ମାଲକାନଗିରି ଜିଲ୍ଲାରେ ୬୦୯୮ ହାଇସ୍କୁଲ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୫୦୬ ଜଣ ପାସ କଲେ, ସେମାନଙ୍କ ମଧ୍ୟରୁ ୫ଜଣ ଗ୍ରେଡ୍ ଏ ୧ ପାଇଛନ୍ତି

ମାଲକାନଗିରି,୨୬/୪ (ଓଡିଆ ପୁଅ/ସୁଚିତ୍ରା ଦାଶ) ମାଲକାନଗିରି ଜିଲ୍ଲା ରେ ଚଳିତ ହାଇସ୍କୁଲ ବାର୍ଷୀକ ପରୀକ୍ଷାରେ ୧୧୨ଟି ହାଇସ୍କୁଲର ମୋଟ ୬୦୯୮ଜଣ ପରୀକ୍ଷାର୍ଥୀ ୧୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ।ସେମାନଙ୍କ ମଧ୍ୟରୁ ୪୫୦୬ଜଣ ପାସ କରିଥିବାବେଳେ ୫ଜଣ ପାରୀକ୍ଷାର୍ଥୀ ଗ୍ରେଡ ଏ ୧ ରେ ରହି ପ୍ରାୟ ୯୩ ପ୍ରତିଶତ ନମ୍ବର ଆଣିଛନ୍ତି। ଏ ଗ୍ରେଡ ୨ ରେ ୩୯,ବି ଗ୍ରେଡ ୧ରେ ୧୪୦,ବି ଗ୍ରେଡ ୨ରେ ୩୪୭,ସି ଗ୍ରେଡ ରେ ୧୦୪୬,ଡି ଗ୍ରେଡ ରେ ୧୬୬୪,ଇ ଗ୍ରେଡ ରେ ୧୨୬୫,ଏଫ ଗ୍ରେଡ ରେ ୧୫୯୨ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି। ଜିଲ୍ଲାରେ ମୋଟ ୭୩.୮୯ ପ୍ରତିଶତ ଛାତ୍ର ଛାତ୍ରୀ ମେଟ୍ରିକ ପରୀକ୍ଷାରେ ପାସ କରିଛନ୍ତି। ମୋଟ ୬୦୦…

"ମାଲକାନଗିରି ଜିଲ୍ଲାରେ ୬୦୯୮ ହାଇସ୍କୁଲ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୫୦୬ ଜଣ ପାସ କଲେ, ସେମାନଙ୍କ ମଧ୍ୟରୁ ୫ଜଣ ଗ୍ରେଡ୍ ଏ ୧ ପାଇଛନ୍ତି"

ସୀମାନ୍ତରେ ମାଓବାଦୀଙ୍କ ବର୍ବର କାଣ୍ଡ, ନିରୀହ ଯୁବକକୁ ହତ୍ୟା

ମାଲକାନଗିରି,୨୬/୪ (ଓଡିଆ ପୁଅ/ସୁଚିତ୍ରା ଦାଶ) ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଜିଲ୍ଲା ଗୁର୍ଖାପାଲ ଜଙ୍ଗଲରେ ଗତ କାଲି ମାଓବାଦୀ ମାନେ ୨୫ ଜଣ ସିଆରପିଏଫ ଜବାନମାନଙ୍କୁ ହତ୍ୟାକରିବା ପରେ ସେମାନଙ୍କ ମନ ଶାନ୍ତି ହେଲା ନାହିଁ ଯେ ପୁଣି ଆଜି ସକାଳେ ଜଣେ ନିରୀହ ଗ୍ରାମବାସୀଙ୍କୁ ନିର୍ମମଭାବେ ହତ୍ୟାକରିଛନ୍ତି। କାଙ୍କେର ଜିଲ୍ଲା ଦୁର୍ଗାପୁର ଗ୍ରାମର ସେବାରାମ ହିଚାମି ନାମକ ଜଣେ ଯୁବକକୁ ପୁଲିସ ସୂଚନା ଦାତା ସନ୍ଦେହରେ ଗଳାକିଟି ହତ୍ୟାକରି ନିକଟସ୍ଥ ମାୟାପୁର ଜଙ୍ଗଲ ରାସ୍ତାରେ ଫିଙ୍ଗିଦେଇ ଥିବାର ଜଣାପଡିଛି। ପୁଲିସ ସେଠାରେ ପହଁଚି ଶବ ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।

"ସୀମାନ୍ତରେ ମାଓବାଦୀଙ୍କ ବର୍ବର କାଣ୍ଡ, ନିରୀହ ଯୁବକକୁ ହତ୍ୟା"

ମା’ କୋଳରୁ ଛାଡାଇ ନେଇଥିବା ବର୍ଷକର ଶିଶୁ କୁ ଫେରି ପାଇଲା ମା’ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଲାଗିଥିବା ବିବାଦକୁ ତୁଟାଇଲେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

ମାଲକାନଗିରି,୨୬/୪ (ଓଡିଆ ପୁଅ/ସୁଚିତ୍ରା ଦାଶ)  ମାଲକାନଗିରି ଜିଲ୍ଲା କାଲିମେଳା ଥାନାସ୍ଥ ଚିନ୍ତଲଓ୍ୟାର୍ଡା ପଚାଂୟତର କର୍କଟପାଲି ଗ୍ରାମର ସଦନ ପାଙ୍ଗି ଓ ତାଙ୍କ ସ୍ତ୍ରୀ ଫୁଲମତି ମଧ୍ୟରେ ଗଣ୍ଡଗୋଳ ଲାଗିବାରୁ ବର୍ଷକର ଶିଶୁପୁତ୍ରକୁ ତାର ମା’ କୋଳରୁ ଛଡାଇନେଇ ଫୁଲମତିକୁ ଘରୁ ବିଦାକରିବା ଘଟଣାରେ ଫୁଲମତି ନ୍ୟାୟ ପାଇଁ ଜିଲ୍ଲାପାଳ ଓ ଶିଶୁସୁରକ୍ଷା ବିଭାଗକୁ ଦରଖାସ୍ତ ଦେଇଥିଲେ। ଆଜି ସେମାନଙ୍କର ବିଚାର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗରେ ହୋଇଥିଲା। ଫୁଲମତୀ ପାଙ୍ଗିଙ୍କ ବାପା ଗୁରନାଥ ଖିଲ, ସଦନ ପାଙ୍ଗିଙ୍କ ବାପା ଲଇଖନ ପାଙ୍ଗି ଓ ଗ୍ରାମର ମୁଖିଆମାନେ ଉପସ୍ଥିତରେ ଉଭୟ ଉଭୟ ପକ୍ଷର ବୟାନକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଓ ଲିଗାଲ ଅଫିସର…

"ମା’ କୋଳରୁ ଛାଡାଇ ନେଇଥିବା ବର୍ଷକର ଶିଶୁ କୁ ଫେରି ପାଇଲା ମା’ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଲାଗିଥିବା ବିବାଦକୁ ତୁଟାଇଲେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ"

ଯେଉଁ ଦେଶର ଭାଷା ସଂସ୍କୃତି ଯେତେ ସୃଦୃଢ ସେ ଦେଶ ସେତେ ବିକାଶ କ୍ଷେତ୍ରରେ ଆଗୁଆ, ମାଲକାନଗିରିରେ ସାହିତ୍ୟ ଏକାଡେମୀର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ

ମାଲକାନଗିରି,୨୩/୪(ଓଡ଼ିଆ ପୁଅ/ସୁଚିତ୍ରା ଦାସ) ଯେଉଁଦେଶର ଭାଷା ସଂସ୍କୃତି ଯେତେ ସୃଦୃଢ ସେଦେଶ ବିକାଶ କ୍ଷେତ୍ରରେ ସତେ ଆଗୁଆ,ମାଲକାନଗିରି ଜିଲ୍ଲାର ଆଦିବାସୀ ଭାଷାର କଳାତ୍ମକ ଉତ୍କର୍ଷତା ଅତ୍ୟନ୍ତ ଉଚ୍ଚକୋଟିର ବୋଲି ମାଲକାନଗିରି ଠାରେ ଅନୁଷ୍ଟିତ ଓଡିଶା ସହିତ୍ୟଏକାଡେମୀ ର ଆଲୋଚନା ଚକ୍ର ଓ କବିସମ୍ମିଳନୀ ରେ ଯୋଗଦେଇଥିବା ଅତିଥିମାନେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ। ସ୍ଥାନୀୟ ଜିଲ୍ଲାପରିଷଦ ସଭା ଗୃହରେ କବି ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଓଡିଶା ସାହିତ୍ୟ ଏକାଡେମୀର ସଚିବ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ଓ ମାଲକାନଗିର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ଉଦ୍ ଘାଟକ ଭାବେ ଯୋଗଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ମାନସ ମାଡକାମୀ ଯୋଗଦେଇ ଜଣେ ମଣିଷ ସାଧାରଣ…

"ଯେଉଁ ଦେଶର ଭାଷା ସଂସ୍କୃତି ଯେତେ ସୃଦୃଢ ସେ ଦେଶ ସେତେ ବିକାଶ କ୍ଷେତ୍ରରେ ଆଗୁଆ, ମାଲକାନଗିରିରେ ସାହିତ୍ୟ ଏକାଡେମୀର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ"

ଜମିବାଡିକୁ କେନ୍ଦ୍ର କରି ଦାଦା ତୀର ମାରିଲା ପୁତୁରାକୁ ,ପୁତୁରା ଗୁରତର ଆହତ ଦାଦା ଗିରଫ

ମାଲକାନଗିରି,୨୪/୪ (ଓଡ଼ିଆ ପୁଅ/ସୁଚିତ୍ରା ଦାସ))ଜମିବାଡିକୁ କେନ୍ଦ୍ର କରି ଦାଦା ନିଜ ପତୁରାକୁ ତୀର ମାରି ହତ୍ୟାକରିବାକୁ ଉଦ୍ୟମ କରିଥିଲେ।ପୁତୁରା ଗୁରତର ଭାବେ ଆହତ ହୋଇଥିବା ବେଳେ ଦାଦା କୁ ପୁଲିସ ଗିରଫ କରିଛନ୍ତି।ମାଲକାନଗିରି ଥାନାସ୍ଥ ତେନ୍ତୁଳି ଗୁଡା ଗ୍ରାମର ଦାଦା ଏରା ମାଡକାମି ଓ ପୁତୁରା ମୁକା ମାଡକାମି ଙ୍କ ମଧ୍ୟରେ କିଛି ମାସହେଲା ଜମିଭାଗବଟାଂକୁ ନେଇ ଗଣ୍ଡଗୋଳ ଲାଗିଥିଲା। ଶନିବାର ରାତ୍ରରେ ମୁକାମାଡକାମି ନିଜ ଘରେ ଖାଇବସିଥିବା ସମୟରେ ହଟାତ ଦାଦା ଏରା ମାଡକାମି ସେଠାରେ ପହଁଚି ଲାଗ ଲାଗ ଦୁଇଟି ତୀରବିନ୍ଧିଥିଲା ମୁକା ଉପରକୁ ,ତୀର ଦୁଇଟି ମୁକାର ଦେହରେ ପସି ଯାଇଥିଲା। ବହୁକଷ୍ଟରେ ଗାଁ ଲୋକେ ଗୋଟିଏ ତୀର କାଢି ଦେଇଥିବା…

"ଜମିବାଡିକୁ କେନ୍ଦ୍ର କରି ଦାଦା ତୀର ମାରିଲା ପୁତୁରାକୁ ,ପୁତୁରା ଗୁରତର ଆହତ ଦାଦା ଗିରଫ"