ମାଓଗଡ ବିଛିନ୍ନାଚଂଳରେ ଆଉ ଏକ ନୂଆ ବିଏସଏଫ କ୍ୟାମ୍ପ, ମାଓଦମନ ଯୋରଦାର ଆରମ୍ଭ

ମାଲକାନଗିରି, ୨୬ା୫ ( ଓଡିଆ ପୁଅ/ ଆର.କେ.ଦାଶ ) ମାଓଗଡ ଭାବେ ପରିଚିତ ବିଛିନ୍ନାଚଂଳରେ ଆଉଏକ ନୂଆ ବିଏସଏଫ କ୍ୟାମ୍ପ ଖୋଲା ଯାଇ ଯୋରଦାର ମାଓଦମନ ଆରମ୍ଭ ହୋଇଯାଇଛି। ଆଗରୁ ଚିତ୍ରକୋଣ୍ଡା ଜଳଭଣ୍ଡାର ନିକଟ ବଡପଡା ଠାରେ ଏକ ବିଏସଏଫ କ୍ୟାମ୍ପ ଖୋଲା ଯାଇଥିଲା। ଜବାନ ମାନଙ୍କ କଡା ସୁରକ୍ଷା ମଧ୍ୟରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିନ୍ନାଚଂଳର ଲାଇଫଲାଇନ କୁହା ଯାଉଥିବା ଗୁରୁପ୍ରୀୟା ସେତୁ ନିର୍ମାଣ କାମ ଇତି ମଧ୍ୟରେ ସରିଯାଇଛି, ମୁଖ୍ୟମନ୍ତ୍ରୀ ଖୁବଶିଘ୍ର ଏହି ସେତୁକୁ ଉଦଘାଟନ୍ କରିବାକୁ ଆସୁଥିବାରୁ ମାଓଗଡ ଭାବେ ପରିଚିତ ବିଛିନ୍ନାଚଂଳର ଜନ୍ତାପାଇ ଗ୍ରାମ ନିକଟରେ ଆଉଏକ ନୂଆ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା ପାଇଁ କାମ ଯୋରଦାର ଆରମ୍ଭ ହୋଇଯାଇଛି।…

"ମାଓଗଡ ବିଛିନ୍ନାଚଂଳରେ ଆଉ ଏକ ନୂଆ ବିଏସଏଫ କ୍ୟାମ୍ପ, ମାଓଦମନ ଯୋରଦାର ଆରମ୍ଭ"

ଗ୍ରାମୀଣ ଡାକ କର୍ମଚାରୀଙ୍କ ଶୋଭାଯାତ୍ରା, ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

ମାଲକାନଗିରି, ୨୫ା୫ (ଓଡିଆ ପୁଅ ) ସପ୍ତମ ବେତନ କମିଶନ ଲାଗୁ ଓ ଅନ୍ୟାନ୍ୟ ଦାବିନେଇ ମାଲକାନଗିରି ଜିଲ୍ଲା ମୁଖ୍ୟଡାକଘର ଆଗରେ ଧାରଣାରେ ବସିଥିବା ମାଲକାନଗିରି ଜିଲ୍ଲା ଗ୍ରାମୀଣ ଡାକ କର୍ମଚାରୀ ମାନେ ଆଜି ସକାଳେ ଏକ ବିରାଟ ଶୋଭା ଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନକରିଛନ୍ତି। ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ସପ୍ତମ ବେତନ କମିଶନ ଲାଗୁ କରିବା, ଜିଡିଏସ ମାନଙ୍କୁ ସରକାରି ମାନ୍ୟତା, ଶାଖା ଡାକଘର ରେ ୫ଘଣ୍ଟା ଅଧିକ ସମୟପାଇଁ ଦୁଇଟି ସ୍ଲାବ ରଖା ଯାଉ, ସେମାନଙ୍କୁ ଅଧିକ ଦରମା ଦିଆ ଯାଉ, ଏବିସିଡି କ୍ୟାର୍ଡରୁ କୁ ହଟା ଯାଉ, ଜିଡିଏସ…

"ଗ୍ରାମୀଣ ଡାକ କର୍ମଚାରୀଙ୍କ ଶୋଭାଯାତ୍ରା, ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର"

ବାଣିଜ୍ୟ ପ୍ରତିଷ୍ଟାନରେ ଓଡିଆ ଭାଷାରେ ୧୫ଦିନ ମଧ୍ୟରେ ନାମଫଳକ ଲେଖିବା ପାଇଁ ନିର୍ଦ୍ଦେଶନାମା ଜାରି

ମାଲକାନଗିରି, ୨୫ା୫(ଓଡିଆ ପୁଅ ) ବାରମ୍ବାର ଜନ ସଚେତନତା ଓ ସୂଚନା ଦେବା ପରେ ମଧ୍ୟ ମାଲକାନଗିରି ଜିଲ୍ଲାରେ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ନାମଫଳକ ଓଡିଆ ଭାଷାରେ ଲେଖୁ ନଥିବାରୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଆଜି ଏକ ସ୍ୱତନ୍ତ୍ର ଦଳ ସହର ପରିକ୍ରମା କରି ଆଉଥରେ ଜନ ସଚେତନତା ସୃଷ୍ଟି ଆରମ୍ଭ କରିଛନ୍ତି। ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ମଦନ ମୋହନ ପାଇକ, ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ଶିକ୍ଷାବିତ ପ୍ରକାଶ ଚନ୍ଦ୍ରପଟନାୟକ, ସାହିତ୍ୟ ଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକର ଦାଶ, ଅଧ୍ୟାପକ ରଂଜନ କୁମାର ସ୍ୱାଇଁ, ଅତିରିକ୍ତ ଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳ, କେଶବ ଚନ୍ଦ୍ର ନାୟକ ପ୍ରମୁଖ…

"ବାଣିଜ୍ୟ ପ୍ରତିଷ୍ଟାନରେ ଓଡିଆ ଭାଷାରେ ୧୫ଦିନ ମଧ୍ୟରେ ନାମଫଳକ ଲେଖିବା ପାଇଁ ନିର୍ଦ୍ଦେଶନାମା ଜାରି"

ଜିଲ୍ଲାପରିଷଦ ଧରିଲେ କେନ୍ଦୁପତ୍ର ଚାଲାଣ ଗାଡି

ମାଲକାନଗିରି, ୨୫ା୫ (ଓଡିଆ ପୁଅ ) ବେଆଇନ ଭାବେ ମାଲକାନଗିରି ଜିଲ୍ଲାରୁ ଛତିଶଗଡ ରାଜ୍ୟକୁ କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ଏହାକୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଧରି ଥାନାରେ ଜଣାଇଛନ୍ତି। ଗତ କାଲି ସନ୍ଧ୍ୟାରେ ଛତିଶଗଡର କିଛି ବ୍ୟବସାୟୀ ଏକ ପିକଅଫ୍ ଭ୍ୟାନରେ ବୋଝେଇ କରି କେନ୍ଦୁପତ୍ର ବେଆଇନ ଭାବେ ଚାଲାଣ କରୁଥିବାର ଖବର ପାଇ ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି ପଦ୍ମଗିରି ଠାରେ ପହଁଚି ଉକ୍ତଗାଡିଟିକୁ ଅଟକାଇ। ପତ୍ର ସଂଗ୍ରହ ଓ ପରିବାହନ ର କାଗଜପତ୍ର ଜାଚଂ କରିବାରୁ ସେହି ଗାଡିର କୌଣସି କାଗଜ ପତ୍ରନଛଥିଲା। ଜିଲ୍ଲାପରିଷଦ ଅଧ୍ୟକ୍ଷ ଗାଡିଟିକୁ ଅଟକାଇ ଥାନା ଓ ବନବିଭାଗକୁ ଖବର ଦେଇଥିଲେ। ମାଲକାନଗିରି ଥାନା ଅଧିକାରୀ ସୈମେନ୍ଦୁ ତ୍ରୀପାଠୀ…

"ଜିଲ୍ଲାପରିଷଦ ଧରିଲେ କେନ୍ଦୁପତ୍ର ଚାଲାଣ ଗାଡି"

୨୪ ଦିନ ଆନ୍ଦୋଳନ ପରେ ସରକାରଙ୍କ ପ୍ରତିଶୃତି ମିଳିଲା, ଅମଲାମାନେ କାର୍ଯ୍ୟରେ ଯୋଗଦେଲେ

ମାଲକାନଗିରି, ୨୫ା୫ (ଓଡିଆ ପୁଅ ) ଗତ ୧ତାରିଖ ଠାରୁ ମାଲାକନଗିରି ଜିଲ୍ଲାରେ କାର୍ଯ୍ୟରତ ୨୦୦ ରାଜସ୍ୱ ଅମଲା ମାନେ ୮ଦଫା ଦାବିନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାମବନ୍ଦ ଆନ୍ଦୋଳନ କରିଥିଲେ। ଦୀର୍ଘ ୨୪ଦିନ ଆନ୍ଦୋଳନପରେ ରାଜ୍ୟସରକାରଙ୍କ ନିଦ ଭାଙ୍ଗିଛି। ଦାବି ଗୁଡିକ ମଧ୍ୟରୁ କିଛି ଦାବି ତୁରନ୍ତ ପୁରଣ କରାଯବ ବୋଲି ସରକାରଙ୍କ ଠାରୁ ପ୍ରତିଶୃତି ମିଳିବାପରେ ସମୂହ ଛୁଟିରେ ଥିବା ସମସ୍ତ ଅମଲା ମାନେ ଆଜି ନିଜ ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି। ଦୀର୍ଘ ୨୪ଦିନ ଧରି ଜିଲ୍ଲାର ସମସ୍ଥ କାର୍ଯ୍ୟାଳୟରେ ଶହଶହ ସଂଖ୍ୟାରେ ଫାଇଲ ଗୁଡିକ ପଡି ରହିଥିଲା। ଅମଲା ମାନେ କାର୍ଯ୍ୟବନ୍ଦ କରିଥିବାରୁ ଜିଲ୍ଲାରେ ଥିବା ଜିଲ୍ଲାପାଳ, ତହସିଲ, ବ୍ଲକ, ଉପଜିଲ୍ଲାପାଳ,…

"୨୪ ଦିନ ଆନ୍ଦୋଳନ ପରେ ସରକାରଙ୍କ ପ୍ରତିଶୃତି ମିଳିଲା, ଅମଲାମାନେ କାର୍ଯ୍ୟରେ ଯୋଗଦେଲେ"

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡିଶା ଗସ୍ତକୁ ବିରୋଧ କରି କାଲିମେଳାରେ ମାଓବାଦୀ ଲଗାଇଲେ ବ୍ୟାନର

ମାଲକାନଗିରି, ୨୫ା୫ (ଓଡିଆ ପୁଅ ) ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଶନିବାର ଦିନ ଓଡିଶା ଗସ୍ତରେ ଆସି କଟକଠାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ମାଓବାଦୀମାନେ ବିରୋଧକରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ଲଗାଇଛନ୍ତି। ଦେଶର ମୁସଲିମ ଓ ଆଦିବାସୀ ମହିଳାଙ୍କ ପ୍ରତି ବଳତ୍କାର ଘଟଣା ବଢୁଥିବାବେଳେ ସଂଖ୍ୟାଲଘୁଙ୍କୁ ହତ୍ୟାକରଯାଉଛି। ଏଥିପାଇଁ ପ୍ରଧନମନ୍ତ୍ରୀଙ୍କୁ ଦାୟୀ କରାଯାଉଛି। ପ୍ରଧାନମନ୍ତ୍ରୀ ଓଡିଶାର ବିକାଶ କରିବା ପରିବର୍ତ୍ତେ ଖଣିଜ ସମ୍ପଦକୁ ବିଦେଶୀ କମ୍ପାନିକୁ ଟେକିଦେବା ପାଇଁ ଓଡିଶା ଆସୁଛନ୍ତି। ତାଙ୍କୁ ବିରୋଧ କରାଯାଉଛି ବୋଲି ସିପିଆଇ ମାଓବାଦୀ ବୋଲି ଲେଖାଥିବା ବ୍ୟାନର କାଲିମେଳା ଥାନା ନିକଟବର୍ତ୍ତି ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ଅଞ୍ଚଳରେ ଲଗାଯାଇଛି। ଏ ଖବର…

"ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡିଶା ଗସ୍ତକୁ ବିରୋଧ କରି କାଲିମେଳାରେ ମାଓବାଦୀ ଲଗାଇଲେ ବ୍ୟାନର"

୪ଲକ୍ଷ ପୁରସ୍କାର ଘୋଷିତ ହାର୍ଡକୋର ମହିଳା ମାଓବାଦୀ ମାଲକାନଗିରି ଏସ.ପି ଙ୍କ ନିକଟରେ ଆତ୍ମସମର୍ପଣ

ମାଲକାନଗିରି, ୨୪ା୫ (ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲାପୁଲିସ ନିକଟରେ ୪ଲକ୍ଷଟଙ୍କାର ପୁରସ୍କାର ଘୋଷିତ ହାର୍ଡକୋର ମହିଳା ମାଓବାଦୀ ଜଣେ ଆତ୍ମସମର୍ପଣ କରିଛନ୍ତି। ଆନ୍ଧ୍ର ଓଡିଶା ବୋର୍ଡ ଜୋନାଲକମିଟି, ମାଲକାନଗିରି କୋରାପୁଟ ବିଶାଖା ମାଓବାଦୀ ଡିଭିଜନ ଓ ଗୁମ୍ମା ମାଓବାଦୀ ଦଳମର ମହିଳା ଏରିୟା କମାଣ୍ଡର କେ. ଲକ୍ଷ୍ମୀ ଓରଫ ସ୍ୱେତା ଓରଫ କୁମାରୀ ମାଲକାନଗିରି ଏସପି ଜଗମୋହନ ମୀନା ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମହିଳା ମାଓବାଦୀ କୁମାରୀ ଗତ ୨୦୦୮ ମସିହାରୁ ମାଓବାଦୀ ଦଳମରେ ସାମିଲ ହୋଇ ୨୦୧୮ପର୍ଯ୍ୟନ୍ତ ମାଲକାନଗିରି ମାଓଡିଭିଜନ ଓ ଗୁମ୍ମା ଦଳମ ରେ କାମ କରିଆସୁଥିଲେ। ସେ ମାଓବାଦୀଙ୍କ ପ୍ରଲୋଭନରେ ପଡି ସେମାନଙ୍କ ସଙ୍ଗଠନରେ ସାମିଲ ହୋଇଗଲେ।…

"୪ଲକ୍ଷ ପୁରସ୍କାର ଘୋଷିତ ହାର୍ଡକୋର ମହିଳା ମାଓବାଦୀ ମାଲକାନଗିରି ଏସ.ପି ଙ୍କ ନିକଟରେ ଆତ୍ମସମର୍ପଣ"

ରାସ୍ତାକାମ କରୁଥିବା ଦୁଇ ଶିଶୁଶ୍ରମିକ କୁ ଉଦ୍ଧାର କଲା ଜିଲ୍ଲାଶିଶୁ ସୁରକ୍ଷା ବିଭାଗ

ମାଲକାନଗିରି, ୨୪ା୫(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ଥ ପଡିଆ ବ୍ଲକ ଅଚଂଳ ରେ ଦୁଇଜଣ ନାବାଳକ ରାସ୍ତାକାମକରୁଥିବା ବେଳେ ଜିଲ୍ଲାଶିଶୁ ସୁରକ୍ଷା ବିଭାଗ ସେମାନଙ୍କୁ ଉଦ୍ଧାର କରି ସ୍ୱଧାରଗୃହରେ ରଖିଛନ୍ତି। ପଡିଆ ରାସ୍ତାରେ ଦୁଇଜଣ ଶିଶୁଶ୍ରମିକ ପିଚୁ କାମକରୁଥିବାର ପଡିଆ ବ୍ଲକ ସିଡିପିଓ ସରୋଜନୀ ପଣ୍ଡା ଦେଖି ଜିଲ୍ଲାଶିଶୁ ସୁରକ୍ଷୀ ବିଭାଗକୁ ଫୋନକରିଥିଲେ। ଫୋନପାଇ ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ, ଶିଶୁସୁରକ୍ଷା ଆନୁଷ୍ଟାନିକ ଯତ୍ନ ଅଧିକାରୀ ଶ୍ରୀମତୀ ସୁଦେଶ୍ନା ରାଉତ ଘଟଣାସ୍ଥଳରେ ପହଁଚି ଦୁଇ ଶିଶୁଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଆଜି ସକାଳେ ମାଲକାନଗିରି ଜିଲ୍ଲା ଶିଶୁମଙ୍ଗଳ କମଟି ଅଧ୍ୟକ୍ଷା ସଂଯୁକ୍ତାପ୍ରଧାନ, ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣଦାସ, ଶିଶୁମଙ୍ଗଳ କମଟିର ସଭ୍ୟ କିଶୋରଚନ୍ଦ୍ର ମହାରଣା,…

"ରାସ୍ତାକାମ କରୁଥିବା ଦୁଇ ଶିଶୁଶ୍ରମିକ କୁ ଉଦ୍ଧାର କଲା ଜିଲ୍ଲାଶିଶୁ ସୁରକ୍ଷା ବିଭାଗ"

ଜୁଆ ଖେଳୁଥିବା ସମୟରେ ୧୦ ଗିରଫ, ଟଙ୍କା, ବଲେରୋ, କାର, ମଟର ସାଇକେଲ ଜବତ

ମାଲକାନଗିରି, ୨୪ା୫ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଡିଏନକେ ଖେଳପଡିଆ ନିକଟରେ ଆଜି ସନ୍ଧ୍ୟାରେ କିଛି ଯୁବକ ଜୁଆ ଖେଳୁଥିବାର ପୁଲିସ ଖବରପାଇ ସେଠାରେ ଚଢାଉକରି ୧୦ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବୋଲେରୋ, ଗୋଟିଏ କାର, ମଟର ସାଇକେଲ, ନଗଦ ୫୬୮୦ଟଙ୍କା, ୮ଟି ମୋବାଇଲ ଫୋନ, ଜବତ କରିଛନ୍ତି। ଆଜି ସନ୍ଧ୍ୟାରେ ଡିଏନକେ ଖେଳପଡିଆ ନିକଟରେ ଜୁଆ ଖେଳ ଚାଲିଥିବାର ଏସଡିପିଓ ଶ୍ରବଣ ବିବେକ ଏମ ଓ ମାଲକାନଗିରି ଥାନା ଅଧିକାରୀ ସୁଭନ୍ଦୁ ତ୍ରୀପାଠୀ ଖବର ପାଇ ସେଠାରେ ପୁଲିସ ସଦଳ ବଳ ପହଁଚି ଚଢାଉ କରିଥିଲେ, ପୁଲିସକୁ ଦେଖି କିଛି ଯୁବକ ଦୌଡିପଳାଇ ଥିବା ବେଳେ ୧୦ ଜଣ ଯୁବକଙ୍କୁ…

"ଜୁଆ ଖେଳୁଥିବା ସମୟରେ ୧୦ ଗିରଫ, ଟଙ୍କା, ବଲେରୋ, କାର, ମଟର ସାଇକେଲ ଜବତ"

ଗ୍ରାମୀଣ ଡାକ କର୍ମଚାରୀଙ୍କ ଧର୍ମଘଟ, ୧୧୫ଟି ଶାଖା ଡାକଘରେ ତାଲା, ଜିଲ୍ଲାରେ ଡାକ ସେବା ଠପ୍

ମାଲକାନଗିରି, ୨୪ା୫ (ଓଡିଆ ପୁଅ ) ସପ୍ତମ ବେତନ କମିଶନ ଲାଗୁ ଦାବିନେଇ ଅଖିଳ ଭାରତ ଗ୍ରାମୀଣ ଡାକ ସେବା ସଂଘର ଡାକରାରେ ସମଗ୍ର ମାଲକାନଗିରି ଜିଲ୍ଲାରେ ଥିବା ଗ୍ରାମୀଣ ଡାକ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମ ଘଟ ଆରମ୍ଭ କରିଦେଇଛନ୍ତି। ଏହି ଧର୍ମଘଟରେ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଥିବା ମୁଖ୍ୟ ଡାକଘର, କାଲିମେଳା, ଲାଛିପେଟା(ଏମଭି୭୯), ବାଲିମେଳା, ଚିତ୍ରକୋଣ୍ଡା, ମାଥିଲି, ଖଇରପୁଟ, ସାତଟି ଉପ ଡାକଘର ସହିତ ୧୧୫ ଟି ଶାଖା ଡାକଘରର ଶତାଧିକ ଗ୍ରାମୀଣ ଡାକ ସେବକମାନେ ନିଜ ନିଜ ଡାକଘର ଆଗରେ ଧାରଣାରେ ବସିଛନ୍ତି। ଦାବି ଗୁଡିକ ମଧ୍ୟରେ ମୁଖ୍ୟତ ସପ୍ତମ ବେତନ କମିଶନ ଲାଗୁ କରିବା, ଜିଡିଏସ ମାନଙ୍କୁ…

"ଗ୍ରାମୀଣ ଡାକ କର୍ମଚାରୀଙ୍କ ଧର୍ମଘଟ, ୧୧୫ଟି ଶାଖା ଡାକଘରେ ତାଲା, ଜିଲ୍ଲାରେ ଡାକ ସେବା ଠପ୍"