ବିଶ୍ୱ ଶୌଚାଳୟ ଦିବସ ରେ ରୋଟାରୀକ୍ଲବ ପକ୍ଷରୁ ମାଲ୍ୟବନ୍ତ ଛାତ୍ରବାସରେ ଜନସଚେତନତା ସଭା

ମାଲକାନଗିରି,୧୯ ।୧୧(ଓଡିଆ ପୁଅ) ବିଶ୍ବ ଶୌଚାଳୟ ଦିବସ ଅବସରରେ ମାଲକାନଗିରି ଜିଲ୍ଲା ରୋଟାରୀକ୍ଲବ ପକ୍ଷରୁ ଏକ ଭିନ୍ନଢଙ୍ଗରେ ଜନ ସଚେତନତା ସଭାର ଆୟୋଜନ କରାଯାଇଛି । ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଥିବା ନବପ୍ରଭାତର ଅନାଥ ଛାତ୍ର ଛାତ୍ରୀ ଙ୍କ ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ଜିଲ୍ଲାରୋଟାରୀ କ୍ଲବ ସଭାପତି ସୁଶାନ୍ତକୁମାର ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ଛାତ୍ରବାସରେ ରହି ୬ଷ୍ଟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ର ଶ୍ୟାମ ଖିଲ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ସାହିତ୍ୟଏକାଡେମୀ ସଦସ୍ୟ  ବରିଷ୍ଟ ସାମ୍ବାଦିକ ରତ୍ନାକରଦାଶ,ସମ୍ମାନିତ ଅତିଥି ଭାବେ ଜି.ଶ୍ୟାମବାବୁ ଦୋରା,ସୁରେନ୍ଦ୍ର ପାଢୀ,ମାନିକ ଚକ୍ରବର୍ତି, ଏ.ଇଶ୍ୱର ରାଓ, ଗୌରୀପଣ୍ଡା, ରାଉଲ ତିଓ୍ୟାରି ଓ…

"ବିଶ୍ୱ ଶୌଚାଳୟ ଦିବସ ରେ ରୋଟାରୀକ୍ଲବ ପକ୍ଷରୁ ମାଲ୍ୟବନ୍ତ ଛାତ୍ରବାସରେ ଜନସଚେତନତା ସଭା"

ଗ୍ରାମାଚଂଳରେ ବେକାରୀ ଯୁବକଙ୍କୁ ନିଯୁକ୍ତି ଯୋଜନା, ଉନ୍ନୟନମୁଳକ କାର୍ଯ୍ୟର ବୈଷୟିକ ସହାୟତା ପାଇଁ ପରୀକ୍ଷା

ମାଲକାନଗିରି, ୧୯।୧୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମାଚଂଳରେ ଥିବା ମେଟ୍ରୀକ ପାସ ବେକାରୀ ଯୁବକ ମାନଙ୍କୁ ନିଯୁକ୍ତି ଦେବା ଉଦେଶ୍ୟରେ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ବେଆରଫୁଟ ଟେକ୍ନିସିଆନ(ବୈଷୟିକ ସହାୟତା) ପଦବି ସୃଷ୍ଟି କରାଯାଇଛି। ଏହି ପଦବି ପାଇଁ ଜିଲ୍ଲାଗ୍ରାମ ଉନ୍ନୟନ ସଂସ୍ଥାପକ୍ଷରୁ ଆଜି ସକାଳେ ସ୍ଥାନୀୟ ସରକାରି ହାଇସ୍କୁଲ ପରିସରରେ ଲିଖିତ ପରୀକ୍ଷା ର ଆୟୋଜନ କରାଯାଇଥିଲା। ଏହି ପରୀକ୍ଷାରେ ମାଲକାନଗିରି, କାଲିମେଳା, ପଡିଆ, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି, କୋରକୁଣ୍ଡା ସାତଟି ବ୍ଲକରୁ ୧୪୬ଜଣ 10ମ ପାସ୍ ଗରିବ ବେକାରୀ ଯୁବକମାନେ ଅଂଶଗ୍ରହଣ କରିଥିଲେ। ମାଲକାନଗିରି ଜିଲ୍ଲାରେ ଚାଲିଥିବା ଏନଆରଜିଏ ଯୋଜନାରେ ମେଟ ଭାବେ କାମକରୁଥିବା ଯୁବକ, ଜବକାର୍ଡ ଧାରିଙ୍କ ପୁଅ,…

"ଗ୍ରାମାଚଂଳରେ ବେକାରୀ ଯୁବକଙ୍କୁ ନିଯୁକ୍ତି ଯୋଜନା, ଉନ୍ନୟନମୁଳକ କାର୍ଯ୍ୟର ବୈଷୟିକ ସହାୟତା ପାଇଁ ପରୀକ୍ଷା"

କାଲିମେଳା ଡବଲମର୍ଡର, ଶୋକାକୁଳ ପରିବେଶରେ ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର, କଟାମୁଣ୍ଡର ପତା ମିଳୁନାହିଁ, ସନ୍ଦେହରେ ଥାନା ରେ ତିନି ଅଟକ

ମାଲକାନଗିରି, ୧୮।୧୧(ଓଡିଆ ପୁଅ ) କାଲିମେଳା ଥାନାସ୍ଥ ଭେଙ୍କଟପଲମ ଗ୍ରାମରେ ଡବଲମର୍ଡର ଘଟଣାର ପୁଲିସ ଛିନଭିନ୍ନକରି ତଦନ୍ତ ଯୋରଦାର ଚଳାଇଥିଲେ ମଧ୍ୟ କଟାମୁଣ୍ଡ ର ପତ୍ତାପାଇ ନାହାଁନ୍ତି। ଶବ ବ୍ୟବଛେଦ ପରେ ଶୋକାକୁଳ ପରିବେଶ ମଧ୍ୟରେ ଦୁଇଜଣଙ୍କର ଶବସଂସ୍କାର ପରିବାର ଲୋକେ ଆଜି କରିଛନ୍ତି। ସନ୍ଦେହରେ କାଲିମେଳା ପୁଲିସ ଭେଙ୍କଟ ପଲମ ଗ୍ରାମରୁ ୮ଜଣଙ୍କୁ ଥାନାକୁ ଆଣି ପଚରା ଉଚରା ଚଳାଇଥିଲେ, ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଆଜି ଛାଡିଦିଆ ଯାଇଥିବା ବେଳେ ତନିଜଣଙ୍କୁ ଥାନାରେ ଅଟକ ରଖା ଯାଇ ପଚରାଉଚରା ଚାଲିଛି। ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ସହକାରି ଏସପି ତୁଷାରକାନ୍ତ ଜେନାଙ୍କ ପ୍ରତ୍ୟକ୍ଷ ତ୍ୱତାବଧାନରେ କାଲିମେଳା ଆଇଆଇସି ରାମପ୍ରସାଦ ନାଗଙ୍କ ନେତୃତ୍ୱରେ…

"କାଲିମେଳା ଡବଲମର୍ଡର, ଶୋକାକୁଳ ପରିବେଶରେ ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର, କଟାମୁଣ୍ଡର ପତା ମିଳୁନାହିଁ, ସନ୍ଦେହରେ ଥାନା ରେ ତିନି ଅଟକ"

ମାଲକାନଗିରି ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆରମ୍ଭ

ମାଲକାନଗିରି, ୧୮ା୧୧(ଓଡିଆ ପୁଅ) ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାରେ ଅନଲାଇନ ଭୋଟର ତାଲିକା ଓ ଏରନେଟ୍ ଯୋଜନାର ସୁଭାରମ୍ଭ କରା ଯିବାପରେ ସ୍ୱତନ୍ତ୍ର ନୂତନ ଭୋଟର ସଂଶୋଧନ ତାଲିକା କାର୍ଯ୍ୟଆରମ୍ଭ ହୋଇ ଯାଇଛି। ଏହି ସଂଶୋଧନ କାର୍ଯ୍ୟର ଜନସଚେତନାତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ନୂତନ ଉପଜିଲ୍ଲାପାଳ ଭାବେ ଯୋଗଦେଇଥିବା ଆଇଏଏସ ଅଧିକାରୀ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତାରେ କରି ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟକ୍ରମ କିପରି ସୁଚାରୁ ଭାବେ ହୋଇପାରିବ ମୋବାଇଲ ରେ ନୂତନଭୋଟର ଓ ପୁରାତନ ଭୋଟର ମାନେ ସମସ୍ତ ତଥ୍ୟପାଇପାରିବେ ସେ ସଂପର୍କରେ ସୂଚନାଦେଇଥିଲେ। ଆଜି ଠାରୁ ସମସ୍ତ ବିଏଲଓ, ସିଏଲଓ ଙ୍କ କାର୍ଯ୍ୟାଳୟରେ ଭୋଟର ସଂସୋଧନ କରାଯିବ,…

"ମାଲକାନଗିରି ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆରମ୍ଭ"

କୁକୁଡାଗାଲି ରୁ ଫେରୁଥିବା ସମୟରେ ଦୁଇଜଣଙ୍କୁ ନିର୍ମମ ହତ୍ୟା, ମୁଣ୍ଡବିହୀନ ଶବ ଉଦ୍ଧାର

ମାଲକାନଗିର ,୧୭ ।୧୧(ଓଡିଆ ପୁଅ ) ଗତକାଲି ଭେଙ୍କଟପଲମ ଗ୍ରାମର ଦୁଇଜଣ ବ୍ୟକ୍ତିଙ୍କୁ କେହି ଅଜ୍ଞାତ ବ୍ୟକ୍ତି ନିର୍ମମଭାବେ ହତ୍ୟାକରି ଜଣଙ୍କର ପେଟ ଚିରି ଅନ୍ତବୁଜୁଳା ବାହର କରିବାସହ ଅନ୍ୟଜଣଙ୍କ ମୁଣ୍ଡ କାଟିନେଇଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲାରେ ଧାନଅମଳ ହୋଇଗଲାପରେ ବିଭିନ୍ନ ହାଟବଜାର ଆଦିବାସୀ ଗାଁ ଗହଳରେ କୁକୁଡାଗାଲି(କୁକୁଡା ଲଢେଇ)ଜୁଆ ଖେଳ ଯୋର ଦାର ଆରମ୍ଭ ହୋଇ ଯାଇଥାଏ । ଗୁରୁବାର ଦିନ କାଲିମେଳା ଠାରେ ସାପ୍ତାହିକ ହାଟ ଥିଲା, ସେହି ହାଟକୁ ନିକଟସ୍ଥ ଭେଙ୍କଟପଲମ ଗାଁର ପୁରମ ଲଛମାୟା(୪୫),ଏମ ଏଙ୍କେଟ ରାଓ(୫୦) ଏକ ଲୁନା ଗାଡିରେ ଗଜାଂକୁକୁଡା ଧରି ଲଢାଇ ପାଇଁ ଯାଇଥିଲେ ।  ସେଠାରେ କୁକୁଡାଗାଲିରେ ବାଜି ଲଗାଇ ଖେଳ ଖେଳି…

"କୁକୁଡାଗାଲି ରୁ ଫେରୁଥିବା ସମୟରେ ଦୁଇଜଣଙ୍କୁ ନିର୍ମମ ହତ୍ୟା, ମୁଣ୍ଡବିହୀନ ଶବ ଉଦ୍ଧାର"

ସାମ୍ବାଦିକ ମାନେ ସତ୍ୟ ଓ ଗଠନମୁଳକ ସମ୍ବାଦ ପରିବେଷଣ କରନ୍ତୁ ,ମାଲକାନଗିରି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସଦିବସର ଚିନ୍ତନ

ମାଲକାନଗିର,୧୬ ।୧୧(ଓଡିଆ ପୁଅ )  ସାମ୍ବାଦିକମାନେ ସତ୍ୟ ଓ ଗଠନମୂଳକ ସମ୍ବାଦ ପରିବେଷଣ କରିବାକୁ ମାଲକାନଗିରି ଜିଲ୍ଲାସ୍ତରୀୟ ଜାତୀୟପ୍ରେସ ଦିବସ ଅବସରରେ ଯୋଗଦେଇଥିବା ଅତିଥିମାନେ କହିଥିଲେ ।ସ୍ଥାନିୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପ୍ରଶାସନ ଓ ସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସଦିବସ ଅବସରରେ ମୁଖ୍ୟଅତିଥିଭାବେ ମାଲକାନଗିରି ବିଧାୟକ ମାନସ ମାଡକାମି,ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ,ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା,ମୁଖ୍ୟବକ୍ତା ଭାବେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ମଧୁସୁଦନ ମହାପାତ୍ର ଯୋଗଦେଇ ଆଧୁନିକ ଯୁଗରେ ପ୍ରେସର ଭୁମିକା ଅତ୍ୟନ୍ତ ଗୁରୁତ୍ୱ ପୁଣ୍ଣ ଗଣତନ୍ତ୍ର ରାଷ୍ଟ୍ରରେ ଗଣ ମାଧ୍ୟମ ହିଁ ଜାଗ୍ରତ ପ୍ରହରୀ ସଦୃଶ୍ୟ କାମକରୁଛି ବୋଲି  କହିଥିଲେ  । ପ୍ରଥମେ ଜଗତର ନାଥ…

"ସାମ୍ବାଦିକ ମାନେ ସତ୍ୟ ଓ ଗଠନମୁଳକ ସମ୍ବାଦ ପରିବେଷଣ କରନ୍ତୁ ,ମାଲକାନଗିରି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସଦିବସର ଚିନ୍ତନ"

ମାଲକାନଗିରି ଖାପ୍ ପଚାଂୟତରେ ପ୍ରେମୀ ଯୁଗଳଙ୍କୁ ଦଣ୍ଡଦିଆଗଲା

ମାଲକାନଗିରି,୧୫ା୧୧ (ଓଡିଆ ପୁଅ ) ବିବାହିତ ମହିଳା ଓ ଯୁବକ ଙ୍କ ପରକୀୟା ପ୍ରେମ ସଂପର୍କକୁ ବିରୋଧ କରି ମାଲକାନଗରି ଜିଲ୍ଲାର ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ଖାପ ପଚାଂୟତରେ ଦଣ୍ଡିତ କରାଯାଇଥିବାର  ସୋସିଆଲ ମେଡିଆରେ ଏକ ଭିଡିଓ, ଫଟୋ ଆଜି ଭାଇରାଲ ହୋଇଛି । ସୁଚନା ଅନୁଯାଇ ମାଲକାନଗିରି ଥାନାସ୍ଥ କୁର୍ଶୁଓ୍ୟାର୍ଡା ଗ୍ରାମର ଜଣେ ବିବାହିତା ଆଦିବାସୀ ମହିଳା ଙ୍କ ଘରକୁ ନିୟମିତ ଭାବେ ଜଣେ ବଙ୍ଗିୟ ଯୁବକ ଯାଇ ତାଙ୍କ ସହିତ ଅନୟିତିକ ସଂପର୍କ ରଖିଥିବା ଜାଣିପାରି ଗ୍ରାମବାସୀ ଏହାକୁ ବାରମ୍ବାର ବିରୋଧ କରିଆସୁଥିଲେ । ଏହା ନ ମାନିବାରୁ ମାଲକାନଗିରି ଥାନାରେ ଜଣାଯାଇଥିଲା । ଥାନା ପକ୍ଷରୁ ସେ ଦୁଇଜଣଙ୍କୁ ଏହି…

"ମାଲକାନଗିରି ଖାପ୍ ପଚାଂୟତରେ ପ୍ରେମୀ ଯୁଗଳଙ୍କୁ ଦଣ୍ଡଦିଆଗଲା"

ଭିନ୍ନ ଢଙ୍ଗରେ ଶିଶୁଦିବସ,ଚାଚା ନେହେରୁଙ୍କ ଜୟନ୍ତୀ ପାଳିଲେ ସେଣ୍ଟଜାଭିୟେର ବିଦ୍ୟାଳୟର ଛାତ୍ର ଛାତ୍ରୀ

ମାଲକାନଗିରି,୧୫ା୧୧(ଓଡିଆ ପୁଅ ) ସମଗ୍ର ଦେଶ ଚାଚା ନେହେରୁଙ୍କ ଜୟନ୍ତୀକୁ ଶିଶୁଦିବସ ଭାବେ ପାଳୁଥିବା ବେଳେ ମାଲକାନଗିରି ଜିଲ୍ଲାସଦରମହକୁମା ପାତ୍ରଗୁଡା ଠାରେ ଥିବା ସେଣ୍ଟ ଜାଭିୟେର ହାଇସ୍କୁଲର ପ୍ଲେ ଓ ନର୍ସରୀ ଶ୍ରେଣୀର କୁନିକୁନି ଛାତ୍ର ଛାତ୍ରୀମାନେ ଭିନ୍ନ ଢଙ୍ଗରେ ଶିଶୁଦିବସ ଓ ଚାଚାନେହେରୁ ଙ୍କ ଜୟନ୍ତୀ ପାଳନକରିଛନ୍ତି । ଉତ୍ସବ ଆଗରୁ ଉକ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଚାଚା ନେହେରୁଙ୍କ ଫଟାଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନକରି ନିଜ ନିଜ ଭିତରେ କୌତୁକପୋଷାକ ପ୍ରଦର୍ଶନ କରି ସେମାନଙ୍କ ପିତା ମାତା ଓ ଗୁରୁଜୀ, ଗୁରମା ଙ୍କ ଆର୍ଶିବାଦ ଗ୍ରହଣ କରିଥିଲେ । ବିଦ୍ୟାଳୟର ଚେୟାରମେନ ମୋହାନଚନ୍ଦ୍ରପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ…

"ଭିନ୍ନ ଢଙ୍ଗରେ ଶିଶୁଦିବସ,ଚାଚା ନେହେରୁଙ୍କ ଜୟନ୍ତୀ ପାଳିଲେ ସେଣ୍ଟଜାଭିୟେର ବିଦ୍ୟାଳୟର ଛାତ୍ର ଛାତ୍ରୀ"

ମାଲକାନଗିରି ଜିଲ୍ଲାସ୍ତରୀୟ ବିଜ୍ଞାନମେଳା , ସର୍ଗିଫୁଲ ଓ ଶିଶୁ ମହୋତ୍ସବ

ମାଲକାନଗିରି,୧୫ା୧୧(ଓଡିଆ ପୁଅ )  ପବିତ୍ର ଶିଶୁଦିବସ ଅବସରରେ ଗତକାଲିଠାରୁ ଦୁଇଦିନ ଧରି ମାଲ୍ୟବନ୍ତ ଛାତ୍ରବାସ ପରିସରରେ ଜିଲ୍ଲାପ୍ରଶାସନ ଅନୁସୁଚିତ ଜାତି ଓ ଜନଜାତି ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରିୟ ବିଜ୍ଞାନମେଳା ଓ ସର୍ଗିଫୁଲ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି ।  ମଙ୍ଗଳବାର ସଂନ୍ଧ୍ୟାରେ ଜିଲ୍ଲାମଙ୍ଗଳ ଅଧିକାରୀ ପିତାମ୍ବରନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ  ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ମୁଖ୍ୟଅତିଥିଭାବେ ଯୋଗଦେଇ ଉଦଘାଟନ କିରଥିଲେ । ସାମ୍ମାନିତ ଅତିଥିଭାବେ ଏସପି ଜଗମୋହନମୀନା, ଉପଜିଲ୍ଲାପାଳ ଲିଙ୍ଗରାଜପଣ୍ଡା,ପଡି ଡିଆରଡିଏ ପରାଗହର୍ଷଦ ଗଭାଲି,ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ,ଜିଲ୍ଲାକ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ରବଢାଇ ଯୋଗଦେଇ ଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଭରିରହିଛି ଅପାର ସମ୍ଭାବନା,ତାହାକୁ ନେଇ କେବଳ ଭଲପାଠପଢି ଚାକିରି…

"ମାଲକାନଗିରି ଜିଲ୍ଲାସ୍ତରୀୟ ବିଜ୍ଞାନମେଳା , ସର୍ଗିଫୁଲ ଓ ଶିଶୁ ମହୋତ୍ସବ"

ଶିକ୍ଷକ ନିଯୁକ୍ତି ଦାବି ନେଇ ଶିଶୁଦିବସରେ ଖରାରେ ବସି ରାସ୍ତାରୋକ ଆନ୍ଦୋଳନ କଲେ ଛାତ୍ର ଛାତ୍ରୀ

ମାଲକାନଗିରି,୧୪ା୧୧ (ଓଡିଆ ପୁଅ /ଏସ.ଦାଶ )ସମଗ୍ର ରାଜ୍ୟ ଓ ଜିଲ୍ଲାପ୍ରଶାନ ଆଜି ଶିଶୁଦିବସ ଆଡମ୍ବର ସହକାରେ ପାଳୁଥିବାବେଳେ ଗୋଟିଏବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଶିଶୁଦିବସ ବଦଳରେ ପ୍ରତିବାଦ ଦିବସ ପାଳନକରୁଥିବାର ଜିଲ୍ଲାବାସୀଙ୍କୁ ଚକିତ କରିଛି ।  ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ଆମଲିପୁଟ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଉପ ଯୁକ୍ତିପରିମାଣରେ ଶିକ୍ଷକ ନଥିବାସ୍ଥଳେ ହାଇସ୍କୁଲ ଖୋଲିଦେଇ ଥିବାରୁ ଶିକ୍ଷାଦାନରେ ବ୍ୟାଘାତ ଘଟିଛି,ଏ ସଂପର୍କରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ବି ସେମାନେ ଗୁରୁତ୍ୱ ଦେଉନଥିବାରୁ ଶିଶୁଦିବସରେ ଉକ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଖରାରେ ବସି ରାସ୍ତାରୋକ ଆନ୍ଦୋଳନ କରିଥିଲେ ।ବହୁସମୟ ଧରି ଶତାଧିକ ଛାତ୍ର ଛାତ୍ରୀ ରାସ୍ତାରେ ବସି ଆନ୍ଦୋଳନ…

"ଶିକ୍ଷକ ନିଯୁକ୍ତି ଦାବି ନେଇ ଶିଶୁଦିବସରେ ଖରାରେ ବସି ରାସ୍ତାରୋକ ଆନ୍ଦୋଳନ କଲେ ଛାତ୍ର ଛାତ୍ରୀ"