୧୨ ଘଣ୍ଟିଆ ମୋରଡ଼ା ବନ୍ଦ ସଫଳ

ବାରିପଦା-୭-୯(ଓଡ଼ିଆପୁଅ /ସନ୍ତୋଷ ବରଜ)୧୨ଘଣ୍ଟିଆ ମୋରଡ଼ା ବନ୍ଦ। ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରୀ ରହିବ ବନ୍ଦ। ବିପର୍ଯ୍ୟସ୍ତ ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ସୁଧାର ଆଣି ତୁରନ୍ତ ଅଭିଜ୍ଞ ଡାକ୍ତର ଓ କର୍ମଚାରୀ ନିଯୁକ୍ତ କରି ଡାକ୍ତରୀସେବା ଯୋଗାଇବା ଦାବିରେ ବିଜେପି ପକ୍ଷରୁ୧୨ଘଣ୍ଟିଆ ମୋରଡ଼ା ବନ୍ଦ। ବିଜେପି ରାଜ୍ୟ ଉପ ସଭାପତି ରାଜକିଶୋର ଦାସଙ୍କ ନେତୃତ୍ୱରେ ୧୨ଘଣ୍ଟିଆ ବନ୍ଦ ପାଳନ। ମୋରଡ଼ା ବ୍ଲକ ର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଡାକ୍ତରଖାନା ଗୁଡିକରେ ବିଶେଷଜ୍ଞଡାକ୍ତର ପଦ ଖାଲି ପଡ଼ିଥିବାରୁ ରୋଗୀ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ଡାକ୍ତର ନିଯୁକ୍ତି ଦାବିରେ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି।…

"୧୨ ଘଣ୍ଟିଆ ମୋରଡ଼ା ବନ୍ଦ ସଫଳ"

ହତ୍ୟା ନା ଆତ୍ମହତ୍ୟା

ସାରସକଣା ୭-୯ (ଓଡ଼ିଆ ପୁଅ/ବନ୍ଧନ ସିଂ) ମୟୁରଭଞ୍ଜ, ଝରପୋଖରିଆ ଥାନା ଅନ୍ତର୍ଗତ ସାନକଛିମବିଲା ଗ୍ରାମ ରେ ଗୁନା ସିଂ ବହୁ ବର୍ଷ ଧରି ବାସ କରିଆସୁଥିଲେ। ଅଗଷ୍ଟ ୧୧ ତାରିଖ ଦିନ ତାଙ୍କ ସାନ ଭାଇ ବଙ୍ଗା ସିଂ ଏବଂ ତାଙ୍କ ବଡ଼ ପୁଅ ରାଜୁ ସିଂ ଏବଂ ତାଙ୍କ ଗାଁ ର ଭାସ୍କର ମହାନ୍ତ ଗଛ ରୁ ଗୁନା ସିଂ ଙ୍କ ଶବ କୁ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର କରିଥିଲେ। ଗଛରୁ ଶବ କୁ ଉଦ୍ଧାର ପରେ ମଧ୍ୟ ଝାଡ଼ପୋଖରୀଆ ପୋଲିସ କୁ କେହି ଜଣାଇନଥିଲେ କି ପୋଲିସ ମଧ୍ୟ ଜାଣି ପାରି ନ ଥିଲା। ଆଜିକୁ ପ୍ରାୟ ୨୦ ଦିନ ପରେ…

"ହତ୍ୟା ନା ଆତ୍ମହତ୍ୟା"

ଶହଶହ କୋଟିଟଙ୍କାର ଚାରା ଘୋଟାଲା ମାମଲାରେ ମୟୁରଭଞ୍ଜ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାଯ୍ୟାଳୟରେ ବିଜେପି ତରଫରୁ ମାମଲା ରୁଜୁ

ମଞ୍ଜିକିଣା, ଚାରାପ୍ରସ୍ତୁତି, ବୃକ୍ଷରୋପଣ ପାଇଁ ଜମି ପ୍ରସ୍ତୁତି, ଗାତଖୋଳା, ସାର କିଣା, ମଜୁରୀ ସବୁଥିରେ ଅର୍ଥ ହେରଫେର ଅଭିଯୋଗ – ଅନେକ ସ୍ଥଳରେ ମଞ୍ଜିକିଣାରୁ ମଜୁରୀ ପର୍ଯ୍ୟନ୍ତ ସବୁ କାର୍ଯ୍ୟ କେବଳ କାଗଜପତ୍ରରେ ହୋଇ ସମୂର୍ଣ ଅର୍ଥ ହରିଲୁଟ ହୋଇଛି – ଜିଲାରେ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ପ୍ରଶାସନିକ ଅଧିକାରୀ ଦୋଷୀଙ୍କ ସମେତ ଜିଲାର ଶାସକ ବିଜେଡି ଦଳର ନେତା, ବିଧାୟକ ଓ ମନ୍ତ୍ରୀମାନଙ୍କ ପୃଷ୍ଠପୋଷକତାର ତଦନ୍ତ ପାଇଁ ଦାବି ଭୁବନେଶ୍ୱର, ତା.୦୬/୦୯(ଓଡ଼ିଆ ପୁଅ): ଶହଶହ କୋଟିଟଙ୍କାର ଚାରା ଘୋଟାଲା ମାମଲାରେ ମୟୁରଭଞ୍ଜ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାଯ୍ୟାଳୟରେ ବିଜେପି ତରଫରୁ ମାମଲା ରୁଜୁ କରାଯାଇଛି। ମୟୁରଭଞ୍ଜ ଜିଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ…

"ଶହଶହ କୋଟିଟଙ୍କାର ଚାରା ଘୋଟାଲା ମାମଲାରେ ମୟୁରଭଞ୍ଜ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାଯ୍ୟାଳୟରେ ବିଜେପି ତରଫରୁ ମାମଲା ରୁଜୁ"

ମହିଳାଙ୍କୁ କଚାଡ଼ି କଚାଡ଼ି ମାରିଦେଲା ହାତୀ

ମୟୁରଭଞ୍ଜ ୨୩-୮ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ପାଞ୍ଚପୀଢ଼ର ବିଭିନ୍ନ ଅଞ୍ଚଳରେ ହାତୀ ଆକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏପରି ଅଭାବନୀୟ ଘଟଣା ଗତକାଲି ରାତି ୧୦ଘଟିକା ସମୟରେ ରରୁଆଁ ଥାନା ଅନ୍ତର୍ଗତ ଜାମୁତି ଗ୍ରାମ ପଞ୍ଚାୟତ ଜାମୁତି ଗ୍ରାମରେ ଘଟିଛି। ଶର୍ମିଷ୍ଠା ମହାନ୍ତ ନାମଙ୍କ ମହିଳା ରାତ୍ର ୧୦ ଘଟିକା ସମୟରେ ପଡିଶା ଘରୁ ତରକାରୀ ନେଇ ଆସୁବେଳେ ଗୋଟିଏ ଗୋଠ ଛଡା ଦନ୍ତା ହାବୁଡ଼ରେ ପଡି ଯାଇଥିଲେ। ଘଟଣା ସ୍ଥଳରେ ଉକ୍ତ ମହିଳାଙ୍କୁ ଅତି ବିଭତ୍ସ ଭାବେ ଘୋଷାଡ଼ି ଘୋଷାଡ଼ି ନିର୍ମମ ଭାବେ ମହିଳାଙ୍କୁ ମାରିଥିବା ଦେଖିବାକୁ ମିଳିଛି। ତେବେ ୩ ଦିନ ଭିତରେ ପାଞ୍ଚପୀଢ଼ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇ ଜଣ…

"ମହିଳାଙ୍କୁ କଚାଡ଼ି କଚାଡ଼ି ମାରିଦେଲା ହାତୀ"

ରାସ୍ତା ପାଲଟିଛି ମରଣଜନ୍ତା

ସାରସକଣା:୨୨/୦୮ (ଓଡ଼ିଆ ପୁଅ/ବନ୍ଧନ ସିଂ) ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ବ୍ଲକର ବମ୍ବେଛକ ଠାରୁ ସାରସକଣାକୁ ଯାଇଥିବା ମୁଖ୍ୟ R.D ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଏହି ବ୍ଲକର ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତେକ ଦିନ ଏହି ରାସ୍ତା ଦେଇ ବସ, ଟ୍ରକ, ମୋଟର ସାଇକେଲ, ସାଇକେଲ ଏବଂ କଲେଜ, ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ଏହି ରାସ୍ତାରେ ସବୁ ଦିନ ଯାତାୟତ କରୁଛନ୍ତି ଓ ପ୍ରତ୍ୟେକ ଦିନ ଲୋକେ ବିଭିନ୍ନ ପ୍ରକାରର ଦୁର୍ଘଟଣାର ଶିକାର ହେଉଛନ୍ତି। ଦୁଃଖର ବିଷୟଯେ, ଏହି ରାସ୍ତା ଦେଇ ସାରସକଣା ବ୍ଲକର ସମସ୍ତ ଅଧିକାରୀ ଏବଂ ତହସିଲ ଅଫିସର ଅଧିକାରୀମାନେ ମଧ୍ୟ ଏହି ରାସ୍ତା ଦେଇ ଯାତାୟତ କରୁଛନ୍ତି। କିନ୍ତୁ ଏଥି ପ୍ରତି…

"ରାସ୍ତା ପାଲଟିଛି ମରଣଜନ୍ତା"

ଅବାଧ ଗୋରୁ ଚାଲାଣ

ସାରସକଣା/ମୟୁରଭଞ୍ଜ୧୯-୮ (ଓଡ଼ିଆ ପୁଅ/ବନ୍ଧନ ସିଂ) ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକରୁ ବେଆଇନ ଭାବେ ନିର୍ଭୟରେ ଚାଲିଛି ଶହ ଶହ ଗୋରୁ ଚାଲାଣ। ପ୍ରତ୍ୟେକ ଶନିବାର ଦିନ ସାରସକଣାରୁ କେନାଲ ରାସ୍ତାରେ ଜାମଶୋଳା ହାତିବରୀ ପର୍ଯ୍ୟନ୍ତ ଗୋ ଚାଲାଣ ହେଉଛି। ସେଠାରୁ ଟ୍ରକରେ ପଶ୍ଚିମ ବେଙ୍ଗଲକୁ ଗୋ ଚାଲାଣ ହେଉଛି। କୋଣସି ଗୋଟିଏ ଗୋରୁର ରସିଦ ନ ଥାଇ ମଧ୍ୟ ଖୋଲା ଭାବେ ଗୋ ଚାଲାଣ ଚାଲୁଅଛି। ପ୍ରଶାସନ ଏହା ଜାଣି ମଧ୍ୟ କୋଣସି ପଦକ୍ଷେପ ନେଉନାହିଁ। ଯେଉଁ ରାସ୍ତା ଦେଇ ଗୋ ଚାଲାଣ ହେଉଛି ସେଇରାସ୍ତାର ଆଖ ପାଖ ଗ୍ରାମର ଲୋକଙ୍କ କହିବା କଥା ଏହିକି ଜେ, ପ୍ରତେକ ଦିନ ରାତି ସାରା ଗୋ ଚାଲାଣ…

"ଅବାଧ ଗୋରୁ ଚାଲାଣ"

ବିଜୁ ମହିଳା ଜନତା ଦଳର ନୂଆ କର୍ମକର୍ତ୍ତା

ଭୁବନେଶ୍ୱର, ୧୭/୮/୨୦୧୮(ଓଡ଼ିଆ ପୁଅ) : ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ମହିଳା ବିଜେଡି ରାଜ୍ୟ ସଭାନେତ୍ରୀ ତଥା ବିଞ୍ଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ସୁପାରିସ କ୍ରମେ ବିଜୁ ମହିଳା ଜନତା ଦଳକୁ ସଂପ୍ରସାରଣ କରି ରାଜ୍ୟ ପରିଚାଳନା କମିଟିରେ ଅତିରିକ୍ତ ୩ଜଣ ଉପ-ସଭାପତି, ଜଣେ ସାଧାରଣ ସଂପାଦକ, ୭ଜଣ ସଂପାଦକଙ୍କୁ ସଦସ୍ୟ ଭାବେ ମନୋନୀତ କରିଥିବା ବେଳେ ନୂତନ ଭାବେ ମୟୁରଭଞ୍ଜ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତି, ଢେଙ୍କାନାଳ ଜିଲ୍ଲା ସଭାପତି ଏବଂ ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କୁ ମନୋନୀତ…

"ବିଜୁ ମହିଳା ଜନତା ଦଳର ନୂଆ କର୍ମକର୍ତ୍ତା"

ଅମାନୁଷିକ ହତ୍ୟାକାଣ୍ଡ

ବାରିପଦା/ମୟୁରଭଞ୍ଜ ୯-୮ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ବାରିପଦା-ଅଜଣା ଦୁର୍ବୃତ୍ତର ବର୍ବରକାଣ୍ଡ। ଧାରୁଆ ଅସ୍ତ୍ରରେ ନୃଶଂସ ଭାବେ ଆକ୍ରମଣ କରି ବୃଦ୍ଧଙ୍କୁ ହତ୍ୟା କରିଛି ଦୁର୍ବୃତ୍ତ। ସାଇକେଲ ଚଲାଇ ଘରକୁ ଫେରିବା ବାଟରେ ପଛପଟୁ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଅଚାନକ ଆକ୍ରମଣର ଶିକାର ହୋଇ ସାଇକେଲ ସହ ମାଟିରେ ମୁହଁମାଡ଼ି ପଡିଯାଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ତେବେ ଘଟଣା ଆଜି ଭୋର ପ୍ରାୟ ୪ ରୁ ୫ଟା ମଧ୍ୟରେ ଘଟିଥିବା ଆଲୋଚନା ହେଉଛି। ଏଭଳି ନୃଶଂସ ହତ୍ୟାକାଣ୍ଡ ଆଜି ମୟୁରଭଞ୍ଜ ଜିଲ୍ଲାର ମୋରଡ଼ାଥାନା ଅଧୀନ ଗଡ଼ିଗାଁର ଫୁଲବାଡ଼ିଆ ଠାରେ ଘଟିଯାଇଛି। ଅଜଣା ଦୁର୍ବୃତ୍ତର ଆକ୍ରମଣରେ ଗଡ଼ିଗାଁର କୃଷ୍ଣଚନ୍ଦ୍ର ମହାନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ,…

"ଅମାନୁଷିକ ହତ୍ୟାକାଣ୍ଡ"

ଜନନୀ ସୁରକ୍ଷା ଯୋଜନା ବାଟବଣା

କରଞ୍ଜିଆ ୦୮/୦୮ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ଜନନୀ ସୁରକ୍ଷା ଯୋଜନା ବିଫଳ। ବେପରୁଆ ପରିଚାଳନା ପାଇଁ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ଅସହାୟା ହିତାଧିକାରୀ। ଖବର ଦେଲେବି ଆସୁନି ୧୦୨ କି ୧୦୮ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ସଠିକ ସମୟରେ ନ ମିଳିବା ଯୋଗୁଁ ଡାକ୍ତରୀ ସେବା ଅଭାବରୁ ସଦ୍ୟଜାତ ଶିଶୁସନ୍ତାନ ମୃତ୍ୟୁ ମୁଖରେ ପଡୁଥିବା ବେଳେ ପ୍ରସୂତୀ ମାଆମାନଙ୍କ ଜୀବନ ସଙ୍କଟାପନ୍ନ ହେଉଛି। ଯାହା ରାଜ୍ୟ ସରକାର ମା’ ଏବଂ ଛୁଆଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲେ ବି ତାହା ସମ୍ପୁର୍ଣ୍ଣ ବିଫଳ ହଇଥିବା ଏକ ନଗ୍ନ ଚିତ୍ର ଆଜି ଦେଖିବାକୁ ମିଳିଛି କରଞ୍ଜିଆ ବ୍ଲକ ଅନ୍ତର୍ଗତ ପାଟବିଲ ଗ୍ରାମ ପଞ୍ଚାୟତ ବାଲିଭୋଳ ଗ୍ରାମରେ। ଗ୍ରାମର ବାସନ୍ତୀ…

"ଜନନୀ ସୁରକ୍ଷା ଯୋଜନା ବାଟବଣା"

ବ୍ୟବଚ୍ଛେଦ ବେଳେ ତାଡ଼ିନେଲେ ଆଖି

ମୟୁରଭଞ୍ଜ ୮-୮ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ବିଷପିଇ ମହିଳାଙ୍କ ଆତ୍ମହତ୍ୟା। ସ୍ୱାମୀ ଓ ଶାଶୁଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପଘର ଲୋକ। ଚାନ୍ଦୁଆ ଥାନାରେ କରିଛନ୍ତି ଅଭିଯୋଗ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ଚାନ୍ଦୁଆଥାନା କେଉଟୁଣୀମାରି ପଞ୍ଚାୟତ ଦରଦରା ଗାଁରେ। ଗ୍ରାମର ଜଗନ୍ନାଥ ସେଠୀ ବୈଦିକ ରୀତିରେ ବଡ଼ସାହିଥାନା କୁଚିଲାଖୁଣ୍ଟା ଗ୍ରାମର ସୁଚିତ୍ରା ସେଠୀଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ଉତ୍ତମ ବୁଝାମଣା ସାଙ୍ଗକୁ ହସଖୁସିରେ ଆଗକୁ ବଢ଼ିଥିଲା ସଂସାର। ଆଉ ଏହା ମଧ୍ୟରେ ୨ଟି ସନ୍ତାନର ଜନକ ହୋଇଥିଲେ। ହେଲେ ସ୍ବାମୀ ଜଗନ୍ନାଥ ଅନ୍ୟ ଜଣେ…

"ବ୍ୟବଚ୍ଛେଦ ବେଳେ ତାଡ଼ିନେଲେ ଆଖି"