କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା

କୋରାପୁଟ ୨୭/୫ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓରିଶାର ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗରେ ଅଧ୍ୟୟନରତ ଚାରିଜଣ ଛାତ୍ରଛାତ୍ରୀ ଉସୋଦୟ ଏଂଟରପ୍ରାଇଜେସ ପ୍ରାଇଭେଟ ଲିମିଟେଡ ଅଧିନସ୍ଥ ଇନାଡୁ ଡିଜିଟାଲରେ ନିଯୁକ୍ତି ପାଇ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ବିଶ୍ୱବିଦ୍ୟାଳୟର ପ୍ଲେସମେଂଟ ସେଲ ଏବଂ ଇନାଡୁ ଡିଜିଟାଲର ମିଳିତ ଉଦ୍ୟମରେ ଗତମାସ ୨୭ ତାରିଖରେ ଲାଣ୍ଡିଗୁଡା କ୍ୟାମ୍ପସରେ ଅନୁଷ୍ଠିତ ପରୀକ୍ଷାରେ ୩୦ ଜଣ ଛାତ୍ରଛାତ୍ରୀ ଲିଖିତ ପରୀକ୍ଷା ଦେଇ ୬ଜଣ ସାକ୍ଷାତକାର ପାଇଁ ମନୋନୀତ ହୋଇଥିବାବେଳେ ଶେଷରେ ଚାରିଜଣ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣା ପଡିଛି। ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ହେଲେ ଶଙ୍କର୍ଷଣ ବାଘ, ପୂଜା…

"କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା"

ମୃତଦେହ ନେବାକୁ ପରିବାରଙ୍କ ପାଖରେ ନ ଥିଲା ସମ୍ବଳ – ଡାକ୍ତରଖାନା କର୍ତୃପକ୍ଷ ମାଗଣାରେ ମୃତଦେହ ପଠାଇଲେ

– ୧୦୮ ଆମ୍ବୁଲାନ୍ସରେ ଗୁରୁତର ଶିଶୁ କୋରାପୁଟ ଆସିଲା, ଡାକ୍ତରଖାନାରେ ପହଂଚିବା ପରେ ମୃତ ଘୋଷଣା କୋରାପୁଟ ୨୬/୫ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ଗ୍ରାମର ଜଣେ ଗୁରୁତର ଶିଶୁକୁ ଧରି ପରିବାରବର୍ଗ ଜୟପୁରରୁ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ କୋରାପୁଟ ଡାକ୍ତରଖାନାକୁ ଆଣିଥିଲେ କିନ୍ତୁ କୋରାପୁଟରେ ପହଂଚିବା ପରେ ଡାକ୍ତର ଶିଶୁଟିର ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ। ବୈପାରୀଗୁଡା ବ୍ଲକର ଟାଙ୍ଗିଣୀଗୁଡା ନିକଟ ଚିଲିମାଲ ଗ୍ରାମର ସୁକଦେବ ହନ୍ତାଲ ଓ ଫୁଲବତୀ ହନ୍ତାଲଙ୍କ ୩ ବର୍ଷର ଶିଶୁ କନ୍ୟା ସୁମୀତା ହନ୍ତାଲ ଗତକାଲି ରାତ୍ରୀରେ ପ୍ରବଲ ଜ୍ୱର ହୋଇଥିଲା।ବୈପାରୀଗୁଡା ଡାକ୍ତରଖାନାକୁ ଗୁରୁତର ଶିଶୁକନ୍ୟାକୁ ନେଇଥିଲେ ବୋଲି…

"ମୃତଦେହ ନେବାକୁ ପରିବାରଙ୍କ ପାଖରେ ନ ଥିଲା ସମ୍ବଳ – ଡାକ୍ତରଖାନା କର୍ତୃପକ୍ଷ ମାଗଣାରେ ମୃତଦେହ ପଠାଇଲେ"

ସୁନାବେଡା ପୌର ପରିଷଦ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ବିଜୟୀ

କୋରାପୁଟ ୨୬/୫ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) ସୁନାବେଡ଼ା ପୌର ପରିଷଦର ୧୯ ନମ୍ବର ୱାର୍ଡରେ ଅନୁଷ୍ଠିତ ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରଜନୀ କାଟିଆ ବିଜୟୀ ହୋଇଥିବାଜଣା ପଡିଛି। ଆଜି ସକାଳେ ସୁନାବେଡ଼ା ମ୍ୟୁନସିପାଲଟି ଗୃହଠାରେ ଭୋଟ ଗଣତି ଆରମ୍ଭ ହୋଇଥିଲା। ଏଥିରେ ବିଜେଡି ପ୍ରାର୍ଥିନୀ ରଜନୀ ୪୮୬ ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥିନୀ ଜମ୍ବୁବତୀ ବିଲେଇ ପାଡିଆ ୨୩୦ ଓ କଂଗ୍ରେସ ପ୍ରାର୍ଥିନୀ ବୃନ୍ଦାବତୀ ଚପାଡି ୬୦ ଟି ଭୋଟ ପାଇଥିଲେ। ସୂଚନା ଯୋଗ୍ୟ ଯେ ଗତକାଲି ହୋଇଥିବା ଭୋଟଗ୍ରହଣରେ ୧୨୯୧ ଭୋଟରଙ୍କ ମଧ୍ୟରୁ ୭୭୬ ଜଣ ଭୋଟର ମତଦାନ କରିଥିଲେ। ଭୋଟ ଗଣତି ଫଳ ଘୋଷଣା ପରେ ପଟ୍ଟାଙ୍ଗୀ ବିଧାୟକ…

"ସୁନାବେଡା ପୌର ପରିଷଦ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ବିଜୟୀ"

ସାଂସଦଙ୍କ ଓ ଜିଲ୍ଲାପାଳଙ୍କ ମେଡିକାଲ କଲେଜ ପରିଦର୍ଶନ

କୋରାପୁଟ ୨୫/୫ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) କୋରାପୁଟରେ ପ୍ରତିଷ୍ଠା ହେବାକୁ ଯାଉଥିବା ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ କୋରାପୁଟ ସାସଂଦ ଝିନ୍ନ ହିକକା ଓ କୋରାପୁଟ ଜିଲ୍ଲାପାଳ ଅନୁପମ ସାହା ଗୁରୁବାର ଦିନ କଲେଜ ପରସର ପରିଦର୍ଶନ କରିଛନ୍ତି। ମେଡିକାଲ କଲେଜର ଡିନ୍ ପ୍ରଫେସର ବିଜୟିନୀ ମହାପାତ୍ର, ସୁପରିଟେଣ୍ଡେଂଟ ପ୍ରଫେସର ଡା. ସିତାରାମ ମହାପାତ୍ରଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିବା ଜଣା ପଡିଛି। ଚଳିତ ଶିକ୍ଷା ବର୍ଷରୁ କୋରାପୁଟ ମେଡିକାଲ କଲେଜରେ ପାଠ ପଢା ଯିବାକୁ ଏମସିଆଇ ସବୁଜ ସଂକେତ ଦେଇଥିବାରୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସମ୍ପୃକ୍ତ ଠିକା କମ୍ପାନୀ କର୍ମଚାରୀଙ୍କୁ…

"ସାଂସଦଙ୍କ ଓ ଜିଲ୍ଲାପାଳଙ୍କ ମେଡିକାଲ କଲେଜ ପରିଦର୍ଶନ"

ଭାଲୁ କାମୁଡାରେ ଜଣେ ଗୁରୁତର

କୋରାପୁଟ ୨୫/୫ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ବ୍ଲକ ପାକନଡୋଳା ଗ୍ରାମର ଜଣେ ୬୦ ବର୍ଷିୟ ବୃଦ୍ଧ ଭାଲୁ କାମୁଡାରେ ଗୁରୁତର ହୋଇଛନ୍ତି। ତାଙ୍କ ନାମ ହେଲା ଚୈତନ୍ୟ ଗୌଡ। ଆଜି ସକାଳେ ସେ ଗାଇ ଚରାଇବାକୁ ଯାଇଥିବା ବେଳେ ୨ ଟି ଭାଲୁ ତାଙ୍କୁ ଆକ୍ରମଣ କରିବା ବେଳେ ନିଜକୁ ରକ୍ଷା କରିବାକୁ ଯାଇ ସେ ହାତକୁ ଟେକିବାରୁ ହାତକୁ ଭାଲୁ କାମୁଟି ଦେବା ପରେ ସେ ତଲେ ପଡିଯିବାରୁ ପୁନଃବାର ଗୋଡ ୨ଟାକୁ ଆକ୍ରମଣ କରି ଆହତ କରିଦେଇଥିଲେ। ତେବେ ବୃଦ୍ଧଙ୍କର ଚିତ୍କାର ଶୁଣି କିଛି ଯୁବକ ଭାଲୁକୁ ତଡାଇଥିଲେ ଏବଂ କ୍ଷତାକ୍ତ ଅବସ୍ଥାରେ ଚୈତନ୍ୟକୁ ଉଦ୍ଧାର କରି ସଦର ଜିଲା…

"ଭାଲୁ କାମୁଡାରେ ଜଣେ ଗୁରୁତର"

ସୁନାବେଡା ପୈାରପରିଷଦ ଉପନିର୍ବାଚନରେ ୬୦.୧ ପ୍ରତିଶତ ମତଦାନ

କୋରାପୁଟ ୨୫/୫ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) ସୁନାବେଡା ପୌର ପରିଷଦର ୧୯ ନମ୍ବର ୱାର୍ଡରେ ଅନୁଷ୍ଠିତ ଉପ-ନିର୍ବାଚନରେ ୬୦ .୧ ପ୍ରତିଶତ ମତଦାନ ହୋଇଥିବା ଜଣା ପଡିଛି। ପ୍ରବଳ ଖରା ସାଙ୍ଗକୁ ଅପରାହ୍ନରେ ଘଡଘଡି ବର୍ଷା ହେବାରୁ ଭୋଟହାର କମିଥିବା ଜଣାପଡିଛିା ଭୋଟଗ୍ରହଣ କେନ୍ଦ୍ର ନିକଟରେ ନେତାମାନଙ୍କ ଭିଡ ହୋଇଥିବା ନଜର କରାଯାଇଥିଲା। ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ପୂର୍ବତନ ବିଧାୟକ ନିମାଁଇ ସରକାର, ପୂର୍ବତନ ସାସଂଦ ତଥା ବିଜେପି ସଭ୍ୟ ଜୟରାମ ପାଙ୍ଗୀ, ବିଜେପି ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର, ସୁନାବେଡା ମ୍ୟୁନସିପାଲଟି ଉପାଧ୍ୟକ୍ଷ ରତ୍ନାକର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।ଉକ୍ତ ଉପନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡ୍ଡା…

"ସୁନାବେଡା ପୈାରପରିଷଦ ଉପନିର୍ବାଚନରେ ୬୦.୧ ପ୍ରତିଶତ ମତଦାନ"

ସୁନାବେଡା ପୌର ଉପ-ନିର୍ବାଚନ ସୁନାବେଡା ପୈାରପରିଷଦର ୧୯ନମ୍ବର ୱାର୍ଡରେ ଗୁରୁବାର ଦିନ ଭୋଟ ଗ୍ରହଣ

କୋରାପୁଟ ୨୪/୫ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) ସୁନାବେଡା ପୌର ପରିଷଦର ୧୯ ନମ୍ବର ୱାର୍ଡରେ ଗୁରୁବାର ଦିନ ଭୋଟ ଗ୍ରହଣ ହେବ। ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ବିଜେପିର ବହୁ ବରିଷ୍ଠ ନେତା ପ୍ରଚାରରେ ଯୋଗ ଦେଇ ସେମାନଙ୍କ ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କରଥିଲେ। ଆଦିବାସୀ ମହିଳାଙ୍କ ଲାଗି ସଂରକ୍ଷିତ ଥିବା ଏହି ଆସନରେ କଂଗ୍ରେସ ଦଳରୁ ବୃନ୍ଦାବତୀ ଚପାଡି, ବିଜେଡିରୁ ରଜନୀ କାଟିଆ ଏବଂ ଭାରତୀୟ ଜନତା ପାର୍ଟିରୁ ଜମ୍ବୁବତୀ ବିଲେଇ ପାଡିଆ ପ୍ରାର୍ଥିନୀ ହୋଇଛନ୍ତି। ଏହି ଉପ-ନିର୍ବାଚନରେ ମୁଖ୍ୟତଃ ବିଜେଡି ଏବଂ ବିଜେପି ପ୍ରାର୍ଥିନୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବାର ସମ୍ଭାବନା ରହିଛି। ଭୋଟ ଗ୍ରହଣ ପାଇଁ କୋଡିଗାଁରେ ଗୋଟିଏ…

"ସୁନାବେଡା ପୌର ଉପ-ନିର୍ବାଚନ ସୁନାବେଡା ପୈାରପରିଷଦର ୧୯ନମ୍ବର ୱାର୍ଡରେ ଗୁରୁବାର ଦିନ ଭୋଟ ଗ୍ରହଣ"

ଆଉ ଜଣେ ପିଇଓ ନିଲମ୍ବିତ

କୋରାପୁଟ ୨୪/୫ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲାପାଳ ଆଉ ଜଣେ ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ନିଲମ୍ବିତ କରିଥିବା ଜଣା ପଡିଛି। ନିଲମ୍ବିତ ପିଇଓ ହେଲେ ଜୟପୁର ବ୍ଲକର ସୁଶାନ୍ତ କୁମାର ଶତପଥି। ନିଜ କର୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବା କାରଣରୁ ଜିଲାପାଳ ଅନୁପମ ଶାହା ନିଲମ୍ବନ କରିଥିବା ଜଣା ପଡିଛି। ସୂଚନା ଥାଉକି ଏହା ପୂର୍ବରୁ ସରକାରୀ ଅନୁଦାନ ହଡପ, ଆର୍ଥିକ ଅନୀୟମିତତା ଏବଂ କର୍ତବ୍ୟରେ ଅବହେଳା ଅଭିଯୋଗରେ ଜିଲାପାଳ ବନ୍ଧୁଗାଁ ବ୍ଲକର ଅବିନାଶ ବିଡିକା,ପୂର୍ଣଚନ୍ଦ୍ର ମୁଦୁଲି ଏବଂ ପଟ୍ଟାଙ୍ଗି ବ୍ଲକର ଅକ୍ଷୟମ୍ବର ନାୟକ ନାମକ ତିନିଜଣ ପିଇଓଙ୍କୁ ନିଲମ୍ବନ କରିଥିଲେ। ତେବେ ଆଉ କିଛି ଅନ୍ୟାନ୍ୟ କାରଣରୁ କିଛି ଦିନ…

"ଆଉ ଜଣେ ପିଇଓ ନିଲମ୍ବିତ"

ଦୂଷିତ ଜଳରେ କୁମ୍ଭା ଗ୍ରାମର ଲୋକମାନେ ଗାଧୋଉଛନ୍ତି ଓ ପିଇବା ନିମନ୍ତେ ପାଣି ନେଉଛନ୍ତି

କୋରାପୁଟ ୨୪/୫ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) ପ୍ରବଳ ଗ୍ରୀଷ୍ଣ ପ୍ରବାହ ସାଙ୍ଗକୁ କୋରାପୁଟ ସହରରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ତେଣୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି। କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ରଙ୍ଗବାଲି କୁମ୍ଭା ଗ୍ରାମ ମାତ୍ର ସହରଠାରୁ ୩ କିମି ଦୂରରେ ଅବସ୍ଥିତ। କିନ୍ତୁ ଏଠି ଯେପରି ପ୍ରଶାସନର ପାଦ ପଡି ନ ଥିବା ଜଣାପଡିଛି। ଲୋକମାନେ ପାଣି ନିମନ୍ତେ ନଳକୂପରେ ହାଣ୍ଡି ଓ ମାଠିଆ ଧରି ଅନେକ ସମୟ ଅପେକ୍ଷା କରୁଛନ୍ତି। ଏପରିକି କିଛି ଗ୍ରାମବାସୀ ଗ୍ରାମ ନିକଟରେ ଥିବା ଏକ ଦୁଷିତ ଚୁଆରେ ଗାଧୋଇବା ସହିତ ପାଣି ମଧ୍ୟ ବ୍ୟବହାର କରୁଥିବା ଜଣାପଡିଡଛି। ଚୁଆଟି…

"ଦୂଷିତ ଜଳରେ କୁମ୍ଭା ଗ୍ରାମର ଲୋକମାନେ ଗାଧୋଉଛନ୍ତି ଓ ପିଇବା ନିମନ୍ତେ ପାଣି ନେଉଛନ୍ତି"

କୋରାପୁଟ ମେଡିକାଲ କର୍ମଚାରୀ ସଂଘର ଦାବି ୧୫ ଦିନ ମଧ୍ୟରେ ପୂରଣ ନ ହେଲେ ଆନ୍ଦୋଳନ କରିବାକୁ ଚେତାବନୀ

କୋରାପୁଟ ୨୩/୫ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ମେଡିକାଲ କର୍ମଚାରୀ ସଂଘର ୧୫ ଦିନ ମଧ୍ୟରେ ଦାବିପୂରଣ ନ ହେଲେ ଆନ୍ଦୋଳନ କରିବାକୁ ସଂଘ ଏକ ପ୍ରେସ ଇସ୍ତାହାରରେ ଚେତାବନୀ ଦେଇଥିବା ଜଣାପଡିଛି। କୋରାପୁଟରେ ଖାଲିପଡିଥିବା ଗ୍ରୁପ-ଡି ପଦବୀ ତୁରନ୍ତ ପୂରଣ କରିବା ,କୋରାପୁଟ ସଦର ମହକୁମା ଡାକ୍ତରଖାନାରେ ଶର୍ଯ୍ୟା ସଂଖ୍ୟା ବୃଦ୍ଧି ପାଇଥିବାରୁ ଅତିରିକ୍ତ ପଦବୀ ସୃଷ୍ଟି କରିବା, ନିୟମିତ ଡିପିସି କରାଇବା, ଆରଏସିପିକୁ ସମୟାନୁକ୍ରମେ ଅନୁମତି ଦେବା, ଗ୍ରୁପ ଡି ନିମନ୍ତେ ଥିବା କିରାଣୀଙ୍କୁ ପରିବର୍ତ୍ତନ କରିବା, ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଗ୍ରୁପ ଡି ରେ କାର୍ଯ୍ୟକରୁଥିବା କର୍ମଚାରୀମାନଙ୍କୁ ନିଯୁକ୍ତି କରିବା ପ୍ରମୁଖ ଦାବି ରହିଥିବା…

"କୋରାପୁଟ ମେଡିକାଲ କର୍ମଚାରୀ ସଂଘର ଦାବି ୧୫ ଦିନ ମଧ୍ୟରେ ପୂରଣ ନ ହେଲେ ଆନ୍ଦୋଳନ କରିବାକୁ ଚେତାବନୀ"