ମାଲକାନଗିରି ଜିଲ୍ଲାସ୍ତରୀୟ ହିନ୍ଦୀଦିବସ ପାଳିତ,ରାଷ୍ଟ୍ରଭାଷାକୁ ସମ୍ମାନଦେବା ପାଇ ସପଥ ପାଠ

ମାଲକାନଗିରି,୧୫ା୯(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ତରୀୟ ହିନ୍ଦୀଦିବସ ସ୍ଥାନୀୟ ସରକାରି ଉଚ୍ଚବାଳକ ବିଦ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ହିନ୍ଦୀଶିକ୍ଷକ ଜୟଦେବପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାହିତ୍ୟଏକାଡେମୀ ସଦସ୍ୟ ରତ୍ନାକରଦାଶ,ମୁଖ୍ୟବକ୍ତା ଭାବେ ଶିକ୍ଷକ ନିରଜଂନପଣ୍ଡା,ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଡମ୍ବରୁଧର ସାହୁ,ଶିକ୍ଷକ ନିତ୍ୟାନନ୍ଦପଣ୍ଡା,ଶିବସାପ୍ରସାଦ ପାଢୀ,ସଂଦୀପ୍ତକୁମାରଦାଶ,ଦୁର୍ଗାମାଧବ ପାଢି ଯୋଗଦେଇଥିଲେ । ନିଜର ମାତୃଭାଷା ସହିତ ରାଷ୍ଟ୍ରୀୟ ଭାଷା କୁ ସମ୍ମାନ ଜଣାଇ ଜାତୀୟଭାଷା ଜାଣିବା ଦେଶର ସମସ୍ତ ନାଗରିକ ଓ ଛାତ୍ର ଛାତ୍ରୀ ମାନଙ୍କ କର୍ତବ୍ୟ ବୋଲି ମଚାଂଶିନ ଅତିଥିମାନେ କହିଥିଲେ । ଏହି ଅବସରରେ ମଚାଂଶିନ ଅତିଥି ମାନଙ୍କ ସହିତ ସମସ୍ତ ଛାତ୍ର ଛାତ୍ରୀ ମାନେ…

"ମାଲକାନଗିରି ଜିଲ୍ଲାସ୍ତରୀୟ ହିନ୍ଦୀଦିବସ ପାଳିତ,ରାଷ୍ଟ୍ରଭାଷାକୁ ସମ୍ମାନଦେବା ପାଇ ସପଥ ପାଠ"

ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗିତା ରେ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ର ଛାତ୍ରୀ ଭାଗନେଲେ

ମାଲକାନଗିରି,୧୫ା୯(ଓଡିଆ ପୁଅ )  ଜଗତସିଂପୁର ଜିଲ୍ଲା ପାରାଦୀପ ପୌରପରିଷଦ କଲ୍ୟାଣମଣ୍ଡପ ଠାରେ ୧୫ ଓ ୧୬  ତାରିଖ ଦୁଇଦିନ ଧରି ଅନୁଷ୍ଟିତ ରାଜ୍ୟସ୍ତରୀୟ ଜୁଡୋ ପ୍ରତି ଯୋଗୀତାରେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲାକନଗିରି ଜିଲ୍ଲା ର ୫ ଜଣ ଆଦିବାସୀ ଛାତ୍ର ଛାତ୍ରୀ ଭାଗନେଇଛନ୍ତି । ମାଲକାନଗିରି ଜିଲ୍ଲାରେ ପ୍ରତିଷ୍ଟିତ ଆଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ଓ ଜୁଡୋ ଏକାଡେମିର ବିନାଶକୁମାର ମିଶ୍ରଙ୍କ ଉଦ୍ୟମରେ ଅଧ୍ୟୟନରତ ସ୍ୱର୍ଣ୍ଣପଦକ ବିଜୟନୀ କୋୟା ଆଦିବାସୀ ସଂପ୍ରଦାୟର ଛାତ୍ରା ଲକ୍ଷ୍ମୀସୋଡି, ସ୍ୱର୍ଣ୍ଣପଦକ ବିଜୟୀ ଆଦାବାସୀ ଛାତ୍ର ମାଶି ହନ୍ତାଳ, ଆଦିମ ବଣ୍ଡା ଆଦିବାସୀ ସଂପ୍ରଦାୟର ଛାତ୍ର ସ୍ୱର୍ଣ୍ଣପଦକ ବିଜୟୀ ନକୁଳ କ୍ରୀସାନୀ,କୋୟାଆଦିବାସୀ ସଂପ୍ରଦାୟର ଛାତ୍ରୀ ସ୍ୱର୍ଣ୍ଣପଦକ ବିଜୟନୀ ବିଜୟନୀ ରଶ୍ମି…

"ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗିତା ରେ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ର ଛାତ୍ରୀ ଭାଗନେଲେ"

ବିଭିନ୍ନ ଦାବିନେଇ ୪୦୦ଆଶାକର୍ମୀ ରାଜ ରାସ୍ତାକୁ ଓହ୍ଲାଇଲେ,ସ୍ୱାସ୍ଥ୍ୟମିଶନ କର୍ମଚାରିଙ୍କ ଆନ୍ଦୋଳନ ପାଇଁ ସ୍ୱାସ୍ଥ୍ୟସେବା ଠପ

ମାଲକାନଗିରି,୧୫ା୯(ଓଡିଆ ପୁଅ ) ବିଭିନ୍ନ ଦାବିନେଇ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ୪୦୦ ଆଶାକର୍ମୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଆରମ୍ଭ କରିଛନ୍ତି ।  ନିଖିଳଓଡିଶା ଆଶାକର୍ମୀ ସଂଘ ମାଲକାନଗିରି ଜିଲ୍ଲା ସାଖାର ସଭାନେତ୍ରୀ ତୁଳସୀ କିର୍ତନୀୟା,ସଂପାଦିକା ଅନିତା ବିଶ୍ୱାସଙ୍କ ନେତୃତ୍ୱରେ ଜିଲ୍ଲାର ଶତାଧିକ ଆଶାକର୍ମୀ ମାନେ ଆଜି ସକାଳେ ଏକ ବିରାଟ ସୋଭାଯାତ୍ରାରେ ସହରପରିକ୍ରମା କରି ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭପରେ  ଜିଲ୍ଲାମୁଖ୍ୟଚିକିତ୍ସା ଅଧିକାରୀ ଙ୍କ ଜରିଆରେ ୪ଦଫା ଦାବି ସମ୍ବୋଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି । ଗତ କିଛି ଦିନହେଲା ଜାତୀୟ ସ୍ୱାସ୍ଥ୍ୟମିଶନର କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବାରୁ ଜିଲ୍ଲାରେ…

"ବିଭିନ୍ନ ଦାବିନେଇ ୪୦୦ଆଶାକର୍ମୀ ରାଜ ରାସ୍ତାକୁ ଓହ୍ଲାଇଲେ,ସ୍ୱାସ୍ଥ୍ୟମିଶନ କର୍ମଚାରିଙ୍କ ଆନ୍ଦୋଳନ ପାଇଁ ସ୍ୱାସ୍ଥ୍ୟସେବା ଠପ"

ଗଣେଶ ପୂଜା ମେଢରେ ମୃତିକା ସଂରକ୍ଷଣ ଓ ଜଙ୍ଗଲ ସୁରକ୍ଷାର ଜନସଚେତନତା ବାର୍ତା ଦେଲେ ବନ ବିଭାଗ

ମାଲକାନଗିରି, ୧୪ା୯ (ଓଡ଼ିଆ ପୁଅ ) ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଥିବା ବନଖଣ୍ଡୀୟ କାର୍ଯ୍ୟାଳୟଠାରେ ଭିନ୍ନ ଶୈଳୀରେ ଗଣେଶ ମେଡ ନିର୍ମାଣ କରାଯାଇ ମୃତିକା ସଂରକ୍ଷଣ ଓ ଜଙ୍ଗଲ ସୁରକ୍ଷାର ବାର୍ତାଦିଆ ଯାଇଛି। ଡିଏଫଓ ସମ୍ରାଟ ଗୌଡାଙ୍କ ନିର୍ଦ୍ଦେଶ କ୍ରମେ ସହକାରି ବନ ସଂରକ୍ଷକ ଶ୍ରୀକାନ୍ତନାୟକ, ରେଜଂର ବାସୁଦେବ ନାୟକଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରି ମାନେ ଚଳିତ ବର୍ଷ ନୁଆ ଢଙ୍ଗରେ ମାଲ୍ୟବନ୍ତ ପର୍ବତ ସଦୃଶ୍ୟ ପାହଡ ନିର୍ମାଣ କରି ସେଥିରୁ ଚିର ସ୍ରୋତା ଝରଣା, ଝରଣା କୁଳରେ ବିଭିନ୍ନ ଚାରା ରୋପଣ କରାଯାଇ ପାହଡରୁ ମୃତିକା ସଂରକ୍ଷଣ ବ୍ୟବସ୍ଥା କରାଯିବା ସହିତ ଜଙ୍ଗଲ କିପରି ସୁରକ୍ଷିତ ହୋଇ ରହିପାରିବ ସେନେଇ ଜନ ସଚେତନାତାର…

"ଗଣେଶ ପୂଜା ମେଢରେ ମୃତିକା ସଂରକ୍ଷଣ ଓ ଜଙ୍ଗଲ ସୁରକ୍ଷାର ଜନସଚେତନତା ବାର୍ତା ଦେଲେ ବନ ବିଭାଗ"

ବିଦ୍ୟାଳୟରେ ଅଭିନବ ପ୍ରୟାସ, ରେଳ ଗାଡି ଦେଖିନଥିବା ଛାତ୍ରଛାତ୍ରୀ ରେଳବଗିରେ ବସି ପଢିଲେ ପାଠ

ମାଲକାନଗିରି, ୧୪-୯ (ଓଡିଆ ପୁଅ ) ସରକାରି ବିଧିବଧ ଭାବେ ମାଲକାନଗିରି ଜିଲ୍ଲାରେ ରେଳ ଲାଇନ କି ରେଲଗାଡିର ସେବା ମିଳିନଥିବା ବେଳେ ଗତ କିଛି ଦନହେଲା ନିଜ ବିଦ୍ୟାଳୟ କୋଠରୀରେ ରେଳଗାଡିରେ ବସିବାର ମଜା ଉଠାଇଛନ୍ତି ମାଲକାନଗିରିର ଏକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ। ଦେଶସ୍ୱାଧାନ ହୋଇ ଦୀର୍ଘ ୭୨ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାବାସୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ରେଳଗାଡି ଦେଖିବା ସ୍ୱପ୍ନ ପାଲଟିଛି। ଚଳିତବର୍ଷ କେନ୍ଦ୍ର ଓ ରାଜ୍ୟସରକାର ମାଲକାନଗିରି ଜିଲ୍ଲାକୁ ରେଳ ଲାଇନ ସଂଯୋଗ କରିବା ପାଇଁ ନିଷ୍ପତି ନେଇଛନ୍ତି। ହେଲେ ଏପର୍ୟ୍ୟନ୍ତ ଏହାର ବିଧିବଧ ଭାବେ କିଛି କାର୍ୟ୍ୟ ଆରମ୍ଭ ହୋଇ ନଥିଲେ ମଧ୍ୟ…

"ବିଦ୍ୟାଳୟରେ ଅଭିନବ ପ୍ରୟାସ, ରେଳ ଗାଡି ଦେଖିନଥିବା ଛାତ୍ରଛାତ୍ରୀ ରେଳବଗିରେ ବସି ପଢିଲେ ପାଠ"

ଚିତ୍ରକୋଣ୍ଡା ପୁଲିସକୁ ସଫଳତା, ୧୬୫କେଜି ଗଞ୍ଜେଇ ସହ ଦୁଇଟି ଗାଡି ଜବତ ୭ ଗିରଫ

ମାଲକାନଗିରି, ୧୪ା୯ (ଓଡିଆ ପୁଅ ) ଚିତ୍ରକୋଣ୍ଡା ଥାନା ପୁଲିସକୁ ମିଳିଛି ଏକ ବଡଧରଣର ସଫଳତା। ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ୨ଟି ଗାଡି ୧୬୫କେଜି ମୂଲ୍ୟବାନ ଶିଳାବତୀ ଗଞ୍ଜେଇ ଜବତ ସହ ୭ ଜଣଙ୍କୁ ଗିରଫକରି ଛନ୍ତି ଚିତ୍ରକୋଣ୍ଡା ଥାନାପୁଲିସ। ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ଟୟେଟା, ହୁଣ୍ଡାଇ କାର ଓ ମଟର ସାଇକେଲରେ କିଛି ଯୁବକ ଚୋରାରେ ଗଞ୍ଜେଇ ଉତରପ୍ରଦେଶ ଗାଜିଆବାଦକୁ କୁ ଚାଲାଣ କରିବାପାଇଁ ନେଉଥିବାର ଖବର ପାଇ ଚିତ୍ରକୋଣ୍ଡା ଥାନା ଆଇଆଇସି ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ଏଏସଆଇ ଶେଷଦେବ ବେହେରା ପୁଲିସ ସଦଳବଳ ଚିତ୍ରକୋଣ୍ଡା ବାଲିମେଳା ରାସ୍ତା ଷ୍ଟିଲଗେଟ ନିକଟରେ ଜଗିରହିଥିଲେ। ଦୃତଗତିରେ କାର ପଳାଇଯାଉଥିବା ସମୟରେ ସେମାନଙ୍କ ପିଛାକରି…

"ଚିତ୍ରକୋଣ୍ଡା ପୁଲିସକୁ ସଫଳତା, ୧୬୫କେଜି ଗଞ୍ଜେଇ ସହ ଦୁଇଟି ଗାଡି ଜବତ ୭ ଗିରଫ"

ମାଲକାନଗିରି ଜିଲ୍ଲାରେ ଗଣେଷ ଚତୁର୍ଥୀ ପାଳିତ,କେଉଁଠି ଗଣେଷଙ୍କ ମୁଣ୍ଡରେ ଅର୍ଧନାରୀଶ୍ୱର ତ ଆଉ କେଉଁଠି ବିଷ୍ଣୁଙ୍କ ଦଶଅବତାର ପ୍ରତିମୁର୍ତୀ

ମାଲକାନଗିରି,୧୩ା୯ (ଓଡିଆ ପୁଅ )  ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଘ୍ନବିନାଶକ ଗଣାଧୀପତି ଙ୍କ ପୂଜା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । କେଉଁଠି ଗଣେଷ ଙ୍କ ମୁଣ୍ଡରେ ଶିବଙ୍କ ଭୈରବ ଦଣ୍ଡନୃତ୍ୟ ତ ଆଉକେଉଁଠି ଗଣେଷ ଙ୍କମୁଣ୍ଡରେ ଅର୍ଦ୍ଦନାରୀଶ୍ୱର ରୂପ, ଆଉ କେଉଁଠି କଦଳୀବଣରେ କଦଳୀକାନ୍ଧୀରେ ଗଣେଶଙ୍କ ମୂର୍ତୀ ନିର୍ମାଣ କରାଯାଇଛି,ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଗଣେଶଙ୍କ ବିଭିନ୍ନ ଦୃଶ୍ୟ ସାଙ୍ଗକୁ ସୁନ୍ଦର ମେଢ.ତୋରଣ  ଓ ମନୋରମ ସାଜସଜା ଦର୍ଶକମାନଙ୍କୁ ଆନନ୍ଦ ଦେଇଛି । ମାଲକାନଗିରି ସହରରେ ୬୦ଟି ଗଣେଶ ମେଢତିଆରି ହୋଇଛି,ବିଶେଷ କରି ସୁବାଷବୋଷ ଟାଉନକ୍ଲବରେ ୧୪ଫୁଟ ଉଚ୍ଚର ଗଣେଷ ମୁର୍ତୀ ତିଆରି ହୋଇ ଗଣେଷଙ୍କ ମୁଣ୍ଡରେ…

"ମାଲକାନଗିରି ଜିଲ୍ଲାରେ ଗଣେଷ ଚତୁର୍ଥୀ ପାଳିତ,କେଉଁଠି ଗଣେଷଙ୍କ ମୁଣ୍ଡରେ ଅର୍ଧନାରୀଶ୍ୱର ତ ଆଉ କେଉଁଠି ବିଷ୍ଣୁଙ୍କ ଦଶଅବତାର ପ୍ରତିମୁର୍ତୀ"

୮ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ରାମା ବନ୍ଧୁକ ଗୋଳାବରୁଦ ସହ ପୁଲିସ ନିକଟରେ ଆତ୍ମସମର୍ପଣ

ମାଲକାନଗିରି,୧୩ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ବସ୍ତର ଆଇଜି ବିବେକାନନ୍ଦ ସିହ୍ନା,ସୁକୁମା ଏସପି ଅଭିଶେକ ମୀନା ଙ୍କ ନିକଟରେ ୮ଲକ୍ଷ ପୁରସ୍କାର ଘୋଷିତ ଦୁର୍ଦ୍ଦାନ୍ତ ମାଓବାଦୀ ବେଟି ରାମା ନିଜର ଇନସାସ ରାଇଫଲ ଓ ଗୋଳାବାରୁଦ ସହିତ ଆତ୍ମସମର୍ପଣ କରିଛି । ଗତ୧୯୯୫ ମସିହାଠାରୁ କୋଟାଂ ଏରିଆ  ମାଓବାଦୀ ସଂଗଠନରେ ଯୋଗଦେଇ ରାମା ଛତିଶଗଡ ରାଜ୍ୟ ବସ୍ତର ସୁକୁମା, ଦନ୍ତେଓ୍ୟାର୍ଡା ଜିଲ୍ଲାର ଅନେକ ସ୍ଥାନରେ ହତ୍ୟା,ଲ୍ୟାଣ୍ଡମାଇନ ବିସ୍ପୋରଣ,ଥାନା ଓ ପୁଲିସ ଉପରେ ଆକ୍ରମଣ,ରାସ୍ତା ଖୋଲିବା, ଗାଡି ପୋଡିବା ଘଟଣାରେ ସେ ସାମିଲ ଥିଲା ଏହାବ୍ୟତିତ ତାଙ୍କ ନାମରେ ଛତିଶଗଡ ରାଜ୍ୟର ବିଭିନ୍ନ ଥାନାରେ ନକ୍ସଲ ହିଂସାକାଣ୍ଡର୨୪ଟିରୁ…

"୮ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ରାମା ବନ୍ଧୁକ ଗୋଳାବରୁଦ ସହ ପୁଲିସ ନିକଟରେ ଆତ୍ମସମର୍ପଣ"

ମାଓଗଡ଼ ତୁଳସୀ ପାହାଡ଼ରେ ମାଓବାଦୀ ପୁଲିସ ଗୁଳିବିନିମୟ,ମାଓ କ୍ୟାମ୍ପରୁ ଗୋଳାବାରୁଦ ମାଓ ସାମଗ୍ରୀ ଜବତ

ମାଲକାନଗିରି,୧୪.୯(ଓଡ଼ିଆ ପୁଅ) ମାଓଗଡ଼ ତୁଳସୀ ପାହାଡ଼ରେ ପୁଲିସ ମାଓବାଦୀ ଗୁଳିବିନିମୟ ଘଟି ବହୁପରିମାଣର ମାଓସମଗ୍ରୀ ଜବତ କରାଯାଇଛି।ତୁଳସୀ ପାହାଡ଼ରେ ମାଓବାଦୀଙ୍କ ଗୁପ୍ତ କ୍ୟାମ୍ପ ଚାଲିଥିବାର ଖବର ପାଇ  ଏସପି ଜଗମୋହନ ମୀନା ଙ୍କ ମାର୍ଗଦର୍ଶନ ରେ ଡିଭିଏଫ,ଏସଓଜି ଯବାନ ମାନେ ମାଥିଲି ଥାନାସ୍ଥ ମହୁପଦର ଟେମୁରପଲ୍ଲୀ ପଞ୍ଚାୟତ ନିକଟ ତୁଳସୀ ପାହାଡ଼ କୁ ଗୁରୁବାର ସଂଧ୍ୟା ରେ କମ୍ବି ଅପରେସନ ରେ ଯାଇଥିଲେ।ସେଠାରେ ପହଞ୍ଚିଲା ପରେ ପାହାଡ଼ ଉପରୁ ମାଓବାଦୀ ମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ  ଯବାନମାନେ ମଧ୍ୟ୍ୟ ଏହାର ପାଲଟା ଜବାବ ଦେଇ ଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟାଧରି ଗୁଳିବିନିମୟ ହୋଇଥିଲା। ଅନ୍ଧାରରେ ମାଓବାଦୀମାନେ ଘଂଚଜଙ୍ଗଲ ପାହାଡ଼ ରେ ଲୁଚିପଳାଇଥିବା ବେଳେ…

"ମାଓଗଡ଼ ତୁଳସୀ ପାହାଡ଼ରେ ମାଓବାଦୀ ପୁଲିସ ଗୁଳିବିନିମୟ,ମାଓ କ୍ୟାମ୍ପରୁ ଗୋଳାବାରୁଦ ମାଓ ସାମଗ୍ରୀ ଜବତ"

ମାଲକାନଗିରି ରେ “ମୁଁ ହିରୋ” ମୁଁ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ, ୫ ଜଣ ଯୁବ ପ୍ରତିଭା ସମ୍ମାନିତ

ମାଲକାନଗିରି, ୧୩ା୯(ଓଡିଆ ପୁଅ ) ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବିଭାଗ ପକ୍ଷରୁ “ମୁଁ ହିରୋ” ମୁଁ ଓଡିଶା କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାରେ ଉଦଘାଟିତ ହେବା ସହିତ ଜିଲ୍ଲାର ୫ଜଣ ଯୁବ ପ୍ରତିଭା ହିରୋଙ୍କୁ ସମ୍ମାନିତ କରାଯାଇଛି। ଆଜି ଅପରାହ୍ନରେ ସ୍ଥାନୀୟ ଜିଲ୍ଲା କ୍ରୀଡା ଛାତ୍ରାବାସ ପରିସରରେ ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ମାନସ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଯୋଗଦେଇ ରାଜ୍ୟ ସରକାରଙ୍କ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମର ପ୍ରଚାର ଗାଡିର ଉଦଘାଟନ କରିଛନ୍ତି। ଏହି ଅବସରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଆଡମା…

"ମାଲକାନଗିରି ରେ “ମୁଁ ହିରୋ” ମୁଁ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ, ୫ ଜଣ ଯୁବ ପ୍ରତିଭା ସମ୍ମାନିତ"