ଶ୍ରୀରାମ ନବମୀ ପାଇଁ କୋରାପୁଟ ଉସôବ ମୁଖର

କୋରାପୁଟ ; ତା୨୫-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ) ସମଗ୍ର କୋରାପୁଟ ଜିଲା ଉସôବ ମୁଖର ହୋଇ ଉଠିଛି । ଏହି ଉପଲକ୍ଷେ ଜିଲାର ସମସ୍ତ ଶ୍ରୀରାମ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଛି । ପ୍ରବଳ ଗରମ ସତ୍ୱେ ଶ୍ରଦ୍ଧାଳୁ ମାନେ ମନ୍ଦିରକୁ ଯାଇ ପ୍ରଭୁ ଶ୍ରୀରାମ,ଲକ୍ଷ୍ମଣ ଓ ଦେବୀ ସୀତାଙ୍କ ଦର୍ଶନ କରି ପୂଜାର୍ଚନା କରିଛନ୍ତି । କୋରାପୁଟ ସହରର ପୂଜାରୀପୁଟ,ଡିଆରଡିଏ ଅଫିସ ସମୁଖ ରାମ ମନ୍ଦିର ସମେତ କୋରାପୁଟ ଜିଲାର ସର୍ବ ପ୍ରଥମ ଡୁମୁରିପୁଟ ରାମ ମନ୍ଦିରରେ ଆନନ୍ଦ ଉଲ୍ଲାସର ସହ ରାମ ନବମୀ ପାଳନ କରାଯାଉଛି । ୧୦ ହଜାରରୁଦ୍ଧ୍ୱର୍ ଶ୍ରଦ୍ଧାଳୁ ଡୁମୁରିପୁଟ ରାମ ମନ୍ଦିରରେ ପୂଜାର୍ଚନା କରିଥିବାବେଳେ ଶାନ୍ତି ଶୃଂଖଳାର…

"ଶ୍ରୀରାମ ନବମୀ ପାଇଁ କୋରାପୁଟ ଉସôବ ମୁଖର"

ବିସ୍ଫୋରକ ଜବତ,କ୍ରସର ମାଲିକଙ୍କ ସହ ୨ଗିରଫ

କୋରାପୁଟ ;ତା୨୫-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ଦାମନଯୋଡି ପୋଲିସ ବେଆଇନ ଭାବେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ରଖିବା ଅଭିଯୋଗରେ ଜଣେ କ୍ରସର ମାଲିଳ ଓ ତାଙ୍କ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଦାମନଯୋଡି ପୋଲିସ ଶନିବାର ରାତିରେ ଭେଜାପୁଟ-ସେମିଲିଗୁଡା ରାସ୍ତାରେ ପାଟ୍ରଲିଂ କରୁଥିବା ସମୟରେ ମରିଚମାଳ ନିକଟ ଗୁମାଲଗୁଡା ଗ୍ରାମ ନିକଟରେ ଥିବା ଏକ ପଥର କ୍ରସର ଉପରେ ଚଢଉ କରିଥିଲେ । ଚଢଉ ସମୟରେ ଉକ୍ତ କ୍ରସରରେ ବେଆଇନ ଭାବେ ୩୪୨ଟି ଜିଲୋଟିନ ଷ୍ଟିକ୍ ଏବଂ ୮୩ଟି ଇଲେକଟ୍ରନିକ୍ସ ଡିଟୋନେଟର ଉଦ୍ଧାର କରିଥିଲା । ସେଗୁଡିକ କ୍ରସର ମାଲିକ ନୀଳ ମାଧବ ପାତ୍ରଙ୍କର ବୋଲି…

"ବିସ୍ଫୋରକ ଜବତ,କ୍ରସର ମାଲିକଙ୍କ ସହ ୨ଗିରଫ"

ପ୍ରଥମ କୋରାପୁଟ ସାହିତ୍ୟ ଉତ୍ସବ ଅନୁଷ୍ଠିତ; ସାହିତ୍ୟ ଅଂଚଳରେ ସୀମିତ ନୁହେଁ, ସାହିତ୍ୟ ପ୍ରେମ ବିତରଣ କରୁ- ଡ. ଆଦିକନ୍ଦ ସାହୁ

କୋରାପୁଟ ;ତା୨୫-୦୩-୧୮: (ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ କୋରାପୁଟ ସାହିତ୍ୟ ଉତ୍ସବ (କେଏଲ୍ଏଫ୍-ଓଡ଼ିଶା) । ସ୍ଥାନୀୟ ଜନଜାତି ସଂଗ୍ରହାଳୟ ପରିସରରେ ଆୟୋଜିତ ଏହି ଉତ୍ସବକୁ ପୂର୍ବାହ୍ନରେ ଉଦ୍ଘାଟନ କରିଥିଲେ ବରିଷ୍ଠ ସମାଲୋଚକ ପ୍ରଫେସର ଡକ୍ଟର ଆଦିକନ୍ଦ ସାହୁ । ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଦିବାସୀ ସଂସ୍କୃତି ଗବେଷକ ଡ ଜଗବନ୍ଧୁ ସାମଲ, ଶାବର ଶ୍ରୀକ୍ଷେତ୍ର ପରିଚାଳନା ପରିଷଦର ସଂପାଦକ ଶ୍ରୀ ଗଦାଧର ପରିଡ଼ା ଓ କୋଟ୍ସ ନିଦେ୍ର୍ଦଶକ ଡ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । କବି ପ୍ରୀତିଧାରା ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭାପତିତ୍ୱ କରିଥିଲେ…

"ପ୍ରଥମ କୋରାପୁଟ ସାହିତ୍ୟ ଉତ୍ସବ ଅନୁଷ୍ଠିତ; ସାହିତ୍ୟ ଅଂଚଳରେ ସୀମିତ ନୁହେଁ, ସାହିତ୍ୟ ପ୍ରେମ ବିତରଣ କରୁ- ଡ. ଆଦିକନ୍ଦ ସାହୁ"

ଭାରସାମ୍ୟ ହରାଇ, ବାଇକ ଆରହୀ, ଯୁବକର ମୃତ୍ୟୁ

କୋରପୁଟ:୨୧/୩ (ଓଡ଼ିଆପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ଗ୍ରାମ ରଥା ଖଣ୍ଡି ନିକଟ ବୁଲାଣିଠାରେ ଭାରସାମ୍ୟ ହରାଇ ବିଲ ଭିତରକୁ ଛିଟିକି ପଡିବାରୁ ବାଇକ ଆରହୀ ଜଣେ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କିରାଣ୍ଡଳ-ବିଶାଖାପାଟଣା କେକେ ଟ୍ରେନ ଲାଇନରେ କାମ କରୁଥିବା ରୟାଲ କମ୍ପାନୀର ଜେସବି ମେସିନ ଚାଳକ ବୋଲି ଜଣା ପଡିଛି। ମୃତ ଯୁବକଙ୍କର ନାମ ମୁନା (୨୫)ଓଡ଼ି୧୦ ଜି ୩୯୧୮ ବାଇକରେ କାମ ସାରି ବାଲଡାଠାରୁ ପାଳିବା ପେରୁଥିବାବେଳେ ବାଲଡା ରଥଖଣ୍ଡି ନିକଟରେ ଭାରସାମ୍ୟ ହରାଇ ଏହି ଘଟଣା ଘଟିଛି। ଆଜି ସକାଳେ ଏହି ରାସ୍ତାରେ ଯିବା ଆସିବା ଲୋକଙ୍କ ନଜରରେ ଆସିଥିବା…

"ଭାରସାମ୍ୟ ହରାଇ, ବାଇକ ଆରହୀ, ଯୁବକର ମୃତ୍ୟୁ"

‘ଥୁରିଆର ଲୁହ’ ପୁସ୍ତକ ଉନ୍ମୋଚିତ

କୋରାପୁଟ;ତା୧୮-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଉସôବରେ ବିଶିଷ୍ଟ ସାହିତ୍ୟିକ ତଥା ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୀନା ସ୍ୱାଇଁଙ୍କ ଦ୍ୱାରା ରଚିତ ଗଳ୍ପଗୁଚ୍ଛ ‘ଥୁରିଆର ଲୁହ’ ଓ ସନ୍ତୋଷ ପବ୍ଲିକେଶନ କଟକ ଦ୍ୱାରା ପ୍ରକାଶିତ କବିତା ସଙ୍କଳନ ‘ସ୍ୱପ୍ନର ରଙ୍ଗ’ ପୁସ୍ତକୁ ଉନ୍ମୋଚନ କରିଛନ୍ତି । ସାହିତ୍ୟିକ ତଥା ପୂର୍ଣିମା ପବ୍ଲିକେଶନ ଭବୂନେଶ୍ୱରର ପ୍ରକାଶକ ଅଶୋକ ମହାନ୍ତି,କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡଃ.ଆଲୋକ ବରାଳ,ଅଧ୍ୟାପକ ରବି ଶତପଥି,ଶିକ୍ଷାବୀତ ଡଃ.ପ୍ରଦୀପ ମିଶ୍ର ଓ ଓଡିଶା ସାହିତ୍ୟ ଏକାଦେମୀ ପୁରଷ୍କାରପ୍ରାପ୍ତ ସାହିତ୍ୟିତ ପ୍ରିୟବ୍ରତ ପାତ୍ର ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ…

"‘ଥୁରିଆର ଲୁହ’ ପୁସ୍ତକ ଉନ୍ମୋଚିତ"

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋରାପୁଟ ଗସ୍ତ- କଲେଜରେ ଡିଜିଟାଲ ଲାଇବ୍ରେରୀ ସ୍ଥାପନ କରାଯିବ ସହ ମାଗଣରେ ଓାଇ-ଫାଇ ଯୋଗାଇଦିଆଯିବ-ମନ୍ତ୍ରୀ ଶ୍ରୀ ଜେନା

କୋରାପୁଟ ; ତା୧୮-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ)ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ଏବଂ ସୁଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କୋରାପୁଟ ଗସ୍ତ କରି ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ନିର୍ମିତ ନୂତନ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ,ନନ୍ଦପୁର , ବୈପାରୀଗୁଡା ଏବଂ କୋଟପାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୦ ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଥିବା ମେଡିସିନ ଗୋଦାମଗୃହର ଶିଳାନ୍ୟାସ କରିବା ସହ ଯକ୍ଷ୍ଣା ଓାର୍ଡର ଉଦଘାଟନ କରିଥିଲେ । ନୁତନ ମାତୃ ଓଶିଶୁ ସ୍ୱାସ୍ଥ୍ୟ କେନ୍ଦ ବୁଲି ଦେଖିଥିଲେ ।କୋରାପୁଟ ସଦର ଡାକ୍ତରଖାନାରେ କାର୍ଯ୍ୟରତ ଷ୍ଟାଫନର୍ସମାନେ କଲେଜରେ ନିଯୁକ୍ତ…

"ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋରାପୁଟ ଗସ୍ତ- କଲେଜରେ ଡିଜିଟାଲ ଲାଇବ୍ରେରୀ ସ୍ଥାପନ କରାଯିବ ସହ ମାଗଣରେ ଓାଇ-ଫାଇ ଯୋଗାଇଦିଆଯିବ-ମନ୍ତ୍ରୀ ଶ୍ରୀ ଜେନା"

କୋରାପୁଟ ଡାକ୍ତରଖାନାର ପାଇଖାନା ଚାମ୍ପରରୁ ମଇଲା ପାଣି ନିର୍ଗତ

କୋରାପୁଟ ; ତା୧୭-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ସଦର ଡାକ୍ତରଖାନାର ପାଇଖାନା ଚାମ୍ପରରୁ ମଇଲା ପାଣି ନିର୍ଗତ ହେଉଥିବା ନଜର କରାଯାଇଥିଲା ।ନିକଟରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ସତ୍ୱେ ଏହାକୁ ମରାମତି କରାଯାଉ ନ ଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।କୋରାପୁଟ ସଦର ଡାକ୍ତରଖାନାର ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ଯେ ଉକ୍ତ ଚାମ୍ପରକୁ ସଫା କରାଯିବା ନିମନ୍ତେ ନିଦେ୍ର୍ଦଶ ଦିଆଯାଇଛି ।

"କୋରାପୁଟ ଡାକ୍ତରଖାନାର ପାଇଖାନା ଚାମ୍ପରରୁ ମଇଲା ପାଣି ନିର୍ଗତ"

୧୮ରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋରାପୁଟ ଗସ୍ତ

କୋରାପୁଟ ; ତା୧୭-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଆସନ୍ତା ୧୮ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କୋରାପୁଟ ଗସ୍ତ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।କୋରାପୁଟ ମେଡିକାଲରେ ନିର୍ମିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଯାଇ ଅଧ୍ୟକ୍ଷ , ପ୍ରଫେସର ତଥା ଛାତ୍ରଛତ୍ରୀମାନଙ୍କ ସହ କଲେଜର ସମସ୍୍ୟା ସଂପର୍କରେ ସମୀକ୍ଷା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତି ଆଜି ଅପାରହ୍ନରେ ମେଡିକାଲ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି । କୋରାପୁଟଠାରେ କଲେଜ ଖୋଲିଲା ଓ ଜିଲ୍ଲାବାସୀ ଉତମ ସ୍ୱାସ୍ଥ୍ୟସେବା ପାଇବେ ବୋଲି ଆଶା କରାଯାଉଥିଲା…

"୧୮ରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋରାପୁଟ ଗସ୍ତ"

ଛାତ୍ର ଅଶାନ୍ତି ପରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା

କୋରାପୁଟ ; ତା୧୫-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ) କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରହିବା କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଘୋଷଣା କରିଥିଲେ ।ସୁନାବେଡାସ୍ଥିତ ଛାତ୍ର ଓ ଛାତ୍ରୀ ନିବାସରେ ଘୋଷଣାପତ୍ର ଲଗାଯାଇ ପୂର୍ବାହ୍ନ ୧୦ ଘ. ମଧ୍ୟରେ ହ ଷ୍ଟେଲ ଖାଲି କରିବାକୁ ନିଦେ୍ର୍ଦଶ ଦେବା ପରେ ସମସ୍ତ ଛାତ୍ରଛାତ୍ରୀ ହ ଷ୍ଟେଲ ଖାଲି କରିଦେଇଥିବା ଜଣାପଡିଛି ।ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସରେ ୧ ପ୍ଲାଟୁନ ପୋଲିସ ମୃତୟନ କରାଯାଇଥିଲା ।ଅଟୋରିକ୍ସାରେ ପିଲାମାନେ ନିଜ ନିଜ ଘରକୁ ଯିବା ପାଇଁ କେତେଜଣ ସୁନାବେଡା ଓ କେତେଜଣ କୋରାପୁଟ ଚାଲିଆସିଥିବା ଦେଖାଯାଇଥିଲା ।ସୂଚନାଯୋଗ୍ୟ ଯେ ୬୦ ଟି ଦାବିକୁ ନେଇ ଗତକାଲି ପିଲାମାନେ ଧାରଣରେ ବସିଥିଲେ ।…

"ଛାତ୍ର ଅଶାନ୍ତି ପରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା"

ଝିଅର ଅଶ୍ଲୀଳ ଭିଡିଓ ଦେଖାଇ ବ୍ଲାକମେଲ୍; ବାପାଠାରୁ ୭୦ ଲକ୍ଷ ଲୁଟ୍ ଅଭିଯୋଗ

କୋରାପୁଟ;ତା୧୪-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଝିଅ ସହ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଦେଖାଇ ପ୍ରେମିକାର ବାପା ଠାରୁ ଜଣେ ଯୁବକ ୭୦ଲକ୍ଷ ଟଙ୍କା ଲୁଟି ନେବା ଘଟଣା ସୁନାବେଡାରେ ଚର୍ଚାର ବିଷୟ ହୋଇଛି । ସୁନାବଡୋର ଜଗନ୍ନାଥ ପରିଡା ନାମକ ଜଣେ ଯୁବକ ହାଲ ସିକ୍ୟୁରିଟି ବିଭାଗର ଅଧିକାରୀ ଶରତ କୁମାର ମହାପାତ୍ରଙ୍କ ଝିଅକୁ ଭଲ ପାଉଥିଲେ । କ୍ରମେ ଉଭୟେ ବିବାହ କରିବାକୁ ନିଷ୍ପତି ନେଇ ବାହାରେ ବୁଲାବୁଲି କରିବା ସହ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ପ୍ରେମିକା ସହ କେତକେ ଅନ୍ତରଙ୍ଗ ମୁହୁର୍ତର ଭିଡିଓ ଜଗନ୍ନାଥ ପ୍ରେମିକାର ବାପା ଶରତ ମହାପାତ୍ରଙ୍କୁ ଦେଖାଇ ଟଙ୍କା ହଡପ କରିବା ଆରମ୍ଭ କରିଥିଲା…

"ଝିଅର ଅଶ୍ଲୀଳ ଭିଡିଓ ଦେଖାଇ ବ୍ଲାକମେଲ୍; ବାପାଠାରୁ ୭୦ ଲକ୍ଷ ଲୁଟ୍ ଅଭିଯୋଗ"