ସାମ୍ବାଦିକଙ୍କୁ ହତ୍ୟାର ନିନ୍ଦା

କୋରାପୁଟ ; ତା୨୭-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ପ୍ରେସକ୍ଲବ ପକ୍ଷରୁ ଦୃଢ ନିନ୍ଦା କରା ଯାଇଛି। ସଭାପତି ଭବାନୀ ମିଶ୍ରଙ୍କ ପ୍ରେସକ୍ଲବରେ ଅନୁଷ୍ଠିତ ଏକ ଶୋକସଭାରେ ଘଟଣାର ନିନ୍ଦା କରାଯିବା ସହ ମୃତକ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରା ଯାଇଥିଲା। ବରିଷ୍ଠ ସାମ୍ବାଦିକ ଡି.ଶଙ୍କର ରାଓ, ଲକ୍ଷ୍ମି ପ୍ରସାଦ ରଥ, ପତି ତପାବନ ସାହୁ, ରଂଜନ କୁମାର ଦାସ, ବିଦ୍ୟାଧର ଚୌଧରୀ, ସିଏଚ.ସାନ୍ତାକାର, ପ୍ରଶାନ୍ତ ସାମନ୍ତରାୟ, ସୂର୍ଯ୍ୟ ନାରାୟଣ ପଣ୍ଡା, ଚିତ ରଂଜନ ଚୌଧରୀ, ରମେଶ ସାହୁ, ମନୋରଂଜନ ପଳେଇ ପ୍ରମୁଖ ଉପସ୍ଥିତ ଥିଲେ।

"ସାମ୍ବାଦିକଙ୍କୁ ହତ୍ୟାର ନିନ୍ଦା"

ଶେଷ ହେଲା ମାଓବାଦୀଙ୍କ ଶବ ବ୍ୟବଚ୍ଛେଦ

କୋରାପୁଟ; : ତା୨୭-୦୩-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ନାରାୟଣପାଟଣା ଥାନା ଡୋକ୍ରୀଘାଟି ନିକଟରେ ୨୫ତାରିଖ ରାତିରେ ଡିଭିଏଫ୍ ଯବାନଙ୍କ ଗୁଳିରେ ୨୫ତାରିଖ ରାତିରେ ପ୍ରାଣ ହରାଇଥିବା ୪ଜଣ ମହିଳା ମାଓବାଦୀଙ୍କ ଶବ ବ୍ୟବଚ୍ଛେଦ ଆଜି କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଶେଷ ହୋଇଛି। ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି କରାଯାଇ ଦୁଇଜଣ ଡାକ୍ତରଙ୍କ ଦ୍ୱାରା ଶବ ବ୍ୟବଚ୍ଛେଦ କରା ଯାଇଥିବା ଜଣା ପଡିଛି। ମୃତ ୪ଜଣଙ୍କ ମଧ୍ୟରୁ ତିନିଜଣଙ୍କ ପରିଚୟ ମିଳି ସାରିଥିବାବେଲେ ଜଣକର ପରିଚୟ ଏଯାଏ ଜଣା ପଡି ନାହିଁ। ଅନ୍ୟ ପକ୍ଷରେ ମହିଳା କ୍ୟାଡରମାନଙ୍କ ମୃତ୍ୟୁର ଦୁଇଦିନ ପରେ ମଧ୍ୟ କୌଣସି ସମ୍ପର୍କୀୟ ପହଂଚିନଥିବାବେଳେ ମୃତଦେହ ନେବାକୁ କେହି ଦାବିଦାର…

"ଶେଷ ହେଲା ମାଓବାଦୀଙ୍କ ଶବ ବ୍ୟବଚ୍ଛେଦ"

ନନ୍ଦନିକ ଦ୍ୱାରା ବିଶ୍ୱ ନାଟକ ଦିବସ ପାଳିତ 

କୋରାପୁଟ ; ତା୨୭-୦୩-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସଦର ମହକୁମାଠାରେ ବିଶ୍ୱ ନାଟକ ଦିବସ ପାଳିତ ହୋଇଯାଇଛି।ନନ୍ଦନିକ ସଂସ୍ଥା ଦ୍ୱାରା ସ୍ଥାନୀୟ ସେଟଂସ ସ୍କୁଲ ପରିସରରେ ବିଶ୍ୱ ନାଟକ ଦିବସ ଅବସରରେ ନାଟକ ଓ କବିତା ମଧ୍ୟରେ ରହିଥିବା ସଂପର୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।କବି ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ନନ୍ଦନିକର ସୈାରଭ ଗୁପ୍ତା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।କବିୟତ୍ରୀ ଡ. ପ୍ରତିଧାରା ସାମଲ, କବି ଉମାକାନ୍ତ ଦାସ, ଜଳଧର ସ୍ୱାଇଁ, ସେକ ଆବ୍ରାହିମ, ମିନା କୁମାରୀ ସ୍ୱାଇଁ, ରବି ଶତପଥି, ଝାନସି ସିଂ ପ୍ରମୁଖ ଆଲୋଚନାଚକ୍ରରେ ଭାଗ ନେଇଥିଲେ।କବି ସୈାମେନ୍ଦ୍ର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରପୂର୍ଣ୍ଣା…

"ନନ୍ଦନିକ ଦ୍ୱାରା ବିଶ୍ୱ ନାଟକ ଦିବସ ପାଳିତ "

କୋରାପୁଟରେ ଡିଜିପି ; ଏନକାଉଟଂର ସଫଳତା ଓଡିଶା ପୋଲିସ ପାଇଁ ଗୈାରବ ଆଣିଦେଇଛି-ଡା.ଶର୍ମା

କୋରାପୁଟ; ତା୨୭-୦୩-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ପୋଲିସ ମହା-ନିର୍ଦ୍ଦେଶକ ଡା.ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି କୋରାପୁଟ ଗସ୍ତରେ ଆସି ଜିଲା ପୋଲିସ ମୁଖ୍ୟାଳୟ ସମିଳନୀ କକ୍ଷରେ କୋରାପୁଟ ଜିଲାରେ ମାଓ ଦମନ ରଣନିତି ସମ୍ପର୍କରେ ଆଲୋଚନା କରିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ଡିଜିପି ଶର୍ମାଙ୍କ ସହ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ସୁନୀଲ ରାୟ, ଆଇଜି ଅପରେସନ ଆର୍.ପି.କୋଚେ, ଗୁଇନ୍ଦା ବିଭାଗର ସ୍ୱାତନ୍ତ୍ର ନିର୍ଦ୍ଦେଶକ ଆର.କେ.ଶର୍ମା ପୂର୍ବାହ୍ନରେ କୋରାପୁଟ ବିଏସଏଫ ହେଲିପେଡରେ ଅବତରଣ କରି ପୋଲିସ ମୁଖ୍ୟାଳୟରେ ପହଂଚିବା ପରେ ସମୀକ୍ଷା ବୈଠକ ଆରମ୍ଭ ହୋଇଥିଲା। ସମୀକ୍ଷା ବୈଠକରେ ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜିଏସ.ସାଇନୀ, କୋରାପୁଟ ଏସପି ଡା.କେ.ଭି.ସିଂହ୍, ବିଏସଏଫର କୋରାପୁଟ ରେଂଜ ଡିଆଇଜି ଶ୍ରୀନିଭାସନ୍, ଯୁବ ଆଇପିଏସ ପ୍ରତ୍ୟୁଷ…

"କୋରାପୁଟରେ ଡିଜିପି ; ଏନକାଉଟଂର ସଫଳତା ଓଡିଶା ପୋଲିସ ପାଇଁ ଗୈାରବ ଆଣିଦେଇଛି-ଡା.ଶର୍ମା"

ଝଞାବତୀ ନଦୀ ଉପରେ ନିର୍ମାଣ ହେଉଥିବା ପୋଲ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ

କୋରାପୁଟ ; ତା୨୬-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ)ପାର୍ବତୀପୁରମ-ଲକ୍ଷ୍ମିପୁର ରାସ୍ତାର ଝଞାବତୀ ନଦୀ ଉପରେ ନିର୍ମାଣ ହେଉଥିବା ପୋଲ କାର୍ଯ୍ୟକୁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ତଦାରଖ କରିଥିବା ଜଣାପଡିଛି ।ସ୍ଥାନୀୟ ବାସିନ୍ଦାମାନେ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ।ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ଉପସ୍ଥିତ ନିର୍ବାହୀ ଯନ୍ତ୍ରୀ କେ.ସିଏଚ.ନନ୍ଦଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।ଉକ୍ତ କାର୍ଯ୍ୟ ନିମନ୍ତେ ୯୭୭. ୨୮ଲକ୍ଷ ଟଙ୍କା ପ୍ରଶାସନିକ ଅନୁମୋଦନ ହୋଇଥିବା ବେଳେ ୩୦୦.୮୦ ଲକ୍ଷ ଟଙ୍କାର ବିନିଯୋଗ ପତ୍ର ପ୍ରେରଣ କରାଯାଇଥିବା ଜଣାପଡିଛି ।

"ଝଞାବତୀ ନଦୀ ଉପରେ ନିର୍ମାଣ ହେଉଥିବା ପୋଲ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ"

କୁଟିଆକୁ ସରକାରୀ ବସ୍ ଚାଲୁନାହିଁ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର, ୨୬ା୦୩ (ଓଡ଼ିଆ ପୁଅ): ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ଓଡ଼ିଶାର କୋରାପୁଟ ଜିଲ୍ଲା ଅନ୍ତର୍ଗତ କୁଟିଆ ଗ୍ରାମପଞ୍ଚାୟତ ମହକୁମାରେ କେବେ ସରକାରୀ ବସ୍ ଚଳାଚଳ କରୁନଥିଲା କିମ୍ବା ନୂଆ ବସ୍ ଚଳାଚଳ ନିମନ୍ତେ କୌଣସି ପ୍ରସ୍ତାବ ନାହିଁ। ବିଧାୟକ ଦିଲିପ ରାୟଙ୍କ ଏକ ସିଧାସଳଖ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ଦେଇଥିବା ଉତ୍ତରରୁ ଏହା ସ୍ପଷ୍ଟ ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋରାପୁଟ ଜିଲ୍ଲାର କୁଟିଆ ଗ୍ରାମପଞ୍ଚାୟତ ମହକୁମାକୁ କୋରାପୁଟ-ପଟାଙ୍ଗୀରେ ସବୁଦିନିଆ ଯାତ୍ରୀବାହୀ ସରକାରୀ ବସ୍ ଚଳାଚଳ ପାଇଁ କେବେ ପ୍ରଥମେ ବ୍ୟବସ୍ଥା ହୋଇଥିଲା ଏବଂ କେବେଠାରୁ ଏହି ବସ୍ ପରିମହନ କାହିଁକି ବନ୍ଦ ରହିଥିଲା ଓ ପୁଣି ଏହି…

"କୁଟିଆକୁ ସରକାରୀ ବସ୍ ଚାଲୁନାହିଁ: ପରିବହନ ମନ୍ତ୍ରୀ"

ପୋଲିସ ଓ ମାଓବାଦୀ ୧ ଘଣ୍ଟା ଗୁଳି ବିନିମୟ ; ୪ ମହିଳା ମାଓବାଦୀ ମୃତ ; ଏସଏଲଆର ବନ୍ଧୁକ ୪ ଓ ଇନସାସ ଏବଂ ୩୦୩ ବନ୍ଧୁକ ଜବତ

କୋରାପୁଟ ; ତା୨୬-୦୩-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ୯ ବର୍ଷ ପରେ କୋରାପୁଟ ପୋଲିସକୁ ଏକ ବଡ ସଫଳତା ମିଳିଛି।ଗତକାଲି ରାତ୍ରୀରେ ନାରାୟଣପାଟଣା ଥାନା ଅନ୍ତର୍ଗତ ଡୋକରୀ ଘାଟିରେ ଡିଭିଏଫ ଜବାନମାନେ ସର୍ଜ ଅପରେସନ କରୁଥିବା ବେଳେ ମାଓବାଦୀମାନେ ଜବାନମାନଙ୍କ ଉପରେ ଗୁଳି ବର୍ଷଣ କରିଥିଲେ।ଏହାପରେ ଜବାନମାନେ ଗୁଳି ବର୍ଷଣ କରିବା ପରେ ମାଓବାଦୀମାନେ ଛତ୍ରଭଙ୍ଗ କରିଥିଲେ।୧ ଘ. ପର୍ଯ୍ୟନ୍ତ ଗୁଳି ବିନିମୟ ଚାଳିଥିଲା ବୋଲି କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂ ଆଜି କୋରାପୁଟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।ତାପରେ ଘଟଣାସ୍ଥଳ ଯାଂଚ କରିବା ବେଳେ ୪ ଜଣ ମହିଳା ମାଓବାଦୀଙ୍କ ମୃତଦେହ ଠାବ କରାଯାଇଥିଲା ଓ ଜଣେ ମାଓବାଦୀଙ୍କ ପରିଚୟ…

"ପୋଲିସ ଓ ମାଓବାଦୀ ୧ ଘଣ୍ଟା ଗୁଳି ବିନିମୟ ; ୪ ମହିଳା ମାଓବାଦୀ ମୃତ ; ଏସଏଲଆର ବନ୍ଧୁକ ୪ ଓ ଇନସାସ ଏବଂ ୩୦୩ ବନ୍ଧୁକ ଜବତ"

ଶ୍ରୀରାମ ନବମୀ ପାଇଁ କୋରାପୁଟ ଉସôବ ମୁଖର

କୋରାପୁଟ ; ତା୨୫-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ) ସମଗ୍ର କୋରାପୁଟ ଜିଲା ଉସôବ ମୁଖର ହୋଇ ଉଠିଛି । ଏହି ଉପଲକ୍ଷେ ଜିଲାର ସମସ୍ତ ଶ୍ରୀରାମ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଛି । ପ୍ରବଳ ଗରମ ସତ୍ୱେ ଶ୍ରଦ୍ଧାଳୁ ମାନେ ମନ୍ଦିରକୁ ଯାଇ ପ୍ରଭୁ ଶ୍ରୀରାମ,ଲକ୍ଷ୍ମଣ ଓ ଦେବୀ ସୀତାଙ୍କ ଦର୍ଶନ କରି ପୂଜାର୍ଚନା କରିଛନ୍ତି । କୋରାପୁଟ ସହରର ପୂଜାରୀପୁଟ,ଡିଆରଡିଏ ଅଫିସ ସମୁଖ ରାମ ମନ୍ଦିର ସମେତ କୋରାପୁଟ ଜିଲାର ସର୍ବ ପ୍ରଥମ ଡୁମୁରିପୁଟ ରାମ ମନ୍ଦିରରେ ଆନନ୍ଦ ଉଲ୍ଲାସର ସହ ରାମ ନବମୀ ପାଳନ କରାଯାଉଛି । ୧୦ ହଜାରରୁଦ୍ଧ୍ୱର୍ ଶ୍ରଦ୍ଧାଳୁ ଡୁମୁରିପୁଟ ରାମ ମନ୍ଦିରରେ ପୂଜାର୍ଚନା କରିଥିବାବେଳେ ଶାନ୍ତି ଶୃଂଖଳାର…

"ଶ୍ରୀରାମ ନବମୀ ପାଇଁ କୋରାପୁଟ ଉସôବ ମୁଖର"

ବିସ୍ଫୋରକ ଜବତ,କ୍ରସର ମାଲିକଙ୍କ ସହ ୨ଗିରଫ

କୋରାପୁଟ ;ତା୨୫-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ଦାମନଯୋଡି ପୋଲିସ ବେଆଇନ ଭାବେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ରଖିବା ଅଭିଯୋଗରେ ଜଣେ କ୍ରସର ମାଲିଳ ଓ ତାଙ୍କ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଦାମନଯୋଡି ପୋଲିସ ଶନିବାର ରାତିରେ ଭେଜାପୁଟ-ସେମିଲିଗୁଡା ରାସ୍ତାରେ ପାଟ୍ରଲିଂ କରୁଥିବା ସମୟରେ ମରିଚମାଳ ନିକଟ ଗୁମାଲଗୁଡା ଗ୍ରାମ ନିକଟରେ ଥିବା ଏକ ପଥର କ୍ରସର ଉପରେ ଚଢଉ କରିଥିଲେ । ଚଢଉ ସମୟରେ ଉକ୍ତ କ୍ରସରରେ ବେଆଇନ ଭାବେ ୩୪୨ଟି ଜିଲୋଟିନ ଷ୍ଟିକ୍ ଏବଂ ୮୩ଟି ଇଲେକଟ୍ରନିକ୍ସ ଡିଟୋନେଟର ଉଦ୍ଧାର କରିଥିଲା । ସେଗୁଡିକ କ୍ରସର ମାଲିକ ନୀଳ ମାଧବ ପାତ୍ରଙ୍କର ବୋଲି…

"ବିସ୍ଫୋରକ ଜବତ,କ୍ରସର ମାଲିକଙ୍କ ସହ ୨ଗିରଫ"

ପ୍ରଥମ କୋରାପୁଟ ସାହିତ୍ୟ ଉତ୍ସବ ଅନୁଷ୍ଠିତ; ସାହିତ୍ୟ ଅଂଚଳରେ ସୀମିତ ନୁହେଁ, ସାହିତ୍ୟ ପ୍ରେମ ବିତରଣ କରୁ- ଡ. ଆଦିକନ୍ଦ ସାହୁ

କୋରାପୁଟ ;ତା୨୫-୦୩-୧୮: (ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ କୋରାପୁଟ ସାହିତ୍ୟ ଉତ୍ସବ (କେଏଲ୍ଏଫ୍-ଓଡ଼ିଶା) । ସ୍ଥାନୀୟ ଜନଜାତି ସଂଗ୍ରହାଳୟ ପରିସରରେ ଆୟୋଜିତ ଏହି ଉତ୍ସବକୁ ପୂର୍ବାହ୍ନରେ ଉଦ୍ଘାଟନ କରିଥିଲେ ବରିଷ୍ଠ ସମାଲୋଚକ ପ୍ରଫେସର ଡକ୍ଟର ଆଦିକନ୍ଦ ସାହୁ । ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଦିବାସୀ ସଂସ୍କୃତି ଗବେଷକ ଡ ଜଗବନ୍ଧୁ ସାମଲ, ଶାବର ଶ୍ରୀକ୍ଷେତ୍ର ପରିଚାଳନା ପରିଷଦର ସଂପାଦକ ଶ୍ରୀ ଗଦାଧର ପରିଡ଼ା ଓ କୋଟ୍ସ ନିଦେ୍ର୍ଦଶକ ଡ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । କବି ପ୍ରୀତିଧାରା ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭାପତିତ୍ୱ କରିଥିଲେ…

"ପ୍ରଥମ କୋରାପୁଟ ସାହିତ୍ୟ ଉତ୍ସବ ଅନୁଷ୍ଠିତ; ସାହିତ୍ୟ ଅଂଚଳରେ ସୀମିତ ନୁହେଁ, ସାହିତ୍ୟ ପ୍ରେମ ବିତରଣ କରୁ- ଡ. ଆଦିକନ୍ଦ ସାହୁ"