ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଓଡିଆ ଭାଷା ସଂସ୍କୃତିକୁ ବଚାଂଇ ରଖିବା ପାଇଁ ଓଡିଶା ସାହିତ୍ୟ ଏକାଡେମୀର ଶୀତକାଳୀନ ସାହିତ୍ୟ ଆସର

ମାଲକାନଗିର, ୧୧ା୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ଆନ୍ଧ୍ର ଛିତିଶଗଡ ରାଜ୍ୟ ସୀମାନ୍ତ ମାଲକାନଗିରି ଜିଲ୍ଲାରେ ଓଡିଆ ଭାଷା ସଂସ୍କୃତିର ବିକାଶ ନିମନ୍ତେ ଓଡିଶା ସାହିତ୍ୟ ଏକାଡେମୀ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ଗୌଡଗୁଡା ପଚାଂୟତସ୍ଥ ଏମଭି ୯ ଗ୍ରାମରେ ଥିବା ରାମ କୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ଶୀତକାଳୀନ ସାହିତ୍ୟ ଆସର ଅନୁଷ୍ଟିତ ହୋଇଯାଇଛି। ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ, ମୁଖ୍ୟ ବକ୍ତା ଭାବେ କବି ବିଜୟ କୁମାର ଦାସ, ସମ୍ମାନିତ ଅତିଥି ଭାବେ ରଂଜନ କୁମାର ରାଉତ, ରତ୍ନାକର ପାଢୀ,…

"ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଓଡିଆ ଭାଷା ସଂସ୍କୃତିକୁ ବଚାଂଇ ରଖିବା ପାଇଁ ଓଡିଶା ସାହିତ୍ୟ ଏକାଡେମୀର ଶୀତକାଳୀନ ସାହିତ୍ୟ ଆସର"

ମତ୍ସ ଓ ପଶୁସମ୍ପଦ ବିକାଶ ସଚିବଙ୍କ ମାଲକାନଗିରି ଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା

ମାଲକାନଗିରି, ୧୧ା୧ (ଓଡିଆ ପୁଅ ) ରାଜ୍ୟ ମତ୍ସ ଓ ପଶୁ ସମ୍ପଦ ବିଭାଗ ସଚିବ ତଥା ମାଲକାନଗିରି ଜିଲ୍ଲାର ନୋଡାଲ ଅଫିସର ଦାଇତ୍ୱରେ ଥିବା ବରିଷ୍ଟ ଆଇଏଏସ ଅଫିସର ବିଶାଲ ଗଗନ ତନି ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଅଚଂଳ ପରିଦର୍ଶନ କରି ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମାଥିଲି ବ୍ଲକସ୍ଥ କିଆଙ୍ଗ ଠାରେ ମେଗା ଲିଫ୍ଟ ପ୍ରୋଜେକ୍ଟ, କେନ୍ଦୁଗୁଡା ନିର୍ମାଣଧିନ ପୋଲ ପରିଦର୍ଶନ କରିଥିଲେ, ଗତ କିଛି ଦିନତଳେ ଖଇରପୁଟ ବ୍ଲକସ୍ଥ ବଣ୍ଡା ଘାଟି ମୁଦୁଲିପଡା ଅଣ୍ଡ୍ରାହଲ ପଚାଂୟତରେ ନିର୍ମାଣଧିନ ରାସ୍ତା କାମରେ ବ୍ୟବହୃତ ୧୨ଟି ଗାଡିକୁ ମାଓବାଦୀମାନେ ପୋଡି ଦେଇଥିଲେ, ସେହି ସ୍ଥାନକୁ ସଚିବ ଗସ୍ତ କରି…

"ମତ୍ସ ଓ ପଶୁସମ୍ପଦ ବିକାଶ ସଚିବଙ୍କ ମାଲକାନଗିରି ଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା"

ଜାତି ଧର୍ମ ନାମରେ ୨୦୦୦ରୁ ଉର୍ଦ୍ଧ୍ୱ ଗରିବ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ, ପ୍ରତିକାର ବ୍ୟବସ୍ଥା କରାନଗଲେ ଫେବୃୟାରୀ ୨୮ ତାରିଖରେ ଆନ୍ଦୋଳନ ହେବ-ପୂର୍ବତ୍ତନ ସାସଂଦ, ପ୍ରଦୀପ ମାଝୀ

ମାଲକାନଗିରି, ୧୧ା୧(ଓଡିଆ ପୁଅ) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜାତି ବର୍ଣ୍ଣ, ଧର୍ମର ବିଚିତ୍ର ନିତି ନିୟମ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ବଣଜଙ୍ଗଲ ଘେରା ମାଓପ୍ରବଣ ମାଲକାନଗିରି ଜିଲ୍ଲାର ପ୍ରାୟ ୨ହଜାରରୁ ଉର୍ଦ୍ଧ୍ୱ ଗରିବ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି। ଏହି ପିଲାମାନଙ୍କୁ ଆଦିବାସୀ, ହରିଜନ ଜାତିଗତ ପ୍ରମାଣ ପତ୍ର ଦିଆଯାଉନଥିବାରୁ ସେମନଙ୍କୁ ବିଦ୍ୟାଳୟ ଓ ଛାତ୍ରବାସରୁ କାଢି ଦିଆଯାଇଛି। କେବଳ ହରିଜନ, ଆଦିବାସୀ ଛାତ୍ରଛାତ୍ରୀ ନୁହଁନ୍ତି, ସାଧାରଣ ବର୍ଗର ଗରିବ ପିଲାମାନେ ମଧ୍ୟ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ପାଠ ପଢିପାରୁ ନାହଁନ୍ତି। ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଛାତ୍ରବାସରେ ସ୍ଥାନ ଦେଇ ମାଗଣାରେ ଶିକ୍ଷାଦନ ବ୍ୟବସ୍ଥା କରାଯାଉ ବୋଲି ପୁବର୍ତ୍ତନ ସାସଂଦ…

"ଜାତି ଧର୍ମ ନାମରେ ୨୦୦୦ରୁ ଉର୍ଦ୍ଧ୍ୱ ଗରିବ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ, ପ୍ରତିକାର ବ୍ୟବସ୍ଥା କରାନଗଲେ ଫେବୃୟାରୀ ୨୮ ତାରିଖରେ ଆନ୍ଦୋଳନ ହେବ-ପୂର୍ବତ୍ତନ ସାସଂଦ, ପ୍ରଦୀପ ମାଝୀ"

ଧାନର ସର୍ବନିମ୍ମ ସହାୟକ ମୂଲ୍ୟ ବୃଦ୍ଧି ଦାବି କରି ବିଜେଡି ଦଳ ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ଘେରାଉ

ମାଲକାନଗିରି, ୧୦ା୧ (ଓଡିଆ ପୁଅ ) ଚାଷୀମାନଙ୍କ ଅମଳ ଧାନର ସବ ର୍ନିମ୍ମ ସହାୟକ ମୂଲ୍ୟ ୨, ୯୩୦ ଟଙ୍କାକୁ ବୃଦ୍ଧି ଦାବିକରି ମାଲକାନଗିରି ଜିଲ୍ଲା ବିଜେଡି ଦଳ ପକ୍ଷରୁ ସାତଟି ଯାକ ବ୍ଲକ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଘେରାଉ ଆରମ୍ଭ ହୋଇ ଯାଇଛି। ଚାଷୀଙ୍କ ଧାନର ସର୍ବନିମ୍ମ ମୂଲ୍ୟ ୨, ୯୩୦ଟଙ୍କାକୁ ବୃଦ୍ଧି କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ପ୍ରତ୍ୟାଖାନ କରିଥିବାରୁ ଏହାର ପ୍ରତିବାଦରେ ଜିଲ୍ଲା ବେଜେଡି ଦଳ ପକ୍ଷରୁ ଜିଲ୍ଲା ସଭାପତି ମାଲକାନଗିରି ବିଧାୟକ ମାନସ ମାଡକାମିଙ୍କ ନେତୃତ୍ୱରେ ଆଜି ଚିତ୍ରକୋଣ୍ଡା ବ୍ଲକ ଅଫିସ ଘରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭ ପରେ…

"ଧାନର ସର୍ବନିମ୍ମ ସହାୟକ ମୂଲ୍ୟ ବୃଦ୍ଧି ଦାବି କରି ବିଜେଡି ଦଳ ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ଘେରାଉ"

ମାଲକାନଗିରି ଜିଲ୍ଲାରେ ଜାତୀୟ ଭୋଟର ଦିବସପାଳନ ପାଇଁ ପ୍ରସ୍ତୁତି ବୈଠକ

ମାଲକାନଗିରି,୯ା୧ (ଓଡିଆ ପୁଅ ) ଜାତୀୟ ଭୋଟରଦିବସ ପାଳନ ନିମନ୍ତେ ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗୋ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ ଅନୁଷ୍ଟିତ ହୋଇ ଯାଇଛି । ଆସନ୍ତା୨୫ତାରିଖ ମଧ୍ୟରେ ସମସ୍ଥ ବୁଥ ଗୁଡିକରେ ପ୍ରଚାର ପତ୍ର ବଟଂନ ସହିତ ଅବାଧ ନିରପେକ୍ଷ ନିର୍ବାଚନ ପରିଚାଳନା ନିମନ୍ତେ ଜନସଚେତନତା ପାଇଁ ସଭା ସମିତି, ସୋଭା ଯାତ୍ରା କରାଯିବ,ଏହା ବ୍ୟତିତ ଜିଲ୍ଲା, ବ୍ଲକ, ପଚାଂୟତ ସ୍ତରରେ ମଧ୍ୟ ଜନସଚେତନତା କରାଯାଇ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନିର୍ବାଚନ ସଂପର୍କିୟ ପ୍ରତି ଯୋଗୀତାର ଆୟୋଜନ ହୋଇ କୃତି ପ୍ରତି ଯୋଗୀଙ୍କୁ ପୁରସ୍କାର ଦିଆ ଯିବାର ବ୍ୟବସ୍ଥା ରହିଛି…

"ମାଲକାନଗିରି ଜିଲ୍ଲାରେ ଜାତୀୟ ଭୋଟର ଦିବସପାଳନ ପାଇଁ ପ୍ରସ୍ତୁତି ବୈଠକ"

ପ୍ରେସର ମାଇନ ବିସ୍ପୋରଣରେ ଦୁଇ ଆହତ ଆଦିବାସୀ ମହିଳାଙ୍କୁ ମାଓ ଗଡରେ ଭାରରେ ମେଡିକାଲକୁ ବୋହିନେଲେ ଯବାନ

ମାଲକାନଗିରି, ୯ା୧( ଓଡିଆ ପୁଅ ) ମାଓବାଦୀ ମାନଙ୍କ ପାଇଁ ସେମାନେ ନୃଶଂସ ହୋଇପାରନ୍ତି, ହେଲେ ସାଧାରଣ ଲୋକଙ୍କ ପାଇଁ ଭଗବାନ ପାଲଟି ଯାଇଛନ୍ତି, ଏହି ଜବାନମାନେ। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲାରେ, ମାଓବାଦୀମାନେ ପୋତିଥିବା ପ୍ରେସର ବମ ବିସ୍ପୋରଣ ହୋଇ ଦୁଇଜଣ ଆଦିବାସୀ ମହିଳା ଗୁରୁତର ଭାବେ ଆହତ ହୋଇଥିଲେ। ନିକଟରେ କୌଣସି ଗାଡି ନଥିବାରୁ ସେଠାରେ ପୋଟ୍ରୋଲିଂ କରୁଥିବା ସିଆରପିଏଫ ଜବାନ ମାନେ ସାହସର ସହିତ ସେ ଦୁଇଜଣ ମହିଳାଙ୍କୁ ଭାରରେ ବୋହି ନେଇ ମେଡିକାଲକୁ ଯାଇଥିଲେ। ମାଓଗଡ ହୋଇଥିବାରୁ ଜବାନ ମାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ପ୍ରେସର ମାଇନ ପୋତି…

"ପ୍ରେସର ମାଇନ ବିସ୍ପୋରଣରେ ଦୁଇ ଆହତ ଆଦିବାସୀ ମହିଳାଙ୍କୁ ମାଓ ଗଡରେ ଭାରରେ ମେଡିକାଲକୁ ବୋହିନେଲେ ଯବାନ"

ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ଗାଡି ସହ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଅବକାରୀ ସବଇନିସପେକ୍ଟର ଆହତ, ତିନି ଗଞ୍ଜେଇ ଚାଲାଣକାରୀ ଗିରଫ

ମାଲକାନଗିରି, ୯ା୧(ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲା ଅବକାରି ବିଭାଗ କୁ ଏକ ବଡଧରଣର ସଫଳତା ମିଳିଛି। ଦୁଇଟି ଘଟଣାରେ 5 କ୍ବିଣ୍ଟାଲ 31କେଜି ଗଞ୍ଜେଇ ଓ ଗାଡି ଜବତ ହେବାସହିତ 3ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି,  ଅଭିନବ ଉପାୟରେ ଠାକୁରପୁର୍ଣ୍ଣ ବ୍ରହ୍ମ ଶ୍ରୀ ଶ୍ରୀ ଗୁରୁଚାନ୍ଦ ଠାକୁର ଲେଖା ଯାଇଥିବା ଗାଡିରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଜିଲ୍ଲା ଅବକାରି ବିଭାଗ ହାବୁଡରେ ପଡି ଜଣେ ଗିରଫ ହେବା ସହିତ ୪ କ୍ୱିଟାଂଲ 27କେଜି ଗଞ୍ଜେଇ ଓ ଗାଡି ଜବତ ହୋଇଛି। ଅନ୍ୟ ଏକ ସ୍ଥାନରେ ଗଞ୍ଜେଇ ଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ୧ କ୍ବିଣ୍ଟା ଗଞ୍ଜେଇ…

"ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ଗାଡି ସହ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଅବକାରୀ ସବଇନିସପେକ୍ଟର ଆହତ, ତିନି ଗଞ୍ଜେଇ ଚାଲାଣକାରୀ ଗିରଫ"

ମାଲକାନଗିରି ଜିଲ୍ଲାରେ ଜାପାନୀ ରୋଗ ଥମିବାପରେ ଜର୍ମାନ ରୋଗ ଆଶଙ୍କାରେ ଟିକାକରଣ ପାଇଁ କର୍ମଶାଳା ଆରମ୍ଭ

ମାଲକାନଗିରି, ୮ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଜାପାନୀ ରୋଗ ଥମିବା ପରେ ଏବେ ଜର୍ମାନ ରୋଗର ଆଶଙ୍କାକୁ ଆଖିଆଗରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ନିରାକରଣ ନିମନ୍ତେ ଟିକାରଣ ପାଇଁ କର୍ମଶାଳା ଆରମ୍ଭ ହୋଇଯାଇଛି। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରେ ଗତ ବର୍ଷ ଭୟାବହ ଜାପାନୀ ଏନ୍ ସେଫାଲାଇଟ ଜ୍ୱରରେ ଶତାଧିକ ଶିଶୁଙ୍କର ମୃତ୍ୟୁ ଘଟିଥିଲା, ଏହି ଜାପାନୀ ଜ୍ୱରକୁ ରୋକିବା ପାଇଁ କେନ୍ଦ୍ର ସରକାର ଠାରୁ ଆରମ୍ଭକରି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ନାକେଦମ ହୋଇପଡିଥିଲେ। ଦୀର୍ଘ ୪ ମାସ ସଂଘର୍ଷ କରିବା ଓ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗର ଅକ୍ଲାନ୍ତ ପରିଶ୍ରମପରେ ଜାପାନୀ…

"ମାଲକାନଗିରି ଜିଲ୍ଲାରେ ଜାପାନୀ ରୋଗ ଥମିବାପରେ ଜର୍ମାନ ରୋଗ ଆଶଙ୍କାରେ ଟିକାକରଣ ପାଇଁ କର୍ମଶାଳା ଆରମ୍ଭ"

ଛାତ୍ରଛାତ୍ରୀ ଓ ବନବିଭାଗ କର୍ମଚାରୀଙ୍କୁ ଜଙ୍ଗଲ ଆଇନ, ପରିବେଶ ସମ୍ବନ୍ଧୀୟ ତାଲିମ

ମାଲକାନଗିରି, ୮ା୧ (ଓଡିଆ ପୁଅ) ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବନବିଭାଗ କର୍ମଚାରୀମାନଙ୍କୁ ନେଇ ମାଲକାନଗିରି ଜିଲ୍ଲାବନ ବିଭାଗ ପକ୍ଷରୁ ଜଙ୍ଗଲ ଆଇନ, ପରିବେଶ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ସ୍ଥାନୀୟ ସତୀଗୁଡା ସବୁଜଉଦ୍ୟାନ ପରିସରରେ ଡିଏଫଓ ସମ୍ରାଟ ଗୌଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ତାଲିମ ଶିବୀରରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଦୌରାଜଜ ମାନସମିଶ୍ର, ସମ୍ମାନିତ ଅତିଥି ଭାବେ ସିଜେଏମ ଅନିଲ କୁମାର ଦତ, ସିନିୟର ସିଭିଲ ଜଜ ଜିବନନାନ୍ଦ ପାଢୀ, ଏସଡିଜେଏମ ଅରୁଣ କୁମାର ପଟ୍ଟନାୟକ, ଜେଏମସି ସନ୍ତୋଷ କୁମାର ପାଣିଗ୍ରାହୀ, ପିପି ଗୁପ୍ତେଶ୍ୱର ମହାପାତ୍ର ଯୋଗଦେଇ ଜଙ୍ଗଲ ସୁରକ୍ଷା ଆଇନ ଓ ପରିବେଶ ସୁରକ୍ଷା ଆଇନ ସଂପର୍କରେ ବିଷଦ ବିବରଣୀ ସହିତ ବିଭିନ୍ନ…

"ଛାତ୍ରଛାତ୍ରୀ ଓ ବନବିଭାଗ କର୍ମଚାରୀଙ୍କୁ ଜଙ୍ଗଲ ଆଇନ, ପରିବେଶ ସମ୍ବନ୍ଧୀୟ ତାଲିମ"

ଧାନର ସହାୟକ ମୂଲ୍ୟ ଦେବା ଦାବି ନେଇ ବିଜେଡି ଦଳ ପକ୍ଷରୁ ବିକ୍ଷୋଭ ଆରମ୍ଭ

ମାଲକାନଗିରି, ୭-୧ (ଓଡ଼ିଆ ପୁଅ) ଚାଷୀମାନଙ୍କ ଅମଳ ଧାନର ସହାୟକ ମୂଲ୍ୟ ଦାବି ନେଇ ମାଲକାନଗିରି ଜିଲ୍ଲା ବିଜେଡି ଦଳପକ୍ଷରୁ ୮ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସାତଟି ବ୍ଳକରେ ବିକ୍ଷୋଭ ହେଵାକୁ ଯାଉଥିବାର ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ମାନସ ମାଡକାମୀ ସୂଚନା ଦେଇଛନ୍ତି। ଓଡିଶା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ଦାବିକୁ କୃଷକଙ୍କ ସ୍ୱାର୍ଥ ବିରୋଧୀ କେନ୍ଦ୍ରର ପ୍ରତ୍ୟାଖ୍ୟାନ ବିରୁଦ୍ଧରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଚଳିତ ମାସ ୮ ରୁ ୧୬ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ମାଲକାନଗିରି ଜିଲ୍ଲାର ୭ଟି ବ୍ଲକରେ ଦଳ…

"ଧାନର ସହାୟକ ମୂଲ୍ୟ ଦେବା ଦାବି ନେଇ ବିଜେଡି ଦଳ ପକ୍ଷରୁ ବିକ୍ଷୋଭ ଆରମ୍ଭ"