ସୀମାନ୍ତରେ ମାଓବାଦୀ ପୁଲିସ ଗୁଳି ବିନିମୟ ୨୦ ମାଓବାଦୀଙ୍କ ମୃତ୍ୟୁ ଆଶଙ୍କା, ମାଓ ସାମଗ୍ରୀ ଓ ବନ୍ଧୁକ ଗୋଳା ବାରୁଦ ଜବତ

ମାଲକାନଗିରି ,୧୬/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବାସାଗୁଡା ଥାନାସ୍ଥ ରାୟଗୁଡମ ଜଙ୍ଗଲରେ ମାଓବାଦୀ ଓ ସିଆରପିଏଫ ପୁଲିସ ଗୁଳି ବିନିମୟରେ ୨୦ ମାଓବାଦୀଙ୍କର ମୃତ୍ୟୁ ହୋଇହୋଇଥିବାର ସନ୍ଦେହ କରାଯାଉଛି ବୋଲି ସିଆରପିଏଫ ଆଇଜି ଦେବେନ୍ଦ୍ର ଚୌହାନ ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ଜଣେ ମାଓବାଦୀର ମୃତଶରୀର ସହ ବନ୍ଧୁକ ବହୁପରିମାଣର ଗୋଳାବରୁଦ ଜବତ ହୋଇଛି। ଗତ ତନିଦିନ ଧରି ବାସଗୁଡା ଓ ରାୟଗୁଡମ ଗାଁପାହଡ ନିକଟରେ ସିଆରପିଏଫ, ଜିଲ୍ଲାପୁଲିସ ,କୋର୍ବାବାହିନି ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା। ଗତ କାଲି ଓ ଆଜି କମ୍ବିଂ ଅପରେସନ ରେ ଯାଇଥିବା ବେଳେ ପୁଲିସ ଙ୍କ ଉପରକୁ ମାଓବାଦୀ ମାନେ ପ୍ରଥମେ ଗୁଳିଚାଳନା କରିଥିଲେ…

"ସୀମାନ୍ତରେ ମାଓବାଦୀ ପୁଲିସ ଗୁଳି ବିନିମୟ ୨୦ ମାଓବାଦୀଙ୍କ ମୃତ୍ୟୁ ଆଶଙ୍କା, ମାଓ ସାମଗ୍ରୀ ଓ ବନ୍ଧୁକ ଗୋଳା ବାରୁଦ ଜବତ"

ମାଲକାନଗିରି ଜିଲ୍ଲାରେ ବାଲ୍ୟ ବିବାହ ବୃଦ୍ଧି, ବିବାହ ବେଦିରୁ ନାବାଳିକା ଗଲା ବାଳାଶ୍ରମ

ମାଲକାନଗିରି ,୧୬/୫ (ଓଡିଆ ପୁଅ/ସୁଚିତ୍ରା ଦାଶ)ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବାଲ୍ୟବିବାହ ବୃଦ୍ଧି ପାଇବାରେ ଲାଗିଛି,ଏହାକୁ ରୋକିବା ପାଇଁ ଚାଇଲ୍ଡ ଲାଇନ, ଜିଲ୍ଲା ଶିଶୁ ସୁରକ୍ଷା କମିଟି, ଜିଲ୍ଲାଶିଶୁ ମଙ୍ଗଳ କମଟି ତତ୍ପର ହୋଇପଡିଛନ୍ତି। ଗତ ୧୪ଦିନ ମଧ୍ୟରେ ତିନୋଟି ବାଲ୍ୟବିବାହକୁ ରୋକାଯାଇ ନାବାଳିକାମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ବାଳାଶ୍ରମରେ ଥଇଥାନ କରାଯାଇଛି। ଆଜି ସକାଳେ ମାଲକାନଗିରି ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ଜଣେ ନାବାଳିକାକୁ ଜିଲ୍ଲା ସଦର ମହକୁମାଠାରେ ଥିବା ବାଳାଶ୍ରମରେ ଛଡାଯାଇ ତା’ର ପାଠ ପଢିବା ସହ ଥଇଥାନର ବ୍ୟବସ୍ଥା କରାଯାଇଛି। ଗତ ୧୪ ତାରିଖରେ ଏମଭି ୬ ଗ୍ରାମରୁ ଚାଇଲ୍ଡ ଲାଇନକୁ ଏକ ଫୋନ ଆସିଥିଲା ତାଙ୍କ ଗାଁର ଜଣେ…

"ମାଲକାନଗିରି ଜିଲ୍ଲାରେ ବାଲ୍ୟ ବିବାହ ବୃଦ୍ଧି, ବିବାହ ବେଦିରୁ ନାବାଳିକା ଗଲା ବାଳାଶ୍ରମ"

ମାଲକାନଗିରି ଜଳୁଛି, ତାପମାତ୍ରା ୪୬ ଡିଗ୍ରୀ ଟପିଲା, ପ୍ରଚଣ୍ଡ ଖରାରେ ସିଜୁଛି ଜୀବନ

ମାଲକାନଗିରି ,୧୬/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ସମଗ୍ର ମାଲକାନଗିରି ତତଲା କଢେଇରେ ଜଳୁଛି, ଜିଲ୍ଲାରେ ଆଜି ରେକର୍ଡ ଭାଙ୍ଗିଛି ତାତି, ପ୍ରଚଣ୍ଡ ଖରାରେ ସିଜୁଛି ମାଲକାନଗିରି, ଗତ କିଛିଦିନ ହେଲା ଲଗାତର ଭାବେ ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୧ରୁ ୪୨ ଡିଗ୍ରୀ ରହିଆସୁଥିଲା, ଆଜି ସେ ସବୁ ରେକର୍ଡ ଭାଙ୍ଗି ତାପମାତ୍ରା ୪୬ ଡିଗ୍ରୀରେ ପହଁଚିଛି। ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ଜିଲ୍ଲାବାସୀ ହନ୍ତସନ୍ତ ହେଉଛନ୍ତି। ଜିଲ୍ଲାରେ ସ୍ଥିତି ସଙ୍ଗିନ ହେଲାଣି ଦିନକୁ ଦିନ ତାତି ବଢିଚାଲିଛି। ସକାଳ ୯ଟା ଠାରୁ ସନ୍ଦ୍ୟା ୫ଟା ପର୍ଯ୍ୟନ୍ତ ଗୁଳୁଗୁଳି ସାଙ୍ଗକୁ ଖରା ଉତାପ ଲାଗିରହୁଛି,ଆଜି ଦିନ ୨ଟାରେ ମାଲକାନଗିରିରେ ତାପମାତ୍ରା ୪୬ଡିଗ୍ରୀ ଥିଲା, ଚାରିଆଡେ ସୂର୍ଯ୍ୟଙ୍କ ପ୍ରକୋପ…

"ମାଲକାନଗିରି ଜଳୁଛି, ତାପମାତ୍ରା ୪୬ ଡିଗ୍ରୀ ଟପିଲା, ପ୍ରଚଣ୍ଡ ଖରାରେ ସିଜୁଛି ଜୀବନ"

ବୋଲେରୁ ଟାଟା ମେଜିକ ଗାଡି ଧକ୍କା, ୬ ଆହତ ୩ ଗୁରୁତର

ମାଲକାନଗିରି ,୧୬/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ମାଲାକନଗିରି ଜିଲ୍ଲାରୁ ଏକ ବୋଲେରୁ ଗାଡ଼ିରେ ମା’ ଏଣ୍ଟର ପ୍ରାଇଜେସ୍ ନାମକ ସଂସ୍ଥାର କିଛି ୩ଜଣ ଯୁବକ ଓ ୩ଜଣ ଯୁବତୀ ଡ୍ରେସ ଓ କପଡା ବିକ୍ରି କରିବା ପାଇଁ ପଡିଆ ବ୍ଲକକୁ ଯାଇଥିଲେ। ସେମାନେ ଫେରୁଥିବା ସମୟରେ କାଲିମେଳାରୁ ଏକ ଟାଟା ମେଜିକ ଗାଡି ସହିତ କନ୍ୟାଶ୍ରମ ନିକଟରେ ମୁହାଁ ମୁହିଁ ଧକ୍କା ଲାଗିଥିଲା। ବଲେରୋରେ ବସିଥିବା  ୪ଜଣ ଓ ଟାଟା ମେଜିକରେ ବସିଥିବା ୨ଜଣ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ କାଲିମେଳା ଦମକଳ ବାହିନି ଘଟଣା ସ୍ଥଳରେ ପହଁଚି ଆହତମାନଙ୍କୁ ଉଦ୍ଧାର କରି କାଲିମେଳା ଡାକ୍ତର ଖାନାକୁ ନେଇ ଚିକିତ୍ସା କରିଥିଲେ। ସେଠାରେ ୩ଜଣଙ୍କ ଅବସ୍ଥା…

"ବୋଲେରୁ ଟାଟା ମେଜିକ ଗାଡି ଧକ୍କା, ୬ ଆହତ ୩ ଗୁରୁତର"

ଦୁରୁଆ ଆଦିବାସୀ ସମାଜର ରାଷ୍ଟ୍ରୀୟ ସମ୍ମିଳନୀ ଓ ଜନସମାବେଶ ଉଦ୍ୟାପିତ

– କୁସଂସ୍କାର, ଅନ୍ଧବିଶ୍ୱାସ ଓ ଜାତିଗତ ସମସ୍ୟାକୁ ନେଇ ଆଲୋଚନା ମାଲକାନଗିରି, ୧୫/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ଆଦିମ ଦୁରୁଆ ଜନଜାତୀଙ୍କ ଭାଷା, ସଂସ୍କୃତି, ପରପଂରା, କୁସଂସ୍କାର, ଅନ୍ଧବିଶ୍ୱାସ ଓ ଜାତିଗତ ସମସ୍ୟାକୁ ନେଇ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅପହଞ୍ଚ ଇଲାକା ଛତିଶଗଡ ସୀମାନ୍ତରେ ଥିବା ତୁଳସୀ ପାହଡ ନିକଟ ମହୁପଦର ଗ୍ରାମରେ ବିଶାଳ ଓଡ଼ିଶା ଦୁରୁଆ ସମାଜର ରାଷ୍ଟ୍ରୀୟ ସମ୍ମିଳନୀ ଓ ଜନସମାବେଶ ଶନିବାର ଓ ରବିବାର ଦୁଇଦିନ ଧରି ଧୁମଧାମରେ ଅନୁଷ୍ଟିତ ହୋଇ ଯାଇଛି। ଏହି ଉତ୍ସବରେ ଓଡ଼ିଶା, ଛତିଶଗଡ, ଆନ୍ଧ୍ର, ତେଲାଙ୍ଗାନା, ମଧ୍ୟପ୍ରଦେଶ, ମହାରଷ୍ଟ୍ର ରାଜ୍ୟରୁ ଦୁରଆ ଆଦିବାସୀ ସଂପ୍ରଦାୟର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ଥିଲେ। ଦୁରୁଆ ସଂପ୍ରଦାୟ…

"ଦୁରୁଆ ଆଦିବାସୀ ସମାଜର ରାଷ୍ଟ୍ରୀୟ ସମ୍ମିଳନୀ ଓ ଜନସମାବେଶ ଉଦ୍ୟାପିତ"

ଅସୁରକ୍ଷିତ ମାଓପ୍ରବଣ ଗ୍ରାମବାସୀ, ମାଓଭୟରେ ଭିଟାମାଟି ଛାଡିଲେ ୧୫ ପରିବାର, ୩ ପରିବାରଙ୍କ ପତା ମିଳୁନାହିଁ

ମାଲକାନଗିରି,୧୩/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ଗତ କିଛି ଦିନହେଲା ଚିତ୍ରକୋଣ୍ଡା ବିଛିନ୍ନାଚଂଳରେ ମାଓବାଦୀମାନେ ମାତି ଉଠିଛନ୍ତି। ଗୋଟିଏ ପରେ ଗୋଟିଏ ହିଂସାଘଟାଇ ଆତଙ୍କ ଖେଳାଇଦେଇଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ଓ ତାଙ୍କ ସହ ଯୋଗୀମାନଙ୍କୁ ଉପଯୁକ୍ତ ସୁରକ୍ଷା ମିଳୁନଥିବାରୁ ବାଧ୍ୟହୋଇ ବିଛିନ୍ନାଚଂଳବାସି ନିଜର ଭିଟା ମାଟି ଛାଡି ଅନ୍ୟତ୍ର ଆଶ୍ରୟ ନେଉଛନ୍ତି। ଗତ କାଲି ସଂନ୍ଧ୍ୟାରେ ବିଛିନ୍ନାଚଂଳ ଅଣ୍ଡ୍ରାପାଲି ପଚାଂୟତ ରାମାଗୁଡା ଗ୍ରାମର ୧୫ଟି ପରିବାର ମାଓବାଦିଙ୍କ ଭୟରେ ଭିଟାମାଟି, ଜମିବାଡି, ଛେଳିଗାଈ ଗୋରୁ ସବୁକିଛି ଛାଡିଦେଇ ଗାଁ ରୁ ପଳାଇ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୯ଟି ପରିବାର ଚିତ୍ରକୋଣ୍ଡା କମାରଗୁଡା ଓ ୩ଟି ପରିବାର କୁଡୁମୁଲୁଗୁମ୍ମା ଠାରେ  ନିଜ ନିଜ ଆତ୍ମିୟ ସ୍ୱଜନଙ୍କ ଘରେ…

"ଅସୁରକ୍ଷିତ ମାଓପ୍ରବଣ ଗ୍ରାମବାସୀ, ମାଓଭୟରେ ଭିଟାମାଟି ଛାଡିଲେ ୧୫ ପରିବାର, ୩ ପରିବାରଙ୍କ ପତା ମିଳୁନାହିଁ"

ଶ୍ରମିକ ଦିବସ ଅବସରରେ ଆଦିବାସୀଙ୍କ ବିରାଟ ଶୋଭାଯାତ୍ରା

ମାଲକାନଗିରି, ୨/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ପବିତ୍ର ଶ୍ରମିକ ଦିବସ ଅବସରରେ ଜମି ଜଳ ଜଙ୍ଗଲ ଓ ବଚିଂବାର ଅଧିକାର ଦାବି ନେଇ ସୋମବାର ଦିନ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବିରାଟ ଆଦିବାସି ମେଳି ଓ ସୋଭାଯାତ୍ରା ହୋଇଯାଇଛି। ଜିଲ୍ଲାଆଦିବାସୀ ସଂଘର ସଭାପତି ବାଲରାଜୁ ଗେମେଲ ଓ ବାଲିମେଳା ବନ୍ଧ ଯୋଜନା ଶ୍ରମିକ ସଂଘର ସମ୍ପାଦକ ହରିହର ବେହେରା ଙ୍କ ନେତୃତରେ ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷ ମାନେ ପାରମ୍ପାରିକ ଧନୁତୀର ଟାଙ୍ଗିଆ, ବର୍ଛା ଅସ୍ତ୍ର ସଶସ୍ତ୍ର ଧରି ମାଲାକନଗିରି ଜିଲ୍ଲାସଦର ମହକୁମା ହାଟପଦାଠାରୁ ବିରାଟ ସୋଭାଯାତ୍ରା ବାହାରି ସହର ପରିକ୍ରମା କରି ଥିଲେ। ଏହି ସୋଭା ଯାତ୍ରା ଓ ମେଳିରେ…

"ଶ୍ରମିକ ଦିବସ ଅବସରରେ ଆଦିବାସୀଙ୍କ ବିରାଟ ଶୋଭାଯାତ୍ରା"

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଆମ୍ବୁଲାନ୍ସ ଲଚଂ ଉଦଘାଟିତ

ମାଲକାନଗିରି, ୨/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ଚିତ୍ରକୋଣ୍ଡା ଜଳ ଭଣ୍ଡାର ଅପରପାର୍ଶ୍ୱରେ ଥିବା ୧୫୧ଖଣ୍ଡ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଆଜି ଏକ ନୂତନ ଲଚଂଆମ୍ବୁଲାନ୍ସ ଉଦଘାଟିତ ହୋଇଯାଇଛି। ଚିତ୍ରକୋଣ୍ଡା ସ୍ପିଲୱେ ଲଂଚଘାଟରେ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁଶିଶା ଏହି ଲଂଚ ଆମୁଲାନ୍ସଟିକୁ ଉଦଘାଟନ କରିଥିଲେ। ପେର ଚିତ୍ରକୋଣ୍ଡା ହସପିଟାଲରେ ନୁଆ ମା ଗୃହ ମଧ୍ୟ ଉଦଘାଟନ କରିଥିଲେ। ଏହି ଉଦଘାଟନି ସଭାରେ ସ୍ୱାସ୍ଥ୍ୟବିଭାଗ ଅଧିକାରୀ ଓ ଦଳିୟ କର୍ମୀମାନେ ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ ଯେ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଆଗରୁ ଦୁଇଟି ଆମ୍ବୁଲାନ୍ସ ଲଂଚ ଚଳାଚଳ କରୁଥିଲା, ବହୁ ବର୍ଷ ହେଲା ଗୋଟିଏ ଆମ୍ବୁଲାନ୍ସ ଲଂଚ ଅଚଳ ହୋଇପଡିଥିବାରୁ ନୂତନ ଭାବେ ଆଜି ଆଉ ଗୋଟିଏ…

"ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଆମ୍ବୁଲାନ୍ସ ଲଚଂ ଉଦଘାଟିତ"

ଶ୍ରମିକ ଦିବସ ଅବସରରେ ଆଦିବାସୀଙ୍କ ବିରାଟ ଶୋଭାଯାତ୍ରା

ମାଲକାନଗିରି, ୨/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ପବିତ୍ର ଶ୍ରମିକ ଦିବସ ଅବସରରେ ଜମି ଜଳ ଜଙ୍ଗଲ ଓ ବଚିଂବାର ଅଧିକାର ଦାବି ନେଇ ସୋମବାର ଦିନ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବିରାଟ ଆଦିବାସି ମେଳି ଓ ଶୋଭାଯାତ୍ରା ହୋଇଯାଇଛି। ଜିଲ୍ଲାଆଦିବାସୀ ସଂଘର ସଭାପତି ବାଲରାଜୁ ଗେମେଲ ଓ ବାଲିମେଳା ବନ୍ଧ ଯୋଜନା ଶ୍ରମିକ ସଂଘର ସମ୍ପାଦକ ହରିହର ବେହେରା ଙ୍କ ନେତୃତରେ ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷ ମାନେ ପାରମ୍ପାରିକ ଧନୁତୀର ଟାଙ୍ଗିଆ, ବର୍ଛା ଅସ୍ତ୍ର ସଶସ୍ତ୍ର ଧରି ମାଲାକନଗିରି ଜିଲ୍ଲାସଦର ମହକୁମା ହାଟପଦାଠାରୁ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଥିଲେ। ଏହି ଶୋଭା ଯାତ୍ରା ଓ ମେଳିରେ…

"ଶ୍ରମିକ ଦିବସ ଅବସରରେ ଆଦିବାସୀଙ୍କ ବିରାଟ ଶୋଭାଯାତ୍ରା"

ବଙ୍ଗୀୟ ସଂପ୍ରଦାୟର ଭିନ୍ନଏକ ପରମ୍ପରା, ବିଭିନ୍ନ ରୋଗରୁ ରକ୍ଷାପାଇଁ ମା ଶୀତଳା ଠାକୁରାଣୀଙ୍କ ଯାତ୍ରା

ମାଲକାନଗିରି, ୨/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ମଣିଷ ସମାଜ ଯେତେ ଶିକ୍ଷତ ଓ ସଭ୍ୟ ହେଲେ ମଧ୍ୟ ତାର ପରମ୍ପରା, ସଂସ୍କୁତିକୁ କେବେ ବି ଭୁଲିନାହିଁ। ବସନ୍ତ, ମିଳିମିଳା, ହାଡଫୁଟି ରୋଗରୁ ରକ୍ଷାପାଇବା ଓ ଗାଁର ମଙ୍ଗଳ ନିମନ୍ତେ ବଙ୍ଗୀୟ ସଂପ୍ରଦାୟର ଏକ ଭିନ୍ନପରମ୍ପରା ମା ଶୀତଳା ଠାକୁରାଣୀ ଯାତ୍ରା ଏବେବି ପ୍ରଚଳିତ ହୋଇଆସୁଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ବଙ୍ଗୀୟ ଶରଣାର୍ଥୀ ଗ୍ରାମରେ ଏହି ପୁଜା ଓ ଯାତ୍ରା ଚଳିତ ମାସ ଶନିବାର ଠାରୁ ଆରମ୍ଭ ହୋଇ ମଙ୍ଗଳବାର ଦିନ ଉଦଯାପିତ ହୋଇଛି। ବିଶେଷ କରି ସତିଗୁଡା ଏମଭି୧୧୧ ବଙ୍ଗିୟ ଶରଣାର୍ଥୀ ଗ୍ରାମରେ ଆଜି ବଡ ଧୁମ ଧାମରେ ମା ଶୀତଳା ଠାକୁରଣୀଙ୍କ ଯାତ୍ରା ଗାଁ…

"ବଙ୍ଗୀୟ ସଂପ୍ରଦାୟର ଭିନ୍ନଏକ ପରମ୍ପରା, ବିଭିନ୍ନ ରୋଗରୁ ରକ୍ଷାପାଇଁ ମା ଶୀତଳା ଠାକୁରାଣୀଙ୍କ ଯାତ୍ରା"