ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ

ବାରିପଦା ୨-୮ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଁଳାଡୁବା ଗ୍ରାମର ଜଣେ ନାବାଳିକାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ହେଲେ ଅଁଳାଡୁବାର ପିଣ୍ଟୁ ସାହୁଙ୍କ ଝିଅ ଖୁସି ସାହୁ। ଖୁସି ସାହୁ ଅଁଳାଡୁବା ନୋଡାଲ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି। ତେବେ ଗତକାଲି ରାତିରେ ଖୁସି ଘରେ ଶୋଇଥିବା ବେଳେ ବିଷଧର ସାପ ଦଂଶନରେ ତାର ମୃତ୍ୟୁ ଘଟିଥିବା ପରିବାର ସୂଚନାନୁଯାୟୀ ଜଣାପଡିଛି।

"ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ"

ସ୍ଥାନାତରିତ ୧୧୬ ପରିବାର ମୌଳିକ ସୁବିଧାରୁ ବଞ୍ଚିତ

କରଞ୍ଜିଆ ୨-୮ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ପ୍ରତିଶୃତି ପାଲଟିଲା ପାଣିର ଗାର। ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ବିସ୍ଥାପିତ ପରିବାର। ଶିମିଳିପାଳ ଅଭୟାରଣ୍ୟ ଭିତରୁ ସ୍ଥାନାତରିତ ହୋଇ ଆସିଥିବା ଆଦିମ ଜନଜାତି ବର୍ଗର ୧୧୬ ଆଦିବାସୀ ପରିବାର। ଗତ ମେ ମାସ ବନବିଭାଗ ପକ୍ଷରୁ ସ୍ଥାନାତରିତ କରାଯାଇଥିଲା। ଏହା ମଧ୍ୟରେ ଦୁଇ ମାସ ପୂରଣ ହେବାକୁ କେଇଟା ଦିନ ବାକି ରହିଥିଲା ବେଳେ ପ୍ରତିଶ୍ରୁତି ପୁରଣ କରିବାରେ ବିଫଳ ହୋଇଛି ବନ ବିଭାଗ। ଯାହା ଫଳରେ ସ୍ଥାନାତରିତ ହୋଇ ଆସିଥିବା ଆଦିବାସୀ ପରିବାର ଗୁଡିକୁ ନିର୍ଦ୍ଧାରିତ ସମୟରେ ବିଭାଗ ପକ୍ଷରୁ ସ୍ଥାୟୀ ପକ୍କାଗୃହ ଯୋଗାଇ ଦେବାରେ ବିଫଳ ହୋଇଆସିଥିବା ବେଳେ ପୂର୍ବରୁ ଯୋଗାଇ ଦିଆଯାଇଥିବା ଝାଟିମାଟିରେ…

"ସ୍ଥାନାତରିତ ୧୧୬ ପରିବାର ମୌଳିକ ସୁବିଧାରୁ ବଞ୍ଚିତ"

ଶିଶୁକନ୍ୟାକୁ ହତ୍ୟା ଏବଂ ମାଆର ଅତ୍ମହତ୍ୟା

ବାରିପଦା ୩୧-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) – ନଅ ମାସର ଶିଶୁକନ୍ୟାକୁ ହତ୍ୟା କରି ମାଆର ଅତ୍ମହତ୍ୟା। ବିବାହର ୧ ବର୍ଷ ନ ପୁରୁଣୁ ଘଟିଛି ଏଭଳି ଅଘଟଣ। ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଜୟବିଲା ଗ୍ରାମରେ। ଗତକାଲି ବିଳମ୍ବିତ ରାତିରେ ଏହି ଗ୍ରାମର ସୁନାରାମ ସିଂ ଙ୍କ ପତ୍ନୀ ଠାକୁରାଣୀ ସିଂ କିରୋସିନି ଢାଳି ନିଜର ୯ ମାସର ଶିଶୁକନ୍ୟାକୁ ହତ୍ୟା କରିବା ପରେ ନିଜ ଦେହରେ ମଧ୍ୟ କିରୋସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ଗୁରୁତର ଭାବେ ଆହତ ହୋଇଥିବା ଠାକୁରାଣୀ ସିଂ ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ…

"ଶିଶୁକନ୍ୟାକୁ ହତ୍ୟା ଏବଂ ମାଆର ଅତ୍ମହତ୍ୟା"

ହାତୀ ଆତଙ୍କ: ପୁଣି ଭାଙ୍ଗିଲେ ୩ ରୁ ଅଧିକ ଘର, ହାତୀ ଘଉଡେଇବା ସମୟରେ କୂଅରେ ପଡିଲା ଏକ ମାଈ ହାତୀ

– ଗ୍ରାମବାସୀ ଏବଂ ବନ ବିଭାଗ ପକ୍ଷରୁ ଜେସିବି ଦ୍ୱାରା ଉଦ୍ଧାର କରଞ୍ଜିଆ ୨୮-୭ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ପାଞ୍ଚପିଢ଼ ଉପ ଖଣ୍ଡରେ ଦିନକୁ ଦିନ ହାତୀ ଏବଂ ମଣିଷ ମଧରେ ସଂଘର୍ଷ ଜାରି ରହିଛି। ଜଙ୍ଗଲ ନଷ୍ଟ ହେବା ସହିତ ବେଆଇନ ଭାବେ ଖଣି ଖନନ ଦ୍ଵାରା ବହୁ ଜଙ୍ଗଲ ନଷ୍ଟ ହେବା ସହିତ ହାତୀମାନଙ୍କ ଚଲାପଥ ଖାଲି ହେଉଥିବାରୁ ହାତୀମାନେ ଏବେ ଜନ ବସ୍ତି ଆଡକୁ ମାଡି ଆସୁଛନ୍ତି। କେତେ ବେଳେ କାହା ଘରେପଶି ଧାନ ଚାଉଳ ଖାଇ ଗଲେଣି ତ ଆଉ କାହାର ଧାନ ଫସଲ ମାଡି ଚକଟି ନଷ୍ଟ କଲେଣି। ଏପରି ଅଭାବନୀୟ ଘଟଣା ପାଞ୍ଚପୀଢ଼ ଅଞ୍ଚଳରେ ଦିନକୁ ଦିନ…

"ହାତୀ ଆତଙ୍କ: ପୁଣି ଭାଙ୍ଗିଲେ ୩ ରୁ ଅଧିକ ଘର, ହାତୀ ଘଉଡେଇବା ସମୟରେ କୂଅରେ ପଡିଲା ଏକ ମାଈ ହାତୀ"

ସ୍ତ୍ରୀକୁ ହତ୍ୟାକରୀ ପୋତି ଦେଲା ସ୍ୱାମୀ: ସ୍ୱାମୀ ଗିରଫ

ବାରିପଦା ୨୭-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) -ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ସୋରିଷପାଳ ପଂଚାୟତର ରଙ୍ଗମାଟିଆ ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ସ୍ୱାମୀର କୋଦାଳ ମାଡରେ ସ୍ତ୍ରୀକୁ ହତ୍ୟା କରି ସାରିବାପରେ ତାକୁ ଘର ପଛପଟେ ପୋତି ଦେଇଥିଲା ସ୍ୱାମୀ। ଘଟଣା ମୁତାବକ ମୃତା ସବିତା ଦେହୁରୀ ଓ ତାଙ୍କ ସ୍ୱାମୀ ରାଜକିଶୋର ଦେହୁରୀଙ୍କ ପୁଅ ବାହାରେ ରହି କାମ କରେ ଓ ଚାଷ କାଯ୍ୟ ପାଇଁ ପାଞ୍ଚ ହଜାର ଟଙ୍କା ପଠାଇଥିଲା। ମାତ୍ର ସବିତା ଉକ୍ତ ଅର୍ଥକୁ ମଦ ଓ ହାଣ୍ଡିଆ ଖାଇ ଖର୍ଚ୍ଚ କରିଦେଇଥିବାରୁ ତାଙ୍କ ସ୍ୱାମୀ ଏଥିରେ ଉତ୍ୟକ୍ତ ହୋଇ ଗତ ୨୫ ତାରିଖ ଦିନ କୋଦାଳରେ…

"ସ୍ତ୍ରୀକୁ ହତ୍ୟାକରୀ ପୋତି ଦେଲା ସ୍ୱାମୀ: ସ୍ୱାମୀ ଗିରଫ"

ହରିଣ ମାଂସ ଓ ଚମଡା ଜବତ: ଜଣେ ଗିରଫ

ବାରିପଦା ୨୬-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ଆଜି ଦ୍ୱି ପ୍ରହର ସମୟରେ ବହଳଦା ଗ୍ରାମର ବାଲିପାଳ ନିକଟ ପଥରେ ଖଦାନ ନିକଟରେ ଏକ ହରିଣକୁ କଟା ଯାଉଥିବାର ଖବର ପାଇ ଡୁକୁରା ରେଞ୍ଜର ଅନନ୍ତ କୁମାର ଜେନାଙ୍କ ନେତୃତ୍ୱରେ ବନକର୍ମଚାରୀ ସେଠାରେ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉ ସମୟରେ ଜଣେ ଖସି ଯିବାପାଇଁ ସଫଳ ହୋଇଥିବାବେଳେ ଅନ୍ୟଜଣେ ବନ କର୍ମଚାରୀଙ୍କ ହାତରେ ଧରା ପଡିଥିଲା। ଗିରଫ ଆସାମୀ ଜଣକ ହେଉଛି ଖୁଣ୍ଟା ଥାନା ଅନ୍ତର୍ଗତ ବାଲିପଲ ଗ୍ରାମର ବଡ଼ନେତ୍ର ସିଂ।ଆସାମୀ ଠାରୁ ୧୦-୧୨ କି ଗ୍ରା ଓଜନ ର ମାଂସ, ହରିଣ ଚମଡା ଯାହାର ଲମ୍ବ ୬.୫ ଇଞ୍ଚ ଓ ଓସାର ୨.୫ ଇଞ୍ଚ।…

"ହରିଣ ମାଂସ ଓ ଚମଡା ଜବତ: ଜଣେ ଗିରଫ"

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧ ମୃତ ୧ ଗୁରୁତର: ବୋଲେରୋକୁ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ

ବାରିପଦା ୨୪-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକ ସ୍ଥିତ କଇଁଫୁଲିଆ ଠାରେ ଘଟି ଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣା ମୁତାବକ କରୁଣାଚନ୍ଦ୍ର ମହାନ୍ତ ( ୫୦) ଓ ତାଙ୍କ ମାଉସୀ ପୁଅ ଭାଇ ଶିବ ମହାନ୍ତ (୪୨) ଏକ ବାଇକରେ ଆସୁଥିବା ସମୟରେ ତାଙ୍କ ପଛପଟୁ ଏକ ଦ୍ରୁତଗତି ରେ ଆସୁଥିବା ବୋଲେରୋ ଗାଡି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ କରୁଣା ମୃତ୍ୟୁ ବରଣ କରିଥିବା ବେଳେ ଶିବଙ୍କୁ ଗୁରୁତର ଅବସ୍ଥାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ରେ ଭର୍ତ୍ତି କରାଯାଇଅଛି। ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାର ସୂଚନା ମିଳିଛି। ଘଟଣା ସ୍ଥଳରେ…

"ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧ ମୃତ ୧ ଗୁରୁତର: ବୋଲେରୋକୁ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ"

ବାରିପଦାରେ ଗୋଟିଏ ଦିନରେ ଚାରିଚାରିଟା ATM ଲୁଟ

ବାରିପଦା ୨୨-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ଲୁଟେରା ଲୁଟିଲେ ATM, ଏଭଳି ଘଟଣା ଦେଖିବାକୁ ମିଳିଛି ବାରିପଦାରେ। ଗୋଟିଏ ରାତିରେ ୪ ଏଟିଏମ ଭାଙ୍ଗି ଲୁଟ। ଦୁର୍ବୁତ୍ତ ଫେରାର। ପୋଲିସ ତଦନ୍ତ ଆରମ୍ଭ। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଏଟିଏମ ଭାଙ୍ଗି ବାରିପଦାର ଷ୍ଟେସନ ବଜାରର ଏକ୍ସିସ ବ୍ୟାଙ୍କ, ପାଲବଣିର ଇଉବିଆଇ, ତୁଳସୀ ଚଉରା SBI ଏବଂ ବ୍ୟାଙ୍କ ଅଫ ଇଣ୍ଡିଆ ଅସ୍ତିଆ ଅଞ୍ଚଳରୁ ଲୁଟ କରାଯାଇଛି। ସୂଚନାଯୋଗ୍ୟ ଗତକାଲି ଅର୍ଦ୍ଧ ରାତିରେ ଲୁଟେରା ଗୋଟିଏ ନୁହେଁ ୪ଟି ATM ରୁଲୁଟି ନେଇଗଲେ ଲକ୍ଷାଧିକ ଟଙ୍କା। ଏହି ଲୁଟ ହୋଇଛି। Axis Bank , SBI, BOI ଏବଂ UBI…

"ବାରିପଦାରେ ଗୋଟିଏ ଦିନରେ ଚାରିଚାରିଟା ATM ଲୁଟ"

ରାଜପଥ ଅବରୋଧ : ବାରିପଦା- ବିଶୋଇ-ଯଶୀପୁର ଏନଏଚ ୪୯ ଅବରୋଧ

ବାରିପଦା ୧୭-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ବିଶୋଇ ବ୍ଲକ ସ୍ଥିତ ମଣଦା ଠାରେ ପ୍ରାୟ ଚାଳିଶ ରୁ ଉର୍ଦ୍ଧ SSG ଗ୍ରୁପ ର ମହିଳା ମାନେ ଦୀର୍ଘ ଦୁଇ ଘଣ୍ଟା କାଳ ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣା ମୁତାବକ ସ୍ଥାନୀୟ ଅଞ୍ଚଳର ଜନୈକ ବ୍ୟକ୍ତି ଲୋନ କରାଇଦେବାପାଇଁ ପ୍ରାୟ ଚାଳିଶ ରୁ ଉର୍ଦ୍ଧ ଗ୍ରୁପ ଠାରୁ ବହୁ ପରିମାଣର ଅର୍ଥ ଆତ୍ମସାତ କରିଥିବାରର ଅଭିଯୋଗ କରିଛନ୍ତି। ଏ ବାବଦରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆଜି ବାଧ୍ୟ ହୋଇ ରାଜପଥ ଅବରୋଧ କରିଥିଲେ ବୋଲି କହିଛନ୍ତି ଗ୍ରୁପ ର ମହିଳା ମାନେ। ଘଟଣା ସ୍ଥଳରେ ବିଶୋଇ…

"ରାଜପଥ ଅବରୋଧ : ବାରିପଦା- ବିଶୋଇ-ଯଶୀପୁର ଏନଏଚ ୪୯ ଅବରୋଧ"

ଦ୍ୱିତୀୟ ଶ୍ରୀ କ୍ଷେତ୍ର ବାରିପଦାରେ ଅନନ୍ୟ ପରମ୍ପରା : ରଥଯାତ୍ରା

ବାରିପଦା ୧୭-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଞ୍ଜ ଜିଲ୍ଲା ସ୍ଥିତ ବାରିପଦାର ପ୍ରସିଦ୍ଧ ଶ୍ରୀ ଶ୍ରୀ ହରିବଳଦେଵ ଜୀଉଙ୍କ ମନ୍ଦିର ସମଗ୍ର ବିଶ୍ୱରେ ନିଜର ନିଆରା ପ୍ରଥା ଓ ପରମ୍ପରା ଯୋଗୁଁ ଦ୍ୱିତୀୟ ଶ୍ରୀ କ୍ଷେତ୍ରର ମାନ୍ୟତା ଲାଭ କରିପାରିଛି। ଦୁଇ ଦିନ ଧରି ଏଠାରେ ରଥଟଣା ଅନୁଷ୍ଠିତ ହେଉଥିବାବେଳେ ମା’ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି ଯେଇଁ ପରମ୍ପରା ସମଗ୍ର ବିଶ୍ବରେ ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ। 1576 ମସିହାରେ ମୟୁରଭଞ୍ଜର ତତ୍କାଳୀନ ମହାରାଜା ବୈଦ୍ୟନାଥ ଭଞ୍ଜଦେଓଙ୍କ ଦ୍ଵାରା ଏହି ମନ୍ଦିର ପ୍ରତିଷ୍ଠିତ ହୋଇଥିଲା ଓ ସେବେଠାରୁ ପୁରୀ ଶ୍ରୀମନ୍ଦିରେ ଅନୁଷ୍ଠିତ ହେଉଥିବା ସମସ୍ତ ରୀତିନୀତି ସହ ପୂଜା କରାଯିବା…

"ଦ୍ୱିତୀୟ ଶ୍ରୀ କ୍ଷେତ୍ର ବାରିପଦାରେ ଅନନ୍ୟ ପରମ୍ପରା : ରଥଯାତ୍ରା"