟତିକ୍ରମ ନେଇ ଖାଦ୍ୟ କମିଶନଙ୍କ କ୍ଷୋଭ

ନୟାଗଡ଼,୧୧ା୬(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା  ଦଶପଲ୍ଳାରେ ୍ବ୍ଳକରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ  କିଭଳି କାର୍ଯ୍ୟକାରୀ ହେଉଛି ତାହାକୁ ଅନୁଧ୍ୟାନ କରିବାକୁ ଖାଦ୍ୟ ସୁରକ୍ଷା କମିଶନ ରଙ୍ଗଲାଲ ଜାମୁଡ଼ା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ  ସମୀକ୍ଷା କରିଛନ୍ତି । ତେବେ  ବିଭିନ୍ନ ଉପଭୋକ୍ତାଙ୍କ ସିଧାସଳଖ ବୁଝାବୁଝି କରିବା ପରେ ଖାଦ୍ୟ ସୁରକ୍ଷା ଯୋଜନା ଦଶପଲାରେ ତୃଣମୂଳ ସ୍ତରରେ ବ୍ୟାପକ ବ୍ୟତିକ୍ରମ ଦେଖାଦେଇଥିବାନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସମୀକ୍ଷା ସମୟରେ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ତଥ୍ୟ ଅନୁଯାୟୀ ଖାଉଟି କାର୍ଡ଼ ପାଇନଥିବା ୧୨୩୨ଜଣ ଆବେଦନକାରୀଙ୍କ ମଧ୍ୟରୁ ୫୫୮ଜଣ  ଯୋଗ୍ୟ ପରିବାର ଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ କାର୍ଡ଼ ଦିଆଯାଇନଥିବା …

"ଦଶପଲ୍ଳାରେ ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ୟାପକ ବ୍ୟତିକ୍ରମ ନେଇ ଖାଦ୍ୟ କମିଶନଙ୍କ କ୍ଷୋଭ"

ଅନ୍ୟ ଜିଲ୍ଳାର ନେତାଙ୍କୁ ଜିଲ୍ଲା ଯୋଜନାବୋର୍ଡ଼ ଅଧ୍ୟକ୍ଷ କରାଯିବାକୁ ନେଇ ଅସନ୍ତୋଷ

ନୟାଗଡ଼,୧୧/୬(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ଅନ୍ୟ ଜିଲ୍ଲାର ନେତାଙ୍କୁ ଆଣି ଜିଲ୍ଲା ଯୋଜନାବୋର୍ଡ଼ ଅଧ୍ୟକ୍ଷ କରାଯିବାକୁ ନେଇ ଜିଲ୍ଳାରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।  ଜିଲ୍ଳାର ନିଜ ଦଳର ୪ଜଣ ଯୋଗ୍ୟ ବିଧାୟକ ଥାଇବି କାହିଁକି ବାହାରୁ ନେତା ଅଣାଯାଇ ଜିଲ୍ଲାରେ ଅଧ୍ୟକ୍ଷ କରାଗଲା  ତାହା ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟ ଅର୍ଥମନ୍ତ୍ରୀଙ୍କୁ ଅଧୁନା ଯୋଜନାବୋର୍ଡ଼ର ଅଧ୍ୟକ୍ଷ ପଦବୀରେ  ଅବସ୍ଥାପିତ କରାଯାଇଛି । ପୂର୍ବରୁ ଏହି ପଦବୀରେ ମଧ୍ୟ ବାହାରୁ ନେତା ଅଣାଯାଇ ଅଧ୍ୟକ୍ଷ ପଦବୀରେ ଅଭିଷିକ୍ତ କରାଯିବାରେ ପରମ୍ପରା ରହିଛି । ଯେମିତିକି ପୂର୍ବରୁ ଦେବୀ ପ୍ରସାଦ ମିଶ୍ର,ନିରଞ୍ଜନ ପୂଜାରୀ ଓ ପ୍ରମିଳା ମଲ୍ଲିକ ଧାରାବାହିକ ଭାବେ…

"ଅନ୍ୟ ଜିଲ୍ଳାର ନେତାଙ୍କୁ ଜିଲ୍ଲା ଯୋଜନାବୋର୍ଡ଼ ଅଧ୍ୟକ୍ଷ କରାଯିବାକୁ ନେଇ ଅସନ୍ତୋଷ"

ଶରଣକୁଳ ଡାକ୍ତରଖାନାରେ ରୋଗୀ ମୃତ୍ୟୁ ଘଟଣା,୨ଡାକ୍ତରଙ୍କୁ ବଦଳି

ନୟାଗଡ଼,୧୧ା୬(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ୯ତାରିଖରେ ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗରେ ୨ଡାକ୍ତର ବାଲାଜୀ ଶଙ୍କର ରାୟ ଓ ନିଶୀଥ କୁମାର ମହାନ୍ତିଙ୍କୁ ନୟାଗଡ଼ ବଦଳି କରାଯାଇଥିବା ଜଣାପଡ଼ିଛି । ତେବେ ସେମାନଙ୍କ ସ୍ଥାନରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତର ପ୍ରଭାକର ସାହୁ ଓ ଡାକ୍ତର ଲୋଚନ ଟାଟାଙ୍କୁ ଅସ୍ଥାୟୀଭାବେ ଶରଣକୁଳ ଡାକ୍ତରଖାନାରେ ନିୟୋଜିତ କରାଯାଇଛି । ଉଲ୍ଳେଖଯୋଗ୍ୟ ଗତ ୯ତାରିଖରେ ଶରଣକୁଳ ନିକଟ ଶିଖରପୁର ଗ୍ରାମର ବଂଶୀଧର ଗାହାଣ(୫୪)ଙ୍କୁ ଚିକିତ୍ସା ପାଇଁ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ କେହିହେଲେ ଡାକ୍ତରଖାନାରେ ନଥିବାବେଳେ  ଜଣେ ମଦପିିଇ ଚୁର ହୋଇ ଘରେ…

"ଶରଣକୁଳ ଡାକ୍ତରଖାନାରେ ରୋଗୀ ମୃତ୍ୟୁ ଘଟଣା,୨ଡାକ୍ତରଙ୍କୁ ବଦଳି"

ନୟାଗଡ଼: ଦେବସ୍ନାନ ପୂର୍ଣ୍ଣମୀରେ ନନ୍ଦିଘୋଷ ରଥ ଚକର ସଂସ୍ଥାପନା

ନୟାଗଡ଼,୮/୬(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଶ୍ରୀକ୍ଷେତ୍ର ପୁରୀରୁ  ନୟାଗଡ଼କୁ ଆସିଥିବା ପ୍ରଭୁ  ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକ ଦେବସ୍ନାନ ପୂର୍ଣ୍ଣମୀ ୯ତାରିଖରେ ସଂସ୍ଥାପନା ହେବ। ନୟାଗଡ଼ ଜଗନ୍ନାଥ ମନ୍ଦିରରେ ମାହେନ୍ଦ୍ର ବେଳା  ସନ୍ଧ୍ୟା ୭ଟାରେ ସମସ୍ତ ଦେବନୀତି ଓ ବିଧି ବିଧାନ ପରେ ସଂସ୍ଥାପନା କାର୍ଯ୍ୟ ସମାପନ ହେବ। ଗତବର୍ଷ ପୁରୀରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକ ନୟାଗଡ଼କୁ ଅଣାଯାଇ ନୟାଗଡ଼ ଜଗନ୍ନାଥ ମନ୍ଦିରରେ ରଖାଯାଇଥିଲା। ନନ୍ଦିଘୋଷ ରଥ ଚକର ସଂସ୍ଥାପନା ସମୟରେ ସମୁହ ଦୀପଦାନ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ରହିଥିବା ମନ୍ଦିର ସୂତ୍ରରୁ ଜଣାପଡ଼ିଛି।

"ନୟାଗଡ଼: ଦେବସ୍ନାନ ପୂର୍ଣ୍ଣମୀରେ ନନ୍ଦିଘୋଷ ରଥ ଚକର ସଂସ୍ଥାପନା"

କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ୟା

ନୟାଗଡ଼,୮/୬ (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୂଆଗାଁ ଥାନା ଅନ୍ତର୍ଗତ ଉଦୟପୁର ପଂଚାୟତର ବଡ଼କାଠବାରି ଗ୍ରାମର ଅମୁଲି ବେହେରା(୪୧)ନାମକ ଜଣେ ମହିଳା ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଅମୁଲି ଜଣେ ମାନସିକ ବିକାରଗ୍ରସ୍ତ ମହିଳା ହୋଇଥିବାରୁ ସେ ଶାଶୁଘର ଛାଡ଼ି ବାପଘରେ ରହୁଥିଲେ। ଅମୁଳିର  ମା ବାହାରକୁ ଛେଳି ଚରେଇବାପାଇଁ ଆସିଥିଲାବେଳେ ଅମୁଲି ନିଜ ଦେହରେ କିରୋସିନି ଢାଳି ନିଆଁ ଲଗେଇ ଦେଇଥିଲେ। ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ଗାଁଲୋକେ ଘର ଭିତରକୁ ପଶିଥିବାବେଳେ ଅମୁଲି ନିଆଁରେ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ପରେ ଗାଁଲୋକେ ଅମୁଲିକୁ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିଛି ସମୟ…

"କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ୟା"

ସ୍ୱାସ୍ଥ୍ୟ କେନ୍ଦ୍ରର ୨ କିରାଣୀ ନିଲମ୍ବିତ

ନୟାଗଡ଼,୮/୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):କର୍ତ୍ତବ୍ୟରେ ଅବହେଳା ନେଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ୨ଜଣ କିରାଣୀକୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ସେମାନେହେଲେ ଦଶପଲ୍ଲା ଏଏନ୍ଏମ୍ ତାଲିମ କେନ୍ଦ୍ରରେ କାର୍ଯ୍ୟ କରୁଥିବା କିରାଣୀ ଗୋବିନ୍ଦ ଚନ୍ଦ୍ର ମେଳାପ ଓ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା କିରାଣୀ ବିରଂଚି ନାରାୟଣ ସିଂ।

"ସ୍ୱାସ୍ଥ୍ୟ କେନ୍ଦ୍ରର ୨ କିରାଣୀ ନିଲମ୍ବିତ"

ଗାଈକୁ ଉଦ୍ଧାର କରିବାକୁ ଯାଇ ବୃଦ୍ଧଙ୍କ ମୃତ୍ୟୁ

ନୟାଗଡ଼,୮/୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୂଆଗାଁ ବ୍ଳକ ଅନ୍ତର୍ଗତ ମହିତମା ଗ୍ରାମରେ ବିଦ୍ୟୁତ ଆଘାତରେ ଛଟପଟ ହେଉଥିବା ଏକ ଗାଈକୁ ଉଦ୍ଧାର କରିବାକୁ ଯାଇ ଜଣେ ବୃଦ୍ଧଙ୍କ ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି।  ଗାଁମୁଣ୍ଡ ବିଦ୍ୟୁତ ଖୁଂଟରେ ବନ୍ଧା ହୋଇଥିବା ଏକ ଗାଈ କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ ପଡ଼ି ଛଟପଟ ହୋଇଥିଲା। ଗାାଈର କିଛି ହେଉଛି ଭାବି ଗାଈ ମାଲିକ ବେଣୁଧର ପରିଡ଼ା (୭୦) ଗାଈକୁ ଯାଇ ଉଠାଇଥିଲେ। ହେଲେ ବିଦ୍ୟୁତ ସଂସ୍ପର୍ଶରେ ପଡ଼ି ଛଟପଟ ହେଉଥିବା ଗାଈକୁ ଧରି ମାଲିକ ବେଣୁଧର ମଧ୍ୟ ବିଦ୍ୟୁତ କବଳରୁ ମୁକୁଳି ପାରିନଥିଲେ। ଘଟଣାସ୍ଥଳରେ ଗାଈ ଓ ଗାଈ ମାଲିକ ବେଣୁଧର ଟଳି ପଡ଼ିଥିଲେ।

"ଗାଈକୁ ଉଦ୍ଧାର କରିବାକୁ ଯାଇ ବୃଦ୍ଧଙ୍କ ମୃତ୍ୟୁ"