ଅପରେସନ ଗ୍ରୀନହଟଂ ବନ୍ଦକରିବା ଓ କେନ୍ଦୁପତ୍ର ଦରବୃଦ୍ଧି ଦାବିକରି କାଲିମେଳା ଏମଭି୯୦ ଗ୍ରାମରେ ମାଓବାଦୀଙ୍କ ଲଗାଇଲେ ପୋଷ୍ଟର

ମାଲକାନଗିରି,୨୮ା୪  (ଓଡିଆ ପୁଅ ) ଅପରେସନଗ୍ରୀହଟଂ,ରାସ୍ତାକାମ ବନ୍ଦକରିବାସହିତ କେନ୍ଦୁପତ୍ର ବିଡା ୫ଟଙ୍କାଲେଖା କରିବା,ଗରିବ ଲୋକଙ୍କୁ ଜମି,ଜଳ,ଜଙ୍ଗଲ ବଚିଂବାର ଅଧିକାର ଦାବିନେଇ କାଲିମେଳା ଥାନାସ୍ଥ ଏମଭି୯୦ଗ୍ରାମର ବିଭିନ୍ନସ୍ଥାନରେ  ମାଓବାଦୀ ମାନେ ପୋଷ୍ଟର ବ୍ୟାନର ଲଗାଇଥିବାର ଦେଖିବାକୁ ମିଳିଛି । ସିପିଆଇ ମାଓବାଦୀ କାଲିମେଳା ଆଚଂଳିକ କମିଟି ପକ୍ଷରୁ ଲେଖାଯାଇଥିବା ଏହି ପୋଷ୍ଟରେ ଆହୁରି ମଧ୍ୟ ଉଲେଖ୍ୟ ରହିଛି ଗାଁକୁ ରାସ୍ତା ନିର୍ମାଣ କରିଦେଲେ ଗରିବ ଲୋକଙ୍କର ଉନ୍ନତି ହେବନାହିଁ,    ଗରିବଙ୍କ ଉପରେ ପୁଲିସ ଫୋର୍ସର ଜୁଲମ କରିବା ପାଇଁ ଏହି ରାସ୍ତା ହେଉଛି, ପୁଲିସ କ୍ୟାମ୍ପକୁ ବିରୋଧକର, ଇତ୍ୟାଦିଲେଖା ରହିଛି ।ଏସଂପର୍କରେ କାଲିମେଳା ଥାନା ପୁଲିସ ବିଏସଏଫ ଜବାନ ମାନେ ଜାଣିବାପରେ ଘଟଣାସ୍ଥଳରେ ପହଁଚି ଉକ୍ତ…

"ଅପରେସନ ଗ୍ରୀନହଟଂ ବନ୍ଦକରିବା ଓ କେନ୍ଦୁପତ୍ର ଦରବୃଦ୍ଧି ଦାବିକରି କାଲିମେଳା ଏମଭି୯୦ ଗ୍ରାମରେ ମାଓବାଦୀଙ୍କ ଲଗାଇଲେ ପୋଷ୍ଟର"

ମାଲାକନଗିରି ବିଇଓ ଙ୍କ ବଦଳି ଓ ୯ଦଫାଦାବିନେଇ ଉଜ୍ଜଳ,ଉଥାନ ତାଲିମ ବର୍ଜନ କରି ଧାରଣା ଦେଲେ ଶିକ୍ଷକ ଶିକ୍ଷୟତ୍ରୀ

ମାଲକାନଗିରି,୨୮ା୪(ଓଡିଆ ପୁଅ )  ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲାକନଗିରି ଜିଲ୍ଲାରେ କେତେଜଣ ଶିକ୍ଷାବିଭାଗର ଅଧିକାରୀ ଙ୍କ ମନମୁଖି ଶାସନ ପାଇଁ ଶିକ୍ଷାବ୍ୟବସ୍ଥା ଦିନକୁ ଦିନ ଆଧୋଗତି ହେବାକୁ ଲାଗିଛି । ଏଥିପାଇଁ ମାଲକାନଗିରି ବ୍ଲକ ଶିକ୍ଷା ଅଧିକାରୀ ବିନୋଦସିଂ ଙ୍କୁ ଦାୟୀକରି ତୁରନ୍ତ ତାଙ୍କୁ ନିଲମ୍ବନ କିମ୍ବା ବଦଳି କରିବା ଓ ୯ଦଫା ଦାବିପୁରଣ ନେଇ ଆଜି ମାଲକାନଗିରି ଜିଲ୍ଲାର ଦୁଇଟି ଶିକ୍ଷକ ସଘଂର ଶତାଧିକ ଶିକ୍ଷକ,ଶିକ୍ଷୟତ୍ରୀ ମାନେ ସ୍ଥାନୀୟ ବି.ବି.ଗୁଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଉଜ୍ଜଳ, ଉଥାନ ତାଲିମ କୁ ବନ୍ଦକରି ଧାରଣାରେ ବସିଥିଲେ । ମାଲକାନଗିରି ବ୍ଲକ ପ୍ରାଥମିକ ଶିକ୍ଷକ ସଘଂପକ୍ଷରୁ ୯ଦଫା ଦାବି ଓ ବିଇଓଙ୍କ ନିଲମ୍ବନ ଲାଗି ଶିକ୍ଷା…

"ମାଲାକନଗିରି ବିଇଓ ଙ୍କ ବଦଳି ଓ ୯ଦଫାଦାବିନେଇ ଉଜ୍ଜଳ,ଉଥାନ ତାଲିମ ବର୍ଜନ କରି ଧାରଣା ଦେଲେ ଶିକ୍ଷକ ଶିକ୍ଷୟତ୍ରୀ"

ମାଓବାଦୀଙ୍କ ବର୍ବରତା, ଝିଅ ସମ୍ମୁଖରେ ନିର୍ମମ ଭାବେ ବାପାକୁ ହତ୍ୟାକଲେ

ମାଲକାନଗିରି,୨୮ା୪ (ଓଡିଆ ପୁଅ ) ସୀମାନ୍ତ ଛତିଶଗଡ ଦନ୍ତେଓ୍ୟାର୍ଡା ଜିଲ୍ଲାରେ ମାଓବାଦୀମାନେ ବବ ର୍ରକାଣ୍ଡ ଭିଆଇଛନ୍ତି ,ଝିଅ ସମାନାରେ ବାପାଙ୍କର ଗଳାକାଟି ଅତି ନିର୍ମମଭାବେ ହତ୍ୟାକରିଥିବାର ଜଣାପଡିଛି ।ଦନ୍ତେଓ୍ୟାର୍ଡା ଜିଲ୍ଲା ଭାଂସୋ ଥାନାସ୍ଥ ମୋଲସନାର ଗାଁରେ ଶୁକ୍ରବାର ମଧ୍ୟରାତ୍ରରେ ପ୍ରାୟ ୨୦ରୁ୩୦ ମାଓବାଦୀ ସାଧାରଣ ଗ୍ରାମୀଣ ପୋଷାକରେ ପହଁଚିଥିଲେ । ସେହିଗ୍ରାମର ଗାଁ ମୁଖିଆ କୁମ୍ମାଭାସ୍କରଙ୍କ ଘରକୁ ଯାଇ ଡାକିଥିଲେ , କିଏ ଡାକୁଛି କହି କୁମା ଭାସ୍କର ଘରୁ ବାହରକୁ ଆସିବାରୁ ତାଙ୍କୁ ମାଓବାଦୀ ମାନେ ଧରି ନେଇ ମାଡଦେଇଥିଲେ । ସେ ଚିତ୍କାର କରିବାରୁ ଘରେ ଥିବା ତାଙ୍କ ଝିଅ ସୁନିତା ବାହରକୁ ଆସି ଦେଖିଲାବେଳକୁ କିଛି ଲୋକ ତାଙ୍କ ବାପାଙ୍କୁ ମାଡ…

"ମାଓବାଦୀଙ୍କ ବର୍ବରତା, ଝିଅ ସମ୍ମୁଖରେ ନିର୍ମମ ଭାବେ ବାପାକୁ ହତ୍ୟାକଲେ"

ମାଲକାନଗିରି ଜିଲ୍ଲାରେ ସ୍ବାଭିମାନ ଦିବସ ଓ ଉତ୍କଳ ଗୌରବ ମଧୂବାବୁଙ୍କ ଜୟନ୍ତୀ ପାଳିତ

ମାଲକାନଗିରି,୨୮ା୪ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଭିମାନଦିବସ ଓ ଉତ୍କଳଗୌରବ ମଧୂବାବୁଙ୍କ ଜୟନ୍ତୀ ଆଡମ୍ବର ସହକରେ ପାଳିତ ହୋଇ ଯାଇଛି ।ମାଲକାନଗିରି ଜିଲ୍ଲା ପାଠାଗାର ପରିସରରେ ଉତ୍କଳଗୌରବ ମଧୂସୁଦନ ଦାସଙ୍କ ଜୟନ୍ତୀ ଜିଲ୍ଲାସୁଚନା ଲୋକସଂପର୍କ ବିଭାଗ,ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ପାଳିତ ହୋଇ ଯାଇଛି । ଏହି ଅବସରେ ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଅମିୟକୁମାର ସାହୁ,ଜିଲ୍ଲା ଉତ୍କଳ ସମ୍ମିଳନୀର ସଭାପତି ପ୍ରକାଶ ଚନ୍ଦ୍ରପଟନାୟକ,ଅଧ୍ୟାପକ ରଂଜନକୁମା ସ୍ୱାଇଁ,ନାରାୟଣ ଚନ୍ଦ୍ର ଭୋଳ,ଦୁର୍ଗାପ୍ରସାଦ ପଟନାୟକ,ବାଲାପାଢି,ଶଶିରେଖା ଦାସ,ମହାଲକ୍ଷିମି ପଣ୍ଡା,ସରୋଜିନିପରିଡା,ରାଧା ମଣିରାଏ,ପୁଶ୍ପଲାତା ପଣ୍ଡା,ବବିତା ମହାପାତ୍ର,ହରେକୁଷ୍ଣକିର୍ତନୀୟା, ରଜଂନକୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ସେଠାରେ ପ୍ରତିଷ୍ଟିତ ମଧୂବାବୁଙ୍କ ପ୍ରତି ମୂର୍ତୀରେ ମାଲ୍ୟାର୍ପଣ କରି ମଧୂବାବୁଙ୍କ ବହୁମୁଖି ପ୍ରତିଭା ସଂପର୍କରେ କହିଥିଲେ ।…

"ମାଲକାନଗିରି ଜିଲ୍ଲାରେ ସ୍ବାଭିମାନ ଦିବସ ଓ ଉତ୍କଳ ଗୌରବ ମଧୂବାବୁଙ୍କ ଜୟନ୍ତୀ ପାଳିତ"

ମାଓବାଦୀ ପୁଲିସ ଗୁଳିବନିମୟ ୮ ମାଓବାଦୀ ନିହତ, ୪ ଜବାନ ଆହତ, ରକେଟ ଲଞ୍ଚର ସହ ବହୁପରିମାଣର ଗୋଳାବାରୁଦ ଜବତ

ମାଲକାନଗିରି, ୨୭ା୪ (ଓଡିଆ ପୁଅ) ମାଲାକନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ପୁଲିସଙ୍କୁ ଆଜି ମିଳିଛି ଏକ ବଡ ଧରଣର ସଫଳତା। ଆଇପେଣ୍ଟା ଜଙ୍ଗଲରେ ମାଓବାଦୀଙ୍କ ଗୁପ୍ତ କ୍ୟାମ୍ପ ଚାଲିଥିବାର ଖବର ପାଇ ସେଠାକୁ ବିଜାପୁର ଜିଲ୍ଲା ପୁଲିସ ସହିତ ତେଲାଙ୍ଗାନା ରାଜ୍ୟ ପୁଲିସ ଓ ଗ୍ରେହାଉଣ୍ଡ ଜବାନମାନେ କଂମ୍ବି ଅପରେସନରେ ଯାଇଥିଲେ। ସେମାନେ ଘଞ୍ଚ ଜଙ୍ଗଲରେ ପହଁଚି ମାଓ ସର୍ଚ ଅପରେସନ ଆରମ୍ଭ କରିଦେଇଥିଲେ। ଠିକ୍ ସେହି ସମୟରେ ପୁଲିସମାନଙ୍କ ଉପରକୁ ମାଓବାଦୀ ମାନେ ଗୁଳି ଚଳାଇଥିଲେ। ପାଲଟା ଜବାବରେ ପୁଲିସମାନେ ମାଓବାଦୀଙ୍କ ଉପରକୁ ମଧ୍ୟ ଗୁଳିଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଦୁଇଘଣ୍ଟା ଧରି ଗୁଳିବନିମୟ ହୋଇଥିଲା। ମାଓବାଦୀଙ୍କ ଗୁଳିରେ…

"ମାଓବାଦୀ ପୁଲିସ ଗୁଳିବନିମୟ ୮ ମାଓବାଦୀ ନିହତ, ୪ ଜବାନ ଆହତ, ରକେଟ ଲଞ୍ଚର ସହ ବହୁପରିମାଣର ଗୋଳାବାରୁଦ ଜବତ"

ମାଲକାନଗିରି ଜିଲ୍ଲାରେ ସରକାରୀ ନିର୍ଦେଶକକୁ ବେଖାତିରି,ଓଡିଆ ଭାଷାକୁ ଗୁତ୍ୱଦିଆ ଯାଉନାହିଁ

ମାଲକାନଗିରି,୨୭ା୪ (ଓଡିଆ ପୁଅ ) ମାତୃଭାଷା ଓଡିଆଭାଷା କୁ ସମ୍ମାନଜଣାଇ ରାଜ୍ୟସରକାର ପବିତ୍ର ଉକ୍ରଳଦିବସ ଏପ୍ରିଲ ୧ତାରିଖ ଠାରୁ ସମସ୍ତ ସରକାରୀ,ଘରୋଇ କାର୍ଯ୍ୟାଳୟ,ଶିକ୍ଷାଅନୁଷ୍ଠାନ,ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ଓଡିଆ ଭାଷାରେ ନାମଫଳକ ସହିତ ଓଡିଆରେ ଚିଠିପତ୍ର ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ନିର୍ଦ୍ଦେଶକୁ ଅଧିକାଂଶ ଜିଲ୍ଲାପ୍ରଶାସନ ମାନିନେଇ ଓଡିଆ ଭାଷାରେ ଚିଠିପତ୍ର ଠାରୁ ଆରମ୍ଭ କରି ନାମଫଳକ ଓଡିଆରେ ଲେଖିଥୁବାବେଳେ ମାଲାକନଗିରି ଜିଲ୍ଲାରେ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରି ହୋଇନାହିଁ ।  ଆନ୍ଦ୍ର,ଛତିଶଗଡ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଧିରେ ଧିରେ ଓଡିଆ ଭାଷା ଓ ସଂସ୍କୃତି ଲୋପପାଇବାକୁ ବସିଲାଣି । ଗୋଟିଏ ପଟେ ଆନ୍ଦ୍ରପ୍ରଦେଶ ର ତେଲୁଗୁ ଭାଷା ଅନ୍ୟପଟେ ଛତିଶଗଡର…

"ମାଲକାନଗିରି ଜିଲ୍ଲାରେ ସରକାରୀ ନିର୍ଦେଶକକୁ ବେଖାତିରି,ଓଡିଆ ଭାଷାକୁ ଗୁତ୍ୱଦିଆ ଯାଉନାହିଁ"

ଆମେ ମରିବୁ ପଛେ ଭିଟା ମାଟି ଛାଡିବୁ ନାହୁଁ,ପ୍ରସ୍ତାବିତ ଚୂନପଥର ଖଣିକୁ ବିରୋଧ,ଶତାଧିକ ଆଦିବାସୀ ଯୁବକ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଦେଲେ

ମାଲକାନଗିରି,୨୭ା୪(ଓଡିଆ ପୁଅ ))  ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲାକନଗିରି ଜିଲ୍ଲାରେ ବହୁପରିମାଣର ଖଣିଜ ଦ୍ରବ୍ୟଭରପୁର ହୋଇରହିଛି ,ସେଥି ମଧ୍ୟରୁ ଲୁହାପଥର,ଗ୍ରାନାଇଟ,ଚୂନପଥର,ଟିନ, ଅଭ୍ର ଆଦି ଖଣିଜ ଦ୍ରବ୍ୟ ଅଧିକପରିମାଣର ବିଭିନ୍ନ ସ୍ଥାନରେ ଗଛିତ ହୋଇରହିଥିବାର ଜଣାପଡିଛି ।ପଡିଆ ବ୍ଲକସ୍ଥ ଉସକାଲବାଗ,ନନ୍ଦିବେଢା,ଧରମପାଲ୍ଲି, ଇରାଲଗୁଣ୍ଡି ଅଚଂଳରେ  ବହୁପରିମାଣର ଉନ୍ନତ ମାନର ଚୂନପଥର ଗଛିତଥିବାର ଜାଣି  ବାହର ରାଜ୍ୟର ଏକ କମ୍ପାନୀ ଚୂନପଥର ଖନନକରିବା ପାଇଁ ରାଜ୍ୟସରକରାଙ୍କ ସିହତ ଚୁକ୍ତି କରିଥିବା ଓ ଏହାର ସର୍ଭେ କାର୍ଯ୍ୟ ଆରମ୍ଭ ହେବା ଦେଖି ସ୍ଥାନୀୟ ଗ୍ରାମବାସୀ ମାନେ ବିରୋଧ କରିଛନ୍ତି । ଏହି ଖଣି ପ୍ରତିଷ୍ଟା ହେଲେ ମାଲକାନଗିରି ବ୍ଲକର ମାଟାପେକା,ତଣ୍ଡାପାଲ୍ଲି.ଗୋରାଖୁଟାଂ ପଚାଂୟତ,ପଡିଆ ବ୍ଲକର ନିଲିଗୁଡା, ମାଟେରୁ,ପଚାଂୟତର ପ୍ରାୟ ୪୨ଟି ରୁ ଉର୍ଦ୍ଦଗ୍ରାମ…

"ଆମେ ମରିବୁ ପଛେ ଭିଟା ମାଟି ଛାଡିବୁ ନାହୁଁ,ପ୍ରସ୍ତାବିତ ଚୂନପଥର ଖଣିକୁ ବିରୋଧ,ଶତାଧିକ ଆଦିବାସୀ ଯୁବକ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଦେଲେ"

ତୁରନ୍ତ ଗୁରୁପ୍ରୀୟା ସେତୁ ନିର୍ମାଣ କାର୍ଯ୍ୟ ସାରିବା ପାଇଁ କେବିକେ ପ୍ରଶାସକ ଙ୍କ ନିର୍ଦ୍ଦେଶ

ମାଲକାନଗିରି,୨୭ା୪  (ଓଡିଆ ପୁଅ ) )  କେବିକେ ପ୍ରଶାସକ ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ   ବରିଷ୍ଟ ଆଇଏଏସ ଅଫିସର ଶ୍ରୀ ଏସ.ପି. ଠାକୁର ମାଲକାନଗିରି ଜିଲ୍ଲା କୁ ଦୁଇଦିନିୟା ଗସ୍ତରେ ଆସି ମାଓପ୍ରବଣ ଚିତ୍ରକୋଣ୍ଡା ଜାନବାଇ ଠାରେ ଗୁରୁପ୍ରୀୟା ନଦୀରେ ନିର୍ମାଣଧିନ ସେତୁ ସ୍ଥଳପରିଦର୍ଶନକରି ତୁରନ୍ତ ସେତୁ ନିର୍ମାଣକା ର୍ଯ୍ୟ ସାରିବା ପାଇଁ ବିଭାଗୀୟ ଅଧୀକରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜାନବାଇ ଅଚଂଳ ମାଓପ୍ରବଣ ହୋଇଥିବାରୁ ସେତୁ ନିର୍ମାଣକୁ ମାଓବାଦୀମାନେ ବିରୋଧ କରୁଥିବାରୁ ସେମାନଙ୍କୁ ଦମନକରିବା ଓ  ଗତିବିଧି ଜାଣିବା ପାଇଁ ସେତୁ ସ୍ଥଳରେ ବିଏସଏଫ ଜବାନଙ୍କ ପକ୍ଷରୁ ୨୪ଘଟିଂଆ କଢାସୁରକ୍ଷା ଦେବା ସହିତ ସେତୁ  ଚର୍ତୁପାଶ୍ୱ ର୍ ରେ ସି.ସି.ଟିଭି କ୍ୟାମେରା ଲଗାଯାଇଛି ।…

"ତୁରନ୍ତ ଗୁରୁପ୍ରୀୟା ସେତୁ ନିର୍ମାଣ କାର୍ଯ୍ୟ ସାରିବା ପାଇଁ କେବିକେ ପ୍ରଶାସକ ଙ୍କ ନିର୍ଦ୍ଦେଶ"

ଅଶୁଂଘାତରେ ଜଣେ ମହିଳା ମୃତ,ଜଣେ ଶିକ୍ଷୟତ୍ରୀ ଗୁରୁତର । ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର ଅଶୁଂଘାତ ପ୍ରକୋଷ୍ଟ ଖୋଲା ଯାଇନାହିଁ

ମାଲକାନଗିରି,୨୭ା୪(ଓଡିଆ ପୁଅ ) ଗତ କିଛି ଦିନହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୨ଡିଗ୍ରୀକୁ ଟପି ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗୁଳୁଗୁଳି ରେ ଜନଜୀବନ ଅତିଷ୍ଟ ହୋଇପଡିଲେଣି ।ବିଶେଷକରି କାଲିମେଳା ଅଚଂଳରେ ଅଧିକ ଗରମପ୍ରଭାବିତ ହେଉଥିବାରୁ ସେଠାକାର ଜନସାଧାରଣ ତତଲାକଢେଇରେ ଶିଜୁଛନ୍ତି । କାଲିମେଳା ପଚଂୟାତସ୍ଥ ଏମଭି୬୭ଗ୍ରାମର ପ୍ରତିମା ମିସ୍ତ୍ରୀ(୪୭) ନାମକ ଜଣେ ମହିଳା ନିକଟସ୍ଥ ଜଙ୍ଗଲକୁ କେନ୍ଦୁପତ୍ର ସଂଗ୍ରହ କରିବାକୁ ଯାଇଥିଲେ । ଅତ୍ୟଧିକ ଖରାରେ ତାଙ୍କ ମୁଣ୍ଡବୁଲାଇ ବାରୁ ସେ ତଳେ ପଡିଯାଇଥିଲେ ।  କେନ୍ଦୁପତ୍ର ତୋଳିବାକୁ ଯାଇଥିବା ଅନ୍ୟ ମହିଳା ମାନେ ତାଙ୍କଘରକୁ ଖବର ଦେଇଥିଲେ । ତାଙ୍କପରିବାର ଲୋକେ ସେଠାରେ ପହଁଚି ପ୍ରତିମାଙ୍କୁ ନିକଟସ୍ଥ କାଲିମେଳା ହସପିଟାଲକୁ ଚିକିତ୍ସା ନିମ୍ନତେ…

"ଅଶୁଂଘାତରେ ଜଣେ ମହିଳା ମୃତ,ଜଣେ ଶିକ୍ଷୟତ୍ରୀ ଗୁରୁତର । ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର ଅଶୁଂଘାତ ପ୍ରକୋଷ୍ଟ ଖୋଲା ଯାଇନାହିଁ"

ଓଡିଶା ଶେଷ ସୀମା ମୋଟୁ ଠାରେ ବିଶ୍ୱ ମ୍ୟାଲେରୀଆ ଦିବସ ଓ ଜନସଚେତନତା ଶିବିର

ମାଲକାନଗିରି,୨୭ା୪(ଓଡିଆ ପୁଅ ) ଓଡିଶା ର ଶେଷ ସୀମା ମାଓପ୍ରବଣ ମୋଟୁ ଠାରେ ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ବିଶ୍ୱ ମ୍ୟାଲେରୀଆ ଦିବସ ଓ ମ୍ୟାଲେରିଆ  ରୋଗନିରାକରଣ ର ଜନସଚେତନତା ଶିବିର ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡା.ଅଜିତ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ମୋଟୁ ଡାକ୍ତର ଖନା ପରିସରରେ ମ୍ୟାଲେରିଆ ଜନସଚେତନତା ଶିବିର ଅନୁଷ୍ଟିତ ହାଇଯାଇଛି । ମାଲକାନଗିରି ଜିଲ୍ଲା ୨୦୧୬ ମସିହାରେ ମ୍ୟାଲେରିଆ ରୋଗରେ ୯ଜଣଙ୍କର ମୃତ୍ୟୁ ଘଟିଥିବା ବେଲେ ୨୦୧୭-୧୮ ରେ କୌଣସି ଜଣେ ହେଲେ ଲୋକଙ୍କ ମୃତ୍ୟୁ ଘଟି ନାହିଁ ,ବର୍ଷାଦିନେ ସାଧରଣତ ଜିଲ୍ଲାରେ ଏହି ରୋଗର ପ୍ରଭାବ ସବୁବେଳେ ଦେଖା ଦେଇଥାଏ ,ଚଳିତ ବର୍ଷ ଏଥିପ୍ରତି…

"ଓଡିଶା ଶେଷ ସୀମା ମୋଟୁ ଠାରେ ବିଶ୍ୱ ମ୍ୟାଲେରୀଆ ଦିବସ ଓ ଜନସଚେତନତା ଶିବିର"